< ମୋଶାଙ୍କ ଲିଖିତ ପ୍ରଥମ ପୁସ୍ତକ 43 >
1 ଏହି ସମୟରେ ମଧ୍ୟଦେଶରେ ଅତିଶୟ ଦୁର୍ଭିକ୍ଷ ଥିଲା।
Koro kech ne pod ger ahinya e piny.
2 ଏଥିନିମନ୍ତେ ସେମାନେ ମିସର ଦେଶରୁ ଯେଉଁ ଶସ୍ୟ ଆଣିଥିଲେ, ସେହି ସବୁ ସମାପ୍ତ ହେବାରୁ ସେମାନଙ୍କ ପିତା ସେମାନଙ୍କୁ କହିଲେ, “ତୁମ୍ଭେମାନେ ପୁନର୍ବାର ଯାଇ ଆମ୍ଭମାନଙ୍କ ନିମନ୍ତେ କିଛି ଶସ୍ୟ କିଣି ଆଣ।”
Bangʼ kane gisechamo cham duto mane gia godo Misri, wuon-gi nowachonegi niya, “Doguru mondo udhi ungʼiewnwae chiemo moko.”
3 ତହିଁରେ ଯିହୁଦା ତାଙ୍କୁ କହିଲା, “ସେ ବ୍ୟକ୍ତି ଦୃଢ଼ ପ୍ରତିଜ୍ଞା କରି କହିଅଛି, ‘ତୁମ୍ଭମାନଙ୍କ ଭାଇ ତୁମ୍ଭମାନଙ୍କ ସଙ୍ଗରେ ନ ଥିଲେ, ତୁମ୍ଭେମାନେ ଆମ୍ଭର ମୁଖ ଦେଖି ପାରିବ ନାହିଁ।’
To Juda nowachone niya, “Ngʼat cha nosiemowa matek ni, ‘Ok nachak awuo kodu ka ok ubiro gi owadu.’
4 ଏଣୁ ଯଦି ତୁମ୍ଭେ ଆମ୍ଭମାନଙ୍କ ଭାଇକୁ ସଙ୍ଗରେ ପଠାଇବ, ତେବେ ଆମ୍ଭେମାନେ ତୁମ୍ଭ ପାଇଁ ଶସ୍ୟ କିଣିବାକୁ ଯିବୁ।
Kinyalo yie mondo Benjamin odhi kodwa, to wabiro dhi mondo wadhi warund cham.
5 ମାତ୍ର ଯଦି ନ ପଠାଇବ, ତେବେ ଆମ୍ଭେମାନେ ଯିବୁ ନାହିଁ; କାରଣ ସେ ବ୍ୟକ୍ତି କହିଅଛି, ‘ତୁମ୍ଭମାନଙ୍କ ଭାଇ ତୁମ୍ଭମାନଙ୍କ ସଙ୍ଗରେ ନ ଥିଲେ, ତୁମ୍ଭେମାନେ ଆମ୍ଭର ମୁଖ ଦେଖି ପାରିବ ନାହିଁ।’”
To ka ok iore, to ok wabi dhi, nikech ngʼatno nowachonwa ni, ‘Ok abi chak awuo kodu ka ok ubiro gi owadu.’”
6 ତହିଁରେ ଇସ୍ରାଏଲ କହିଲେ, “ତୁମ୍ଭମାନଙ୍କର ଆଉ ଏକ ଭାଇ ଅଛି, ଏହା ସେହି ମନୁଷ୍ୟକୁ କହି ମୋʼ ପ୍ରତି ଏପରି କୁବ୍ୟବହାର କାହିଁକି କଲ?”
Israel nopenjogi niya, “Angʼo ma omiyo ukelona chandruogni ka unyiso ngʼatno ni un kod owadu moro?”
