< ଏବ୍ରୀ 11 >
1 ବିଶ୍ୱାସ ପ୍ରତ୍ୟାଶିତ ବିଷୟର ମୂଳଭୂମି ଓ ଅଦୃଶ୍ୟ ବିଷୟର ନିଶ୍ଚିତ ଜ୍ଞାନ।
විශ්වාස ආශංසිතානාං නිශ්චයඃ, අදෘශ්යානාං විෂයාණාං දර්ශනං භවති|
2 ତଦ୍ୱାରା ପ୍ରାଚୀନମାନେ ତ ସୁଖ୍ୟାତି ଲାଭ କଲେ।
තේන විශ්වාසේන ප්රාඤ්චෝ ලෝකාඃ ප්රාමාණ්යං ප්රාප්තවන්තඃ|
3 ବିଶ୍ୱାସ ଦ୍ୱାରା ଆମ୍ଭେମାନେ ବୁଝୁ ଯେ, ସମସ୍ତ ବିଶ୍ୱ ଈଶ୍ବରଙ୍କ ବାକ୍ୟ ଦ୍ୱାରା ରଚିତ, ଅତଏବ କୌଣସି ପ୍ରତ୍ୟକ୍ଷ ବିଷୟରୁ ଦୃଶ୍ୟ ବିଷୟ ଉତ୍ପନ୍ନ ହୋଇ ନାହିଁ। (aiōn )
අපරම් ඊශ්වරස්ය වාක්යේන ජගන්ත්යසෘජ්යන්ත, දෘෂ්ටවස්තූනි ච ප්රත්යක්ෂවස්තුභ්යෝ නෝදපද්යන්තෛතද් වයං විශ්වාසේන බුධ්යාමහේ| (aiōn )
4 ବିଶ୍ୱାସ ଦ୍ୱାରା ହେବଲ ଈଶ୍ବରଙ୍କ ଛାମୁରେ କୟିନ ଅପେକ୍ଷା ଉତ୍କୃଷ୍ଟ ବଳି ଉତ୍ସର୍ଗ କଲେ ଓ ତଦ୍ୱାରା ସେ ଧାର୍ମିକ ବୋଲି ସାକ୍ଷ୍ୟ ପାଇଲେ; ଈଶ୍ବର ନିଜେ ତାହାଙ୍କ ଦାନ ସମ୍ବନ୍ଧରେ ସାକ୍ଷ୍ୟ ଦେଲେ, ଆଉ ସେ ମୃତ ହେଲେ ହେଁ ବିଶ୍ୱାସ ଦ୍ୱାରା ଆଜି ପର୍ଯ୍ୟନ୍ତ କଥା କହୁଅଛନ୍ତି।
විශ්වාසේන හාබිල් ඊශ්වරමුද්දිශ්ය කාබිලඃ ශ්රේෂ්ඨං බලිදානං කෘතවාන් තස්මාච්චේශ්වරේණ තස්ය දානාන්යධි ප්රමාණේ දත්තේ ස ධාර්ම්මික ඉත්යස්ය ප්රමාණං ලබ්ධවාන් තේන විශ්වාසේන ච ස මෘතඃ සන් අද්යාපි භාෂතේ|
5 ବିଶ୍ୱାସ ଦ୍ୱାରା ହନୋକ ମୃତ୍ୟୁଭୋଗ ନ କରି ଉର୍ଦ୍ଧ୍ବକୁ ଉତ୍ଥିତ ହେଲେ; ସେ ଆଉ ଦେଖାଗଲେ ନାହିଁ, କାରଣ ଈଶ୍ବର ତାହାଙ୍କୁ ଅନ୍ତର୍ହିତ କରିଥିଲେ। ସେ ଯେ ଈଶ୍ବରଙ୍କର ସନ୍ତୋଷପାତ୍ର, ଅନ୍ତର୍ହିତ ହେବା ପୂର୍ବେ ସେଥିର ସାକ୍ଷ୍ୟ ପ୍ରାପ୍ତ ହୋଇଥିଲେ;
