< ମୋଶାଙ୍କ ଲିଖିତ ପ୍ରଥମ ପୁସ୍ତକ 46 >

1 ଏଥିଉତ୍ତାରେ ଇସ୍ରାଏଲ ଆପଣା ସର୍ବସ୍ୱ ଘେନି ଯାତ୍ରା କଲେ, ପୁଣି, ବେର୍‍ଶେବାରେ ଓହ୍ଲାଇ ସେଠାରେ ଆପଣା ପିତା ଇସ୍‌ହାକଙ୍କର ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ବଳିଦାନ କଲେ।
Hivyo Israeli akaondoka na vyote vilivyokuwa mali yake, naye alipofika Beer-Sheba, akamtolea dhabihu Mungu wa Isaki baba yake.
2 ତହିଁରେ ପରମେଶ୍ୱର ଇସ୍ରାଏଲଙ୍କୁ ରାତିରେ ଦର୍ଶନ ଦେଇ କହିଲେ, “ହେ ଯାକୁବ, ହେ ଯାକୁବ।” ତହିଁରେ ସେ ଉତ୍ତର କଲେ, “ଦେଖନ୍ତୁ, ମୁଁ ଉପସ୍ଥିତ ଅଛି।”
Mungu akanena na Israeli katika maono usiku na kusema, “Yakobo! Yakobo!” Akajibu, “Mimi hapa.”
3 ସେତେବେଳେ ସେ କହିଲେ, “ଆମ୍ଭେ ପରମେଶ୍ୱର, ତୁମ୍ଭ ପିତାଙ୍କର ପରମେଶ୍ୱର; ତୁମ୍ଭେ ମିସରକୁ ଯିବା ପାଇଁ ଭୟ କର ନାହିଁ; ଯେହେତୁ ଆମ୍ଭେ ସେଠାରେ ତୁମ୍ଭକୁ ଏକ ବୃହତ ଗୋଷ୍ଠୀ କରିବା।
Mungu akamwambia, “Mimi ndimi Mungu wa baba yako, usiogope kushuka Misri, kwa maana huko nitakufanya taifa kubwa.
4 ଆମ୍ଭେ ତୁମ୍ଭ ସଙ୍ଗରେ ମିସର ଦେଶକୁ ଯିବା; ପୁଣି, ଆମ୍ଭେ ମଧ୍ୟ ସେଠାରୁ ତୁମ୍ଭକୁ ନିଶ୍ଚୟ ବାହୁଡ଼ାଇ ଆଣିବା, ପୁଣି, ଯୋଷେଫ ନିଜ ହସ୍ତରେ ତୁମ୍ଭର ଚକ୍ଷୁ ମୁଦ୍ରିତ କରିବ।”
Nitashuka Misri pamoja nawe, nami hakika nitakurudisha tena Kanaani. Mikono ya Yosefu mwenyewe ndiyo itakayofunga macho yako.”
5 ଏଥିଉତ୍ତାରେ ଯାକୁବ ବେର୍‍ଶେବାଠାରୁ ଯାତ୍ରା କଲେ; ପୁଣି, ତାଙ୍କୁ ନେବା ନିମନ୍ତେ ଫାରୋ ଯେଉଁ ଶଗଡ଼ ପଠାଇଥିଲେ, ତହିଁରେ ଇସ୍ରାଏଲର ପୁତ୍ରଗଣ ଆପଣାମାନଙ୍କ ପିତା ଯାକୁବଙ୍କୁ ଓ ବାଳକମାନଙ୍କୁ ଓ ଭାର୍ଯ୍ୟାମାନଙ୍କୁ ନେଇଗଲେ।
Ndipo Yakobo akaondoka Beer-Sheba nao wana wa Israeli wakamchukua baba yao Yakobo na watoto wao na wake zao katika magari ya kukokotwa yale Farao aliyokuwa amempelekea kumsafirisha.
