< ଏବ୍ରୀ 9 >

1 ପ୍ରକୃତରେ ସେହି ପ୍ରଥମ ନିୟମର ମଧ୍ୟ ଉପାସନା ସମ୍ବନ୍ଧୀୟ ନାନା ବିଧିବିଧାନ ଓ ଗୋଟିଏ ପାର୍ଥିବ ପବିତ୍ର ସ୍ଥାନ ଥିଲା।
स प्रथमो नियम आराधनाया विविधरीतिभिरैहिकपवित्रस्थानेन च विशिष्ट आसीत्।
2 କାରଣ ଗୋଟିଏ ତମ୍ବୁ ନିର୍ମିତ ହୋଇଥିଲା, ସେଥିର ପ୍ରଥମ ଭାଗରେ ଦୀପବୃକ୍ଷ, ମେଜ ଓ ଉତ୍ସର୍ଗୀକୃତ ରୁଟି ଥିଲା ତାହାକୁ ପବିତ୍ର ସ୍ଥାନ ବୋଲି କହନ୍ତି।
यतो दूष्यमेकं निरमीयत तस्य प्रथमकोष्ठस्य नाम पवित्रस्थानमित्यासीत् तत्र दीपवृक्षो भोजनासनं दर्शनीयपूपानां श्रेणी चासीत्।
3 ପୁଣି, ଦ୍ୱିତୀୟ ଯବନିକାର ପଶ୍ଚାତରେ ତମ୍ବୁର ଯେଉଁ ଭାଗ ଥିଲା, ତାହାକୁ ମହାପବିତ୍ର ସ୍ଥାନ ବୋଲି କହନ୍ତି;
तत्पश्चाद् द्वितीयायास्तिरष्करिण्या अभ्यन्तरे ऽतिपवित्रस्थानमितिनामकं कोष्ठमासीत्,
4 ସେଠାରେ ସୁବର୍ଣ୍ଣର ଧୂପବେଦି ଓ ଚତୁଃପାର୍ଶ୍ୱ ସୁବର୍ଣ୍ଣ ମଣ୍ଡିତ ନିୟମ-ସିନ୍ଦୁକ ଥିଲା। ସେହି ନିୟମ-ସିନ୍ଦୁକରେ ମାନ୍ନା ରଖାଯାଇଥିବା ଗୋଟିଏ ସୁବର୍ଣ୍ଣର ପାତ୍ର, ହାରୋଣଙ୍କ ମଞ୍ଜରିତ ଯଷ୍ଟି ଓ ନିୟମର ଦୁଇ ପ୍ରସ୍ତରଫଳକ ଥିଲା,
तत्र च सुवर्णमयो धूपाधारः परितः सुवर्णमण्डिता नियममञ्जूषा चासीत् तन्मध्ये मान्नायाः सुवर्णघटो हारोणस्य मञ्जरितदण्डस्तक्षितौ नियमप्रस्तरौ,
5 ଆଉ ତାହା ଉପରେ ପାପାଚ୍ଛାଦନକୁ ଛାୟା କରୁଥିବା ଈଶ୍ବରଙ୍କ ଗୌରବସୂଚକ ଦୁଇଟି କିରୂବ ଥିଲେ; ସେହିସବୁ ବିଷୟରେ ଏବେ ଆମ୍ଭେମାନେ ସବିଶେଷ କହି ନ ପାରୁ।
तदुपरि च करुणासने छायाकारिणौ तेजोमयौ किरूबावास्ताम्, एतेषां विशेषवृत्तान्तकथनाय नायं समयः।
6 ଏହିସବୁ ଏହି ପ୍ରକାରେ ପ୍ରସ୍ତୁତ ହୋଇଥିବାରୁ ଯାଜକମାନେ ଉପାସନା କରିବା ନିମନ୍ତେ ତମ୍ବୁର ପ୍ରଥମ ଭାଗରେ ସର୍ବଦା ପ୍ରବେଶ କରନ୍ତି,
एतेष्वीदृक् निर्म्मितेषु याजका ईश्वरसेवाम् अनुतिष्ठनतो दूष्यस्य प्रथमकोष्ठं नित्यं प्रविशन्ति।
