< ଯିଶାଇୟ 2 >

1 ଆମୋସର ପୁତ୍ର ଯିଶାଇୟ, ଯିହୁଦା ଓ ଯିରୂଶାଲମ ବିଷୟରେ ଯେଉଁ ଦର୍ଶନ ପାଇଲେ, ତହିଁର ବୃତ୍ତାନ୍ତ।
Èyí ni ohun tí Isaiah ọmọ Amosi rí nípa Juda àti Jerusalẹmu.
2 ଶେଷ କାଳରେ ଏରୂପ ଘଟିବ, ସଦାପ୍ରଭୁଙ୍କ ଗୃହର ପର୍ବତ, ପର୍ବତଗଣର ଶିଖର ଉପରେ ସ୍ଥାପିତ ହେବ ଓ ଉପପର୍ବତଗଣ ଅପେକ୍ଷା ଉଚ୍ଚୀକୃତ ହେବ; ଆଉ, ସମୁଦାୟ ଗୋଷ୍ଠୀ ସ୍ରୋତ ପରି ତହିଁ ମଧ୍ୟକୁ ବହି ଆସିବେ।
Ní ìgbẹ̀yìn ọjọ́ òkè tẹmpili Olúwa ni a ó fi ìdí rẹ̀ kalẹ̀ gẹ́gẹ́ bí olú nínú àwọn òkè, a ó sì gbé e ga ju àwọn òkè kéékèèké lọ, gbogbo orílẹ̀-èdè yóò sì máa sàn sínú un rẹ̀.
3 ପୁଣି, ଅନେକ ଗୋଷ୍ଠୀ ଯାଉ ଯାଉ କହିବେ, “ତୁମ୍ଭେମାନେ ଆସ, ଆମ୍ଭେମାନେ ସଦାପ୍ରଭୁଙ୍କ ପର୍ବତକୁ, ଯାକୁବର ପରମେଶ୍ୱରଙ୍କ ଗୃହକୁ ଯାଉ; ତହିଁରେ ସେ ଆପଣା ପଥ ବିଷୟ ଆମ୍ଭମାନଙ୍କୁ ଶିକ୍ଷା ଦେବେ ଓ ଆମ୍ଭେମାନେ ତାହାଙ୍କ ମାର୍ଗରେ ଗମନ କରିବା।” କାରଣ ସିୟୋନଠାରୁ ବ୍ୟବସ୍ଥା ଓ ଯିରୂଶାଲମଠାରୁ ସଦାପ୍ରଭୁଙ୍କର ବାକ୍ୟ ନିର୍ଗତ ହେବ।
Ọ̀pọ̀lọpọ̀ ènìyàn ni yóò wá, wọn yóò sì wí pé, “Ẹ wá, ẹ jẹ́ kí á gòkè ńlá Olúwa, àti sí ilé Ọlọ́run Jakọbu. Òun yóò kọ́ wa ní ọ̀nà rẹ̀, kí àwa kí ó lè rìn ní ọ̀nà rẹ̀.” Òfin yóò jáde láti Sioni wá, àti ọ̀rọ̀ Olúwa láti Jerusalẹmu.
4 ପୁଣି, ସେ ଦେଶୀୟମାନଙ୍କ ମଧ୍ୟରେ ବିଚାର କରିବେ ଓ ଅନେକ ଗୋଷ୍ଠୀ ସମ୍ବନ୍ଧରେ ନିଷ୍ପତ୍ତି କରିବେ; ତହିଁରେ ସେମାନେ ଆପଣା ଖଡ୍ଗ ଭାଙ୍ଗି ଲଙ୍ଗଳର ଫାଳ କରିବେ ଓ ଆପଣା ଆପଣା ବର୍ଚ୍ଛା ଭାଙ୍ଗି ଦାଆ ନିର୍ମାଣ କରିବେ; ଏକ ଦେଶୀୟ ଲୋକେ ଅନ୍ୟ ଦେଶୀୟ ଲୋକଙ୍କ ବିରୁଦ୍ଧରେ ଖଡ୍ଗ ଉଠାଇବେ ନାହିଁ, କିଅବା ସେମାନେ ଆଉ ଯୁଦ୍ଧ ଶିଖିବେ ନାହିଁ।
Òun ó ṣe ìdájọ́ láàrín àwọn orílẹ̀-èdè, yóò sì parí aáwọ̀ fún ọ̀pọ̀lọpọ̀ àwọn ènìyàn. Wọn yóò fi idà wọn rọ ọkọ́ ìtulẹ̀, wọn yóò sì fi ọ̀kọ̀ wọn rọ dòjé. Orílẹ̀-èdè kì yóò sì gbé idà sí orílẹ̀-èdè mọ́, bẹ́ẹ̀ ní wọn kì yóò kọ́ ogun jíjà mọ́.
