< ଯିଶାଇୟ 23 >
1 ସୋର ବିଷୟକ ଭାବବାଣୀ। ହେ ତର୍ଶୀଶର ଜାହାଜସକଳ, ତୁମ୍ଭେମାନେ ହାହାକାର କର; କାରଣ ତାହା ଏପରି ଉଚ୍ଛିନ୍ନ ହେଲା ଯେ, ତହିଁ ମଧ୍ୟରେ କୌଣସି ଗୃହ ନାହିଁ, କିମ୍ବା ପ୍ରବେଶିବାର ପଥ ନାହିଁ; କିତ୍ତୀମ ଦେଶରୁ ଏହା ସେମାନଙ୍କ ପ୍ରତି ପ୍ରକାଶିତ ହେଲା।
τὸ ὅραμα Τύρου ὀλολύζετε πλοῖα Καρχηδόνος ὅτι ἀπώλετο καὶ οὐκέτι ἔρχονται ἐκ γῆς Κιτιαίων ἦκται αἰχμάλωτος
2 ହେ ଦ୍ୱୀପନିବାସୀମାନେ, ତୁମ୍ଭେମାନେ ନୀରବ ହୁଅ; ସମୁଦ୍ର ପାରଗାମୀ ସୀଦୋନୀୟ ବଣିକମାନେ ତୁମ୍ଭ (ଦେଶ)କୁ ପରିପୂର୍ଣ୍ଣ କଲେ।
τίνι ὅμοιοι γεγόνασιν οἱ ἐνοικοῦντες ἐν τῇ νήσῳ μεταβόλοι Φοινίκης διαπερῶντες τὴν θάλασσαν
3 ପୁଣି, ମହାଜଳରାଶିରେ ଷୀୟୋରର ବୀଜ ଓ ନୀଳ ନଦୀର ଶସ୍ୟ ତାହାର ଆୟ ଥିଲା; ପୁଣି, ତାହା ନାନା ଦେଶୀୟମାନଙ୍କର ଗଞ୍ଜ ସ୍ୱରୂପ ଥିଲା।
ἐν ὕδατι πολλῷ σπέρμα μεταβόλων ὡς ἀμητοῦ εἰσφερομένου οἱ μεταβόλοι τῶν ἐθνῶν
4 ହେ ସୀଦୋନ, ତୁମ୍ଭେ ଲଜ୍ଜିତ ହୁଅ, କାରଣ ସାଗର, ସାଗରର ଦୃଢ଼ ଦୁର୍ଗ ଏହି କଥା କହିଅଛି, “ଆମ୍ଭେ ପ୍ରସବବେଦନା ଭୋଗି ନାହୁଁ, ପ୍ରସବ କରି ନାହୁଁ କିଅବା ଯୁବକଗଣର ପ୍ରତିପାଳନ କରି ନାହୁଁ, କିମ୍ବା ଯୁବତୀଗଣର ଭରଣପୋଷଣ କରି ନାହୁଁ।”
αἰσχύνθητι Σιδών εἶπεν ἡ θάλασσα ἡ δὲ ἰσχὺς τῆς θαλάσσης εἶπεν οὐκ ὤδινον οὐδὲ ἔτεκον οὐδὲ ἐξέθρεψα νεανίσκους οὐδὲ ὕψωσα παρθένους
5 ଏହି ସମ୍ବାଦ ମିସରରେ ଉପସ୍ଥିତ ହେଲେ, ଲୋକମାନେ ସୋର ବିଷୟକ ସମ୍ବାଦରେ ଅତ୍ୟନ୍ତ ବ୍ୟଥିତ ହେବେ।
ὅταν δὲ ἀκουστὸν γένηται Αἰγύπτῳ λήμψεται αὐτοὺς ὀδύνη περὶ Τύρου
6 ତୁମ୍ଭେମାନେ ପାର ହୋଇ ତର୍ଶୀଶକୁ ଯାଅ; ହେ ଦ୍ୱୀପନିବାସୀମାନେ, ହାହାକାର କର।
ἀπέλθατε εἰς Καρχηδόνα ὀλολύξατε οἱ ἐνοικοῦντες ἐν τῇ νήσῳ ταύτῃ
7 ଏହି କି ତୁମ୍ଭମାନଙ୍କର ଉଲ୍ଲାସକାରିଣୀ ନଗରୀ? ଏହା ପ୍ରାଚୀନ କାଳରେ ହେଁ ପ୍ରାଚୀନ ଥିଲା; ଏହାର ଚରଣ ଦୂର ଦେଶରେ ପ୍ରବେଶ କରିବା ପାଇଁ ଏହାକୁ ନେଇଗଲା।
οὐχ αὕτη ἦν ὑμῶν ἡ ὕβρις ἡ ἀπ’ ἀρχῆς πρὶν ἢ παραδοθῆναι αὐτήν
8 ମୁକୁଟ ବିତରଣକାରିଣୀ ସୋରର ବଣିକମାନେ ରାଜ ତୁଲ୍ୟ, ତାହାର ମହାଜନମାନେ ପୃଥିବୀର ସମ୍ଭ୍ରାନ୍ତ ଲୋକ; ତାହାର ବିପରୀତରେ ଏହି ମନ୍ତ୍ରଣା କିଏ କରିଅଛି?