7 ସେମାନେ କହିଲେ, “ସେ ଆମ୍ଭମାନଙ୍କ ଓ ଆମ୍ଭମାନଙ୍କ ଜ୍ଞାତିମାନଙ୍କ ବିଷୟ ସୂକ୍ଷ୍ମ ରୂପେ ପଚାରି କହିଲା, ‘ତୁମ୍ଭମାନଙ୍କ ପିତା କି ଆଜି ପର୍ଯ୍ୟନ୍ତ ବଞ୍ଚିଅଛନ୍ତି? ତୁମ୍ଭମାନଙ୍କର କି ଆଉ ଭାଇ ଅଛି?’ ଏଣୁ ଆମ୍ଭେମାନେ ସେହି କଥା ପ୍ରମାଣେ ଉତ୍ତର ଦେଇଥିଲୁ; ସେ ଯେ ‘ତୁମ୍ଭମାନଙ୍କ ଭାଇଙ୍କୁ ଏଠାକୁ ଆଣ ବୋଲି କହିବ, ଏହା ଆମ୍ଭେମାନେ କିପ୍ରକାରେ ଜାଣି ପାରନ୍ତୁ?’”
To negidwoke niya, “Ngʼatno nopenjowa ahinya kuomwa wawegi kendo kuom joodwa. Nopenjowa ni, ‘Bende wuonu pod ngima? Bende un gi owadu machielo?’ Ne wadwoke mana gik mane openjowa. Ere kaka dine wangʼe ni obiro wachonwa ni, ‘Dhi ukel owaduno ka’?”
8 ଯିହୁଦା ଆପଣା ପିତା ଇସ୍ରାଏଲଙ୍କୁ ଆହୁରି କହିଲା, “ତୁମ୍ଭେ ସେହି ଯୁବାକୁ ମୋʼ ସଙ୍ଗରେ ପଠାଇଦିଅ; ଆମ୍ଭେମାନେ ଉଠି ପ୍ରସ୍ଥାନ କରୁ, ତହିଁରେ ଆମ୍ଭେମାନେ ଓ ତୁମ୍ଭେ ଓ ବାଳକମାନେ, ସମସ୍ତେ ବଞ୍ଚିବା, ମରିବା ନାହିଁ।
Eka Juda nowacho ne Israel wuon mare niya, “We wawuogi kendo adhi gi wuowini, mondo omi wan kod in kod nyithindwa kik kech negwa.
9 ମୁଁ ତାହାର ଲଗା ହେଲି, ମୋʼ ହସ୍ତରୁ ତାକୁ ବୁଝି ନେବ; ମୁଁ ଯଦି ତାକୁ ଆଣି ତୁମ୍ଭ ସମ୍ମୁଖରେ ନ ରଖେ, ତେବେ ସେହି ଦୋଷ ସର୍ବଦା ମୋʼ ଉପରେ ବର୍ତ୍ତିବ।
An awuon asingora ni abiro rite kendo en e lweta. Ka ok aduoge iri ka, to ikwana kaka jaketho e ndalo duto mag ngimana.
10 ଯଦି ଆମ୍ଭମାନଙ୍କର ଏତେ ବିଳମ୍ବ ହୋଇ ନ ଥାʼନ୍ତା, ତେବେ ଆମ୍ଭେମାନେ ଦ୍ୱିତୀୟ ଥର ବାହୁଡ଼ି ଆସନ୍ତୁଣି।”
Ka debed ni ok waseketho kinde, dine wasedhi ma waduogo diriyo.”
11 ତହୁଁ ସେମାନଙ୍କ ପିତା ଇସ୍ରାଏଲ ସେମାନଙ୍କୁ କହିଲେ, “ଯଦି ଏପରି ହୁଏ, ତେବେ ଗୋଟିଏ କର୍ମ କର; ତୁମ୍ଭେମାନେ ଆପଣା ଆପଣା ପାତ୍ରରେ ଏହି ଦେଶର ଉତ୍ତମ ଦ୍ରବ୍ୟ, ଅର୍ଥାତ୍, ଗୁଗ୍ଗୁଳ, ମଧୁ, ସୁଗନ୍ଧି ଦ୍ରବ୍ୟ, ଗନ୍ଧରସ, ପେସ୍ତା ଓ ବାଦାମ କିଛି କିଛି ଘେନି ସେହି ବ୍ୟକ୍ତିଙ୍କୁ ଭେଟି ଦିଅ।
Eka Israel wuon-gi nowachonegi niya, “Ka en ni nyaka obed kamano, to timuru kama. Keturu gik moko mabeyo mag pinyni e ogundeu kendo utergi ne ngʼatno kaka mich; ma gin yiende moko, gi mor kich gi gik mangʼwe ngʼar gi mane-mane kod oyungu.
