< ମୋଶାଙ୍କ ଲିଖିତ ପ୍ରଥମ ପୁସ୍ତକ 43 >

1 ଏହି ସମୟରେ ମଧ୍ୟଦେଶରେ ଅତିଶୟ ଦୁର୍ଭିକ୍ଷ ଥିଲା।
Báyìí, ìyàn náà sì mú gidigidi ní ilẹ̀ náà.
2 ଏଥିନିମନ୍ତେ ସେମାନେ ମିସର ଦେଶରୁ ଯେଉଁ ଶସ୍ୟ ଆଣିଥିଲେ, ସେହି ସବୁ ସମାପ୍ତ ହେବାରୁ ସେମାନଙ୍କ ପିତା ସେମାନଙ୍କୁ କହିଲେ, “ତୁମ୍ଭେମାନେ ପୁନର୍ବାର ଯାଇ ଆମ୍ଭମାନଙ୍କ ନିମନ୍ତେ କିଛି ଶସ୍ୟ କିଣି ଆଣ।”
Nígbà tí wọ́n sì ti jẹ gbogbo ọkà tí wọ́n rà ní Ejibiti tan, baba wọn wí fún wọn pé, “Ẹ padà lọ ra oúnjẹ díẹ̀ si wá fún wa.”
3 ତହିଁରେ ଯିହୁଦା ତାଙ୍କୁ କହିଲା, “ସେ ବ୍ୟକ୍ତି ଦୃଢ଼ ପ୍ରତିଜ୍ଞା କରି କହିଅଛି, ‘ତୁମ୍ଭମାନଙ୍କ ଭାଇ ତୁମ୍ଭମାନଙ୍କ ସଙ୍ଗରେ ନ ଥିଲେ, ତୁମ୍ଭେମାନେ ଆମ୍ଭର ମୁଖ ଦେଖି ପାରିବ ନାହିଁ।’
Ṣùgbọ́n Juda wí fún un pé, “Ọkùnrin náà tẹnumọ́ ọn nínú ìkìlọ̀ rẹ̀ fún wa pé, ‘Ẹ̀yin kì yóò rí ojúrere mi mọ́, àyàfi bí arákùnrin yín bá bá a yín wá’.
4 ଏଣୁ ଯଦି ତୁମ୍ଭେ ଆମ୍ଭମାନଙ୍କ ଭାଇକୁ ସଙ୍ଗରେ ପଠାଇବ, ତେବେ ଆମ୍ଭେମାନେ ତୁମ୍ଭ ପାଇଁ ଶସ୍ୟ କିଣିବାକୁ ଯିବୁ।
Tí ìwọ yóò bá rán Benjamini arákùnrin wa lọ pẹ̀lú wa, a ó lọ ra oúnjẹ wá fún ọ.
5 ମାତ୍ର ଯଦି ନ ପଠାଇବ, ତେବେ ଆମ୍ଭେମାନେ ଯିବୁ ନାହିଁ; କାରଣ ସେ ବ୍ୟକ୍ତି କହିଅଛି, ‘ତୁମ୍ଭମାନଙ୍କ ଭାଇ ତୁମ୍ଭମାନଙ୍କ ସଙ୍ଗରେ ନ ଥିଲେ, ତୁମ୍ଭେମାନେ ଆମ୍ଭର ମୁଖ ଦେଖି ପାରିବ ନାହିଁ।’”
Ṣùgbọ́n bí ìwọ kò bá ni jẹ́ kí ó bá wa lọ, àwa kì yóò lọ, nítorí ọkùnrin náà sọ fún wa pé, ‘Ẹ̀yin kì yóò rí ojúrere mi mọ́ àyàfi bí arákùnrin yín bá bá a yín wá.’”
6 ତହିଁରେ ଇସ୍ରାଏଲ କହିଲେ, “ତୁମ୍ଭମାନଙ୍କର ଆଉ ଏକ ଭାଇ ଅଛି, ଏହା ସେହି ମନୁଷ୍ୟକୁ କହି ମୋʼ ପ୍ରତି ଏପରି କୁବ୍ୟବହାର କାହିଁକି କଲ?”
Israẹli béèrè pé, “Èéṣe tí ẹ fi kó ìdààmú yìí bá mi nípa sísọ fún ọkùnrin náà wí pé ẹ ní arákùnrin mìíràn?”
