< ଏବ୍ରୀ 9 >
1 ପ୍ରକୃତରେ ସେହି ପ୍ରଥମ ନିୟମର ମଧ୍ୟ ଉପାସନା ସମ୍ବନ୍ଧୀୟ ନାନା ବିଧିବିଧାନ ଓ ଗୋଟିଏ ପାର୍ଥିବ ପବିତ୍ର ସ୍ଥାନ ଥିଲା।
ହଃର୍ତୁ ନିୟମାର୍ ହେଁ ପାର୍ତ୍ନା ବିସୟେ ବିନ୍ବିନ୍ ବିଦିବିଦାନ୍ ଆର୍ ଗଟେକ୍ ହୁର୍ତିବିର୍ ପବିତ୍ର ଟାଣ୍ ରିଲି ।
2 କାରଣ ଗୋଟିଏ ତମ୍ବୁ ନିର୍ମିତ ହୋଇଥିଲା, ସେଥିର ପ୍ରଥମ ଭାଗରେ ଦୀପବୃକ୍ଷ, ମେଜ ଓ ଉତ୍ସର୍ଗୀକୃତ ରୁଟି ଥିଲା ତାହାକୁ ପବିତ୍ର ସ୍ଥାନ ବୋଲି କହନ୍ତି।
ବଃଲେକ୍ ଗଟେକ୍ ତୁମ୍ ତିଆର୍ ଅୟ୍ରିଲି, ସେତିର୍ ହଃର୍ତୁ ବାବେ ଦିହ୍ରୁକା, ଟେବୁଲ୍ ଆର୍ ଦାନ୍ ଦିଲା ରୁଟି ରିଲି; ତାକେ ପବିତ୍ର ଜଃଗା ବଃଲି କଃଉତି ।
3 ପୁଣି, ଦ୍ୱିତୀୟ ଯବନିକାର ପଶ୍ଚାତରେ ତମ୍ବୁର ଯେଉଁ ଭାଗ ଥିଲା, ତାହାକୁ ମହାପବିତ୍ର ସ୍ଥାନ ବୋଲି କହନ୍ତି;
ଆରେକ୍ ପର୍ଦା ହଃଚ୍ବାଟ୍ୟା ଜୁୟ୍ ବାଗ୍ ରିଲି, ତାକେ ମୁଳ୍ ପବିତ୍ର ଟାଣ୍ ବଃଲି କଃଉତି ।
4 ସେଠାରେ ସୁବର୍ଣ୍ଣର ଧୂପବେଦି ଓ ଚତୁଃପାର୍ଶ୍ୱ ସୁବର୍ଣ୍ଣ ମଣ୍ଡିତ ନିୟମ-ସିନ୍ଦୁକ ଥିଲା। ସେହି ନିୟମ-ସିନ୍ଦୁକରେ ମାନ୍ନା ରଖାଯାଇଥିବା ଗୋଟିଏ ସୁବର୍ଣ୍ଣର ପାତ୍ର, ହାରୋଣଙ୍କ ମଞ୍ଜରିତ ଯଷ୍ଟି ଓ ନିୟମର ଦୁଇ ପ୍ରସ୍ତରଫଳକ ଥିଲା,
ସେତି ସନାର୍ ଦିହ୍ବେଦି ଆର୍ ଚାରିବାଟ୍ ସନା ଡାଳାୟ୍ଲାର୍ ନିୟମ୍ ହେଳି ରିଲି । ସେ ନିୟମ୍ ହେଳି ତଃୟ୍ ମାନ୍ନା ସଃଙ୍ଗାୟ୍ଲା ଗଟେକ୍ ସନାର୍ କଣ୍ଡି ରିଲି, ହାରଣାର୍ ଗଃଜା ଅୟ୍ ହଃତାର୍ ବାରାୟ୍ଲା ଡାଙ୍ଗ୍ ଆର୍ ଦଃସ୍ଗଟ୍ ବିଦି ଲେକାରିଲା ଜଳେକ୍ ଟେଳାର୍ ହାଟା ରିଲି ।
