< ମୋଶାଙ୍କ ଲିଖିତ ପ୍ରଥମ ପୁସ୍ତକ 49 >
1 ଏଥିଉତ୍ତାରେ ଯାକୁବ ଆପଣା ପୁତ୍ରମାନଙ୍କୁ ଡାକି କହିଲେ, “ତୁମ୍ଭେମାନେ ଏକତ୍ର ହୁଅ; ଶେଷ କାଳରେ ତୁମ୍ଭମାନଙ୍କ ପ୍ରତି ଯାହା ଘଟିବ, ତାହା ତୁମ୍ଭମାନଙ୍କୁ କହୁଅଛି।
AND Jacob called unto his sons, and said, Gather yourselves together, that I may tell you that which shall befall you in the last days.
2 ହେ ଯାକୁବର ପୁତ୍ରଗଣ, ଏକତ୍ର ହୋଇ ଶୁଣ ଓ ତୁମ୍ଭମାନଙ୍କ ପିତା ଇସ୍ରାଏଲର ବାକ୍ୟ ଶୁଣ।
Gather yourselves together, and hear, ye sons of Jacob; and hearken unto Israel your father.
3 ହେ ରୁବେନ୍, ତୁମ୍ଭେ ମୋହର ପ୍ରଥମଜାତ (ପୁତ୍ର), ମୋହର ବଳ ଓ ମୋʼ ଶକ୍ତିର ପ୍ରଥମ ଫଳ; ପୁଣି, ମହିମାରେ ପ୍ରଧାନ ଓ ପରାକ୍ରମରେ ପ୍ରଧାନ।
Reuben, thou art my firstborn, my might, and the beginning of my strength, the excellency of dignity, and the excellency of power:
4 ତୁମ୍ଭେ ଉଚ୍ଛଳିତ ଜଳ ତୁଲ୍ୟ, ତୁମ୍ଭର ପ୍ରଧାନତା ରହିବ ନାହିଁ; କାରଣ ତୁମ୍ଭେ ଆପଣା ପିତୃଶଯ୍ୟାକୁ ଗମନ କଲ; ତେବେ ତାହା ଅଶୁଚି କଲ; ସେ ମୋହର ଶଯ୍ୟାକୁ ଗଲା।
Unstable as water, thou shalt not excel; because thou wentest up to thy father’s bed; then defiledst thou it: he went up to my couch.
5 ଶିମୀୟୋନ ଓ ଲେବୀ ଦୁଇ ସହୋଦର; ସେମାନଙ୍କ ଖଡ୍ଗ ଦୌରାତ୍ମ୍ୟର ଅସ୍ତ୍ର।
Simeon and Levi are brethren; instruments of cruelty are in their habitations.
6 ହେ ମୋହର ପ୍ରାଣ, ସେମାନଙ୍କ ଗୁପ୍ତ ମନ୍ତ୍ରଣାରେ ପ୍ରବେଶ କର ନାହିଁ; ହେ ମୋହର ଗୌରବ, ତୁମ୍ଭେ ସେମାନଙ୍କ ସଭାରେ ମିଳିତ ହୁଅ ନାହିଁ; କାରଣ ସେମାନେ କ୍ରୋଧରେ ନରହତ୍ୟା କଲେ ଓ ସ୍ୱେଚ୍ଛାଚାରିତାରେ ବଳଦଗୁଡ଼ିକର ଲାଙ୍ଗୁଡ଼ କାଟିଲେ।
O my soul, come not thou into their secret; unto their assembly, mine honour, be not thou united: for in their anger they slew a man, and in their selfwill they digged down a wall.
7 ସେମାନଙ୍କ କ୍ରୋଧ ଅଭିଶପ୍ତ ହେଉ, କାରଣ ତାହା ପ୍ରଚଣ୍ଡ ଥିଲା; ସେମାନଙ୍କ କୋପ ଅଭିଶପ୍ତ ହେଉ, କାରଣ ତାହା ନିଷ୍ଠୁର ଥିଲା; ମୁଁ ଯାକୁବ ମଧ୍ୟରେ ସେମାନଙ୍କୁ ବିଭାଗ କରିବି ଓ ଇସ୍ରାଏଲ ମଧ୍ୟରେ ଛିନ୍ନଭିନ୍ନ କରିବି।
Cursed be their anger, for it was fierce; and their wrath, for it was cruel: I will divide them in Jacob, and scatter them in Israel.
8 ହେ ଯିହୁଦା, ତୁମ୍ଭର ଭାଇମାନେ ତୁମ୍ଭକୁ ପ୍ରଶଂସା କରିବେ; ତୁମ୍ଭର ହସ୍ତ ତୁମ୍ଭ ଶତ୍ରୁଗଣର ଗଳା ଉପରେ ରହିବ; ତୁମ୍ଭର ପିତୃସନ୍ତାନମାନେ ତୁମ୍ଭକୁ ପ୍ରଣାମ କରିବେ।
Judah, thou art he whom thy brethren shall praise: thy hand shall be in the neck of thine enemies; thy father’s children shall bow down before thee.