විශ්වාසේන හනෝක් යථා මෘත්යුං න පශ්යේත් තථා ලෝකාන්තරං නීතඃ, තස්යෝද්දේශශ්ච කේනාපි න ප්රාපි යත ඊශ්වරස්තං ලෝකාන්තරං නීතවාන්, තත්ප්රමාණමිදං තස්ය ලෝකාන්තරීකරණාත් පූර්ව්වං ස ඊශ්වරාය රෝචිතවාන් ඉති ප්රමාණං ප්රාප්තවාන්|
6 ଆଉ ବିଶ୍ୱାସ ବିନା ତାହାଙ୍କ ସନ୍ତୋଷପାତ୍ର ହେବା ଅସମ୍ଭବ, କାରଣ ଈଶ୍ବର ଯେ ଅଛନ୍ତି, ଆଉ ସେ ଯେ ତାହାଙ୍କ ଅନ୍ୱେଷଣକାରୀମାନଙ୍କର ପୁରସ୍କାରଦାତା, ଏହା ତାହାଙ୍କ ଛାମୁକୁ ଆସିବା ଲୋକର ବିଶ୍ୱାସ କରିବା ଆବଶ୍ୟକ।
කින්තු විශ්වාසං විනා කෝ(අ)පීශ්වරාය රෝචිතුං න ශක්නෝති යත ඊශ්වරෝ(අ)ස්ති ස්වාන්වේෂිලෝකේභ්යඃ පුරස්කාරං දදාති චේතිකථායාම් ඊශ්වරශරණාගතෛ ර්විශ්වසිතව්යං|
7 ବିଶ୍ୱାସ ଦ୍ୱାରା ନୋହ ସେ ସମୟ ପର୍ଯ୍ୟନ୍ତ ଅପ୍ରକାଶିତ ବିଷୟ ସମ୍ବନ୍ଧରେ ପ୍ରତ୍ୟାଦେଶ ପାଇ ଭକ୍ତି ସହକାରେ ଆପଣା ପରିବାରର ରକ୍ଷା ନିମନ୍ତେ ଗୋଟିଏ ଜାହାଜ ନିର୍ମାଣ କଲେ, ପୁଣି, ସେହି ବିଶ୍ୱାସ ଦ୍ୱାରା ସେ ଜଗତକୁ ଦୋଷୀ କରି ବିଶ୍ୱାସାନୁଯାୟୀ ଧାର୍ମିକତାର ଅଧିକାରୀ ହେଲେ।
අපරං තදානීං යාන්යදෘශ්යාන්යාසන් තානීශ්වරේණාදිෂ්ටඃ සන් නෝහෝ විශ්වාසේන භීත්වා ස්වපරිජනානාං රක්ෂාර්ථං පෝතං නිර්ම්මිතවාන් තේන ච ජගජ්ජනානාං දෝෂාන් දර්ශිතවාන් විශ්වාසාත් ලභ්යස්ය පුණ්යස්යාධිකාරී බභූව ච|
8 ବିଶ୍ୱାସ ଦ୍ୱାରା ଅବ୍ରହାମ ଆହ୍ୱାନ ପ୍ରାପ୍ତ ହୁଅନ୍ତେ, ଯେଉଁ ଦେଶ ସେ ଅଧିକାରସ୍ୱରୂପେ ପାଇବାକୁ ଯାଉଥିଲେ, ଆଜ୍ଞାବହ ହୋଇ ସେଠାକୁ ବାହାରିଗଲେ, ପୁଣି, ସେ କେଉଁଠାକୁ ଯାଉଅଛନ୍ତି, ତାହା ନ ଜାଣି ସୁଦ୍ଧା ବାହାରିଗଲେ।
විශ්වාසේනේබ්රාහීම් ආහූතඃ සන් ආඥාං ගෘහීත්වා යස්ය ස්ථානස්යාධිකාරස්තේන ප්රාප්තව්යස්තත් ස්ථානං ප්රස්ථිතවාන් කින්තු ප්රස්ථානසමයේ ක්ක යාමීති නාජානාත්|
