< ଯିଶାଇୟ 16 >

1 ତୁମ୍ଭେମାନେ ପ୍ରାନ୍ତର ଅଭିମୁଖସ୍ଥ ସେଲା ସହରଠାରୁ ଦେଶାଧ୍ୟକ୍ଷ ନିମନ୍ତେ ସିୟୋନ କନ୍ୟାର ପର୍ବତକୁ ମେଷ ପଠାଅ।
Fi ọ̀dọ́-àgùntàn ṣe ẹ̀bùn ránṣẹ́ sí aláṣẹ ilẹ̀ náà, láti Sela, kọjá ní aginjù, lọ sí orí òkè ọ̀dọ́mọbìnrin Sioni.
2 କାରଣ ମୋୟାବର କନ୍ୟାଗଣ ଅର୍ଣ୍ଣୋନ ପାର ହେବାର ସମସ୍ତ ସ୍ଥାନରେ ଭ୍ରମଣକାରୀ ପକ୍ଷୀ ପରି ଓ ପକ୍ଷୀର ଛିନ୍ନଭିନ୍ନ ବସା ପରି ହେବେ।
Gẹ́gẹ́ bí alárìnkiri ẹyẹ tí a tì jáde kúrò nínú ìtẹ́, bẹ́ẹ̀ gẹ́gẹ́ ni àwọn obìnrin Moabu ní àwọn ìwọdò Arnoni.
3 ମନ୍ତ୍ରଣା ଦିଅ, ବିଚାର କର; ମଧ୍ୟାହ୍ନ କାଳର ଆପଣା ଛାୟାକୁ ରାତ୍ରି ତୁଲ୍ୟ କର; ବହିଷ୍କୃତ ଲୋକମାନଙ୍କୁ ଲୁଚାଅ; ଭ୍ରମଣକାରୀମାନଙ୍କୁ ପ୍ରକାଶ କର ନାହିଁ।
“Fún wa ní ìmọ̀ràn ṣe ìpinnu fún wa. Jẹ́ kí òjìji rẹ dàbí òru, ní ọ̀sán gangan. Fi àwọn ìsáǹsá pamọ́, má ṣe fi àwọn aṣàtìpó han.
4 ଆମ୍ଭର ବହିଷ୍କୃତ ଲୋକମାନଙ୍କୁ ତୁମ୍ଭ ସଙ୍ଗରେ ବାସ କରିବାକୁ ଦିଅ; ବିନାଶକାରୀର ସମ୍ମୁଖରୁ ତୁମ୍ଭେ ମୋୟାବର ପାଇଁ ଆଶ୍ରୟ ସ୍ଥାନ ହୁଅ; କାରଣ ପୀଡ଼କ ମହାଜନ ଅକିଞ୍ଚିତ ହୋଇଅଛି, ଅପକାର ନିବୃତ୍ତ ହେଉଅଛି, ଦୌରାତ୍ମ୍ୟକାରୀମାନେ ଦେଶରୁ ସଂହାରିତ ହେଉଅଛନ୍ତି।
Jẹ́ kí àwọn ìsáǹsá Moabu gbé pẹ̀lú rẹ, jẹ́ ààbò fún wọn kúrò lọ́wọ́ ìparun.” Aninilára yóò wá sí òpin, ìparun yóò dáwọ́ dúró; òfinràn yóò pòórá kúrò lórí ilẹ̀.
5 ପୁଣି, ଦୟାରେ ଏକ ସିଂହାସନ ସ୍ଥାପିତ ହେବ ଓ ଏକ ଜଣ ସତ୍ୟତାରେ ଦାଉଦଙ୍କର ତମ୍ବୁ ମଧ୍ୟରେ ତହିଁ ଉପରେ ଉପବିଷ୍ଟ ହେବେ; ସେ ନ୍ୟାୟ ଅନ୍ଵେଷଣ କରି ବିଚାର କରିବେ ଓ ଧର୍ମ ସାଧନ କରିବାରେ ସତ୍ୱର ହେବେ।
Nínú ìfẹ́ a ó fi ìdí ìjọba kan múlẹ̀, ní òdodo ọkùnrin kan yóò jókòó lórí rẹ̀ ẹnìkan láti ilé Dafidi wá. Ẹni yóò ṣe ìdájọ́, yóò sì máa wá ìdájọ́, yóò sì máa yára wá ohun tí í ṣe òdodo.
