< ଏବ୍ରୀ 10 >
1 ଅତଏବ, ମୋଶାଙ୍କ ବ୍ୟବସ୍ଥା ଆଗାମୀ ଉତ୍ତମ ବିଷୟର ଛାୟା ସ୍ୱରୂପ ହୋଇ ସେହିସବୁ ବିଷୟର ଅବିକଳ ପ୍ରତିମୂର୍ତ୍ତି ନ ହେବାରୁ ଯାଜକମାନଙ୍କର ବର୍ଷକୁ ବର୍ଷ ସେହି ଏକ-ପ୍ରକାର ବଳି ଉତ୍ସର୍ଗ କରିବା ଦ୍ୱାରା ଉପାସକମାନଙ୍କୁ କଦାପି ସିଦ୍ଧ କରିପାରେ ନାହିଁ।
୧ଯିହୁଦୀକଆଃ ଆନ୍ଚୁ ହିଜୁଃତାନ୍ ବୁଗିନ୍ ସାର୍ତି ବିଷାଏରେୟାଃ ମିଆଁଦ୍ ଉମ୍ବୁଲ୍ ଲେକାନାଃ ତାନାଃ । ସବେନ୍ ଇମ୍ତା ବାରାଷ୍କେ ବାରାଷ୍ ଏନ୍ ମିଦ୍ ରାକାମ୍ ଦାଣେଁ ରାକାବଃତାନା । ଅକନ୍କ ପାର୍ମେଶ୍ୱାର୍ଆଃ ହେପାଦ୍ତେ ହିଜୁଃଆକ, ଆଇନ୍ରେୟାଃ ଏନ୍ ସବେନ୍ ଦାଣେଁ ହରାତେ ଇନ୍କୁ ଚିନାଃ ପକ୍ତା ଦାଡ଼ିୟଃତାନାକ?
2 ସେହିସବୁ ବଳିର ଉତ୍ସର୍ଗ କଅଣ ନିବୃତ୍ତ ହୋଇ ନ ଥାଆନ୍ତା ଯଦି ଉପାସକମାନେ ଥରେ ଶୁଚିକୃତ ହୋଇ ବିବେକରେ ଆଉ ପାପର ବୋଧ ପାଇ ନ ଥାଆନ୍ତେ?
୨ନେ'ଲେକାତେ ପାର୍ମେଶ୍ୱାର୍ଆଃ ସେୱାତାନ୍କ ପାପ୍ହେତେ ସାର୍ତି ବିବେକ୍ରେ ଫାର୍ଚି ଦାଡ଼ିୟଃତେୟାଃକରେଦ, ଇନ୍କୁ ଆପାନ୍କେ ପାପି ମେନ୍ତେ କାକ ଆଟ୍କାରେନ୍ତେୟାଃ ଆଡଃ ସବେନ୍ ଦାଣେଁ ହକାଅଃତେୟାଃ ।
3 କିନ୍ତୁ ସେହିସବୁ ବଳିରେ ବର୍ଷକୁ ବର୍ଷ ପାପ ସ୍ମରଣ କରାଯାଏ;
୩ମେନ୍ଦ ଏନ୍ଲେକା କା ହବାକେଦ୍ତେ ବାରାଷ୍କେ ବାରାଷ୍ ଦାଣେଁ ରାକାବ୍ ହରାତେ ହଡ଼କକେ ଆକଆଃ ପାପ୍କେ ପାହାମ୍ଇଚିକ ତାନା ।
4 କାରଣ ବୃଷ ଓ ଛାଗର ରକ୍ତ ଯେ ପାପ ହରଣ କରିବ, ଏହା ଅସମ୍ଭବ।
୪ଚିୟାଃଚି ସାଁଣ୍କଆଃ ଆଡଃ ମେରମ୍କଆଃ ମାୟୋମ୍ତେ ପାପ୍ କା ସାଙ୍ଗିନ୍ ଦାଡ଼ିୟଃଆ ।
5 ସେଥିପାଇଁ ଖ୍ରୀଷ୍ଟ ଜଗତକୁ ଆଗମନ କରି କହନ୍ତି, “ବଳିଦାନ ଓ ନୈବେଦ୍ୟ ନ ଲୋଡ଼ି ମୋʼ ନିମନ୍ତେ ଏକ ଶରୀର ପ୍ରସ୍ତୁତ କଲ;
୫ଏନାମେନ୍ତେ ଖ୍ରୀଷ୍ଟ୍ ଅତେଦିଶୁମ୍ତେ ହିଜୁଃ ସିଦାରେ ପାର୍ମେଶ୍ୱାର୍କେ କାଜିକିୟା, “ଆମ୍ ଦାଣେଁ ଆଡଃ ଦାନ୍ ଏମ୍କରେ କାମ୍ ସୁକୁଃଆ, ମେନ୍ଦ ଆଇଁୟାଃ ନାଗେନ୍ତେ ମିଆଁଦ୍ ହଡ଼୍ମ ସେକାଡ଼ାକାଦାମ୍ ।
