< ଏବ୍ରୀ 12 >
1 ଅତଏବ, ଏଡ଼େ ବୃହତ୍ ମେଘ ତୁଲ୍ୟ ସାକ୍ଷୀମାନଙ୍କ ଦ୍ୱାରା ବେଷ୍ଟିତ ହେବାରୁ ଆସ, ଆମ୍ଭେମାନେ ପ୍ରତ୍ୟେକ ଭାର ଓ ସହଜରେ ବେଷ୍ଟନକାରୀ ପାପ ପରିତ୍ୟାଗ କରି ବିଶ୍ୱାସର ନେତା ଓ ସିଦ୍ଧଦାତା ଯୀଶୁଙ୍କୁ ଲକ୍ଷ୍ୟ କରି ଧୈର୍ଯ୍ୟ ସହକାରେ ଆମ୍ଭମାନଙ୍କ ଗନ୍ତବ୍ୟ ପଥରେ ଧାବମାନ ହେଉ।
അതോ ഹേതോരേതാവത്സാക്ഷിമേഘൈ ർവേഷ്ടിതാഃ സന്തോ വയമപി സർവ്വഭാരമ് ആശുബാധകം പാപഞ്ച നിക്ഷിപ്യാസ്മാകം ഗമനായ നിരൂപിതേ മാർഗേ ധൈര്യ്യേണ ധാവാമ|
2 ସେ ଆପଣା ସମ୍ମୁଖସ୍ଥ ଆନନ୍ଦ ନିମନ୍ତେ ଅପମାନକୁ ସହ୍ୟ କଲେ ଏବଂ ଧୈର୍ଯ୍ୟ ସହ କ୍ରୁଶୀୟ ମୃତ୍ୟୁଭୋଗ କଲେ, ପୁଣି, ଈଶ୍ବରଙ୍କ ସିଂହାସନର ଦକ୍ଷିଣ ପାର୍ଶ୍ୱରେ ଉପବିଷ୍ଟ ହୋଇଅଛନ୍ତି।
യശ്ചാസ്മാകം വിശ്വാസസ്യാഗ്രേസരഃ സിദ്ധികർത്താ ചാസ്തി തം യീശും വീക്ഷാമഹൈ യതഃ സ സ്വസമ്മുഖസ്ഥിതാനന്ദസ്യ പ്രാപ്ത്യർഥമ് അപമാനം തുച്ഛീകൃത്യ ക്രുശസ്യ യാതനാം സോഢവാൻ ഈശ്വരീയസിംഹാസനസ്യ ദക്ഷിണപാർശ്വേ സമുപവിഷ്ടവാംശ്ച|
3 ତୁମ୍ଭେମାନେ ଯେପରି ଆପଣା ଆପଣା ମନରେ ଶ୍ରାନ୍ତକ୍ଳାନ୍ତ ନ ହୁଅ; ଏଥିପାଇଁ ଯେ ପାପୀମାନଙ୍କଠାରୁ ଆପଣା ବିରୁଦ୍ଧରେ ଏଡ଼େ ପ୍ରତିକୂଳାଚରଣ ସହ୍ୟ କଲେ, ତାହାଙ୍କ ବିଷୟ ବିବେଚନା କର।
യഃ പാപിഭിഃ സ്വവിരുദ്ധമ് ഏതാദൃശം വൈപരീത്യം സോഢവാൻ തമ് ആലോചയത തേന യൂയം സ്വമനഃസു ശ്രാന്താഃ ക്ലാന്താശ്ച ന ഭവിഷ്യഥ|
4 ତୁମ୍ଭେମାନେ ପାପ ବିରୁଦ୍ଧରେ ଯୁଦ୍ଧ କରି ଏଯାଏଁ ରକ୍ତ-ବ୍ୟୟ ପର୍ଯ୍ୟନ୍ତ ପ୍ରତିରୋଧ କରି ନାହଁ,
യൂയം പാപേന സഹ യുധ്യന്തോഽദ്യാപി ശോണിതവ്യയപര്യ്യന്തം പ്രതിരോധം നാകുരുത|
