< ହାଗୟ 1 >
1 ଦାରୀୟାବସ ରାଜାଙ୍କ ରାଜତ୍ଵର ଦ୍ୱିତୀୟ ବର୍ଷର ଷଷ୍ଠ ମାସର ପ୍ରଥମ ଦିନରେ ହାଗୟ ଭବିଷ୍ୟଦ୍ବକ୍ତାଙ୍କ ଦ୍ୱାରା ସଦାପ୍ରଭୁଙ୍କର ଏହି ବାକ୍ୟ ଶଲ୍ଟୀୟେଲର ପୁତ୍ର ଯିରୁବ୍ବାବିଲ୍ ନାମକ ଯିହୁଦୀୟ ଦେଶାଧ୍ୟକ୍ଷର ନିକଟରେ ଓ ଯିହୋଷାଦକର ପୁତ୍ର ଯିହୋଶୂୟ ମହାଯାଜକର ନିକଟରେ ଉପସ୍ଥିତ ହେଲା,
Друге године цара Дарија шестог месеца првог дана дође реч Господња преко Агеја пророка Зоровавељу сину Салатиловом, управитељу јудејском, и Исусу сину Јоседековом, поглавару свештеничком, говорећи:
2 “ସୈନ୍ୟାଧିପତି ସଦାପ୍ରଭୁ ଏହି କଥା କହନ୍ତି, ଏହି ଲୋକମାନେ କହୁଅଛନ୍ତି, ଆମ୍ଭମାନଙ୍କର ଆସିବାର ଓ ସଦାପ୍ରଭୁଙ୍କ ଗୃହ ନିର୍ମିତ ହେବାର ସମୟ ଉପସ୍ଥିତ ହୋଇ ନାହିଁ।”
Овако вели Господ над војскама говорећи: Тај народ говори: Још није дошло време, време да се сазида дом Господњи.
3 ସେତେବେଳେ ହାଗୟ ଭବିଷ୍ୟଦ୍ବକ୍ତାଙ୍କ ଦ୍ୱାରା ସଦାପ୍ରଭୁଙ୍କର ଏହି ବାକ୍ୟ ଉପସ୍ଥିତ ହେଲା,
За то дође реч Господња преко Агеја пророка говорећи:
4 “ଏହି ଗୃହ ଭଗ୍ନ ଅବସ୍ଥାରେ ଥାଉ ଥାଉ ତୁମ୍ଭମାନଙ୍କର ନିଜର ଫଳକ ମଣ୍ଡିତ ଗୃହରେ ବାସ କରିବାର କି ସମୟ ଏହି?
Је ли вама време да седите у кућама својим обложеним даскама, а овај је дом пуст?
5 ଏହେତୁ ସୈନ୍ୟାଧିପତି ସଦାପ୍ରଭୁ ଏହି କଥା କହନ୍ତି; ତୁମ୍ଭେମାନେ ଆପଣା ଆପଣା ପଥ ବିବେଚନା କର।
Зато сада овако вели Господ над војскама: Узмите на ум путеве своје.
6 ତୁମ୍ଭେମାନେ ବହୁତ ବୁଣିଅଛ, ମାତ୍ର ଅଳ୍ପ ସଞ୍ଚୟ କରୁଅଛ; ତୁମ୍ଭେମାନେ ଭୋଜନ କରୁଅଛ, ମାତ୍ର ସନ୍ତୁଷ୍ଟ ହେଉ ନାହଁ; ତୁମ୍ଭେମାନେ ପାନ କରୁଅଛ, ମାତ୍ର ତହିଁରେ ତୃପ୍ତ ହେଉ ନାହଁ; ତୁମ୍ଭେମାନେ ବସ୍ତ୍ର ପିନ୍ଧୁଅଛ, ମାତ୍ର କେହି ଉଷ୍ମ ହେଉ ନାହଁ; ପୁଣି, ଯେ ବେତନ ଅର୍ଜନ କରେ, ସେ କଣା ଥଳୀରେ ତାହା ରଖିବା ପାଇଁ ଅର୍ଜନ କରେ।
Сејете много, а увозите мало; једете, а не бивате сити; пијете, а не напијате се; одевате се а ни један не може да се згреје; и који заслужује новце, меће их у продрт тоболац.
7 ସୈନ୍ୟାଧିପତି ସଦାପ୍ରଭୁ ଏହି କଥା କହନ୍ତି; ତୁମ୍ଭେମାନେ ଆପଣା ଆପଣା ପଥ ବିବେଚନା କର।
Овако вели Господ над војскама: Узмите на ум путеве своје.
8 ତୁମ୍ଭେମାନେ ପର୍ବତକୁ ଯାଇ କାଷ୍ଠ ଆଣ ଓ ଏହି ଗୃହ ନିର୍ମାଣ କର; ତହିଁରେ ଆମ୍ଭେ ତହିଁ ପ୍ରତି ପ୍ରସନ୍ନ ହେବା ଓ ଆମ୍ଭେ ଗୌରବାନ୍ୱିତ ହେବା, ଏହା ସଦାପ୍ରଭୁ କହନ୍ତି।
Идите на гору, и донесите дрва, те зидајте дом; и биће ми мило, и прославићу се, вели Господ.