6 ହୋମବଳି ଓ ପାପାର୍ଥକ ବଳିରେ ତୁମ୍ଭେ ସନ୍ତୁଷ୍ଟ ହେଲ ନାହିଁ।”
୬ପାପ୍କ ସାଙ୍ଗିନେ ନାଗେନ୍ତେ ଆମ୍ ବେଦି ଚେତାନ୍ରେ ଉରୁବ୍ ଦାଣେଁ ଚାଏ ଜାଁତୁକଆଃ ଦାଣେଁରେ କାମ୍ ସୁକୁଃଆ ।
7 ସେତେବେଳେ ମୁଁ କହିଲି, ଦେଖ, ଶାସ୍ତ୍ରରେ ମୋʼ ବିଷୟରେ ଲେଖାଅଛି, “ହେ ଈଶ୍ବର, ତୁମ୍ଭର ଇଚ୍ଛା ସାଧନ କରିବାକୁ ମୁଁ ଆସିଅଛି।”
୭ଏନାତେ ଆଇଙ୍ଗ୍ କାଜିକିୟାଇଙ୍ଗ୍, ଆନ୍ଚୁ ପୁଥିରେ ଆଇଁୟାଃ ବିଷାଏ ଅଲାକାନା, ହେ ପାର୍ମେଶ୍ୱାର୍, ଆମାଃ ମନେଲେକା କାମି ନାଗେନ୍ତେଇଙ୍ଗ୍ ହିଜୁଆକାନା ।”
8 ଏସବୁ ଊର୍ଦ୍ଧ୍ୱରେ ସେ କହନ୍ତି, ବଳିଦାନ, ନୈବେଦ୍ୟ, ହୋମବଳି ଓ ପାପାର୍ଥକ ବଳି ତୁମ୍ଭେ ଲୋଡ଼ିଲ ନାହିଁ, କିମ୍ବା ସେଥିରେ ତୁମ୍ଭର ସନ୍ତୋଷ ନ ଥିଲା (ଯାହାସବୁ ମୋଶାଙ୍କ ବ୍ୟବସ୍ଥା ଅନୁସାରେ ଉତ୍ସର୍ଗ କରାଯାଏ)
୮ସିଦାତେ ଇନିଃ କାଜିକେଦାଏ, “ଆମ୍ ହଡ଼ରାଃ ପାପ୍ ସାଙ୍ଗିନେ ନାଗେନ୍ତେ ଦାଣେଁରାକାବ୍ ଚାଏ ଦାନ୍ ଏମ୍ ଆଡଃ ବେଦି ଚେତାନ୍ରେ ଜାଁତୁକଆଃ ଉରୁବ୍ ଦାଣେଁକ କାମ୍ ଆସିୟା, ଏନ୍ ସବେନାଃରେ ଆମାଃ ସୁକୁ ବାନଃଆ ।” ନେ ସବେନ୍ ଦାଣେଁ ମୁଶାରାଃ ଆନ୍ଚୁ ଲେକାତେ ହବାଅଃ ତାଇକେନ୍ରେୟ, ଇନିଃ ନେ ଲେକାଏ କାଜିକାଦ୍ ତାଇକେନା ।
9 ତତ୍ପରେ ସେ କହନ୍ତି, “ଦେଖ, ତୁମ୍ଭର ଇଚ୍ଛା ସାଧନ କରିବାକୁ ମୁଁ ଆସିଅଛି।” ଦ୍ୱିତୀୟ ନିୟମକୁ ସ୍ଥାପନ କରିବା ନିମନ୍ତେ ସେ ପ୍ରଥମ ନିୟମକୁ ଲୋପ କରନ୍ତି।
୯ଏନ୍ତେ ଇନିଃ କାଜିକେଦାଏ, “ହେ ପାର୍ମେଶ୍ୱାର୍, ଆଇଙ୍ଗ୍ ଆମାଃ ମନେଲେକା କାମି ନାଗେନ୍ତେଇଙ୍ଗ୍ ହିଜୁଆକାନା ।” ଏନାତେ ପାର୍ମେଶ୍ୱାର୍ ସିଦା ଦାଣେଁରାକାବ୍ତେୟାଃକେ ଆତମ୍କେଦ୍ତେ, ଏନାରେୟାଃ ବାଦ୍ଲାରେ ଖ୍ରୀଷ୍ଟ୍ଆଃ ଦାଣେଁକେ ଦହକେଦା ।
10 ଦ୍ବିତୀୟ ନିୟମରେ ଯୀଶୁ ଖ୍ରୀଷ୍ଟଙ୍କ ଶରୀର ଏକାଥରକେ ଉତ୍ସର୍ଗୀକୃତ ହେବା ଦ୍ୱାରା ସେହି ଇଚ୍ଛା ହେତୁ ଆମ୍ଭେମାନେ ପବିତ୍ରୀକୃତ ହୋଇଅଛୁ।
