< ହୋଶେୟ 11 >
1 ଇସ୍ରାଏଲର ବାଲ୍ୟକାଳରେ ଆମ୍ଭେ ତାହାକୁ ସ୍ନେହ କଲୁ ଓ ଆମ୍ଭ ପୁତ୍ରକୁ ମିସରରୁ ଡାକିଲୁ।
Як Ізраїль був хлопцем, Я його покохав, і з Єгипту покликав Я сина Свого́.
2 ମାତ୍ର ଯେତେ ସେମାନଙ୍କୁ ଡାକିଲେ, ସେତେ ସେମାନେ ସେମାନଙ୍କଠାରୁ ଦୂରକୁ ଗଲେ; ସେମାନେ ବାଲ୍ଦେବଗଣ ଉଦ୍ଦେଶ୍ୟରେ ବଳିଦାନ କଲେ ଓ ଖୋଦିତ ପ୍ରତିମାଗଣ ଉଦ୍ଦେଶ୍ୟରେ ଧୂପ ଜ୍ୱଳାଇଲେ।
Як часто їх кликав, так вони йшли від Мене, — прино́сили жертви Ваа́лам, і кадили бовва́нам.
3 ତଥାପି ଆମ୍ଭେ ଇଫ୍ରୟିମକୁ ଚାଲିବା ପାଇଁ ଶିଖାଇଲୁ; ଆମ୍ଭେ ସେମାନଙ୍କୁ ଆପଣା ବାହୁରେ ବୋହିଲୁ; ମାତ୍ର ଆମ୍ଭେ ଯେ ସେମାନଙ୍କୁ ସୁସ୍ଥ କଲୁ, ଏହା ସେମାନେ ଜାଣିଲେ ନାହିଁ।
Я ж Єфрема ходити навчав, Я їх брав на раме́на Свої, та не знали вони, що Я їх лікува́в.
4 ଆମ୍ଭେ ମନୁଷ୍ୟର ବନ୍ଧନୀ, ଅର୍ଥାତ୍, ପ୍ରେମରଜ୍ଜୁ ଦ୍ୱାରା ସେମାନଙ୍କୁ ଆକର୍ଷଣ କଲୁ ଓ ଆମ୍ଭେ ସେମାନଙ୍କ କଳପାଟିରୁ ଯୁଆଳି ଉଠାଇ ନେବା ଲୋକ ତୁଲ୍ୟ ହେଲୁ ଓ ଆମ୍ଭେ ସେମାନଙ୍କ ଆଗରେ ଖାଦ୍ୟ ରଖିଲୁ।
Я тягнув їх шнурка́ми, що лю́дям лицю́ють, шнурка́ми любови, і був Я для них немов ті, що здіймають ярмо́ з-над їхньої шиї, і Я їх годував.
5 ସେ ମିସର ଦେଶକୁ ଫେରିଯିବ ନାହିଁ; ମାତ୍ର ଅଶୂରୀୟ ତାହାର ରାଜା ହେବ, କାରଣ ସେ ଫେରି ଆସିବାକୁ ଅସମ୍ମତ ହେଲା।
До кра́ю єгипетського він не ве́рнеться, та Ашшур — він буде для нього царем, бо вони не хотіли верну́тись до Мене.
6 ପୁଣି, ସେମାନଙ୍କର ନିଜ ମନ୍ତ୍ରଣା ସକାଶୁ ସେମାନଙ୍କ ନଗରସକଳର ଉପରେ ଖଡ୍ଗ ପଡ଼ିବ, ତାହାର ଅର୍ଗଳ ସକଳକୁ ସଂହାର କରିବ ଓ ସେମାନଙ୍କୁ ଗ୍ରାସ କରିବ।
А міста́ми його ґрасува́тиме меч, і за́суви його повила́млює він та й пожере́ їх за за́думи їхні.
7 ଆମ୍ଭର ଲୋକମାନଙ୍କର ଆମ୍ଭଠାରୁ ବିମୁଖ ହେବାର ପ୍ରବୃତ୍ତି ଅଛି; ଲୋକମାନେ ଊର୍ଦ୍ଧ୍ୱସ୍ଥଙ୍କ ନିକଟକୁ ଆସିବା ପାଇଁ ସେମାନଙ୍କୁ ଡାକିଲେ ମଧ୍ୟ କେହି ତାହାଙ୍କର ପ୍ରଶଂସା କରେ ନାହିଁ।
А наро́д Мій схильни́й відпада́ти від Мене, і хоч кличуть його догори, він не підійма́ється ра́зом.