7 ସେମାନେ କହିଲେ, “ସେ ଆମ୍ଭମାନଙ୍କ ଓ ଆମ୍ଭମାନଙ୍କ ଜ୍ଞାତିମାନଙ୍କ ବିଷୟ ସୂକ୍ଷ୍ମ ରୂପେ ପଚାରି କହିଲା, ‘ତୁମ୍ଭମାନଙ୍କ ପିତା କି ଆଜି ପର୍ଯ୍ୟନ୍ତ ବଞ୍ଚିଅଛନ୍ତି? ତୁମ୍ଭମାନଙ୍କର କି ଆଉ ଭାଇ ଅଛି?’ ଏଣୁ ଆମ୍ଭେମାନେ ସେହି କଥା ପ୍ରମାଣେ ଉତ୍ତର ଦେଇଥିଲୁ; ସେ ଯେ ‘ତୁମ୍ଭମାନଙ୍କ ଭାଇଙ୍କୁ ଏଠାକୁ ଆଣ ବୋଲି କହିବ, ଏହା ଆମ୍ଭେମାନେ କିପ୍ରକାରେ ଜାଣି ପାରନ୍ତୁ?’”
Wọ́n dáhùn pé, “Ọkùnrin náà fi pẹ̀lẹ́pẹ̀lẹ́ wádìí lọ́wọ́ wa nípa ìdílé wa àti àwa fúnra wa. Ó béèrè pé, ‘Ṣe baba yín ṣì wà láààyè? Ǹjẹ́ ẹ tún ní arákùnrin mìíràn?’ A kàn dáhùn ìbéèrè rẹ̀ ni. Báwo ni a ṣe le mọ̀ pé yóò wí pé, ‘Ẹ mú arákùnrin yín wá’?”
8 ଯିହୁଦା ଆପଣା ପିତା ଇସ୍ରାଏଲଙ୍କୁ ଆହୁରି କହିଲା, “ତୁମ୍ଭେ ସେହି ଯୁବାକୁ ମୋʼ ସଙ୍ଗରେ ପଠାଇଦିଅ; ଆମ୍ଭେମାନେ ଉଠି ପ୍ରସ୍ଥାନ କରୁ, ତହିଁରେ ଆମ୍ଭେମାନେ ଓ ତୁମ୍ଭେ ଓ ବାଳକମାନେ, ସମସ୍ତେ ବଞ୍ଚିବା, ମରିବା ନାହିଁ।
Juda sì wí fún Israẹli baba rẹ̀, “Jẹ́ kí ọmọkùnrin náà lọ pẹ̀lú mi, a ó sì lọ ní kíákíá, kí àwa àti ìwọ àti àwọn ọmọ wa le yè, kí a má sì kú.
9 ମୁଁ ତାହାର ଲଗା ହେଲି, ମୋʼ ହସ୍ତରୁ ତାକୁ ବୁଝି ନେବ; ମୁଁ ଯଦି ତାକୁ ଆଣି ତୁମ୍ଭ ସମ୍ମୁଖରେ ନ ରଖେ, ତେବେ ସେହି ଦୋଷ ସର୍ବଦା ମୋʼ ଉପରେ ବର୍ତ୍ତିବ।
Èmi fúnra mi yóò ṣe onídùúró fún un, èmi ni kí o gbà pé o fi lé lọ́wọ́. Bí n kò bá sì mú un padà tọ̀ ọ́ wá, jẹ́ kí ẹ̀bi rẹ̀ kí ó jẹ́ tèmi ní gbogbo ọjọ́ ayé mi níwájú rẹ.
10 ଯଦି ଆମ୍ଭମାନଙ୍କର ଏତେ ବିଳମ୍ବ ହୋଇ ନ ଥାʼନ୍ତା, ତେବେ ଆମ୍ଭେମାନେ ଦ୍ୱିତୀୟ ଥର ବାହୁଡ଼ି ଆସନ୍ତୁଣି।”
Bí ó bá ṣe pé a kò fi falẹ̀ ni, àwa ìbá ti lọ, à bá sì ti padà ní ìgbà méjì ọ̀tọ̀ọ̀tọ̀.”
