< ଯିଶାଇୟ 3 >

1 ଦେଖ, ପ୍ରଭୁ, ସୈନ୍ୟାଧିପତି ସଦାପ୍ରଭୁ ଯିରୂଶାଲମ ଓ ଯିହୁଦାଠାରୁ ଯଷ୍ଟି ଓ ଯଷ୍ଟିକା, ଅର୍ଥାତ୍‍, ଅନ୍ନ ସ୍ୱରୂପ ସମସ୍ତ ଯଷ୍ଟି ଓ ଜଳ ସ୍ୱରୂପ ସମସ୍ତ ଯଷ୍ଟିକା ଦୂର କରୁଅଛନ୍ତି;
Kíyèsi i, Olúwa, Olúwa àwọn ọmọ-ogun, fẹ́ mú ìpèsè àti ìrànlọ́wọ́ kúrò ní Jerusalẹmu àti Juda gbogbo ìpèsè oúnjẹ àti ìpèsè omi.
2 ବୀର, ଯୋଦ୍ଧା; ବିଚାରକର୍ତ୍ତା, ଭବିଷ୍ୟଦ୍‍ବକ୍ତା, ମନ୍ତ୍ରଜ୍ଞ, ପ୍ରାଚୀନ;
Àwọn akíkanjú àti jagunjagun, adájọ́ àti wòlíì, aláfọ̀ṣẹ àti alàgbà,
3 ପଚାଶପତି, ସମ୍ଭ୍ରାନ୍ତ ମନୁଷ୍ୟ, ମନ୍ତ୍ରୀ, ନିପୁଣ ଶିଳ୍ପକର ଓ ନିପୁଣ ଶୁଭାଶୁଭବାଦୀ (ଦୂରୀକୃତ ହେବେ)।
balógun àádọ́ta àti àwọn ènìyàn, onípò gíga; olùdámọ̀ràn, oníṣọ̀nà tí ó dáńtọ́ àti ògbójú oníṣègùn.
4 ଆମ୍ଭେ ବାଳକମାନଙ୍କୁ ସେମାନଙ୍କର ଅଧିପତି କରିବା ଓ ଶିଶୁମାନେ ସେମାନଙ୍କ ଉପରେ ଶାସନ କରିବେ।
“Èmi ó sọ àwọn ọ̀dọ́mọkùnrin di aláṣẹ wọn, ọ̀dọ́mọdé lásán làsàn ni yóò sì máa jẹ ọba lórí i wọn.”
5 ଆଉ, ଲୋକମାନେ ଏକ ଜଣ ଅନ୍ୟ ଜଣ ଦ୍ୱାରା ଓ ପ୍ରତ୍ୟେକ ଲୋକ ଆପଣା ପ୍ରତିବାସୀ ଦ୍ୱାରା ଉପଦ୍ରୁତ ହେବେ; ବାଳକ ପ୍ରାଚୀନଙ୍କ ବିରୁଦ୍ଧରେ ଓ ଅଧମ ଲୋକ ସମ୍ଭ୍ରାନ୍ତ ଲୋକ ବିରୁଦ୍ଧରେ ଗର୍ବାଚରଣ କରିବ।
Àwọn ènìyàn yóò sì máa pọ́n ọmọnìkejì, wọn lójú ẹnìkan sí ẹnìkejì rẹ̀, aládùúgbò sí aládùúgbò rẹ̀. Àwọn ọ̀dọ́ yóò gbógun ti àwọn àgbàgbà, àwọn mẹ̀kúnnù yóò dìde sí ọlọ́lá.
6 କେହି କେହି ଆପଣା ଭ୍ରାତାକୁ ତାହାର ପିତୃଗୃହରେ ଧରି କହିବେ, “ତୁମ୍ଭର ବସ୍ତ୍ର ଅଛି, ତୁମ୍ଭେ ଆମ୍ଭମାନଙ୍କର ଶାସନକର୍ତ୍ତା ହୁଅ, ପୁଣି, ଏହି ନିପତିତ (ରାଜ୍ୟ) ତୁମ୍ଭ ହସ୍ତାଧୀନ ହେଉ;”
Ọkùnrin kan yóò di ọ̀kan nínú àwọn arákùnrin rẹ̀ mú, nínú ilé baba rẹ̀, yóò sì wí pé, “Ìwọ́ ní aṣọ, ìwọ máa ṣe olórí wa, sì mójútó àwọn ahoro wọ̀nyí!”