12 ପୁଣି, ଆପଣା ଆପଣା ହସ୍ତରେ ଦ୍ୱିଗୁଣ ଟଙ୍କା ନିଅ ଓ ତୁମ୍ଭମାନଙ୍କ ପଟ-ମୁଖରେ ଯେଉଁ ଟଙ୍କା ଫେରି ଆସିଅଛି, ତାହା ମଧ୍ୟ ହସ୍ତରେ ନେଇଯାଅ; କେଜାଣି ତାହା ଭୁଲ୍ ହୋଇଥିବ।
Kawuru pesa moromo rundo nyadiriyo, nikech nyaka uduoki pesa mane oket ei ogundeu. Nyalo bedo ni mano nobothnigi.
13 ପୁଣି, ଆପଣାମାନଙ୍କ ଭାଇଙ୍କୁ ଘେନି ଉଠି ପୁନର୍ବାର ସେହି ବ୍ୟକ୍ତି ନିକଟକୁ ଯାଅ।
Kawuru owadu kendo udhi ir ngʼatno piyo.
14 ସର୍ବଶକ୍ତିମାନ ପରମେଶ୍ୱର ତୁମ୍ଭମାନଙ୍କୁ ସେହି ବ୍ୟକ୍ତି ନିକଟରେ ଏପରି ଅନୁଗ୍ରହପାତ୍ର କରନ୍ତୁ, ଯେପରି ସେ ତୁମ୍ଭମାନଙ୍କ ଅନ୍ୟ ଭାଇଙ୍କୁ ଓ ବିନ୍ୟାମୀନ୍କୁ ଛାଡ଼ିଦେବ। ମାତ୍ର ଯଦି ମୋତେ ପୁତ୍ରହୀନ ହେବାକୁ ହୁଏ, ତେବେ ପୁତ୍ରହୀନ ହେବି।”
Kendo mad Nyasaye Maratego timnu ngʼwono e nyim ngʼatno mondo mi owe owadu kod Benjamin mondo oduog kodu. To an to kochuno ni nyaka abed mokuyo to abiro kuyo.”
15 ତହୁଁ ସେମାନେ ସେହି ଭେଟି ଦ୍ରବ୍ୟ ଓ ଦ୍ୱିଗୁଣ ଟଙ୍କା ଓ ବିନ୍ୟାମୀନ୍କୁ ସଙ୍ଗରେ ଘେନି ଯାତ୍ରା କରି ମିସର ଦେଶରେ ଯୋଷେଫଙ୍କ ସମ୍ମୁଖରେ ଠିଆ ହେଲେ।
Kuom mano jogo nokawo mich kod pesa moromo rundo nyadiriyo, kod Benjamin bende. Negireto mapiyo nono ka gidhi Misri kendo negidhi ir Josef.
16 ସେତେବେଳେ ଯୋଷେଫ ସେମାନଙ୍କ ସଙ୍ଗରେ ବିନ୍ୟାମୀନ୍କୁ ଦେଖି ଆପଣା ଗୃହାଧ୍ୟକ୍ଷକୁ କହିଲେ, “ଏହି ଲୋକମାନଙ୍କୁ ଆମ୍ଭ ଗୃହକୁ ନେଇଯାଅ ଓ ପଶୁ ମାରି ଖାଦ୍ୟଦ୍ରବ୍ୟ ପ୍ରସ୍ତୁତ କର; ଏମାନେ ମଧ୍ୟାହ୍ନ ସମୟରେ ଆମ୍ଭ ସଙ୍ଗରେ ଭୋଜନ କରିବେ।”
Kane Josef oneno Benjamin kani kodgi, nowacho ne jarit ode niya, “Kaw jogi iter oda, yangʼnegi chiayo kendo ilosnegi chiemo mondo gichiem koda sa auchiel.”
17 ଏଥିରେ ସେହି ମନୁଷ୍ୟ ଯୋଷେଫଙ୍କର ଆଜ୍ଞାନୁସାରେ କର୍ମ କରି ସେମାନଙ୍କୁ ଯୋଷେଫଙ୍କ ଗୃହକୁ ନେଇଗଲା।
Jarit notimo mana kaka Josef nokone kendo notero jogo nyaka e od Josef.
