< ମୋଶାଙ୍କ ଲିଖିତ ପ୍ରଥମ ପୁସ୍ତକ 45 >

1 ଏଥିରେ ଯୋଷେଫ ଆପଣା ନିକଟରେ ଠିଆ ହୋଇଥିବା ଲୋକମାନଙ୍କ ସାକ୍ଷାତରେ ଆପଣାକୁ ସମ୍ଭାଳି ନ ପାରି ଉଚ୍ଚସ୍ୱରରେ କହିଲେ, “ଆମ୍ଭ ସମ୍ମୁଖରୁ ସବୁ ଲୋକଙ୍କୁ ବାହାର କର।” ତହୁଁ କେହି ତାଙ୍କ ନିକଟରେ ନ ରହନ୍ତେ, ଯୋଷେଫ ଭାଇମାନଙ୍କ ସାକ୍ଷାତରେ ଆପଣାର ପରିଚୟ ଦେବାକୁ ଲାଗିଲେ।
Josẹfu kò sì le è pa á mọ́ra mọ́ níwájú gbogbo àwọn tí ó dúró tì í. Ó sì sọkún sókè tó bẹ́ẹ̀ tí àwọn tí ó wà ní àyíká gbọ́ ohun ẹkún rẹ̀. “Jẹ́ kí gbogbo ènìyàn kúrò ní ọ̀dọ̀ mi.” Kò sì sí ẹnikẹ́ni lọ́dọ̀ rẹ̀ nígbà tí ó fi ara rẹ̀ hàn fún àwọn arákùnrin rẹ̀.
2 ସେ ଉଚ୍ଚସ୍ୱରରେ ଏପରି ରୋଦନ କଲେ ଯେ, ମିସରୀୟମାନେ ଓ ଫାରୋଙ୍କ ଗୃହସ୍ଥିତ ଲୋକମାନେ ତାହା ଶୁଣି ପାରିଲେ।
Ó sì sọkún sókè kíkankíkan tó bẹ́ẹ̀ tí àwọn Ejibiti gbọ́ ohùn ẹkún rẹ̀, àwọn ilé Farao pẹ̀lú sì gbọ́ nípa rẹ̀.
3 ଯୋଷେଫ ଆପଣା ଭାଇମାନଙ୍କୁ କହିଲେ, “ମୁଁ ଯୋଷେଫ; ମୋʼ ପିତା କି ଆଜି ପର୍ଯ୍ୟନ୍ତ ବଞ୍ଚିଅଛନ୍ତି?” ଏଥିରେ ତାଙ୍କର ଭାଇମାନେ ତାଙ୍କ ସାକ୍ଷାତରେ ଭୟଭୀତ ହେବାରୁ କିଛି ଉତ୍ତର ଦେଇ ପାରିଲେ ନାହିଁ।
Josẹfu wí fún àwọn arákùnrin rẹ̀ pé, “Èmi ni Josẹfu! Ṣe baba mi sì wà láààyè?” Ṣùgbọ́n àwọn arákùnrin rẹ̀ kò le è dá a lóhùn nítorí ẹ̀rù bà wọ́n gidigidi, ẹnu sì yà wọ́n níwájú rẹ̀.
4 ଏଥିଉତ୍ତାରେ ଯୋଷେଫ ଆପଣା ଭାଇମାନଙ୍କୁ କହିଲେ, “ବିନୟ କରୁଅଛି, ମୋʼ ପାଖକୁ ଆସ,” ତହିଁରେ ସେମାନେ ପାଖକୁ ଯାଆନ୍ତେ, ସେ କହିଲେ, “ମୁଁ ତୁମ୍ଭମାନଙ୍କର ଭାଇ ଯୋଷେଫ, ଯାହାକୁ ତୁମ୍ଭେମାନେ ମିସରଗାମୀ ଲୋକମାନଙ୍କୁ ବିକ୍ରୟ କରିଥିଲ।
Nígbà náà ni Josẹfu wí fún àwọn arákùnrin rẹ̀ pé, “Ẹ súnmọ́ ọ̀dọ̀ mi.” Nígbà tí wọ́n sì ti ṣe bẹ́ẹ̀, ó wí pé, “Èmi ni Josẹfu arákùnrin yín tí ẹ tà sí ilẹ̀ Ejibiti!