7 କିନ୍ତୁ ଦ୍ୱିତୀୟ ଭାଗରେ କେବଳ ମହାଯାଜକ ବର୍ଷକୁ ଥରେ ପ୍ରବେଶ କରନ୍ତି, ଆଉ ସେ ଆପଣାର ଓ ଲୋକମାନଙ୍କର ଅଜ୍ଞାନକୃତ ପାପ ନିମନ୍ତେ ଉତ୍ସର୍ଗ କରିବାର ରକ୍ତ ନ ନେଇ ପ୍ରବେଶ କରନ୍ତି ନାହିଁ।
किन्तु द्वितीयं कोष्ठं प्रतिवर्षम् एककृत्व एकाकिना महायाजकेन प्रविश्यते किन्त्वात्मनिमित्तं लोकानाम् अज्ञानकृतपापानाञ्च निमित्तम् उत्सर्ज्जनीयं रुधिरम् अनादाय तेन न प्रविश्यते।
8 ଏଥିରେ ପବିତ୍ର ଆତ୍ମା ଏହା ପ୍ରକାଶ କରନ୍ତି ଯେ, ପ୍ରଥମ ତମ୍ବୁ ରହିଥିବା ପର୍ଯ୍ୟନ୍ତ ପବିତ୍ର ସ୍ଥାନରେ ପ୍ରବେଶ କରିବାର ପଥ ପ୍ରକାଶିତ ହୋଇ ନାହିଁ।
इत्यनेन पवित्र आत्मा यत् ज्ञापयति तदिदं तत् प्रथमं दूष्यं यावत् तिष्ठति तावत् महापवित्रस्थानगामी पन्था अप्रकाशितस्तिष्ठति।
9 ଏହି ପ୍ରଥମ ତମ୍ବୁ ବର୍ତ୍ତମାନ ସମୟ ନିମନ୍ତେ ନିଦର୍ଶନ ସ୍ୱରୂପ, ଆଉ ତଦନୁସାରେ ଦାନ ଓ ବଳି ଉଭୟ ଉତ୍ସର୍ଗ କରାଯାଏ, କିନ୍ତୁ ଏହିସବୁ ଉପାସକକୁ ବିବେକଗତ ସିଦ୍ଧି ଦାନ କରିପାରେ ନାହିଁ;
तच्च दूष्यं वर्त्तमानसमयस्य दृष्टान्तः, यतो हेतोः साम्प्रतं संशोधनकालं यावद् यन्निरूपितं तदनुसारात् सेवाकारिणो मानसिकसिद्धिकरणेऽसमर्थाभिः
10 ଏହି ସମସ୍ତ ଖାଦ୍ୟ, ପେୟ ଓ ବିବିଧପ୍ରକାର ଶୁଚିକ୍ରିୟା ସଂଶୋଧନର ସମୟ ପର୍ଯ୍ୟନ୍ତ ପାଳନୀୟ ଶାରୀରିକ ବିଧିବିଧାନମାତ୍ର।
केवलं खाद्यपेयेषु विविधमज्जनेषु च शारीरिकरीतिभि र्युक्तानि नैवेद्यानि बलिदानानि च भवन्ति।
11 କିନ୍ତୁ ଖ୍ରୀଷ୍ଟ ବର୍ତ୍ତମାନ ଉତ୍ତମ ବିଷୟର ମହାଯାଜକ ସ୍ୱରୂପେ ଉପସ୍ଥିତ ହୋଇ ଏହି ସୃଷ୍ଟିରୁ ଭିନ୍ନ ଅହସ୍ତକୃତ ମହତ୍ ଓ ଶ୍ରେଷ୍ଠତର ତମ୍ବୁ ଦେଇ ଯାଇ ଛାଗ ଓ ଗୋବତ୍ସର ରକ୍ତ ନୁହେଁ,
अपरं भाविमङ्गलानां महायाजकः ख्रीष्ट उपस्थायाहस्तनिर्म्मितेनार्थत एतत्सृष्टे र्बहिर्भूतेन श्रेष्ठेन सिद्धेन च दूष्येण गत्वा
12 ମାତ୍ର ଆପଣାର ରକ୍ତ ଘେନି ଏକାଥରକେ ମହାପବିତ୍ର ସ୍ଥାନରେ ପ୍ରବେଶ କରି ଅନନ୍ତ ମୁକ୍ତି ସାଧନ କରିଅଛନ୍ତି। (aiōnios g166)
