< ଏବ୍ରୀ 4 >
1 ଅତଏବ ଆସ, ଆମ୍ଭେମାନେ ଭୟ କରୁ, କାଳେ ତାହାଙ୍କ ବିଶ୍ରାମରେ ପ୍ରବେଶ କରିବାର ପ୍ରତିଜ୍ଞା ଥିବା ସ୍ଥଳେ ସୁଦ୍ଧା ତୁମ୍ଭମାନଙ୍କ ମଧ୍ୟରୁ କେହି ସେଥିରୁ ବଞ୍ଚିତ ହେଲା ପରି ଦେଖାଯାଏ।
ཨཔརཾ ཏདྭིཤྲཱམཔྲཱཔྟེཿ པྲཏིཛྙཱ ཡདི ཏིཥྛཏི ཏརྷྱསྨཱཀཾ ཀཤྩིཏ྄ ཙེཏ྄ ཏསྱཱཿ ཕལེན ཝཉྩིཏོ བྷཝེཏ྄ ཝཡམ྄ ཨེཏསྨཱད྄ བིབྷཱིམཿ།
2 କାରଣ ସେମାନଙ୍କ ନିକଟରେ ଯେପରି, ଆମ୍ଭମାନଙ୍କ ନିକଟରେ ମଧ୍ୟ ସେହିପରି ସୁସମାଚାର ପ୍ରଚାରିତ ହୋଇଅଛି, କିନ୍ତୁ ଶ୍ରୋତାମାନେ ବିଶ୍ୱାସ ଦ୍ୱାରା ଶୁଣିଥିବା ବାକ୍ୟ ନିଜସ୍ୱ ନ କରିବାରୁ ତାହା ସେମାନଙ୍କ ପକ୍ଷରେ ଲାଭଜନକ ହେଲା ନାହିଁ।
ཡཏོ ྅སྨཱཀཾ སམཱིཔེ ཡདྭཏ྄ ཏདྭཏ྄ ཏེཥཱཾ སམཱིཔེ྅པི སུསཾཝཱདཿ པྲཙཱརིཏོ ྅བྷཝཏ྄ ཀིནྟུ ཏཻཿ ཤྲུཏཾ ཝཱཀྱཾ ཏཱན྄ པྲཏི ནིཥྥལམ྄ ཨབྷཝཏ྄, ཡཏསྟེ ཤྲོཏཱརོ ཝིཤྭཱསེན སཱརྡྡྷཾ ཏནྣཱམིཤྲཡན྄།
3 ଯେଣୁ ବିଶ୍ୱାସ କରିଅଛୁ ଯେ ଆମ୍ଭେମାନେ, କେବଳ ଆମ୍ଭେମାନେ ସେହି ବିଶ୍ରାମରେ ପ୍ରବେଶ କରିବା, ଯେପରି ସେ କହିଅଛନ୍ତି, “ଏଣୁ ଆମ୍ଭେ ଆପଣା କ୍ରୋଧରେ ଶପଥ କଲୁ, ‘ସେମାନେ ଆମ୍ଭର ବିଶ୍ରାମରେ ପ୍ରବେଶ କରିବେ ନାହିଁ।’” କିନ୍ତୁ ଜଗତର ପତ୍ତନ ସମୟଠାରୁ ସମସ୍ତ କର୍ମ ସମାପ୍ତ ହୋଇଥିଲା;
ཏད྄ ཝིཤྲཱམསྠཱནཾ ཝིཤྭཱསིབྷིརསྨཱབྷིཿ པྲཝིཤྱཏེ ཡཏསྟེནོཀྟཾ, "ཨཧཾ ཀོཔཱཏ྄ ཤཔཐཾ ཀྲྀཏཝཱན྄ ཨིམཾ, པྲཝེཀྵྱཏེ ཛནཻརེཏཻ རྣ ཝིཤྲཱམསྠལཾ མམ། " ཀིནྟུ ཏསྱ ཀརྨྨཱཎི ཛགཏཿ སྲྀཥྚིཀཱལཱཏ྄ སམཱཔྟཱནི སནྟི།