5 ହେ ଯାକୁବ ବଂଶ, ଆସ, ଆମ୍ଭେମାନେ ସଦାପ୍ରଭୁଙ୍କ ଦୀପ୍ତିରେ ଗମନ କରୁ।
Wá, ẹ̀yìn ará ilé e Jakọbu, ẹ jẹ́ kí a rìn nínú ìmọ́lẹ̀ Olúwa.
6 କାରଣ ତୁମ୍ଭେ ଆପଣା ଲୋକ ଯାକୁବ ବଂଶକୁ ପରିତ୍ୟାଗ କରିଅଛ, ଯେହେତୁ ସେମାନେ ପୂର୍ବଦେଶୀୟ ଆଚାରରେ ପରିପୂର୍ଣ୍ଣ ଓ ପଲେଷ୍ଟୀୟମାନଙ୍କ ନ୍ୟାୟ ଗଣକ ହୋଇଅଛନ୍ତି, ପୁଣି, ସେମାନେ ବିଦେଶୀୟ ସନ୍ତାନଗଣ ସହିତ ହସ୍ତ ତାଳି ଦିଅନ୍ତି।
Ìwọ ti kọ àwọn ènìyàn rẹ sílẹ̀, ìwọ ilé Jakọbu. Wọ́n kún fún ìgbàgbọ́ tí kò lẹ́sẹ̀ nílẹ̀ tí ó ti ìlà-oòrùn wá, wọ́n ń wo iṣẹ́ gẹ́gẹ́ bí àwọn Filistini, wọ́n ń pa ọwọ́ pọ̀ pẹ̀lú àwọn abọ̀rìṣà.
7 ସେମାନଙ୍କ ଦେଶ ମଧ୍ୟ ରୂପା ଓ ସୁନାରେ ପରିପୂର୍ଣ୍ଣ; ସେମାନଙ୍କ ଧନର ସୀମା ନାହିଁ; ଆହୁରି, ସେମାନଙ୍କ ଦେଶ ଅଶ୍ୱରେ ପରିପୂର୍ଣ୍ଣ ଓ ସେମାନଙ୍କ ରଥର ସୀମା ନାହିଁ।
Ilẹ̀ wọn kún fún fàdákà àti wúrà, ìṣúra wọn kò sì ní òpin. Ilẹ̀ ẹ wọn kún fún ẹṣin, kẹ̀kẹ́ ogun wọn kò sì lópin.
8 ସେମାନଙ୍କ ଦେଶ ମଧ୍ୟ ପ୍ରତିମାରେ ପରିପୂର୍ଣ୍ଣ; ସେମାନେ ଆପଣାମାନଙ୍କ ଅଙ୍ଗୁଳି ନିର୍ମିତ ସ୍ୱହସ୍ତକୃତ ବସ୍ତୁକୁ ପ୍ରଣାମ କରନ୍ତି।
Ilẹ̀ ẹ wọn kún fún ère, wọ́n sì ń foríbalẹ̀ fún iṣẹ́ ọwọ́ ara wọn, èyí tí ìka ọwọ́ àwọn tìkára wọn ti ṣe.