9 ତୁମ୍ଭେମାନେ ବହୁତ ନିମନ୍ତେ ଅପେକ୍ଷା କଲ, ଆଉ ଦେଖ, ତାହା ଅଳ୍ପ ହେଲା; ପୁଣି, ତାହା ଗୃହକୁ ଆଣିଲା ବେଳେ ଆମ୍ଭେ ତହିଁ ଉପରେ ଫୁଙ୍କି ଉଡ଼ାଇ ଦେଲୁ। ସୈନ୍ୟାଧିପତି ସଦାପ୍ରଭୁ କହନ୍ତି, ଏହାର କାରଣ କଅଣ? ଏହି, ଆମ୍ଭର ଗୃହ ଭଗ୍ନ ହୋଇ ପଡ଼ିଅଛି, ମାତ୍ର ତୁମ୍ଭେମାନେ ପ୍ରତ୍ୟେକ ଜଣ ଆପଣା ଆପଣା ଗୃହ ବିଷୟରେ ଦୌଡ଼ୁଅଛ।
Изгледате много, а ето мало; и шта унесете у кућу, ја раздувам; зашто? Вели Господ над војскама; зато што је дом мој пуст, а ви сваки трчите за свој дом.
10 ଏଥିପାଇଁ ତୁମ୍ଭମାନଙ୍କ ସକାଶୁ ଆକାଶ ଶିଶିରରହିତ ହୋଇଅଛି ଓ ପୃଥିବୀ ଆପଣା ଫଳରହିତ ହୋଇଅଛି।
Зато се затвори небо над вама да нема росе, и земља се затвори да нема рода њеног.
11 ପୁଣି, ଆମ୍ଭେ ଦେଶର ଓ ପର୍ବତଗଣର ଉପରେ, ଆଉ ଶସ୍ୟ, ଦ୍ରାକ୍ଷାରସ ଓ ତୈଳ ଉପରେ, ଆଉ ଭୂମିର ଉତ୍ପନ୍ନ ବସ୍ତୁ ଉପରେ ମନୁଷ୍ୟ ଓ ପଶୁର ଉପରେ, ପୁଣି ହସ୍ତକୃତ ସମସ୍ତ କାର୍ଯ୍ୟ ଉପରେ ମାରୁଡ଼ିକୁ ଆହ୍ୱାନ କଲୁ।”
И дозвах сушу на земљу, и на горе, и на жито и на вино и на уље и на све што земља рађа, и на људе и на стоку и на сваки рад ручни.
12 ସେତେବେଳେ ଶଲ୍ଟୀୟେଲଙ୍କ ପୁତ୍ର ଯିରୁବ୍ବାବିଲ୍ ଓ ଯିହୋଷାଦକଙ୍କ ପୁତ୍ର ଯିହୋଶୂୟ ମହାଯାଜକ ଓ ଲୋକମାନଙ୍କର ଅବଶିଷ୍ଟାଂଶ ସମସ୍ତେ ସଦାପ୍ରଭୁ ସେମାନଙ୍କ ପରମେଶ୍ୱରଙ୍କ ରବରେ ଓ ସଦାପ୍ରଭୁ ସେମାନଙ୍କ ପରମେଶ୍ୱର ହାଗୟ ଭବିଷ୍ୟଦ୍ବକ୍ତାଙ୍କ ନିକଟକୁ ଯେଉଁସବୁ ବାକ୍ୟ ପ୍ରେରଣ କରିଥିଲେ, ସେହି ସବୁରେ ମନୋଯୋଗ କଲେ; ଆଉ, ଲୋକମାନେ ସଦାପ୍ରଭୁଙ୍କ ଛାମୁରେ ଭୀତ ହେଲେ।
И послуша Зоровавељ син Салатилов и Исус син Јоседеков, поглавар свештенички, и сав остатак народни глас Господа Бога свог и речи пророка Агеја, како га посла Господ Бог њихов, и побоја се народ Господа.
13 ତହିଁରେ ସଦାପ୍ରଭୁଙ୍କର ଦୂତ ହାଗୟ ଲୋକମାନଙ୍କୁ ସଦାପ୍ରଭୁଙ୍କର ସମ୍ବାଦ ଜଣାଇ କହିଲେ, “ସଦାପ୍ରଭୁ କହନ୍ତି, ଆମ୍ଭେ ତୁମ୍ଭମାନଙ୍କର ସଙ୍ଗେ ସଙ୍ଗେ ଅଛୁ।”
И говори Агеј, посланик Господњи, народу као што га посла Господ, и рече: Ја сам с вама, говори Господ.
14 ପୁଣି, ସଦାପ୍ରଭୁ ଶଲ୍ଟୀୟେଲଙ୍କ ପୁତ୍ର ଯିହୁଦୀୟ ଦେଶାଧ୍ୟକ୍ଷ ଯିରୁବ୍ବାବିଲ୍ଙ୍କ ଆତ୍ମାକୁ ଓ ଯିହୋଷାଦକଙ୍କ ପୁତ୍ର ଯିହୋଶୂୟ ମହାଯାଜକଙ୍କ ଆତ୍ମାକୁ, ଆଉ ଲୋକମାନଙ୍କର ଅବଶିଷ୍ଟାଂଶ ସମସ୍ତଙ୍କର ଆତ୍ମାକୁ ଉତ୍ତେଜିତ କଲେ; ତହିଁରେ ସେମାନେ ଦାରୀୟାବସ ରାଜାଙ୍କ ରାଜତ୍ଵର ଦ୍ୱିତୀୟ ବର୍ଷର ଷଷ୍ଠ ମାସର ଚତୁର୍ବିଂଶ ଦିନରେ ଆସି,
И Господ подиже дух Зоровавељу сину Салатиловом, управитељу јудејском, и дух Исусу сину Јоседековом, поглавару свештеничком, и дух свему остатку народном, те дођоше и радише у дому Господа над војскама, Бога свог,
15 ସୈନ୍ୟାଧିପତି ସଦାପ୍ରଭୁ ଆପଣାମାନଙ୍କ ପରମେଶ୍ୱରଙ୍କ ଗୃହରେ କାର୍ଯ୍ୟ କଲେ।
Двадесет четвртог дана шестог месеца, друге године цара Дарија.