< ମୋଶାଙ୍କ ଲିଖିତ ପ୍ରଥମ ପୁସ୍ତକ 49 >

1 ଏଥିଉତ୍ତାରେ ଯାକୁବ ଆପଣା ପୁତ୍ରମାନଙ୍କୁ ଡାକି କହିଲେ, “ତୁମ୍ଭେମାନେ ଏକତ୍ର ହୁଅ; ଶେଷ କାଳରେ ତୁମ୍ଭମାନଙ୍କ ପ୍ରତି ଯାହା ଘଟିବ, ତାହା ତୁମ୍ଭମାନଙ୍କୁ କହୁଅଛି।
ויקרא יעקב אל בניו ויאמר האספו ואגידה לכם את אשר יקרא אתכם באחרית הימים
2 ହେ ଯାକୁବର ପୁତ୍ରଗଣ, ଏକତ୍ର ହୋଇ ଶୁଣ ଓ ତୁମ୍ଭମାନଙ୍କ ପିତା ଇସ୍ରାଏଲର ବାକ୍ୟ ଶୁଣ।
הקבצו ושמעו בני יעקב ושמעו אל ישראל אביכם
3 ହେ ରୁବେନ୍‍, ତୁମ୍ଭେ ମୋହର ପ୍ରଥମଜାତ (ପୁତ୍ର), ମୋହର ବଳ ଓ ମୋʼ ଶକ୍ତିର ପ୍ରଥମ ଫଳ; ପୁଣି, ମହିମାରେ ପ୍ରଧାନ ଓ ପରାକ୍ରମରେ ପ୍ରଧାନ।
ראובן בכרי אתה כחי וראשית אוני--יתר שאת ויתר עז
4 ତୁମ୍ଭେ ଉଚ୍ଛଳିତ ଜଳ ତୁଲ୍ୟ, ତୁମ୍ଭର ପ୍ରଧାନତା ରହିବ ନାହିଁ; କାରଣ ତୁମ୍ଭେ ଆପଣା ପିତୃଶଯ୍ୟାକୁ ଗମନ କଲ; ତେବେ ତାହା ଅଶୁଚି କଲ; ସେ ମୋହର ଶଯ୍ୟାକୁ ଗଲା।
פחז כמים אל תותר כי עלית משכבי אביך אז חללת יצועי עלה
5 ଶିମୀୟୋନ ଓ ଲେବୀ ଦୁଇ ସହୋଦର; ସେମାନଙ୍କ ଖଡ୍ଗ ଦୌରାତ୍ମ୍ୟର ଅସ୍ତ୍ର।
שמעון ולוי אחים--כלי חמס מכרתיהם
6 ହେ ମୋହର ପ୍ରାଣ, ସେମାନଙ୍କ ଗୁପ୍ତ ମନ୍ତ୍ରଣାରେ ପ୍ରବେଶ କର ନାହିଁ; ହେ ମୋହର ଗୌରବ, ତୁମ୍ଭେ ସେମାନଙ୍କ ସଭାରେ ମିଳିତ ହୁଅ ନାହିଁ; କାରଣ ସେମାନେ କ୍ରୋଧରେ ନରହତ୍ୟା କଲେ ଓ ସ୍ୱେଚ୍ଛାଚାରିତାରେ ବଳଦଗୁଡ଼ିକର ଲାଙ୍ଗୁଡ଼ କାଟିଲେ।
בסדם אל תבא נפשי בקהלם אל תחד כבדי כי באפם הרגו איש וברצנם עקרו שור
7 ସେମାନଙ୍କ କ୍ରୋଧ ଅଭିଶପ୍ତ ହେଉ, କାରଣ ତାହା ପ୍ରଚଣ୍ଡ ଥିଲା; ସେମାନଙ୍କ କୋପ ଅଭିଶପ୍ତ ହେଉ, କାରଣ ତାହା ନିଷ୍ଠୁର ଥିଲା; ମୁଁ ଯାକୁବ ମଧ୍ୟରେ ସେମାନଙ୍କୁ ବିଭାଗ କରିବି ଓ ଇସ୍ରାଏଲ ମଧ୍ୟରେ ଛିନ୍ନଭିନ୍ନ କରିବି।
ארור אפם כי עז ועברתם כי קשתה אחלקם ביעקב ואפיצם בישראל
8 ହେ ଯିହୁଦା, ତୁମ୍ଭର ଭାଇମାନେ ତୁମ୍ଭକୁ ପ୍ରଶଂସା କରିବେ; ତୁମ୍ଭର ହସ୍ତ ତୁମ୍ଭ ଶତ୍ରୁଗଣର ଗଳା ଉପରେ ରହିବ; ତୁମ୍ଭର ପିତୃସନ୍ତାନମାନେ ତୁମ୍ଭକୁ ପ୍ରଣାମ କରିବେ।
יהודה אתה יודוך אחיך--ידך בערף איביך ישתחוו לך בני אביך
9 ଯିହୁଦା ସିଂହଶାବକ; ହେ ପୁତ୍ର, ତୁମ୍ଭେ ମୃଗ ବିଦାରଣରୁ ଉଠି ଆସିଲ; ସେ ନଇଁ ପଡ଼ିଲା, ସେ ସିଂହ ଓ ସିଂହୀର ନ୍ୟାୟ ଶୟନ କଲା, କିଏ ତାହାକୁ ଉଠାଇବ?
