< ମୋଶାଙ୍କ ଲିଖିତ ପ୍ରଥମ ପୁସ୍ତକ 6 >

1 ଏହିରୂପେ ଯେତେବେଳେ ପୃଥିବୀରେ ମନୁଷ୍ୟମାନଙ୍କ ସଂଖ୍ୟା ବଢ଼ିବାକୁ ଲାଗିଲା ଓ ସେମାନଙ୍କର ଅନେକ କନ୍ୟା ଜାତ ହେଲେ;
Nígbà tí ènìyàn bẹ̀rẹ̀ sí ní pọ̀ si ní orí ilẹ̀, wọ́n sí bí àwọn ọmọbìnrin.
2 ସେତେବେଳେ ପରମେଶ୍ୱରଙ୍କ ପୁତ୍ରଗଣ ମନୁଷ୍ୟମାନଙ୍କ କନ୍ୟାଗଣକୁ ରୂପବତୀ ଦେଖି, ସେମାନେ ଯେଉଁମାନଙ୍କୁ ପସନ୍ଦ କଲେ, ସେ ସମସ୍ତଙ୍କ ମଧ୍ୟରୁ ବିବାହ କରିବାକୁ ଲାଗିଲେ।
Àwọn ọmọ Ọlọ́run rí i wí pé àwọn ọmọbìnrin ènìyàn lẹ́wà, wọ́n sì fẹ́ èyíkéyìí tí ó wù wọ́n ṣe aya.
3 ତହିଁରେ ସଦାପ୍ରଭୁ କହିଲେ, “ଆମ୍ଭର ଆତ୍ମା ମନୁଷ୍ୟ ଉପରେ ସର୍ବଦା ଅଧିଷ୍ଠାନ କରିବ ନାହିଁ, ଯେହେତୁ ସେମାନଙ୍କ ବିପଥଗମନରେ ସେମାନେ ମାଂସ ମାତ୍ର; ଏଥିନିମନ୍ତେ ସେମାନଙ୍କ ସମୟ ଶହେ କୋଡ଼ିଏ ବର୍ଷ ହେବ।”
Nígbà náà ni Olúwa wí pé, “Èémí ìyè tí mo mí sínú ènìyàn kò ní máa gbé inú ènìyàn títí láé, nítorí ẹran-ara sá à ni òun, ọgọ́fà ọdún ni ọjọ́ rẹ̀ yóò jẹ́.”
4 ସେହି ସମୟରେ ପୃଥିବୀରେ ମହାବୀରଗଣ ଥିଲେ; ପୁଣି, ତହିଁ ଉତ୍ତାରେ ପରମେଶ୍ୱରଙ୍କ ପୁତ୍ରଗଣ ମନୁଷ୍ୟମାନଙ୍କ କନ୍ୟାଗଣର ସହବାସ କରନ୍ତେ, ସେମାନଙ୍କଠାରୁ ସନ୍ତାନଗଣ ଜାତ ହେଲେ; ସେମାନେ ମଧ୍ୟ ପୂର୍ବକାଳର ପ୍ରସିଦ୍ଧ ବୀର ଥିଲେ।
Àwọn òmíràn wà láyé ní ọjọ́ wọ̀n-ọn-nì, àti lẹ́yìn ìgbà náà; nígbà tí àwọn ọmọ Ọlọ́run lọ bá àwọn ọmọbìnrin ènìyàn lòpọ̀ tí wọ́n sì bímọ fún wọn. Àwọn náà ni ó di akọni àti olókìkí ìgbà náà.
5 ଏଥିଉତ୍ତାରେ ସଦାପ୍ରଭୁ ଦେଖିଲେ ଯେ, ପୃଥିବୀରେ ମନୁଷ୍ୟର ଦୁଷ୍ଟତା ଅତି ବଡ଼, ଆଉ ତାହାର ଅନ୍ତଃକରଣର ଭାବନାର ପ୍ରତ୍ୟେକ କଳ୍ପନା ଅବିରତ ମନ୍ଦ ମାତ୍ର।
Olúwa sì rí bí ìwà búburú ènìyàn ti ń gbilẹ̀ si, àti pé gbogbo èrò inú rẹ̀ kìkì ibi ni, ní ìgbà gbogbo.