9 ଯିହୁଦା ସିଂହଶାବକ; ହେ ପୁତ୍ର, ତୁମ୍ଭେ ମୃଗ ବିଦାରଣରୁ ଉଠି ଆସିଲ; ସେ ନଇଁ ପଡ଼ିଲା, ସେ ସିଂହ ଓ ସିଂହୀର ନ୍ୟାୟ ଶୟନ କଲା, କିଏ ତାହାକୁ ଉଠାଇବ?
Judah is a lion’s whelp: from the prey, my son, thou art gone up: he stooped down, he couched as a lion, and as an old lion; who shall rouse him up?
10 ଶୀଲୋର ଆଗମନ ପର୍ଯ୍ୟନ୍ତ ଯିହୁଦାଠାରୁ ରାଜଦଣ୍ଡ ଓ ତାହାର ଚରଣଦ୍ୱୟ ମଧ୍ୟରୁ ବିଚାରକର୍ତ୍ତାର ଯଷ୍ଟି ଯିବ ନାହିଁ; ତାହାଙ୍କ ନିକଟରେ ଲୋକମାନେ ଅଧୀନତା ସ୍ୱୀକାର କରିବେ।
The sceptre shall not depart from Judah, nor a lawgiver from between his feet, until Shiloh come; and unto him shall the gathering of the people be.
11 ସେ ଦ୍ରାକ୍ଷାଲତା ନିକଟରେ ଆପଣା ବାଛରାକୁ ଓ ଉତ୍ତମ ଦ୍ରାକ୍ଷାଲତା ନିକଟରେ ଆପଣା ଗର୍ଦ୍ଦଭ ଶାବକକୁ ବାନ୍ଧିବ; ସେ ଦ୍ରାକ୍ଷାରସରେ ଆପଣା ଉତ୍ତରୀୟ ବସ୍ତ୍ର ଓ ଦ୍ରାକ୍ଷାରସରେ ଆପଣା ପରିଧେୟ ବସ୍ତ୍ର ଧୋଇବ।
Binding his foal unto the vine, and his ass’s colt unto the choice vine; he washed his garments in wine, and his clothes in the blood of grapes:
12 ତାହାର ଚକ୍ଷୁ ଦ୍ରାକ୍ଷାରସରେ ରକ୍ତବର୍ଣ୍ଣ ହେବ, ଦୁଗ୍ଧରେ ତାହାର ଦନ୍ତ ଶ୍ୱେତବର୍ଣ୍ଣ ହେବ।
His eyes shall be red with wine, and his teeth white with milk.
13 ସବୂଲୂନ ସମୁଦ୍ର ବନ୍ଦରରେ ବାସ କରିବ ଓ ସେ ଜାହାଜର ଆଶ୍ରିତ ବନ୍ଦର ହେବ; ପୁଣି, ସୀଦୋନ ପର୍ଯ୍ୟନ୍ତ ତାହାର ଅଧିକାରର ସୀମା ହେବ।
Zebulun shall dwell at the haven of the sea; and he shall be for an haven of ships; and his border shall be unto Zidon.
14 ଇଷାଖର ବଳବାନ ଗର୍ଦ୍ଦଭ ସଦୃଶ, ସେ ମେଷ ଖୁଆଡ଼ ମଧ୍ୟରେ ଶୟନ କରେ;
Issachar is a strong ass couching down between two burdens:
15 ସେ ବିଶ୍ରାମ-ସ୍ଥାନକୁ ଉତ୍ତମ ଓ ଦେଶକୁ ସୁରମ୍ୟ ଦେଖିଲା; ଏଣୁ ସେ ଭାର ବହିବା ପାଇଁ ସ୍କନ୍ଧ ନତ କଲା, ବେଠିକର୍ମ କରିବାକୁ ଦାସ ହେଲା।
And he saw that rest was good, and the land that it was pleasant; and bowed his shoulder to bear, and became a servant unto tribute.
16 ଦାନ୍ ଇସ୍ରାଏଲର ଅନ୍ୟାନ୍ୟ ବଂଶ ତୁଲ୍ୟ ହୋଇ ଆପଣା ଲୋକମାନଙ୍କର ବିଚାର କରିବ।
Dan shall judge his people, as one of the tribes of Israel.
