< ମୋଶାଙ୍କ ଲିଖିତ ପ୍ରଥମ ପୁସ୍ତକ 36 >
1 ଏଷୌର ବଂଶାବଳୀ। ତାହାର ଅନ୍ୟତମ ନାମ ଇଦୋମ୍।
Hivi ndivyo vizazi vya Esau (yaani Edomu).
2 ଏଷୌ କିଣାନୀୟମାନଙ୍କର ଦୁଇ କନ୍ୟାକୁ, ଅର୍ଥାତ୍, ହିତ୍ତୀୟ ଏଲୋନ୍ର କନ୍ୟା ଆଦାକୁ ଓ ଅନାର କନ୍ୟା ହିବ୍ବୀୟ ସିବୀୟୋନ୍ର ପୌତ୍ରୀ ଅହଲୀବାମାକୁ,
Esau akaoa wake kutoka miongoni mwa wanawake wa Kanaani: Ada binti wa Eloni Mhiti, Oholibama binti wa Ana, mjukuu wa kike wa Sibeoni Mhivi,
3 ତଦ୍ଭିନ୍ନ ନବାୟୋତ୍ର ଭଗିନୀକୁ, ଅର୍ଥାତ୍, ଇଶ୍ମାୟେଲର କନ୍ୟା ବାସମତ୍କୁ ବିବାହ କଲା।
pia akaoa Basemathi binti wa Ishmaeli, dada yake Nebayothi.
4 ଏଥିଉତ୍ତାରେ ଏଷୌର ଔରସରେ ଆଦା ଇଲୀଫସ୍କୁ ଓ ବାସମତ୍ ରୁୟେଲକୁ ପ୍ରସବ କଲେ।
Ada akamzalia Esau Elifazi, Basemathi akamzaa Reueli,
5 ଆଉ ଅହଲୀବାମା, ଯିୟୂଶ୍, ଯାଲମ୍ ଓ କୋରହକୁ ପ୍ରସବ କଲା; ଏଷୌର ଏହି ସମସ୍ତ ସନ୍ତାନ କିଣାନ ଦେଶରେ ଜନ୍ମିଥିଲେ।
Oholibama akamzaa Yeushi, Yalamu na Kora. Hawa ndio wana wa Esau waliozaliwa kwake huko Kanaani.
6 ଏଥିଉତ୍ତାରେ ଏଷୌ ଆପଣା ଭାର୍ଯ୍ୟାଗଣ ଓ ପୁତ୍ରକନ୍ୟାଗଣ ଓ ଗୃହସ୍ଥିତ ଅନ୍ୟାନ୍ୟ ସମସ୍ତ ଲୋକଙ୍କୁ, ପୁଣି, ଆପଣାର ସମସ୍ତ ପଶ୍ୱାଦି ଓ କିଣାନ ଦେଶରେ ଉପାର୍ଜ୍ଜିତ ସମସ୍ତ ସମ୍ପତ୍ତି ଘେନି ଆପଣା ଭ୍ରାତା ଯାକୁବ ନିକଟରୁ ଅନ୍ୟ ଦେଶକୁ ପ୍ରସ୍ଥାନ କଲା।
Esau akawachukua wake zake, watoto wake wa kiume na wa kike na wote wa nyumbani mwake, mifugo yake pamoja na wanyama wake wengine wote na mali yake yote ambayo alikuwa ameipata akiwa Kanaani, akahamia katika nchi iliyo mbali na Yakobo ndugu yake.
7 ଯେହେତୁ ସେମାନଙ୍କର ସମ୍ପତ୍ତି ପ୍ରଚୁର ଥିବାରୁ ସେମାନେ ଏକତ୍ର ବାସ କରି ପାରିଲେ ନାହିଁ, ପୁଣି, ସେମାନଙ୍କର ପଶ୍ୱାଦି ସକାଶୁ ସେହି ପ୍ରବାସ ସ୍ଥାନରେ ନିର୍ବାହ ଚଳିଲା ନାହିଁ।
Mali zao zilikuwa nyingi sana kiasi kwamba haikuwa rahisi wao kuishi pamoja, nchi waliyokuwa wakiishi isingewatosha wote kwa ajili ya mifugo yao.