6 ଏନିମନ୍ତେ ସଦାପ୍ରଭୁ ପୃଥିବୀରେ ମନୁଷ୍ୟକୁ ନିର୍ମାଣ କରିବା ସକାଶୁ ଅନୁତାପ କରି ମନରେ ଶୋକ କଲେ।
Inú Olúwa sì bàjẹ́ gidigidi nítorí pé ó dá ènìyàn sí ayé, ọkàn rẹ̀ sì gbọgbẹ́.
7 ତହିଁରେ ସଦାପ୍ରଭୁ କହିଲେ, “ଆମ୍ଭେ ଭୂମଣ୍ଡଳରୁ ଆପଣାର ସୃଷ୍ଟ ମନୁଷ୍ୟକୁ, ଆଉ ମନୁଷ୍ୟ ସହିତ ପଶୁ ଓ ଉରୋଗାମୀ ଜନ୍ତୁ ଓ ଖେଚର ପକ୍ଷୀଗଣକୁ ଲୁପ୍ତ କରିବା; କାରଣ ଆମ୍ଭେ ସେମାନଙ୍କୁ ନିର୍ମାଣ କରିବାରୁ ଆମ୍ଭର ଅନୁତାପ ହେଉଅଛି।”
Nítorí náà, Olúwa wí pé, “Èmi yóò pa ènìyàn tí mo ti dá run kúrò lórí ilẹ̀, ènìyàn àti ẹranko, àti ohun tí ń rákò, àti ẹyẹ ojú ọ̀run, nítorí inú mi bàjẹ́ pé mo ti dá wọn.”
8 ମାତ୍ର, ନୋହ ସଦାପ୍ରଭୁଙ୍କ ଦୃଷ୍ଟିରେ ଅନୁଗ୍ରହପ୍ରାପ୍ତ ହେଲେ।
Ṣùgbọ́n, Noa rí ojúrere Olúwa.
9 ନୋହଙ୍କର ବଂଶାବଳୀ ଏହି। ନୋହ ଆପଣା ସେହି ସମୟର ଲୋକମାନଙ୍କ ମଧ୍ୟରେ ଧାର୍ମିକ ଓ ସାଧୁ ଲୋକ ଥିଲେ; ନୋହ ପରମେଶ୍ୱରଙ୍କ ସହିତ ଗମନାଗମନ କଲେ।
Wọ̀nyí ni ìtàn Noa. Noa nìkan ni ó jẹ́ olóòótọ́ ènìyàn àti ẹni tí ó pé ní ìgbà ayé rẹ̀, ó sì fi òtítọ́ bá Ọlọ́run rìn.
10 ନୋହ, ଶେମ ଓ ହାମ ଓ ଯେଫତ୍‍, ଏହି ତିନି ପୁତ୍ରଙ୍କୁ ଜାତ କଲେ।
Noa sì bí ọmọkùnrin mẹ́ta, Ṣemu, Hamu àti Jafeti.
11 ସେହି ସମୟରେ ପୃଥିବୀ ପରମେଶ୍ୱରଙ୍କ ସାକ୍ଷାତରେ ଭ୍ରଷ୍ଟ ଥିଲା ଓ ପୃଥିବୀ ଦୌରାତ୍ମ୍ୟରେ ପରିପୂର୍ଣ୍ଣ ଥିଲା।
Ayé sì kún fún ìbàjẹ́ gidigidi ní ojú Ọlọ́run, ó sì kún fún ìwà ipá pẹ̀lú.
12 ପୁଣି, ପରମେଶ୍ୱର ପୃଥିବୀରେ ଦୃଷ୍ଟିପାତ କରି ଦେଖିଲେ ଯେ, ତାହା ଭ୍ରଷ୍ଟ ହୋଇଅଛି; ଯେହେତୁ ପୃଥିବୀସ୍ଥ ସମସ୍ତ ପ୍ରାଣୀ ଭ୍ରଷ୍ଟାଚାରୀ ହୋଇଅଛନ୍ତି।
Ọlọ́run sì rí bí ayé ti bàjẹ́ tó, nítorí àwọn ènìyàn inú ayé ti bá ara wọn jẹ́ ní gbogbo ọ̀nà wọn.