6 ଆମ୍ଭେମାନେ ମୋୟାବର ଗର୍ବ ବିଷୟରେ ଶୁଣିଅଛୁ ଯେ, ସେ ଅତ୍ୟନ୍ତ ଗର୍ବୀ, ତାହାର ଅହଙ୍କାର ଓ ତାହାର ଗର୍ବ ଓ ତାହାର କୋପର କଥା ଶୁଣିଅଛୁ; ତାହାର ଦର୍ପ କିଛି ହିଁ ନୁହେଁ।
Àwa ti gbọ́ nípa ìgbéraga Moabu, ìwọ̀sí ìgbéraga rẹ̀ àti fùlenge fùlenge, gààrù rẹ̀ àti àfojúdi rẹ̀, ṣùgbọ́n ìfọ́nnu rẹ̀ jẹ́ ìmúlẹ̀mófo.
7 ଏହେତୁ ମୋୟାବ ମୋୟାବର ନିମନ୍ତେ ହାହାକାର କରିବ, ପ୍ରତ୍ୟେକ ଲୋକ ହାହାକାର କରିବ; କାରଣ ତୁମ୍ଭେମାନେ ଅତ୍ୟନ୍ତ ଦୁଃଖିତ ହୋଇ କୀର-ହେରସତ ସହରର ଦ୍ରାକ୍ଷାଚକ୍ତି ନିମନ୍ତେ ବିଳାପ କରିବ।
Nítorí náà ni àwọn ará Moabu hu, wọ́n jùmọ̀ hu lórí Moabu. Sọkún kí o sì banújẹ́ fún àkàrà díndín Kiri-Hareseti.
8 ଯେହେତୁ ହିଷ୍‍ବୋନ ସହରର କ୍ଷେତ୍ରସବୁ ଓ ସିବ୍‍ମା ନଗରର ଦ୍ରାକ୍ଷାଲତା ମ୍ଳାନ ହେଉଅଛି; ଗୋଷ୍ଠୀବର୍ଗର ଅଧ୍ୟକ୍ଷଗଣ ତହିଁର ମନୋନୀତ ଚାରାସବୁ ଭାଙ୍ଗି ପକାଇଅଛନ୍ତି; ସେହି ସବୁ ଯାସେର ନଗର ପର୍ଯ୍ୟନ୍ତ ଗଲେ, ପ୍ରାନ୍ତର ପର୍ଯ୍ୟନ୍ତ ଏଣେତେଣେ ଗଲେ; ତାହାର ଶାଖାସବୁ ଚାରିଆଡ଼େ ବିସ୍ତୃତ ହେଲା, ସେହି ସବୁ ସମୁଦ୍ର ପାର ହୋଇଗଲେ।
Gbogbo pápá oko Heṣboni ti gbẹ, bákan náà ni àjàrà Sibma rí. Àwọn aláṣẹ àwọn orílẹ̀-èdè wọ́n tẹ àwọn àyànfẹ́ àjàrà mọ́lẹ̀, èyí tí ó ti fà dé Jaseri ó sì ti tàn dé agbègbè aginjù. Àwọn èhíhù rẹ̀ fọ́n jáde, ó sì lọ títí ó fi dé Òkun.
9 ଏହେତୁ ଆମ୍ଭେ ଯାସେରର ରୋଦନ କାଳରେ ସିବ୍‍ମାର ଦ୍ରାକ୍ଷାଲତା ନିମନ୍ତେ ରୋଦନ କରିବା; ହେ ହିଷ୍‍ବୋନ, ହେ ଇଲୀୟାଲୀ ଆମ୍ଭେ ଆପଣା ଲୋତକ ଜଳରେ ତୁମ୍ଭକୁ ତିନ୍ତାଇବା; କାରଣ ତୁମ୍ଭର ଗ୍ରୀଷ୍ମକାଳରେ ଫଳ ଓ ତୁମ୍ଭର ଶସ୍ୟ ଉପରେ ଯୁଦ୍ଧଧ୍ୱନି ପଡ଼ିଅଛି।
Nítorí náà mo sọkún, gẹ́gẹ́ bí Jaseri ṣe sọkún, fún àwọn àjàrà Sibma. Ìwọ Heṣboni, ìwọ Eleale, mo bomirin ọ́ pẹ̀lú omi ojú! Igbe ayọ̀ lórí àwọn èso pípọ́n rẹ àti lórí ìkórè èyí tí o ti mọ́wọ́ dúró.
