< ଯିଶାଇୟ 29 >

1 ହାୟ ଅରୀୟେଲ, ଅରୀୟେଲ, ଦାଉଦର ଛାଉଣି ନଗର! ବର୍ଷକୁ ବର୍ଷ ଯୋଗ କର; ପର୍ବମାନ ପାଳି ଅନୁକ୍ରମେ ଆସୁ;
Woe to Ariel, to Ariel, the city of David's encampment! Add ye year to year; let the feasts come round.
2 ତେବେ ଆମ୍ଭେ ଅରୀୟେଲ ପ୍ରତି ଦୁଃଖ ଘଟାଇବା, ତହୁଁ ଶୋକ ଓ ବିଳାପ ହେବ ଓ ତାହା ଆମ୍ଭ ପ୍ରତି ଅରୀୟେଲ (ଦାହସ୍ଥାନ) ତୁଲ୍ୟ ହେବ।
But I will distress Ariel, and there shall be sorrow and sadness; and it shall be unto me as an Ariel.
3 ପୁଣି, ଆମ୍ଭେ ଚତୁର୍ଦ୍ଦିଗରେ ତୁମ୍ଭ ବିରୁଦ୍ଧରେ ଛାଉଣି ସ୍ଥାପନ କରିବା ଓ ଗଡ଼ବନ୍ଦୀ କରି ତୁମ୍ଭକୁ ବେଷ୍ଟନ କରିବା ଓ ତୁମ୍ଭ ପ୍ରତିକୂଳରେ ଅବରୋଧକ ଉପାୟ ପ୍ରସ୍ତୁତ କରିବା।
And I will camp against thee round about, and will lay siege against thee with watch-posts, and I will raise forts against thee.
4 ତହିଁରେ ତୁମ୍ଭେ ଅବନତ ହେବ ଓ ଭୂମିରୁ କଥା କହିବ ଓ ଧୂଳିରୁ ତୁମ୍ଭର କଥା କ୍ଷୀଣ ସ୍ୱରଯୁକ୍ତ ହେବ; ଆଉ, ଭୂତୁଡ଼ିଆର ନ୍ୟାୟ ତୁମ୍ଭର ରବ ଭୂମିରୁ ବାହାରିବ ଓ ଧୂଳିରୁ ତୁମ୍ଭ କଥାର ଫୁସ୍‍ ଫୁସ୍‍ ଶବ୍ଦ ଉଠିବ।
And thou shalt be brought low, thou shalt speak out of the ground, and thy speech shall come low out of the dust, and thy voice shall be as of one that hath a familiar spirit, out of the ground, and thy speech shall whisper out of the dust.
5 ମାତ୍ର ତୁମ୍ଭ ଶତ୍ରୁଗଣର ଲୋକସମୂହ ସୂକ୍ଷ୍ମ ଧୂଳିର ନ୍ୟାୟ ହେବ ଓ ଭୟଙ୍କରମାନଙ୍କର ଲୋକସମୂହ ଉଡ଼ିଯିବା ତୁଷ ପରି ହେବ; ଏକ ନିମିଷରେ ହଠାତ୍‍ ଏହା ଘଟିବ।
And the multitude of thine enemies shall be like small dust, and the multitude of the terrible ones as chaff that passeth away; and it shall be in an instant, suddenly.
6 ସୈନ୍ୟାଧିପତି ସଦାପ୍ରଭୁ ମେଘ ଗର୍ଜ୍ଜନ, ଭୂମିକମ୍ପ, ମହାଶବ୍ଦ, ଘୂର୍ଣ୍ଣିବାୟୁ, ଝଡ଼ ଓ ଗ୍ରାସକାରୀ ଅଗ୍ନିଶିଖା ସହିତ ତାହାର ତତ୍ତ୍ୱ ନେବେ।
Thou shalt be visited by Jehovah of hosts with thunder and with earthquake and great noise, with whirlwind and tempest, and the flame of devouring fire.
7 ପୁଣି, ସର୍ବଗୋଷ୍ଠୀୟ ଯେଉଁ ଲୋକସମୂହ ଅରୀୟେଲ ବିରୁଦ୍ଧରେ ଯୁଦ୍ଧ କରନ୍ତି, ଅର୍ଥାତ୍‍, ଯେଉଁମାନେ ତାହାର ଓ ତାହାର ଦୃଢ଼ ଦୁର୍ଗ ପ୍ରତିକୂଳରେ ଯୁଦ୍ଧ କରି ତାହାକୁ ସଙ୍କଟାପନ୍ନ କରନ୍ତି, ସେସମସ୍ତେ ସ୍ୱପ୍ନ ତୁଲ୍ୟ, ରାତ୍ରିକାଳୀନ ଦର୍ଶନ ତୁଲ୍ୟ ହେବେ।
And the multitude of all the nations that war against Ariel, even all that war against her and her fortifications, and that distress her, shall be as a dream of a night vision.