5 ଆଉ ପୁତ୍ରମାନଙ୍କ ପରି ତୁମ୍ଭମାନଙ୍କ ପ୍ରତି ଉକ୍ତ ଏହି ଉତ୍ସାହବାକ୍ୟ ଭୁଲିଅଛ, “ହେ ମୋହର ପୁତ୍ର, ପ୍ରଭୁଙ୍କ ଶାସନକୁ ଲଘୁ ଜ୍ଞାନ କର ନାହିଁ, କିମ୍ବା ତାହାଙ୍କ ଦ୍ୱାରା ଅନୁଯୋଗ ପ୍ରାପ୍ତ ହେଲେ କ୍ଳାନ୍ତ ହୁଅ ନାହିଁ;
തഥാ ച പുത്രാൻ പ്രതീവ യുഷ്മാൻ പ്രതി യ ഉപദേശ ഉക്തസ്തം കിം വിസ്മൃതവന്തഃ? "പരേശേന കൃതാം ശാസ്തിം ഹേ മത്പുത്ര ന തുച്ഛയ| തേന സംഭർത്സിതശ്ചാപി നൈവ ക്ലാമ്യ കദാചന|
6 କାରଣ ପ୍ରଭୁ ଯାହାକୁ ପ୍ରେମ କରନ୍ତି, ତାହାକୁ ଶାସନ କରନ୍ତି, ପୁଣି, ଯେଉଁ ପୁତ୍ରକୁ ସେ ଗ୍ରହଣ କରନ୍ତି, ତାହାକୁ ପ୍ରହାର କରନ୍ତି।”
പരേശഃ പ്രീയതേ യസ്മിൻ തസ്മൈ ശാസ്തിം ദദാതി യത്| യന്തു പുത്രം സ ഗൃഹ്ലാതി തമേവ പ്രഹരത്യപി| "
7 ଶାସନ ଉଦ୍ଦେଶ୍ୟରେ ତ ତୁମ୍ଭେମାନେ କ୍ଳେଶ ସହ୍ୟ କରୁଅଛ ଈଶ୍ବର ତୁମ୍ଭମାନଙ୍କ ସହିତ ପୁତ୍ର ତୁଲ୍ୟ ବ୍ୟବହାର କରୁଅଛନ୍ତି, କାରଣ ପିତା ଯାହାକୁ ଶାସନ ନ କରନ୍ତି, ଏପରି ପୁତ୍ର କିଏ ଅଛି?
യദി യൂയം ശാസ്തിം സഹധ്വം തർഹീശ്വരഃ പുത്രൈരിവ യുഷ്മാഭിഃ സാർദ്ധം വ്യവഹരതി യതഃ പിതാ യസ്മൈ ശാസ്തിം ന ദദാതി താദൃശഃ പുത്രഃ കഃ?
8 କିନ୍ତୁ ଯେଉଁ ଶାସନର ସମସ୍ତେ ସହଭାଗୀ, ଯଦି ତୁମ୍ଭେମାନେ ସେଥିର ଅଂଶୀ ନୁହଁ, ତେବେ ତୁମ୍ଭେମାନେ ପୁତ୍ର ନ ହୋଇ ଜାରଜ ଅଟ।
സർവ്വേ യസ്യാഃ ശാസ്തേരംശിനോ ഭവന്തി സാ യദി യുഷ്മാകം ന ഭവതി തർഹി യൂയമ് ആത്മജാ ന കിന്തു ജാരജാ ആധ്വേ|
9 ଆହୁରି ମଧ୍ୟ, ଆମ୍ଭମାନଙ୍କ ଶାସନକାରୀ ଆମ୍ଭମାନଙ୍କ ଶାରୀରିକ ପିତୃଗଣଙ୍କୁ ଆମ୍ଭେମାନେ ସମାଦର କଲୁ, ତେବେ ଆତ୍ମାମାନଙ୍କ ପିତାଙ୍କର ବରଂ କେତେ ଅଧିକ ରୂପେ ବଶୀଭୂତ ହୋଇ ଜୀବନ ପ୍ରାପ୍ତ ନ ହେବୁ?