8 ଏହିରୂପେ ଏଷୌ ସେୟୀର ପର୍ବତରେ ବାସ କଲା; ସେହି ଏଷୌର ଅନ୍ୟତମ ନାମ ଇଦୋମ୍।
Kwa hiyo Esau (ambaye ni Edomu) aliishi katika nchi ya kilima huko Seiri.
9 ଆଉ ସେୟୀର ପର୍ବତସ୍ଥ ଇଦୋମୀୟମାନଙ୍କର ପୂର୍ବପୁରୁଷ ଏଷୌର ବଂଶାବଳୀ।
Hawa ndio wazao wa Esau, baba wa Waedomu, katika nchi ya kilima cha Seiri.
10 ଏଷୌର ସନ୍ତାନମାନଙ୍କର ନାମ ଏହି। ଏଷୌର ଆଦା ନାମ୍ନୀ ଭାର୍ଯ୍ୟାର ପୁତ୍ର ଇଲୀଫସ୍ ଓ ବାସମତ୍ ନାମ୍ନୀ ଭାର୍ଯ୍ୟାର ପୁତ୍ର ରୁୟେଲ।
Haya ndiyo majina ya wana wa Esau: Elifazi, mwana wa Esau ambaye mkewe Ada alimzalia; na Reueli, mwana wa Esau ambaye mkewe Basemathi alimzalia.
11 ପୁଣି, ଇଲୀଫସ୍ର ପୁତ୍ର ତୈମନ୍ ଓ ଓମାର୍ ଓ ସଫୋ ଓ ଗୟିତମ୍ ଓ କନସ୍।
Wana wa Elifazi ni: Temani, Omari, Sefo, Gatamu na Kenazi.
12 ପୁଣି, ଏଷୌର ପୁତ୍ର ଇଲୀଫସ୍ର ତିମ୍ନା ନାମ୍ନୀ ଏକ ଉପପତ୍ନୀ ଥିଲା, ସେ ଇଲୀଫସ୍ ଦ୍ଵାରା ଅମାଲେକକୁ ପ୍ରସବ କଲା; ଏମାନେ ଏଷୌର ପତ୍ନୀ ଆଦାର ସନ୍ତାନ।
Elifazi mwana wa Esau alikuwa pia na suria aliyeitwa Timna, ambaye alimzalia Amaleki. Hawa ndio waliokuwa wajukuu wa Ada mke wa Esau.
13 ରୁୟେଲର ପୁତ୍ର ନହତ୍ ଓ ସେରହ ଓ ଶମ୍ମ ଓ ମିସା, ଏମାନେ ଏଷୌର ଭାର୍ଯ୍ୟା ବାସମତ୍ର ସନ୍ତାନ।
Wana wa Reueli ni: Nahathi, Zera, Shama na Miza. Hawa ndio waliokuwa wajukuu wa Basemathi mkewe Esau.
14 ପୁଣି, ସିବୀୟୋନ୍ର ପୌତ୍ରୀ ଅନାର କନ୍ୟା ଯେ ଅହଲୀବାମା, ଏଷୌର ଭାର୍ଯ୍ୟା ଥିଲା, ତାହାର ସନ୍ତାନ ଯିୟୂଶ୍ ଓ ଯାଲମ୍ ଓ କୋରହ।
Wana wa Oholibama binti Ana, mkewe Esau, aliyekuwa mjukuu wa Sibeoni, aliomzalia Esau ni: Yeushi, Yalamu na Kora.