8 ଆଉ, ଯେପରି କ୍ଷୁଧିତ ଲୋକ ସ୍ୱପ୍ନରେ ଭୋଜନ କରୁଅଛି ବୋଲି ଦେଖେ, ମାତ୍ର ଜାଗ୍ରତ ହେଲେ, ତାହାର ପ୍ରାଣ ଶୂନ୍ୟ ଥାଏ; ଅବା ଯେପରି ତୃଷିତ ଲୋକ ଜଳ ପାନ କରୁଅଛି ବୋଲି ସ୍ୱପ୍ନରେ ଦେଖେ, ମାତ୍ର ଜାଗ୍ରତ ହେଲେ ଦେଖ, ସେ ଦୁର୍ବଳ ଥାଏ ଓ ତାହାର ପ୍ରାଣ ତୃଷିତ ଥାଏ, ସିୟୋନ ପର୍ବତର ପ୍ରତିକୂଳରେ ଯୁଦ୍ଧକାରୀ ସର୍ବଗୋଷ୍ଠୀୟ ଲୋକସମୂହ ସେହିପରି ହେବେ।
It shall even be as when the hungry dreameth, and, behold, he eateth; and he awaketh, and his soul is empty; or as when the thirsty dreameth, and, behold, he drinketh; and he awaketh, and, behold, he is faint, and his soul craveth: so shall the multitude of all the nations be that war against mount Zion.
9 ତୁମ୍ଭେମାନେ ସ୍ଥଗିତ ଓ ଚମତ୍କୃତ ହୁଅ; ଆମୋଦ କରି ଅନ୍ଧ ହୁଅ; ସେମାନେ ମତ୍ତ ଅଛନ୍ତି, ମାତ୍ର ଦ୍ରାକ୍ଷାରସରେ ନୁହେଁ; ସେମାନେ ଟଳଟଳ ହୁଅନ୍ତି, ମାତ୍ର ସୁରାପାନରେ ନୁହେଁ।
Be astounded and astonished, blind yourselves and be blind! They are drunken, but not with wine; they stagger, but not with strong drink.
10 କାରଣ ସଦାପ୍ରଭୁ ତୁମ୍ଭମାନଙ୍କ ଉପରେ ଘୋର ନିଦ୍ରାଜନକ ଆତ୍ମା ଢାଳିଅଛନ୍ତି ଓ ତୁମ୍ଭମାନଙ୍କର ଭବିଷ୍ୟଦ୍‍ବକ୍ତାଗଣରୂପ ଚକ୍ଷୁ ମୁଦ୍ରିତ କରିଅଛନ୍ତି ଓ ଦର୍ଶକଗଣ ସ୍ୱରୂପ ତୁମ୍ଭମାନଙ୍କର ମସ୍ତକ ସେ ଆଚ୍ଛାଦିତ କରିଅଛନ୍ତି।
For Jehovah hath poured out upon you a spirit of deep sleep, and hath closed your eyes; the prophets and your chiefs, the seers, hath he covered.
11 ପୁଣି, ଯାବତୀୟ ଦର୍ଶନ ତୁମ୍ଭମାନଙ୍କର ପ୍ରତି ମୁଦ୍ରାଙ୍କବଦ୍ଧ ପୁସ୍ତକର ବାକ୍ୟ ତୁଲ୍ୟ ହୋଇଅଛି, କେହି ଶିକ୍ଷିତ ଲୋକକୁ ତାହା ଦେଇ ଅନୁଗ୍ରହ କରି “ଏହା ପାଠ କର” କହିଲେ, ସେ କହେ, “ଏହା ମୁଦ୍ରାଙ୍କବଦ୍ଧ, ଏଣୁ ମୁଁ ପାଠ କରି ନ ପାରେ।”
And the whole vision is become unto you as the words of a book that is sealed, which they give to one that can read, saying, Read this, I pray thee; and he saith, I cannot, for it is sealed.
12 ଆଉ, ସେହି ପୁସ୍ତକ ଅଶିକ୍ଷିତ ଲୋକକୁ ଦେଇ, ଅନୁଗ୍ରହ କରି “ଏହା ପାଠ କର” କହିଲେ, ସେ କହେ, “ମୁଁ ଶିକ୍ଷିତ ଲୋକ ନୁହେଁ।”
And they give the book to him that cannot read, saying, Read this, I pray thee; and he saith, I cannot read.