18 ପୁଣି, ଯୋଷେଫଙ୍କ ଗୃହକୁ ନୀତ ହେବାରୁ ସେମାନେ ଭୀତ ହୋଇ ପରସ୍ପର କହିଲେ, “ପୂର୍ବେ ଆମ୍ଭମାନଙ୍କ ପଟରେ ଯେଉଁ ଟଙ୍କା ଫେରି ଯାଇଥିଲା, ତହିଁ ନିମନ୍ତେ ଆମ୍ଭମାନଙ୍କୁ ଏଠାକୁ ଆଣିଅଛନ୍ତି; ଏବେ ସେ ଆମ୍ଭମାନଙ୍କ ଉପରେ ପଡ଼ି ଆକ୍ରମଣ କରି ଆମ୍ଭମାନଙ୍କ ଗର୍ଦ୍ଦଭ ସବୁ ନେଇ ଆମ୍ଭମାନଙ୍କୁ ଦାସ ପରି ରଖିବ।”
To jogo ne luoro omako kane otergi e od Josef. Negiparo niya, “Osekelwa ka nikech pesa ma wayudo koduok e ogundewa, chiengʼ mane wabiro kae mokwongo. Odwaro ni mondo oichwa kendo olowa mondo mi oketwa wasumbini, bangʼe okaw pundewa.”
19 ତେଣୁ ସେମାନେ ଯୋଷେଫଙ୍କ ଗୃହାଧ୍ୟକ୍ଷ ନିକଟକୁ ଯାଇ ଗୃହର ପ୍ରବେଶ ସ୍ଥାନରେ ତାହା ସହିତ କଥାବାର୍ତ୍ତା କରି କହିଲେ,
Kuom mano negidhi ir jarit od Josef kendo giwuoyo kode e dhoot.
20 “ପ୍ରଭୋ, ଆମ୍ଭେମାନେ ପୂର୍ବେ ଶସ୍ୟ କିଣିବାକୁ ଆସିଥିଲୁ;
Negiwachone niya, “Jaduongʼ ne wabiro ka mokwongo ngʼiewo cham.
21 ପୁଣି, ଉତ୍ତରିବା ସ୍ଥାନରେ ଆପଣା ଆପଣା ପଟ ଫିଟାଇ ଦେଖିଲୁ ଯେ, ପ୍ରତି ଜଣର ପଟ-ମୁଖରେ ତାହାର ଟଙ୍କା, ଅର୍ଥାତ୍, ପୂର୍ଣ୍ଣ ତୌଲ ଅନୁସାରେ ଆମ୍ଭମାନଙ୍କର ଟଙ୍କା ଅଛି; ତାହା ଆମ୍ଭେମାନେ ହସ୍ତରେ ପୁନର୍ବାର ଆଣିଅଛୁ।
To kamane wabuoroe gotieno ne wagonyo gundewa kendo ngʼato ka ngʼato kuomwa noyudo pesane mana kaka ne wabiro kodgi e dho ogunde. Kuom mano waseduogogi.
22 ପୁଣି, ଶସ୍ୟ କିଣିବା ନିମନ୍ତେ ଆମ୍ଭେମାନେ ଆଉ ଟଙ୍କା ଆଣିଅଛୁ; ମାତ୍ର ସେହି ଟଙ୍କା ଆମ୍ଭମାନଙ୍କ ପଟରେ କିଏ ରଖିଥିଲା, ଆମ୍ଭେମାନେ ତାହା ଜାଣି ନାହୁଁ।”
Bende wasebiro gi pesa moko mondo wangʼiew godo chiemo. Ok wangʼeyo ngʼama noketo pesa e gundewa.”
23 ତହିଁରେ ସେ ଗୃହାଧ୍ୟକ୍ଷ କହିଲା, “ତୁମ୍ଭମାନଙ୍କର ମଙ୍ଗଳ ହେଉ, ଭୟ କର ନାହିଁ; ତୁମ୍ଭମାନଙ୍କ ପରମେଶ୍ୱର ଓ ତୁମ୍ଭମାନଙ୍କ ପୈତୃକ ପରମେଶ୍ୱର ତୁମ୍ଭମାନଙ୍କ ପଟରେ ତୁମ୍ଭମାନଙ୍କୁ ଗୁପ୍ତ ଧନ ଦେଇଅଛନ୍ତି; ତୁମ୍ଭମାନଙ୍କ ଟଙ୍କା ମୋʼ ପାଖରେ ଥିଲା।” ତହୁଁ ସେ ଶିମୀୟୋନକୁ ବାହାର କରି ସେମାନଙ୍କ ନିକଟକୁ ଆଣିଲା।
Nowacho niya, “Mano ber. Kik uluor. Nyasaye ma Nyasach wuonu, osedwokonu pesau e gundeu; to pesa mane ungʼiewgo cham ira, an godo.” Eka ne okelonegi Simeon.