13 ତହୁଁ ପରମେଶ୍ୱର ନୋହଙ୍କୁ କହିଲେ, “ଆମ୍ଭ ଗୋଚରରେ ସମୁଦାୟ ପ୍ରାଣୀର ଅନ୍ତିମକାଳ ଉପସ୍ଥିତ ହେଲା; ଯେହେତୁ ସେମାନଙ୍କ ଦ୍ୱାରା ପୃଥିବୀ ଦୌରାତ୍ମ୍ୟରେ ପରିପୂର୍ଣ୍ଣ ହୋଇଅଛି; ପୁଣି, ଦେଖ, ଆମ୍ଭେ ପୃଥିବୀ ସହିତ ସେମାନଙ୍କୁ ବିନଷ୍ଟ କରିବା।
Ọlọ́run sì wí fún Noa pé, “Èmi yóò pa gbogbo ènìyàn run, nítorí ilẹ̀ ayé kún fún ìwà ipá nípasẹ̀ wọn. Èmi yóò pa wọ́n run àti ayé pẹ̀lú.
14 ତୁମ୍ଭେ ଆପଣା ନିମନ୍ତେ ଦେବଦାରୁ ଜାତୀୟ ବୃକ୍ଷର କାଷ୍ଠରେ ଗୋଟିଏ ଜାହାଜ ନିର୍ମାଣ କର; ତହିଁ ମଧ୍ୟରେ ନାନା କୋଠରି ବନାଇ ତହିଁର ଭିତର ଓ ବାହାର ଝୁଣା ଦ୍ୱାରା ଲେପନ କର।
Nítorí náà fi igi ọ̀mọ̀ kan ọkọ̀, kí o sì yọ yàrá sí inú rẹ̀, kí o sì fi ọ̀dà ilẹ̀ rẹ́ ẹ tinú-tẹ̀yìn.
15 ତାହା ଏହି ପ୍ରକାରେ ନିର୍ମାଣ କରିବ; ଦୀର୍ଘରେ ତିନି ଶହ ହାତ, ପ୍ରସ୍ଥରେ ପଚାଶ ହାତ, ଉଚ୍ଚରେ ତିରିଶ ହାତ ହେବ।
Báyìí ni ìwọ yóò ṣe kan ọkọ̀ náà: Gígùn rẹ̀ ní òró yóò jẹ́ ọ̀ọ́dúnrún ìgbọ̀nwọ́, ìbú rẹ̀ yóò jẹ́ àádọ́ta ìgbọ̀nwọ́, nígbà tí gíga rẹ̀ yóò jẹ́ ọgbọ̀n ìgbọ̀nwọ́.
16 ଉପରରୁ ଏକ ହାତ ଛାଡ଼ି ଝରକା କରିବ, ଆଉ ତହିଁର ପାର୍ଶ୍ୱରେ ଦ୍ୱାର ରଖିବ; ଆଉ ତହିଁର ପ୍ରଥମ, ଦ୍ୱିତୀୟ ଓ ତୃତୀୟ ତଳ ବନାଇବ।
Ṣe òrùlé sí orí ọkọ̀ náà ní ìgbọ̀nwọ́ kan, sì ṣe ọkọ̀ náà ní alájà mẹ́ta, ipá kan ní ìsàlẹ̀, ọ̀kan ní àárín àti ọ̀kan tí ó kù ní òkè, ẹ̀gbẹ́ ni kí ó ṣe ẹnu-ọ̀nà ọkọ̀ náà sí.