୧୦ଚିୟାଃଚି ୟୀଶୁ ଖ୍ରୀଷ୍ଟ୍ ମିସାଗି ଆୟାଃ ହଡ଼୍ମକେ ସବେନ୍କଆଃ ନାଙ୍ଗ୍ ଦାନ୍ ଏମ୍କେଦ୍ତେ ପାର୍ମେଶ୍ୱାର୍ଆଃ ମନେଲେକାଏ କାମିକେଦା, ଏନାତେ ଆବୁ ସବେନ୍କ ପାପ୍ହେତେ ଫାର୍ଚିୟାକାନାବୁ ।
11 ଆହୁରି ମଧ୍ୟ, ପ୍ରତ୍ୟେକ ଯାଜକ ପ୍ରତିଦିନ ସେବା କରିବା ପାଇଁ ଓ ଥରକୁଥର ସେହି ଏକ-ପ୍ରକାର ବଳି ଉତ୍ସର୍ଗ କରିବା ପାଇଁ ଠିଆ ହୋଇଥାଆନ୍ତି; ଏହିସବୁ କେବେ ପାପ ହରଣ କରିପାରେ ନାହିଁ।
୧୧ଯିହୁଦୀ ଯାଜାକ୍କ ସବେନ୍ ହୁଲାଙ୍ଗ୍ ଆକଆଃ ସୁସାର୍ କାମି ନାଗେନ୍ତେ ଆଡଃ ଘାଡ଼ିଘାଡ଼ି ଏନ୍ ମିଦ୍ରାକାମ୍ଗି ଦାଣେଁରାକାବ୍ ତାନାକ, ମେନ୍ଦ ନେ ସବେନ୍ ଦାଣେଁରାକବ୍ ହରାତେ ଚିଉଲାଅ ପାପ୍ କା ସାଙ୍ଗିନଃଆ ।
12 ମାତ୍ର ସେ ପାପ ନିମନ୍ତେ କେବଳ ଏକ ବଳି ଉତ୍ସର୍ଗ କଲା ଉତ୍ତାରେ ଈଶ୍ବରଙ୍କ ଦକ୍ଷିଣ ପାର୍ଶ୍ୱରେ ଚିରକାଳ ପାଇଁ ଉପବେଶନ କଲେ;
୧୨ମେନ୍ଦ ଖ୍ରୀଷ୍ଟ୍ ପାପ୍ ନାଗେନ୍ତେ ମିସାଗି ଦାଣେଁୟାନ୍ଚି ଜାନାଅ ଜାନାଅ ନାଗେନ୍ତେ ପାର୍ମେଶ୍ୱାର୍ଆଃ ଜମ୍ତିଃସାଃରେ ଦୁବ୍ୟାନା ।
13 ସେହି ଦିନାବଧି ତାହାଙ୍କର ଶତ୍ରୁମାନେ ତାହାଙ୍କ ପାଦପୀଠ କରାଯାଇ ନ ଥିବା ପର୍ଯ୍ୟନ୍ତ ସେ ଅପେକ୍ଷା କରୁଅଛନ୍ତି।
୧୩ପାର୍ମେଶ୍ୱାର୍ ଆୟାଃ ବାଇରିକକେ ପୁରା ଆଉରି ହାରାଅକ ଜାକେଦ୍ ଇନିଃ ଏନ୍ତାଃରେଗି ନେଲ୍ ହରାତାନା ।
14 କାରଣ କେବଳ ଏକ ବଳିର ଉତ୍ସର୍ଗ ଦ୍ୱାରା ସେ ପବିତ୍ରୀକୃତ ହେଉଥିବା ଲୋକମାନଙ୍କୁ ଚିରକାଳ ପାଇଁ ସିଦ୍ଧ କରିଅଛନ୍ତି।
୧୪ମିଆଁଦ୍ ଦାଣେଁରାକାବ୍ ହରାତେ ଅକନ୍କ ପାପ୍ହେତେ ଫାର୍ଚିୟାକାନାକ, ଇନ୍କୁକେ ଇନିଃ ଜାନାଅ ଜାନାଅ ନାଗେନ୍ତେ ପକ୍ତାକାଦ୍କଆ ।
15 ଆଉ ପବିତ୍ର ଆତ୍ମା ମଧ୍ୟ ଆମ୍ଭମାନଙ୍କୁ ସେ ବିଷୟରେ ସାକ୍ଷ୍ୟ ଦିଅନ୍ତି;
୧୫ଆଡଃ ପାବିତାର୍ ଆତ୍ମାହଗି ଆବୁକେ ଇନିୟାଃ ଗାୱା ଏମ୍କେଦ୍ତେ କାଜିକାଦା,
