< ଯିଶାଇୟ 19 >

1 ମିସର ବିଷୟକ ଭବିଷ୍ୟତବାଣୀ। ଦେଖ, ସଦାପ୍ରଭୁ ଦ୍ରୁତଗାମୀ ମେଘରେ ଆରୋହଣ କରି ମିସରକୁ ଆସୁଅଛନ୍ତି; ପୁଣି, ତାହାଙ୍କ ଛାମୁରେ ମିସରର ପ୍ରତିମାଗଣ କମ୍ପାନ୍ୱିତ ହେବେ ଓ ମିସରର ହୃଦୟ ତାହାର ମଧ୍ୟରେ ତରଳି ଯିବ।
Ọ̀rọ̀-ìmọ̀ tí ó kan Ejibiti. Kíyèsi i, Olúwa gun àwọsánmọ̀ tí ó yára lẹ́ṣin ó sì ń bọ̀ wá sí Ejibiti. Àwọn ère òrìṣà Ejibiti wárìrì níwájú rẹ̀, ọkàn àwọn ará Ejibiti sì ti domi nínú wọn.
2 ପୁଣି, ଆମ୍ଭେ ମିସରୀୟମାନଙ୍କୁ ମିସରୀୟମାନଙ୍କ ପ୍ରତିକୂଳରେ ଉତ୍ତେଜିତ କରିବା; ତହିଁରେ ସେମାନେ ପ୍ରତ୍ୟେକେ ଆପଣା ଆପଣା ଭାଇର ଓ ପ୍ରତ୍ୟେକେ ଆପଣା ଆପଣା ପ୍ରତିବାସୀର ବିରୁଦ୍ଧରେ ଯୁଦ୍ଧ କରିବେ; ନଗର ନଗର ବିରୁଦ୍ଧରେ, ରାଜ୍ୟ ରାଜ୍ୟ ବିରୁଦ୍ଧରେ, ଯୁଦ୍ଧ କରିବେ।
“Èmi yóò rú àwọn ará Ejibiti sókè sí ara wọn arákùnrin yóò bá arákùnrin rẹ̀ jà, aládùúgbò yóò dìde sí aládùúgbò rẹ̀, ìlú yóò dìde sí ìlú, ilẹ̀ ọba sí ilẹ̀ ọba.
3 ଆଉ, ମିସରର ଆତ୍ମା ତାହା ମଧ୍ୟରେ ଶୂନ୍ୟ କରାଯିବ ଓ ଆମ୍ଭେ ତାହାର ମନ୍ତ୍ରଣା ଗ୍ରାସ କରିବା; ତହିଁରେ ସେମାନେ ପ୍ରତିମା, ମୋହକ, ଭୂତୁଡ଼ିଆ ଓ ଗୁଣିଆମାନଙ୍କର ଅନ୍ଵେଷଣ କରିବେ।
Àwọn ará Ejibiti yóò sọ ìrètí nù, èmi yóò sì sọ èrò wọn gbogbo di òfo; wọn yóò bá àwọn òrìṣà àti ẹ̀mí àwọn òkú sọ̀rọ̀, àwọn awoṣẹ́ àti àwọn abókùúsọ̀rọ̀.
4 ଆଉ, ଆମ୍ଭେ ମିସରୀୟମାନଙ୍କୁ ଏକ ନିର୍ଦ୍ଦୟ ପ୍ରଭୁ ହସ୍ତରେ ସମର୍ପଣ କରିବା ଓ ଏକ ଦୁରନ୍ତ ରାଜା ସେମାନଙ୍କ ଉପରେ କର୍ତ୍ତୃତ୍ୱ କରିବ, ଏହା ପ୍ରଭୁ ସୈନ୍ୟାଧିପତି ସଦାପ୍ରଭୁ କହନ୍ତି।
Èmi yóò fi Ejibiti lé agbára àwọn ìkà amúnisìn lọ́wọ́, ọba aláìláàánú ni yóò jẹ ọba lé wọn lórí,” ni Olúwa, Olúwa àwọn ọmọ-ogun wí.