छागानां गोवत्सानां वा रुधिरम् अनादाय स्वीयरुधिरम् आदायैककृत्व एव महापवित्रस्थानं प्रविश्यानन्तकालिकां मुक्तिं प्राप्तवान्। (aiōnios g166)
13 କାରଣ ଯଦି ଛାଗ ଓ ବୃଷମାନଙ୍କ ରକ୍ତ ପୁଣି, ଅଶୁଚିମାନଙ୍କ ଉପରେ ସେଚିତ ଗାଭୀଭସ୍ମ ଶରୀରକୁ ପବିତ୍ର କରେ,
वृषछागानां रुधिरेण गवीभस्मनः प्रक्षेपेण च यद्यशुचिलोकाः शारीरिशुचित्वाय पूयन्ते,
14 ତେବେ ଯେଉଁ ଖ୍ରୀଷ୍ଟ ଚିରନ୍ତନ ଆତ୍ମାଙ୍କ ଦ୍ୱାରା ଆପଣାକୁ ନିଖୁନ୍ତ ବଳି ସ୍ୱରୂପେ ଈଶ୍ବରଙ୍କ ନିକଟରେ ଉତ୍ସର୍ଗ କଲେ, ତାହାଙ୍କ ରକ୍ତ କେତେ ଅଧିକ ପରିମାଣରେ ଜୀବିତ ଈଶ୍ବରଙ୍କ ସେବା କରିବା ନିମନ୍ତେ ମୃତ କର୍ମରୁ ଆମ୍ଭମାନଙ୍କ ବିବେକକୁ ଶୁଦ୍ଧ ନ କରିବ! (aiōnios g166)
तर्हि किं मन्यध्वे यः सदातनेनात्मना निष्कलङ्कबलिमिव स्वमेवेश्वराय दत्तवान्, तस्य ख्रीष्टस्य रुधिरेण युष्माकं मनांस्यमरेश्वरस्य सेवायै किं मृत्युजनकेभ्यः कर्म्मभ्यो न पवित्रीकारिष्यन्ते? (aiōnios g166)
15 ଆଉ ଏହି କାରଣରୁ ସେ ନୂତନ ନିୟମର ମଧ୍ୟସ୍ଥ ହୋଇଅଛନ୍ତି, ଯେପରି ପ୍ରଥମ ନିୟମକାଳୀନ ଅପରାଧ ମାର୍ଜନାର୍ଥେ ମୃତ୍ୟୁଭୋଗ କରିଯାଇଥିବାରୁ ଈଶ୍ବରଙ୍କ ଆହୂତ ଲୋକମାନେ ଅନନ୍ତ ଅଧିକାର ସମ୍ବନ୍ଧୀୟ ପ୍ରତିଜ୍ଞାର ଫଳପ୍ରାପ୍ତ ହୁଅନ୍ତି। (aiōnios g166)
स नूतननियमस्य मध्यस्थोऽभवत् तस्याभिप्रायोऽयं यत् प्रथमनियमलङ्घनरूपपापेभ्यो मृत्युना मुक्तौ जातायाम् आहूतलोका अनन्तकालीयसम्पदः प्रतिज्ञाफलं लभेरन्। (aiōnios g166)
16 କାରଣ ଚୁକ୍ତି କରାଯାଇଥିଲେ ଚୁକ୍ତି କରିଥିବା ବ୍ୟକ୍ତିଙ୍କ ମୃତ୍ୟୁର ପ୍ରମାଣ ଆବଶ୍ୟକ।
यत्र नियमो भवति तत्र नियमसाधकस्य बले र्मृत्युना भवितव्यं।
17 ଯେଣୁ ମୃତ୍ୟୁ ଘଟିଲେ ଚୁକ୍ତି ବଳବନ୍ତ ହୁଏ, କାରଣ ଚୁକ୍ତି କରିଥିବା ଲୋକ ଜୀବିତ ଥିବା ପର୍ଯ୍ୟନ୍ତ ତାହା କଦାପି କାର୍ଯ୍ୟକାରୀ ହୁଏ ନାହିଁ।
यतो हतेन बलिना नियमः स्थिरीभवति किन्तु नियमसाधको बलि र्यावत् जीवति तावत् नियमो निरर्थकस्तिष्ठति।
