< ଯିଶାଇୟ 21 >

1 ସାଗର ସମୀପସ୍ଥ ପ୍ରାନ୍ତର ବିଷୟକ ଭାବବାଣୀ। ତାହା ଦକ୍ଷିଣ ଦିଗରେ ଅତି ବେଗରେ ଅଗ୍ରସର ଘୂର୍ଣ୍ଣିବାୟୁ ତୁଲ୍ୟ ପ୍ରାନ୍ତରରୁ, ଏକ ଭୟଙ୍କର ଦେଶରୁ ଆସୁଅଛି।
Ọ̀rọ̀-ìmọ̀ tí ó kan aginjù lẹ́bàá Òkun. Gẹ́gẹ́ bí ìjì líle ti í jà kọjá ní gúúsù, akógunjàlú kan wá láti aginjù, láti ilẹ̀ ìpayà.
2 ଏକ ଦୁଃଖଦାୟକ ଦର୍ଶନ ଆମ୍ଭ ପ୍ରତି ପ୍ରକାଶିତ ହୋଇଅଛି; ବିଶ୍ୱାସଘାତକ ବିଶ୍ୱାସଘାତକତା କରୁଅଛି ଓ ଲୁଟିତକାରୀ ଲୁଟୁଅଛି। ହେ ଏଲମ୍‍, ଉପରକୁ ଯାଅ; ହେ ମାଦୀୟେ, ଅବରୋଧ କର; ମୁଁ ତହିଁର ହାହାକାର ଧ୍ୱନିସବୁ ନିବୃତ୍ତ କରିଅଛି।
Ìran tí a ń fojú ṣọ́nà fún ni a ti fihàn mí ọlọ̀tẹ̀ ti tu àṣírí, fọ́lé fọ́lé ti kẹ́rù. Elamu kojú ìjà! Media ti tẹ̀gùn! Èmi yóò mú gbogbo ìpayínkeke dópin, ni ó búra.
3 ଏନିମନ୍ତେ ମୋହର କଟିଦେଶ ଯନ୍ତ୍ରଣାରେ ପରିପୂର୍ଣ୍ଣ ହୋଇଅଛି; ପ୍ରସବକାରିଣୀର ବେଦନା ତୁଲ୍ୟ ବେଦନା ମୋତେ ଆକ୍ରାନ୍ତ କରିଅଛି; ମୁଁ ଏପରି ବ୍ୟଥିତ ଯେ, ମୁଁ ଶୁଣି ପାରୁ ନାହିଁ; ମୁଁ ଏପରି ବିହ୍ୱଳ ଯେ, ମୁଁ ଦେଖି ପାରୁ ନାହିଁ।
Pẹ̀lú èyí, ìrora mu mi lára gírígírí, ìrora gbá mi mú, gẹ́gẹ́ bí i ti obìnrin tí ń rọbí, mo ta gbọ̀nọ́ngbọ̀nọ́n nítorí ohun tí mo gbọ́, ọkàn mi pòruurù nípa ohun tí mo rí.
4 ମୋହର ହୃଦୟ ଧକାଉ ଅଛି, ମହାତ୍ରାସ ମୋତେ ଭୀତ କରାଉଅଛି; ଯେଉଁ ସନ୍ଧ୍ୟାକାଳ ମୁଁ ବାଞ୍ଛା କଲି, ତାହା ମୋʼ ପ୍ରତି ଥରହରର କାରଣ ହୋଇଅଛି।
Ọkàn mí dàrú, ẹ̀rù mú jìnnìjìnnì bá mi, ìmọ́lẹ̀ tí mo ti ń fẹ́ ẹ́ rí ti wá di ìpayà fún mi.
5 ସେମାନେ ମେଜ ସଜାନ୍ତି, ସେମାନେ ପ୍ରହରୀ ନିଯୁକ୍ତ କରନ୍ତି, ସେମାନେ ଭୋଜନ କରନ୍ତି, ସେମାନେ ପାନ କରନ୍ତି; ହେ ଅଧିପତିମାନେ, ଉଠ, ଢାଲ ତୈଳାକ୍ତ କର।
Wọ́n tẹ́ tábìlì, wọ́n tẹ́ ẹní àtẹ́ẹ̀ká, wọ́n jẹ, wọ́n mu! Dìde nílẹ̀, ẹ̀yin ọmọ-aládé, ẹ fi òróró kún asà yín!