5 ଆଉ ତାହା ଉପରେ ପାପାଚ୍ଛାଦନକୁ ଛାୟା କରୁଥିବା ଈଶ୍ବରଙ୍କ ଗୌରବସୂଚକ ଦୁଇଟି କିରୂବ ଥିଲେ; ସେହିସବୁ ବିଷୟରେ ଏବେ ଆମ୍ଭେମାନେ ସବିଶେଷ କହି ନ ପାରୁ।
ଆର୍ ତାର୍ ଉହ୍ରେ ହାହ୍ କେମା କଃର୍ତାତଃୟ୍ ଚାୟ୍ କଃର୍ତା ଇସ୍ୱରାର୍ ଜଃଜ୍ମାନ୍ ଚିନାଉତା ଜଳେକ୍ କିରୁବ୍ ଦୁତ୍ମଃନ୍ ରିଲାୟ୍, ସେ ସଃବୁ ବିସୟେ ଅଃବେ ଅଃମିମଃନ୍ ନିକକଃରି କଃଉଁକେ ଲଳା ନାୟ୍ ।
6 ଏହିସବୁ ଏହି ପ୍ରକାରେ ପ୍ରସ୍ତୁତ ହୋଇଥିବାରୁ ଯାଜକମାନେ ଉପାସନା କରିବା ନିମନ୍ତେ ତମ୍ବୁର ପ୍ରଥମ ଭାଗରେ ସର୍ବଦା ପ୍ରବେଶ କରନ୍ତି,
ଇରି ଇରଃକମେ ତିଆର୍ ଅୟ୍ଆଚେ, ତଃବାର୍ ଗିନେ ଜାଜକ୍ମଃନ୍ ପାର୍ତ୍ନା କଃରୁକେ ତୁମାର୍ ହଃର୍ତୁମ୍ ବାଗେ ସଃବୁବଃଳ୍ ହୁର୍ତି,
7 କିନ୍ତୁ ଦ୍ୱିତୀୟ ଭାଗରେ କେବଳ ମହାଯାଜକ ବର୍ଷକୁ ଥରେ ପ୍ରବେଶ କରନ୍ତି, ଆଉ ସେ ଆପଣାର ଓ ଲୋକମାନଙ୍କର ଅଜ୍ଞାନକୃତ ପାପ ନିମନ୍ତେ ଉତ୍ସର୍ଗ କରିବାର ରକ୍ତ ନ ନେଇ ପ୍ରବେଶ କରନ୍ତି ନାହିଁ।
ମଃତର୍ ଆରେଗଟ୍ ବଃକ୍ରାୟ୍ ଅଃବ୍କା ମୁଳ୍ ଜାଜକ୍ ବଃର୍ସ୍କେ ତରେକ୍ ହୁରେଦ୍, ଆର୍ ସେ ଅଃହ୍ଣାର୍ ଆର୍ ଲକ୍ମଃନ୍ ଲୁକ୍ଣେ ବିଦି ନଃମାନ୍ଲା ହାହାର୍ ଗିନେ ହୁଜା ଦେତା ବଃନି ନଃୟ୍କଃରି ବିତ୍ରେ ହୁର୍ତି ।
8 ଏଥିରେ ପବିତ୍ର ଆତ୍ମା ଏହା ପ୍ରକାଶ କରନ୍ତି ଯେ, ପ୍ରଥମ ତମ୍ବୁ ରହିଥିବା ପର୍ଯ୍ୟନ୍ତ ପବିତ୍ର ସ୍ଥାନରେ ପ୍ରବେଶ କରିବାର ପଥ ପ୍ରକାଶିତ ହୋଇ ନାହିଁ।
ସେତାକ୍ ପବିତ୍ର ଆତ୍ମା ଇରି ଜାଣାଉଁଲି ଜେ, ହଃର୍ତୁ ତୁମ୍ ରେତା ହଃତେକ୍ ବଃଡେ ପବିତ୍ର ଜଃଗାୟ୍ ହୁରୁକ୍ ବାଟ୍ ଉଗାଳା ନୟେ ।