9 ବିଶ୍ୱାସ ଦ୍ୱାରା ସେ ବିଦେଶୀ ସ୍ୱରୂପେ ପ୍ରତିଜ୍ଞାତ ଦେଶରେ ପ୍ରବାସୀ ହୋଇ ପ୍ରତିଜ୍ଞାର ସହାଧିକାରୀ ଇସ୍ହାକ ଓ ଯାକୁବଙ୍କ ସହିତ ତମ୍ବୁରେ ବାସ କଲେ;
විශ්වාසේන ස ප්රතිඥාතේ දේශේ පරදේශවත් ප්රවසන් තස්යාඃ ප්රතිඥායාඃ සමානාංශිභ්යාම් ඉස්හාකා යාකූබා ච සහ දූෂ්යවාස්යභවත්|
10 କାରଣ ଯେଉଁ ନଗର ଭିତ୍ତିମୂଳବିଶିଷ୍ଟ, ପୁଣି, ଯାହାର ଶିଳ୍ପୀ ଓ ନିର୍ମାତା ସ୍ୱୟଂ ଈଶ୍ବର, ଅବ୍ରହାମ ତହିଁର ଅପେକ୍ଷାରେ ଥିଲେ।
යස්මාත් ස ඊශ්වරේණ නිර්ම්මිතං ස්ථාපිතඤ්ච භිත්තිමූලයුක්තං නගරං ප්රත්යෛක්ෂත|
11 ବିଶ୍ୱାସ ଦ୍ୱାରା ସାରା ନିଜେ ମଧ୍ୟ ପ୍ରତିଜ୍ଞାକାରୀଙ୍କୁ ବିଶ୍ୱସ୍ତ ଜ୍ଞାନ କରି ଗତବୟସ୍କା ହେଲେ ହେଁ ଗର୍ଭଧାରଣ କରିବାକୁ ଶକ୍ତି ପ୍ରାପ୍ତ ହେଲେ;
අපරඤ්ච විශ්වාසේන සාරා වයෝතික්රාන්තා සන්ත්යපි ගර්භධාරණාය ශක්තිං ප්රාප්ය පුත්රවත්යභවත්, යතඃ සා ප්රතිඥාකාරිණං විශ්වාස්යම් අමන්යත|
12 ଏହେତୁରୁ ମଧ୍ୟ ମୃତକଳ୍ପ ଜଣେ ବ୍ୟକ୍ତିଙ୍କଠାରୁ ଆକାଶର ନକ୍ଷତ୍ରଗଣ ପରି ଅସଂଖ୍ୟ ଓ ସମୁଦ୍ରତୀରସ୍ଥ ବାଲୁକା ପରି ଅଗଣ୍ୟ ଏକ ଜାତି ଉତ୍ପନ୍ନ ହେଲା।
තතෝ හේතෝ ර්මෘතකල්පාද් ඒකස්මාත් ජනාද් ආකාශීයනක්ෂත්රාණීව ගණනාතීතාඃ සමුද්රතීරස්ථසිකතා ඉව චාසංඛ්යා ලෝකා උත්පේදිරේ|
13 ଏସମସ୍ତେ ବିଶ୍ୱାସରେ ପ୍ରାଣତ୍ୟାଗ କଲେ; ସେମାନେ ପ୍ରତିଜ୍ଞାତ ଫଳପ୍ରାପ୍ତ ହେଲେ ନାହିଁ, ମାତ୍ର ଦୂରରୁ ତାହା ଦେଖି ଅଭିନନ୍ଦନ କଲେ ଏବଂ ପୃଥିବୀରେ ଆପଣାମାନଙ୍କୁ ବିଦେଶୀ ଓ ପ୍ରବାସୀ ବୋଲି ସ୍ୱୀକାର କଲେ।
ඒතේ සර්ව්වේ ප්රතිඥායාඃ ඵලාන්යප්රාප්ය කේවලං දූරාත් තානි නිරීක්ෂ්ය වන්දිත්වා ච, පෘථිව්යාං වයං විදේශිනඃ ප්රවාසිනශ්චාස්මහ ඉති ස්වීකෘත්ය විශ්වාසේන ප්රාණාන් තත්යජුඃ|
