< ହବକ୍‍କୂକ 3 >

1 ହବକ୍କୂକ ଭବିଷ୍ୟଦ୍‍ବକ୍ତାଙ୍କର ପ୍ରାର୍ଥନା। ସ୍ୱରଶିଗୀୟୋନତ୍‍।
Àdúrà wòlíì Habakuku gẹ́gẹ́ bí sígónótì. Ohun èlò orin.
2 ହେ ସଦାପ୍ରଭୁ, ମୁଁ ତୁମ୍ଭ ବିଷୟକ ବାର୍ତ୍ତା ଶୁଣି ଭୀତ ଅଛି; ହେ ସଦାପ୍ରଭୁ, ବର୍ଷମାନର ମଧ୍ୟରେ ଆପଣା କର୍ମ ସଜୀବ କର, ବର୍ଷମାନର ମଧ୍ୟରେ ତାହା ଜ୍ଞାତ କରାଅ; କୋପ ସମୟରେ ଦୟା ସ୍ମରଣ କର।
Olúwa mo tí gbọ́ ohùn rẹ; ẹ̀rù sì ba mi fún iṣẹ́ rẹ Olúwa sọ wọn di ọ̀tún ní ọjọ́ ti wa, ní àkókò tiwa, jẹ́ kó di mí mọ̀; ni ìbínú, rántí àánú.
3 ପରମେଶ୍ୱର ତୈମନ୍‍ରୁ ଆସିଲେ ଓ ଯେ ଧର୍ମମୟ, ସେ ପାରଣ ପର୍ବତରୁ ଆସିଲେ। (ସେଲା) ତାହାଙ୍କର ପ୍ରତାପ ଆକାଶମଣ୍ଡଳକୁ ଆଚ୍ଛନ୍ନ କଲା, ଆଉ ପୃଥିବୀ ତାହାଙ୍କ ପ୍ରଶଂସାରେ ପରିପୂର୍ଣ୍ଣ ହେଲା।
Ọlọ́run yóò wa láti Temani, ibi mímọ́ jùlọ láti òkè Parani ògo rẹ̀ sí bo àwọn ọ̀run, ilé ayé sì kún fún ìyìn rẹ.
4 ପୁଣି, ତାହାଙ୍କର ତେଜ ଦୀପ୍ତି ତୁଲ୍ୟ ହେଲା; ତାହାଙ୍କ ହସ୍ତରୁ କିରଣ ନିର୍ଗତ ହେଲା; ଆଉ, ସେ ସ୍ଥାନ ତାହାଙ୍କ ପରାକ୍ରମର ଅନ୍ତରାଳ।
Dídán rẹ sí dàbí ìmọ́lẹ̀ oòrùn ìtànṣán ìmọ́lẹ̀ jáde wa láti ọwọ́ rẹ, níbi tí wọn fi agbára rẹ̀ pamọ́ sí.
5 ତାହାଙ୍କ ଆଗେ ଆଗେ ମହାମାରୀ ଗମନ କଲା, ଆଉ ତାହାଙ୍କ ପଦଚିହ୍ନରୁ ଅଗ୍ନିବାଣ ନିର୍ଗତ ହେଲା।
Àjàkálẹ̀-ààrùn ń lọ ni iwájú rẹ; ìyọnu sí ń tọ ẹsẹ̀ rẹ lọ.
6 ସେ ଠିଆ ହୋଇ ପୃଥିବୀର ପରିମାଣ କଲେ। ସେ ଦୃଷ୍ଟିପାତ କରି ଗୋଷ୍ଠୀଗଣକୁ ଭିନ୍ନ ଭିନ୍ନ କରି ତଡ଼ିଦେଲେ; ଆଉ, ଚିରସ୍ଥାୟୀ ପର୍ବତଗଣ ଛିନ୍ନଭିନ୍ନ କରାଗଲେ, ନିତ୍ୟସ୍ଥାୟୀ ଉପପର୍ବତଗଣ ନତ ହେଲେ; ତାହାଙ୍କର ଗତି ପୁରାତନ କାଳର ଗତି ତୁଲ୍ୟ ଥିଲା।
Ó dúró, ó sì mi ayé; ó wò, ó sì mú àwọn orílẹ̀-èdè wárìrì a sì tú àwọn òkè ńlá ayérayé ká, àwọn òkè kéékèèké ayérayé sì tẹríba: ọ̀nà rẹ ayérayé ni.
7 ମୁଁ କୂଶନର ତମ୍ବୁସକଳକୁ କ୍ଳେଶରେ ଥିବାର ଦେଖିଲି; ମିଦୀୟନ ଦେଶର ଯବନିକାସକଳ କମ୍ପିତ ହେଲା।
Mo rí àgọ́ Kuṣani nínú ìpọ́njú àti àwọn ibùgbé Midiani nínú ìrora.