11 ତହୁଁ ସେମାନଙ୍କ ପିତା ଇସ୍ରାଏଲ ସେମାନଙ୍କୁ କହିଲେ, “ଯଦି ଏପରି ହୁଏ, ତେବେ ଗୋଟିଏ କର୍ମ କର; ତୁମ୍ଭେମାନେ ଆପଣା ଆପଣା ପାତ୍ରରେ ଏହି ଦେଶର ଉତ୍ତମ ଦ୍ରବ୍ୟ, ଅର୍ଥାତ୍‍, ଗୁଗ୍ଗୁଳ, ମଧୁ, ସୁଗନ୍ଧି ଦ୍ରବ୍ୟ, ଗନ୍ଧରସ, ପେସ୍ତା ଓ ବାଦାମ କିଛି କିଛି ଘେନି ସେହି ବ୍ୟକ୍ତିଙ୍କୁ ଭେଟି ଦିଅ।
Nígbà náà ni Israẹli baba wọn wí fún wọn, “Bí ó bá rí bẹ́ẹ̀, èyí ni kí ẹ ṣe, ẹ mú àwọn ohun dáradára ilẹ̀ yìí lọ́wọ́ lọ bí ẹ̀bùn fún ọkùnrin náà—ìkunra díẹ̀, oyin díẹ̀, tùràrí àti òjìá, èso pisitakio àti èso almondi
12 ପୁଣି, ଆପଣା ଆପଣା ହସ୍ତରେ ଦ୍ୱିଗୁଣ ଟଙ୍କା ନିଅ ଓ ତୁମ୍ଭମାନଙ୍କ ପଟ-ମୁଖରେ ଯେଉଁ ଟଙ୍କା ଫେରି ଆସିଅଛି, ତାହା ମଧ୍ୟ ହସ୍ତରେ ନେଇଯାଅ; କେଜାଣି ତାହା ଭୁଲ୍ ହୋଇଥିବ।
ìlọ́po owó méjì ni kí ẹ mú lọ́wọ́, nítorí ẹ gbọdọ̀ dá owó tí ẹ bá lẹ́nu àpò yín padà. Bóyá ẹnìkan ló ṣèèṣì fi síbẹ̀.
13 ପୁଣି, ଆପଣାମାନଙ୍କ ଭାଇଙ୍କୁ ଘେନି ଉଠି ପୁନର୍ବାର ସେହି ବ୍ୟକ୍ତି ନିକଟକୁ ଯାଅ।
Ẹ mú arákùnrin yín lọ́wọ́ pẹ̀lú ki ẹ sì tọ arákùnrin náà lọ.
14 ସର୍ବଶକ୍ତିମାନ ପରମେଶ୍ୱର ତୁମ୍ଭମାନଙ୍କୁ ସେହି ବ୍ୟକ୍ତି ନିକଟରେ ଏପରି ଅନୁଗ୍ରହପାତ୍ର କରନ୍ତୁ, ଯେପରି ସେ ତୁମ୍ଭମାନଙ୍କ ଅନ୍ୟ ଭାଇଙ୍କୁ ଓ ବିନ୍ୟାମୀନ୍‍କୁ ଛାଡ଼ିଦେବ। ମାତ୍ର ଯଦି ମୋତେ ପୁତ୍ରହୀନ ହେବାକୁ ହୁଏ, ତେବେ ପୁତ୍ରହୀନ ହେବି।”
Kí Ọlọ́run alágbára jẹ́ kí ẹ rí àánú gbà lọ́dọ̀ ọkùnrin náà kí ó ba à le jẹ́ kí arákùnrin yín tí ó wà lọ́hùn ún àti Benjamini padà wá pẹ̀lú yín. Ní tèmi, bí mo bá pàdánù àwọn ọmọ mi, n ó ṣọ̀fọ̀ wọn náà ni.”
15 ତହୁଁ ସେମାନେ ସେହି ଭେଟି ଦ୍ରବ୍ୟ ଓ ଦ୍ୱିଗୁଣ ଟଙ୍କା ଓ ବିନ୍ୟାମୀନ୍‍କୁ ସଙ୍ଗରେ ଘେନି ଯାତ୍ରା କରି ମିସର ଦେଶରେ ଯୋଷେଫଙ୍କ ସମ୍ମୁଖରେ ଠିଆ ହେଲେ।
Nítorí náà wọ́n mú àwọn ẹ̀bùn náà àti owó ìlọ́po méjì àti Benjamini, wọ́n sì yára lọ sí ilẹ̀ Ejibiti, wọ́n sì fi ara wọn hàn níwájú Josẹfu.