അപരമ് അസ്മാകം ശാരീരികജന്മദാതാരോഽസ്മാകം ശാസ്തികാരിണോഽഭവൻ തേ ചാസ്മാഭിഃ സമ്മാനിതാസ്തസ്മാദ് യ ആത്മനാം ജനയിതാ വയം കിം തതോഽധികം തസ്യ വശീഭൂയ ന ജീവിഷ്യാമഃ?
10 କାରଣ ସେମାନଙ୍କୁ ଯେପରି ବିହିତ ବୋଧ ହେଲା, ତଦନୁସାରେ ସେମାନେ ଅଳ୍ପ ଦିନ ନିମନ୍ତେ ଆମ୍ଭମାନଙ୍କୁ ଶାସନ କଲେ; କିନ୍ତୁ ଆମ୍ଭେମାନେ ଯେପରି ତାହାଙ୍କ ପବିତ୍ରତାର ସହଭାଗୀ ହେଉ, ଏଥିପାଇଁ ସେ ଆମ୍ଭମାନଙ୍କ ମଙ୍ଗଳ ନିମନ୍ତେ ଶାସନ କରନ୍ତି।
തേ ത്വൽപദിനാനി യാവത് സ്വമനോഽമതാനുസാരേണ ശാസ്തിം കൃതവന്തഃ കിന്ത്വേഷോഽസ്മാകം ഹിതായ തസ്യ പവിത്രതായാ അംശിത്വായ ചാസ്മാൻ ശാസ്തി|
11 ଶାସନ ବର୍ତ୍ତମାନ ଆନନ୍ଦଜନକ ବୋଧ ନ ହୋଇ ଦୁଃଖଜନକ ବୋଧ ହୁଏ ତଥାପି ଯେଉଁମାନେ ତଦ୍ୱାରା ଶିକ୍ଷା ପ୍ରାପ୍ତ କରିଅଛନ୍ତି, ତାହା ପରେ ସେମାନଙ୍କୁ ଶାନ୍ତିର ଫଳ ସ୍ୱରୂପ ଧାର୍ମିକତା ପ୍ରଦାନ କରେ।
ശാസ്തിശ്ച വർത്തമാനസമയേ കേനാപി നാനന്ദജനികാ കിന്തു ശോകജനികൈവ മന്യതേ തഥാപി യേ തയാ വിനീയന്തേ തേഭ്യഃ സാ പശ്ചാത് ശാന്തിയുക്തം ധർമ്മഫലം ദദാതി|
12 ଅତଏବ, ତୁମ୍ଭେମାନେ ଦୁର୍ବଳ ହସ୍ତ ଓ ଅବଶ ଜାନୁ ସବଳ କର,
അതഏവ യൂയം ശിഥിലാൻ ഹസ്താൻ ദുർബ്ബലാനി ജാനൂനി ച സബലാനി കുരുധ്വം|
13 ପୁଣି, ଆପଣା ଆପଣା ପାଦ ନିମନ୍ତେ ସଳଖ ପଥ ପ୍ରସ୍ତୁତ କର ଯେପରି ଯାହା ଖଞ୍ଜ, ତାହା ଅଧିକ ବିକୃତ ନ ହୋଇ ବରଂ ସୁସ୍ଥ ହୁଏ।
യഥാ ച ദുർബ്ബലസ്യ സന്ധിസ്ഥാനം ന ഭജ്യേത സ്വസ്ഥം തിഷ്ഠേത് തഥാ സ്വചരണാർഥം സരലം മാർഗം നിർമ്മാത|
14 ସମସ୍ତଙ୍କ ସହିତ ଶାନ୍ତିରେ ରହିବାକୁ ଚେଷ୍ଟା କର, ପୁଣି, ଯେଉଁ ପବିତ୍ରତା ବିନା କେହି ପ୍ରଭୁଙ୍କ ଦର୍ଶନ ପାଇବ ନାହିଁ, ସେଥିର ଅନୁସରଣ କର,
അപരഞ്ച സർവ്വൈഃ സാർഥമ് ഏക്യഭാവം യച്ച വിനാ പരമേശ്വരസ്യ ദർശനം കേനാപി ന ലപ്സ്യതേ തത് പവിത്രത്വം ചേഷ്ടധ്വം|