6 ଏଉତ୍ତାରେ ସେମାନେ, ଅର୍ଥାତ୍‍, ଯାକୁବ ଓ ତାଙ୍କ ସମସ୍ତ ବଂଶ, ଆପଣାମାନଙ୍କ ପଶୁଗଣ ଓ କିଣାନ ଦେଶରେ ଉପାର୍ଜ୍ଜିତ ସମସ୍ତ ସମ୍ପତ୍ତି ଘେନି ମିସର ଦେଶରେ ପହଞ୍ଚିଲେ।
Wakachukua pia mifugo yao na mali walizokuwa wamezipata Kanaani, Yakobo na uzao wake wote wakashuka Misri.
7 ଏହି ପ୍ରକାରେ ଯାକୁବ ଆପଣା ପୁତ୍ରପୌତ୍ର, ପୁତ୍ରୀ ଓ ପୌତ୍ରୀ ସମସ୍ତ ପରିବାର ନେଇ ମିସର ଦେଶକୁ ଗଲେ।
Akawachukua wanawe na binti zake, wajukuu wake wa kiume na wa kike, yaani uzao wake wote mpaka Misri.
8 ମିସର ଦେଶକୁ ଆଗତ ଇସ୍ରାଏଲ ବଂଶ, ଅର୍ଥାତ୍‍, ଯାକୁବ ଓ ତାଙ୍କର ସନ୍ତାନମାନଙ୍କର ନାମ। ଯାକୁବଙ୍କର ଜ୍ୟେଷ୍ଠ ପୁତ୍ର ରୁବେନ୍‍।
Haya ndiyo majina ya wana wa Israeli (Yakobo na wazao wake), waliokwenda Misri: Reubeni mzaliwa wa kwanza wa Yakobo.
9 ରୁବେନ୍‍ର ପୁତ୍ର ହନୋକ, ପଲ୍ଲୁ, ହିଷ୍ରୋଣ ଓ କର୍ମି।
Wana wa Reubeni ni: Hanoki, Palu, Hesroni na Karmi.
10 ଶିମୀୟୋନର ପୁତ୍ର ଯିମୂୟେଲ, ଯାମୀନ୍‍, ଓହଦ୍‍, ଯାଖୀନ୍‍ ଓ ସୋହର ଓ ତାହାର କିଣାନୀୟା ସ୍ତ୍ରୀଠାରୁ ଜାତ ପୁତ୍ର ଶୌଲ।
Wana wa Simeoni ni: Yemueli, Yamini, Ohadi, Yakini, Sohari na Shauli mwana wa mwanamke Mkanaani.
11 ଲେବୀର ପୁତ୍ର ଗେର୍ଶୋନ‍, କହାତ ଓ ମରାରି।
Wana wa Lawi ni: Gershoni, Kohathi na Merari.
12 ଯିହୁଦାର ପୁତ୍ର ଏର, ଓନନ୍‍, ଶେଲା, ପେରସ ଓ ସେରହ; ମାତ୍ର ଏର ଓ ଓନନ୍‍ କିଣାନ ଦେଶରେ ମରିଥିଲେ। ପେରସର ପୁତ୍ର ହିଷ୍ରୋଣ ଓ ହାମୂଲ।
Wana wa Yuda ni: Eri, Onani, Shela, Peresi na Zera (lakini Eri na Onani walifariki katika nchi ya Kanaani). Wana wa Peresi ni: Hesroni na Hamuli.
13 ଇଷାଖରର ସନ୍ତାନ ତୋଲୟ, ପୂୟ, ଯୋବ ଓ ଶିମ୍ରୋଣ।
Wana wa Isakari ni: Tola, Puva, Yashubu na Shimroni.
14 ସବୂଲୂନର ପୁତ୍ର ସେରଦ, ଏଲୋନ୍‍ ଓ ଯହଲେଲ।
Wana wa Zabuloni ni: Seredi, Eloni na Yaleeli.