14 କାରଣ ଯେଉଁମାନେ ଏହିପରି କଥା କହନ୍ତି, ସେମାନେ ଯେ ନିଜର ଗୋଟିଏ ଦେଶ ଅନ୍ୱେଷଣ କରୁଅଛନ୍ତି, ଏହା ପ୍ରକାଶ କରନ୍ତି।
යේ තු ජනා ඉත්ථං කථයන්ති තෛඃ පෛතෘකදේශෝ (අ)ස්මාභිරන්විෂ්යත ඉති ප්රකාශ්යතේ|
15 ପୁଣି, ଯେଉଁ ଦେଶରୁ ସେମାନେ ବାହାରି ଆସିଥିଲେ, ଯଦି ପ୍ରକୃତରେ ସେହି ଦେଶକୁ ସ୍ମରଣ କରିଥାଆନ୍ତେ, ତାହାହେଲେ ସେମାନଙ୍କର ବାହୁଡ଼ି ଯିବାକୁ ସୁଯୋଗ ଥିଲା।
තේ යස්මාද් දේශාත් නිර්ගතාස්තං යද්යස්මරිෂ්යන් තර්හි පරාවර්ත්තනාය සමයම් අලප්ස්යන්ත|
16 କିନ୍ତୁ ସେମାନେ ଗୋଟିଏ ଉତ୍କୃଷ୍ଟତର, ଅର୍ଥାତ୍, ସ୍ୱର୍ଗୀୟ ଦେଶର ଆକାଂକ୍ଷା କରୁଥିଲେ; ଏହେତୁ ଈଶ୍ବର ସେମାନଙ୍କ ଈଶ୍ବର ବୋଲି ଖ୍ୟାତ ହେବାକୁ ସେମାନଙ୍କ ସମ୍ବନ୍ଧରେ ଲଜ୍ଜିତ ନୁହଁନ୍ତି, କାରଣ ସେ ସେମାନଙ୍କ ନିମନ୍ତେ ଗୋଟିଏ ନଗର ପ୍ରସ୍ତୁତ କରିଅଛନ୍ତି।
කින්තු තේ සර්ව්වෝත්කෘෂ්ටම් අර්ථතඃ ස්වර්ගීයං දේශම් ආකාඞ්ක්ෂන්ති තස්මාද් ඊශ්වරස්තානධි න ලජ්ජමානස්තේෂාම් ඊශ්වර ඉති නාම ගෘහීතවාන් යතඃ ස තේෂාං කෘතේ නගරමේකං සංස්ථාපිතවාන්|
17 ବିଶ୍ୱାସ ଦ୍ୱାରା ଅବ୍ରହାମ ପରୀକ୍ଷିତ ହୋଇ ଇସ୍ହାକଙ୍କୁ ଉତ୍ସର୍ଗ କଲେ, ହଁ, ଯେଉଁ ବ୍ୟକ୍ତି ପ୍ରତିଜ୍ଞାସମୂହ ପ୍ରାପ୍ତ ହୋଇଥିଲେ, ଯାହାଙ୍କୁ କୁହାଯାଇଥିଲା ଯେ,
අපරම් ඉබ්රාහීමඃ පරීක්ෂායාං ජාතායාං ස විශ්වාසේනේස්හාකම් උත්සසර්ජ,
18 ଇସ୍ହାକଙ୍କଠାରୁ ତୁମ୍ଭର ବଂଶ ଖ୍ୟାତ ହେବ, ସେହି ବ୍ୟକ୍ତି ଆପଣାର ଅଦ୍ୱିତୀୟ ପୁତ୍ରଙ୍କୁ ଉତ୍ସର୍ଗ କରିବାକୁ ଯାଉଥିଲେ,
වස්තුත ඉස්හාකි තව වංශෝ විඛ්යාස්යත ඉති වාග් යමධි කථිතා තම් අද්විතීයං පුත්රං ප්රතිඥාප්රාප්තඃ ස උත්සසර්ජ|