17 ଦାନ୍ ପଥସ୍ଥିତ ସର୍ପ ତୁଲ୍ୟ ଓ ମାର୍ଗସ୍ଥିତ ଫଣି ତୁଲ୍ୟ; ଯେ ଘୋଟକର ପାଦ ଦଂଶନ କଲେ ତଦାରୂଢ଼ ବ୍ୟକ୍ତି ପଶ୍ଚାତ୍ ପଡ଼ିଯାଏ।
Dan shall be a serpent by the way, an adder in the path, that biteth the horse heels, so that his rider shall fall backward.
18 ହେ ସଦାପ୍ରଭୋ, ମୁଁ ତୁମ୍ଭ ପରିତ୍ରାଣର ଅପେକ୍ଷାରେ ଅଛି।
I have waited for thy salvation, O Lord.
19 ସୈନ୍ୟଦଳ ଗାଦ୍କୁ ଆକ୍ରମଣ କରିବେ; ମାତ୍ର ସେ ପଶ୍ଚାତ୍ ସେମାନଙ୍କୁ ଆକ୍ରମଣ କରିବ।
Gad, a troop shall overcome him: but he shall overcome at the last.
20 ଆଶେରଠାରୁ ଅତ୍ୟୁତ୍ତମ ଖାଦ୍ୟ ଉତ୍ପନ୍ନ ହେବ; ସେ ରାଜକୀୟ ଭକ୍ଷ୍ୟ ଯୋଗାଇବ।
Out of Asher his bread shall be fat, and he shall yield royal dainties.
21 ନପ୍ତାଲି ଦୀର୍ଘାଙ୍ଗୀ ହରିଣୀ ସ୍ୱରୂପ, ସେ ମନୋହର ବାକ୍ୟ କହିବ।
Naphtali is a hind let loose: he giveth goodly words.
22 ଯୋଷେଫ ଫଳଦାୟୀ ବୃକ୍ଷର ପଲ୍ଲବ, ସେ ନିର୍ଝର ନିକଟସ୍ଥ ଫଳଦାୟୀ ବୃକ୍ଷର ପଲ୍ଲବ ସ୍ୱରୂପ; ତାହାର ଶାଖା ସକଳ ପ୍ରାଚୀର ଅତିକ୍ରମ କରେ।
Joseph is a fruitful bough, even a fruitful bough by a well; whose branches run over the wall:
23 ଧନୁର୍ଦ୍ଧରମାନେ ତାହାକୁ ଅତିଶୟ କ୍ଳେଶ ଦେଇଅଛନ୍ତି, ପୁଣି, ତାକୁ ତୀର ବିନ୍ଧି ତାଡ଼ନା କରିଅଛନ୍ତି,
The archers have sorely grieved him, and shot at him, and hated him:
24 ମାତ୍ର ତାହାର ଧନୁ ଦୃଢ଼ ହୋଇ ରହିଲା, ପୁଣି, ଯେ ଯାକୁବର ବଳଦାତା (ତହିଁ ସକାଶୁ ଇସ୍ରାଏଲର ପାଳକ ଓ ଶୈଳ ବୋଲି ବିଖ୍ୟାତ),
But his bow abode in strength, and the arms of his hands were made strong by the hands of the mighty God of Jacob; (from thence is the shepherd, the stone of Israel: )
25 ଅର୍ଥାତ୍, ପୈତୃକ ପରମେଶ୍ୱର, ଯେ ତୁମ୍ଭର ଉପକାର କରିବେ ଓ ସର୍ବଶକ୍ତିମାନ, ଯେ ଉପରିସ୍ଥ ଆକାଶରୁ ମଙ୍ଗଳ, ଅଧଃସ୍ଥାନରେ ବିସ୍ତୀର୍ଣ୍ଣ ବାରିଧିରୁ ମଙ୍ଗଳ, ସ୍ତନ ଓ ଗର୍ଭରୁ ମଙ୍ଗଳ ଦେଇ ତୁମ୍ଭକୁ ଆଶୀର୍ବାଦ କରିବେ, ତାହାଙ୍କ ଦ୍ୱାରା ତାହାର ହସ୍ତର ବାହୁ ବଳବାନ ହେଲା।
Even by the God of thy father, who shall help thee; and by the Almighty, who shall bless thee with blessings of heaven above, blessings of the deep that lieth under, blessings of the breasts, and of the womb:
26 ମୋହର ପୂର୍ବପୁରୁଷମାନଙ୍କ ଆଶୀର୍ବାଦଠାରୁ ତୁମ୍ଭ ପିତାଙ୍କର ଆଶୀର୍ବାଦ ଅଧିକ; ତାହା ଚିରସ୍ଥାୟୀ ପର୍ବତର ସୀମା ପର୍ଯ୍ୟନ୍ତ ବ୍ୟାପ୍ତ ହେବ; ତାହା ଯୋଷେଫର ମସ୍ତକରେ, ଅର୍ଥାତ୍, ଆପଣା ଭ୍ରାତୃଗଣଠାରୁ ପୃଥକ କୃତ ବ୍ୟକ୍ତିର ମସ୍ତକାଗ୍ରରେ ବର୍ତ୍ତିବ।
The blessings of thy father have prevailed above the blessings of my progenitors unto the utmost bound of the everlasting hills: they shall be on the head of Joseph, and on the crown of the head of him that was separate from his brethren.
