< ମୋଶାଙ୍କ ଲିଖିତ ପ୍ରଥମ ପୁସ୍ତକ 44 >

1 ଏଥିଉତ୍ତାରେ ଯୋଷେଫ ଆପଣା ଗୃହାଧ୍ୟକ୍ଷକୁ ଆଜ୍ଞା ଦେଲେ, “ଏହି ଲୋକମାନଙ୍କ ପଟରେ ଯେତେ ଶସ୍ୟ ଧରଇ, ସେତେ ପରିପୂର୍ଣ୍ଣ କରିଦିଅ, ପୁଣି, ପ୍ରତ୍ୟେକର ଟଙ୍କା ପ୍ରତ୍ୟେକର ପଟ-ମୁଖରେ ରଖ।
Nígbà náà ni Josẹfu pàṣẹ fún ìránṣẹ́ rẹ̀ pé, “Di oúnjẹ kún inú àpò àwọn ọkùnrin náà tó ìwọ̀n èyí tí wọ́n le rù, kí o sì mú owó olúkúlùkù àwọn ọkùnrin náà padà sí ẹnu àpò rẹ̀.
2 ଆଉ କନିଷ୍ଠ ପଟରେ ତାହାର ଶସ୍ୟ କିଣିବା ଟଙ୍କା ସଙ୍ଗେ ଆମ୍ଭ ତାଟିଆ, ସେ ରୂପା ତାଟିଆ ରଖ।” ତହିଁରେ ସେ ଯୋଷେଫଙ୍କ କଥାନୁସାରେ କଲା।
Nígbà náà ni kí o mú kọ́ọ̀bù idẹ mi sí ẹnu àpò èyí tí ó jẹ́ àbíkẹ́yìn nínú wọn pẹ̀lú owó tí ó fi ra ọkà,” ó sì ṣe bí Josẹfu ti sọ.
3 ଆଉ ପ୍ରଭାତ ହେବା ମାତ୍ରେ, ସେମାନେ ଗର୍ଦ୍ଦଭ ସହିତ ବିଦାୟ ପାଇଲେ।
Bí ilẹ̀ ti ń mọ́, wọ́n bẹ̀rẹ̀ ìrìnàjò wọn padà lọ pẹ̀lú kẹ́tẹ́kẹ́tẹ́ wọn.
4 ପୁଣି, ନଗରରୁ ବାହାରି ବହୁତ ଦୂର ନ ଯାଉଣୁ, ଯୋଷେଫ ଆପଣା ଗୃହାଧ୍ୟକ୍ଷକୁ କହିଲେ, “ତୁମ୍ଭେ ଉଠି ସେହି ମନୁଷ୍ୟମାନଙ୍କ ପଛେ ପଛେ ଦୌଡ଼ିଯାଇ ସେମାନଙ୍କ ସଙ୍ଗ ଧରି କୁହ, ‘ତୁମ୍ଭେମାନେ ଉପକାର ବଦଳେ କାହିଁକି ଅପକାର କଲ?
Wọn kò tí ì rìn jìnnà sí ìlú náà tí Josẹfu fi wí fún ìránṣẹ́ rẹ̀ pé, “Lépa àwọn ọkùnrin náà, nígbà tí o bá sì bá wọn, kí o wí pé, ‘Èéṣe ti ẹ fi búburú san rere?
5 ଆମ୍ଭ ପ୍ରଭୁ ଯହିଁରେ ପାନ କରନ୍ତି ଓ ଯଦ୍ଦ୍ୱାରା ଗଣକତା କରନ୍ତି, ସେହି ତାଟିଆ କି ଏ ନୁହେଁ? ଏପରି କର୍ମ ଦ୍ୱାରା ତୁମ୍ଭେମାନେ ଦୋଷ କରିଅଛ।’”
Èyí ha kọ́ ni kọ́ọ̀bù tí olúwa mi ń lò fún ohun mímu tí ó sì tún ń fi í ṣe àyẹ̀wò? Ohun tí ẹ ṣe yìí burú púpọ̀.’”
6 ଏଥିଉତ୍ତାରେ ସେ ସେମାନଙ୍କ ସଙ୍ଗ ଧରି ଏହିସବୁ କଥା କହିଲା।
Nígbà tí ó sì bá wọn, o sọ ọ̀rọ̀ wọ̀nyí fún wọn.
