< ଏବ୍ରୀ 11 >
1 ବିଶ୍ୱାସ ପ୍ରତ୍ୟାଶିତ ବିଷୟର ମୂଳଭୂମି ଓ ଅଦୃଶ୍ୟ ବିଷୟର ନିଶ୍ଚିତ ଜ୍ଞାନ।
ୱିଶ୍ୱାସ ଆଶଂସିତାନାଂ ନିଶ୍ଚଯଃ, ଅଦୃଶ୍ୟାନାଂ ୱିଷଯାଣାଂ ଦର୍ଶନଂ ଭୱତି|
2 ତଦ୍ୱାରା ପ୍ରାଚୀନମାନେ ତ ସୁଖ୍ୟାତି ଲାଭ କଲେ।
ତେନ ୱିଶ୍ୱାସେନ ପ୍ରାଞ୍ଚୋ ଲୋକାଃ ପ୍ରାମାଣ୍ୟଂ ପ୍ରାପ୍ତୱନ୍ତଃ|
3 ବିଶ୍ୱାସ ଦ୍ୱାରା ଆମ୍ଭେମାନେ ବୁଝୁ ଯେ, ସମସ୍ତ ବିଶ୍ୱ ଈଶ୍ବରଙ୍କ ବାକ୍ୟ ଦ୍ୱାରା ରଚିତ, ଅତଏବ କୌଣସି ପ୍ରତ୍ୟକ୍ଷ ବିଷୟରୁ ଦୃଶ୍ୟ ବିଷୟ ଉତ୍ପନ୍ନ ହୋଇ ନାହିଁ। (aiōn )
ଅପରମ୍ ଈଶ୍ୱରସ୍ୟ ୱାକ୍ୟେନ ଜଗନ୍ତ୍ୟସୃଜ୍ୟନ୍ତ, ଦୃଷ୍ଟୱସ୍ତୂନି ଚ ପ୍ରତ୍ୟକ୍ଷୱସ୍ତୁଭ୍ୟୋ ନୋଦପଦ୍ୟନ୍ତୈତଦ୍ ୱଯଂ ୱିଶ୍ୱାସେନ ବୁଧ୍ୟାମହେ| (aiōn )
4 ବିଶ୍ୱାସ ଦ୍ୱାରା ହେବଲ ଈଶ୍ବରଙ୍କ ଛାମୁରେ କୟିନ ଅପେକ୍ଷା ଉତ୍କୃଷ୍ଟ ବଳି ଉତ୍ସର୍ଗ କଲେ ଓ ତଦ୍ୱାରା ସେ ଧାର୍ମିକ ବୋଲି ସାକ୍ଷ୍ୟ ପାଇଲେ; ଈଶ୍ବର ନିଜେ ତାହାଙ୍କ ଦାନ ସମ୍ବନ୍ଧରେ ସାକ୍ଷ୍ୟ ଦେଲେ, ଆଉ ସେ ମୃତ ହେଲେ ହେଁ ବିଶ୍ୱାସ ଦ୍ୱାରା ଆଜି ପର୍ଯ୍ୟନ୍ତ କଥା କହୁଅଛନ୍ତି।
ୱିଶ୍ୱାସେନ ହାବିଲ୍ ଈଶ୍ୱରମୁଦ୍ଦିଶ୍ୟ କାବିଲଃ ଶ୍ରେଷ୍ଠଂ ବଲିଦାନଂ କୃତୱାନ୍ ତସ୍ମାଚ୍ଚେଶ୍ୱରେଣ ତସ୍ୟ ଦାନାନ୍ୟଧି ପ୍ରମାଣେ ଦତ୍ତେ ସ ଧାର୍ମ୍ମିକ ଇତ୍ୟସ୍ୟ ପ୍ରମାଣଂ ଲବ୍ଧୱାନ୍ ତେନ ୱିଶ୍ୱାସେନ ଚ ସ ମୃତଃ ସନ୍ ଅଦ୍ୟାପି ଭାଷତେ|
5 ବିଶ୍ୱାସ ଦ୍ୱାରା ହନୋକ ମୃତ୍ୟୁଭୋଗ ନ କରି ଉର୍ଦ୍ଧ୍ବକୁ ଉତ୍ଥିତ ହେଲେ; ସେ ଆଉ ଦେଖାଗଲେ ନାହିଁ, କାରଣ ଈଶ୍ବର ତାହାଙ୍କୁ ଅନ୍ତର୍ହିତ କରିଥିଲେ। ସେ ଯେ ଈଶ୍ବରଙ୍କର ସନ୍ତୋଷପାତ୍ର, ଅନ୍ତର୍ହିତ ହେବା ପୂର୍ବେ ସେଥିର ସାକ୍ଷ୍ୟ ପ୍ରାପ୍ତ ହୋଇଥିଲେ;