5 ପୁଣି, ସମୁଦ୍ର ଜଳଶୂନ୍ୟ ହେବ ଓ ନଦୀ କ୍ଷୟ ପାଇ ଶୁଷ୍କ ହେବ।
Gbogbo omi inú odò ni yóò gbẹ, gbogbo ilẹ̀ àyíká odò ni yóò gbẹ tí yóò sì sáàpá.
6 ଆଉ, ନଦୀସବୁ ଦୁର୍ଗନ୍ଧ ହେବ; ମିସରର ସ୍ରୋତସବୁ ସାନ ହୋଇ ଶୁଖିଯିବ; ନଳ ଓ ଜଳଜ ତୃଣ ଶୁଷ୍କ ହୋଇଯିବ।
Adágún omi yóò sì di rírùn; àwọn odò ilẹ̀ Ejibiti yóò máa dínkù wọn yóò sì gbẹ. Àwọn koríko odò àti ìrẹ̀tẹ̀ yóò gbẹ,
7 ନୀଳ ନଦୀ ନିକଟସ୍ଥ, ନୀଳ ନଦୀର ତୀରବର୍ତ୍ତୀ ପଡ଼ିଆସବୁ ଓ ନୀଳ ନଦୀ ନିକଟରେ ଯାହା କିଛି ବୁଣାଯାଏ, ସେହି ସବୁ ଶୁଷ୍କ ହୋଇ ଉଡ଼ିଯିବ ଓ ଆଉ ରହିବ ନାହିଁ।
àwọn igi ipadò Naili pẹ̀lú, tí ó wà ní orísun odò, gbogbo oko tí a dá sí ipadò Naili yóò gbẹ dànù tí yóò sì fẹ́ dànù tí kò sì ní sí mọ́.
8 କେଉଟମାନେ ମଧ୍ୟ ବିଳାପ କରିବେ ଓ ଯେଉଁମାନେ ନୀଳ ନଦୀରେ ବନଶୀ ପକାନ୍ତି, ସେମାନେ ସମସ୍ତେ ଶୋକ କରିବେ, ପୁଣି, ଯେଉଁମାନେ ଜଳରେ ଜାଲ ପ୍ରସାରନ୍ତି, ସେମାନେ ଅବସନ୍ନ ହେବେ।
Àwọn apẹja yóò sọkún kíkorò, àti gbogbo àwọn tí ó ń ju ìwọ̀ sínú odò; odò náà yóò sì máa rùn.
9 ଆହୁରି, ଯେଉଁମାନେ ପରିଷ୍କୃତ ଛଣପଟର କାର୍ଯ୍ୟ କରନ୍ତି ଓ ଯେଉଁମାନେ ଶୁକ୍ଳବସ୍ତ୍ର ବୁଣନ୍ତି, ସେମାନେ ଲଜ୍ଜିତ ହେବେ।
Àwọn tí ó ń ṣiṣẹ́ pẹ̀lú ọ̀gbọ̀ yóò kọminú àwọn ahunṣọ ọ̀gbọ̀ yóò sọ ìrètí nù.
10 ପୁଣି, ତାହାର ସ୍ତମ୍ଭସକଳ ଭଙ୍ଗାଯାଇ ଖଣ୍ଡ ଖଣ୍ଡ ହେବ, ବେତନ ପାଇଁ କାର୍ଯ୍ୟ କରିବା ଲୋକ ସମସ୍ତେ ପ୍ରାଣରେ ଦୁଃଖିତ ହେବେ।
Àwọn tí ń ṣiṣẹ́ aṣọ yóò rẹ̀wẹ̀sì, gbogbo àwọn oníṣẹ́ oṣù ni àìsàn ọkàn yóò ṣe.
11 ସୋୟନର ଅଧିପତିମାନେ ନିତାନ୍ତ ନିର୍ବୋଧ ଅଟନ୍ତି; ଫାରୋର ବିଜ୍ଞବର ମନ୍ତ୍ରୀଗଣର ମନ୍ତ୍ରଣା ପଶୁବତ୍‍ ହୋଇଅଛି; ତୁମ୍ଭେମାନେ କିପରି କରି ଫାରୋକୁ କହୁଅଛ, ଆମ୍ଭେ ଜ୍ଞାନୀମାନଙ୍କର ପୁତ୍ର, ପ୍ରାଚୀନ ରାଜାଗଣର ସନ୍ତାନ?