19 କାରଣ ଈଶ୍ବର ଯେ ମୃତମାନଙ୍କ ମଧ୍ୟରୁ ସୁଦ୍ଧା ଉତ୍ଥାପନ କରିବାକୁ ସମର୍ଥ, ଆକ୍ଷରିକ ଭାବେ, ସେ ମଧ୍ୟ ତାହାଙ୍କୁ ଦୃଷ୍ଟାନ୍ତଭାବେ ମୃତ୍ୟୁରୁ ଫେରି ପାଇଲେ।
යත ඊශ්වරෝ මෘතානප්යුත්ථාපයිතුං ශක්නෝතීති ස මේනේ තස්මාත් ස උපමාරූපං තං ලේභේ|
20 ବିଶ୍ୱାସ ଦ୍ୱାରା ଇସ୍ହାକ ଭବିଷ୍ୟତ ବିଷୟରେ ମଧ୍ୟ ଯାକୁବ ଓ ଏଷୌଙ୍କୁ ଆଶୀର୍ବାଦ କଲେ।
අපරම් ඉස්හාක් විශ්වාසේන යාකූබ් ඒෂාවේ ච භාවිවිෂයානධ්යාශිෂං දදෞ|
21 ବିଶ୍ୱାସ ଦ୍ୱାରା ଯାକୁବ ମୃତ୍ୟୁ ସମୟରେ ଯୋଷେଫଙ୍କର ପ୍ରତ୍ୟେକ ପୁତ୍ରଙ୍କୁ ଆଶୀର୍ବାଦ କଲେ, ପୁଣି, ଆପଣା ଯଷ୍ଟିର ଅଗ୍ରଭାଗରେ ଆଉଜିପଡ଼ି ପ୍ରଣାମ କଲେ।
අපරං යාකූබ් මරණකාලේ විශ්වාසේන යූෂඵඃ පුත්රයෝරේකෛකස්මෛ ජනායාශිෂං දදෞ යෂ්ට්යා අග්රභාගේ සමාලම්බ්ය ප්රණනාම ච|
22 ବିଶ୍ୱାସ ଦ୍ୱାରା ଯୋଷେଫ ମୃତ୍ୟୁ ସମୟରେ ଇସ୍ରାଏଲ ସନ୍ତାନମାନଙ୍କର ପ୍ରସ୍ଥାନ ବିଷୟ ଉଲ୍ଲେଖ କଲେ, ପୁଣି, ଆପଣା ଅସ୍ଥି ସମ୍ବନ୍ଧରେ ଆଜ୍ଞା ଦେଲେ।
අපරං යූෂඵ් චරමකාලේ විශ්වාසේනේස්රායේල්වංශීයානාං මිසරදේශාද් බහිර්ගමනස්ය වාචං ජගාද නිජාස්ථීනි චාධි සමාදිදේශ|
23 ବିଶ୍ୱାସ ଦ୍ୱାରା ମୋଶାଙ୍କ ପିତାମାତା ତାହାଙ୍କ ଜନ୍ମ ହେବା ସମୟରେ ତାହାଙ୍କୁ ଗୋଟିଏ ସୁନ୍ଦର ପିଲା ବୋଲି ଦେଖି ରାଜାଜ୍ଞାକୁ ଭୟ ନ କରି ତିନି ମାସ ପର୍ଯ୍ୟନ୍ତ ତାହାଙ୍କୁ ଗୋପନରେ ରଖିଲେ।
නවජාතෝ මූසාශ්ච විශ්වාසාත් ත්රාන් මාසාන් ස්වපිතෘභ්යාම් අගෝප්යත යතස්තෞ ස්වශිශුං පරමසුන්දරං දෘෂ්ටවන්තෞ රාජාඥාඤ්ච න ශඞ්කිතවන්තෞ|
24 ବିଶ୍ୱାସ ଦ୍ୱାରା ମୋଶା ବୟସପ୍ରାପ୍ତ ହେଲା ଉତ୍ତାରେ ଫାରୋଙ୍କର କନ୍ୟାଙ୍କ ପୁତ୍ର ବୋଲି ଖ୍ୟାତ ହେବାକୁ ନାସ୍ତି କଲେ;