24 ଏଥିଉତ୍ତାରେ ସେ ସେମାନଙ୍କୁ ଯୋଷେଫଙ୍କ ଗୃହ ଭିତରକୁ ନେଇ ଜଳ ଦିଅନ୍ତେ, ସେମାନେ ପାଦ ପ୍ରକ୍ଷାଳନ କଲେ; ପୁଣି, ସେ ସେମାନଙ୍କ ଗର୍ଦ୍ଦଭମାନଙ୍କୁ ଆହାର ଦେଲା।
Jarit notero jogo e od Josef, nomiyogi pi mondo giluokgo tiendgi kendo pundegi bende nomiyo chiemo.
25 ଆଉ ମଧ୍ୟାହ୍ନ ସମୟରେ ଯୋଷେଫ ଆସିବେ ବୋଲି ସେମାନେ ଭେଟି ଦ୍ରବ୍ୟ ସଜାଇଲେ; କାରଣ ସେମାନେ ସେଠାରେ ଭୋଜନ କରିବେ ବୋଲି ଶୁଣିଥିଲେ।
Negiiko mich mane gibiro godo mondo gi dhi gimi Josef sa auchiel, nikech negisewinjo ni gidhi chiemo kode.
26 ଏଥିଉତ୍ତାରେ ଯୋଷେଫ ଗୃହକୁ ଆସନ୍ତେ, ସେମାନେ ହସ୍ତସ୍ଥିତ ଭେଟି ଦ୍ରବ୍ୟ ତାଙ୍କ ନିକଟକୁ ଗୃହ ମଧ୍ୟରେ ଆଣି ତାଙ୍କୁ ଭୂମିଷ୍ଠ ପ୍ରମାଣ କଲେ।
Kane Josef odwogo dala, negimiye mich mane gikelone, kendo negikulore e nyime nyaka e lowo.
27 ତହୁଁ ଯୋଷେଫ ସେମାନଙ୍କର ମଙ୍ଗଳ ବାର୍ତ୍ତା ପଚାରି କହିଲେ, “ତୁମ୍ଭମାନଙ୍କର ପିତା କି କୁଶଳରେ ଅଛନ୍ତି? ତୁମ୍ଭେମାନେ ଯେଉଁ ବୃଦ୍ଧ ଲୋକଙ୍କର କଥା କହୁଥିଲ, ସେ କି ଆଜି ପର୍ଯ୍ୟନ୍ତ ବଞ୍ଚିଅଛନ୍ତି?”
Josef nopenjogi kaka gidhi eka nowachonegi niya, “Jaduongʼ ma wuonu mane uwachona wach kuome ni nade? Bende pod ongima?”
28 ସେମାନେ କହିଲେ, “ଆପଣଙ୍କ ଦାସ ଆମ୍ଭମାନଙ୍କ ପିତା କୁଶଳରେ ଅଛନ୍ତି, ସେ ଆଜି ପର୍ଯ୍ୟନ୍ତ ବଞ୍ଚିଅଛନ୍ତି।” ତହୁଁ ସେମାନେ ମସ୍ତକ ନତ କରି ପ୍ରଣାମ କଲେ।
Negidwoke niya, “Jatichni ma wuonwa pod ngima kendo odhi maber.” Kendo negikulorene ka gimiyogo duongʼ.
29 ସେତେବେଳେ ଯୋଷେଫ ଅନାଇ ଆପଣା ସହୋଦର ବିନ୍ୟାମୀନ୍କୁ ଦେଖି କହିଲେ, “ତୁମ୍ଭେମାନେ ଯେଉଁ ସାନ ଭାଇର କଥା କହିଥିଲ, ସେ କି ଏହି?” ଆଉ ସେ କହିଲେ, “ହେ ଆମ୍ଭର ପୁତ୍ର, ପରମେଶ୍ୱର ତୁମ୍ଭଙ୍କୁ ଅନୁଗ୍ରହ କରନ୍ତୁ।”
Kane orango ma oneno owadgi Benjamin, wuod min-gi hie, nopenjogi niya, “Ma e owadu ma chogo, mane uwachona wachne?” Kendo nomedo wacho niya, “Nyasaye mad gwedhi wuoda.”