7 ତହିଁରେ ସେମାନେ କହିଲେ, “ଆମ୍ଭର ପ୍ରଭୁ କାହିଁକି ଏପରି କଥା କହନ୍ତି? ଆପଣଙ୍କ ଦାସମାନଙ୍କର ଏପରି କର୍ମ କରିବା ଦୂରେ ଥାଉ।
Ṣùgbọ́n wọ́n dá a lóhùn pé, “Kí ló dé tí olúwa mi sọ irú nǹkan wọ̀nyí? Ká má rí i! Àwọn ìránṣẹ́ rẹ kò le ṣe irú nǹkan bẹ́ẹ̀!
8 ଦେଖନ୍ତୁ, ଆପଣା ଆପଣା ପଟ ମୁଖରୁ ଆର ଥର ଯେଉଁ ଟଙ୍କା ପାଇଥିଲୁ; ତାହା ଆମ୍ଭେମାନେ କିଣାନ ଦେଶରୁ ପୁନର୍ବାର ଆପଣଙ୍କ ନିକଟକୁ ଆଣିଲୁ; ତେବେ କିପରି ଆପଣଙ୍କ ପ୍ରଭୁଙ୍କ ଗୃହରୁ ରୂପା କି ସୁନା ଚୋରି କରିବୁ?
A tilẹ̀ mú owó tí a rí lẹ́nu àpò wa padà tọ̀ ọ́ wá láti ilẹ̀ Kenaani. Nítorí náà èéṣe tí àwa yóò fi jí wúrà tàbí idẹ ní ilé olúwa à rẹ?
9 ଆପଣଙ୍କ ଦାସମାନଙ୍କ ମଧ୍ୟରେ ଯାହାଠାରୁ ତାହା ମିଳେ, ସେ ମରୁ, ପୁଣି, ଆମ୍ଭେମାନେ ମଧ୍ୟ ପ୍ରଭୁଙ୍କର ଦାସ ହେବୁ।”
Bí a bá rí i lọ́wọ́ èyíkéyìí nínú àwọn ìránṣẹ́ rẹ, kíkú ni yóò kú, àwọn tí ó kù yóò sì di ẹrú fún olúwa à rẹ.”
10 ତହିଁରେ ସେ କହିଲା, “ଭଲ, ତୁମ୍ଭମାନଙ୍କ କଥାନୁସାରେ ହେଉ; ଯାହା ପାଖରୁ ତାହା ମିଳିବ, ସେ ଆମ୍ଭର ଦାସ ହେବ, ମାତ୍ର ଅନ୍ୟମାନେ ନିର୍ଦ୍ଦୋଷ ହେବେ।”
Ó wí pé, “Ó dára, kí ó rí bí ẹ ti ṣe sọ. Ẹnikẹ́ni tí mo bá rí i lọ́wọ́ rẹ̀ yóò di ẹrú mi. Ẹ̀yin tí ó kù yóò sì wà láìlẹ́bi.”
11 ତହୁଁ ସେମାନେ ସେହିକ୍ଷଣି ଭୂମିରେ ଆପଣା ଆପଣା ପଟ ଉତ୍ତାରି ପ୍ରତ୍ୟେକେ ଆପଣା ଆପଣା ପଟ ଫିଟାଇବାକୁ ଲାଗିଲେ।
Olúkúlùkù wọn yára sọ àpò rẹ̀ kalẹ̀, wọ́n sì tú u.
12 ସେ ଗୃହାଧ୍ୟକ୍ଷ ଜ୍ୟେଷ୍ଠଠାରୁ ଆରମ୍ଭ କରି କନିଷ୍ଠ ପର୍ଯ୍ୟନ୍ତ ଖୋଜି ଗଲା; ଆଉ ବିନ୍ୟାମୀନ୍‍ର ପଟରୁ ସେହି ତାଟିଆ ମିଳିଲା।
Nígbà náà ni ìránṣẹ́ náà bẹ̀rẹ̀ sí ní í wá a, bẹ̀rẹ̀ láti orí ẹ̀gbọ́n títí lọ sórí àbúrò pátápátá. Ó sì rí kọ́ọ̀bù náà nínú àpò ti Benjamini.
13 ସେତେବେଳେ ସେମାନେ ଆପଣା ଆପଣା ବସ୍ତ୍ର ଚିରିଲେ, ଆଉ ପ୍ରତ୍ୟେକେ ଗଧ ବୋଝାଇ କରି ନଗରକୁ ଫେରିଗଲେ।
Nígbà tí wọ́n rí èyí, wọ́n fa aṣọ wọn ya, wọ́n sì banújẹ́ gidigidi, wọn tún ẹrù wọn dì sórí kẹ́tẹ́kẹ́tẹ́, wọ́n sì padà sí inú ìlú.