6 କାରଣ, ପ୍ରଭୁ ମୋତେ ଏହି କଥା କହିଅଛନ୍ତି, “ଯାଅ, ଏକ ଜଣ ପ୍ରହରୀ ନିଯୁକ୍ତ କର; ସେ ଯାହା ଦେଖେ, ତାହା ପ୍ରକାଶ କରୁ;
Èyí ni ohun tí Olúwa sọ fún mi: “Lọ, kí o bojúwòde kí o sì wá sọ ohun tí ó rí.
7 ପୁଣି, ସେ ଯେତେବେଳେ ଏକ ଦଳ ସୈନ୍ୟ, ଦୁଇ ଦୁଇ ଅଶ୍ୱାରୋହୀ, ଏକ ଦଳ ଗର୍ଦ୍ଦଭାରୋହୀ ଓ ଏକ ଦଳ ଉଷ୍ଟ୍ରାରୋହୀ ଦେଖିବ, ସେତେବେଳେ ସେ ମନୋଯୋଗ-ପୂର୍ବକ ଅତି ଯତ୍ନରେ କର୍ଣ୍ଣପାତ କରିବ।”
Nígbà tí ó bá rí àwọn kẹ̀kẹ́ ogun àti àkójọpọ̀ àwọn ẹṣin, àwọn tó ń gun kẹ́tẹ́kẹ́tẹ́ tàbí àwọn tí ó gun ìbákasẹ, jẹ́ kí ó múra sílẹ̀, àní ìmúra gidigidi.”
8 ତହିଁରେ ସେ ସିଂହ ତୁଲ୍ୟ ଉଚ୍ଚ ଶବ୍ଦ କରି କହିଲା, “ହେ ପ୍ରଭୁ, ମୁଁ ଦିନ ବେଳେ ନିରନ୍ତର ପ୍ରହରୀ-ଦୁର୍ଗରେ ଠିଆ ହୋଇଥାଏ ଓ କେତେକ ରାତ୍ରି ହେଲା ମୁଁ ଆପଣା ପହରା ସ୍ଥାନରେ ଅବସ୍ଥାପିତ ହୋଇଅଛି,
Òun sì kígbe pé, kìnnìún kan, “Láti ọjọ́ dé ọjọ́, olúwa mi, mo dúró lórí ilé ìṣọ́ ní ọ̀sán, a sì fi mí ìṣọ́ mi ní gbogbo òru.
9 ଆଉ, ଦେଖ, ଏଠି ଏକ ଦଳ ଲୋକ ଦୁଇ ଦୁଇ ଅଶ୍ୱାରୋହୀ ହୋଇ ଆସୁଅଛନ୍ତି।” ଆହୁରି, ସେ ପ୍ରତ୍ୟୁତ୍ତର କରି କହିଲା, “ବାବିଲ ପଡ଼ିଲା; ପଡ଼ିଲା ଓ ତାହାର ଖୋଦିତ ପ୍ରତିମାସବୁ ଭାଙ୍ଗି ଭୂମିସାତ୍‍ ହେଲା।”
Wò ó, ọkùnrin kan ni ó ń bọ̀ wá yìí nínú kẹ̀kẹ́ ogun àti àkójọpọ̀ àwọn ẹṣin. Ó sì mú ìdáhùn padà wá: ‘Babeli ti ṣubú, ó ti ṣubú! Gbogbo àwọn ère òrìṣà rẹ̀ ló fọ́nká sórí ilẹ̀!’”
10 ହେ ମୋହର ମର୍ଦ୍ଦିତ ଓ ମୋʼ ଖମାରର ଶସ୍ୟ, ମୁଁ ଇସ୍ରାଏଲର ପରମେଶ୍ୱର ସୈନ୍ୟାଧିପତି ସଦାପ୍ରଭୁଙ୍କଠାରୁ ଯାହା ଶୁଣିଅଛି, ତାହା ତୁମ୍ଭମାନଙ୍କୁ ଜଣାଇଲି।
Ẹ̀yin ènìyàn mi, tí a gún mọ́lẹ̀ ní ilẹ̀ ìpakà, mo sọ ohun tí mo ti gbọ́ láti ọ̀dọ̀ Olúwa àwọn ọmọ-ogun, láti ọ̀dọ̀ Ọlọ́run Israẹli.