15 ଏମାନେ ଓ କନ୍ୟା ଦୀଣା ପଦ୍ଦନ୍‍ ଅରାମରେ ଯାକୁବଙ୍କଠାରୁ ଜାତ ଲେୟାର ସନ୍ତାନ। ଏମାନେ ପୁତ୍ର କନ୍ୟାରେ ତେତିଶ ପ୍ରାଣୀ ଥିଲେ।
Hawa ndio wana wa Lea aliomzalia Yakobo huko Padan-Aramu pamoja na binti yake Dina. Jumla ya wanawe na binti zake walikuwa thelathini na watatu.
16 ଗାଦ୍‍ର ପୁତ୍ର ସିଫୋନ୍‍, ହଗି, ଶୂନୀ, ଇଷବୋନ୍‍, ଏରି, ଅରୋଦି ଓ ଅରେଲୀ।
Wana wa Gadi ni: Sefoni, Hagi, Shuni, Esboni, Eri, Arodi na Areli.
17 ଆଶେରର ପୁତ୍ର ଯିମ୍ନା, ଯିଶ୍‍ବା, ଯିଶ୍‍ବି, ବରୀୟ ଓ ସେମାନଙ୍କ ଭଗିନୀ ସେରହ। ପୁଣି, ବରୀୟର ପୁତ୍ର ହେବର ଓ ମଲ୍‍କୀୟେଲ।
Wana wa Asheri ni: Imna, Ishva, Ishvi na Beria. Dada yao alikuwa Sera. Wana wa Beria ni: Heberi na Malkieli.
18 ଲାବନ ଆପଣା କନ୍ୟା ଲେୟାକୁ ସିଳ୍ପା ନାମ୍ନୀ ଯେଉଁ ଦାସୀ ଦେଇଥିଲା, ସେ ଯାକୁବଙ୍କର ଏହି ସନ୍ତାନମାନଙ୍କୁ ପ୍ରସବ କରିଥିଲା। ଏମାନେ ଷୋହଳ ଜଣ।
Hawa ndio watoto Zilpa aliomzalia Yakobo, ambao Labani alimpa binti yake Lea; jumla yao walikuwa kumi na sita.
19 ପୁଣି, ଯାକୁବଙ୍କ ଭାର୍ଯ୍ୟା ରାହେଲର ପୁତ୍ର ଯୋଷେଫ ଓ ବିନ୍ୟାମୀନ୍।
Wana wa Raheli mke wa Yakobo ni: Yosefu na Benyamini.
20 ଯୋଷେଫଙ୍କର ପୁତ୍ର ମନଃଶି ଓ ଇଫ୍ରୟିମ ମିସର ଦେଶରେ ଜନ୍ମିଥିଲେ; ଓନ୍‍ ନଗରସ୍ଥ ପୋଟୀଫେର ଯାଜକର ଆସନତ୍‍ ନାମ୍ନୀ କନ୍ୟା ସେମାନଙ୍କୁ ପ୍ରସବ କରିଥିଲା।
Huko Misri, Asenathi binti wa Potifera, aliyekuwa kuhani wa mji wa Oni, alimzalia Yosefu wana wawili, Manase na Efraimu.
21 ପୁଣି, ବିନ୍ୟାମୀନ୍‍ର ସନ୍ତାନ ବେଲା, ବେଖର, ଅସ୍‍ବେଲ, ଗେରା, ନାମାନ୍‍, ଏହୀ, ରୋଶ, ମୁପ୍ପୀମ, ହୁପ୍ପୀମ୍‍ ଓ ଅର୍ଦ।
Wana wa Benyamini ni: Bela, Bekeri, Ashbeli, Gera, Naamani, Ehi, Roshi, Mupimu, Hupimu na Ardi.
22 ଏହି ଚଉଦ ଜଣ ଯାକୁବଙ୍କଠାରୁ ଜାତ ରାହେଲର ସନ୍ତାନ।
Hawa ndio wana wa Raheli aliomzalia Yakobo; jumla yao ni kumi na wanne.