Àwọn oníṣẹ́ Ṣoani ti di aláìgbọ́n, àwọn ọlọ́gbọ́n olùdámọ̀ràn Farao ń mú ìmọ̀ràn àìgbọ́n wá. Báwo ló ṣe lè sọ fún Farao pé, “Mo jẹ́ ọ̀kan nínú àwọn ọlọ́gbọ́n ènìyàn, ọ̀kan nínú àwọn ọmọ-ẹ̀yìn àwọn ọba àtijọ́.”
12 ତେବେ ତୁମ୍ଭର ଜ୍ଞାନୀ ଲୋକମାନେ କେଉଁଠାରେ? ସେମାନେ ଏବେ ତୁମ୍ଭକୁ ଜଣାଉନ୍ତୁ ଓ ସୈନ୍ୟାଧିପତି ସଦାପ୍ରଭୁ ମିସର ବିଷୟରେ ଯାହା ମନ୍ତ୍ରଣା କରିଅଛନ୍ତି, ତାହା ସେମାନେ ଜାଣନ୍ତୁ।
Níbo ni àwọn ọlọ́gbọ́n ènìyàn rẹ wà báyìí? Jẹ́ kí wọn fihàn ọ́ kí wọn sì sọ ọ́ di mí mọ̀ ohun tí Olúwa àwọn ọmọ-ogun ti pinnu lórí Ejibiti.
13 ସୋୟନର ଅଧିପତିମାନେ ନିର୍ବୋଧ ହୋଇଅଛନ୍ତି, ନୋଫର ଅଧିପତିମାନେ ଭ୍ରାନ୍ତ ହୋଇଅଛନ୍ତି; ଯେଉଁମାନେ ମିସରୀୟ ଗୋଷ୍ଠୀବର୍ଗର କୋଣ-ପ୍ରସ୍ତର ସ୍ୱରୂପ, ସେମାନେ ମିସରକୁ ବିପଥରେ ଗମନ କରାଇଅଛନ୍ତି।
Àwọn ọmọ-aládé Ṣoani ti di aṣiwèrè, a ti tan àwọn ọmọ-aládé Memfisi jẹ; àwọn òkúta igun ilé tí í ṣe ti ẹ̀yà rẹ ti ṣi Ejibiti lọ́nà.
14 ସଦାପ୍ରଭୁ ମିସର ମଧ୍ୟରେ ଭ୍ରାନ୍ତିରୂପ ଆତ୍ମା ମିଶ୍ରିତ କରିଅଛନ୍ତି; ପୁଣି, ମତ୍ତ ଲୋକ ଯେପରି ଆପଣା ବାନ୍ତିରେ ଟଳଟଳ ହୋଇପଡ଼େ, ସେହିପରି ସେମାନେ ମିସରକୁ ତାହାର ପ୍ରତ୍ୟେକ କର୍ମରେ ବିପଥଗାମୀ କରାଇଅଛନ୍ତି।
Olúwa ti da ẹ̀mí òòyì sínú wọn; wọ́n mú Ejibiti ta gbọ̀nọ́ngbọ̀nọ́n nínú ohun gbogbo tí ó ń ṣe, gẹ́gẹ́ bí ọ̀mùtí ti í ta gbọ̀nọ́ngbọ̀nọ́n nínú èébì rẹ̀.
15 ପୁଣି, ମସ୍ତକ କିମ୍ବା ଲାଙ୍ଗୁଳ, କିମ୍ବା ତାଳବାହୁଙ୍ଗା କିମ୍ବା ଜଳଜ ତୃଣ ଯାହା କରିପାରେ, ଏପରି କୌଣସି କାର୍ଯ୍ୟ ମିସର ପାଇଁ କରାଯିବ ନାହିଁ।
Kò sí ohun tí Ejibiti le ṣe— orí tàbí ìrù, ọ̀wá ọ̀pẹ tàbí koríko odò.