9 ସାମାନ୍ୟ ଲୋକ ଅଧୋମୁଖ ଓ ମହାନ ଲୋକ ନତ ହୁଏ; ଏହେତୁ ସେମାନଙ୍କୁ କ୍ଷମା କର ନାହିଁ।
Nítorí náà ni a ó ṣe rẹ ènìyàn sílẹ̀ ìran ọmọ ènìyàn ni yóò sì di onírẹ̀lẹ̀, má ṣe dáríjì wọ́n.
10 ତୁମ୍ଭେ ସଦାପ୍ରଭୁଙ୍କ ଭୟାନକତ୍ତ୍ୱ ଓ ତାହାଙ୍କ ମହିମାର ତେଜରୁ, ଶୈଳରେ ପ୍ରବେଶ କରି ଧୂଳିରେ ଆପଣାକୁ ଲୁଚାଅ।
Wọ inú àpáta lọ, fi ara pamọ́ nínú erùpẹ̀ kúrò nínú ìpayà Olúwa, àti ògo ọláńlá rẹ̀!
11 ମନୁଷ୍ୟର ଉଚ୍ଚ ଦୃଷ୍ଟି ନତ ହେବ ଓ ମନୁଷ୍ୟମାନଙ୍କର ଅହଙ୍କାର ଅବନତ ହେବ, ପୁଣି, ସେହି ଦିନରେ କେବଳ ସଦାପ୍ରଭୁ ଉନ୍ନତ ହେବେ।
Ojú agbéraga ènìyàn ni a ó rẹ̀ sílẹ̀ a ó sì tẹrí ìgbéraga ènìyàn ba, Olúwa nìkan ṣoṣo ni a ó gbéga ní ọjọ́ náà.
12 କାରଣ ଅହଙ୍କାରୀ, ଗର୍ବିତ ଓ ଉଚ୍ଚୀକୃତ ସମସ୍ତଙ୍କ ପ୍ରତିକୂଳରେ ସୈନ୍ୟାଧିପତି ସଦାପ୍ରଭୁଙ୍କର ଏକ ଦିନ ଉପସ୍ଥିତ ହେବ, ତହିଁରେ ତାହା ନତ ହେବ;
Olúwa àwọn ọmọ-ogun ní ọjọ́ kan ní ìpamọ́ fún gbogbo agbéraga àti ọlọ́kàn gíga nítorí gbogbo àwọn tí a gbéga (ni a ó rẹ̀ sílẹ̀),
13 ଅର୍ଥାତ୍‍, (ସେହି ଦିନ) ଲିବାନୋନର ଉଚ୍ଚ ଓ ଉନ୍ନତ ସକଳ ଏରସ ବୃକ୍ଷର ପ୍ରତିକୂଳ ଓ ବାଶନର ସମସ୍ତ ଅଲୋନ ବୃକ୍ଷର ପ୍ରତିକୂଳ;
nítorí gbogbo igi kedari Lebanoni, tó ga tó rìpó àti gbogbo óákù Baṣani,
14 ପୁଣି, ସକଳ ଉଚ୍ଚ ପର୍ବତର ପ୍ରତିକୂଳ ଓ ସକଳ ଉନ୍ନତ ଉପପର୍ବତର ପ୍ରତିକୂଳ;
nítorí gbogbo òkè gíga ńlá ńlá àti àwọn òkè kéékèèké,
15 ଆଉ, ପ୍ରତ୍ୟେକ ଉଚ୍ଚ ଦୁର୍ଗର ପ୍ରତିକୂଳ ଓ ପ୍ରତ୍ୟେକ ସୁଦୃଢ଼ ପ୍ରାଚୀରର ପ୍ରତିକୂଳ;
fún ilé ìṣọ́ gíga gíga àti àwọn odi ìdáàbòbò,
16 ତର୍ଶୀଶର ସକଳ ଜାହାଜର ପ୍ରତିକୂଳ ଓ ମନୋହର ସକଳ ଶିଳ୍ପକର୍ମର ପ୍ରତିକୂଳ ହେବ।
fún gbogbo ọkọ̀ àwọn oníṣòwò àwọn ọkọ̀ tí a ṣe lọ́ṣọ̀ọ́.