16 ସେତେବେଳେ ଯୋଷେଫ ସେମାନଙ୍କ ସଙ୍ଗରେ ବିନ୍ୟାମୀନ୍‍କୁ ଦେଖି ଆପଣା ଗୃହାଧ୍ୟକ୍ଷକୁ କହିଲେ, “ଏହି ଲୋକମାନଙ୍କୁ ଆମ୍ଭ ଗୃହକୁ ନେଇଯାଅ ଓ ପଶୁ ମାରି ଖାଦ୍ୟଦ୍ରବ୍ୟ ପ୍ରସ୍ତୁତ କର; ଏମାନେ ମଧ୍ୟାହ୍ନ ସମୟରେ ଆମ୍ଭ ସଙ୍ଗରେ ଭୋଜନ କରିବେ।”
Nígbà tí Josẹfu rí Benjamini pẹ̀lú wọn, ó sọ fún ìránṣẹ́ ilé rẹ̀, “Mú àwọn ọkùnrin wọ̀nyí lọ sí ilé mi, pa ẹran kí o sì ṣe àsè; wọn ó jẹun ọ̀sán pẹ̀lú mi.”
17 ଏଥିରେ ସେହି ମନୁଷ୍ୟ ଯୋଷେଫଙ୍କର ଆଜ୍ଞାନୁସାରେ କର୍ମ କରି ସେମାନଙ୍କୁ ଯୋଷେଫଙ୍କ ଗୃହକୁ ନେଇଗଲା।
Ọkùnrin náà sì ṣe bí Josẹfu ti wí fún un, ó sì mú àwọn ọkùnrin náà lọ sí ilé Josẹfu.
18 ପୁଣି, ଯୋଷେଫଙ୍କ ଗୃହକୁ ନୀତ ହେବାରୁ ସେମାନେ ଭୀତ ହୋଇ ପରସ୍ପର କହିଲେ, “ପୂର୍ବେ ଆମ୍ଭମାନଙ୍କ ପଟରେ ଯେଉଁ ଟଙ୍କା ଫେରି ଯାଇଥିଲା, ତହିଁ ନିମନ୍ତେ ଆମ୍ଭମାନଙ୍କୁ ଏଠାକୁ ଆଣିଅଛନ୍ତି; ଏବେ ସେ ଆମ୍ଭମାନଙ୍କ ଉପରେ ପଡ଼ି ଆକ୍ରମଣ କରି ଆମ୍ଭମାନଙ୍କ ଗର୍ଦ୍ଦଭ ସବୁ ନେଇ ଆମ୍ଭମାନଙ୍କୁ ଦାସ ପରି ରଖିବ।”
Ẹ̀rù sì ba àwọn ọkùnrin náà nígbà tí wọ́n mú wọn lọ sí ilé Josẹfu. Wọ́n rò ó pé, “A mú wa wá sí ìhín nítorí owó tí a fi sí inú àpò wa ní ìgbà àkọ́kọ́. Ó fẹ́ bá wa jà, kí ó mú wa lẹ́rú kí ó sì gba àwọn kẹ́tẹ́kẹ́tẹ́ wa.”
19 ତେଣୁ ସେମାନେ ଯୋଷେଫଙ୍କ ଗୃହାଧ୍ୟକ୍ଷ ନିକଟକୁ ଯାଇ ଗୃହର ପ୍ରବେଶ ସ୍ଥାନରେ ତାହା ସହିତ କଥାବାର୍ତ୍ତା କରି କହିଲେ,
Nítorí náà wọ́n lọ bá ìránṣẹ́ Josẹfu, wọ́n sì ba sọ̀rọ̀ ní ẹnu-ọ̀nà àbáwọlé ilé náà.
20 “ପ୍ରଭୋ, ଆମ୍ଭେମାନେ ପୂର୍ବେ ଶସ୍ୟ କିଣିବାକୁ ଆସିଥିଲୁ;
Wọ́n wí pé, “Jọ̀wọ́ ọ̀gá, ní òtítọ́ ni àwa ti sọ̀kalẹ̀ síyìn-ín láti wá ra oúnjẹ ní ìṣáájú.