14 ଆଉ ଯିହୁଦା ଓ ତାହାର ଭ୍ରାତୃଗଣ ଯୋଷେଫଙ୍କ ଗୃହରେ ପ୍ରବେଶ କଲେ; ଯୋଷେଫ ସେହି ସମୟ ପର୍ଯ୍ୟନ୍ତ ସେଠାରେ ଥିଲେ; ଏଣୁ ସେମାନେ ତାଙ୍କ ସାକ୍ଷାତରେ ଭୂମିରେ ପଡ଼ିଲେ।
Josẹfu sì wà nínú ilé nígbà tí Juda àti àwọn arákùnrin rẹ̀ wọlé wá. Gbogbo wọn sì wólẹ̀ níwájú rẹ̀.
15 ତେବେ ଯୋଷେଫ ସେମାନଙ୍କୁ କହିଲେ, “ତୁମ୍ଭେମାନେ ଏ କିପରି କାର୍ଯ୍ୟ କଲ? ଆମ୍ଭ ପରି ଲୋକ ଯେ ଅବଶ୍ୟ ଗଣକତା କରି ପାରିବ, ଏହା କି ତୁମ୍ଭେମାନେ ଜାଣ ନାହିଁ?”
Josẹfu wí fún wọn pé, “Èwo ni èyí tí ẹ ṣe yìí? Ṣe ẹ kò mọ pé, ènìyàn bí èmi le è rí ìdí nǹkan nípa ṣíṣe àyẹ̀wò?”
16 ତହିଁରେ ଯିହୁଦା କହିଲା, “ଆମ୍ଭେମାନେ ପ୍ରଭୁଙ୍କ ଛାମୁରେ ଆଉ କି ଉତ୍ତର ଦେବୁ? ଆଉ କି କଥା କହିବୁ? ଅବା କିପରି ଆପଣାମାନଙ୍କୁ ନିର୍ଦ୍ଦୋଷ କରିବୁ? ପରମେଶ୍ୱର ଆପଣଙ୍କ ଦାସମାନଙ୍କର ଅପରାଧ ପ୍ରକାଶ କରିଅଛନ୍ତି; ଦେଖନ୍ତୁ, ଆମ୍ଭେମାନେ ଓ ଯାହାଠାରୁ ତାଟିଆ ମିଳିଅଛି ସେ, ପୁଣି ଆମ୍ଭେ ସମସ୍ତେ ଆପଣଙ୍କ (ପ୍ରଭୁଙ୍କର) ଦାସ ହେବୁ।”
Juda dáhùn pé, “Kí ni à bá sọ fún olúwa mi? Báwo ni a ṣe lè wẹ ara wa mọ́? Ọlọ́run ti tú àṣírí ẹ̀ṣẹ̀ àwọn ìránṣẹ́ rẹ̀, a ti di ẹrú olúwa à mi báyìí àwa fúnra wa àti ẹni náà tí a rí kọ́ọ̀bù lọ́wọ́ rẹ̀.”
17 ତହିଁରେ ଯୋଷେଫ କହିଲେ, “ଏପରି କର୍ମ ଆମ୍ଭଠାରୁ ଦୂର ହେଉ; ଯାହାଠାରୁ ତାଟିଆ ମିଳିଅଛି, ସେ ଆମ୍ଭର ଦାସ ହେବ; ମାତ୍ର ତୁମ୍ଭେମାନେ କୁଶଳରେ ପିତାଙ୍କ ନିକଟକୁ ଚାଲିଯାଅ।”
Ṣùgbọ́n Josẹfu dáhùn pé, “Ká má rí i pé mo ṣe irú nǹkan bẹ́ẹ̀! Ẹni tí a bá kọ́ọ̀bù mi lọ́wọ́ rẹ̀ nìkan ni yóò di ẹrú mi, ẹ̀yin tí ó kù, ẹ máa lọ sọ́dọ̀ baba yín ní àlàáfíà.”