7 ସେ ସେହି ଦିନ ଆପଣା ରବ ଉଠାଇ କହିବ “ମୁଁ ଚିକିତ୍ସକ ହେବି ନାହିଁ; କାରଣ ମୋʼ ଗୃହରେ ଖାଦ୍ୟ କିମ୍ବା ବସ୍ତ୍ର ନାହିଁ; ତୁମ୍ଭେମାନେ ମୋତେ ଲୋକମାନଙ୍କର ଶାସନକର୍ତ୍ତା କର ନାହିଁ।”
Ṣùgbọ́n ní ọjọ́ náà ni yóò figbe bọnu pé, “Èmi kò ní àtúnṣe kan. Èmi kò ní oúnjẹ, bẹ́ẹ̀ ni n ó ní aṣọ nílé, ẹ má fi mí ṣe olórí àwọn ènìyàn náà.”
8 ଯେହେତୁ ଯିରୂଶାଲମ ବିନଷ୍ଟ ଓ ଯିହୁଦା ପତିତ ହୋଇଅଛି; କାରଣ ସଦାପ୍ରଭୁଙ୍କର ପ୍ରତାପବିଶିଷ୍ଟ ଚକ୍ଷୁକୁ କ୍ରୋଧାନ୍ୱିତ କରିବା ପାଇଁ ସେମାନଙ୍କର ଜିହ୍ୱା ଓ କ୍ରିୟା ତାହାଙ୍କର ପ୍ରତିକୂଳ ଅଟେ।
Jerusalẹmu ń ta gbọ̀nọ́ngbọ̀nọ́n Juda ń ṣubú lọ, ọ̀rọ̀ àti ìṣe wọn lòdì sí Olúwa, láti mú ojú ògo rẹ̀ bínú.
9 ସେମାନଙ୍କ ମୁଖର ଆକାର ସେମାନଙ୍କ ପ୍ରତିକୂଳରେ ସାକ୍ଷ୍ୟ ଦିଏ; ପୁଣି, ସେମାନେ ସଦୋମର ନ୍ୟାୟ ଆପଣାମାନଙ୍କ ପାପ ପ୍ରକାଶ କରି ଗୋପନ କରନ୍ତି ନାହିଁ। ସେମାନଙ୍କ ପ୍ରାଣର ସନ୍ତାପ ହେବ! କାରଣ ସେମାନେ ଆପଣାମାନଙ୍କର ଅନିଷ୍ଟ ଆପେ କରିଅଛନ୍ତି।
Ìwò ojú wọn ń jẹ́rìí lòdì sí wọn, wọ́n ń polongo ẹ̀ṣẹ̀ wọn bí i Sodomu; wọn ò fi pamọ́! Ègbé ni fún wọn! Wọ́n ti mú ìparun wá sórí ara wọn.
10 ତୁମ୍ଭେମାନେ ଧାର୍ମିକର ବିଷୟରେ କୁହ ଯେ, ତାହାର ମଙ୍ଗଳ ହେବ, ଯେହେତୁ ସେମାନେ ଆପଣା ଆପଣା କର୍ମର ଫଳ ଭୁଞ୍ଜିବେ।
Ẹ sọ fún olódodo pé yóò dára fún wọn, nítorí ní àjẹgbádùn ni wọn yóò jẹ èso iṣẹ́ ẹ wọn.
11 ଦୁଷ୍ଟ ଲୋକର ସନ୍ତାପ ହେବ! ତାହାର ଅମଙ୍ଗଳ ଘଟିବ; କାରଣ ତାହାର ହସ୍ତକୃତ କର୍ମର ପ୍ରତିଫଳ ତାହାକୁ ଦିଆଯିବ।
Ègbé ni fún ènìyàn búburú! Ìparun wà lórí i wọn, a ó sì san èrè iṣẹ́ tí ọwọ́ wọn ti ṣe fún wọn.