4 କାରଣ ସପ୍ତମ ଦିନ ସମ୍ବନ୍ଧରେ ସେ ଶାସ୍ତ୍ରରେ ଏହା କହିଅଛନ୍ତି, “ଈଶ୍ବର ସପ୍ତମ ଦିନରେ ଆପଣାର ସମସ୍ତ କାର୍ଯ୍ୟରୁ ବିଶ୍ରାମ କଲେ;”
ཡཏཿ ཀསྨིཾཤྩིཏ྄ སྠཱནེ སཔྟམཾ དིནམདྷི ཏེནེདམ྄ ཨུཀྟཾ, ཡཐཱ, "ཨཱིཤྭརཿ སཔྟམེ དིནེ སྭཀྲྀཏེབྷྱཿ སཪྻྭཀརྨྨབྷྱོ ཝིཤཤྲཱམ། "
5 ଆଉ ଏହି ସ୍ଥାନରେ ସେ ପୁନଶ୍ଚ କହିଅଛନ୍ତି, “ସେମାନେ ଆମ୍ଭର ବିଶ୍ରାମରେ ପ୍ରବେଶ କରିବେ ନାହିଁ।”
ཀིནྟྭེཏསྨིན྄ སྠཱནེ པུནསྟེནོཙྱཏེ, ཡཐཱ, "པྲཝེཀྵྱཏེ ཛནཻརེཏཻ རྣ ཝིཤྲཱམསྠལཾ མམ། "
6 ଅତଏବ, କେତେକଙ୍କର ସେଥିରେ ପ୍ରବେଶ କରିବାର ବାକି ଥିବାରୁ, ପୁଣି, ଯେଉଁମାନଙ୍କ ନିକଟରେ ସୁସମାଚାର ପୂର୍ବରେ ପ୍ରଚାରିତ ହୋଇଥିଲା, ସେମାନେ ଅବାଧ୍ୟତା ହେତୁ ପ୍ରବେଶ ନ କରିବାରୁ ସେ ପୁନର୍ବାର
ཕལཏསྟཏ྄ སྠཱནཾ ཀཻཤྩིཏ྄ པྲཝེཥྚཝྱཾ ཀིནྟུ ཡེ པུརཱ སུསཾཝཱདཾ ཤྲུཏཝནྟསྟཻརཝིཤྭཱསཱཏ྄ ཏནྣ པྲཝིཥྚམ྄,
7 ଆଉ ଗୋଟିଏ ଦିନ, ଅର୍ଥାତ୍, ଆଜି ଦିନ ନିରୂପଣ କରି ଏତେ କାଳ ପରେ ଦାଉଦଙ୍କ ଗ୍ରନ୍ଥରେ କହନ୍ତି, ଯେପରି ପୂର୍ବରେ କୁହାଯାଇଅଛି, “ଆଜି ଯଦି ତୁମ୍ଭେମାନେ ତାହାଙ୍କ ବାଣୀ ଶୁଣ, ଆପଣା ଆପଣା ହୃଦୟ କଠିନ ନ କର।”
ཨིཏི ཧེཏོཿ ས པུནརདྱནཱམཀཾ དིནཾ ནིརཱུཔྱ དཱིརྒྷཀཱལེ གཏེ྅པི པཱུཪྻྭོཀྟཱཾ ཝཱཙཾ དཱཡཱུདཱ ཀཐཡཏི, ཡཐཱ, "ཨདྱ ཡཱུཡཾ ཀཐཱཾ ཏསྱ ཡདི སཾཤྲོཏུམིཙྪཐ, ཏརྷི མཱ ཀུརུཏེདཱནཱིཾ ཀཋིནཱནི མནཱཾསི ཝཿ། "
8 କାରଣ ଯଦି ଯିହୋଶୂୟ ସେମାନଙ୍କୁ ବିଶ୍ରାମ ଦେଇଥାଆନ୍ତେ, ତେବେ ସେ ପରେ ଅନ୍ୟ ଦିନର କଥା କହି ନ ଥାଆନ୍ତେ।