18 ତହିଁରେ ଯିହୁଦା ନିକଟକୁ ଯାଇ କହିଲା, “ପ୍ରଭୋ, ଆପଣଙ୍କ ଏହି ଦାସକୁ ପ୍ରଭୁଙ୍କ କର୍ଣ୍ଣଗୋଚରରେ ପଦେ ନିବେଦନ କରିବାକୁ ଅନୁମତି ଦେଉନ୍ତୁ ଓ ଆପଣା ଦାସ ପ୍ରତି ଆପଣଙ୍କ କ୍ରୋଧ ପ୍ରଜ୍ୱଳିତ ନ ହେଉ; କାରଣ ଆପଣ ଫାରୋଙ୍କ ତୁଲ୍ୟ ଅଟନ୍ତି।
Nígbà náà ni Juda súnmọ́ ọ̀dọ̀ rẹ̀, ó sì wí pé, “Jọ̀wọ́ olúwa mi, jẹ́ kí ìránṣẹ́ rẹ kí ó sọ ọ̀rọ̀ kan fún olúwa mi, má ṣe bínú sí ìránṣẹ́ rẹ bí ó tilẹ̀ jẹ́ wí pé ìwọ pẹ̀lú láṣẹ bí i ti Farao.
19 ପ୍ରଭୁ ଆପଣା ଦାସମାନଙ୍କୁ ପଚାରିଥିଲେ, ‘ତୁମ୍ଭମାନଙ୍କର ପିତା କିଅବା ଭାଇ ଅଛନ୍ତି କି?’
Olúwa mi béèrè lọ́wọ́ àwọn ìránṣẹ́ rẹ̀ pé, ‘Ǹjẹ́ ó ní baba tàbí arákùnrin?’
20 ତହିଁରେ ଆମ୍ଭେମାନେ ପ୍ରଭୁଙ୍କୁ ଉତ୍ତର ଦେଇଥିଲୁ, ‘ଆମ୍ଭମାନଙ୍କ ପିତା ଅଛନ୍ତି, ସେ ବୃଦ୍ଧ ଲୋକ; ପୁଣି, ତାଙ୍କ ବୃଦ୍ଧାବସ୍ଥାର ଗୋଟିଏ ପୁତ୍ର ଅଛି, ସେହି ଜଣକ କନିଷ୍ଠ; ମାତ୍ର ତାହାର ସହୋଦର ମରିଅଛି, ସେହି କେବଳ ତାହାର ମାତାର ଅବଶିଷ୍ଟ ପୁତ୍ର; ଏଣୁ ତାହାର ପିତା ତାହାକୁ ସ୍ନେହ କରନ୍ତି।’
Àwa sì wí fún olúwa mi pé, ‘A ni baba tí ó ti darúgbó, ọmọkùnrin kan sì wà pẹ̀lú tí a bí fún un ní ọjọ́ ogbó rẹ̀. Ẹ̀gbọ́n rẹ̀ ti kú, òun nìkan sì ni ó kù nínú àwọn ọmọ ìyá rẹ̀, baba rẹ̀ sì fẹ́ràn án rẹ̀.’
21 ଏଥିରେ ଆପଣ ଏହି ଦାସମାନଙ୍କୁ କହିଥିଲେ, ‘ତୁମ୍ଭେମାନେ ତାକୁ ଆମ୍ଭ କତିକି ଆଣ, ଆମ୍ଭେ ତାକୁ ସ୍ୱଚକ୍ଷୁରେ ଦେଖିବା।’
“Nígbà náà ni ó sọ fún àwọn ìránṣẹ́ rẹ̀ pé, ‘Ẹ mu un tọ̀ mí wá kí n le fojú ara mi rí i.’
22 ତେବେ ଆମ୍ଭେମାନେ ପ୍ରଭୁଙ୍କୁ କହିଥିଲୁ, ‘ସେ ଯୁବା ପିତାଙ୍କୁ ଛାଡ଼ି ପାରିବ ନାହିଁ; ସେ ତାହାର ପିତାଙ୍କୁ ଛାଡ଼ି ଆସିଲେ, ପିତା ମରିଯିବେ।’
A sì sọ fún olúwa à mi pé, ‘Ọmọkùnrin náà kò le è fi baba rẹ̀ sílẹ̀, bí ó bá dán an wò baba rẹ̀ yóò kú.’
23 ତହିଁରେ ଆପଣ ଏହି ଦାସମାନଙ୍କୁ କହିଲେ, ‘ତୁମ୍ଭମାନଙ୍କ ସଙ୍ଗରେ କନିଷ୍ଠ ଭାଇ ନ ଆସିଲେ, ତୁମ୍ଭେମାନେ ଆଉ ଆମ୍ଭ ମୁଖ ଦେଖି ପାରିବ ନାହିଁ।’
Ṣùgbọ́n ìwọ wí fún àwọn ìránṣẹ́ rẹ̀ pé, ‘Ẹ má ṣe padà tọ̀ mí wá àyàfi bí àbíkẹ́yìn yín bá bá yín wá.’
