< ଯିଶାଇୟ 17 >

1 ଦମ୍ମେଶକ ବିଷୟକ ଭାବବାଣୀ। ଦେଖ, ଦମ୍ମେଶକ ଆଉ ନଗର ନ ହୋଇ ଦୂରୀକୃତ ହୋଇଅଛି, ତାହା କାନ୍ଥଡ଼ାର ଢ଼ିପି ହେବ।
Tamko kuhusu Damaskasi.
2 ଅରୋୟରର ନଗରସବୁ ପରିତ୍ୟକ୍ତ ହୋଇଅଛି; ସେହି ସବୁ ପଶୁପଲର ପାଇଁ ହେବ, ସେମାନେ ସେଠାରେ ଶୟନ କରିବେ, ଆଉ କେହି ସେମାନଙ୍କୁ ଭୟ ଦେଖାଇବ ନାହିଁ।
Miji ya Aroera itaharibiwa. Patakuwa na nafasi kwa ajili ya kutunzia mifugo, na hakuna hatakayeizuia.
3 ଆହୁରି, ଇଫ୍ରୟିମରୁ ଦୁର୍ଗ ଓ ଦମ୍ମେଶକରୁ ରାଜ୍ୟ ଓ ଅରାମର ଅବଶିଷ୍ଟାଂଶ ଲୁପ୍ତ ହେବ; ସୈନ୍ୟାଧିପତି ସଦାପ୍ରଭୁ କହନ୍ତି, ସେହି ସବୁ ଇସ୍ରାଏଲ-ସନ୍ତାନଗଣର ଗୌରବ ତୁଲ୍ୟ ହେବ।
Miji ilioachwa itatoweka kutoka Efraimu, ufalme katuka Damskasi, na walobaki Aramu-watakuwa kama utukufu wa watu wa Israeli-Hili ni tamko la Yahwe wa majeshi.
4 ଆଉ, ସେହି ଦିନରେ ଯାକୁବର ଗୌରବ ହ୍ରାସ କରାଯିବ ଓ ତାହାର ମାଂସର ସ୍ଥୂଳତା କ୍ଷୀଣ ହେବ;
Itakuwa siku hiyo utukufu wa Yakobo utapungua, utakuwa mwembamba na kunona kwa mwili wake utapungua.
5 ଆଉ, ଯେପରି ଶସ୍ୟ କାଟିବା ଲୋକ କ୍ଷେତ୍ରସ୍ଥ ଶସ୍ୟ ସଂଗ୍ରହ କରିବା ବେଳେ ଓ ତାହାର ହସ୍ତ ଶିଷା କାଟିବା ବେଳେ, କିଅବା ଯେପରି କେହି ରଫାୟୀମ ତଳଭୂମିରେ ପତିତ ଶିଷା ସାଉଣ୍ଟିବା ବେଳେ ହୁଏ, ସେହିପରି ହେବ।
Itakuwa kama mvuna ikusanyavyo mavuno, na mkono wake huvuna maganda ya mazao. Itakuwa kama mtu atoae maganda ya mavuno katika bonde la Refaimu.
6 ତଥାପି ଜୀତବୃକ୍ଷର ଫଳ ଝାଡ଼ି ନେଲା ଉତ୍ତାରେ ଯେପରି ତାହାର ଉଚ୍ଚତମ ଶାଖାରେ ଦୁଇ ତିନି ଗୋଟା ଫଳ ଓ ଫଳବାନ ବୃକ୍ଷର ବାହାରସ୍ଥ ଶାଖାରେ ଚାରି ପାଞ୍ଚ ଗୋଟା ଫଳ ଥାଏ, ସେହିପରି ତାହାର କିଛି ଅବଶିଷ୍ଟ ରହିବ, ଏହା ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର କହନ୍ତି।
Masalia yataachwa, hata hivyo, mti wa mzabibu utatingishwa: Mizeituni miwili au mitatu iliyo juu sana matawi yake yako juu, manne au matano katka tawi la juu katika mti unaozaa-hili ni tamko la Yahwe, Mungu wa Israeli.
7 ସେହି ଦିନରେ ମନୁଷ୍ୟ ଆପଣା ସୃଷ୍ଟିକର୍ତ୍ତାଙ୍କ ପ୍ରତି ଅନାଇବ ଓ ତାହାର ଚକ୍ଷୁ ଇସ୍ରାଏଲର ଧର୍ମସ୍ୱରୂପଙ୍କ ପ୍ରତି ଦୃଷ୍ଟି ରଖିବ।
Siku hiyo watu watawangalia Muumba wake, na macho yatamuangalia Mtakatifu wa Israeli.
8 ପୁଣି, ସେ ଆପଣା ହସ୍ତକୃତ ଯଜ୍ଞବେଦିସମୂହର ପ୍ରତି ଅନାଇବ ନାହିଁ, କିଅବା ଆପଣା ଅଙ୍ଗୁଳିକୃତ ଆଶେରା ମୂର୍ତ୍ତି ଅବା ସୂର୍ଯ୍ୟ ପ୍ରତିମାସକଳର ପ୍ରତି ଦୃଷ୍ଟି ରଖିବ ନାହିଁ।
Hawatangalia madhabahu, kazi za mikono yao, wala hataangalia kile kinachofanywa na vidole vyao, nguzo za Ashera na picha ya jua.