גור אריה יהודה מטרף בני עלית כרע רבץ כאריה וכלביא מי יקימנו
10 ଶୀଲୋର ଆଗମନ ପର୍ଯ୍ୟନ୍ତ ଯିହୁଦାଠାରୁ ରାଜଦଣ୍ଡ ଓ ତାହାର ଚରଣଦ୍ୱୟ ମଧ୍ୟରୁ ବିଚାରକର୍ତ୍ତାର ଯଷ୍ଟି ଯିବ ନାହିଁ; ତାହାଙ୍କ ନିକଟରେ ଲୋକମାନେ ଅଧୀନତା ସ୍ୱୀକାର କରିବେ।
לא יסור שבט מיהודה ומחקק מבין רגליו עד כי יבא שילה ולו יקהת עמים
11 ସେ ଦ୍ରାକ୍ଷାଲତା ନିକଟରେ ଆପଣା ବାଛରାକୁ ଓ ଉତ୍ତମ ଦ୍ରାକ୍ଷାଲତା ନିକଟରେ ଆପଣା ଗର୍ଦ୍ଦଭ ଶାବକକୁ ବାନ୍ଧିବ; ସେ ଦ୍ରାକ୍ଷାରସରେ ଆପଣା ଉତ୍ତରୀୟ ବସ୍ତ୍ର ଓ ଦ୍ରାକ୍ଷାରସରେ ଆପଣା ପରିଧେୟ ବସ୍ତ୍ର ଧୋଇବ।
אסרי לגפן עירה ולשרקה בני אתנו כבס ביין לבשו ובדם ענבים סותה
12 ତାହାର ଚକ୍ଷୁ ଦ୍ରାକ୍ଷାରସରେ ରକ୍ତବର୍ଣ୍ଣ ହେବ, ଦୁଗ୍ଧରେ ତାହାର ଦନ୍ତ ଶ୍ୱେତବର୍ଣ୍ଣ ହେବ।
חכלילי עינים מיין ולבן שנים מחלב
13 ସବୂଲୂନ ସମୁଦ୍ର ବନ୍ଦରରେ ବାସ କରିବ ଓ ସେ ଜାହାଜର ଆଶ୍ରିତ ବନ୍ଦର ହେବ; ପୁଣି, ସୀଦୋନ ପର୍ଯ୍ୟନ୍ତ ତାହାର ଅଧିକାରର ସୀମା ହେବ।
זבולן לחוף ימים ישכן והוא לחוף אנית וירכתו על צידן
14 ଇଷାଖର ବଳବାନ ଗର୍ଦ୍ଦଭ ସଦୃଶ, ସେ ମେଷ ଖୁଆଡ଼ ମଧ୍ୟରେ ଶୟନ କରେ;
יששכר חמר גרם--רבץ בין המשפתים
15 ସେ ବିଶ୍ରାମ-ସ୍ଥାନକୁ ଉତ୍ତମ ଓ ଦେଶକୁ ସୁରମ୍ୟ ଦେଖିଲା; ଏଣୁ ସେ ଭାର ବହିବା ପାଇଁ ସ୍କନ୍ଧ ନତ କଲା, ବେଠିକର୍ମ କରିବାକୁ ଦାସ ହେଲା।
וירא מנחה כי טוב ואת הארץ כי נעמה ויט שכמו לסבל ויהי למס עבד
16 ଦାନ୍ ଇସ୍ରାଏଲର ଅନ୍ୟାନ୍ୟ ବଂଶ ତୁଲ୍ୟ ହୋଇ ଆପଣା ଲୋକମାନଙ୍କର ବିଚାର କରିବ।
דן ידין עמו--כאחד שבטי ישראל
17 ଦାନ୍ ପଥସ୍ଥିତ ସର୍ପ ତୁଲ୍ୟ ଓ ମାର୍ଗସ୍ଥିତ ଫଣି ତୁଲ୍ୟ; ଯେ ଘୋଟକର ପାଦ ଦଂଶନ କଲେ ତଦାରୂଢ଼ ବ୍ୟକ୍ତି ପଶ୍ଚାତ୍‍ ପଡ଼ିଯାଏ।
יהי דן נחש עלי דרך שפיפן עלי ארח--הנשך עקבי סוס ויפל רכבו אחור
18 ହେ ସଦାପ୍ରଭୋ, ମୁଁ ତୁମ୍ଭ ପରିତ୍ରାଣର ଅପେକ୍ଷାରେ ଅଛି।
לישועתך קויתי יהוה