15 କାଳେ କେହି ଈଶ୍ବରଙ୍କ ଅନୁଗ୍ରହରୁ ପତିତ ହୁଏ ଅବା କୌଣସି ତିକ୍ତତାର ମୂଳ ଅଙ୍କୁରିତ ହୋଇ ବଢ଼ି ଉଠି ତୁମ୍ଭମାନଙ୍କର ଅନିଷ୍ଟ କରେ, ଆଉ ତଦ୍ୱାରା ଅନେକେ କଳୁଷିତ ହୁଅନ୍ତି;
യഥാ കശ്ചിദ് ഈശ്വരസ്യാനുഗ്രഹാത് ന പതേത്, യഥാ ച തിക്തതായാ മൂലം പ്രരുഹ്യ ബാധാജനകം ന ഭവേത് തേന ച ബഹവോഽപവിത്രാ ന ഭവേയുഃ,
16 କିଅବା କେହି ପାରଦାରିକ, ବା ଥରକର ଖାଦ୍ୟ ନିମନ୍ତେ ଆପଣା ଜ୍ୟେଷ୍ଠାଧିକାର ବିକ୍ରୟକାରୀ ଯେ ଏଷୌ, ତାହା ପରି ବିଧର୍ମାଚାରୀ ହୁଏ, ଏହି ବିଷୟରେ ସାବଧାନ ହୁଅ।
യഥാ ച കശ്ചിത് ലമ്പടോ വാ ഏകകൃത്വ ആഹാരാർഥം സ്വീയജ്യേഷ്ഠാധികാരവിക്രേതാ യ ഏഷൗസ്തദ്വദ് അധർമ്മാചാരീ ന ഭവേത് തഥാ സാവധാനാ ഭവത|
17 ତୁମ୍ଭେମାନେ ତ ଜାଣ ଯେ, ପରେ ସେ ଆଶୀର୍ବାଦର ଅଧିକାରୀ ହେବା ନିମନ୍ତେ ଇଚ୍ଛା କଲେ ସୁଦ୍ଧା ଅଗ୍ରାହ୍ୟ ହେଲା, ପୁଣି, ଅନୁତାପ କରିବା ନିମନ୍ତେ ଅଶ୍ରୁପାତ ସହ ଯତ୍ନରେ ଚେଷ୍ଟା କଲେ ହେଁ ତାହା କରିବା ପାଇଁ ଆଉ ସୁଯୋଗ ପାଇଲା ନାହିଁ।
യതഃ സ ഏഷൗഃ പശ്ചാദ് ആശീർവ്വാദാധികാരീ ഭവിതുമ് ഇച്ഛന്നപി നാനുഗൃഹീത ഇതി യൂയം ജാനീഥ, സ ചാശ്രുപാതേന മത്യന്തരം പ്രാർഥയമാനോഽപി തദുപായം ന ലേഭേ|
18 କାରଣ ତୁମ୍ଭେମାନେ ସ୍ପୃଶ୍ୟ ପର୍ବତ ଓ ପ୍ରଜ୍ୱଳିତ ଅଗ୍ନି ନିକଟକୁ ପୁଣି, ନିବିଡ଼ ମେଘ, ଅନ୍ଧକାର, ଝଡ଼,
അപരഞ്ച സ്പൃശ്യഃ പർവ്വതഃ പ്രജ്വലിതോ വഹ്നിഃ കൃഷ്ണാവർണോ മേഘോ ഽന്ധകാരോ ഝഞ്ഭ്ശ തൂരീവാദ്യം വാക്യാനാം ശബ്ദശ്ച നൈതേഷാം സന്നിധൗ യൂയമ് ആഗതാഃ|
19 ତୂରୀଧ୍ୱନୀ ଓ ବାକ୍ୟର ଶବ୍ଦ ନିକଟକୁ ଆସି ନାହଁ, ଶ୍ରୋତାମାନେ ସେହି ଶବ୍ଦ ଶୁଣି ଯେପରି ସେମାନଙ୍କୁ ଆଉ କୌଣସି ବାକ୍ୟ କୁହା ନ ଯାଏ, ଏହା ନିବେଦନ କରିଥିଲେ;
തം ശബ്ദം ശ്രുത്വാ ശ്രോതാരസ്താദൃശം സമ്ഭാഷണം യത് പുന ർന ജായതേ തത് പ്രാർഥിതവന്തഃ|