ୱିଶ୍ୱାସେନ ହନୋକ୍ ଯଥା ମୃତ୍ୟୁଂ ନ ପଶ୍ୟେତ୍ ତଥା ଲୋକାନ୍ତରଂ ନୀତଃ, ତସ୍ୟୋଦ୍ଦେଶଶ୍ଚ କେନାପି ନ ପ୍ରାପି ଯତ ଈଶ୍ୱରସ୍ତଂ ଲୋକାନ୍ତରଂ ନୀତୱାନ୍, ତତ୍ପ୍ରମାଣମିଦଂ ତସ୍ୟ ଲୋକାନ୍ତରୀକରଣାତ୍ ପୂର୍ୱ୍ୱଂ ସ ଈଶ୍ୱରାଯ ରୋଚିତୱାନ୍ ଇତି ପ୍ରମାଣଂ ପ୍ରାପ୍ତୱାନ୍|
6 ଆଉ ବିଶ୍ୱାସ ବିନା ତାହାଙ୍କ ସନ୍ତୋଷପାତ୍ର ହେବା ଅସମ୍ଭବ, କାରଣ ଈଶ୍ବର ଯେ ଅଛନ୍ତି, ଆଉ ସେ ଯେ ତାହାଙ୍କ ଅନ୍ୱେଷଣକାରୀମାନଙ୍କର ପୁରସ୍କାରଦାତା, ଏହା ତାହାଙ୍କ ଛାମୁକୁ ଆସିବା ଲୋକର ବିଶ୍ୱାସ କରିବା ଆବଶ୍ୟକ।
କିନ୍ତୁ ୱିଶ୍ୱାସଂ ୱିନା କୋଽପୀଶ୍ୱରାଯ ରୋଚିତୁଂ ନ ଶକ୍ନୋତି ଯତ ଈଶ୍ୱରୋଽସ୍ତି ସ୍ୱାନ୍ୱେଷିଲୋକେଭ୍ୟଃ ପୁରସ୍କାରଂ ଦଦାତି ଚେତିକଥାଯାମ୍ ଈଶ୍ୱରଶରଣାଗତୈ ର୍ୱିଶ୍ୱସିତୱ୍ୟଂ|
7 ବିଶ୍ୱାସ ଦ୍ୱାରା ନୋହ ସେ ସମୟ ପର୍ଯ୍ୟନ୍ତ ଅପ୍ରକାଶିତ ବିଷୟ ସମ୍ବନ୍ଧରେ ପ୍ରତ୍ୟାଦେଶ ପାଇ ଭକ୍ତି ସହକାରେ ଆପଣା ପରିବାରର ରକ୍ଷା ନିମନ୍ତେ ଗୋଟିଏ ଜାହାଜ ନିର୍ମାଣ କଲେ, ପୁଣି, ସେହି ବିଶ୍ୱାସ ଦ୍ୱାରା ସେ ଜଗତକୁ ଦୋଷୀ କରି ବିଶ୍ୱାସାନୁଯାୟୀ ଧାର୍ମିକତାର ଅଧିକାରୀ ହେଲେ।
ଅପରଂ ତଦାନୀଂ ଯାନ୍ୟଦୃଶ୍ୟାନ୍ୟାସନ୍ ତାନୀଶ୍ୱରେଣାଦିଷ୍ଟଃ ସନ୍ ନୋହୋ ୱିଶ୍ୱାସେନ ଭୀତ୍ୱା ସ୍ୱପରିଜନାନାଂ ରକ୍ଷାର୍ଥଂ ପୋତଂ ନିର୍ମ୍ମିତୱାନ୍ ତେନ ଚ ଜଗଜ୍ଜନାନାଂ ଦୋଷାନ୍ ଦର୍ଶିତୱାନ୍ ୱିଶ୍ୱାସାତ୍ ଲଭ୍ୟସ୍ୟ ପୁଣ୍ୟସ୍ୟାଧିକାରୀ ବଭୂୱ ଚ|
8 ବିଶ୍ୱାସ ଦ୍ୱାରା ଅବ୍ରହାମ ଆହ୍ୱାନ ପ୍ରାପ୍ତ ହୁଅନ୍ତେ, ଯେଉଁ ଦେଶ ସେ ଅଧିକାରସ୍ୱରୂପେ ପାଇବାକୁ ଯାଉଥିଲେ, ଆଜ୍ଞାବହ ହୋଇ ସେଠାକୁ ବାହାରିଗଲେ, ପୁଣି, ସେ କେଉଁଠାକୁ ଯାଉଅଛନ୍ତି, ତାହା ନ ଜାଣି ସୁଦ୍ଧା ବାହାରିଗଲେ।
ୱିଶ୍ୱାସେନେବ୍ରାହୀମ୍ ଆହୂତଃ ସନ୍ ଆଜ୍ଞାଂ ଗୃହୀତ୍ୱା ଯସ୍ୟ ସ୍ଥାନସ୍ୟାଧିକାରସ୍ତେନ ପ୍ରାପ୍ତୱ୍ୟସ୍ତତ୍ ସ୍ଥାନଂ ପ୍ରସ୍ଥିତୱାନ୍ କିନ୍ତୁ ପ୍ରସ୍ଥାନସମଯେ କ୍କ ଯାମୀତି ନାଜାନାତ୍|