19 ସୈନ୍ୟଦଳ ଗାଦ୍‍କୁ ଆକ୍ରମଣ କରିବେ; ମାତ୍ର ସେ ପଶ୍ଚାତ୍‍ ସେମାନଙ୍କୁ ଆକ୍ରମଣ କରିବ।
גד גדוד יגודנו והוא יגד עקב
20 ଆଶେରଠାରୁ ଅତ୍ୟୁତ୍ତମ ଖାଦ୍ୟ ଉତ୍ପନ୍ନ ହେବ; ସେ ରାଜକୀୟ ଭକ୍ଷ୍ୟ ଯୋଗାଇବ।
מאשר שמנה לחמו והוא יתן מעדני מלך
21 ନପ୍ତାଲି ଦୀର୍ଘାଙ୍ଗୀ ହରିଣୀ ସ୍ୱରୂପ, ସେ ମନୋହର ବାକ୍ୟ କହିବ।
נפתלי אילה שלחה--הנתן אמרי שפר
22 ଯୋଷେଫ ଫଳଦାୟୀ ବୃକ୍ଷର ପଲ୍ଲବ, ସେ ନିର୍ଝର ନିକଟସ୍ଥ ଫଳଦାୟୀ ବୃକ୍ଷର ପଲ୍ଲବ ସ୍ୱରୂପ; ତାହାର ଶାଖା ସକଳ ପ୍ରାଚୀର ଅତିକ୍ରମ କରେ।
בן פרת יוסף בן פרת עלי עין בנות צעדה עלי שור
23 ଧନୁର୍ଦ୍ଧରମାନେ ତାହାକୁ ଅତିଶୟ କ୍ଳେଶ ଦେଇଅଛନ୍ତି, ପୁଣି, ତାକୁ ତୀର ବିନ୍ଧି ତାଡ଼ନା କରିଅଛନ୍ତି,
וימררהו ורבו וישטמהו בעלי חצים
24 ମାତ୍ର ତାହାର ଧନୁ ଦୃଢ଼ ହୋଇ ରହିଲା, ପୁଣି, ଯେ ଯାକୁବର ବଳଦାତା (ତହିଁ ସକାଶୁ ଇସ୍ରାଏଲର ପାଳକ ଓ ଶୈଳ ବୋଲି ବିଖ୍ୟାତ),
ותשב באיתן קשתו ויפזו זרעי ידיו מידי אביר יעקב משם רעה אבן ישראל
25 ଅର୍ଥାତ୍‍, ପୈତୃକ ପରମେଶ୍ୱର, ଯେ ତୁମ୍ଭର ଉପକାର କରିବେ ଓ ସର୍ବଶକ୍ତିମାନ, ଯେ ଉପରିସ୍ଥ ଆକାଶରୁ ମଙ୍ଗଳ, ଅଧଃସ୍ଥାନରେ ବିସ୍ତୀର୍ଣ୍ଣ ବାରିଧିରୁ ମଙ୍ଗଳ, ସ୍ତନ ଓ ଗର୍ଭରୁ ମଙ୍ଗଳ ଦେଇ ତୁମ୍ଭକୁ ଆଶୀର୍ବାଦ କରିବେ, ତାହାଙ୍କ ଦ୍ୱାରା ତାହାର ହସ୍ତର ବାହୁ ବଳବାନ ହେଲା।
מאל אביך ויעזרך ואת שדי ויברכך ברכת שמים מעל ברכת תהום רבצת תחת ברכת שדים ורחם
26 ମୋହର ପୂର୍ବପୁରୁଷମାନଙ୍କ ଆଶୀର୍ବାଦଠାରୁ ତୁମ୍ଭ ପିତାଙ୍କର ଆଶୀର୍ବାଦ ଅଧିକ; ତାହା ଚିରସ୍ଥାୟୀ ପର୍ବତର ସୀମା ପର୍ଯ୍ୟନ୍ତ ବ୍ୟାପ୍ତ ହେବ; ତାହା ଯୋଷେଫର ମସ୍ତକରେ, ଅର୍ଥାତ୍‍, ଆପଣା ଭ୍ରାତୃଗଣଠାରୁ ପୃଥକ କୃତ ବ୍ୟକ୍ତିର ମସ୍ତକାଗ୍ରରେ ବର୍ତ୍ତିବ।
ברכת אביך גברו על ברכת הורי עד תאות גבעת עולם תהיין לראש יוסף ולקדקד נזיר אחיו
27 ବିନ୍ୟାମୀନ୍ ବିଦାରକ କେନ୍ଦୁଆ ତୁଲ୍ୟ; ପ୍ରାତଃକାଳରେ ସେ ମୃଗ ଭକ୍ଷଣ ଓ ସନ୍ଧ୍ୟାକାଳରେ ଶିକାର ବଣ୍ଟନ କରିବ।”