5 ମାତ୍ର, ତୁମ୍ଭେମାନେ ମୋତେ ଏଠାକୁ ଆସିବା ପାଇଁ ବିକ୍ରୟ କଲ ବୋଲି ଏବେ ଦୁଃଖିତ ଓ ଆପଣା ଆପଣା ପ୍ରତି ବିରକ୍ତ ହୁଅ ନାହିଁ; କାରଣ ପରମେଶ୍ୱର ପ୍ରାଣ ବଞ୍ଚାଇବା ନିମନ୍ତେ ତୁମ୍ଭମାନଙ୍କ ଆଗେ ମୋତେ ପଠାଇଲେ।
Ṣùgbọ́n báyìí, ẹ má ṣe banújẹ́, ẹ má sì ṣe bínú sí ara yín ní títà tí ẹ tà mí sí ìhín, nítorí, ọ̀nà àti gba ẹ̀mí yín là ni Ọlọ́run ṣe rán mi sí ìhín ṣáájú yín.
6 ଦେଖ, କେବଳ ଦୁଇ ବର୍ଷ ହେଲା ଦେଶରେ ଦୁର୍ଭିକ୍ଷ ହୋଇଅଛି; ଆହୁରି ପାଞ୍ଚ ବର୍ଷ ବାକି ଅଛି, ତହିଁ ମଧ୍ୟରେ ଚାଷ କି ଶସ୍ୟର ଚ୍ଛେଦନ ହେବ ନାହିଁ।
Ìyàn tí ó ti mú láti ọdún méjì sẹ́yìn yìí yóò tẹ̀síwájú fún ọdún márùn-ún sí i nínú èyí tí ẹnikẹ́ni kò ní gbìn, bẹ́ẹ̀ ni wọn kò ni kórè.
7 ଏଥିପାଇଁ ପରମେଶ୍ୱର ପୃଥିବୀରେ ତୁମ୍ଭମାନଙ୍କୁ ଅବଶିଷ୍ଟାଂଶ ରୂପେ ରକ୍ଷା କରିବାକୁ ଓ ମହା ଉଦ୍ଧାର ଉପଲକ୍ଷ୍ୟରେ ତୁମ୍ଭମାନଙ୍କୁ ପ୍ରାଣରେ ବଞ୍ଚାଇବାକୁ ତୁମ୍ଭମାନଙ୍କ ଆଗେ ମୋତେ ପଠାଇଅଛନ୍ତି।
Ṣùgbọ́n Ọlọ́run rán mi ṣáájú yín sí ìhín láti da irú-ọmọ yín sí fún un yín lórí ilẹ̀ ayé àti láti fi ìgbàlà ńlá gba ẹ̀mí yín là.
8 ଏନିମନ୍ତେ ତୁମ୍ଭେମାନେ ଯେ ମୋତେ ଏ ସ୍ଥାନକୁ ପଠାଇଅଛ, ତାହା ନୁହେଁ, ପରମେଶ୍ୱର ପଠାଇଅଛନ୍ତି; ପୁଣି, ସେ ମୋତେ ଫାରୋଙ୍କର ପିତା ଓ ତାଙ୍କ ଗୃହର ପ୍ରଭୁ ଓ ସମସ୍ତ ମିସର ଦେଶର କର୍ତ୍ତା କରିଅଛନ୍ତି।
“Nítorí náà, kì í ṣe ẹ̀yin ni ó rán mi wá sí ibí yìí, bí kò ṣe Ọlọ́run. Ó fi mí ṣe baba, Olùdámọ̀ràn fún Farao, olúwa fún gbogbo ilé Farao àti alákòóso gbogbo ilẹ̀ Ejibiti.