13 ଆହୁରି, ପ୍ରଭୁ କହିଲେ, “ଏହି ଲୋକମାନେ ଆମ୍ଭର ନିକଟବର୍ତ୍ତୀ ହୁଅନ୍ତି ଓ ସେମାନେ ଆପଣା ଆପଣା ମୁଖରେ ଓ ଓଷ୍ଠାଧରରେ ଆମ୍ଭର ସମ୍ମାନ କରନ୍ତି, ମାତ୍ର ସେମାନେ ଆପଣା ଆପଣା ଅନ୍ତଃକରଣ ଆମ୍ଭଠାରୁ ଦୂରରେ ରଖିଅଛନ୍ତି ଓ ଆମ୍ଭ ବିଷୟକ ସେମାନଙ୍କର ଯେଉଁ ଭୟ, ତାହା ମନୁଷ୍ୟଠାରୁ ଶିକ୍ଷିତ ଆଜ୍ଞା ଅଟେ।
And the Lord saith, Forasmuch as this people draw near with their mouth, and honour me with their lips, but their heart is removed far from me, and their fear of me is a commandment taught of men;
14 ଏହେତୁ ଦେଖ, ଆମ୍ଭେ ଏହି ଲୋକମାନଙ୍କ ମଧ୍ୟରେ ଏକ ଅଦ୍ଭୁତ କର୍ମ, ଅର୍ଥାତ୍‍, ଅଦ୍ଭୁତ ଓ ଆଶ୍ଚର୍ଯ୍ୟକର୍ମ କରିବା, ପୁଣି, ସେମାନଙ୍କର ଜ୍ଞାନୀ ଲୋକମାନଙ୍କର ଜ୍ଞାନ ବିନଷ୍ଟ ହେବ ଓ ସେମାନଙ୍କର ବିବେକୀ ଲୋକମାନଙ୍କର ବୁଦ୍ଧି ଲୁଚାଯିବ।”
therefore, behold, I will proceed to do marvellously with this people, to do marvellously, even with wonder, and the wisdom of their wise [men] shall perish, and the understanding of their intelligent ones shall be hid.
15 ଯେଉଁମାନେ ସଦାପ୍ରଭୁଙ୍କଠାରୁ ଆପଣା ଆପଣା ମନ୍ତ୍ରଣା ଗୁପ୍ତ କରିବାକୁ ଅତିଶୟ ଚେଷ୍ଟା କରନ୍ତି, ସେମାନେ ସନ୍ତାପର ପାତ୍ର! ଆଉ, ସେମାନେ ଅନ୍ଧକାରରେ ଆପଣା ଆପଣା କର୍ମ କରି କହନ୍ତି, “ଆମ୍ଭମାନଙ୍କୁ କିଏ ଦେଖୁଅଛି? ଓ ଆମ୍ଭମାନଙ୍କୁ କିଏ ଚିହ୍ନୁଅଛି?”
Woe unto them that hide deep, far from Jehovah, their counsel! And their works are in the dark, and they say, Who seeth us? and who knoweth us?
16 ତୁମ୍ଭେମାନେ ବିଷୟକୁ ଓଲଟାଇ ପକାଉଅଛ! କୁମ୍ଭକାର କି ମାଟିର ତୁଲ୍ୟ ଗଣ୍ୟ ହେବ; “ଏ ବ୍ୟକ୍ତି ଆମ୍ଭକୁ ନିର୍ମାଣ କରି ନାହିଁ,” ନିର୍ମିତ ବସ୍ତୁ କି ନିର୍ମାଣକର୍ତ୍ତା ବିଷୟରେ ଏହା କହିବ? କିମ୍ବା “ତାହାର କିଛି ବୁଦ୍ଧି ନାହିଁ, ଗଢ଼ା ବସ୍ତୁ କି ଗଢ଼ିବା ବ୍ୟକ୍ତି ବିଷୟରେ ଏହା କହିବ?”
[Oh] your perverseness! — Shall the potter be esteemed as the clay, so that the work should say of him that made it, He made me not; or the thing formed say of him that formed it, He hath no understanding?
17 ଅତି ଅଳ୍ପ କାଳ ଉତ୍ତାରେ ଲିବାନୋନ କି ଫଳବାନ କ୍ଷେତ୍ରରେ ପରିଣତ ହେବ ନାହିଁ ଓ ଫଳବାନ କ୍ଷେତ୍ର କି ଅରଣ୍ୟ ବୋଲି ଗଣ୍ୟ ହେବ ନାହିଁ?