9 ବିଶ୍ୱାସ ଦ୍ୱାରା ସେ ବିଦେଶୀ ସ୍ୱରୂପେ ପ୍ରତିଜ୍ଞାତ ଦେଶରେ ପ୍ରବାସୀ ହୋଇ ପ୍ରତିଜ୍ଞାର ସହାଧିକାରୀ ଇସ୍ହାକ ଓ ଯାକୁବଙ୍କ ସହିତ ତମ୍ବୁରେ ବାସ କଲେ;
ୱିଶ୍ୱାସେନ ସ ପ୍ରତିଜ୍ଞାତେ ଦେଶେ ପରଦେଶୱତ୍ ପ୍ରୱସନ୍ ତସ୍ୟାଃ ପ୍ରତିଜ୍ଞାଯାଃ ସମାନାଂଶିଭ୍ୟାମ୍ ଇସ୍ହାକା ଯାକୂବା ଚ ସହ ଦୂଷ୍ୟୱାସ୍ୟଭୱତ୍|
10 କାରଣ ଯେଉଁ ନଗର ଭିତ୍ତିମୂଳବିଶିଷ୍ଟ, ପୁଣି, ଯାହାର ଶିଳ୍ପୀ ଓ ନିର୍ମାତା ସ୍ୱୟଂ ଈଶ୍ବର, ଅବ୍ରହାମ ତହିଁର ଅପେକ୍ଷାରେ ଥିଲେ।
ଯସ୍ମାତ୍ ସ ଈଶ୍ୱରେଣ ନିର୍ମ୍ମିତଂ ସ୍ଥାପିତଞ୍ଚ ଭିତ୍ତିମୂଲଯୁକ୍ତଂ ନଗରଂ ପ୍ରତ୍ୟୈକ୍ଷତ|
11 ବିଶ୍ୱାସ ଦ୍ୱାରା ସାରା ନିଜେ ମଧ୍ୟ ପ୍ରତିଜ୍ଞାକାରୀଙ୍କୁ ବିଶ୍ୱସ୍ତ ଜ୍ଞାନ କରି ଗତବୟସ୍କା ହେଲେ ହେଁ ଗର୍ଭଧାରଣ କରିବାକୁ ଶକ୍ତି ପ୍ରାପ୍ତ ହେଲେ;
ଅପରଞ୍ଚ ୱିଶ୍ୱାସେନ ସାରା ୱଯୋତିକ୍ରାନ୍ତା ସନ୍ତ୍ୟପି ଗର୍ଭଧାରଣାଯ ଶକ୍ତିଂ ପ୍ରାପ୍ୟ ପୁତ୍ରୱତ୍ୟଭୱତ୍, ଯତଃ ସା ପ୍ରତିଜ୍ଞାକାରିଣଂ ୱିଶ୍ୱାସ୍ୟମ୍ ଅମନ୍ୟତ|
12 ଏହେତୁରୁ ମଧ୍ୟ ମୃତକଳ୍ପ ଜଣେ ବ୍ୟକ୍ତିଙ୍କଠାରୁ ଆକାଶର ନକ୍ଷତ୍ରଗଣ ପରି ଅସଂଖ୍ୟ ଓ ସମୁଦ୍ରତୀରସ୍ଥ ବାଲୁକା ପରି ଅଗଣ୍ୟ ଏକ ଜାତି ଉତ୍ପନ୍ନ ହେଲା।
ତତୋ ହେତୋ ର୍ମୃତକଲ୍ପାଦ୍ ଏକସ୍ମାତ୍ ଜନାଦ୍ ଆକାଶୀଯନକ୍ଷତ୍ରାଣୀୱ ଗଣନାତୀତାଃ ସମୁଦ୍ରତୀରସ୍ଥସିକତା ଇୱ ଚାସଂଖ୍ୟା ଲୋକା ଉତ୍ପେଦିରେ|
13 ଏସମସ୍ତେ ବିଶ୍ୱାସରେ ପ୍ରାଣତ୍ୟାଗ କଲେ; ସେମାନେ ପ୍ରତିଜ୍ଞାତ ଫଳପ୍ରାପ୍ତ ହେଲେ ନାହିଁ, ମାତ୍ର ଦୂରରୁ ତାହା ଦେଖି ଅଭିନନ୍ଦନ କଲେ ଏବଂ ପୃଥିବୀରେ ଆପଣାମାନଙ୍କୁ ବିଦେଶୀ ଓ ପ୍ରବାସୀ ବୋଲି ସ୍ୱୀକାର କଲେ।
ଏତେ ସର୍ୱ୍ୱେ ପ୍ରତିଜ୍ଞାଯାଃ ଫଲାନ୍ୟପ୍ରାପ୍ୟ କେୱଲଂ ଦୂରାତ୍ ତାନି ନିରୀକ୍ଷ୍ୟ ୱନ୍ଦିତ୍ୱା ଚ, ପୃଥିୱ୍ୟାଂ ୱଯଂ ୱିଦେଶିନଃ ପ୍ରୱାସିନଶ୍ଚାସ୍ମହ ଇତି ସ୍ୱୀକୃତ୍ୟ ୱିଶ୍ୱାସେନ ପ୍ରାଣାନ୍ ତତ୍ୟଜୁଃ|