9 ଏଣୁ ତୁମ୍ଭେମାନେ ଶୀଘ୍ର ମୋʼ ପିତାଙ୍କ ନିକଟକୁ ଯାଇ ତାଙ୍କୁ କୁହ, ‘ତୁମ୍ଭର ପୁତ୍ର ଯୋଷେଫ ଏହିପରି କହିଅଛି, ପରମେଶ୍ୱର ମୋତେ ସମସ୍ତ ମିସର ଦେଶର ବିଶିଷ୍ଟ ବ୍ୟକ୍ତି କରିଅଛନ୍ତି; ତୁମ୍ଭେ ମୋʼ ନିକଟକୁ ଆସ, ବିଳମ୍ବ କର ନାହିଁ।
Nísinsin yìí, ẹ yára padà sọ́dọ̀ baba mi kí ẹ sì wí fun un pé, èyí ni ohun tí Josẹfu ọmọ rẹ wí, Ọlọ́run ti fi mí ṣe olúwa fún gbogbo ilẹ̀ Ejibiti, ẹ sọ̀kalẹ̀ wá láì jáfara.
10 ତୁମ୍ଭେ ପୁତ୍ର, ପୌତ୍ର ଓ ଗୋମେଷାଦି ସର୍ବସ୍ୱ ସହିତ ଗୋଶନ ପ୍ରଦେଶରେ ବାସ କରି ମୋହର ନିକଟବର୍ତ୍ତୀ ହେବ।
Ìwọ yóò gbé ní agbègbè Goṣeni, ìwọ kì yóò jìnnà sí mi, àwọn ọmọ rẹ àti àwọn ọmọ ọmọ rẹ, àwọn agbo ẹran rẹ àti agbo màlúù rẹ àti gbogbo ohun tí ìwọ ní.
11 ସେହି ସ୍ଥାନରେ, ମୁଁ ତୁମ୍ଭଙ୍କୁ ପ୍ରତିପାଳନ କରିବି; କାରଣ ଆଉ ପାଞ୍ଚ ବର୍ଷ ଦୁର୍ଭିକ୍ଷ ରହିବ; ନୋହିଲେ ତୁମ୍ଭର ଓ ତୁମ୍ଭ ପରିବାରାଦି ସମସ୍ତଙ୍କର ଦରିଦ୍ର ଦଶା ଘଟିବ।’”
Èmi yóò pèsè fún yín níbẹ̀. Nítorí ó ṣì ku ọdún márùn-ún gbáko ti ìyàn yóò fi mú. Kí ìwọ àti ilé rẹ àti ohun tí í ṣe tìrẹ má ba à di aláìní.
12 “ଦେଖ, ମୋହର ମୁଖ ତୁମ୍ଭମାନଙ୍କୁ ଏ କଥା କହୁଅଛି, ଏହା ତୁମ୍ଭମାନଙ୍କ ଚକ୍ଷୁ ଓ ମୋʼ ସହୋଦର ବିନ୍ୟାମୀନ୍‍ର ଚକ୍ଷୁ ଦେଖୁଅଛି।
“Ẹ̀yin fúnra yín àti Benjamini arákùnrin mi pẹ̀lú rí i pé, lóòótọ́ lóòótọ́, èmi Josẹfu ni mo ń bá a yín sọ̀rọ̀.
13 ଏଣୁ ତୁମ୍ଭେମାନେ ଏହି ମିସର ଦେଶରେ ମୋହର ଐଶ୍ୱର୍ଯ୍ୟାଦି ଯାହା ଯାହା ଦେଖୁଅଛ, ସେ ସମସ୍ତ ମୋʼ ପିତାଙ୍କୁ ଜଣାଇ ତାଙ୍କୁ ଶୀଘ୍ର ଏଠାକୁ ଆଣିବ।”
Ẹ sọ fún baba mi nípa gbogbo ọlá tí a fún mi ní ilẹ̀ Ejibiti àti ohun gbogbo tí ẹ̀yin ti rí, kí ẹ sì mú baba mi tọ̀ mí wá sí ìhín yìí kíákíá.”