24 ଏଥିଉତ୍ତାରେ ଆମ୍ଭେମାନେ ଆପଣଙ୍କ ଦାସ ଯେ ମୋʼ ପିତା, ତାଙ୍କ ନିକଟରେ ଉପସ୍ଥିତ ହୋଇ ତାଙ୍କୁ ପ୍ରଭୁଙ୍କର ଏହିସବୁ କଥା କହିଲୁ।
Nígbà tí a padà lọ sọ́dọ̀ baba wa, tí í ṣe ìránṣẹ́ rẹ, a sọ ohun tí olúwa à mi wí fún un.
25 ଏଥିଉତ୍ତାରେ ଆମ୍ଭମାନଙ୍କ ପିତା କହିଲେ, ‘ତୁମ୍ଭେମାନେ ପୁନର୍ବାର ଯାଇ ଆମ୍ଭମାନଙ୍କ ନିମନ୍ତେ କିଛି ଭକ୍ଷ୍ୟ କିଣି ଆଣ।’
“Nígbà náà ni baba wa wí pé, ‘Ẹ padà lọ láti lọ ra oúnjẹ díẹ̀ wá.’
26 ତହିଁରେ ଆମ୍ଭେମାନେ କହିଲୁ, ‘ଯାଇ ପାରିବୁ ନାହିଁ; ଯଦି ସାନ ଭାଇ ଆମ୍ଭମାନଙ୍କ ସଙ୍ଗରେ ଥିବ, ତେବେ ଯାଇ ପାରିବୁ; କାରଣ ସାନ ଭାଇ ଆମ୍ଭମାନଙ୍କ ସଙ୍ଗରେ ନ ଥିଲେ, ଆମ୍ଭେମାନେ ସେହି ବ୍ୟକ୍ତିଙ୍କର ମୁଖ ଦେଖି ପାରିବୁ ନାହିଁ।’
Ṣùgbọ́n a wí pe, ‘Àwa kò le è padà lọ, àyàfi bí àbúrò wa pátápátá yóò bá bá wa lọ. A kò le è rí ojú ọkùnrin náà àyàfi tí àbúrò wa bá lọ pẹ̀lú wa.’
27 ତହିଁରେ ଆପଣଙ୍କ ଦାସ ଯେ ମୋହର ପିତା, ସେ ଆମ୍ଭମାନଙ୍କୁ କହିଲେ, ‘ତୁମ୍ଭେମାନେ ଜାଣ, ଆମ୍ଭର ସେହି ଭାର୍ଯ୍ୟାଠାରୁ ଦୁଇଟି ପୁତ୍ର ହୋଇଥିଲେ।
“Baba mi, ìránṣẹ́ rẹ wí fún wa pé, ‘Ẹ mọ̀ pé ìyàwó mi bí ọmọkùnrin méjì fún mi.
28 ସେମାନଙ୍କ ମଧ୍ୟରୁ ଗୋଟିଏ ଆମ୍ଭ ନିକଟରୁ ଚାଲିଗଲା, ତହୁଁ ଆମ୍ଭେ କହିଲୁ, ସେ ନିଶ୍ଚୟ ଖଣ୍ଡ ଖଣ୍ଡ ହୋଇ ବିଦୀର୍ଣ୍ଣ ହୋଇଅଛି; ପୁଣି, ସେହି ଦିନଠାରୁ ଆମ୍ଭେ ଆଉ ତାକୁ ଦେଖି ନାହୁଁ।
Ọ̀kan nínú wọn lọ kúrò lọ́dọ̀ mi, mo sì wí pé, “Dájúdájú a ti fà á ya pẹ́rẹpẹ̀rẹ.” N kò sì tí ì ri láti ọjọ́ náà.