21 ପୁଣି, ଉତ୍ତରିବା ସ୍ଥାନରେ ଆପଣା ଆପଣା ପଟ ଫିଟାଇ ଦେଖିଲୁ ଯେ, ପ୍ରତି ଜଣର ପଟ-ମୁଖରେ ତାହାର ଟଙ୍କା, ଅର୍ଥାତ୍‍, ପୂର୍ଣ୍ଣ ତୌଲ ଅନୁସାରେ ଆମ୍ଭମାନଙ୍କର ଟଙ୍କା ଅଛି; ତାହା ଆମ୍ଭେମାନେ ହସ୍ତରେ ପୁନର୍ବାର ଆଣିଅଛୁ।
Ṣùgbọ́n níbi tí a ti dúró ní ọ̀nà láti sùn ní alẹ́, nígbà tí a tú àpò oúnjẹ wa, ẹnìkọ̀ọ̀kan wa bá owó oúnjẹ tirẹ̀ tí ó rà lẹ́nu àpò láì lé, láì dín. Nítorí náà òun nìyí, a ti mu un padà wá pẹ̀lú wa.
22 ପୁଣି, ଶସ୍ୟ କିଣିବା ନିମନ୍ତେ ଆମ୍ଭେମାନେ ଆଉ ଟଙ୍କା ଆଣିଅଛୁ; ମାତ୍ର ସେହି ଟଙ୍କା ଆମ୍ଭମାନଙ୍କ ପଟରେ କିଏ ରଖିଥିଲା, ଆମ୍ଭେମାନେ ତାହା ଜାଣି ନାହୁଁ।”
A sì tún mú owó mìíràn lọ́wọ́ láti fi ra oúnjẹ. A ò mọ ẹni tí ó fi owó wa sí ẹnu àpò.”
23 ତହିଁରେ ସେ ଗୃହାଧ୍ୟକ୍ଷ କହିଲା, “ତୁମ୍ଭମାନଙ୍କର ମଙ୍ଗଳ ହେଉ, ଭୟ କର ନାହିଁ; ତୁମ୍ଭମାନଙ୍କ ପରମେଶ୍ୱର ଓ ତୁମ୍ଭମାନଙ୍କ ପୈତୃକ ପରମେଶ୍ୱର ତୁମ୍ଭମାନଙ୍କ ପଟରେ ତୁମ୍ଭମାନଙ୍କୁ ଗୁପ୍ତ ଧନ ଦେଇଅଛନ୍ତି; ତୁମ୍ଭମାନଙ୍କ ଟଙ୍କା ମୋʼ ପାଖରେ ଥିଲା।” ତହୁଁ ସେ ଶିମୀୟୋନକୁ ବାହାର କରି ସେମାନଙ୍କ ନିକଟକୁ ଆଣିଲା।
Ó sì wí fún wọn pé, “Àlàáfíà ni fún yín, ẹ má bẹ̀rù, Ọlọ́run yín, àní Ọlọ́run baba yín ni ó fi ìṣúra sí inú àpò yín; mo rí owó tí ẹ san gbà.” Nígbà náà ni ó mú Simeoni jáde tọ̀ wọ́n wá.
24 ଏଥିଉତ୍ତାରେ ସେ ସେମାନଙ୍କୁ ଯୋଷେଫଙ୍କ ଗୃହ ଭିତରକୁ ନେଇ ଜଳ ଦିଅନ୍ତେ, ସେମାନେ ପାଦ ପ୍ରକ୍ଷାଳନ କଲେ; ପୁଣି, ସେ ସେମାନଙ୍କ ଗର୍ଦ୍ଦଭମାନଙ୍କୁ ଆହାର ଦେଲା।
Ìránṣẹ́ náà mú àwọn ọkùnrin náà lọ sí ilé Josẹfu, ó fún wọn ní omi láti fi wẹ ẹsẹ̀ wọn nu, ó sì fún àwọn kẹ́tẹ́kẹ́tẹ́ wọn lóúnjẹ pẹ̀lú.
25 ଆଉ ମଧ୍ୟାହ୍ନ ସମୟରେ ଯୋଷେଫ ଆସିବେ ବୋଲି ସେମାନେ ଭେଟି ଦ୍ରବ୍ୟ ସଜାଇଲେ; କାରଣ ସେମାନେ ସେଠାରେ ଭୋଜନ କରିବେ ବୋଲି ଶୁଣିଥିଲେ।
Wọ́n pèsè ẹ̀bùn wọn sílẹ̀ fún Josẹfu di ọ̀sán nígbà tí yóò dé, nítorí wọ́n ti gbọ́ pé ibẹ̀ ni àwọn yóò ti jẹun ọ̀sán.