τίς ταῦτα ἐβούλευσεν ἐπὶ Τύρον μὴ ἥσσων ἐστὶν ἢ οὐκ ἰσχύει οἱ ἔμποροι αὐτῆς ἔνδοξοι ἄρχοντες τῆς γῆς
9 ସୈନ୍ୟାଧିପତି ସଦାପ୍ରଭୁ ତାହାର ଭୂଷଣର ଅହଙ୍କାର ଅଶୁଚି କରିବା ଓ ପୃଥିବୀର ସମ୍ଭ୍ରାନ୍ତ ଲୋକ ସମସ୍ତଙ୍କୁ ତୁଚ୍ଛନୀୟ କରିବା ନିମନ୍ତେ ଏହି ମନ୍ତ୍ରଣା କରିଅଛନ୍ତି।
κύριος σαβαωθ ἐβουλεύσατο παραλῦσαι πᾶσαν τὴν ὕβριν τῶν ἐνδόξων καὶ ἀτιμάσαι πᾶν ἔνδοξον ἐπὶ τῆς γῆς
10 ଆଗୋ ତର୍ଶୀଶର କନ୍ୟେ, ତୁମ୍ଭେ ନୀଳ ନଦୀ ତୁଲ୍ୟ ଆପଣା ଦେଶ ମଧ୍ୟଦେଇ ଯାଅ, ତୁମ୍ଭର କଟିବନ୍ଧନ ଆଉ ନାହିଁ।
ἐργάζου τὴν γῆν σου καὶ γὰρ πλοῖα οὐκέτι ἔρχεται ἐκ Καρχηδόνος
11 ସେ ସମୁଦ୍ର ଉପରେ ଆପଣା ହସ୍ତ ବିସ୍ତାର କରିଅଛନ୍ତି, ସେ ରାଜ୍ୟସକଳକୁ ହଲାଇ ଅଛନ୍ତି; ସଦାପ୍ରଭୁ କିଣାନର ଦୃଢ଼ ଦୁର୍ଗସବୁ ଉଚ୍ଛିନ୍ନ କରିବା ନିମନ୍ତେ ତାହାର ପ୍ରତିକୂଳରେ ଆଜ୍ଞା କରିଅଛନ୍ତି।
ἡ δὲ χείρ σου οὐκέτι ἰσχύει κατὰ θάλασσαν ἡ παροξύνουσα βασιλεῖς κύριος σαβαωθ ἐνετείλατο περὶ Χανααν ἀπολέσαι αὐτῆς τὴν ἰσχύν
12 ପୁଣି, ସେ କହିଲେ, “ଆଗୋ ସୀଦୋନର ଉପଦ୍ରୁତେ, ଅନୂଢ଼େ କନ୍ୟେ, ତୁମ୍ଭେ ଆଉ ଉଲ୍ଲାସ କରିବ ନାହିଁ, ଉଠ, ପାର ହୋଇ କିତ୍ତୀମକୁ ଯାଅ; ସେଠାରେ ସୁଦ୍ଧା ତୁମ୍ଭେ କିଛି ବିଶ୍ରାମ ପାଇବ ନାହିଁ।”
καὶ ἐροῦσιν οὐκέτι μὴ προσθῆτε τοῦ ὑβρίζειν καὶ ἀδικεῖν τὴν θυγατέρα Σιδῶνος καὶ ἐὰν ἀπέλθῃς εἰς Κιτιεῖς οὐδὲ ἐκεῖ σοι ἀνάπαυσις ἔσται
13 କଲ୍ଦୀୟମାନଙ୍କର ଦେଶକୁ ଦେଖ; ଏହି ଲୋକେ ଆଉ ନାହାନ୍ତି; ବନ୍ୟ ଜନ୍ତୁଗଣ ନିମନ୍ତେ ଅଶୂରୀୟ ତାହା ନିରୂପଣ କରିଅଛି; ସେମାନେ ଦୁର୍ଗ କରି ତାହାର ଅଟ୍ଟାଳିକାସକଳ ଉତ୍ପାଟନ କଲେ; ସେ ତାହା କାନ୍ଥଡ଼ାର ଢ଼ିପି କଲା।
καὶ εἰς γῆν Χαλδαίων καὶ αὕτη ἠρήμωται ἀπὸ τῶν Ἀσσυρίων οὐδὲ ἐκεῖ σοι ἀνάπαυσις ἔσται ὅτι ὁ τοῖχος αὐτῆς πέπτωκεν
14 ହେ ତର୍ଶୀଶର ଜାହାଜସମୂହ, ହାହାକାର କର, କାରଣ ତୁମ୍ଭମାନଙ୍କର ଦୃଢ଼ ଦୁର୍ଗ ଉଚ୍ଛିନ୍ନ ହେଲା।