20 “ଯେଣୁ କୌଣସି ପଶୁ ସୁଦ୍ଧା ଯଦି ସେହି ପର୍ବତ ସ୍ପର୍ଶ କରେ, ତେବେ ସେ ପ୍ରସ୍ତରାଘାତରେ ହତ ହେବ”, ଏହି ଯେଉଁ ଆଜ୍ଞା ଦିଆଯାଇଥିଲା, ତାହା ସେମାନେ ସହ୍ୟ କରିପାରିଲେ ନାହିଁ;
യതഃ പശുരപി യദി ധരാധരം സ്പൃശതി തർഹി സ പാഷാണാഘാതൈ ർഹന്തവ്യ ഇത്യാദേശം സോഢും തേ നാശക്നുവൻ|
21 ଆଉ ସେହି ଦୃଶ୍ୟ ଏପରି ଭୟଙ୍କର ଥିଲା ଯେ, ମୋଶା ହିଁ କହିଲେ, “ମୁଁ ଅତ୍ୟନ୍ତ ଭୀତ ଓ କମ୍ପିତ ହେଉଅଛି।”
തച്ച ദർശനമ് ഏവം ഭയാനകം യത് മൂസസോക്തം ഭീതസ്ത്രാസയുക്തശ്ചാസ്മീതി|
22 କିନ୍ତୁ ତୁମ୍ଭେମାନେ ସିୟୋନ ପର୍ବତ ଓ ଜୀବନ୍ତ ଈଶ୍ବରଙ୍କ ନଗର, ଅର୍ଥାତ୍, ସ୍ୱର୍ଗୀୟ ଯିରୂଶାଲମ, ଅସଂଖ୍ୟ ଦୂତବାହିନୀଙ୍କ ମହୋତ୍ସବ,
കിന്തു സീയോൻപർവ്വതോ ഽമരേശ്വരസ്യ നഗരം സ്വർഗസ്ഥയിരൂശാലമമ് അയുതാനി ദിവ്യദൂതാഃ
23 ସ୍ୱର୍ଗରେ ଲିଖିତ ପ୍ରଥମଜାତମାନଙ୍କର ମଣ୍ଡଳୀ, ସମସ୍ତଙ୍କ ବିଚାରକର୍ତ୍ତା ଈଶ୍ବର, ସିଦ୍ଧିପ୍ରାପ୍ତ ଧାର୍ମିକମାନଙ୍କ ଆତ୍ମାଗଣ,
സ്വർഗേ ലിഖിതാനാം പ്രഥമജാതാനാമ് ഉത്സവഃ സമിതിശ്ച സർവ്വേഷാം വിചാരാധിപതിരീശ്വരഃ സിദ്ധീകൃതധാർമ്മികാനാമ് ആത്മാനോ
24 ନୂତନ ନିୟମର ମଧ୍ୟସ୍ଥ ଯୀଶୁ, ପୁଣି, ଯେଉଁ ସେଚନର ରକ୍ତ ହେବଲଙ୍କ ରକ୍ତ ଅପେକ୍ଷା ଉତ୍କୃଷ୍ଟତର ବାକ୍ୟ କହେ, ତାହା ନିକଟକୁ ଆସିଅଛ।
നൂതനനിയമസ്യ മധ്യസ്ഥോ യീശുഃ, അപരം ഹാബിലോ രക്താത് ശ്രേയഃ പ്രചാരകം പ്രോക്ഷണസ്യ രക്തഞ്ചൈതേഷാം സന്നിധൗ യൂയമ് ആഗതാഃ|
25 ସାବଧାନ, ଯେ ବାକ୍ୟ କହୁଅଛନ୍ତି, ତାହାଙ୍କୁ ଅଗ୍ରାହ୍ୟ କର ନାହିଁ, କାରଣ ଯେଉଁ ମୋଶା ପୃଥିବୀରେ ଆଦେଶ ଦେଲେ, ତାହାଙ୍କୁ ଅଗ୍ରାହ୍ୟ କରିବାରୁ ଇସ୍ରାଏଲର ଲୋକମାନେ ଯଦି ରକ୍ଷା ପାଇଲେ ନାହିଁ, ତେବେ ଯେ ସ୍ୱର୍ଗରୁ ଆଦେଶ ଦେଉଅଛନ୍ତି, ତାହାଙ୍କଠାରୁ ବିମୁଖ ହେଲେ ଆମ୍ଭେମାନେ ମଧ୍ୟ ଯେ ରକ୍ଷା ପାଇବା ନାହିଁ, ଏହା ଯେ ଅଧିକ ସୁନିଶ୍ଚିତ!