9 ଏହି ପ୍ରଥମ ତମ୍ବୁ ବର୍ତ୍ତମାନ ସମୟ ନିମନ୍ତେ ନିଦର୍ଶନ ସ୍ୱରୂପ, ଆଉ ତଦନୁସାରେ ଦାନ ଓ ବଳି ଉଭୟ ଉତ୍ସର୍ଗ କରାଯାଏ, କିନ୍ତୁ ଏହିସବୁ ଉପାସକକୁ ବିବେକଗତ ସିଦ୍ଧି ଦାନ କରିପାରେ ନାହିଁ;
ଇ ହଃର୍ତୁ ତୁମ୍ ଅଃବାର୍ ବେଳାର୍ ଗିନେ ଚିନ୍ ହଃର୍କାରେ, ଆର୍ ସେ ହଃର୍କାରେ ଦାନ୍ ଆର୍ ହୁଜା ଜଳେକ୍କେ ଟେକି ଦିଆ ଜଃଉଁଲି, ମଃତର୍ ଲକ୍କେ ମଃନାର୍ ସିଦ୍ ଦାନ୍ କଃରୁ ନାହାରେ ।
10 ଏହି ସମସ୍ତ ଖାଦ୍ୟ, ପେୟ ଓ ବିବିଧପ୍ରକାର ଶୁଚିକ୍ରିୟା ସଂଶୋଧନର ସମୟ ପର୍ଯ୍ୟନ୍ତ ପାଳନୀୟ ଶାରୀରିକ ବିଧିବିଧାନମାତ୍ର।
ଆରେକ୍ କାତାର୍, ହିଉତାର୍ ଆର୍ ନିର୍ମୁଳ୍ କଃରୁକେ ଗଃଗାଳାର୍ ରିତିବିଦି ମାନ୍ତା କଃତା ହଃକା ।
11 କିନ୍ତୁ ଖ୍ରୀଷ୍ଟ ବର୍ତ୍ତମାନ ଉତ୍ତମ ବିଷୟର ମହାଯାଜକ ସ୍ୱରୂପେ ଉପସ୍ଥିତ ହୋଇ ଏହି ସୃଷ୍ଟିରୁ ଭିନ୍ନ ଅହସ୍ତକୃତ ମହତ୍ ଓ ଶ୍ରେଷ୍ଠତର ତମ୍ବୁ ଦେଇ ଯାଇ ଛାଗ ଓ ଗୋବତ୍ସର ରକ୍ତ ନୁହେଁ,
ମଃତର୍ ଅଃବେ ଜୁୟ୍ ନିକ ବିସୟ୍ ଅଃମିମଃନ୍ ହାୟ୍ ଆଚୁ ମୁଳ୍ ଜାଜକ୍ ହର୍ କ୍ରିସ୍ଟ ଆସି ଆଚେ ସେ ଜୁୟ୍ ପାର୍ତ୍ନା ଗଃରାର୍ କାମ୍ କଃରୁଲା ସେରି ବଃଡ୍, ଆର୍ ସଃର୍ଗେ ଅଃଦିକ୍ ହୁର୍ନ୍ କଃର୍ତା ତୁମ୍ ।
12 ମାତ୍ର ଆପଣାର ରକ୍ତ ଘେନି ଏକାଥରକେ ମହାପବିତ୍ର ସ୍ଥାନରେ ପ୍ରବେଶ କରି ଅନନ୍ତ ମୁକ୍ତି ସାଧନ କରିଅଛନ୍ତି। (aiōnios )
ମଃତର୍ ଜିସୁ ସେ ବଃଡେ ପବିତ୍ର ଟାଣେ ଅଃହ୍ଣାର୍ ବଃନି ନଃୟ୍ ଗଟେତର୍କେ ମୁଳ୍ ପବିତ୍ର ଜଃଗାୟ୍ ହୁରିକଃରି ସଃବୁ ଦିନାର୍ ମୁକ୍ତି ହୁରୁଣ୍ କଃରି ଆଚେ । (aiōnios )