12 ମୋʼ ଲୋକମାନଙ୍କ ବିଷୟ ଦେଖିଲେ, ବାଳକମାନେ ମୋʼ ଲୋକମାନଙ୍କର ଉପଦ୍ରବକାରୀ ଓ ସ୍ତ୍ରୀମାନେ ସେମାନଙ୍କ ଉପରେ ଶାସନ କରନ୍ତି। ହେ ମୋହର ଲୋକମାନେ, ତୁମ୍ଭର ପଥଦର୍ଶକମାନେ ତୁମ୍ଭକୁ ଭୁଲାନ୍ତି ଓ ତୁମ୍ଭ ଗମନର ପଥ ନଷ୍ଟ କରନ୍ତି।
Àwọn ọ̀dọ́mọdé ni o ń pọ́n àwọn ènìyàn mi lójú àwọn obìnrin ń jẹ ọba lé wọn lórí. Háà! Ènìyàn mi àwọn afinimọ̀nà yín ti ṣì yín lọ́nà, wọn sì mú yín kúrò ní ipa ọ̀nà yín.
13 ସଦାପ୍ରଭୁ ପ୍ରତିବାଦ କରିବାକୁ ଠିଆ ହେଉଅଛନ୍ତି, ଗୋଷ୍ଠୀୟମାନଙ୍କର ବିଚାର କରିବାକୁ ଠିଆ ହେଉଅଛନ୍ତି।
Olúwa bọ sí ipò rẹ̀ ní ìtẹ́ ìdájọ́ Ó dìde láti dá àwọn ènìyàn lẹ́jọ́.
14 ସଦାପ୍ରଭୁ ଆପଣା ଲୋକମାନଙ୍କର ପ୍ରାଚୀନବର୍ଗର ଓ ଅଧିପତିଗଣର ସହିତ ବିଚାରରେ ଉପସ୍ଥିତ ହେବେ; “ତୁମ୍ଭେମାନେ ହିଁ ଦ୍ରାକ୍ଷାକ୍ଷେତ୍ର ଗ୍ରାସ କରିଅଛ; ଦରିଦ୍ରମାନଙ୍କଠାରୁ ଲୁଟିତ ଦ୍ରବ୍ୟ ତୁମ୍ଭମାନଙ୍କ ଗୃହରେ ଅଛି;”
Olúwa dojú ẹjọ́ kọ àwọn àgbàgbà àti àwọn olórí àwọn ènìyàn rẹ̀. “Ẹ̀yin ni ẹ ti run ọgbà àjàrà mi, ogún àwọn tálákà ń bẹ̀ nínú ilé yín.
15 “ତୁମ୍ଭେମାନେ ଯେ ଆମ୍ଭ ଲୋକମାନଙ୍କୁ ଦଳି ପକାଉଅଛ ଓ ଦରିଦ୍ରମାନଙ୍କ ମୁଖ ଘଷି ପକାଉଅଛ, ଏଥିରେ ତୁମ୍ଭମାନଙ୍କ ଅଭିପ୍ରାୟ କʼଣ?” ପ୍ରଭୁ, ବାହିନୀଗଣର ସଦାପ୍ରଭୁ ଏହି କଥା କହନ୍ତି।
Kín ni èrò yín láti máa run àwọn ènìyàn mi túútúú tí ẹ sì fojú àwọn tálákà ni gbolẹ̀?” ni Olúwa wí, Olúwa àwọn ọmọ-ogun.
16 ଆହୁରି ସଦାପ୍ରଭୁ କହିଲେ, “ସିୟୋନର କନ୍ୟାଗଣ ଅହଙ୍କାରିଣୀ ଓ ଆପଣା ଆପଣା ଗ୍ରୀବା ଲମ୍ବାଇ ଓ କଟାକ୍ଷ କରି ଗମନ କରନ୍ତି, ଗମନ କରୁ କରୁ ଚଞ୍ଚଳ ପାଦସଞ୍ଚାର ଓ ଚରଣରେ ରୁଣୁଝୁଣୁ ଶବ୍ଦ କରନ୍ତି;
Olúwa wí pé, “Àwọn obìnrin Sioni jẹ́ agbéraga, wọn ń rìn lọ pẹ̀lú ọrùn tí ó nà tàntàn, tí wọn ń fojú pe ọkùnrin, tí wọn ń sọ̀dí bí wọ́n ti ń yan lọ pẹ̀lú ohun ọ̀ṣọ́ tí ń mì wọnjanwọnjan lọ́rùn ẹsẹ̀ wọn.