16 “କାରଣ ପ୍ରଭୁ ଏହି କଥା କହନ୍ତି, ସେହି ସମୟ ଉତ୍ତାରେ ଆମ୍ଭେ ସେମାନଙ୍କ ସହିତ ଯେଉଁ ନିୟମ ସ୍ଥାପନ କରିବା, ତାହା ଏହି, ଆମ୍ଭେ ସେମାନଙ୍କ ହୃଦୟରେ ଆପଣା ବ୍ୟବସ୍ଥା ଦେବା, ପୁଣି, ସେମାନଙ୍କ ମନରେ ସେହିସବୁ ଲେଖିବା,”
୧୬“ପ୍ରାଭୁ କାଜିୟାଃଏ, ହିଜୁଃ ଦିପିଲିକରେ ଆଇଙ୍ଗ୍ ଇନ୍କୁଲଃ ନେ ନାୱା ରାଜିନାମା ବାଇୟାଇଙ୍ଗ୍, ଆଇଙ୍ଗ୍ ଆଇଁୟାଃ ଆନ୍ଚୁକେ ଇନ୍କୁଆଃ ମନ୍ସୁରୁଦ୍ରେଇଙ୍ଗ୍ ଦହୟା ଆଡଃ ଆକଆଃ ମନ୍ରେଇଙ୍ଗ୍ ଅଲେୟା ।”
17 ଏହା କହିଲା ଉତ୍ତାରେ ସେ କହନ୍ତି, “ସେମାନଙ୍କ ପାପ ଓ ସେମାନଙ୍କ ଅପରାଧସବୁ ଆମ୍ଭେ ଆଉ ସ୍ମରଣ କରିବା ନାହିଁ।”
୧୭ଇନିଃ ଆଡଃଗି କାଜିୟାଃ, “ଆଇଙ୍ଗ୍ ଇନ୍କୁଆଃ ପାପ୍କ ଆଡଃ ଏତ୍କାନ୍ କାମିକ କାଇଙ୍ଗ୍ ପାହାମେୟାଁ ।”
18 ଏହି ସମସ୍ତ କ୍ଷମା ହେବା ସ୍ଥଳେ ପାପ ନିମନ୍ତେ ଆଉ ବଳି ଉତ୍ସର୍ଗ କରିବା ଅନାବଶ୍ୟକ।
୧୮ଏନାତେ ଇନ୍କୁ ଛାମା ନାମାକାଦ୍ରେଦ, ପାପ୍ ଛାମା ନାଗେନ୍ତେ ଆଡଃମିସା ଦାଣେଁରାକାବ୍ କା ଲାଗାତିଙ୍ଗ୍ୟାଁଃ ।
19 ଅତଏବ, ହେ ଭାଇମାନେ, ଯୀଶୁ ବିଚ୍ଛେଦବସ୍ତ୍ର, ଅର୍ଥାତ୍, ଆପଣା ରକ୍ତ ଦ୍ୱାରା ଯେଉଁ ନୂତନ ଓ ଜୀବନଦାୟକ ପଥ ଆମ୍ଭମାନଙ୍କ ନିମନ୍ତେ ପ୍ରସ୍ତୁତ କରିଅଛନ୍ତି,
୧୯ଏନାତେ ହେ ହାଗା ମିଶିକ, ୟୀଶୁଆଃ ଗନଏଃ ହରାତେ ଆବୁ ପୁରାଃ ପାବିତାର୍ ଠାୟାଦ୍ରେ ବଲ ନାଗେନ୍ତେ ପୁରା ଆକ୍ତେୟାର୍ବୁ ନାମାକାଦା ।
20 ସେହି ପଥରେ ଯୀଶୁଙ୍କ ରକ୍ତ ଦ୍ୱାରା ମହାପବିତ୍ର ସ୍ଥାନରେ ପ୍ରବେଶ କରିବା ନିମନ୍ତେ ଆମ୍ଭମାନଙ୍କର ସାହସ ଥିବାରୁ
୨୦ପାବିତାର୍ ଆଡଃ ପୁରାଃ ପାବିତାର୍ ଠାୟାଦ୍ରେୟାଃ ହାନାଟିଙ୍ଗ୍ ଥାଲାରେ ଡୁଙ୍ଗାକାନ୍ ଦାନାଙ୍ଗ୍ଲିଜାଃ ହରାତେ ବଲ ନାଙ୍ଗ୍ ୟୀଶୁଆଃ ଗନଏଃ ହରାତେ ଆବୁଆଃ ନାଙ୍ଗ୍ ମିଆଁଦ୍ ଜୀନିଦ୍ରାଃ ନାୱା ହରା ନିଜାକାନା ।
21 ପୁଣି, ଈଶ୍ବରଙ୍କ ଗୃହ ଉପରେ ନିଯୁକ୍ତ ଆମ୍ଭମାନଙ୍କର ଜଣେ ମହାଯାଜକ ଥିବାରୁ