13 କାରଣ ଯଦି ଛାଗ ଓ ବୃଷମାନଙ୍କ ରକ୍ତ ପୁଣି, ଅଶୁଚିମାନଙ୍କ ଉପରେ ସେଚିତ ଗାଭୀଭସ୍ମ ଶରୀରକୁ ପବିତ୍ର କରେ,
ହର୍ନା ବିଦି ହଃର୍କାରେ ଜଦି ଚେଳିଗଃଡ୍ରା ଆର୍ ବଃୟ୍ଲ୍ମଃନାର୍ ବଃନି ଆରେକ୍ ଅସୁଚିମଃନାର୍ ଉହ୍ରେ ଚିଚ୍ଲା ହସୁର୍ ଚାର୍ ଗଃଗାଳ୍କେ ପବିତ୍ର କଃରେଦ୍,
14 ତେବେ ଯେଉଁ ଖ୍ରୀଷ୍ଟ ଚିରନ୍ତନ ଆତ୍ମାଙ୍କ ଦ୍ୱାରା ଆପଣାକୁ ନିଖୁନ୍ତ ବଳି ସ୍ୱରୂପେ ଈଶ୍ବରଙ୍କ ନିକଟରେ ଉତ୍ସର୍ଗ କଲେ, ତାହାଙ୍କ ରକ୍ତ କେତେ ଅଧିକ ପରିମାଣରେ ଜୀବିତ ଈଶ୍ବରଙ୍କ ସେବା କରିବା ନିମନ୍ତେ ମୃତ କର୍ମରୁ ଆମ୍ଭମାନଙ୍କ ବିବେକକୁ ଶୁଦ୍ଧ ନ କରିବ! (aiōnios )
ତଃବେ ଜୁୟ୍ କ୍ରିସ୍ଟ ସଃବୁବଃଳ୍ ଆତ୍ମାର୍ ଦଃୟ୍ ଅଃହ୍ଣାକ୍ ଦାଗ୍ ନୟ୍ଲା ହୁଜା ହର୍ ଇସ୍ୱରାର୍ ଚଃମେ ଟେକି ଦିଲା, ତାର୍ ବଃନି କଃତେକ୍ ଅଃଦିକ୍ ଅଃମାର୍ ଇସ୍ୱରାର୍ ସେବା କଃରୁକେ ମଃଲା କାମେ ହୁଣି ଅଃମାର୍ ମଃନ୍କେ ନିର୍ମୁଳ୍ ନଃକେରେ । (aiōnios )
15 ଆଉ ଏହି କାରଣରୁ ସେ ନୂତନ ନିୟମର ମଧ୍ୟସ୍ଥ ହୋଇଅଛନ୍ତି, ଯେପରି ପ୍ରଥମ ନିୟମକାଳୀନ ଅପରାଧ ମାର୍ଜନାର୍ଥେ ମୃତ୍ୟୁଭୋଗ କରିଯାଇଥିବାରୁ ଈଶ୍ବରଙ୍କ ଆହୂତ ଲୋକମାନେ ଅନନ୍ତ ଅଧିକାର ସମ୍ବନ୍ଧୀୟ ପ୍ରତିଜ୍ଞାର ଫଳପ୍ରାପ୍ତ ହୁଅନ୍ତି। (aiōnios )
ଇତାର୍ ଗିନେ କ୍ରିସ୍ଟ ନଃଉଆଁ ନିୟମାର୍ ମଃଜିର୍ ଲକ୍ ଅୟ୍ଆଚେ, ଜଃନ୍କଃରି ହଃର୍ତୁ ନିଅମ୍ ଦଃସ୍ କେମା କଃରୁକେ ସକ୍ତି ରିଲାକେ ଲକ୍ ମଃନ୍ ଜୁୟ୍ ହାହ୍ କଃରିରିଲାୟ୍ ସେତି ହୁଣି ସେମଃନ୍ ମୁକ୍ତି ଲାବ୍ କଃର୍ତି । (aiōnios )
16 କାରଣ ଚୁକ୍ତି କରାଯାଇଥିଲେ ଚୁକ୍ତି କରିଥିବା ବ୍ୟକ୍ତିଙ୍କ ମୃତ୍ୟୁର ପ୍ରମାଣ ଆବଶ୍ୟକ।