14 ଏଥିଉତ୍ତାରେ ସେ ଆପଣା ସହୋଦର ବିନ୍ୟାମୀନ୍‍ର ଗଳା ଧରି ରୋଦନ କଲେ, ପୁଣି, ବିନ୍ୟାମୀନ୍ ତାଙ୍କର ଗଳା ଧରି ରୋଦନ କଲା।
Nígbà náà ni ó dì mọ́ Benjamini arákùnrin rẹ̀, ó sì sọkún, Benjamini náà sì dì mọ́ ọn, pẹ̀lú omijé lójú.
15 ପୁଣି, ଯୋଷେଫ ଅନ୍ୟ ଭାଇମାନଙ୍କୁ ଚୁମ୍ବନ କଲେ ଓ ସେମାନଙ୍କୁ ଧରି ରୋଦନ କଲେ। ଏଥିଉତ୍ତାରେ ତାଙ୍କର ଭାଇମାନେ ତାଙ୍କ ସଙ୍ଗରେ ଆଳାପ କରିବାକୁ ଲାଗିଲେ।
Ó sì tún fẹnu ko gbogbo àwọn arákùnrin rẹ̀ lẹ́nu, ó sì sọkún sí wọn lára. Lẹ́yìn èyí, Josẹfu àti àwọn arákùnrin rẹ̀ sọ̀rọ̀ pọ̀.
16 ଆଉ “ଯୋଷେଫଙ୍କର ଭାଇମାନେ ଆସିଅଛନ୍ତି,” ଜନରବ ଫାରୋଙ୍କର ଗୃହରେ ଶୁଣାଯାଆନ୍ତେ, ଫାରୋ ଓ ତାଙ୍କର ଦାସ ସମସ୍ତେ ସନ୍ତୁଷ୍ଟ ହେଲେ।
Nígbà tí ìròyìn náà dé ààfin Farao pé àwọn arákùnrin Josẹfu dé, inú Farao àti àwọn ìjòyè rẹ̀ dùn.
17 ପୁଣି, ଫାରୋ ଯୋଷେଫଙ୍କୁ କହିଲେ, “ତୁମ୍ଭେ ଆପଣା ଭାଇମାନଙ୍କୁ କୁହ, ‘ତୁମ୍ଭେମାନେ ଏହି କର୍ମ କର; ଆପଣା ଆପଣା ପଶୁମାନଙ୍କୁ ବୋଝାଇ କରି କିଣାନ ଦେଶକୁ ଯାଅ,
Farao wí fún Josẹfu pé, “Wí fún àwọn arákùnrin rẹ pé, ‘Èyí ni kí ẹ ṣe, ẹ di ẹrù lé ẹranko yín kí ẹ sì padà sí ilẹ̀ Kenaani,
18 ପୁଣି, ପିତାଙ୍କୁ ଓ ଆପଣା ଆପଣା ସମସ୍ତ ପରିବାରକୁ ଘେନି ଆମ୍ଭ ନିକଟକୁ ଆସ; ଆମ୍ଭେ ତୁମ୍ଭମାନଙ୍କୁ ମିସର ଦେଶର ଉତ୍ତମ ଦ୍ରବ୍ୟ ଦେବା, ପୁଣି, ତୁମ୍ଭେମାନେ ଦେଶର ସର୍ବୋତ୍ତମ ବିଷୟ ଭୋଗ କରିବ।’
kí ẹ sì mú baba yín àti ìdílé yín tọ̀ mí wá. Èmi yóò fún un yín ní ibi tí ó dára jùlọ ní ilẹ̀ Ejibiti, ẹ̀yin yóò sì le è gbádùn ilẹ̀ yìí.’