୨୧ପାର୍ମେଶ୍ୱାର୍ଆଃ ଅଡ଼ାଃ ନାହାଁଃ ଆବୁଆଃ ମାରାଙ୍ଗ୍ ଯାଜାକ୍ଆଃ ଜିମାରେ ମେନାଃ ।
22 ଆସ, ଆମ୍ଭେମାନେ ହୃଦୟ ପ୍ରକ୍ଷାଳନ ଦ୍ୱାରା କଳୁଷିତ ବିବେକରୁ ଶୁଚିକୃତ ଓ ନିର୍ମଳ ଜଳରେ ଧୌତ-ଶରୀର ହୋଇ ସରଳ ହୃଦୟ ସହ ପୂର୍ଣ୍ଣ ବିଶ୍ୱାସରେ ଈଶ୍ବରଙ୍କ ନିକଟବର୍ତ୍ତୀ ହେଉ;
୨୨ଏନାତେ ଆବୁ ଫାର୍ଚି ମନ୍ସୁରୁଦ୍ତେ ଆଡଃ ସାର୍ତି ବିଶ୍ୱାସ୍ଲଃ ପାର୍ମେଶ୍ୱାର୍ଆଃ ହେପାଦ୍ତେବୁ ସେନା, ଚିଆଃଚି ଆବୁ ନାହାଁଃ ଚିଟାକାନ୍ ବିବେକ୍ହେତେ ଖ୍ରୀଷ୍ଟ୍ଆଃ ମାୟୋମ୍ତେ ଫାର୍ଚିକାନାବୁ ଆଡଃ ଆବୁଆଃ ହଡ଼୍ମ ନିରାଲ୍ ଦାଆଃରେ ଆବୁଙ୍ଗ୍କାନା ।
23 ଆମ୍ଭେମାନେ ଯେଉଁ ଭରସା ସ୍ୱୀକାର କରୁଅଛୁ, ତାହା ଅଟଳ ଭାବରେ ଦୃଢ଼ କରି ଧରୁ, କାରଣ ଯେ ପ୍ରତିଜ୍ଞା କରିଅଛନ୍ତି, ସେ ବିଶ୍ୱସ୍ତ;
୨୩ଆବୁଆଃ ଅକନ୍ ଆସ୍ରା ମେନାଃ ମେନ୍ତେ କାଜିତାନାବୁ, ଏନାରେ ଆବୁ ପୁରାଃ ପକ୍ତାକେଦ୍ତେ ତାଇନ୍ ଲାଗାତିଙ୍ଗ୍ୟାଁଃ, ଚିୟାଃଚି ଆବୁ ପାର୍ମେଶ୍ୱାର୍ଆଃ ବାନାର୍ସାରେ ପାତିୟାର୍ ଦାଡ଼ିୟାବୁ ।
24 ପୁଣି, ପ୍ରେମ ଓ ସତ୍କ୍ରିୟାରେ ପ୍ରବର୍ତ୍ତାଇବା ନିମନ୍ତେ ପରସ୍ପର ବିଷୟରେ ମନୋଯୋଗ କରୁ,
୨୪ଦୁଲାଡ଼୍ ଆଡଃ ବୁଗିନ୍ କାମି ନାଗେନ୍ତେ ମିହୁଡ଼୍ ଆଡଃମିହୁଡ଼୍ଲଃ ଦେଙ୍ଗାୱାଃବୁ ।
25 ଆଉ କେହି କେହି ଯେପରି ଆମ୍ଭମାନଙ୍କ ମଣ୍ଡଳୀ ଉପାସନା ପରିତ୍ୟାଗ କରିଥାଆନ୍ତି, ଆମ୍ଭେମାନେ ସେପରି ନ କରୁ; ବରଂ ପରସ୍ପରକୁ ଉତ୍ସାହ କରିବା, ବିଶେଷ ଭାବରେ ଯେତେବେଳେ ତୁମ୍ଭେମାନେ ପ୍ରଭୁଙ୍କ ଆଗମନର ଦିନ ନିକଟବର୍ତ୍ତୀ ହୋଇ ଆସୁଅଛି ବୋଲି ଦେଖୁଅଛ।
୨୫ଅକନ୍କ କାଲିସିୟାରେ ହୁଣ୍ଡିୟଃ ନାଗେନ୍ତେ କାକ ସାନାଙ୍ଗ୍ତାନା, ଇନ୍କୁଆଃ ଲେକା ଆବୁ କାବୁ କାମିୟା । ମେନ୍ଦ ପ୍ରାଭୁଆଃ ହିନିଜୁଃ ହୁଲାଙ୍ଗ୍ ନାଡ଼େଜଃ ତାନା ମେନ୍ତେ ସାରିକେଦ୍ତେ ମିହୁଡ଼୍ ଆଡଃମିହୁଡ଼୍ଆଃ ଜୀଉରେ ରାସ୍କା ଏମ୍ତାନ୍ଲଃ ତାଇନାଃବୁ ।