ଗଟ୍ ଗଜାଲେକା କାମେ ଲାଗାଉଁକେ ଗଜା କଃଲାର୍ ଲକ୍ ମଃଲାର୍ ହଃର୍ମାଣ୍ ଦଃର୍କାର୍ ।
17 ଯେଣୁ ମୃତ୍ୟୁ ଘଟିଲେ ଚୁକ୍ତି ବଳବନ୍ତ ହୁଏ, କାରଣ ଚୁକ୍ତି କରିଥିବା ଲୋକ ଜୀବିତ ଥିବା ପର୍ଯ୍ୟନ୍ତ ତାହା କଦାପି କାର୍ଯ୍ୟକାରୀ ହୁଏ ନାହିଁ।
ଜୁୟ୍ତାର୍ ଗିନେ ମଃଲେକ୍ ଗଜା ଅଃଦିକ୍ ମଲ୍ ଅୟ୍ଦ୍, ବଃଲେକ୍ ଗଃଜା କଃରିରିଲା ଲକ୍ ଜିବନ୍ ରେତା ହଃତେକ୍ ସେରି କଃବେ ହେଁ କାମେ ନଃଲାଗେ ।
18 ଏଥିନିମନ୍ତେ ପ୍ରଥମ ନିୟମ ମଧ୍ୟ ବିନା ରକ୍ତରେ ପ୍ରତିଷ୍ଠିତ ହୋଇ ନ ଥିଲା।
ଇତାର୍ ଗିନେ ହଃର୍ତୁର୍ ନିୟମ୍ ହେଁ ବଃନି ସଃଙ୍ଗ୍ ତିର୍ ଅୟ୍ରିଲି ।
19 କାରଣ ମୋଶା ଲୋକମାନଙ୍କ ନିକଟରେ ବ୍ୟବସ୍ଥାନୁଯାୟୀ ସମସ୍ତ ଆଜ୍ଞା ପ୍ରକାଶ କଲା ଉତ୍ତାରେ ଜଳ, ଲୋହିତବର୍ଣ୍ଣ ମେଷଲୋମ ଓ ଏଜୋବ ସହିତ ଗୋବତ୍ସ ଓ ଛାଗର ରକ୍ତ ଘେନି ନିୟମପୁସ୍ତକ ଓ ସମସ୍ତ ଲୋକଙ୍କ ଉପରେ ସେଚନ କରି କହିଲେ,
ହଃର୍ତୁ ମସା ଲକ୍ମଃନ୍କେ ବିଦିଏ ଲେକାଅୟ୍ଲା ଆଦେସ୍ ଲକ୍ମଃନ୍କେ ଜାଣାୟ୍ଲା । ହଃଚେ ହାଣି, ମେଣ୍ଡାରମ୍ ଆର୍ ଏସବ୍ ହଃତାର୍ ସଃଙ୍ଗ୍ ହସୁ ଆର୍ ଚେଳିର୍ ବଃନି ନଃୟ୍ ନିୟମ୍ ପୁସ୍ତକ୍ ଆର୍ ସଃବୁ ଲକ୍ମଃନାର୍ ଉହ୍ରେ ଚିଚ୍ଲା,
20 ଈଶ୍ବର ତୁମ୍ଭମାନଙ୍କ ସମ୍ବନ୍ଧରେ ଯେଉଁ ନିୟମ ଆଜ୍ଞା କରିଅଛନ୍ତି, ସେହି ନିୟମର ରକ୍ତ ଏହି।
ଆର୍ ସେ କୟ୍ଲା “ଇସ୍ୱର୍ ତୁମିମଃନାର୍ ବିସୟେ ନିୟମ୍ କଃରିଆଚେ, ସେ ନିଅମାର୍ ବଃନି ଇରି ।”
21 ଆହୁରି ମଧ୍ୟ ସେ ତମ୍ବୁ ଓ ଯାଜକୀୟ ପରିଚର୍ଯ୍ୟାର ସମସ୍ତ ପାତ୍ର ଉପରେ ସେହିପରି ରକ୍ତ ସେଚନ କଲେ।