19 ଏବେ ଆମ୍ଭର ଆଜ୍ଞାନୁସାରେ ‘ଏହି କର୍ମ କର, ତୁମ୍ଭେମାନେ ଆପଣା ଆପଣା ବାଳକମାନଙ୍କ ଓ ଭାର୍ଯ୍ୟାମାନଙ୍କ ପାଇଁ ମିସର ଦେଶରୁ ଶଗଡ଼ ନେଇଯାଅ, ପୁଣି, ଆପଣାମାନଙ୍କ ପିତାଙ୍କୁ ନେଇଆସ।
“A pàṣẹ fún ọ láti sọ fún wọn pé, ‘Ẹ ṣe èyí. ẹ mú kẹ̀kẹ́ ẹrù láti ilẹ̀ Ejibiti fún àwọn ọmọ yín àti àwọn aya yín. Kí ẹ sì mú baba yín tọ mí wá.
20 ଆଉ ଆପଣାମାନଙ୍କ ଦ୍ରବ୍ୟାଦି ବିଷୟରେ ଭାବନା କର ନାହିଁ; ସମସ୍ତ ମିସର ଦେଶର ଉତ୍ତମ ଦ୍ରବ୍ୟ ତୁମ୍ଭମାନଙ୍କର ଅଟେ।’”
Ẹ má ṣe àníyàn nípa ohun ìní yín nítorí èyí tí ó dára jù nínú ilẹ̀ Ejibiti yóò jẹ́ tiyín.’”
21 ତହିଁରେ ଇସ୍ରାଏଲଙ୍କର ପୁତ୍ରମାନେ ସେହିପରି କଲେ; ପୁଣି, ଯୋଷେଫ ଫାରୋଙ୍କର ଆଜ୍ଞାନୁସାରେ ସେମାନଙ୍କୁ ଶଗଡ଼ ଓ ପାଥେୟ ଦ୍ରବ୍ୟ ଦେଲେ।
Àwọn ọmọ Israẹli sì ṣe èyí. Josẹfu fún wọn ni kẹ̀kẹ́ ẹrù bí Farao ti pàṣẹ, ó sì fún wọn ní oúnjẹ fún ìrìnàjò wọn pẹ̀lú.
22 ପୁଣି, ପ୍ରତ୍ୟେକ ଜଣକୁ ଏକ ଏକ ଯୋଡ଼ା ବସ୍ତ୍ର ଦେଲେ, ମାତ୍ର ବିନ୍ୟାମୀନ୍‍କୁ ତିନି ଶହ ଶେକେଲ ରୌପ୍ୟ ମୁଦ୍ରା ଓ ପାଞ୍ଚ ଯୋଡ଼ା ବସ୍ତ୍ର ଦେଲେ।
Ó fún ẹni kọ̀ọ̀kan wọn ní aṣọ tuntun. Ṣùgbọ́n Benjamini ni ó fún ní ọ̀ọ́dúnrún ẹyọ owó idẹ fàdákà àti ìpààrọ̀ aṣọ márùn-ún.
23 ପୁଣି, ପିତାଙ୍କ ନିମନ୍ତେ ମିସର ଦେଶର ଉତ୍ତମ ଉତ୍ତମ ଦ୍ରବ୍ୟରେ ନଦା ଦଶ ଗଧ ଓ ପିତାଙ୍କ ପାଥେୟ ନିମନ୍ତେ ଶସ୍ୟ ଓ ରୁଟି ଆଦି ଭକ୍ଷ୍ୟ ଦ୍ରବ୍ୟରେ ନଦା ଦଶ ଗର୍ଦ୍ଦଭୀ ପଠାଇଲେ।
Àwọn nǹkan wọ̀nyí ni ó kó ránṣẹ́ sí baba rẹ̀: kẹ́tẹ́kẹ́tẹ́ mẹ́wàá tí ó ru àwọn ohun mèremère ilẹ̀ Ejibiti àti abo kẹ́tẹ́kẹ́tẹ́ mẹ́wàá tí ó ru ọkà àti oríṣìíríṣìí oúnjẹ.