10 ପୁଣି, ଆନନ୍ଦ ଓ ଉଲ୍ଲାସ ଉର୍ବରା କ୍ଷେତ୍ରରୁ ଦୂରୀକୃତ ହୋଇଅଛି; ଆଉ, ଦ୍ରାକ୍ଷାକ୍ଷେତ୍ରରେ ଗାନ ଅବା ଆନନ୍ଦଧ୍ୱନି ହେବ ନାହିଁ; କେହି ପଦ ଦ୍ୱାରା ଚାପି ଦ୍ରାକ୍ଷାକୁଣ୍ଡରେ ଦ୍ରାକ୍ଷାରସ ବାହାର କରିବ ନାହିଁ; ଆମ୍ଭେ ଦ୍ରାକ୍ଷା ସଂଗ୍ରହର ଆନନ୍ଦଧ୍ୱନି ନିବୃତ୍ତ କରିଅଛୁ।
Ayọ̀ àti ìdùnnú ni a ti mú kúrò nínú ọgbà-igi eléso rẹ; kò sí ẹnìkan tí ó kọrin tàbí kígbe nínú ọgbà àjàrà: ẹnikẹ́ni kò fún ọtí níbi ìfúntí, nítorí mo ti fi òpin sí gbogbo igbe.
11 ଏହି କାରଣରୁ ଆମ୍ଭର ନାଡ଼ୀ ମୋୟାବର ପାଇଁ ଓ ଆମ୍ଭର ଅନ୍ତର କୀର୍ହେରସର ପାଇଁ ବୀଣା ପରି ବାଜୁଅଛି।
Ọkàn mi kérora fún Moabu gẹ́gẹ́ bí i dùùrù, àní tọkàntọkàn mi fún ìlú Kiri-Hareseti.
12 ପୁଣି, ମୋୟାବ ଆପେ ଉପସ୍ଥିତ ହେବା ବେଳେ ଓ ଉଚ୍ଚସ୍ଥଳୀରେ ଆପଣାକୁ କ୍ଳାନ୍ତ କରି ପ୍ରାର୍ଥନା କରିବା ପାଇଁ ଧର୍ମଧାମରେ ପ୍ରବେଶ କରିବା ବେଳେ ସେ କୃତାର୍ଥ ହେବ ନାହିଁ।
Nígbà tí Moabu farahàn ní ibi gíga rẹ̀, ó ṣe ara rẹ̀ ní wàhálà lásán; nígbà tí ó lọ sí ojúbọ rẹ̀ láti gbàdúrà òfo ni ó jásí.
13 ବିଗତ ସମୟରେ ସଦାପ୍ରଭୁ ମୋୟାବ ବିଷୟରେ ଏହି କଥା କହିଥିଲେ।
Èyí ni ọ̀rọ̀ tí Olúwa ti sọ nípa Moabu.
14 ମାତ୍ର ଏବେ ସଦାପ୍ରଭୁ ଏହି କଥା କହନ୍ତି, “ବେତନଜୀବୀର ବର୍ଷ ତୁଲ୍ୟ ତିନି ବର୍ଷ ମଧ୍ୟରେ ମୋୟାବର ଗୌରବ ତାହାର ମହାଜନତା ସୁଦ୍ଧା ତୁଚ୍ଛୀକୃତ ହେବ, ଆଉ ଅବଶିଷ୍ଟାଂଶ ଅତି ଅଳ୍ପ ହେବ ଓ ଗଣନାଯୋଗ୍ୟ ହେବ ନାହିଁ।”
Ṣùgbọ́n ní àkókò yìí Olúwa wí pé, “Láàrín ọdún mẹ́ta gẹ́gẹ́ bí ìwọ̀fà tí ó wà lábẹ́ ìdè ọgbà rẹ̀ ti máa kà á, ògo Moabu àti àwọn ọ̀pọ̀ ènìyàn rẹ̀ ni a ó kẹ́gàn, àwọn tí ó sálà nínú rẹ̀ yóò kéré níye, wọn yóò sì jẹ́ akúrẹtẹ̀.”

< ଯିଶାଇୟ 16 >