ଆରେକ୍ ହେଁ ସେ ତୁମ୍ ତଃୟ୍ ଆର୍ ହୁଜା ଗିନେ ବେବାର୍ କଃର୍ତା ସଃବୁ ଆସ୍ତି ଉହ୍ରେ ସେବାନ୍ୟା ବଃନି ଚିଚ୍ଲା,
22 ପୁଣି, ମୋଶାଙ୍କ ବ୍ୟବସ୍ଥା ଅନୁସାରେ ପ୍ରାୟ ସମସ୍ତ ବିଷୟ ରକ୍ତ ଦ୍ୱାରା ଶୁଚିକୃତ ହୁଏ, ଆଉ ରକ୍ତପାତ ବିନା ପାପ କ୍ଷମା ହୁଏ ନାହିଁ।
ଆରେକ୍ ମସାର୍ ବିଦି ହଃର୍କାରେ ସଃବୁ ବିସୟ୍ ବଃନି ତଃୟ୍ ନିର୍ମୁଳ୍ ଅୟ୍ଦ୍, ଆର୍ ବଃନି ଚିଚ୍ଲେକ୍ ହଃକା ହାହ୍ କେମା ଅୟ୍ଦ୍ ।
23 ଅତଏବ, ସ୍ୱର୍ଗସ୍ଥ ବିଷୟଗୁଡ଼ିକର ଦୃଷ୍ଟାନ୍ତ ସମସ୍ତ ଏହିସବୁ ଦ୍ୱାରା ଶୁଚିକୃତ ହେବାର ଆବଶ୍ୟକ ଥିଲା, କିନ୍ତୁ ସ୍ୱର୍ଗୀୟ ବିଷୟଗୁଡ଼ିକ ତ ଏହି ସବୁଠାରୁ ଶ୍ରେଷ୍ଠତର ବଳିଦାନ ଦ୍ୱାରା ଶୁଚିକୃତ ହେବାର ଆବଶ୍ୟକ।
ଜୁୟ୍ ବିସୟ୍ ମଃନ୍ ସଃର୍ଗାର୍ ମୁଳ୍ ବିସୟ୍ ହର୍, ସେରି ମଃନ୍ ବଃନିଏ ନିର୍ମୁଳ୍ ଅଃଉତାର୍ ରିଲି ସେତାକ୍ ସଃର୍ଗାର୍ ବିସୟାର୍ ଗିନେ ନିକ ହୁଜା ଲଳା ।
24 କାରଣ ପ୍ରକୃତ ବିଷୟର ପ୍ରତିରୂପ ଯେ ହସ୍ତକୃତ ମହାପବିତ୍ର ସ୍ଥାନ, ସେଥିରେ ଖ୍ରୀଷ୍ଟ ପ୍ରବେଶ ନ କରି ବରଂ ଆମ୍ଭମାନଙ୍କ ନିମନ୍ତେ ଏବେ ଈଶ୍ବରଙ୍କ ସମ୍ମୁଖରେ ଉପସ୍ଥିତ ହେବା ପାଇଁ ସ୍ୱର୍ଗରେ ପ୍ରବେଶ କରିଅଛନ୍ତି।
ବଃଲେକ୍ ସଃତ୍ ମୁଳ୍ ପବିତ୍ର ଜଃଗା ବିସୟ୍ ଜେ ଆତେ ତିଆର୍ କଃଲା, ସେତି କ୍ରିସ୍ଟ ନଃହୁରି ଅଃମିମଃନାର୍ ଗିନେ ଅଃବେ ଇସ୍ୱରାର୍ ମୁଏଁ ଟିଆ ଅଃଉତା ଗିନେ ସଃର୍ଗେ ହୁରି ଆଚେ ।
25 ମହାଯାଜକ ଯେପରି ଅନ୍ୟର ରକ୍ତ ଘେନି ବର୍ଷକୁ ବର୍ଷ ମହାପବିତ୍ର ସ୍ଥାନରେ ପ୍ରବେଶ କରନ୍ତି, ସେହିପରି ସେ ଯେ ଥରକୁଥର ଆପଣାକୁ ଉତ୍ସର୍ଗ କରିବେ, ତାହା ନୁହେଁ;