14 କାରଣ ଯେଉଁମାନେ ଏହିପରି କଥା କହନ୍ତି, ସେମାନେ ଯେ ନିଜର ଗୋଟିଏ ଦେଶ ଅନ୍ୱେଷଣ କରୁଅଛନ୍ତି, ଏହା ପ୍ରକାଶ କରନ୍ତି।
ଯେ ତୁ ଜନା ଇତ୍ଥଂ କଥଯନ୍ତି ତୈଃ ପୈତୃକଦେଶୋ ଽସ୍ମାଭିରନ୍ୱିଷ୍ୟତ ଇତି ପ୍ରକାଶ୍ୟତେ|
15 ପୁଣି, ଯେଉଁ ଦେଶରୁ ସେମାନେ ବାହାରି ଆସିଥିଲେ, ଯଦି ପ୍ରକୃତରେ ସେହି ଦେଶକୁ ସ୍ମରଣ କରିଥାଆନ୍ତେ, ତାହାହେଲେ ସେମାନଙ୍କର ବାହୁଡ଼ି ଯିବାକୁ ସୁଯୋଗ ଥିଲା।
ତେ ଯସ୍ମାଦ୍ ଦେଶାତ୍ ନିର୍ଗତାସ୍ତଂ ଯଦ୍ୟସ୍ମରିଷ୍ୟନ୍ ତର୍ହି ପରାୱର୍ତ୍ତନାଯ ସମଯମ୍ ଅଲପ୍ସ୍ୟନ୍ତ|
16 କିନ୍ତୁ ସେମାନେ ଗୋଟିଏ ଉତ୍କୃଷ୍ଟତର, ଅର୍ଥାତ୍, ସ୍ୱର୍ଗୀୟ ଦେଶର ଆକାଂକ୍ଷା କରୁଥିଲେ; ଏହେତୁ ଈଶ୍ବର ସେମାନଙ୍କ ଈଶ୍ବର ବୋଲି ଖ୍ୟାତ ହେବାକୁ ସେମାନଙ୍କ ସମ୍ବନ୍ଧରେ ଲଜ୍ଜିତ ନୁହଁନ୍ତି, କାରଣ ସେ ସେମାନଙ୍କ ନିମନ୍ତେ ଗୋଟିଏ ନଗର ପ୍ରସ୍ତୁତ କରିଅଛନ୍ତି।
କିନ୍ତୁ ତେ ସର୍ୱ୍ୱୋତ୍କୃଷ୍ଟମ୍ ଅର୍ଥତଃ ସ୍ୱର୍ଗୀଯଂ ଦେଶମ୍ ଆକାଙ୍କ୍ଷନ୍ତି ତସ୍ମାଦ୍ ଈଶ୍ୱରସ୍ତାନଧି ନ ଲଜ୍ଜମାନସ୍ତେଷାମ୍ ଈଶ୍ୱର ଇତି ନାମ ଗୃହୀତୱାନ୍ ଯତଃ ସ ତେଷାଂ କୃତେ ନଗରମେକଂ ସଂସ୍ଥାପିତୱାନ୍|
17 ବିଶ୍ୱାସ ଦ୍ୱାରା ଅବ୍ରହାମ ପରୀକ୍ଷିତ ହୋଇ ଇସ୍ହାକଙ୍କୁ ଉତ୍ସର୍ଗ କଲେ, ହଁ, ଯେଉଁ ବ୍ୟକ୍ତି ପ୍ରତିଜ୍ଞାସମୂହ ପ୍ରାପ୍ତ ହୋଇଥିଲେ, ଯାହାଙ୍କୁ କୁହାଯାଇଥିଲା ଯେ,
ଅପରମ୍ ଇବ୍ରାହୀମଃ ପରୀକ୍ଷାଯାଂ ଜାତାଯାଂ ସ ୱିଶ୍ୱାସେନେସ୍ହାକମ୍ ଉତ୍ସସର୍ଜ,
18 ଇସ୍ହାକଙ୍କଠାରୁ ତୁମ୍ଭର ବଂଶ ଖ୍ୟାତ ହେବ, ସେହି ବ୍ୟକ୍ତି ଆପଣାର ଅଦ୍ୱିତୀୟ ପୁତ୍ରଙ୍କୁ ଉତ୍ସର୍ଗ କରିବାକୁ ଯାଉଥିଲେ,
ୱସ୍ତୁତ ଇସ୍ହାକି ତୱ ୱଂଶୋ ୱିଖ୍ୟାସ୍ୟତ ଇତି ୱାଗ୍ ଯମଧି କଥିତା ତମ୍ ଅଦ୍ୱିତୀଯଂ ପୁତ୍ରଂ ପ୍ରତିଜ୍ଞାପ୍ରାପ୍ତଃ ସ ଉତ୍ସସର୍ଜ|