26 କାରଣ ସତ୍ୟ ଜ୍ଞାନ ଲାଭ କରିବା ପରେ ଯଦି ଆମ୍ଭେମାନେ ସ୍ୱେଚ୍ଛାପୂର୍ବକ ପାପ କରୁଥାଉ, ତେବେ ପାପାର୍ଥକ ବଳି ଆଉ ଅବଶିଷ୍ଟ ନ ଥାଏ,
୨୬ଆବୁତାଃରେ ସାନାର୍ତି ଉଦୁବ୍ୟାନ୍ ତାୟମ୍ତେ ଆବୁ ସାରି ସାରିଗି ପାପ୍ କାମିରେ ତାଇନାଃବୁରେଦ, ଆଡଃ ଜେତାନ୍ ଦାଣେଁ ଆବୁକେ ପାପ୍ହେତେ ରାଡ଼ା କାଏ ଦାଡ଼ିୟା ।
27 ବରଂ ବିଚାରର ଏକ-ପ୍ରକାର ଭୟଙ୍କର ପ୍ରତୀକ୍ଷା ଓ ବିପକ୍ଷମାନଙ୍କୁ ଗ୍ରାସକାରୀ ଅଗ୍ନିର ପ୍ରଚଣ୍ଡତା ଅବଶିଷ୍ଟ ଥାଏ।
୨୭ତାବ୍ଦ, ଆବୁ ହିଜୁଃତାନ୍ ମାରାଙ୍ଗ୍ ବିଚାର୍ରେ ପାର୍ମେଶ୍ୱାର୍ଆଃ ବିରୁଧ୍ରେ କାଜିକଟଙ୍ଗ୍ ହଡ଼କ ନାଗେନ୍ତେ ତାଇନ୍କାନ୍ ପୁରାଃଗି ସେଙ୍ଗେଲ୍ରେ ଜିୟନଃ ଦାସାକେ ବରକେଦ୍ତେ ତାଙ୍ଗିତେୟାଃଏତେ ଆବୁଆଃ ଏଟାଃ ଦାସା ବାନଃଆ ।
28 କେହି ମୋଶାଙ୍କ ବ୍ୟବସ୍ଥାକୁ ଅମାନ୍ୟ କଲେ, ସେ ଦୟା ପ୍ରାପ୍ତ ନ ହୋଇ ଦୁଇ କିମ୍ବା ତିନି ଜଣ ସାକ୍ଷୀଙ୍କ ପ୍ରମାଣରେ ହତ ହୁଏ;
୨୮ଜେତାଏ ମୁଶା ନାବୀଆଃ ଆନ୍ଚୁ କାଏ ମାନାତିୟେଁଆ ଆଡଃ ବାରିଆ ଚାଏ ଏନାଏତେ ଆଦ୍କା ଗାୱା ଏମ୍ ହଡ଼କଆଃ ଗାୱାତେ ଇନିଃ ଗୁହ୍ନାଁ ମେନ୍ତେ କାଜିୟଃଆ, ଆଡଃ ଇନିଃକେ କା ଲିନିବୁଇକେଦ୍ତେ ଗନଏଃ ସାଜାଇ ଏମାଃଏ ।
29 ତେବେ ଭାବି ଦେଖ, ଯେ ଈଶ୍ବରଙ୍କ ପୁତ୍ରଙ୍କୁ ପଦଦଳିତ କରିଅଛି, ନିୟମର ଯେଉଁ ରକ୍ତ ଦ୍ୱାରା ସେ ପବିତ୍ରୀକୃତ ହୋଇଥିଲା, ତାହାକୁ ଅପବିତ୍ର ବୋଲି ମନେ କରିଅଛି ଓ ଅନୁଗ୍ରହଦାତା ଆତ୍ମାଙ୍କୁ ଅବମାନନା କରିଅଛି, ସେ କେଡ଼େ ଅଧିକ ଗୁରୁତର ଦଣ୍ଡର ଯୋଗ୍ୟ ନ ହେବ!
୨୯ତାବ୍ଦ ଉଡ଼ୁଃଲେପେ, ଜେତାଏ ପାର୍ମେଶ୍ୱାର୍ଆଃ ହନ୍କେ ହିଲାଙ୍ଗ୍ଇତାନା ଆଡଃ ପାର୍ମେଶ୍ୱାର୍ଆଃ ନାୱା ରାଜିନାମାରେୟାଃ ମାୟୋମ୍ ହରାତେ ପାପ୍ହେତେ ଫାର୍ଚିକାନ୍ ତାଇକେନ୍ରେୟ, ଇନିଃ ଏନାକେ ହିଲାଙ୍ଗ୍ୟେଁତାନା ଆଡଃ ସାୟାଦ୍ ଏମ୍ନିଃ ପାବିତାର୍ ଆତ୍ମାକେ କା ମାନାତିଙ୍ଗ୍ରେଦ, ଇନିଃ ଚିମିନ୍ ପୁରାଃଗି ସାଜାଇ ନାମେ ଲେକାଏ ହବାଅଃଆ?