27 ବିନ୍ୟାମୀନ୍ ବିଦାରକ କେନ୍ଦୁଆ ତୁଲ୍ୟ; ପ୍ରାତଃକାଳରେ ସେ ମୃଗ ଭକ୍ଷଣ ଓ ସନ୍ଧ୍ୟାକାଳରେ ଶିକାର ବଣ୍ଟନ କରିବ।”
Benjamin shall ravin as a wolf: in the morning he shall devour the prey, and at night he shall divide the spoil.
28 ଏମାନେ ଇସ୍ରାଏଲଙ୍କର ଦ୍ୱାଦଶ ବଂଶ; ଏମାନଙ୍କ ପିତା ଆଶୀର୍ବାଦ କରିବା ବେଳେ ଏହି କଥା କହି ଏମାନଙ୍କର ପ୍ରତି ଜଣକୁ ବିଶେଷ ବିଶେଷ ଆଶୀର୍ବାଦ କଲେ।
All these are the twelve tribes of Israel: and this is it that their father spake unto them, and blessed them; every one according to his blessing he blessed them.
29 ଏଥିଉତ୍ତାରେ ଯାକୁବ ସେମାନଙ୍କୁ ଆଦେଶ ଦେଇ କହିଲେ, “ମୁଁ ଆପଣା ଲୋକଙ୍କ ସଙ୍ଗେ ସଂଗୃହୀତ ହେବାକୁ ଉଦ୍ୟତ।
And he charged them, and said unto them, I am to be gathered unto my people: bury me with my fathers in the cave that is in the field of Ephron the Hittite,
30 ଏହେତୁ ଅବ୍ରହାମ କବର ସ୍ଥାନର ଅଧିକାର ନିମନ୍ତେ କିଣାନ ଦେଶରେ ମମ୍ରିର ସମ୍ମୁଖସ୍ଥ ଯେଉଁ ମକ୍ପେଲାର କ୍ଷେତ୍ର ହିତ୍ତୀୟ ଇଫ୍ରୋଣଠାରୁ କିଣିଥିଲେ, ସେହି ହିତ୍ତୀୟ ଇଫ୍ରୋଣର କ୍ଷେତ୍ରସ୍ଥିତ ଗୁହାରେ ମୋହର ପୂର୍ବପୁରୁଷମାନଙ୍କ ନିକଟରେ ମୋତେ କବର ଦେବ।
In the cave that is in the field of Machpelah, which is before Mamre, in the land of Canaan, which Abraham bought with the field of Ephron the Hittite for a possession of a buryingplace.
31 ସେହି ସ୍ଥାନରେ ଅବ୍ରହାମଙ୍କର ଓ ତାଙ୍କର ଭାର୍ଯ୍ୟା ସାରାର କବର ହୋଇଅଛି, ପୁଣି, ସେହି ସ୍ଥାନରେ ଇସ୍ହାକଙ୍କର ଓ ତାଙ୍କର ଭାର୍ଯ୍ୟା ରିବିକାର କବର ହୋଇଅଛି, ପୁଣି, ସେହି ସ୍ଥାନରେ ମୁଁ ମଧ୍ୟ ଲେୟାକୁ କବର ଦେଇଅଛି;
There they buried Abraham and Sarah his wife; there they buried Isaac and Rebekah his wife; and there I buried Leah.
32 ସେହି କ୍ଷେତ୍ର ଓ ତନ୍ମଧ୍ୟସ୍ଥିତ ଗୁହା ହିତ୍ତୀୟ ସନ୍ତାନମାନଙ୍କଠାରୁ କିଣା ହୋଇଅଛି।”
The purchase of the field and of the cave that is therein was from the children of Heth.
33 ଏହିରୂପେ ଯାକୁବ ଆପଣା ପୁତ୍ରମାନଙ୍କୁ ଆଜ୍ଞା ଦେବାର ସମାପ୍ତ କଲା ଉତ୍ତାରେ ଶଯ୍ୟାରେ ଦୁଇ ପାଦ ଏକତ୍ର କରି ପ୍ରାଣତ୍ୟାଗ କଲେ ଓ ଆପଣା ଲୋକମାନଙ୍କ ନିକଟରେ ସଂଗୃହୀତ ହେଲେ।
And when Jacob had made an end of commanding his sons, he gathered up his feet into the bed, and yielded up the ghost, and was gathered unto his people.