בנימין זאב יטרף בבקר יאכל עד ולערב יחלק שלל
28 ଏମାନେ ଇସ୍ରାଏଲଙ୍କର ଦ୍ୱାଦଶ ବଂଶ; ଏମାନଙ୍କ ପିତା ଆଶୀର୍ବାଦ କରିବା ବେଳେ ଏହି କଥା କହି ଏମାନଙ୍କର ପ୍ରତି ଜଣକୁ ବିଶେଷ ବିଶେଷ ଆଶୀର୍ବାଦ କଲେ।
כל אלה שבטי ישראל שנים עשר וזאת אשר דבר להם אביהם ויברך אותם--איש אשר כברכתו ברך אתם
29 ଏଥିଉତ୍ତାରେ ଯାକୁବ ସେମାନଙ୍କୁ ଆଦେଶ ଦେଇ କହିଲେ, “ମୁଁ ଆପଣା ଲୋକଙ୍କ ସଙ୍ଗେ ସଂଗୃହୀତ ହେବାକୁ ଉଦ୍ୟତ।
ויצו אותם ויאמר אלהם אני נאסף אל עמי--קברו אתי אל אבתי אל המערה--אשר בשדה עפרון החתי
30 ଏହେତୁ ଅବ୍ରହାମ କବର ସ୍ଥାନର ଅଧିକାର ନିମନ୍ତେ କିଣାନ ଦେଶରେ ମମ୍ରିର ସମ୍ମୁଖସ୍ଥ ଯେଉଁ ମକ୍‍ପେଲାର କ୍ଷେତ୍ର ହିତ୍ତୀୟ ଇଫ୍ରୋଣଠାରୁ କିଣିଥିଲେ, ସେହି ହିତ୍ତୀୟ ଇଫ୍ରୋଣର କ୍ଷେତ୍ରସ୍ଥିତ ଗୁହାରେ ମୋହର ପୂର୍ବପୁରୁଷମାନଙ୍କ ନିକଟରେ ମୋତେ କବର ଦେବ।
במערה אשר בשדה המכפלה אשר על פני ממרא--בארץ כנען אשר קנה אברהם את השדה מאת עפרן החתי--לאחזת קבר
31 ସେହି ସ୍ଥାନରେ ଅବ୍ରହାମଙ୍କର ଓ ତାଙ୍କର ଭାର୍ଯ୍ୟା ସାରାର କବର ହୋଇଅଛି, ପୁଣି, ସେହି ସ୍ଥାନରେ ଇସ୍‌ହାକଙ୍କର ଓ ତାଙ୍କର ଭାର୍ଯ୍ୟା ରିବିକାର କବର ହୋଇଅଛି, ପୁଣି, ସେହି ସ୍ଥାନରେ ମୁଁ ମଧ୍ୟ ଲେୟାକୁ କବର ଦେଇଅଛି;
שמה קברו את אברהם ואת שרה אשתו שמה קברו את יצחק ואת רבקה אשתו ושמה קברתי את לאה
32 ସେହି କ୍ଷେତ୍ର ଓ ତନ୍ମଧ୍ୟସ୍ଥିତ ଗୁହା ହିତ୍ତୀୟ ସନ୍ତାନମାନଙ୍କଠାରୁ କିଣା ହୋଇଅଛି।”
מקנה השדה והמערה אשר בו מאת בני חת
33 ଏହିରୂପେ ଯାକୁବ ଆପଣା ପୁତ୍ରମାନଙ୍କୁ ଆଜ୍ଞା ଦେବାର ସମାପ୍ତ କଲା ଉତ୍ତାରେ ଶଯ୍ୟାରେ ଦୁଇ ପାଦ ଏକତ୍ର କରି ପ୍ରାଣତ୍ୟାଗ କଲେ ଓ ଆପଣା ଲୋକମାନଙ୍କ ନିକଟରେ ସଂଗୃହୀତ ହେଲେ।
ויכל יעקב לצות את בניו ויאסף רגליו אל המטה ויגוע ויאסף אל עמיו

< ମୋଶାଙ୍କ ଲିଖିତ ପ୍ରଥମ ପୁସ୍ତକ 49 >