ଜଃନ୍କଃରି ମୁଳ୍ ଜାଜକ୍ ହସୁ ବଃନି ନଃୟ୍ ବଃର୍ସ୍କେ ବଃର୍ସ୍ ମୁଳ୍ ପବିତ୍ର ଜଃଗାୟ୍ ଜାୟ୍ଦ୍, ସେବାନ୍ୟା ସେ ଜେ ତର୍କେ ତର୍ ଅଃହ୍ଣାକ୍ ସଃହ୍ରି ଅୟ୍ଦ୍, ସେରି ନାୟ୍;
26 ତାହାହେଲେ ଜଗତର ପତ୍ତନ ସମୟଠାରୁ ଥରକୁଥର ତାହାଙ୍କୁ ମୃତ୍ୟୁଭୋଗ କରିବାକୁ ହୋଇଥାଆନ୍ତା; କିନ୍ତୁ ଏବେ ସେ ଯୁଗାନ୍ତ ସମୟରେ ଆପଣାକୁ ବଳି ରୂପେ ଉତ୍ସର୍ଗ କରିବା ଦ୍ୱାରା ପାପ ଦୂର କରିବାକୁ ପ୍ରକାଶିତ ହୋଇଅଛନ୍ତି। (aiōn )
ସେବାନ୍ୟା ଅୟ୍ଲେକ୍ ଜଃଗତାର୍ ଆରୁମେ ହୁଣି ତର୍କେ ତର୍ ତାକେ ମଃର୍ନ୍ ବୟଃଗ୍ କଃରୁକେ ଅୟ୍ରିଲିହୁଣି; ମଃତର୍ ଅଃବେ ସେ ଜୁଗ୍ ସେସ୍ ବଃଳ୍ ହଃତେକ୍ ଅଃହ୍ଣାକ୍ ହୁଜା ହର୍ ସଃହ୍ରି ଦଃୟ୍କଃରି ହାହ୍ ଦୁର୍ କଃରୁକେ ଜାଣାୟ୍ ଅୟ୍ଆଚେ । (aiōn )
27 ମନୁଷ୍ୟମାନଙ୍କ ନିମନ୍ତେ ଯେପରି ଥରେ ମାତ୍ର ମୃତ୍ୟୁ,
ମାନାୟ୍ମଃନାର୍ ଗିନେ ଜଃନ୍କାର୍ ତରେକ୍ ମଃତର୍ ମଃର୍ନ୍, ଆର୍ ତରେକ୍ ମଃତର୍ ବିଚାର୍ ଆଚେ ।
28 ଆଉ, ତାହା ପରେ ବିଚାର ନିରୂପିତ ଅଛି, ସେହିପରି ଖ୍ରୀଷ୍ଟ ମଧ୍ୟ ଅନେକଙ୍କ ପାପ ବହନ କରିବା ନିମନ୍ତେ ଥରେ ମାତ୍ର ଉତ୍ସର୍ଗୀକୃତ ହେଲେ, କିନ୍ତୁ ଦ୍ୱିତୀୟ ଥର ପାପ ସକାଶେ ନୁହେଁ, ବରଂ ଯେଉଁମାନେ ତାହାଙ୍କ ଅପେକ୍ଷାରେ ଅଛନ୍ତି, ସେମାନଙ୍କ ପରିତ୍ରାଣ ନିମନ୍ତେ ଦର୍ଶନ ଦେବେ।
ସେବାନ୍ୟା କ୍ରିସ୍ଟ ହେଁ ଗାଦେକ୍ ଲକାର୍ ହାହ୍ ବୟ୍ନେଉଁକେ ତରେକ୍ ହଃକା ସଃହ୍ରି ଅୟ୍ଆଚେ, ଆରେକ୍ ତରେକ୍ ହାହ୍ ଗିନେ ନାୟ୍, ମଃତର୍ ଜୁୟ୍ ଲକ୍ମଃନ୍ ତାକେ ଜାଗି ଆଚ୍ତି, ସେମଃନାର୍ ମୁକ୍ତିର୍ ଗିନେ ଦଃକାୟ୍ ଅଃଉତି ।