18 ଏଥିନିମନ୍ତେ ପ୍ରଥମ ନିୟମ ମଧ୍ୟ ବିନା ରକ୍ତରେ ପ୍ରତିଷ୍ଠିତ ହୋଇ ନ ଥିଲା।
तस्मात् स पूर्व्वनियमोऽपि रुधिरपातं विना न साधितः।
19 କାରଣ ମୋଶା ଲୋକମାନଙ୍କ ନିକଟରେ ବ୍ୟବସ୍ଥାନୁଯାୟୀ ସମସ୍ତ ଆଜ୍ଞା ପ୍ରକାଶ କଲା ଉତ୍ତାରେ ଜଳ, ଲୋହିତବର୍ଣ୍ଣ ମେଷଲୋମ ଓ ଏଜୋବ ସହିତ ଗୋବତ୍ସ ଓ ଛାଗର ରକ୍ତ ଘେନି ନିୟମପୁସ୍ତକ ଓ ସମସ୍ତ ଲୋକଙ୍କ ଉପରେ ସେଚନ କରି କହିଲେ,
फलतः सर्व्वलोकान् प्रति व्यवस्थानुसारेण सर्व्वा आज्ञाः कथयित्वा मूसा जलेन सिन्दूरवर्णलोम्ना एषोवतृणेन च सार्द्धं गोवत्सानां छागानाञ्च रुधिरं गृहीत्वा ग्रन्थे सर्व्वलोकेषु च प्रक्षिप्य बभाषे,
20 ଈଶ୍ବର ତୁମ୍ଭମାନଙ୍କ ସମ୍ବନ୍ଧରେ ଯେଉଁ ନିୟମ ଆଜ୍ଞା କରିଅଛନ୍ତି, ସେହି ନିୟମର ରକ୍ତ ଏହି।
युष्मान् अधीश्वरो यं नियमं निरूपितवान् तस्य रुधिरमेतत्।
21 ଆହୁରି ମଧ୍ୟ ସେ ତମ୍ବୁ ଓ ଯାଜକୀୟ ପରିଚର୍ଯ୍ୟାର ସମସ୍ତ ପାତ୍ର ଉପରେ ସେହିପରି ରକ୍ତ ସେଚନ କଲେ।
तद्वत् स दूष्येऽपि सेवार्थकेषु सर्व्वपात्रेषु च रुधिरं प्रक्षिप्तवान्।
22 ପୁଣି, ମୋଶାଙ୍କ ବ୍ୟବସ୍ଥା ଅନୁସାରେ ପ୍ରାୟ ସମସ୍ତ ବିଷୟ ରକ୍ତ ଦ୍ୱାରା ଶୁଚିକୃତ ହୁଏ, ଆଉ ରକ୍ତପାତ ବିନା ପାପ କ୍ଷମା ହୁଏ ନାହିଁ।
अपरं व्यवस्थानुसारेण प्रायशः सर्व्वाणि रुधिरेण परिष्क्रियन्ते रुधिरपातं विना पापमोचनं न भवति च।
23 ଅତଏବ, ସ୍ୱର୍ଗସ୍ଥ ବିଷୟଗୁଡ଼ିକର ଦୃଷ୍ଟାନ୍ତ ସମସ୍ତ ଏହିସବୁ ଦ୍ୱାରା ଶୁଚିକୃତ ହେବାର ଆବଶ୍ୟକ ଥିଲା, କିନ୍ତୁ ସ୍ୱର୍ଗୀୟ ବିଷୟଗୁଡ଼ିକ ତ ଏହି ସବୁଠାରୁ ଶ୍ରେଷ୍ଠତର ବଳିଦାନ ଦ୍ୱାରା ଶୁଚିକୃତ ହେବାର ଆବଶ୍ୟକ।
अपरं यानि स्वर्गीयवस्तूनां दृष्टान्तास्तेषाम् एतैः पावनम् आवश्यकम् आसीत् किन्तु साक्षात् स्वर्गीयवस्तूनाम् एतेभ्यः श्रेष्ठेै र्बलिदानैः पावनमावश्यकं।