ὀλολύζετε πλοῖα Καρχηδόνος ὅτι ἀπώλετο τὸ ὀχύρωμα ὑμῶν
15 ସେହି ଦିନ ଏପରି ଘଟିବ ଯେ, ଏକ ରାଜାର ଅଧିକାରର ସମୟ ପ୍ରମାଣେ ସୋର ସତୁରି ବର୍ଷ ପର୍ଯ୍ୟନ୍ତ ବିସ୍ମୃତ ହେବ; ସତୁରି ବର୍ଷ ଶେଷ ହେଲା ଉତ୍ତାରେ ବେଶ୍ୟାର ଗୀତ ଅନୁଯାୟୀ ସୋର ପ୍ରତି ଘଟିବ।
καὶ ἔσται ἐν τῇ ἡμέρᾳ ἐκείνῃ καταλειφθήσεται Τύρος ἔτη ἑβδομήκοντα ὡς χρόνος βασιλέως ὡς χρόνος ἀνθρώπου καὶ ἔσται μετὰ ἑβδομήκοντα ἔτη ἔσται Τύρος ὡς ᾆσμα πόρνης
16 ହେ ବିସ୍ମୃତ ବେଶ୍ୟେ, ବୀଣା ନେଇ ନଗର ଭ୍ରମଣ କର; ତୁମ୍ଭେ ଯେପରି ସ୍ମୃତିପଥରେ ଆସିବ, ଏଥିପାଇଁ ମଧୁର ତାଳରେ ବଜାଅ, ଅନେକ ଗୀତ ଗାଅ।
λαβὲ κιθάραν ῥέμβευσον πόλεις πόρνη ἐπιλελησμένη καλῶς κιθάρισον πολλὰ ᾆσον ἵνα σου μνεία γένηται
17 ଆହୁରି, ସତୁରି ବର୍ଷ ସମାପ୍ତ ହେଲା ଉତ୍ତାରେ ସଦାପ୍ରଭୁ ସୋରର ତତ୍ତ୍ୱ ଅନୁସନ୍ଧାନ କରିବେ, ତହୁଁ ସେ ଆପଣା ଭଡ଼ାଟୀୟା ବୃତ୍ତିକୁ ଫେରିବ, ପୁଣି, ଭୂମଣ୍ଡଳରେ ସର୍ବତ୍ର ପୃଥିବୀସ୍ଥ ସକଳ ରାଜ୍ୟ ସଙ୍ଗେ ବେଶ୍ୟାବୃତ୍ତି କରିବ।
καὶ ἔσται μετὰ ἑβδομήκοντα ἔτη ἐπισκοπὴν ποιήσει ὁ θεὸς Τύρου καὶ πάλιν ἀποκατασταθήσεται εἰς τὸ ἀρχαῖον καὶ ἔσται ἐμπόριον πάσαις ταῖς βασιλείαις τῆς οἰκουμένης
18 ଆଉ, ତାହାର ବାଣିଜ୍ୟ ଓ ଭଡ଼ା ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପବିତ୍ର ହେବ; ତାହା ଭଣ୍ଡାରରେ ରଖାଯିବ ନାହିଁ କି ସଞ୍ଚୟ କରାଯିବ ନାହିଁ; କାରଣ ଯେଉଁମାନେ ସଦାପ୍ରଭୁଙ୍କ ସମ୍ମୁଖରେ ବାସ କରନ୍ତି, ସେମାନଙ୍କର ଯଥେଷ୍ଟ ଭକ୍ଷ୍ୟ ଓ ଚିରସ୍ଥାୟୀ ବସ୍ତ୍ର ନିମନ୍ତେ ତାହାର ବାଣିଜ୍ୟ ହେବ।
καὶ ἔσται αὐτῆς ἡ ἐμπορία καὶ ὁ μισθὸς ἅγιον τῷ κυρίῳ οὐκ αὐτοῖς συναχθήσεται ἀλλὰ τοῖς κατοικοῦσιν ἔναντι κυρίου πᾶσα ἡ ἐμπορία αὐτῆς φαγεῖν καὶ πιεῖν καὶ ἐμπλησθῆναι εἰς συμβολὴν μνημόσυνον ἔναντι κυρίου