ཨཔརཾ ཡིཧོཤཱུཡོ ཡདི ཏཱན྄ ཝྱཤྲཱམཡིཥྱཏ྄ ཏརྷི ཏཏཿ པརམ྄ ཨཔརསྱ དིནསྱ ཝཱག྄ ཨཱིཤྭརེཎ ནཱཀཐཡིཥྱཏ།
9 ଅତଏବ ଈଶ୍ବରଙ୍କ ଲୋକମାନଙ୍କ ନିମନ୍ତେ ବିଶ୍ରାମବାର ଭୋଗ କରିବାର ବାକି ଅଛି।
ཨཏ ཨཱིཤྭརསྱ པྲཛཱབྷིཿ ཀརྟྟཝྱ ཨེཀོ ཝིཤྲཱམསྟིཥྛཏི།
10 ଯେଣୁ ଯେ ତାହାଙ୍କ ବିଶ୍ରାମରେ ପ୍ରବେଶ କରିଅଛି, ଈଶ୍ବର ଆପଣା କାର୍ଯ୍ୟରୁ ଯେପରି ବିଶ୍ରାମ କଲେ, ସେପରି ସେ ମଧ୍ୟ ଆପଣା କାର୍ଯ୍ୟରୁ ବିଶ୍ରାମ ପ୍ରାପ୍ତ ହୋଇଅଛି।
ཨཔརམ྄ ཨཱིཤྭརོ ཡདྭཏ྄ སྭཀྲྀཏཀརྨྨབྷྱོ ཝིཤཤྲཱམ ཏདྭཏ྄ ཏསྱ ཝིཤྲཱམསྠཱནཾ པྲཝིཥྚོ ཛནོ྅པི སྭཀྲྀཏཀརྨྨབྷྱོ ཝིཤྲཱམྱཏི།
11 ଏଣୁ ଆସ, ଆମ୍ଭେମାନେ ସେହି ବିଶ୍ରାମରେ ପ୍ରବେଶ କରିବାକୁ ଯତ୍ନ କରୁ, ଯେପରି କୌଣସି ଲୋକ ଅବାଧ୍ୟତାର ସେହି ଦୃଷ୍ଟାନ୍ତ ଅନୁସାରେ ପତିତ ନ ହୁଏ।
ཨཏོ ཝཡཾ ཏད྄ ཝིཤྲཱམསྠཱནཾ པྲཝེཥྚུཾ ཡཏཱམཧཻ, ཏདཝིཤྭཱསོདཱཧརཎེན ཀོ྅པི ན པཏཏུ།
12 କାରଣ ଈଶ୍ବରଙ୍କ ବାକ୍ୟ ଜୀବନ୍ତ ଓ କାର୍ଯ୍ୟସାଧକ ପୁଣି, ଦ୍ୱିଧାର ଖଡ୍ଗଠାରୁ ତୀକ୍ଷ୍ଣତର, ଆଉ ପ୍ରାଣ ଓ ଆତ୍ମା, ଗ୍ରନ୍ଥି ଓ ମଜ୍ଜାର ବିଚ୍ଛେଦ ପର୍ଯ୍ୟନ୍ତ ପରିଭେଦକ ଏବଂ ହୃଦୟର ଚିନ୍ତା ଓ ଭାବର ସୂକ୍ଷ୍ମ ବିଚାରକ ଅଟେ।
ཨཱིཤྭརསྱ ཝཱདོ྅མརཿ པྲབྷཱཝཝིཤིཥྚཤྩ སཪྻྭསྨཱད྄ དྭིདྷཱརཁངྒཱདཔི ཏཱིཀྵྞཿ, ཨཔརཾ པྲཱཎཱཏྨནོ རྒྲནྠིམཛྫཡོཤྩ པརིབྷེདཱཡ ཝིཙྪེདཀཱརཱི མནསཤྩ སངྐལྤཱནཱམ྄ ཨབྷིཔྲེཏཱནཱཉྩ ཝིཙཱརཀཿ།