8 ସଦାପ୍ରଭୁ କି ନଦ-ନଦୀ ପ୍ରତି ଅସନ୍ତୁଷ୍ଟ ହେଲେ? ତୁମ୍ଭର କ୍ରୋଧ କି ନଦ-ନଦୀର ଉପରେ ବର୍ତ୍ତିଲା, ଅବା ତୁମ୍ଭର କୋପ କି ସମୁଦ୍ରର ଉପରେ ବର୍ତ୍ତିଲା ଯେ, ତୁମ୍ଭେ ଆପଣା ଅଶ୍ୱଗଣର ଉପରେ, ଆପଣା ତ୍ରାଣ ସ୍ୱରୂପ ରଥସମୂହରେ ଆରୋହଣ କଲ?
Ǹjẹ́ ìwọ ha ń bínú sí àwọn odò nì, Olúwa? Ǹjẹ́ ìbínú rẹ wa lórí àwọn odò ṣíṣàn bí? Ìbínú rẹ ha wá sórí Òkun tí ìwọ fi ń gun ẹṣin, àti kẹ̀kẹ́ ìgbàlà rẹ?
9 ତୁମ୍ଭର ଧନୁ ଅନାବୃତ ହେଲା; ଗୋଷ୍ଠୀଗଣର ପ୍ରତି ଶପଥ ସ୍ଥିରୀକୃତ ବାକ୍ୟ ହେଲା। (ସେଲା) ତୁମ୍ଭେ ନଦ-ନଦୀ ଦ୍ୱାରା ପୃଥିବୀକୁ ବିଦୀର୍ଣ୍ଣ କଲ।
A ṣí ọrun rẹ sílẹ̀ pátápátá, gẹ́gẹ́ bí ìbúra àwọn ẹ̀yà, àní ọ̀rọ̀ rẹ, ìwọ sì fi odò pín ilẹ̀ ayé.
10 ପର୍ବତଗଣ ତୁମ୍ଭଙ୍କୁ ଦେଖି ଭୀତ ହେଲେ; ପ୍ରଚଣ୍ଡ ଜଳରାଶି ବହିଗଲା; ବାରିଧି ଆପଣା ରବ ଶୁଣାଇଲା ଓ ଆପଣା ହସ୍ତ ଉଚ୍ଚକୁ ଉଠାଇଲା।
Àwọn òkè ńlá ri ọ wọn sì wárìrì àgbàrá òjò ń sàn án kọjá lọ; ibú ń ké ramúramù ó sì gbé irú omi sókè.
11 ତୁମ୍ଭର ବାଣସ୍ୱରୂପ ଦୀପ୍ତିର ଗତିରେ, ତୁମ୍ଭର ଝଲମଲ ବର୍ଚ୍ଛାର ତେଜରେ ସୂର୍ଯ୍ୟ ଓ ଚନ୍ଦ୍ର ଆପଣା ଆପଣା ବାସ ସ୍ଥାନରେ ସ୍ଥଗିତ ହୋଇ ରହିଲେ।
Òòrùn àti Òṣùpá dúró jẹ́ẹ́jẹ́ ni ibùgbé wọn, pẹ̀lú ìmọ́lẹ̀ ọfà rẹ ni wọn yára lọ, àti ni dídán ọ̀kọ̀ rẹ ti ń kọ mànà.
12 ତୁମ୍ଭେ କୋପରେ ପୃଥିବୀ ମଧ୍ୟଦେଇ ଯାତ୍ରା କଲ। ତୁମ୍ଭେ କ୍ରୋଧରେ ଗୋଷ୍ଠୀଗଣକୁ (ଶସ୍ୟ ପରି) ମର୍ଦ୍ଦନ କଲ।
Ní ìrunú ni ìwọ rin ilẹ̀ náà já, ní ìbínú ni ìwọ tí tẹ́ àwọn orílẹ̀-èdè rẹ.
13 ତୁମ୍ଭେ ଆପଣା ଲୋକମାନଙ୍କର ପରିତ୍ରାଣ ନିମନ୍ତେ, ଆପଣା ଅଭିଷେକୀର ପରିତ୍ରାଣ ନିମନ୍ତେ ଯାତ୍ରା କଲ। ତୁମ୍ଭେ ଦୁଷ୍ଟର ଗୃହରୁ ମସ୍ତକ ଚୂର୍ଣ୍ଣ କଲ, ତୁମ୍ଭେ କଣ୍ଠସରିକି ମୂଳଦୁଆ ଅନାବୃତ କଲ। (ସେଲା)
Ìwọ jáde lọ láti tú àwọn ènìyàn rẹ sílẹ̀, àti láti gba ẹni àmì òróró rẹ là, Ìwọ ti run àwọn olórí kúrò nínú ilẹ̀ àwọn ènìyàn búburú, ó sì bọ ìhámọ́ra rẹ láti orí de ẹsẹ̀.