24 ଏହିରୂପେ ଯୋଷେଫ ଆପଣା ଭାଇମାନଙ୍କୁ ବିଦାୟ କରନ୍ତେ, ସେମାନେ ପ୍ରସ୍ଥାନ କଲେ; ପୁଣି, ସେ ସେମାନଙ୍କୁ କହିଲେ, “ସାବଧାନ, ବାଟରେ କଳି କରିବ ନାହିଁ।”
Nígbà náà ni ó rán àwọn arákùnrin rẹ̀ lọ, bí wọ́n ṣe ń pínyà, ó wí fún wọn pé, “Ẹ má ṣe jà ní ọ̀nà o!”
25 ଏଥିଉତ୍ତାରେ ସେମାନେ ମିସର ଦେଶରୁ ପ୍ରସ୍ଥାନ କରି କିଣାନ ଦେଶରେ ଆପଣା ପିତା ଯାକୁବଙ୍କ ନିକଟରେ ଉପସ୍ଥିତ ହେଲେ।
Báyìí ni wọ́n jáde kúrò ní ilẹ̀ Ejibiti wá sí ọ̀dọ̀ Jakọbu baba wọn ní ilẹ̀ Kenaani.
26 ପୁଣି, ସେମାନେ ତାଙ୍କୁ କହିଲେ, “ଯୋଷେଫ ଆଜି ପର୍ଯ୍ୟନ୍ତ ଜୀବିତ ଅଛି, ଆଉ ସେ ସମସ୍ତ ମିସର ଦେଶର କର୍ତ୍ତା ହୋଇଅଛି।” ଏଥିରେ ଯାକୁବଙ୍କର ହୃଦୟ ଜଡ଼ୀଭୂତ ହେଲା, କାରଣ ସେ ସେମାନଙ୍କୁ ବିଶ୍ୱାସ କଲେ ନାହିଁ।
Wọn wí fún un pé, “Josẹfu ṣì wà láààyè! Kódà òun ni alákòóso ilẹ̀ Ejibiti.” Ẹnu ya Jakọbu, kò sì gbà wọ́n gbọ́.
27 ପୁଣି, ଯୋଷେଫ ଯେତେ କଥା ସେମାନଙ୍କୁ କହିଥିଲେ, ସେହି ସବୁ କଥା ସେମାନେ ତାଙ୍କୁ କହିଲେ। ମାତ୍ର ସେ ଯେତେବେଳେ ତାଙ୍କୁ ନେବା ପାଇଁ ଯୋଷେଫଙ୍କ ପ୍ରେରିତ ଶଗଡ଼ସବୁ ଦେଖିଲେ, ସେତେବେଳେ ସେମାନଙ୍କ ପିତା ଯାକୁବଙ୍କ ଆତ୍ମା ପୁନର୍ଜୀବିତ ହେଲା।
Ṣùgbọ́n nígbà tí wọ́n sọ ohun gbogbo tí Josẹfu ti sọ fún wọn fún un tí ó sì rí kẹ̀kẹ́ ẹrù tí Josẹfu fi ránṣẹ́ láti gbé e padà wá, iyè Jakọbu, baba wọn sọ.
28 ତହିଁରେ ଇସ୍ରାଏଲ କହିଲେ, “ଯଥେଷ୍ଟ; ମୋହର ପୁତ୍ର ଯୋଷେଫ ଆଜି ପର୍ଯ୍ୟନ୍ତ ବଞ୍ଚିଅଛି; ମୁଁ ଯିବି, ମରଣ ପୂର୍ବେ ତାକୁ ଦେଖିବି।”
Israẹli sì wí pé, “Mo gbà dájúdájú wí pé, Josẹfu ọmọ mi wà láààyè. Èmi ó lọ rí i kí n tó kú.”

< ମୋଶାଙ୍କ ଲିଖିତ ପ୍ରଥମ ପୁସ୍ତକ 45 >