17 ପୁଣି, ମନୁଷ୍ୟର ଉଚ୍ଚତା ନତ ହେବ ଓ ମନୁଷ୍ୟମାନଙ୍କର ଅହଙ୍କାର ଅବନତ ହେବ; ଆଉ ସେହି ଦିନରେ କେବଳ ସଦାପ୍ରଭୁ ଉନ୍ନତ ହେବେ।
Ìgbéraga ènìyàn ni a ó tẹ̀ lórí ba a ó sì rẹ ìgbéraga ènìyàn sílẹ̀, Olúwa nìkan ṣoṣo ni a ó gbéga ní ọjọ́ náà,
18 ପୁଣି, ପ୍ରତିମାସକଳ ନିଃଶେଷ ରୂପେ ଲୁପ୍ତ ହେବେ।
gbogbo ère òrìṣà yóò pòórá.
19 ଆଉ, ଯେତେବେଳେ ସଦାପ୍ରଭୁ ପୃଥିବୀକୁ ଅତିଶୟ କମ୍ପିତ କରିବାକୁ ଉଠିବେ, ସେତେବେଳେ ଲୋକମାନେ ତାହାଙ୍କ ଭୟାନକତ୍ତ୍ୱ ଓ ମହିମାର ତେଜରୁ ଶୈଳର ଗୁମ୍ଫା ଓ ପୃଥିବୀର ଗର୍ତ୍ତରେ ପ୍ରବେଶ କରିବେ।
Àwọn ènìyàn yóò sálọ sínú ihò àpáta àti sínú ihò ilẹ̀ kúrò lọ́wọ́ ìpayà Olúwa àti ògo ọláńlá rẹ̀, nígbà tí ó bá dìde láti mi ayé tìtì.
20 ସଦାପ୍ରଭୁ ପୃଥିବୀକୁ ଅତିଶୟ କମ୍ପିତ କରିବା ପାଇଁ ଉଠିଲେ, ତାହାଙ୍କ ଭୟାନକତ୍ତ୍ୱ ଓ ତାହାଙ୍କ ମହିମାର ତେଜରୁ ଶୈଳର ଗହ୍ୱର ଓ ଶୈଳର ବିଦୀର୍ଣ୍ଣ ସ୍ଥାନରେ ପ୍ରବେଶ କରିବା ପାଇଁ;
Ní ọjọ́ náà ni àwọn ènìyàn yóò máa sọ àwọn ère fàdákà àti ère wúrà tí wọ́n ti yá fún bíbọ sí èkúté àti àwọn àdán.
21 ମନୁଷ୍ୟ ଆପଣାର ଭଜନାର୍ଥେ ନିର୍ମିତ ରୌପ୍ୟମୟ ପ୍ରତିମା ଓ ସ୍ୱର୍ଣ୍ଣମୟ ପ୍ରତିମାଗଣକୁ ସେହି ଦିନ ମୂଷିକ ଓ ଚାମଚିକାଗଣର ନିକଟରେ ପକାଇ ଦେବ।
Wọn yóò sálọ sínú ihò ìsàlẹ̀ àpáta àti sínú ihò pàlàpálá àpáta kúrò lọ́wọ́ ìpayà Olúwa àti ògo ọláńlá rẹ̀, nígbà tí ó bá dìde láti mi ayé tìtì.
22 ତୁମ୍ଭେମାନେ ନାସାଗ୍ରେ ପ୍ରାଣବାୟୁଧାରୀ ମନୁଷ୍ୟର (ଆଶ୍ରୟରୁ) କ୍ଷାନ୍ତ ହୁଅ; କାରଣ ସେ କାହା ମଧ୍ୟରେ ଗଣ୍ୟ?
Dẹ́kun à ń gba ènìyàn gbọ́, èémí ẹni tó wà ní ihò imú rẹ̀. Nítorí nínú kín ni a lè kà á sí?

< ଯିଶାଇୟ 2 >