අපරං වයඃප්රාප්තෝ මූසා විශ්වාසාත් ඵිරෞණෝ දෞහිත්ර ඉති නාම නාඞ්ගීචකාර|
25 ପାପର କ୍ଷଣିକ ସୁଖଭୋଗ ଅପେକ୍ଷା ଈଶ୍ବରଙ୍କ ଲୋକମାନଙ୍କ ସହିତ ବରଂ ଦୁଃଖଭୋଗ କରିବାକୁ ସେ ପସନ୍ଦ କଲେ,
යතඃ ස ක්ෂණිකාත් පාපජසුඛභෝගාද් ඊශ්වරස්ය ප්රජාභිඃ සාර්ද්ධං දුඃඛභෝගං වව්රේ|
26 ପୁଣି, ମିସରର ସମସ୍ତ ଧନ ଅପେକ୍ଷା ଖ୍ରୀଷ୍ଟଙ୍କ ନିନ୍ଦାର ସହଭାଗୀ ହେବା ଶ୍ରେଷ୍ଠତର ଧନ ବୋଲି ମନେ କଲେ, କାରଣ ସେ ଭାବି ପୁରସ୍କାର ଦାନ ପ୍ରତି ଦୃଷ୍ଟିପାତ କଲେ।
තථා මිසරදේශීයනිධිභ්යඃ ඛ්රීෂ්ටනිමිත්තාං නින්දාං මහතීං සම්පත්තිං මේනේ යතෝ හේතෝඃ ස පුරස්කාරදානම් අපෛක්ෂත|
27 ବିଶ୍ୱାସ ଦ୍ୱାରା ସେ ରାଜାଙ୍କ କ୍ରୋଧକୁ ଭୟ ନ କରି ମିସର ପରିତ୍ୟାଗ କଲେ, ଯେଣୁ ଯେ ଅଦୃଶ୍ୟ, ତାହାଙ୍କୁ ଦର୍ଶନ କଲା ପରି ସୁସ୍ଥିର ରହିଲେ।
අපරං ස විශ්වාසේන රාඥඃ ක්රෝධාත් න භීත්වා මිසරදේශං පරිතත්යාජ, යතස්තේනාදෘශ්යං වීක්ෂමාණේනේව ධෛර්ය්යම් ආලම්බි|
28 ବିଶ୍ୱାସ ଦ୍ୱାରା ସେ ନିସ୍ତାର ପର୍ବ ଓ ରକ୍ତ ସେଚନ ବିଧି ପାଳନ କଲେ, ଯେପରି ପ୍ରଥମଜାତମାନଙ୍କର ସଂହାରକ ସେମାନଙ୍କୁ ସ୍ପର୍ଶ ନ କରନ୍ତି।
අපරං ප්රථමජාතානාං හන්තා යත් ස්වීයලෝකාන් න ස්පෘශේත් තදර්ථං ස විශ්වාසේන නිස්තාරපර්ව්වීයබලිච්ඡේදනං රුධිරසේචනඤ්චානුෂ්ඨිතාවාන්|
29 ବିଶ୍ୱାସ ଦ୍ୱାରା ସେମାନେ ଶୁଷ୍କ ଭୂମି ପାର ହେଲା ପରି ସୂଫ ସାଗରର ଭିତର ଦେଇ ପାର ହେଲେ, କିନ୍ତୁ ମିସରୀୟମାନେ ପାର ହେବାକୁ ଚେଷ୍ଟା କରିବାକୁ ଯାଇ ବୁଡ଼ି ମଲେ।
අපරං තේ විශ්වාසාත් ස්ථලේනේව සූඵ්සාගරේණ ජග්මුඃ කින්තු මිස්රීයලෝකාස්තත් කර්ත්තුම් උපක්රම්ය තෝයේෂු මමජ්ජුඃ|
30 ବିଶ୍ୱାସ ଦ୍ୱାରା ଯିରୀହୋ ପ୍ରାଚୀର ସାତ ଦିନ ପର୍ଯ୍ୟନ୍ତ ଘେରିଲା ଉତ୍ତାରେ ଭୂମିସାତ୍ ହେଲା।