17 ଏହେତୁ ପ୍ରଭୁ ସିୟୋନର କନ୍ୟାଗଣର ମସ୍ତକ କାଛୁମୟ କରିବେ ଓ ସଦାପ୍ରଭୁ ସେମାନଙ୍କର ଗୁପ୍ତ ସ୍ଥାନ ଅନାବୃତ କରିବେ।”
Nítorí náà Olúwa yóò mú egbò wá sórí àwọn obìnrin Sioni, Olúwa yóò sì pá wọn ní agbárí.”
18 ସେହି ଦିନ ପ୍ରଭୁ ସେମାନଙ୍କର ଗର୍ବ ସ୍ୱରୂପ ନୂପୁର, ଜାଲିବସ୍ତ୍ର, ଚନ୍ଦ୍ରହାର;
Ní ọjọ́ náà, Olúwa yóò já ọ̀ṣọ́ wọn gbà kúrò ti ọwọ́ àti gèlè àti ẹ̀gbà ọrùn tí ó dàbí òṣùpá
19 କର୍ଣ୍ଣଭୂଷଣ, ଚୁଡ଼ି, ଘୁମୁଟା;
gbogbo yẹtí, ẹ̀gbà ọwọ́ àti ìbòjú,
20 ଶିରୋଭୂଷଣ, ପାଦର ବଳା, କଟିବନ୍ଧନୀ, ଅତରଧାନୀ, କବଚ;
gbogbo gèlè, ẹ̀gbà ọrùn, ẹsẹ̀ àti àyà, àwọn ìgò tùràrí àti òògùn,
21 ମୁଦି, ନଥ;
òrùka ọwọ́ àti ti imú,
22 ଉତ୍ସବକାଳୀନ ବସ୍ତ୍ର, ଆବରଣୀୟ ବସ୍ତ୍ର, ସାଲ, ଗାଞ୍ଜିଆ;
àwọn àtàtà aṣọ, àwọ̀lékè, agbádá àti àpamọ́wọ́,
23 ଦର୍ପଣ, ସୂକ୍ଷ୍ମ ବସ୍ତ୍ର, ଶିରୋବନ୍ଧନୀ ଓ ଓଢ଼ଣି କାଢ଼ି ପକାଇବେ।
dígí wọn, aṣọ funfun nigínnigín ìbòrí àti ìbòjú.
24 ତହିଁରେ ସୁଗନ୍ଧି ଦ୍ରବ୍ୟ ବଦଳରେ ଦୁର୍ଗନ୍ଧ ପୂଜ, କଟିବନ୍ଧନୀର ପରିବର୍ତ୍ତେ ରଜ୍ଜୁ, ସୁନ୍ଦର କେଶବିନ୍ୟାସ ବଦଳରେ କେଶ-ଶୂନ୍ୟତା ଓ ଆବରଣ ବସ୍ତ୍ର ପରିବର୍ତ୍ତେ ଚଟର ପଟୁକା; ସୌନ୍ଦର୍ଯ୍ୟ ବଦଳରେ ପୋଡ଼ାଦାଗ ହେବ।
Dípò òórùn dídùn, òórùn búburú ni yóò wá, okùn ni yóò wà dípò àmùrè, orí pípá ni yóò dípò irun ti a ṣe ní ọ̀ṣọ́ aṣọ ọ̀fọ̀ ni yóò dípò aṣọ ẹ̀yẹ ìjóná dípò ẹwà.
25 ତୁମ୍ଭର ପୁରୁଷମାନେ ଖଡ୍ଗାଘାତରେ ଓ ତୁମ୍ଭର ବିକ୍ରମୀଗଣ ଯୁଦ୍ଧରେ ପତିତ ହେବେ।
Àwọn ọkùnrin rẹ yóò ti ipa idà ṣubú, àti àwọn jagunjagun rẹ̀ lójú ogun.
26 ସିୟୋନର ନଗରଦ୍ୱାରସକଳ ଶୋକ ଓ ବିଳାପ କରିବେ ଓ ସେ ଅକିଞ୍ଚନା ହୋଇ ଭୂମିରେ ବସିବ।
Àwọn bodè Sioni yóò sọkún kíkorò, wọn ó ṣọ̀fọ̀, nítorí ó dahoro, yóò jókòó ní orí ilẹ̀.

< ଯିଶାଇୟ 3 >