Is it not yet a very little while, and Lebanon shall be turned into a fruitful field, and the fruitful field shall be esteemed as a forest?
18 ପୁଣି, ସେହି ଦିନରେ ବଧିର ପୁସ୍ତକର ବାକ୍ୟ ଶୁଣିବ, ପୁଣି, ତିମିର ଓ ଅନ୍ଧକାର ମଧ୍ୟରୁ ଅନ୍ଧର ଚକ୍ଷୁ ଦେଖିବ।
And in that day shall the deaf hear the words of the book, and, out of obscurity and out of darkness, the eyes of the blind shall see;
19 ମଧ୍ୟ ନମ୍ର ଲୋକମାନେ ସଦାପ୍ରଭୁଙ୍କଠାରେ ଆପଣା ଆପଣା ଆନନ୍ଦ ବଢ଼ାଇବେ ଓ ମନୁଷ୍ୟମାନଙ୍କ ମଧ୍ୟରେ ଦରିଦ୍ରମାନେ ଇସ୍ରାଏଲର ଧର୍ମସ୍ୱରୂପଙ୍କଠାରେ ଉଲ୍ଲାସ କରିବେ।
and the meek shall increase their joy in Jehovah, and the needy among men shall rejoice in the Holy One of Israel.
20 କାରଣ ଭୟଙ୍କର ଲୋକ ଅକିଞ୍ଚନା ହୋଇଅଛି, ନିନ୍ଦକ ନିବୃତ୍ତ ହେଉଅଛି ଓ ଯେଉଁମାନେ ଅଧର୍ମ ପାଇଁ ଜଗି ରହନ୍ତି, ସେସମସ୍ତେ ଉଚ୍ଛିନ୍ନ ହୋଇଅଛନ୍ତି;
For the terrible one shall come to nought, and the scorner shall be no more, and all that watch for iniquity shall be cut off,
21 ସେମାନେ କଥାରେ ମନୁଷ୍ୟକୁ ଦୋଷୀ କରନ୍ତି ଓ ନଗର-ଦ୍ୱାରରେ ଦୋଷବକ୍ତା ନିମନ୍ତେ ଫାନ୍ଦ ପାତନ୍ତି ଓ ଅକାରଣରେ ଧାର୍ମିକ ପ୍ରତି ଅନ୍ୟାୟ କରନ୍ତି।
that make a man an offender for a word, and lay a snare for him that reproveth in the gate, and pervert [the judgment of] the righteous by futility.
22 ଏହେତୁ ଅବ୍ରହାମର ମୁକ୍ତିକର୍ତ୍ତା ସଦାପ୍ରଭୁ ଯାକୁବ ବଂଶ ବିଷୟରେ ଏହିପରି କହନ୍ତି; “ଯାକୁବ ଏବେ ଲଜ୍ଜିତ ହେବ ନାହିଁ, କିଅବା ତାହାର ମୁଖ ମଳିନ ହେବ ନାହିଁ।
Therefore thus saith Jehovah who redeemed Abraham, concerning the house of Jacob: Jacob shall not now be ashamed, neither shall his face now be pale;
23 ମାତ୍ର ଯେତେବେଳେ ସେ ଆମ୍ଭର ହସ୍ତକୃତ କର୍ମ ସ୍ୱରୂପ ତାହାର ସନ୍ତାନଗଣକୁ ଆପଣା ମଧ୍ୟରେ ଦେଖିବ, ସେତେବେଳେ ସେମାନେ ଆମ୍ଭ ନାମକୁ ପବିତ୍ର କରି ମାନିବେ; ହଁ, ସେମାନେ ଯାକୁବର ଧର୍ମସ୍ୱରୂପଙ୍କୁ ପବିତ୍ର ବୋଲି ମାନିବେ ଓ ଇସ୍ରାଏଲର ପରମେଶ୍ୱରଙ୍କୁ ସମ୍ଭ୍ରମ କରିବେ।
for when he seeth his children, the work of my hands, in the midst of him, they shall hallow my name, and hallow the Holy One of Jacob, and shall fear the God of Israel.
24 ଯେଉଁମାନେ ଭ୍ରାନ୍ତମନା, ସେମାନେ ମଧ୍ୟ ବୁଦ୍ଧି ପ୍ରାପ୍ତ ହେବେ ଓ ବଚସାକାରୀମାନେ ତତ୍ତ୍ୱ-କଥା ଶିଖିବେ।”
And they that are of erring spirit shall know understanding, and the disobedient shall learn doctrine.

< ଯିଶାଇୟ 29 >