23 ଆଉ ଦାନ୍‍ର ପୁତ୍ର ହୂଶୀମ୍‍।
Mwana wa Dani ni: Hushimu.
24 ନପ୍ତାଲିର ପୁତ୍ର ଯହସୀୟେଲ, ଗୂନି, ଯେତ୍ସର ଓ ଶିଲ୍ଲେମ।
Wana wa Naftali ni: Yaseeli, Guni, Yeseri na Shilemu.
25 ଲାବନ ଆପଣା କନ୍ୟା ରାହେଲକୁ ବିଲ୍‌ହା ନାମ୍ନୀ ଯେଉଁ ଦାସୀ ଦେଇଥିଲା, ସେ ଯାକୁବଙ୍କର ଏହି ସନ୍ତାନମାନଙ୍କୁ ପ୍ରସବ କରିଥିଲା; ଏମାନେ ସର୍ବସୁଦ୍ଧା ସାତ ଜଣ।
Hawa walikuwa wana wa Bilha aliomzalia Yakobo, ambaye Labani alikuwa amempa Raheli binti yake; jumla yao walikuwa saba.
26 ଯାକୁବଙ୍କ କଟିରୁ ଉତ୍ପନ୍ନ ଯେଉଁ ପ୍ରାଣୀଗଣ ତାଙ୍କ ସଙ୍ଗରେ ମିସରରେ ଉପସ୍ଥିତ ହେଲେ, ଯାକୁବଙ୍କ ପୁତ୍ରବଧୂମାନଙ୍କ ଛଡ଼ା ସେମାନେ ସର୍ବସୁଦ୍ଧା ଛଅଷଠି ପ୍ରାଣୀ ଥିଲେ।
Wote waliokwenda Misri pamoja na Yakobo, waliokuwa wazao wake hasa pasipo kuhesabu wakwe zake, walikuwa watu sitini na sita.
27 ମିସରରେ ଯୋଷେଫଙ୍କର ଯେଉଁ ପୁତ୍ର ଜାତ ହୋଇଥିଲେ, ସେମାନେ ଦୁଇ ପ୍ରାଣୀ। ମିସରକୁ ଆଗତ ଯାକୁବଙ୍କର ପରିଜନ ସର୍ବସୁଦ୍ଧା ସତୁରି ଜଣ ଥିଲେ।
Pamoja na wana wawili waliozaliwa na Yosefu huko Misri, jumla yote ya jamaa ya Yakobo, waliokwenda Misri, walikuwa sabini.
28 ଏଥିଉତ୍ତାରେ ଯୋଷେଫ ଗୋଶନ ପ୍ରଦେଶକୁ ଯିବାର ପଥ ଯେପରି ଦେଖାଇବେ, ଏଥିପାଇଁ ଯାକୁବ ଆପଣା ଆଗେ ଯିହୁଦାକୁ ତାଙ୍କ ନିକଟକୁ ପଠାଇଲେ; ଏଉତ୍ତାରେ ସେମାନେ ଗୋଶନ ପ୍ରଦେଶରେ ଉତ୍ତରିଲେ।
Basi Yakobo akamtanguliza Yuda aende kwa Yosefu ili amwelekeze njia ya Gosheni. Walipofika nchi ya Gosheni,
29 ତହୁଁ ଯୋଷେଫ ଆପଣା ପିତା ଇସ୍ରାଏଲଙ୍କ ସଙ୍ଗେ ସାକ୍ଷାତ କରିବା ପାଇଁ ରଥ ସଜାଇ ଗୋଶନ ପ୍ରଦେଶକୁ ଗମନ କଲେ; ପୁଣି, ତାଙ୍କୁ ଦେଖା ଦେଇ ତାଙ୍କ ଗଳା ଧରି ବହୁତ ସମୟ ପର୍ଯ୍ୟନ୍ତ ରୋଦନ କଲେ।
gari kubwa zuri la Yosefu liliandaliwa, naye akaenda Gosheni kumlaki baba yake Israeli. Mara Yosefu alipofika mbele yake, alimkumbatia baba yake, akalia kwa muda mrefu.