19 କାରଣ ଈଶ୍ବର ଯେ ମୃତମାନଙ୍କ ମଧ୍ୟରୁ ସୁଦ୍ଧା ଉତ୍ଥାପନ କରିବାକୁ ସମର୍ଥ, ଆକ୍ଷରିକ ଭାବେ, ସେ ମଧ୍ୟ ତାହାଙ୍କୁ ଦୃଷ୍ଟାନ୍ତଭାବେ ମୃତ୍ୟୁରୁ ଫେରି ପାଇଲେ।
ଯତ ଈଶ୍ୱରୋ ମୃତାନପ୍ୟୁତ୍ଥାପଯିତୁଂ ଶକ୍ନୋତୀତି ସ ମେନେ ତସ୍ମାତ୍ ସ ଉପମାରୂପଂ ତଂ ଲେଭେ|
20 ବିଶ୍ୱାସ ଦ୍ୱାରା ଇସ୍ହାକ ଭବିଷ୍ୟତ ବିଷୟରେ ମଧ୍ୟ ଯାକୁବ ଓ ଏଷୌଙ୍କୁ ଆଶୀର୍ବାଦ କଲେ।
ଅପରମ୍ ଇସ୍ହାକ୍ ୱିଶ୍ୱାସେନ ଯାକୂବ୍ ଏଷାୱେ ଚ ଭାୱିୱିଷଯାନଧ୍ୟାଶିଷଂ ଦଦୌ|
21 ବିଶ୍ୱାସ ଦ୍ୱାରା ଯାକୁବ ମୃତ୍ୟୁ ସମୟରେ ଯୋଷେଫଙ୍କର ପ୍ରତ୍ୟେକ ପୁତ୍ରଙ୍କୁ ଆଶୀର୍ବାଦ କଲେ, ପୁଣି, ଆପଣା ଯଷ୍ଟିର ଅଗ୍ରଭାଗରେ ଆଉଜିପଡ଼ି ପ୍ରଣାମ କଲେ।
ଅପରଂ ଯାକୂବ୍ ମରଣକାଲେ ୱିଶ୍ୱାସେନ ଯୂଷଫଃ ପୁତ୍ରଯୋରେକୈକସ୍ମୈ ଜନାଯାଶିଷଂ ଦଦୌ ଯଷ୍ଟ୍ୟା ଅଗ୍ରଭାଗେ ସମାଲମ୍ବ୍ୟ ପ୍ରଣନାମ ଚ|
22 ବିଶ୍ୱାସ ଦ୍ୱାରା ଯୋଷେଫ ମୃତ୍ୟୁ ସମୟରେ ଇସ୍ରାଏଲ ସନ୍ତାନମାନଙ୍କର ପ୍ରସ୍ଥାନ ବିଷୟ ଉଲ୍ଲେଖ କଲେ, ପୁଣି, ଆପଣା ଅସ୍ଥି ସମ୍ବନ୍ଧରେ ଆଜ୍ଞା ଦେଲେ।
ଅପରଂ ଯୂଷଫ୍ ଚରମକାଲେ ୱିଶ୍ୱାସେନେସ୍ରାଯେଲ୍ୱଂଶୀଯାନାଂ ମିସରଦେଶାଦ୍ ବହିର୍ଗମନସ୍ୟ ୱାଚଂ ଜଗାଦ ନିଜାସ୍ଥୀନି ଚାଧି ସମାଦିଦେଶ|
23 ବିଶ୍ୱାସ ଦ୍ୱାରା ମୋଶାଙ୍କ ପିତାମାତା ତାହାଙ୍କ ଜନ୍ମ ହେବା ସମୟରେ ତାହାଙ୍କୁ ଗୋଟିଏ ସୁନ୍ଦର ପିଲା ବୋଲି ଦେଖି ରାଜାଜ୍ଞାକୁ ଭୟ ନ କରି ତିନି ମାସ ପର୍ଯ୍ୟନ୍ତ ତାହାଙ୍କୁ ଗୋପନରେ ରଖିଲେ।
ନୱଜାତୋ ମୂସାଶ୍ଚ ୱିଶ୍ୱାସାତ୍ ତ୍ରାନ୍ ମାସାନ୍ ସ୍ୱପିତୃଭ୍ୟାମ୍ ଅଗୋପ୍ୟତ ଯତସ୍ତୌ ସ୍ୱଶିଶୁଂ ପରମସୁନ୍ଦରଂ ଦୃଷ୍ଟୱନ୍ତୌ ରାଜାଜ୍ଞାଞ୍ଚ ନ ଶଙ୍କିତୱନ୍ତୌ|
24 ବିଶ୍ୱାସ ଦ୍ୱାରା ମୋଶା ବୟସପ୍ରାପ୍ତ ହେଲା ଉତ୍ତାରେ ଫାରୋଙ୍କର କନ୍ୟାଙ୍କ ପୁତ୍ର ବୋଲି ଖ୍ୟାତ ହେବାକୁ ନାସ୍ତି କଲେ;