9 ସେହି ଦିନ ତାହାର ଦୃଢ଼ ନଗରସବୁ ଇସ୍ରାଏଲ-ସନ୍ତାନଗଣର ଭୟରେ ବନସ୍ଥ ଓ ପର୍ବତର ଉପରିସ୍ଥ ପରିତ୍ୟକ୍ତ ସ୍ଥାନ ତୁଲ୍ୟ ହେବ ଓ ଦେଶ ଉଚ୍ଛିନ୍ନ ହେବ।
Siku hiyo miji yenye nguvu itakuwa kama msitu uliotelekezwa na juu ya kilele cha mlima, na palipo achwa kwa sababu ya wana wa Israeli patakuwa ukiwa.
10 କାରଣ ତୁମ୍ଭେ ଆପଣା ପରିତ୍ରାଣର ପରମେଶ୍ୱରଙ୍କୁ ପାସୋରିଅଛ ଓ ଆପଣା ଶକ୍ତି ସ୍ୱରୂପ ଶୈଳ ବିଷୟରେ ମନୋଯୋଗୀ ହୋଇ ନାହଁ; ଏହେତୁ ତୁମ୍ଭେ ସୁନ୍ଦର ସୁନ୍ଦର ଚାରା ରୋପଣ କରୁଅଛ ଓ ବିଦେଶୀୟ କଲମ ସଙ୍ଗେ ତାହା ବସାଉଅଛ;
Maana mmemsahau Mungu wa wakovu wenu, na umeudharau mwamba wa nguvu zako. Hivyo basi umeotesha miti mizuri, na mizabibu mizuri iliyotoka ugenini,
11 ତୁମ୍ଭେ ରୋପଣ କରିବା ଦିନ ତହିଁର ଚାରିଆଡ଼େ ବାଡ଼ ଦେଉଅଛ ଓ ପ୍ରାତଃକାଳରେ ତୁମ୍ଭେ ଆପଣା ବୀଜକୁ ପୁଷ୍ପିତ କରାଉଅଛ; ମାତ୍ର ଦୁଃଖ ଓ ପ୍ରତିକାରହୀନ ଶୋକ ସମୟରେ ଫଳ ଉଡ଼ିଯାଏ।
Siku hiyo uliootesha na fensi na kulima. Mbegu zako zitaota mapema na kukua, lakini mavuno yatashindikana siku hiyo itakuwa huzuni na kukata tamaa.
12 ଆଃ! ଅନେକ ଗୋଷ୍ଠୀର କୋଳାହଳ, ସେମାନେ ସମୁଦ୍ରର କଲ୍ଲୋଳର ତୁଲ୍ୟ କଲ୍ଲୋଳ ଧ୍ୱନି କରୁଅଛନ୍ତି; ନାନା ଦେଶୀୟଗଣ ମାଡ଼ି ଆସୁଅଛନ୍ତି, ସେମାନେ ପ୍ରବଳ ବଢ଼ି ପରି ମାଡ଼ି ଆସୁଅଛନ୍ତି!
Ole! Watu wenye ghasia, Kishindo chake ni kama mngurumo wa bahari, na kasi ya mataifa, wananguruma kama ngurumo ya maji mengi!
13 ନାନା ଦେଶୀୟଗଣ, ମହାଜଳରାଶି ମାଡ଼ି ଆସିବା ପରି ମାଡ଼ି ଆସୁଅଛନ୍ତି; ମାତ୍ର ସେ ସେମାନଙ୍କୁ ଧମକାଇବେ, ତହିଁରେ ସେମାନେ ଦୂରକୁ ପଳାଇବେ ଓ ବାୟୁ ସମ୍ମୁଖରେ ପର୍ବତସ୍ଥ ତୁଷ ତୁଲ୍ୟ ଓ ପ୍ରଚଣ୍ଡ ବାୟୁ ଅଗ୍ରତେ ଘୂର୍ଣ୍ଣାୟମାନ ଧୂଳି ତୁଲ୍ୟ ତାଡ଼ିତ ହେବେ।
Mataifa yataunguruma kama maji mengi yaendao kasi, lakini Mungu atawakemea.
14 ଦେଖ, ସନ୍ଧ୍ୟାକାଳେ ତ୍ରାସ ଓ ପ୍ରଭାତର ପୂର୍ବେ ସେମାନେ ନାହାନ୍ତି। ଆମ୍ଭମାନଙ୍କ ଲୁଟିତକାରୀମାନଙ୍କର ଅଂଶ ଓ ଆମ୍ଭମାନଙ୍କ ଅପହରଣକାରୀମାନଙ୍କ ବାଣ୍ଟ ଏହି।
Watakimbia mbali sana na watafukuzwa kama pumba kwenye mlima mbele ya upepo, kama mavumbi yazungukayo kwenye dhoruba. Wakati wa usiku, ona, hofu! Na kabla ya alfajiri watakwenda; hili ndilo eneo la wale waliotupora, na wale wanaotunyang'anya mali zetu.

< ଯିଶାଇୟ 17 >