14 ତୁମ୍ଭେ ତାହାର ନିଜ ଯଷ୍ଟି ଦ୍ୱାରା ତାହାର ଯୋଦ୍ଧାମାନଙ୍କର ମସ୍ତକ ବିଦ୍ଧ କଲ: ସେମାନେ ମୋତେ ଛିନ୍ନଭିନ୍ନ କରିବା ପାଇଁ ଘୂର୍ଣ୍ଣବାୟୁର ନ୍ୟାୟ ଆସିଲେ; ଦରିଦ୍ରକୁ ଗୋପନରେ ଗ୍ରାସ କରିବା ପାଇଁ ସେମାନଙ୍କର ଆନନ୍ଦ ଥିଲା।
Pẹ̀lú ọ̀kọ̀ rẹ̀ kí ó fi gún orí rẹ nígbà tí àwọn jagunjagun rẹ̀ jáde láti tú wá ká, ayọ̀ wọn sì ni láti jẹ tálákà run ní ìkọ̀kọ̀.
15 ତୁମ୍ଭେ ଆପଣା ଅଶ୍ୱଗଣ ଦ୍ୱାରା ସମୁଦ୍ରକୁ, ମହାଜଳରାଶିକୁ ଦଳି ପକାଇଲ।
Ìwọ fi ẹṣin rẹ rìn Òkun já, ó sì da àwọn omi ńlá ru.
16 ମୁଁ ଶୁଣିଲି ଓ ମୋʼ ଉଦର କମ୍ପିଲା, ସେହି ରବରେ ମୋର ଓଷ୍ଠାଧର ଥରଥର ହେଲା; ମୋʼ ଅସ୍ଥିସକଳରେ ପଚାଭାବ ପ୍ରବେଶ କଲା ଓ ମୁଁ ସ୍ୱ ସ୍ଥାନରେ କମ୍ପିତ ହେଲି; ତହିଁରେ ଯେଉଁମାନେ ସୈନ୍ୟଦଳ ଘେନି ତାହାକୁ ଆକ୍ରମଣ କରିବାକୁ ଆସିବେ, ସେହି ଲୋକମାନଙ୍କ ବିରୁଦ୍ଧରେ ଯେତେବେଳେ ଦିନ ଆସିବ, ସେତେବେଳେ ସେହି ସଙ୍କଟ ଦିନରେ ମୋତେ ବିଶ୍ରାମ କରିବାକୁ ହେବ।
Mo gbọ́, ọkàn mi sì wárìrì, ètè mi sì gbọ̀n sí ìró náà; ìbàjẹ́ sì wọ inú egungun mi lọ, ẹsẹ̀ mi sì wárìrì, mo dúró ni ìdákẹ́ jẹ́ẹ́ fún ọjọ́ ìdààmú láti de sórí àwọn ènìyàn tó ń dojúkọ wá.
17 କାରଣ ଯଦ୍ୟପି ଡିମ୍ବିରିବୃକ୍ଷ ପୁଷ୍ପିତ ନୋହିବ, କିଅବା ଦ୍ରାକ୍ଷାଲତାରେ ଫଳ ନ ଧରିବ; ଜୀତବୃକ୍ଷ ଫଳ ନ ଫଳିବ ଓ କ୍ଷେତ୍ର ଖାଦ୍ୟଦ୍ରବ୍ୟ ଉତ୍ପନ୍ନ ନ କରିବ; ଖୁଆଡ଼ରୁ ମେଷପଲ ଉଚ୍ଛିନ୍ନ ହେବ, ଆଉ ଗୋଠରେ ଗୋରୁପଲ ନ ଥିବ;
Bí igi ọ̀pọ̀tọ́ ko tilẹ̀ tanná, tí èso kò sí nínú àjàrà; tí igi olifi ko le so, àwọn oko ko sì mú oúnjẹ wá; tí a sì ké agbo ẹran kúrò nínú agbo, tí kò sì sí ọwọ́ ẹran ni ibùso mọ́,
18 ତଥାପି ମୁଁ ସଦାପ୍ରଭୁଙ୍କଠାରେ ଆନନ୍ଦ କରିବି। ମୁଁ ଆପଣା ତ୍ରାଣର ପରମେଶ୍ୱରଙ୍କଠାରେ ଉଲ୍ଲାସ କରିବି।
síbẹ̀, èmi ó láyọ̀ nínú Olúwa, èmi yóò sí máa yọ nínú Ọlọ́run ìgbàlà mi.
19 ପ୍ରଭୁ ସଦାପ୍ରଭୁ ମୋର ବଳ ସ୍ୱରୂପ ଓ ସେ ମୋର ଚରଣ ହରିଣୀର ଚରଣ ସଦୃଶ କରନ୍ତି, ପୁଣି ମୋର ଉଚ୍ଚସ୍ଥଳୀରେ ମୋତେ ଗମନ କରାଇବେ। ମୋର ତାରଯୁକ୍ତ ଯନ୍ତ୍ରରେ ପ୍ରଧାନ ବାଦ୍ୟକର ନିମନ୍ତେ।
Olúwa Olódùmarè ni agbára mi, òun yóò sí ṣe ẹsẹ̀ mi bí ẹsẹ̀ abo àgbọ̀nrín, yóò sí mú mi rìn lórí ibi gíga.

< ହବକ୍‍କୂକ 3 >