13 ଈଶ୍ବରଙ୍କ ଦୃଷ୍ଟିରେ କୌଣସି ପ୍ରାଣୀ ଅପ୍ରକାଶିତ ନୁହେଁ, ମାତ୍ର ଯାହାଙ୍କ ଛାମୁରେ ଆମ୍ଭମାନଙ୍କୁ ନିକାଶ ଦେବାକୁ ହେବ, ତାହାଙ୍କ ଦୃଷ୍ଟିରେ ସମସ୍ତ ବିଷୟ ଉଲଗ୍ନ ଓ ଅନାବୃତ ଅଟେ।
ཨཔརཾ ཡསྱ སམཱིཔེ སྭཱིཡཱ སྭཱིཡཱ ཀཐཱསྨཱབྷིཿ ཀཐཡིཏཝྱཱ ཏསྱཱགོཙརཿ ཀོ྅པི པྲཱཎཱི ནཱསྟི ཏསྱ དྲྀཥྚཽ སཪྻྭམེཝཱནཱཝྲྀཏཾ པྲཀཱཤིཏཉྩཱསྟེ།
14 ଅତଏବ ସ୍ୱର୍ଗସମୂହ ମଧ୍ୟ ଦେଇ ଗମନ କରିଅଛନ୍ତି ଯେ ଈଶ୍ବରଙ୍କ ପୁତ୍ର ଯୀଶୁ, ସେ ଆମ୍ଭମାନଙ୍କର ପ୍ରଧାନ ମହାଯାଜକ ହେବାରୁ ଆସ, ଆମ୍ଭେମାନେ ଆମ୍ଭମାନଙ୍କ ବିଶ୍ୱାସମତକୁ ଦୃଢ଼ ଭାବରେ ଧାରଣ କରୁ।
ཨཔརཾ ཡ ཨུཙྩཏམཾ སྭརྒཾ པྲཝིཥྚ ཨེཏཱདྲྀཤ ཨེཀོ ཝྱཀྟིརརྠཏ ཨཱིཤྭརསྱ པུཏྲོ ཡཱིཤུརསྨཱཀཾ མཧཱཡཱཛཀོ྅སྟི, ཨཏོ ཧེཏོ ཪྻཡཾ དྷརྨྨཔྲཏིཛྙཱཾ དྲྀཌྷམ྄ ཨཱལམྦཱམཧཻ།
15 କାରଣ ଯେ ଆମ୍ଭମାନଙ୍କ ଦୁର୍ବଳତାରେ ଆମ୍ଭମାନଙ୍କ ପ୍ରତି ସହାନୁଭୂତି ଦେଖାଇବାକୁ ଅସମର୍ଥ, ଆମ୍ଭମାନଙ୍କର ଏପରି ମହାଯାଜକ ନାହାନ୍ତି, ବରଂ ସେ ପାପରହିତ ହୋଇ ଆମ୍ଭମାନଙ୍କ ପରି ସର୍ବତୋଭାବେ ପରୀକ୍ଷିତ ହେଲେ।
ཨསྨཱཀཾ ཡོ མཧཱཡཱཛཀོ ྅སྟི སོ྅སྨཱཀཾ དུཿཁཻ རྡུཿཁིཏོ བྷཝིཏུམ྄ ཨཤཀྟོ ནཧི ཀིནྟུ པཱཔཾ ཝིནཱ སཪྻྭཝིཥཡེ ཝཡམིཝ པརཱིཀྵིཏཿ།
16 ଅତଏବ ଆସ, କୃପାପ୍ରାପ୍ତି ନିମନ୍ତେ ପୁଣି, ଉପଯୁକ୍ତ ସମୟରେ ଉପକାରକଙ୍କ ଦୟା ପାଇବା ନିମନ୍ତେ ଆମ୍ଭେମାନେ ସାହସରେ ଅନୁଗ୍ରହ ସିଂହାସନ ନିକଟକୁ ଯାଉ।
ཨཏཨེཝ ཀྲྀཔཱཾ གྲཧཱིཏུཾ པྲཡོཛནཱིཡོཔཀཱརཱརྠམ྄ ཨནུགྲཧཾ པྲཱཔྟུཉྩ ཝཡམ྄ ཨུཏྶཱཧེནཱནུགྲཧསིཾཧཱསནསྱ སམཱིཔཾ ཡཱམཿ།