අපරඤ්ච විශ්වාසාත් තෛඃ සප්තාහං යාවද් යිරීහෝඃ ප්රාචීරස්ය ප්රදක්ෂිණේ කෘතේ තත් නිපපාත|
31 ବିଶ୍ୱାସ ଦ୍ୱାରା ରାହାବ ବେଶ୍ୟା ଗୁପ୍ତଚରମାନଙ୍କୁ ଆଶ୍ରୟ ଦେବାରୁ ଅନାଜ୍ଞାବହମାନଙ୍କ ସହିତ ବିନଷ୍ଟ ହେଲେ ନାହିଁ।
විශ්වාසාද් රාහබ්නාමිකා වේශ්යාපි ප්රීත්යා චාරාන් අනුගෘහ්යාවිශ්වාසිභිඃ සාර්ද්ධං න විනනාශ|
32 ଆଉ ଅଧିକ କଅଣ କହିବି? ଗିଦିୟୋନ, ବାରକ, ଶାମ୍ଶୋନ୍, ଯିପ୍ତହ, ଦାଉଦ, ଶାମୁୟେଲ ଓ ଭାବବାଦୀମାନଙ୍କ ବିଷୟ ଯଦି ମୁଁ ବର୍ଣ୍ଣନା କରେ, ତେବେ ସମୟ ଅଣ୍ଟିବ ନାହିଁ;
අධිකං කිං කථයිෂ්යාමි? ගිදියෝනෝ බාරකඃ ශිම්ශෝනෝ යිප්තහෝ දායූද් ශිමූයේලෝ භවිෂ්යද්වාදිනශ්චෛතේෂාං වෘත්තාන්තකථනාය මම සමයාභාවෝ භවිෂ්යති|
33 ବିଶ୍ୱାସ ଦ୍ୱାରା ସେମାନେ ରାଜ୍ୟଗୁଡ଼ିକ ଜୟ କଲେ, ଧର୍ମ ସାଧନ କଲେ, ପ୍ରତିଜ୍ଞାର ଫଳପ୍ରାପ୍ତ ହେଲେ, ସିଂହମାନଙ୍କ ମୁଖରୁ ବଞ୍ଚିତ ହେଲେ,
විශ්වාසාත් තේ රාජ්යානි වශීකෘතවන්තෝ ධර්ම්මකර්ම්මාණි සාධිතවන්තඃ ප්රතිඥානාං ඵලං ලබ්ධවන්තඃ සිංහානාං මුඛානි රුද්ධවන්තෝ
34 ଅଗ୍ନିର ତେଜ ନିବାରଣ କଲେ, ଖଡ୍ଗଧାରରୁ ରକ୍ଷା ପାଇଲେ, ଦୁର୍ବଳ ସମୟରେ ସବଳ ହେଲେ, ଯୁଦ୍ଧରେ ବିଜୟୀ ହେଲେ, ପୁଣି, ଅଣଯିହୁଦୀମାନଙ୍କର ସୈନ୍ୟମାନଙ୍କୁ ବିତାଡ଼ିତ କଲେ।
වහ්නේර්දාහං නිර්ව්වාපිතවන්තඃ ඛඞ්ගධාරාද් රක්ෂාං ප්රාප්තවන්තෝ දෞර්බ්බල්යේ සබලීකෘතා යුද්ධේ පරාක්රමිණෝ ජාතාඃ පරේෂාං සෛන්යානි දවයිතවන්තශ්ච|
35 ସ୍ତ୍ରୀଲୋକମାନେ ଆପଣା ଆପଣା ମୃତମାନଙ୍କୁ ପୁନରୁତ୍ଥାନ ଦ୍ୱାରା ପ୍ରାପ୍ତ ହେଲେ; ଅନ୍ୟମାନେ ଉତ୍କୃଷ୍ଟତର ପୁନରୁତ୍ଥାନ ପ୍ରାପ୍ତ ହେବା ନିମନ୍ତେ ଉଦ୍ଧାର ପାଇବାକୁ ଇଚ୍ଛା ନ କରି ମହାଯନ୍ତ୍ରଣା ଭୋଗ କଲେ।