29 ଏବେ ଆମ୍ଭ ପାଖରୁ ଏହାକୁ ନେଇଗଲେ ଯଦି ଏହାକୁ କୌଣସି ବିପତ୍ତି ଘଟେ, ତେବେ ତୁମ୍ଭେମାନେ ଆମ୍ଭକୁ ଶୋକରେ ଏହି ପକ୍ୱ କେଶରେ ପାତାଳକୁ ପଠାଇବ।’ (Sheol h7585)
Tí ẹ bá tún mú èyí lọ, kúrò lọ́dọ̀ mi, tí ohunkóhun bá ṣe é, ìbànújẹ́ ni ẹ ó fi mú ewú orí mi lọ sí ipò òkú.’ (Sheol h7585)
30 ଏହେତୁ ଆପଣଙ୍କ ଦାସ ଯେ ମୋʼ ପିତା, ତାଙ୍କ ନିକଟରେ ମୁଁ ଉପସ୍ଥିତ ହେଲେ, ଆମ୍ଭମାନଙ୍କ ସଙ୍ଗରେ ଯଦି ଏହି ଯୁବା ନ ଥିବ, ତେବେ ଏହି ଯୁବା ନ ଥିବାର ଦେଖି ସେ ତତ୍‌କ୍ଷଣାତ୍ ମରିଯିବେ।
“Nítorí náà, bí a bá padà tọ baba wa lọ láìsí ọmọ náà pẹ̀lú wa nígbà tí a mọ̀ pé, ọmọ náà ni ẹ̀mí baba wa.
31 କାରଣ ତାଙ୍କ ପ୍ରାଣ ଏହି ଯୁବାର ପ୍ରାଣରେ ବନ୍ଧା ଅଟେ। ତହିଁରେ ଆପଣଙ୍କର ଏହି ଦାସମାନେ ଶୋକରେ ପକ୍ୱ କେଶରେ ଆପଣଙ୍କ ଦାସ ଆମ୍ଭମାନଙ୍କ ପିତାଙ୍କୁ କବରକୁ ପଠାଇବେ। (Sheol h7585)
Tí ó bá ri pé ọmọkùnrin náà kò wá pẹ̀lú wa, yóò kùú. Àwọn ìránṣẹ́ rẹ yóò wá mú baba wa tòun ti ewú orí lọ sí ipò òkú ní ìbànújẹ́. (Sheol h7585)
32 ଆହୁରି, ଆପଣଙ୍କ ଦାସ ମୁଁ, ଆପଣା ପିତାଙ୍କ ନିକଟରେ ଏହି ଯୁବାର ଲଗା ହୋଇ କହିଅଛି, ‘ମୁଁ ଯଦି ତାକୁ ତୁମ୍ଭ ପାଖକୁ ନ ଆଣେ, ତେବେ ମୁଁ ଯାବଜ୍ଜୀବନ ପିତାଙ୍କ ନିକଟରେ ଅପରାଧୀ ହେବି।’
Ìránṣẹ́ rẹ ló ṣe onídùúró fún ààbò ọmọ náà lọ́dọ̀ baba mi. Mo wí pé, ‘Bí n kò bá mú un padà tọ̀ ọ́ wá, baba mi, èmi ó ru ẹ̀bi rẹ̀ ní gbogbo ọjọ́ ayé mi!’
33 ଏଣୁ ନିବେଦନ କରୁଅଛି, ପ୍ରଭୁଙ୍କ ନିକଟରେ ଏହି ଯୁବାର ପରିବର୍ତ୍ତେ ଆପଣଙ୍କ ଦାସ ମୁଁ ଆପଣଙ୍କ ଦାସ ହୋଇଥାଏ, ମାତ୍ର ଏହି ଯୁବାକୁ ଭାଇମାନଙ୍କ ସଙ୍ଗରେ ବିଦାୟ କରନ୍ତୁ।
“Nítorí náà, jẹ́ kí ìránṣẹ́ rẹ kí ó dúró ní ìhín lọ́dọ̀ olúwa à mi bí ẹrú dípò ọmọ náà. Kí ọmọ náà bá àwọn arákùnrin rẹ̀ padà.
34 କାରଣ ଏହି ଯୁବା ମୋʼ ସଙ୍ଗରେ ନ ଥିଲେ, ମୁଁ କିପରି ପିତାଙ୍କ ନିକଟକୁ ଯାଇ ପାରିବି? ପୁଣି, ପିତାଙ୍କୁ ଯେଉଁ ବିପଦ ଘଟିବ, ତାହା କିପରି ଅବା ଦେଖି ପାରିବି?”
Báwo ni mo ṣe lè padà tọ baba mi lọ láì bá ṣe pé ọmọ náà wà pẹ̀lú mi? Rárá, èmi kò fẹ́ kí n rí ìbànújẹ́ tí yóò dé bá baba mi.”

< ମୋଶାଙ୍କ ଲିଖିତ ପ୍ରଥମ ପୁସ୍ତକ 44 >