സാവധാനാ ഭവത തം വക്താരം നാവജാനീത യതോ ഹേതോഃ പൃഥിവീസ്ഥിതഃ സ വക്താ യൈരവജ്ഞാതസ്തൈ ര്യദി രക്ഷാ നാപ്രാപി തർഹി സ്വർഗീയവക്തുഃ പരാങ്മുഖീഭൂയാസ്മാഭിഃ കഥം രക്ഷാ പ്രാപ്സ്യതേ?
26 ସେତେବେଳେ ଈଶ୍ବରଙ୍କ ସ୍ୱର ପୃଥିବୀକୁ ଟଳମଳ କଲା, କିନ୍ତୁ ଏବେ ସେ ପ୍ରତିଜ୍ଞା କରି କହିଅଛନ୍ତି, “ପୁନର୍ବାର ଆମ୍ଭେ ଯେ କେବଳ ପୃଥିବୀକୁ କମ୍ପାଇବା, ତାହା ନୁହେଁ, ମାତ୍ର ଆକାଶକୁ ମଧ୍ୟ କମ୍ପାଇବା।”
തദാ തസ്യ രവാത് പൃഥിവീ കമ്പിതാ കിന്ത്വിദാനീം തേനേദം പ്രതിജ്ഞാതം യഥാ, "അഹം പുനരേകകൃത്വഃ പൃഥിവീം കമ്പയിഷ്യാമി കേവലം തന്നഹി ഗഗനമപി കമ്പയിഷ്യാമി| "
27 ପୁନର୍ବାର ବୋଲି କହିବା ଦ୍ୱାରା ଏହା ବୁଝାଯାଏ ଯେ, ଅଟଳ ବିଷୟସବୁ ରହିବା ନିମନ୍ତେ ଟଳମଳ ବିଷୟ, ଅର୍ଥାତ୍, ସୃଷ୍ଟ ବିଷୟସବୁର ପରିବର୍ତ୍ତନ ହେବ।
സ ഏകകൃത്വഃ ശബ്ദോ നിശ്ചലവിഷയാണാം സ്ഥിതയേ നിർമ്മിതാനാമിവ ചഞ്ചലവസ്തൂനാം സ്ഥാനാന്തരീകരണം പ്രകാശയതി|
28 ଅତଏବ, ଅଟଳ ରାଜ୍ୟ ପ୍ରାପ୍ତ ହେବାରୁ ଆସ, ଆମ୍ଭେମାନେ କୃତଜ୍ଞ ହୋଇ ଭୟ ଓ ଭକ୍ତି ସହକାରେ ଈଶ୍ବରଙ୍କ ସନ୍ତୋଷଜନକ ଉପାସନା କରୁ।
അതഏവ നിശ്ചലരാജ്യപ്രാപ്തൈരസ്മാഭിഃ സോഽനുഗ്രഹ ആലമ്ബിതവ്യോ യേന വയം സാദരം സഭയഞ്ച തുഷ്ടിജനകരൂപേണേശ്വരം സേവിതും ശക്നുയാമ|
29 କାରଣ ଆମ୍ଭମାନଙ୍କର ଈଶ୍ବର ଗ୍ରାସକାରୀ ଅଗ୍ନି ସ୍ୱରୂପ।
യതോഽസ്മാകമ് ഈശ്വരഃ സംഹാരകോ വഹ്നിഃ|