30 ତହୁଁ ଭାଇ ପ୍ରତି ଯୋଷେଫଙ୍କର ଅନ୍ତଃକରଣ ସ୍ନେହରେ ଉତ୍ତପ୍ତ ହେବାରୁ ସେ ଶୀଘ୍ର ରୋଦନ କରିବାକୁ ସ୍ଥାନ ଖୋଜିଲେ; ପୁଣି, ସେ ଆପଣା କୋଠରିରେ ପ୍ରବେଶ କରି ସେଠାରେ ରୋଦନ କଲେ।
Ne mirima omake ka oneno Benjamin owadgi. Josef noreto kadhi oko kendo orango kamane onyalo pondoe ka oywak. Nodonjo e kachiende kendo ne oywak kuno.
31 ଏଥିଉତ୍ତାରେ ସେ ମୁଖ ପ୍ରକ୍ଷାଳନ କରି ବାହାରକୁ ଆସିଲେ, ପୁଣି, ଆପଣାକୁ ସମ୍ଭାଳି “ଭକ୍ଷ୍ୟଦ୍ରବ୍ୟ ପରିବେଷଣ କରିବା ନିମନ୍ତେ” ଆଜ୍ଞା ଦେଲେ।
Bangʼ kane oseluoko wangʼe, noduogo kendo ka otemo oore nowacho niya, “Chiemuru.”
32 ତହିଁରେ ଭୃତ୍ୟମାନେ ଯୋଷେଫଙ୍କ ନିମନ୍ତେ ଓ ତାଙ୍କ ଭାଇମାନଙ୍କ ନିମନ୍ତେ, ପୁଣି, ତାଙ୍କ ସଙ୍ଗେ ଭୋଜନକାରୀ ମିସରୀୟ ଲୋକମାନଙ୍କ ନିମନ୍ତେ ପୃଥକ ପୃଥକ ପରିବେଷଣ କଲେ, କାରଣ ଏବ୍ରୀୟମାନଙ୍କ ସହିତ ଭୋଜନ କରିବାର ମିସରୀୟମାନଙ୍କର ବ୍ୟବହାର ନ ଥିଲା; ତାହା ମିସରୀୟମାନଙ୍କର ଘୃଣିତ କର୍ମ।
Negitokone chiembe kende, owetene kendgi, kendo jo-Misri mane chiemo kode bende nomi chiembgi kendgi, nikech jo-Misri ne ok nyal chiemo gi jo-Hibrania, nimar mano en gima kwero ne jo-Misri.
33 ଏଥିଉତ୍ତାରେ ଯୋଷେଫଙ୍କ ସମ୍ମୁଖରେ ସେମାନଙ୍କର ଜ୍ୟେଷ୍ଠ ଜ୍ୟେଷ୍ଠ ସ୍ଥାନରେ ଓ କନିଷ୍ଠ କନିଷ୍ଠ ସ୍ଥାନରେ ବସିଲେ; ତହିଁରେ ସେମାନେ ପରସ୍ପର ଆଶ୍ଚର୍ଯ୍ୟ ବୋଧ କଲେ।
Owete Josef nobet e mesa e nyime kaluwore kaka nywolgi nobet, chakre wuowi maduongʼ nyaka wuowi matin kendo e kinde mane gibet kamano chunygi noparore.
34 ପୁଣି, ସେ ଆପଣା ସମ୍ମୁଖରୁ ଭକ୍ଷ୍ୟଦ୍ରବ୍ୟ ଉଠାଇ ସେମାନଙ୍କୁ ପରିବେଷଣ କରାଇଲେ; ମାତ୍ର ସମସ୍ତଙ୍କ ଭାଗରୁ ବିନ୍ୟାମୀନ୍ର ଭାଗ ପାଞ୍ଚଗୁଣ ଅଧିକ ଥିଲା। ଏଥିରେ ସେମାନେ ପାନ କରି ତାଙ୍କ ସହିତ ଆନନ୍ଦ କଲେ।
Kane omigi chiemo koa e mesa mar Josef, chiemb Benjamin ne ngʼeny moloyo mar ngʼato angʼata nyadibich. Kuom mano negichiemo kendo gimetho ka gin thuolo kode.