ଅପରଂ ୱଯଃପ୍ରାପ୍ତୋ ମୂସା ୱିଶ୍ୱାସାତ୍ ଫିରୌଣୋ ଦୌହିତ୍ର ଇତି ନାମ ନାଙ୍ଗୀଚକାର|
25 ପାପର କ୍ଷଣିକ ସୁଖଭୋଗ ଅପେକ୍ଷା ଈଶ୍ବରଙ୍କ ଲୋକମାନଙ୍କ ସହିତ ବରଂ ଦୁଃଖଭୋଗ କରିବାକୁ ସେ ପସନ୍ଦ କଲେ,
ଯତଃ ସ କ୍ଷଣିକାତ୍ ପାପଜସୁଖଭୋଗାଦ୍ ଈଶ୍ୱରସ୍ୟ ପ୍ରଜାଭିଃ ସାର୍ଦ୍ଧଂ ଦୁଃଖଭୋଗଂ ୱୱ୍ରେ|
26 ପୁଣି, ମିସରର ସମସ୍ତ ଧନ ଅପେକ୍ଷା ଖ୍ରୀଷ୍ଟଙ୍କ ନିନ୍ଦାର ସହଭାଗୀ ହେବା ଶ୍ରେଷ୍ଠତର ଧନ ବୋଲି ମନେ କଲେ, କାରଣ ସେ ଭାବି ପୁରସ୍କାର ଦାନ ପ୍ରତି ଦୃଷ୍ଟିପାତ କଲେ।
ତଥା ମିସରଦେଶୀଯନିଧିଭ୍ୟଃ ଖ୍ରୀଷ୍ଟନିମିତ୍ତାଂ ନିନ୍ଦାଂ ମହତୀଂ ସମ୍ପତ୍ତିଂ ମେନେ ଯତୋ ହେତୋଃ ସ ପୁରସ୍କାରଦାନମ୍ ଅପୈକ୍ଷତ|
27 ବିଶ୍ୱାସ ଦ୍ୱାରା ସେ ରାଜାଙ୍କ କ୍ରୋଧକୁ ଭୟ ନ କରି ମିସର ପରିତ୍ୟାଗ କଲେ, ଯେଣୁ ଯେ ଅଦୃଶ୍ୟ, ତାହାଙ୍କୁ ଦର୍ଶନ କଲା ପରି ସୁସ୍ଥିର ରହିଲେ।
ଅପରଂ ସ ୱିଶ୍ୱାସେନ ରାଜ୍ଞଃ କ୍ରୋଧାତ୍ ନ ଭୀତ୍ୱା ମିସରଦେଶଂ ପରିତତ୍ୟାଜ, ଯତସ୍ତେନାଦୃଶ୍ୟଂ ୱୀକ୍ଷମାଣେନେୱ ଧୈର୍ୟ୍ୟମ୍ ଆଲମ୍ବି|
28 ବିଶ୍ୱାସ ଦ୍ୱାରା ସେ ନିସ୍ତାର ପର୍ବ ଓ ରକ୍ତ ସେଚନ ବିଧି ପାଳନ କଲେ, ଯେପରି ପ୍ରଥମଜାତମାନଙ୍କର ସଂହାରକ ସେମାନଙ୍କୁ ସ୍ପର୍ଶ ନ କରନ୍ତି।
ଅପରଂ ପ୍ରଥମଜାତାନାଂ ହନ୍ତା ଯତ୍ ସ୍ୱୀଯଲୋକାନ୍ ନ ସ୍ପୃଶେତ୍ ତଦର୍ଥଂ ସ ୱିଶ୍ୱାସେନ ନିସ୍ତାରପର୍ୱ୍ୱୀଯବଲିଚ୍ଛେଦନଂ ରୁଧିରସେଚନଞ୍ଚାନୁଷ୍ଠିତାୱାନ୍|
29 ବିଶ୍ୱାସ ଦ୍ୱାରା ସେମାନେ ଶୁଷ୍କ ଭୂମି ପାର ହେଲା ପରି ସୂଫ ସାଗରର ଭିତର ଦେଇ ପାର ହେଲେ, କିନ୍ତୁ ମିସରୀୟମାନେ ପାର ହେବାକୁ ଚେଷ୍ଟା କରିବାକୁ ଯାଇ ବୁଡ଼ି ମଲେ।
ଅପରଂ ତେ ୱିଶ୍ୱାସାତ୍ ସ୍ଥଲେନେୱ ସୂଫ୍ସାଗରେଣ ଜଗ୍ମୁଃ କିନ୍ତୁ ମିସ୍ରୀଯଲୋକାସ୍ତତ୍ କର୍ତ୍ତୁମ୍ ଉପକ୍ରମ୍ୟ ତୋଯେଷୁ ମମଜ୍ଜୁଃ|
30 ବିଶ୍ୱାସ ଦ୍ୱାରା ଯିରୀହୋ ପ୍ରାଚୀର ସାତ ଦିନ ପର୍ଯ୍ୟନ୍ତ ଘେରିଲା ଉତ୍ତାରେ ଭୂମିସାତ୍ ହେଲା।