30 କାରଣ “ପ୍ରତିଶୋଧ ନେବା ଆମ୍ଭର ଅଧିକାର, ଆମ୍ଭେ ପ୍ରତିଫଳ ଦେବା”, ଯେ ଏହି କଥା କହିଅଛନ୍ତି, ତାହାଙ୍କୁ ଆମ୍ଭେମାନେ ଜାଣୁ; ପୁନଶ୍ଚ, “ପ୍ରଭୁ ଆପଣା ଲୋକମାନଙ୍କର ବିଚାର କରିବେ।”
୩୦ଚିୟାଃଚି “ଆଇଁୟାଃ ବାଦ୍ଲା ଇଦିରେୟାଃ ଆକ୍ତେୟାର୍ ମେନାଃ, ଆଇଙ୍ଗ୍ ସାଜାଇ ଏମ୍ନିଃ ତାନିଙ୍ଗ୍” ନେ କାଜି କାଜିକେଦ୍ନିଃକେ ଆବୁ ସାରିତାନାବୁ । ଇନିଃ ଆଡଃଗି କାଜିକାଦା, “ପ୍ରାଭୁ ଆୟାଃ ହଡ଼କକେ ବିଚାର୍କଆ ।”
31 ଜୀବିତ ଈଶ୍ବରଙ୍କ ହସ୍ତରେ ପଡ଼ିବା ଭୟଙ୍କର ବିଷୟ।
୩୧ଜୀନିଦ୍ ପାର୍ମେଶ୍ୱାର୍ଆଃ ବିଚାର୍ରେ ତିଙ୍ଗୁନ୍ତେୟାଃ ଚିମିନ୍ ବରୱାନ୍ଗିୟା ।
32 କିନ୍ତୁ ଆଲୋକ ପ୍ରାପ୍ତ ହେଲା ଉତ୍ତାରେ ଯେତେବେଳେ ତୁମ୍ଭେମାନେ ନାନା ଦୁଃଖଭୋଗରୂପ କଠୋର ସଂଗ୍ରାମ ସହ୍ୟ କରିଥିଲ, ସେହି ପୂର୍ବ ସମୟକୁ ସ୍ମରଣରେ ଆଣ;
୩୨ଆପେ ଆପେୟାଃ ସିଦା ଦିପିଲିକେ ପାହାମେପେ, ପାର୍ମେଶ୍ୱାର୍ଆଃ ମାର୍ସାଲ୍ ନାମ୍କେଦ୍ ତାୟମ୍ତେ, ଆପେ ଚିମିନ୍ ରାକାମ୍ରେୟାଃ ଦୁକୁ ସାସାତିପେ ନାମ୍କେଦା, ଏନ୍ରେୟ ଆପେ କାପେ ହାରାଅୟାନା ।
33 ଏକ ଦିଗରେ ତିରସ୍କାର ଓ କ୍ଳେଶ ଦ୍ୱାରା କୌତୁକାସ୍ପଦ ହୋଇଥିଲ, ଅନ୍ୟ ଦିଗରେ ସେହି ପ୍ରକାର ବ୍ୟବହାର ପାଉଥିବା ଲୋକମାନଙ୍କର ସହଭାଗୀ ହୋଇଥିଲ।
୩୩ମିସା ମିସାଦ ଆପେ ହଡ଼କଆଃ ଆୟାର୍ରେ ହିଲାଙ୍ଗ୍ଅଃ ଲେକା ଆଡଃ ଦୁକୁତେ ଲାନ୍ଦାଅଃ ଲେକାପେ ହବାୟାନା । ଏନ୍ଲେକାତେ ଆପେ ଅକନ୍ ହଡ଼କ ନେ'ଲେକା ସାହାତିଙ୍ଗ୍ ତାଇକେନାକ, ଇନ୍କୁଲଃ ମେସା ନାଗେନ୍ତେ ସେକାଡ଼୍ୟାନାପେ ।
34 କାରଣ ତୁମ୍ଭେମାନେ ବନ୍ଦୀମାନଙ୍କ ସହିତ ଦୁଃଖଭୋଗ କରିଥିଲ, ଆଉ ତୁମ୍ଭମାନଙ୍କ ନିଜର ଯେ ଅଧିକ ଉତ୍ତମ ଓ ନିତ୍ୟସ୍ଥାୟୀ ସମ୍ପତ୍ତି ଅଛି, ଏହା ଜାଣି ଆନନ୍ଦରେ ତୁମ୍ଭମାନଙ୍କ ସମ୍ପତ୍ତିର ଲୁଣ୍ଠନ ସହ୍ୟ କରିଥିଲ।