16 ସେହି ଦିନ ମିସର ସ୍ତ୍ରୀମାନଙ୍କ ତୁଲ୍ୟ ହେବ, ପୁଣି, ସୈନ୍ୟାଧିପତି ସଦାପ୍ରଭୁ, ତାହା ଉପରେ ଯେଉଁ ହସ୍ତ ହଲାନ୍ତି, ତାହାଙ୍କର ସେହି ହସ୍ତ ହଲିବା ସକାଶୁ ସେ କମ୍ପିବ ଓ ଭୀତ ହେବ।
Ní ọjọ́ náà ni àwọn ará Ejibiti yóò dàbí obìnrin. Wọn yóò gbọ̀n jìnnìjìnnì pẹ̀lú ẹ̀rù nítorí ọwọ́ Olúwa àwọn ọmọ-ogun tí a gbé sókè sí wọn.
17 ମିସର ପ୍ରତି ଯିହୁଦା ଦେଶ ତ୍ରାସଜନକ ହେବ, ସୈନ୍ୟାଧିପତି ସଦାପ୍ରଭୁ ତାହାର ପ୍ରତିକୂଳରେ ଯେଉଁ ମନ୍ତ୍ରଣା କରନ୍ତି, ତହିଁ ସକାଶୁ ଯେ ପ୍ରତ୍ୟେକ ଲୋକକୁ ଯିହୁଦାର ନାମ କୁହାଯାଏ, ସେ ଭୀତ ହେବ।
Ilẹ̀ Juda yóò sì di ẹ̀rù fún Ejibiti; gbogbo àwọn tí a bá ti dárúkọ Juda létí wọn ni yóò wárìrì, nítorí ohun tí Olúwa àwọn ọmọ-ogun gbèrò láti ṣe sí wọn.
18 ସେହି ଦିନ ମିସର ଦେଶ ମଧ୍ୟରେ ପାଞ୍ଚ ନଗର କିଣାନୀୟ ଭାଷାବାଦୀ ହେବେ ଓ ସୈନ୍ୟାଧିପତି ସଦାପ୍ରଭୁଙ୍କ ନାମରେ ଶପଥ କରିବେ, ଏକ ନଗର ଉତ୍ପାଟନ ନଗର ବୋଲି ଖ୍ୟାତ ହେବ।
Ní ọjọ́ náà ìlú márùn-ún ní ilẹ̀ Ejibiti yóò sọ èdè àwọn ará Kenaani, wọn yóò sì búra àtìlẹ́yìn fún Olúwa àwọn ọmọ-ogun. Ọ̀kan nínú wọn ni a ó sì máa pè ní ìlú ìparun.
19 ସେହି ଦିନ ମିସର ଦେଶର ମଧ୍ୟସ୍ଥାନରେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଏକ ଯଜ୍ଞବେଦି ହେବ ଓ ତହିଁର ସୀମା ନିକଟରେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଏକ ସ୍ତମ୍ଭ ସ୍ଥାପିତ ହେବ।
Ní ọjọ́ náà pẹpẹ kan yóò wà fún Olúwa ní àárín gbùngbùn Ejibiti, àti ọ̀wọ́n kan fún Olúwa ní etí bodè rẹ̀.
20 ପୁଣି, ତାହା ମିସର ଦେଶରେ ସୈନ୍ୟାଧିପତି ସଦାପ୍ରଭୁଙ୍କର ଚିହ୍ନ ଓ ସାକ୍ଷୀ ସ୍ୱରୂପ ହେବ; କାରଣ ସେମାନେ ଉପଦ୍ରବୀଗଣର ସକାଶୁ ସଦାପ୍ରଭୁଙ୍କ ନିକଟରେ କ୍ରନ୍ଦନ କରିବେ, ତହିଁରେ ସେ ଜଣେ ତ୍ରାଣକର୍ତ୍ତା ଓ ରକ୍ଷକ ପଠାଇବେ ଓ ସେ ସେମାନଙ୍କୁ ଉଦ୍ଧାର କରିବେ।
Yóò sì jẹ́ àmì àti ẹ̀rí sí Olúwa àwọn ọmọ-ogun ní ilẹ̀ Ejibiti. Nígbà tí wọ́n bá ké pe Olúwa nítorí àwọn aninilára wọn, yóò rán olùgbàlà àti olùgbèjà kan sí wọn tí yóò sì gbà wọ́n sílẹ̀.