26 ଏଥିଉତ୍ତାରେ ଯୋଷେଫ ଗୃହକୁ ଆସନ୍ତେ, ସେମାନେ ହସ୍ତସ୍ଥିତ ଭେଟି ଦ୍ରବ୍ୟ ତାଙ୍କ ନିକଟକୁ ଗୃହ ମଧ୍ୟରେ ଆଣି ତାଙ୍କୁ ଭୂମିଷ୍ଠ ପ୍ରମାଣ କଲେ।
Nígbà tí Josẹfu dé sí ilé, wọ́n kó àwọn ẹ̀bùn tí wọ́n ti mú wá fún un, wọ́n sì wólẹ̀ níwájú rẹ̀.
27 ତହୁଁ ଯୋଷେଫ ସେମାନଙ୍କର ମଙ୍ଗଳ ବାର୍ତ୍ତା ପଚାରି କହିଲେ, “ତୁମ୍ଭମାନଙ୍କର ପିତା କି କୁଶଳରେ ଅଛନ୍ତି? ତୁମ୍ଭେମାନେ ଯେଉଁ ବୃଦ୍ଧ ଲୋକଙ୍କର କଥା କହୁଥିଲ, ସେ କି ଆଜି ପର୍ଯ୍ୟନ୍ତ ବଞ୍ଚିଅଛନ୍ତି?”
Ó béèrè àlàáfíà wọn, ó sì wí pé, “Ṣé àlàáfíà ni baba yín wà, baba arúgbó tí ẹ sọ̀rọ̀ rẹ̀ fún mi, ṣé ó sì wà láààyè?”
28 ସେମାନେ କହିଲେ, “ଆପଣଙ୍କ ଦାସ ଆମ୍ଭମାନଙ୍କ ପିତା କୁଶଳରେ ଅଛନ୍ତି, ସେ ଆଜି ପର୍ଯ୍ୟନ୍ତ ବଞ୍ଚିଅଛନ୍ତି।” ତହୁଁ ସେମାନେ ମସ୍ତକ ନତ କରି ପ୍ରଣାମ କଲେ।
Wọ́n dáhùn pé, “Ìránṣẹ́ rẹ, baba wa sì wà láààyè, àlàáfíà sì ni ó wà pẹ̀lú.” Wọn sì tẹríba láti bọ̀wọ̀ fún un.
29 ସେତେବେଳେ ଯୋଷେଫ ଅନାଇ ଆପଣା ସହୋଦର ବିନ୍ୟାମୀନ୍‍କୁ ଦେଖି କହିଲେ, “ତୁମ୍ଭେମାନେ ଯେଉଁ ସାନ ଭାଇର କଥା କହିଥିଲ, ସେ କି ଏହି?” ଆଉ ସେ କହିଲେ, “ହେ ଆମ୍ଭର ପୁତ୍ର, ପରମେଶ୍ୱର ତୁମ୍ଭଙ୍କୁ ଅନୁଗ୍ରହ କରନ୍ତୁ।”
Bí ó ti wò yíká tí ó sì rí Benjamini àbúrò rẹ̀, tí í ṣe ọmọ ìyá rẹ̀ gan an. Ó béèrè lọ́wọ́ wọn pé, “Ṣe àbúrò yín tí ó jẹ́ àbíkẹ́yìn tí ẹ sọ fún mi nípa rẹ̀ nìyìí?” Ó sì tún wí pe, “Kí Ọlọ́run kí ó ṣàánú fún ọ, ọmọ mi.”
30 ତହୁଁ ଭାଇ ପ୍ରତି ଯୋଷେଫଙ୍କର ଅନ୍ତଃକରଣ ସ୍ନେହରେ ଉତ୍ତପ୍ତ ହେବାରୁ ସେ ଶୀଘ୍ର ରୋଦନ କରିବାକୁ ସ୍ଥାନ ଖୋଜିଲେ; ପୁଣି, ସେ ଆପଣା କୋଠରିରେ ପ୍ରବେଶ କରି ସେଠାରେ ରୋଦନ କଲେ।
Ọkàn rẹ̀ sì fà sí i gidigidi nígbà tí ó rí arákùnrin rẹ̀, nítorí náà Josẹfu yára jáde láti wá ibi tí ó ti le sọkún. Ó lọ sí iyàrá rẹ̀, ó sì sọkún níbẹ̀.