୩୪ଆପେ ଜେହେଲାକାନ୍କଆଃ ଦୁକୁ ହାସୁରେପେ ଦୁକୁୟାନା ଆଡଃ ଆପେୟାଃ ଖୁର୍ଜିକ ସବେନାଃ ରେଃକ୍ଇଦିୟାନା, ଇମ୍ତା ଆପେ ରାସ୍କାତେ ସାହାତିଙ୍ଗ୍କେଦାପେ, ଚିୟାଃଚି ଆପେୟାଃ ପୁରାଃ ବୁଗିନାଃ ଜାନାଅ ଜାନାଅରେୟାଃ ଖୁର୍ଜି ମେନାଃ, ଏନାପେ ସାରିକାଦା ।
35 ଅତଏବ, ତୁମ୍ଭମାନଙ୍କ ସାହସ ପରିତ୍ୟାଗ କର ନାହିଁ, ସେଥିର ମହା ପୁରସ୍କାର ଅଛି।
୩୫ଏନାମେନ୍ତେ ଆପେ ଜୀଉରେ କେଟେଦ୍କାଦ୍ତେୟାଃ ଆଲ୍ପେ ଆଦେୟା, ଚିୟାଃଚି ଏନାରେ ପୁରାଃଗି ନାଲା ନାମଃଆ ।
36 ଯେଣୁ ତୁମ୍ଭେମାନେ ଯେପରି ଈଶ୍ବରଙ୍କ ଇଚ୍ଛା ସାଧନ କରି ପ୍ରତିଜ୍ଞାର ଫଳପ୍ରାପ୍ତ ହୋଇପାର, ଏଥିନିମନ୍ତେ ତୁମ୍ଭମାନଙ୍କର ଧୈର୍ଯ୍ୟଶୀଳ ହେବା ପ୍ରୟୋଜନ।
୩୬ପାର୍ମେଶ୍ୱାର୍ଆଃ ମନେ ପୁରାକେଦ୍ତେ, ଇନିଃ ଏମାବୁଆଏ ମେନ୍ତେ ବାନାର୍ସା ଏମାକାଦାଏ, ଏନାକେ ନାମେ ନାଙ୍ଗ୍ ଧିରାଜ୍ ସାବ୍କେଦ୍ତେ ତାଇନ୍ପେ ।
37 ଯେପରି ଶାସ୍ତ୍ରରେ ଲେଖାଅଛି, “କାରଣ ଆଉ ଅତି ଅଳ୍ପ ସମୟ ମାତ୍ର, ଯାହାଙ୍କ ଆଗମନ କରିବାର ଅଛି, ସେ ଆଗମନ କରିବେ ଓ ବିଳମ୍ବ କରିବେ ନାହିଁ।”
୩୭ଚିୟାଃଚି ଧାରାମ୍ ପୁଥିରେ ଅଲାକାନା, “ଆଡଃ କାଟିଃ ଘାଡ଼ିକାଦ୍ ତାଙ୍ଗିପେ, ଅକଏୟାଃ ହିନିଜୁଃରାଃ ମେନାଃ, ଇନିଃ ହିଜୁଃଆଏ, କାଏ ବିଲାମେୟା,
38 ପୁଣି, “ଆମ୍ଭର ଧାର୍ମିକ ବ୍ୟକ୍ତି ବିଶ୍ୱାସ ଦ୍ୱାରା ବଞ୍ଚିବ, କିନ୍ତୁ ଯଦି କେହି ପଶ୍ଚାତ୍ପଦ ହୁଏ, ତାହାହେଲେ ଆମ୍ଭର ଆତ୍ମା ତାହାଠାରେ ସନ୍ତୁଷ୍ଟ ନୁହେଁ।”
୩୮ଆଇଁୟାଃ ଧାର୍ମାନ୍ ହଡ଼ ବିଶ୍ୱାସ୍ ହରାତେ ବାଞ୍ଚାଅଃଆ, ମେନ୍ଦ ଜେତାଏ ତାୟମ୍ତେ ରୁହାଡ଼୍ନିଃକେ ଆଇଙ୍ଗ୍ କାଇଙ୍ଗ୍ ସୁକୁଃଆ ।”
39 ମାତ୍ର ଯେଉଁମାନେ ବିନାଶ ନିମନ୍ତେ ପଶ୍ଚାତ୍ପଦ ହୁଅନ୍ତି, ଆମ୍ଭେମାନେ ସେମାନଙ୍କ ଦଳର ଲୋକ ନୋହୁଁ, କିନ୍ତୁ ଯେଉଁମାନେ ଆତ୍ମାର ପରିତ୍ରାଣ ନିମନ୍ତେ ବିଶ୍ୱାସ କରନ୍ତି, ଆମ୍ଭେମାନେ ସେମାନଙ୍କ ଦଳର ଲୋକ ଅଟୁ।
୩୯ଆଲେ ଦୟା ରୁହାଡ଼୍କେଦ୍ତେ ଜିୟନଃ ଲେକାନ୍ ହଡ଼କ ନାହାଁଲାଲେ, ମେନ୍ଦ ପୁରାଃ ବିଶ୍ୱାସ୍କାଦ୍ ଆଡଃ ଜୀଉ ବାଞ୍ଚାଅ ନାମାକାଦ୍ ହଡ଼କ ତାନ୍ଲେ ।