30 ସେତେବେଳେ ଇସ୍ରାଏଲ ଯୋଷେଫଙ୍କୁ କହିଲେ, “ଏବେ ମୋହର ମରଣ ହେଉ, ମୁଁ ତୁମ୍ଭ ମୁଖ ଦେଖିଲି, ତୁମ୍ଭେ ତ ଆଜି ପର୍ଯ୍ୟନ୍ତ ବଞ୍ଚିଅଛ।”
Israeli akamwambia Yosefu, “Sasa niko tayari kufa, kwa kuwa nimejionea mwenyewe kwamba bado uko hai.”
31 ଏଥିଉତ୍ତାରେ ଯୋଷେଫ ଆପଣା ଭାଇମାନଙ୍କୁ ଓ ପିତୃପରିବାରକୁ କହିଲେ, “ମୁଁ ଯାଇ ଫାରୋଙ୍କୁ ସମ୍ବାଦ ଦେଇ କହିବି, ‘କିଣାନ ଦେଶରୁ ମୋହର ଭ୍ରାତୃଗଣ ଓ ପିତୃପରିବାର ମୋʼ ନିକଟକୁ ଆସିଅଛନ୍ତି।
Ndipo Yosefu akawaambia ndugu zake na watu wa nyumbani mwa baba yake, “Nitapanda kwa Farao na kumwambia, ‘Ndugu zangu na watu wa nyumbani mwa baba yangu, waliokuwa wakiishi katika nchi ya Kanaani, wamekuja kwangu.
32 ସେମାନେ ପଶୁପାଳକ ଓ ପଶୁ ବ୍ୟବସାୟୀ, ଏଣୁ ସେମାନେ ଆପଣାମାନଙ୍କ ଗୋମେଷାଦି ପଲ ପ୍ରଭୃତି ସର୍ବସ୍ୱ ଆଣିଅଛନ୍ତି।’
Watu hao ni wachunga mifugo, huchunga mifugo, wamekuja na makundi ya kondoo, mbuzi na ngʼombe pamoja na kila kitu walicho nacho.’
33 ତହିଁରେ ଫାରୋ ତୁମ୍ଭମାନଙ୍କୁ ଡକାଇ ‘ତୁମ୍ଭମାନଙ୍କର କେଉଁ ବ୍ୟବସାୟ?’ ଏ କଥା ଯେତେବେଳେ ପଚାରିବେ,
Farao atakapowaita na kuwaulizeni, ‘Kazi yenu ni nini?’
34 ସେତେବେଳେ ତୁମ୍ଭେମାନେ କହିବ, ‘ଆପଣଙ୍କର ଏହି ଦାସମାନେ ବାଲ୍ୟାବଧି ଏପର୍ଯ୍ୟନ୍ତ ପୂର୍ବପୁରୁଷାନୁକ୍ରମେ ପଶୁ ବ୍ୟବସାୟୀ;’ ତହିଁରେ ତୁମ୍ଭେମାନେ ଗୋଶନ ପ୍ରଦେଶରେ ବାସ କରି ପାରିବ; କାରଣ ପଶୁପାଳକମାନେ ମିସରୀୟମାନଙ୍କ ନିକଟରେ ଘୃଣାଯୋଗ୍ୟ ଅଟନ୍ତି।”
Mjibuni, ‘Watumwa wako wamekuwa wachunga mifugo tangu ujana wetu mpaka sasa, kama baba zetu walivyofanya.’ Ndipo mtakaporuhusiwa kukaa katika nchi ya Gosheni, kwa kuwa wachunga mifugo wote ni chukizo kwa Wamisri.”

< ମୋଶାଙ୍କ ଲିଖିତ ପ୍ରଥମ ପୁସ୍ତକ 46 >