24 କାରଣ ପ୍ରକୃତ ବିଷୟର ପ୍ରତିରୂପ ଯେ ହସ୍ତକୃତ ମହାପବିତ୍ର ସ୍ଥାନ, ସେଥିରେ ଖ୍ରୀଷ୍ଟ ପ୍ରବେଶ ନ କରି ବରଂ ଆମ୍ଭମାନଙ୍କ ନିମନ୍ତେ ଏବେ ଈଶ୍ବରଙ୍କ ସମ୍ମୁଖରେ ଉପସ୍ଥିତ ହେବା ପାଇଁ ସ୍ୱର୍ଗରେ ପ୍ରବେଶ କରିଅଛନ୍ତି।
यतः ख्रीष्टः सत्यपवित्रस्थानस्य दृष्टान्तरूपं हस्तकृतं पवित्रस्थानं न प्रविष्टवान् किन्त्वस्मन्निमित्तम् इदानीम् ईश्वरस्य साक्षाद् उपस्थातुं स्वर्गमेव प्रविष्टः।
25 ମହାଯାଜକ ଯେପରି ଅନ୍ୟର ରକ୍ତ ଘେନି ବର୍ଷକୁ ବର୍ଷ ମହାପବିତ୍ର ସ୍ଥାନରେ ପ୍ରବେଶ କରନ୍ତି, ସେହିପରି ସେ ଯେ ଥରକୁଥର ଆପଣାକୁ ଉତ୍ସର୍ଗ କରିବେ, ତାହା ନୁହେଁ;
यथा च महायाजकः प्रतिवर्षं परशोणितमादाय महापवित्रस्थानं प्रविशति तथा ख्रीष्टेन पुनः पुनरात्मोत्सर्गो न कर्त्तव्यः,
26 ତାହାହେଲେ ଜଗତର ପତ୍ତନ ସମୟଠାରୁ ଥରକୁଥର ତାହାଙ୍କୁ ମୃତ୍ୟୁଭୋଗ କରିବାକୁ ହୋଇଥାଆନ୍ତା; କିନ୍ତୁ ଏବେ ସେ ଯୁଗାନ୍ତ ସମୟରେ ଆପଣାକୁ ବଳି ରୂପେ ଉତ୍ସର୍ଗ କରିବା ଦ୍ୱାରା ପାପ ଦୂର କରିବାକୁ ପ୍ରକାଶିତ ହୋଇଅଛନ୍ତି। (aiōn g165)
कर्त्तव्ये सति जगतः सृष्टिकालमारभ्य बहुवारं तस्य मृत्युभोग आवश्यकोऽभवत्; किन्त्विदानीं स आत्मोत्सर्गेण पापनाशार्थम् एककृत्वो जगतः शेषकाले प्रचकाशे। (aiōn g165)
27 ମନୁଷ୍ୟମାନଙ୍କ ନିମନ୍ତେ ଯେପରି ଥରେ ମାତ୍ର ମୃତ୍ୟୁ,
अपरं यथा मानुषस्यैककृत्वो मरणं तत् पश्चाद् विचारो निरूपितोऽस्ति,
28 ଆଉ, ତାହା ପରେ ବିଚାର ନିରୂପିତ ଅଛି, ସେହିପରି ଖ୍ରୀଷ୍ଟ ମଧ୍ୟ ଅନେକଙ୍କ ପାପ ବହନ କରିବା ନିମନ୍ତେ ଥରେ ମାତ୍ର ଉତ୍ସର୍ଗୀକୃତ ହେଲେ, କିନ୍ତୁ ଦ୍ୱିତୀୟ ଥର ପାପ ସକାଶେ ନୁହେଁ, ବରଂ ଯେଉଁମାନେ ତାହାଙ୍କ ଅପେକ୍ଷାରେ ଅଛନ୍ତି, ସେମାନଙ୍କ ପରିତ୍ରାଣ ନିମନ୍ତେ ଦର୍ଶନ ଦେବେ।
तद्वत् ख्रीष्टोऽपि बहूनां पापवहनार्थं बलिरूपेणैककृत्व उत्ससृजे, अपरं द्वितीयवारं पापाद् भिन्नः सन् ये तं प्रतीक्षन्ते तेषां परित्राणार्थं दर्शनं दास्यति।

< ଏବ୍ରୀ 9 >