යෝෂිතඃ පුනරුත්ථානේන මෘතාන් ආත්මජාන් ලේභිරේ, අපරේ ච ශ්රේෂ්ඨෝත්ථානස්ය ප්රාප්තේරාශයා රක්ෂාම් අගෘහීත්වා තාඩනේන මෘතවන්තඃ|
36 ଅନ୍ୟମାନେ ବିଦ୍ରୂପ, କୋରଡ଼ା ପ୍ରହାର, ହଁ, ବନ୍ଧନ ଓ କାରାବାସ ଦ୍ୱାରା ସୁଦ୍ଧା ପରୀକ୍ଷିତ ହେଲେ;
අපරේ තිරස්කාරෛඃ කශාභි ර්බන්ධනෛඃ කාරයා ච පරීක්ෂිතාඃ|
37 କେହି ଅବା ପ୍ରସ୍ତରାଘାତରେ ହତ, କେହି ଅବା ନିର୍ଯ୍ୟାତିତ, କେହି କରତ ଦ୍ୱାରା ଦ୍ୱିଖଣ୍ଡିତ, ପୁଣି, କେହି ଅବା ଖଡ୍ଗ ଦ୍ୱାରା ନିହତ ହେଲେ, କେହି କେହି ମେଷ ଓ ଛାଗଳର ଚର୍ମରେ ଆଚ୍ଛାଦିତ, ଅଭାବଗ୍ରସ୍ତ, କ୍ଳିଷ୍ଟ ଓ ତାଡନାପ୍ରାପ୍ତ ହୋଇ
බහවශ්ච ප්රස්තරාඝාතෛ ර්හතාඃ කරපත්රෛ ර්වා විදීර්ණා යන්ත්රෛ ර්වා ක්ලිෂ්ටාඃ ඛඞ්ගධාරෛ ර්වා ව්යාපාදිතාඃ| තේ මේෂාණාං ඡාගානාං වා චර්ම්මාණි පරිධාය දීනාඃ පීඩිතා දුඃඛාර්ත්තාශ්චාභ්රාම්යන්|
38 ପ୍ରାନ୍ତର, ପର୍ବତ, ଗୁହା, ପୁଣି, ପୃଥିବୀର ଗହ୍ୱର ଭ୍ରମଣ କଲେ; ଜଗତ ସେମାନଙ୍କର ଯୋଗ୍ୟ ନ ଥିଲା।
සංසාරෝ යේෂාම් අයෝග්යස්තේ නිර්ජනස්ථානේෂු පර්ව්වතේෂු ගහ්වරේෂු පෘථිව්යාශ්ඡිද්රේෂු ච පර්ය්යටන්|
39 ବିଶ୍ୱାସ ଦ୍ୱାରା ଏହି ସମସ୍ତେ ସୁଖ୍ୟାତି ଲାଭ କରି ସୁଦ୍ଧା ପ୍ରତିଜ୍ଞାର ଫଳପ୍ରାପ୍ତ ହେଲେ ନାହିଁ,
ඒතෛඃ සර්ව්වෛ ර්විශ්වාසාත් ප්රමාණං ප්රාපි කින්තු ප්රතිඥායාඃ ඵලං න ප්රාපි|
40 ଯେଣୁ ଈଶ୍ବର ଆମ୍ଭମାନଙ୍କ ନିମନ୍ତେ ଉତ୍କୃଷ୍ଟତର ବିଷୟ ପ୍ରସ୍ତୁତ କରି ରଖିଥିଲେ, ଯେପରି ସେମାନେ ଆମ୍ଭମାନଙ୍କ ବିନା ସିଦ୍ଧ ଲାଭ ନ କରନ୍ତି।
යතස්තේ යථාස්මාන් විනා සිද්ධා න භවේයුස්තථෛවේශ්වරේණාස්මාකං කෘතේ ශ්රේෂ්ඨතරං කිමපි නිර්දිදිශේ|