8 ହେ ଇଫ୍ରୟିମ, ଆମ୍ଭେ କିପରି ତୁମ୍ଭକୁ ତ୍ୟାଗ କରିବା? ହେ ଇସ୍ରାଏଲ, ଆମ୍ଭେ କିପରି ତୁମ୍ଭକୁ ସମର୍ପି ଦେବା? ଆମ୍ଭେ କିପରି ତୁମ୍ଭକୁ ଅଦ୍ମାର ନଗରୀ ତୁଲ୍ୟ କରିବା? ଆମ୍ଭେ କିପରି ତୁମ୍ଭକୁ ସବୋୟୀମର ନଗରୀ ତୁଲ୍ୟ ରଖିବା? ଆମ୍ଭ ହୃଦୟ ଆମ୍ଭ ଅନ୍ତରରେ ବ୍ୟାକୁଳ ହେଉଅଛି, ଆମ୍ଭର ବିବିଧ ସ୍ନେହ ଏକତ୍ର ପ୍ରଜ୍ୱଳିତ ହେଉଅଛି।
Як тебе Я, Єфреме, відда́м, як ви́дам тебе́, о Ізраїлю? Як тебе Я віддам, як Адму, учиню тебе, мов Цевоїм? У Мені переверну́лося серце Моє, розпали́лася ра́зом і жа́лість Моя!
9 ଆମ୍ଭେ ଆପଣା କ୍ରୋଧର ପ୍ରଚଣ୍ଡତା ସଫଳ କରିବା ନାହିଁ, ଆମ୍ଭେ ଇଫ୍ରୟିମକୁ ବିନାଶ କରିବା ପାଇଁ ଫେରିବା ନାହିଁ; କାରଣ ଆମ୍ଭେ ପରମେଶ୍ୱର ଅଟୁ; ମନୁଷ୍ୟ ନୋହୁଁ; ଆମ୍ଭେ ତୁମ୍ଭର ମଧ୍ୟବର୍ତ୍ତୀ ଧର୍ମସ୍ୱରୂପ ଅଟୁ; ଆମ୍ଭେ ନଗର ମଧ୍ୟରେ ପ୍ରବେଶ କରିବା ନାହିଁ।
Не вчиню́ жару гніву Свого, більше ни́щити Єфрема не бу́ду, бо Бог Я, а не люди́на, серед тебе — Святий, і не прийду́ в люті гніву.
10 ଆମ୍ଭେ ସିଂହ ତୁଲ୍ୟ ଗର୍ଜ୍ଜନ କଲେ, ସେମାନେ ସଦାପ୍ରଭୁଙ୍କର ପଶ୍ଚାଦ୍ଗମନ କରିବେ, ଆଉ ଆମ୍ଭେ ଗର୍ଜ୍ଜନ କଲେ ପଶ୍ଚିମ ଦିଗରୁ ସନ୍ତାନମାନେ ଥରଥର ହୋଇ ଆସିବେ।
За Господом пі́дуть вони, а Він заричи́ть, немов лев, і Він заричи́ть, і від за́ходу при́йдуть в тремті́нні сини́.
11 ସେମାନେ ପକ୍ଷୀ ପରି ମିସରରୁ ଓ କପୋତ ପରି ଅଶୂର ଦେଶରୁ ଥରଥର ହୋଇ ଆସିବେ; ପୁଣି, ଆମ୍ଭେ ସେମାନଙ୍କୁ ସେମାନଙ୍କ ଗୃହରେ ବାସ କରାଇବା, ଏହା ପ୍ରଭୁ ସଦାପ୍ରଭୁ କହନ୍ତି।
Вони при́йдуть в тремті́нні, як птах із Єгипту, і як голуб із кра́ю Ашшу́ра, і Я посаджу́ їх по їхніх дома́х, говорить Госпо́дь.
12 ଇଫ୍ରୟିମ ମିଥ୍ୟା କଥାରେ ଓ ଇସ୍ରାଏଲ ବଂଶ ପ୍ରବଞ୍ଚନାରେ ଆମ୍ଭକୁ ଘେରୁଅଛନ୍ତି; ମାତ୍ର ଯିହୁଦା ଏବେ ମଧ୍ୟ ପରମେଶ୍ୱରଙ୍କ ସହିତ କର୍ତ୍ତୃତ୍ୱ କରୁଅଛି ଓ ଧର୍ମସ୍ୱରୂପଙ୍କ ସହିତ ବିଶ୍ୱସ୍ତ ହୋଇ ରହିଅଛି।
Єфре́м оточи́в Мене лжею, лука́вством — Ізраїлів дім, а Юда держа́вся ще з Богом і з святими був вірний.