< ହୋଶେୟ 14 >

1 ହେ ଇସ୍ରାଏଲ, ତୁମ୍ଭେ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ନିକଟକୁ ଫେରି ଆସ; କାରଣ ତୁମ୍ଭେ ଆପଣା ଅଧର୍ମରେ ପତିତ ହୋଇଅଛ।
Yípadà ìwọ Israẹli sí Olúwa Ọlọ́run rẹ. Ẹ̀ṣẹ̀ rẹ ló fa ìparun rẹ!
2 ତୁମ୍ଭେମାନେ ବାକ୍ୟ ସଙ୍ଗରେ ଘେନି ସଦାପ୍ରଭୁଙ୍କ ନିକଟକୁ ଫେରି ଆସ; ତାହାଙ୍କୁ କୁହ, “ଅଧର୍ମସକଳ କ୍ଷମା କର ଓ ଯାହା ଉତ୍ତମ, ତାହା ଗ୍ରହଣ କର; ତହିଁରେ ଆମ୍ଭେମାନେ ଆପଣା ଆପଣା ଓଷ୍ଠାଧରର ଉପହାର ବୃଷ ରୂପରେ ଉତ୍ସର୍ଗ କରିବା।
Ẹ gba ọ̀rọ̀ Olúwa gbọ́, kí ẹ sì yípadà sí Olúwa. Ẹ sọ fún un pé, “Darí gbogbo ẹ̀ṣẹ̀ wa jì wá kí o sì fi oore-ọ̀fẹ́ gbà wá, kí àwa kí ó lè fi ètè wa sán an fún ọ
3 ଅଶୂର ଆମ୍ଭମାନଙ୍କର ପରିତ୍ରାଣ କରିବ ନାହିଁ; ଆମ୍ଭେମାନେ ଅଶ୍ୱାରୋହଣ କରିବା ନାହିଁ; କିଅବା ‘ତୁମ୍ଭେମାନେ ଆମ୍ଭମାନଙ୍କର ଦେବଗଣ’ ବୋଲି ଆପଣାମାନଙ୍କ ହସ୍ତକୃତ ବସ୍ତୁକୁ ଆଉ କହିବା ନାହିଁ; କାରଣ ପିତୃହୀନ ତୁମ୍ଭ ନିକଟରେ ଦୟାପ୍ରାପ୍ତ ହୁଏ।”
Asiria kò le gbà wá là; a kò ní í gorí ẹṣin ogun. A kò sì ní tún sọ ọ́ mọ́ láé, ‘Àwọn ni òrìṣà wa’ sí àwọn ohun tí ó fi ọwọ́ wa ṣe; nítorí pé lọ́dọ̀ rẹ ni àwọn aláìní baba tí ń rí àánú.”
4 ଆମ୍ଭେ ସେମାନଙ୍କ ବିପଥଗମନର ପ୍ରତିକାର କରିବା, ଆମ୍ଭେ ସ୍ୱଚ୍ଛନ୍ଦରେ ସେମାନଙ୍କୁ ପ୍ରେମ କରିବା; କାରଣ ଆମ୍ଭ କ୍ରୋଧ ତାହାଠାରୁ ନିବୃତ୍ତ ହୋଇଅଛି।
“Èmi wo àgàbàgebè wọn sàn, Èmi ó sì fẹ́ràn wọn, lọ́fẹ̀ẹ́, nítorí ìbínú mi ti yípadà kúrò lọ́dọ̀ wọn.
5 ଆମ୍ଭେ ଇସ୍ରାଏଲ ପକ୍ଷରେ କାକର ତୁଲ୍ୟ ହେବା; ସେ କଇଁଫୁଲ ତୁଲ୍ୟ ଫୁଟିବ ଓ ଲିବାନୋନର ତୁଲ୍ୟ ମୂଳ ବାନ୍ଧିବ।
Èmi o dàbí ìrì sí Israẹli, wọn o sì yọ ìtànná bi ewéko lílì. Bi kedari ti Lebanoni yóò si ta gbòǹgbò.
6 ତାହାର ଶାଖାସବୁ ବିସ୍ତାରିତ ହେବ ଓ ତାହାର ଶୋଭା ଜୀତବୃକ୍ଷ ତୁଲ୍ୟ ଓ ତାହାର ସୁବାସ ଲିବାନୋନ ପରି ହେବ।
Àṣẹ̀ṣẹ̀yọ ẹ̀ka rẹ̀ yóò dàgbà, dídán ẹwà yóò rẹ̀ dànù bí igi olifi. Òórùn rẹ yóò sì dàbí igi kedari ti Lebanoni.
7 ତାହାର ଛାୟା ତଳେ ବାସକାରୀମାନେ ଫେରି ଆସିବେ; ସେମାନେ ଶସ୍ୟ ପରି ସଂଜୀବିତ ହେବେ ଓ ଦ୍ରାକ୍ଷାଲତା ପରି ପ୍ରସ୍ପୁଟିତ ହେବେ; ତହିଁର ସୁବାସ ଲିବାନୋନର ଦ୍ରାକ୍ଷାରସ ତୁଲ୍ୟ ହେବ।
Àwọn ènìyàn yóò tún padà gbé lábẹ́ òjijì rẹ̀. Yóò rúwé bi ọkà. Yóò sì yọ ìtànná bi àjàrà, òórùn rẹ yóò dàbí ti wáìnì Lebanoni.
8 ଇଫ୍ରୟିମ କହିବ, “ପ୍ରତିମାଗଣରେ ମୋର ଆଉ କି କାର୍ଯ୍ୟ?” ଆମ୍ଭେ ଉତ୍ତର ଦେଇଅଛୁ ଓ ତାହା ବିଷୟରେ ମନୋଯୋଗ କରିବା; ଆମ୍ଭେ ସତେଜ ଦେବଦାରୁ ବୃକ୍ଷ ତୁଲ୍ୟ; ଆମ୍ଭଠାରୁ ତୁମ୍ଭର ଫଳପ୍ରାପ୍ତି ହୁଏ।
Ìwọ Efraimu, kín ló tún kù tí mo ní ṣe pẹ̀lú ère òrìṣà? Èmi ó dá a lóhùn, èmi ó sì ṣe ìtọ́jú rẹ. Mo dàbí igi junifa tó ń fi gbogbo ìgbà tutù, èso tí ìwọ ń so si ń wá láti ọ̀dọ̀ mi.”
9 ଜ୍ଞାନବାନ କିଏ? ସେ ଏହିସବୁ ବିଷୟ ବୁଝିବ। ବୁଦ୍ଧିମାନ କିଏ? ସେ ଏସବୁ ଜାଣିବ, କାରଣ ସଦାପ୍ରଭୁଙ୍କର ପଥସକଳ ସରଳ, ଧାର୍ମିକମାନେ ତହିଁରେ ଗମନ କରିବେ; ମାତ୍ର ଆଜ୍ଞା-ଲଙ୍ଘନକାରୀମାନେ ତହିଁ ମଧ୍ୟରେ ପତିତ ହେବେ।
Ta ni ọlọ́gbọ́n? Òun yóò mòye àwọn nǹkan wọ̀nyí. Ta a ní ó mọ̀? Òun yóò ní ìmọ̀ wọn. Títọ́ ni ọ̀nà Olúwa àwọn olódodo si ń rìn nínú wọn, ṣùgbọ́n àwọn ọlọ́tẹ̀ ni yóò kọsẹ̀ nínú wọn.

< ହୋଶେୟ 14 >