17 ପୁଣି, ଆକାଶ ତଳେ ପ୍ରାଣବାୟୁ ବିଶିଷ୍ଟ ଯେତେ ଜୀବଜନ୍ତୁ ଅଛନ୍ତି, ସେହି ସବୁ ବିନଷ୍ଟ କରିବା ନିମନ୍ତେ, ଆମ୍ଭେ, ଦେଖ, ଆମ୍ଭେ ପୃଥିବୀ ଉପରେ ଜଳପ୍ଳାବନ କରିବା, ତହିଁରେ ପୃଥିବୀର ସମସ୍ତ ପ୍ରାଣୀ ପ୍ରାଣତ୍ୟାଗ କରିବେ।
Èmi yóò mú ìkún omi wá sí ayé láti pa gbogbo ohun ẹlẹ́mìí run lábẹ́ ọ̀run. Gbogbo ẹ̀dá tí ó ní èémí ìyè ní inú. Gbogbo ohun tí ó wà nínú ayé yóò parun.
18 ମାତ୍ର ଆମ୍ଭେ ତୁମ୍ଭ ସହିତ ଆପଣା ନିୟମ ସ୍ଥିର କରିବା; ତହିଁରେ ତୁମ୍ଭେ ଆପଣା ପୁତ୍ରମାନଙ୍କୁ ଓ ଭାର୍ଯ୍ୟା ଓ ପୁତ୍ରବଧୂମାନଙ୍କୁ ସଙ୍ଗରେ ଘେନି ଜାହାଜରେ ପ୍ରବେଶ କରିବ।
Ṣùgbọ́n èmi ó dá májẹ̀mú mi pẹ̀lú rẹ, ìwọ yóò sì wọ ọkọ̀, ìwọ àti àwọn ọmọ rẹ pẹ̀lú aya rẹ.
19 ପୁଣି, ପ୍ରାଣରକ୍ଷାର୍ଥେ ସର୍ବପ୍ରକାର ଜୀବଜନ୍ତୁର ଏକ ଏକ ଦମ୍ପତି ଆପଣା ସଙ୍ଗରେ ଘେନି ଜାହାଜରେ ପ୍ରବେଶ କରିବ।
Ìwọ yóò mú gbogbo ohun alààyè takọ tabo wá sí inú ọkọ̀, kí wọn le wà láààyè pẹ̀lú rẹ.
20 ସର୍ବପ୍ରକାର ପକ୍ଷୀ ଓ ସର୍ବପ୍ରକାର ପଶୁ ଓ ସର୍ବପ୍ରକାର ଉରୋଗାମୀ ଜନ୍ତୁ ପ୍ରତ୍ୟେକ ଜାତି ଅନୁସାରେ ଏକ ଏକ ଦମ୍ପତି ଜୀବନରକ୍ଷାର୍ଥେ ତୁମ୍ଭ ନିକଟକୁ ଆସିବେ।
Mú onírúurú àwọn ẹyẹ, ẹranko àti àwọn ohun tí ń rákò ní méjì méjì, kí a bá lè pa wọ́n mọ́ láààyè.
21 ଆଉ ତୁମ୍ଭେ ଆପଣାର ଓ ସେମାନଙ୍କର ଆହାର ନିମନ୍ତେ ସର୍ବପ୍ରକାର ଖାଦ୍ୟସାମଗ୍ରୀ ଆଣି ଆପଣା ନିକଟରେ ସଞ୍ଚୟ କରିବ।”
Mú onírúurú oúnjẹ wá sínú ọkọ̀, kí o pa wọ́n mọ́ fún jíjẹ gbogbo ẹ̀yin tí ẹ wà nínú ọkọ̀ àti ènìyàn àti ẹranko.”
22 ତହିଁରେ ନୋହ ସେରୂପ କଲେ; ପରମେଶ୍ୱରଙ୍କ ଆଜ୍ଞାନୁସାରେ ସେ ସମସ୍ତ କର୍ମ କଲେ।
Noa sì ṣe ohun gbogbo bí Ọlọ́run ti pàṣẹ fún un.

< ମୋଶାଙ୍କ ଲିଖିତ ପ୍ରଥମ ପୁସ୍ତକ 6 >

The World is Destroyed by Water
The World is Destroyed by Water