ଅପରଞ୍ଚ ୱିଶ୍ୱାସାତ୍ ତୈଃ ସପ୍ତାହଂ ଯାୱଦ୍ ଯିରୀହୋଃ ପ୍ରାଚୀରସ୍ୟ ପ୍ରଦକ୍ଷିଣେ କୃତେ ତତ୍ ନିପପାତ|
31 ବିଶ୍ୱାସ ଦ୍ୱାରା ରାହାବ ବେଶ୍ୟା ଗୁପ୍ତଚରମାନଙ୍କୁ ଆଶ୍ରୟ ଦେବାରୁ ଅନାଜ୍ଞାବହମାନଙ୍କ ସହିତ ବିନଷ୍ଟ ହେଲେ ନାହିଁ।
ୱିଶ୍ୱାସାଦ୍ ରାହବ୍ନାମିକା ୱେଶ୍ୟାପି ପ୍ରୀତ୍ୟା ଚାରାନ୍ ଅନୁଗୃହ୍ୟାୱିଶ୍ୱାସିଭିଃ ସାର୍ଦ୍ଧଂ ନ ୱିନନାଶ|
32 ଆଉ ଅଧିକ କଅଣ କହିବି? ଗିଦିୟୋନ, ବାରକ, ଶାମ୍ଶୋନ୍, ଯିପ୍ତହ, ଦାଉଦ, ଶାମୁୟେଲ ଓ ଭାବବାଦୀମାନଙ୍କ ବିଷୟ ଯଦି ମୁଁ ବର୍ଣ୍ଣନା କରେ, ତେବେ ସମୟ ଅଣ୍ଟିବ ନାହିଁ;
ଅଧିକଂ କିଂ କଥଯିଷ୍ୟାମି? ଗିଦିଯୋନୋ ବାରକଃ ଶିମ୍ଶୋନୋ ଯିପ୍ତହୋ ଦାଯୂଦ୍ ଶିମୂଯେଲୋ ଭୱିଷ୍ୟଦ୍ୱାଦିନଶ୍ଚୈତେଷାଂ ୱୃତ୍ତାନ୍ତକଥନାଯ ମମ ସମଯାଭାୱୋ ଭୱିଷ୍ୟତି|
33 ବିଶ୍ୱାସ ଦ୍ୱାରା ସେମାନେ ରାଜ୍ୟଗୁଡ଼ିକ ଜୟ କଲେ, ଧର୍ମ ସାଧନ କଲେ, ପ୍ରତିଜ୍ଞାର ଫଳପ୍ରାପ୍ତ ହେଲେ, ସିଂହମାନଙ୍କ ମୁଖରୁ ବଞ୍ଚିତ ହେଲେ,
ୱିଶ୍ୱାସାତ୍ ତେ ରାଜ୍ୟାନି ୱଶୀକୃତୱନ୍ତୋ ଧର୍ମ୍ମକର୍ମ୍ମାଣି ସାଧିତୱନ୍ତଃ ପ୍ରତିଜ୍ଞାନାଂ ଫଲଂ ଲବ୍ଧୱନ୍ତଃ ସିଂହାନାଂ ମୁଖାନି ରୁଦ୍ଧୱନ୍ତୋ
34 ଅଗ୍ନିର ତେଜ ନିବାରଣ କଲେ, ଖଡ୍ଗଧାରରୁ ରକ୍ଷା ପାଇଲେ, ଦୁର୍ବଳ ସମୟରେ ସବଳ ହେଲେ, ଯୁଦ୍ଧରେ ବିଜୟୀ ହେଲେ, ପୁଣି, ଅଣଯିହୁଦୀମାନଙ୍କର ସୈନ୍ୟମାନଙ୍କୁ ବିତାଡ଼ିତ କଲେ।
ୱହ୍ନେର୍ଦାହଂ ନିର୍ୱ୍ୱାପିତୱନ୍ତଃ ଖଙ୍ଗଧାରାଦ୍ ରକ୍ଷାଂ ପ୍ରାପ୍ତୱନ୍ତୋ ଦୌର୍ବ୍ବଲ୍ୟେ ସବଲୀକୃତା ଯୁଦ୍ଧେ ପରାକ୍ରମିଣୋ ଜାତାଃ ପରେଷାଂ ସୈନ୍ୟାନି ଦୱଯିତୱନ୍ତଶ୍ଚ|
35 ସ୍ତ୍ରୀଲୋକମାନେ ଆପଣା ଆପଣା ମୃତମାନଙ୍କୁ ପୁନରୁତ୍ଥାନ ଦ୍ୱାରା ପ୍ରାପ୍ତ ହେଲେ; ଅନ୍ୟମାନେ ଉତ୍କୃଷ୍ଟତର ପୁନରୁତ୍ଥାନ ପ୍ରାପ୍ତ ହେବା ନିମନ୍ତେ ଉଦ୍ଧାର ପାଇବାକୁ ଇଚ୍ଛା ନ କରି ମହାଯନ୍ତ୍ରଣା ଭୋଗ କଲେ।