11 ଦୂମା ବିଷୟକ ଭାବବାଣୀ। ଜଣେ ସେୟୀରଠାରୁ ମୋତେ ଡାକି କହୁଅଛି, “ପ୍ରହରୀ, କେତେ ରାତ୍ର ହେଲା? ପ୍ରହରୀ, କେତେ ରାତ୍ର ହେଲା?”
Ọ̀rọ̀-ìmọ̀ tí ó kan Dumahi. Ẹnìkan ké sí mi láti Seiri wá, “Alóre, kí ló kù nínú òru náà?”
12 ପ୍ରହରୀ କହିଲା, “ପ୍ରଭାତ ଆସୁଅଛି ଓ ରାତ୍ରି ହିଁ ଆସୁଅଛି; ତୁମ୍ଭେମାନେ ଯଦି ପଚାରିବ, ପଚାର; ତୁମ୍ଭେମାନେ ଫେର, ଆସ।”
Alóre náà dáhùn wí pé, “Òwúrọ̀ súnmọ́ tòsí, àti òru náà pẹ̀lú. Bí ìwọ yóò bá béèrè, béèrè; kí o sì tún padà wá.”
13 ଆରବ ବିଷୟକ ଭାବବାଣୀ। ହେ ଦଦାନୀୟ ପଥିକ ଦଳ, ତୁମ୍ଭେମାନେ ଆରବର ବନ ମଧ୍ୟରେ ରାତ୍ରି ଯାପନ କରିବ।
Ọ̀rọ̀-ìmọ̀ tí ó kan Arabia. Ẹ̀yin ẹgbẹ́ èrò ti Dedani, tí ó pàgọ́ sínú igbó Arabia,
14 ଯେଉଁ ଜନ ତୃଷିତ ଥିଲା, ସେମାନେ ତାହା ନିକଟକୁ ଜଳ ଆଣିଲେ; ତେମା ଦେଶବାସୀମାନେ ଭକ୍ଷ୍ୟ ନେଇ ପଳାତକମାନଙ୍କ ସଙ୍ଗେ ସାକ୍ଷାତ କଲେ।
gbé omi wá fún àwọn tí òǹgbẹ ń gbẹ; ẹ̀yin tí ó ń gbé Tema, gbé oúnjẹ wá fún àwọn ìsáǹsá.
15 କାରଣ ସେମାନେ ଖଡ୍ଗରୁ, ନିଷ୍କୋଷ ଖଡ୍ଗରୁ, ଗୁଣଦିଆ ଧନୁରୁ ଓ କ୍ଲେଶଜନକ ଯୁଦ୍ଧରୁ ପଳାଇଲେ।
Wọ́n sá kúrò lọ́wọ́ idà, kúrò lọ́wọ́ idà tí a fàyọ, kúrò lọ́wọ́ ọrun tí a fàyọ àti kúrò nínú ìgbóná ogun.
16 ଯେହେତୁ ସଦାପ୍ରଭୁ ମୋତେ କହିଅଛନ୍ତି, “ବେତନଜୀବୀର ବର୍ଷ ପ୍ରମାଣେ ଏକ ବର୍ଷ ମଧ୍ୟରେ କେଦାରର ସକଳ ପ୍ରତାପ ଲୁପ୍ତ ହେବ;
Èyí ni ohun tí Olúwa sọ fún mi: “Láàrín ọdún kan, gẹ́gẹ́ bí ìwọ̀fà tí ó wà lábẹ́ ọgbà, í ti í kà á, gbogbo ògo ìlú Kedari yóò wá sí òpin.
17 ଆଉ, କେଦାର ବଂଶୀୟ ବୀରଗଣ ମଧ୍ୟରେ ଅଳ୍ପସଂଖ୍ୟକ ଧନୁର୍ଦ୍ଧାରୀ ଅବଶିଷ୍ଟ ରହିବେ କାରଣ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହା କହିଅଛନ୍ତି।”
Àwọn tafàtafà tí ó sálà, àwọn jagunjagun ìlú Kedari kò ní tó nǹkan.” Olúwa, Ọlọ́run Israẹli ni ó ti sọ̀rọ̀.

< ଯିଶାଇୟ 21 >