< ହବକ୍‍କୂକ 1 >

1 ଏହି ବାର୍ତ୍ତା ଯାହା ହବକ୍କୂକ ଭବିଷ୍ୟଦ୍‍ବକ୍ତା ଦର୍ଶନରେ ପାଇଥିଲେ।
Àsọtẹ́lẹ̀ tí wòlíì Habakuku rí.
2 ହେ ସଦାପ୍ରଭୁ, ମୁଁ କେତେ କାଳ ଆର୍ତ୍ତନାଦ କରିବି, ଆଉ ତୁମ୍ଭେ ଶୁଣିବ ନାହିଁ? ମୁଁ “ଦୌରାତ୍ମ୍ୟ” ବିଷୟରେ ତୁମ୍ଭ ନିକଟରେ ଆର୍ତ୍ତନାଦ କରୁଅଛି ଓ ତୁମ୍ଭେ ଉଦ୍ଧାର କରିବ ନାହିଁ।
Olúwa, èmi yóò ti ké pẹ́ tó fún ìrànlọ́wọ́, ṣùgbọ́n ti ìwọ kò ni fetí sí mi? Tàbí kígbe sí ọ ní ti, “Ìwà ipá!” Ṣùgbọ́n tí ìwọ kò sì gbàlà?
3 ତୁମ୍ଭେ କାହିଁକି ମୋତେ ଅଧର୍ମ ଦେଖାଉଅଛ ଓ କୁଟିଳତା ପ୍ରତି ଦୃଷ୍ଟିପାତ କରୁଅଛ? କାରଣ ମୋʼ ସମ୍ମୁଖରେ ଧନାପହାର ଓ ଦୌରାତ୍ମ୍ୟ ଥାଏ; ପୁଣି, ବିବାଦ ହୁଏ ଓ ବିରୋଧ ବଢ଼ି ଉଠେ।
Èéṣe tí ìwọ fi mú mi rí àìṣedéédéé? Èéṣe tí ìwọ sì fi ààyè gba ìwà ìkà? Ìparun àti ìwà ipá wà ní iwájú mi; ìjà ń bẹ, ìkọlù sì wà pẹ̀lú.
4 ଏଥିପାଇଁ ବ୍ୟବସ୍ଥା ନିସ୍ତେଜ ହୋଇଅଛି ଓ ବିଚାର କେବେ ନିଷ୍ପନ୍ନ ହେଉ ନାହିଁ; କାରଣ ଦୁର୍ଜ୍ଜନମାନେ ଧାର୍ମିକକୁ ଘେରନ୍ତି; ଏଥିପାଇଁ ବିଚାର ବିପରୀତ ହୋଇପଡ଼େ।
Nítorí náà, òfin di ohun àìkàsí, ìdájọ́ òdodo kò sì borí. Àwọn ẹni búburú yí àwọn olódodo ká, nítorí náà ni ìdájọ́ òdodo ṣe yí padà.
5 ତୁମ୍ଭେମାନେ ଗୋଷ୍ଠୀଗଣ ମଧ୍ୟରେ ଦେଖି ମନୋଯୋଗ କର ଓ ଅତିଶୟ ଚମତ୍କୃତ ହୁଅ; କାରଣ ତୁମ୍ଭମାନଙ୍କ ସମୟରେ ଆମ୍ଭେ ଏକ କର୍ମ କରୁଅଛୁ, ସେ ବିଷୟ ତୁମ୍ଭମାନଙ୍କୁ କୁହାଗଲେ ହେଁ ତୁମ୍ଭେମାନେ ତାହା ବିଶ୍ୱାସ କରିବ ନାହିଁ।
“Ẹ wo inú àwọn kèfèrí, ki ẹ sí wòye, kí háà kí ó sì ṣe yin gidigidi. Nítorí èmi ó ṣe ohun kan ní ọjọ́ yín tí ẹ̀yin kò jẹ́ gbàgbọ́, bí a tilẹ̀ sọ fún yin.
6 କାରଣ ଦେଖ, ଯେଉଁ କଲ୍‍ଦୀୟ ଲୋକମାନେ ନିଷ୍ଠୁର ଓ ଚଞ୍ଚଳ ଗୋଷ୍ଠୀ, ସେମାନଙ୍କୁ ଆମ୍ଭେ ଉଠାଉଅଛୁ; ଯେଉଁ ନିବାସ-ସ୍ଥାନସକଳ ସେମାନଙ୍କର ନୁହେଁ, ତାହା ଅଧିକାର କରିବା ପାଇଁ ସେମାନେ ପୃଥିବୀର ବିସ୍ତାରର ସର୍ବତ୍ର ଯାତ୍ରା କରନ୍ତି।
Nítorí pé, èmi yóò gbé àwọn ara Babeli dìde, àwọn aláìláàánú àti onínú-fùfù ènìyàn tí ó rin gbogbo ilẹ̀ ayé já láti fi agbára gbà àwọn ibùgbé tí kì í ṣe tiwọn.