31 ଏଥିଉତ୍ତାରେ ସେ ମୁଖ ପ୍ରକ୍ଷାଳନ କରି ବାହାରକୁ ଆସିଲେ, ପୁଣି, ଆପଣାକୁ ସମ୍ଭାଳି “ଭକ୍ଷ୍ୟଦ୍ରବ୍ୟ ପରିବେଷଣ କରିବା ନିମନ୍ତେ” ଆଜ୍ଞା ଦେଲେ।
Lẹ́yìn ìgbà tí ó ti bọ́jú tan, ó jáde wá, ó ṣe ọkàn ọkùnrin, ó sì wí fún wọn pé, kí wọ́n gbé oúnjẹ wá kí wọ́n le è jẹun.
32 ତହିଁରେ ଭୃତ୍ୟମାନେ ଯୋଷେଫଙ୍କ ନିମନ୍ତେ ଓ ତାଙ୍କ ଭାଇମାନଙ୍କ ନିମନ୍ତେ, ପୁଣି, ତାଙ୍କ ସଙ୍ଗେ ଭୋଜନକାରୀ ମିସରୀୟ ଲୋକମାନଙ୍କ ନିମନ୍ତେ ପୃଥକ ପୃଥକ ପରିବେଷଣ କଲେ, କାରଣ ଏବ୍ରୀୟମାନଙ୍କ ସହିତ ଭୋଜନ କରିବାର ମିସରୀୟମାନଙ୍କର ବ୍ୟବହାର ନ ଥିଲା; ତାହା ମିସରୀୟମାନଙ୍କର ଘୃଣିତ କର୍ମ।
Wọ́n gbé oúnjẹ tirẹ̀ fún un lọ́tọ̀, àti fún àwọn ará Ejibiti tí ó wá ba jẹun náà lọ́tọ̀, nítorí ará Ejibiti kò le bá ará Heberu jẹun nítorí ìríra pátápátá ló jẹ́ fún àwọn Ejibiti.
33 ଏଥିଉତ୍ତାରେ ଯୋଷେଫଙ୍କ ସମ୍ମୁଖରେ ସେମାନଙ୍କର ଜ୍ୟେଷ୍ଠ ଜ୍ୟେଷ୍ଠ ସ୍ଥାନରେ ଓ କନିଷ୍ଠ କନିଷ୍ଠ ସ୍ଥାନରେ ବସିଲେ; ତହିଁରେ ସେମାନେ ପରସ୍ପର ଆଶ୍ଚର୍ଯ୍ୟ ବୋଧ କଲେ।
A mú àwọn ọkùnrin náà jókòó lẹ́gbẹ̀ẹ́ rẹ̀, bí wọ́n ṣe dàgbà sí, láti orí ẹ̀gbọ́n pátápátá dé orí èyí tí ó kéré pátápátá, wọ́n sì ń wo ara wọn tìyanu tìyanu.
34 ପୁଣି, ସେ ଆପଣା ସମ୍ମୁଖରୁ ଭକ୍ଷ୍ୟଦ୍ରବ୍ୟ ଉଠାଇ ସେମାନଙ୍କୁ ପରିବେଷଣ କରାଇଲେ; ମାତ୍ର ସମସ୍ତଙ୍କ ଭାଗରୁ ବିନ୍ୟାମୀନ୍‍ର ଭାଗ ପାଞ୍ଚଗୁଣ ଅଧିକ ଥିଲା। ଏଥିରେ ସେମାନେ ପାନ କରି ତାଙ୍କ ସହିତ ଆନନ୍ଦ କଲେ।
A sì bu oúnjẹ fún wọn láti orí tábìlì Josẹfu. Oúnjẹ Benjamini sì tó ìlọ́po márùn-ún ti àwọn tókù. Wọ́n ń jẹ, wọ́n sì ń mu lọ́dọ̀ rẹ̀ láìsí ìdíwọ́.

< ମୋଶାଙ୍କ ଲିଖିତ ପ୍ରଥମ ପୁସ୍ତକ 43 >