21 ପୁଣି, ମିସରକୁ ସଦାପ୍ରଭୁଙ୍କର ପରିଚୟ ଦିଆଯିବ ଓ ସେହି ଦିନ ମିସରୀୟମାନେ ସଦାପ୍ରଭୁଙ୍କୁ ଜାଣିବେ; ଆହୁରି, ସେମାନେ ବଳି ଓ ନୈବେଦ୍ୟ ଦେଇ ଆରାଧନା କରିବେ ଓ ସଦାପ୍ରଭୁଙ୍କ ନିକଟରେ ମାନତ କରି ତାହା ପୂର୍ଣ୍ଣ କରିବେ।
Báyìí ni Olúwa yóò sọ ara rẹ̀ di mí mọ̀ fún àwọn ará Ejibiti àti ní ọjọ́ náà ni wọn yóò gba Olúwa gbọ́. Wọn yóò sìn ín pẹ̀lú ẹbọ ọrẹ ìyẹ̀fun, wọn yóò jẹ́ ẹ̀jẹ́ fún Olúwa wọn yóò sì mú un ṣẹ.
22 ପୁଣି, ସଦାପ୍ରଭୁ ମିସରକୁ ପ୍ରହାର କରିବେ, ପ୍ରହାର କରିବେ ଓ ସୁସ୍ଥ କରିବେ; ପୁଣି, ସେମାନେ ସଦାପ୍ରଭୁଙ୍କ ନିକଟକୁ ଫେରି ଆସିବେ, ତହିଁରେ ସେ ସେମାନଙ୍କର ବିନତି ଗ୍ରାହ୍ୟ କରି ସେମାନଙ୍କୁ ସୁସ୍ଥ କରିବେ।
Olúwa yóò fi àjàkálẹ̀-ààrùn kan bá Ejibiti jà; yóò bá wọn jà yóò sì tún wò wọ́n sàn. Wọn yóò yípadà sí Olúwa, Òun yóò sì gbọ́ ẹ̀bẹ̀ wọn yóò sì wò wọ́n sàn.
23 ସେହି ଦିନ ମିସରଠାରୁ ଅଶୂରକୁ ଏକ ରାଜପଥ ପଡ଼ିବ, ତହିଁରେ ଅଶୂରୀୟମାନେ ମିସରକୁ ଓ ମିସରୀୟମାନେ ଅଶୂରକୁ ଯାତାୟାତ କରିବେ; ପୁଣି, ମିସରୀୟମାନେ ଅଶୂରୀୟମାନଙ୍କ ସଙ୍ଗେ ଆରାଧନା କରିବେ।
Ní ọjọ́ náà òpópónà kan yóò wá láti Ejibiti lọ sí Asiria. Àwọn ará Asiria yóò lọ sí Ejibiti àti àwọn ará Ejibiti lọ sí Asiria. Àwọn ará Ejibiti àti ará Asiria yóò jọ́sìn papọ̀.
24 ସେହି ଦିନ ଇସ୍ରାଏଲ, ମିସର ଓ ଅଶୂରର ସଙ୍ଗେ ତୃତୀୟ ହୋଇ ପୃଥିବୀ ମଧ୍ୟରେ ଆଶୀର୍ବାଦର ପାତ୍ର ହେବ;
Ní ọjọ́ náà Israẹli yóò di ẹ̀kẹta pẹ̀lú Ejibiti àti Asiria, àní orísun ìbùkún ní ilẹ̀ ayé.
25 କାରଣ ସୈନ୍ୟାଧିପତି ସଦାପ୍ରଭୁ ସେମାନଙ୍କୁ ଆଶୀର୍ବାଦ କରି କହିଅଛନ୍ତି, ଆମ୍ଭର ଲୋକ ମିସର, ଆମ୍ଭର ହସ୍ତକୃତ କର୍ମ ଅଶୂର ଓ ଆମ୍ଭର ଅଧିକାର ଇସ୍ରାଏଲ ଆଶୀର୍ବାଦଯୁକ୍ତ ହେଉନ୍ତୁ।
Olúwa àwọn ọmọ-ogun yóò bùkún wọn yóò wí pé, “Ìbùkún ni fún Ejibiti ènìyàn mi, Asiria iṣẹ́ ọwọ́ mi, àti Israẹli ìní mi.”

< ଯିଶାଇୟ 19 >