7 ସେମାନେ ତ୍ରାସଜନକ ଓ ଭୟଙ୍କର ଅଟନ୍ତି; ସେମାନଙ୍କର ଶାସନ ଓ ଗୌରବ ସେମାନଙ୍କର ନିଜଠାରୁ ନିର୍ଗତ ହୁଅଇ।
Wọn jẹ́ ènìyàn ti a bẹ̀rù, tí a sì páyà, ìdájọ́ wọn, àti ọláńlá wọn, yóò máa ti inú wọn jáde.
8 ଆହୁରି, ସେମାନଙ୍କର ଅଶ୍ୱଗଣ ଚିତାବାଘଠାରୁ ବେଗଗାମୀ ଓ ସନ୍ଧ୍ୟାକାଳରେ କେନ୍ଦୁଆଗଣଠାରୁ ଦୂରନ୍ତ; ଆଉ, ସେମାନଙ୍କର ଅଶ୍ୱାରୋହୀମାନେ ଆପଣାମାନଙ୍କୁ ବ୍ୟାପ୍ତ କରୁଅଛନ୍ତି; ହଁ, ସେମାନଙ୍କର ଅଶ୍ୱାରୋହୀଗଣ ଦୂରରୁ ଆସୁଅଛନ୍ତି; ଗ୍ରାସ କରିବା ପାଇଁ ଦ୍ରୁତଗାମୀ ଉତ୍କ୍ରୋଶ ପକ୍ଷୀ ପରି ସେମାନେ ଉଡ଼ୁ ଅଛନ୍ତି।
Ẹṣin wọn yára ju ẹkùn lọ, wọ́n sì gbóná jú ìkookò àṣálẹ́ lọ àwọn ẹlẹ́ṣin wọn yóò sí tan ara wọn ká; wọn yóò sì wá láti ọ̀nà jíjìn réré, wọn yóò sí fò bí ẹyẹ igún tí ń wá láti jẹrun,
9 ସେମାନେ ସମସ୍ତେ ଦୌରାତ୍ମ୍ୟ କରିବା ପାଇଁ ଆସୁଅଛନ୍ତି; ପୂର୍ବୀୟ ବାୟୁ ତୁଲ୍ୟ ସେମାନଙ୍କ ମୁଖ ବ୍ୟଗ୍ର ଭାବରେ ରଖାଯାଇଅଛି ଓ ସେମାନେ ବନ୍ଦୀଗଣକୁ ବାଲୁକାର ନ୍ୟାୟ ଏକତ୍ର କରୁଅଛନ୍ତି।
gbogbo wọn sì wà fún ìwà ipá ìwò ojú wọn yóò sì wá síwájú; wọn sì ko ìgbèkùn jọ bí iyanrìn.
10 ପୁଣି, ସେ ରାଜାଗଣକୁ ଉପହାସ କରେ ଓ ଅଧିପତିଗଣ ତାହାର ବିଦ୍ରୂପର ପାତ୍ର; ସେ ପ୍ରତ୍ୟେକ ଦୃଢ଼ ଦୁର୍ଗକୁ ତୁଚ୍ଛଜ୍ଞାନ କରେ; କାରଣ ସେ ଧୂଳି ଗଦା କରି ତାହା ହସ୍ତଗତ କରେ।
Wọn ó si máa fi àwọn ọba ṣẹ̀sín wọn ó sì tún kẹ́gàn àwọn aládé. Wọn yóò sì fi gbogbo ìlú odi alágbára nì rẹ́rìn-ín; nítorí pé, wọn yóò ko erùpẹ̀ jọ, wọn yóò sì gbà á.
11 ଏଉତ୍ତାରେ ସେ ବାୟୁ ତୁଲ୍ୟ ବହି ବ୍ୟାପି ଯିବ ଓ ସେ, ଅର୍ଥାତ୍‍, ଯାହାର ଶକ୍ତି ତାହାର ଦେବତା, ସେ ଦଣ୍ଡନୀୟ ହେବ।
Nígbà náà ni inú rẹ̀ yóò yípadà, yóò sì rékọjá, yóò si ṣẹ̀ ní kíka agbára rẹ̀ yìí sí iṣẹ́ òrìṣà rẹ̀.”