ଯୋଷିତଃ ପୁନରୁତ୍ଥାନେନ ମୃତାନ୍ ଆତ୍ମଜାନ୍ ଲେଭିରେ, ଅପରେ ଚ ଶ୍ରେଷ୍ଠୋତ୍ଥାନସ୍ୟ ପ୍ରାପ୍ତେରାଶଯା ରକ୍ଷାମ୍ ଅଗୃହୀତ୍ୱା ତାଡନେନ ମୃତୱନ୍ତଃ|
36 ଅନ୍ୟମାନେ ବିଦ୍ରୂପ, କୋରଡ଼ା ପ୍ରହାର, ହଁ, ବନ୍ଧନ ଓ କାରାବାସ ଦ୍ୱାରା ସୁଦ୍ଧା ପରୀକ୍ଷିତ ହେଲେ;
ଅପରେ ତିରସ୍କାରୈଃ କଶାଭି ର୍ବନ୍ଧନୈଃ କାରଯା ଚ ପରୀକ୍ଷିତାଃ|
37 କେହି ଅବା ପ୍ରସ୍ତରାଘାତରେ ହତ, କେହି ଅବା ନିର୍ଯ୍ୟାତିତ, କେହି କରତ ଦ୍ୱାରା ଦ୍ୱିଖଣ୍ଡିତ, ପୁଣି, କେହି ଅବା ଖଡ୍ଗ ଦ୍ୱାରା ନିହତ ହେଲେ, କେହି କେହି ମେଷ ଓ ଛାଗଳର ଚର୍ମରେ ଆଚ୍ଛାଦିତ, ଅଭାବଗ୍ରସ୍ତ, କ୍ଳିଷ୍ଟ ଓ ତାଡନାପ୍ରାପ୍ତ ହୋଇ
ବହୱଶ୍ଚ ପ୍ରସ୍ତରାଘାତୈ ର୍ହତାଃ କରପତ୍ରୈ ର୍ୱା ୱିଦୀର୍ଣା ଯନ୍ତ୍ରୈ ର୍ୱା କ୍ଲିଷ୍ଟାଃ ଖଙ୍ଗଧାରୈ ର୍ୱା ୱ୍ୟାପାଦିତାଃ| ତେ ମେଷାଣାଂ ଛାଗାନାଂ ୱା ଚର୍ମ୍ମାଣି ପରିଧାଯ ଦୀନାଃ ପୀଡିତା ଦୁଃଖାର୍ତ୍ତାଶ୍ଚାଭ୍ରାମ୍ୟନ୍|
38 ପ୍ରାନ୍ତର, ପର୍ବତ, ଗୁହା, ପୁଣି, ପୃଥିବୀର ଗହ୍ୱର ଭ୍ରମଣ କଲେ; ଜଗତ ସେମାନଙ୍କର ଯୋଗ୍ୟ ନ ଥିଲା।
ସଂସାରୋ ଯେଷାମ୍ ଅଯୋଗ୍ୟସ୍ତେ ନିର୍ଜନସ୍ଥାନେଷୁ ପର୍ୱ୍ୱତେଷୁ ଗହ୍ୱରେଷୁ ପୃଥିୱ୍ୟାଶ୍ଛିଦ୍ରେଷୁ ଚ ପର୍ୟ୍ୟଟନ୍|
39 ବିଶ୍ୱାସ ଦ୍ୱାରା ଏହି ସମସ୍ତେ ସୁଖ୍ୟାତି ଲାଭ କରି ସୁଦ୍ଧା ପ୍ରତିଜ୍ଞାର ଫଳପ୍ରାପ୍ତ ହେଲେ ନାହିଁ,
ଏତୈଃ ସର୍ୱ୍ୱୈ ର୍ୱିଶ୍ୱାସାତ୍ ପ୍ରମାଣଂ ପ୍ରାପି କିନ୍ତୁ ପ୍ରତିଜ୍ଞାଯାଃ ଫଲଂ ନ ପ୍ରାପି|
40 ଯେଣୁ ଈଶ୍ବର ଆମ୍ଭମାନଙ୍କ ନିମନ୍ତେ ଉତ୍କୃଷ୍ଟତର ବିଷୟ ପ୍ରସ୍ତୁତ କରି ରଖିଥିଲେ, ଯେପରି ସେମାନେ ଆମ୍ଭମାନଙ୍କ ବିନା ସିଦ୍ଧ ଲାଭ ନ କରନ୍ତି।
ଯତସ୍ତେ ଯଥାସ୍ମାନ୍ ୱିନା ସିଦ୍ଧା ନ ଭୱେଯୁସ୍ତଥୈୱେଶ୍ୱରେଣାସ୍ମାକଂ କୃତେ ଶ୍ରେଷ୍ଠତରଂ କିମପି ନିର୍ଦିଦିଶେ|