12 ହେ ସଦାପ୍ରଭୁ, ମୋର ପରମେଶ୍ୱର, ମୋର ଧର୍ମସ୍ୱରୂପ, ତୁମ୍ଭେ କି ଅନାଦି କାଳଠାରୁ ନୁହଁ? ଆମ୍ଭେମାନେ ବିନଷ୍ଟ ନୋହିବା। ହେ ସଦାପ୍ରଭୁ, ତୁମ୍ଭେ ଶାସନାର୍ଥେ ତାହାକୁ ନିରୂପଣ କରିଅଛ, ପୁଣି ହେ ଶୈଳ ସ୍ୱରୂପ, ତୁମ୍ଭେ ଶାସ୍ତି ନିମନ୍ତେ ତାହାକୁ ସ୍ଥାପନ କରିଅଛ।
Olúwa, ǹjẹ́ láti ayérayé kọ ni ìwọ tí wà? Olúwa Ọlọ́run mi. Ẹni mímọ́ mi, àwa kì yóò kú Olúwa, ìwọ tí yàn wọn fún ìdájọ́; Ọlọ́run alágbára, ìwọ tí fi ẹsẹ̀ wọn múlẹ̀ fún ìbáwí.
13 ତୁମ୍ଭେ ତ ଏପରି ନିର୍ମଳ ଚକ୍ଷୁ ଯେ, ମନ୍ଦ ଦେଖି ନ ପାର ଓ ତୁମ୍ଭେ କୁଟିଳାଚରଣ ପ୍ରତି ଦୃଷ୍ଟି କରି ନ ପାର, ତେବେ ଯେଉଁମାନେ ବିଶ୍ୱାସଘାତକତା କରନ୍ତି, ସେମାନଙ୍କ ପ୍ରତି କାହିଁକି ଦୃଷ୍ଟିପାତ କରୁଅଛ? ଓ ଦୁଷ୍ଟ ଲୋକ ଆପଣା ଅପେକ୍ଷା ଧାର୍ମିକ ଲୋକକୁ ଗ୍ରାସ କଲା ବେଳେ କାହିଁକି ନୀରବ ହୋଇ ରହୁଅଛ?
Ojú rẹ mọ́ tónítóní láti wo ibi; ìwọ kò le gbà ìwà ìkà nítorí kí ni ìwọ ṣe gba àwọn alárékérekè láààyè? Nítorí kí ni ìwọ ṣe dákẹ́ nígbà tí ẹni búburú ń pa ẹni tí i ṣe olódodo ju wọn lọ run?
14 ଓ ମନୁଷ୍ୟକୁ ସମୁଦ୍ରର ମତ୍ସ୍ୟ ପରି ଓ ଯେଉଁମାନଙ୍କର ଅଧ୍ୟକ୍ଷ କେହି ନାହିଁ, ଏପରି ଉରୋଗାମୀ କୀଟ ପରି କାହିଁକି କରୁଅଛ?
Ìwọ sì tí sọ ènìyàn di bí ẹja inú Òkun, bí ohun tí ń rákò tí wọn ko ni alákòóso.
15 ସେ ସମସ୍ତଙ୍କୁ ବନଶୀରେ ଧରି ନିଏ, ସେ ଆପଣା ଜାଲରେ ସେମାନଙ୍କୁ ଧରେ ଓ ଆପଣା ଟଣା ଜାଲରେ ସେମାନଙ୍କୁ ଏକତ୍ର କରେ; ତହିଁ ସକାଶୁ ସେ ଆନନ୍ଦିତ ଓ ଉଲ୍ଲସିତ ହୁଏ।
Àwọn ènìyàn búburú fi àwọ̀n wọn gbé wọn sókè ó sì kó wọn jọ nínú àwọ̀n ńlá rẹ̀; nítorí náà, ó dunnú, ó sì yọ̀ pẹ̀lú.
16 ଏଥିପାଇଁ ସେ ଆପଣା ଜାଲ ଉଦ୍ଦେଶ୍ୟରେ ବଳିଦାନ କରେ ଓ ଆପଣା ଟଣା ଜାଲ ଉଦ୍ଦେଶ୍ୟରେ ଧୂପ ଜ୍ୱଳାଏ; କାରଣ ତାହା ଦ୍ୱାରା ତାହାର ବାଣ୍ଟ ପୁଷ୍ଟ ହୁଏ ଓ ତାହାର ଖାଦ୍ୟ ଯଥେଷ୍ଟ ହୁଏ।
Nítorí náà, ó rú ẹbọ sí àwọ̀n rẹ̀, ó sì ń sun tùràrí fún àwọ̀n ńlá rẹ̀ nítorí pẹ̀lú àwọ̀n rẹ̀ ni ó fi ń gbé ní ìgbádùn tí ó sì ń gbádùn pẹ̀lú oúnjẹ tí ó bá wù ú.
17 ଏନିମନ୍ତେ ସେ କି ଆପଣା ଜାଲ ଖାଲି କରୁଥିବ ଓ ଦୟା ନ କରି କି ଗୋଷ୍ଠୀଗଣକୁ ନିରନ୍ତର ବଧ କରୁଥିବ?
Ǹjẹ́ wọn yóò ha máa pa àwọ̀n wọn mọ́ ní òfìfo bí, tí wọn yóò sì pa orílẹ̀-èdè run láìsí àánú?

< ହବକ୍‍କୂକ 1 >