15 ଏଷୌର ସନ୍ତାନମାନଙ୍କ ରାଜାବଳୀ। ଏଷୌର ଜ୍ୟେଷ୍ଠ ପୁତ୍ର ଯେ ଇଲୀଫସ୍, ତାହାର ପୁତ୍ର ରାଜା ତୈମନ୍ ଓ ରାଜା ଓମାର୍ ଓ ରାଜା ସଫୋ ଓ ରାଜା କନସ୍
Hawa ndio waliokuwa wakuu miongoni mwa wazao wa Esau: Wakuu wa wana wa Elifazi, mzaliwa wa kwanza wa Esau ni: Temani, Omari, Sefo, Kenazi,
16 ଓ ରାଜା କୋରହ ଓ ରାଜା ଗୟିତମ୍ ଓ ରାଜା ଅମାଲେକ୍; ଇଦୋମ ଦେଶରେ ଇଲୀଫସ୍ ବଂଶୀୟ ଏହି ରାଜଗଣ ଆଦାର ସନ୍ତାନ ଥିଲେ।
Kora, Gatamu na Amaleki. Hawa ndio waliokuwa wakuu waliotoka kwa Elifazi huko Edomu, waliokuwa wajukuu wa kiume wa Ada.
17 ଏଷୌର ପୁତ୍ର ରୁୟେଲର ସନ୍ତାନ ରାଜା ନହତ୍ ଓ ରାଜା ସେରହ ଓ ରାଜା ଶମ୍ମ ଓ ରାଜା ମିସା; ଇଦୋମ ଦେଶରେ ରୁୟେଲ ବଂଶୀୟ ଏହି ରାଜାମାନେ ଏଷୌର ଭାର୍ଯ୍ୟା ବାସମତ୍ର ସନ୍ତାନ ଥିଲେ।
Wakuu wa wana wa Reueli, mwana wa Esau ni: Nahathi, Zera, Shama na Miza. Hawa ndio wakuu waliotoka kwa Reueli huko Edomu, waliokuwa wajukuu wa kiume wa Basemathi mkewe Esau.
18 ପୁଣି, ଏଷୌର ଭାର୍ଯ୍ୟା ଅହଲୀବାମାର ସନ୍ତାନ ରାଜା ଯିୟୂଶ୍ ଓ ରାଜା ଯାଲମ୍ ଓ ରାଜା କୋରହ; ଅନାର କନ୍ୟା ଯେ ଅହଲୀବାମା, ଏଷୌର ଭାର୍ଯ୍ୟା ଥିଲା, ଏମାନେ ତାହାର ସନ୍ତାନ।
Wakuu wa wana wa Esau ambao mkewe Oholibama alimzalia ni: Yeushi, Yalamu na Kora. Hawa ndio wakuu waliotoka kwa mke wa Esau, Oholibama binti Ana.
19 ଏମାନେ ଏଷୌର, ଅର୍ଥାତ୍, ଇଦୋମର ସନ୍ତାନ ଓ ଏମାନେ ସେମାନଙ୍କର ରାଜା।
Hawa ndio waliokuwa wana wa Esau (ndiye Edomu), na hawa ndio waliokuwa wakuu wao.
20 (ପୂର୍ବକାଳର) ସେହି ଦେଶ ନିବାସୀ ହୋରୀୟ ସେୟୀରର ସନ୍ତାନ ଲୋଟନ୍ ଓ ଶୋବଲ୍ ଓ ସିବୀୟୋନ୍ ଓ ଅନା
Hawa ndio walikuwa wana wa Seiri, Mhori, waliokuwa wakiishi katika nchi ile: Lotani, Shobali, Sibeoni, Ana,
21 ଓ ଦିଶୋନ୍ ଓ ଏତ୍ସର ଓ ଦୀଶନ୍; ସେୟୀରର ଏହି ପୁତ୍ରଗଣ ଇଦୋମ ଦେଶର ହୋରୀୟ ବଂଶଜ ରାଜା ଥିଲେ।
Dishoni, Eseri na Dishani. Hawa ndio wana wa Seiri huko Edomu waliokuwa wakuu kwa Wahori.
22 ଲୋଟନ୍ର ପୁତ୍ର ହୋରି ଓ ହେମମ୍, ପୁଣି, ଲୋଟନ୍ର ତିମ୍ନା ନାମ୍ନୀ ଭଗିନୀ ଥିଲା।
Wana wa Lotani walikuwa: Hori na Homamu. Timna alikuwa dada yake Lotani.
23 ପୁଣି, ଶୋବଲ୍ର ପୁତ୍ରଗଣ ଅବଲନ୍ ଓ ମାନହତ୍ ଓ ଏବଲ୍ ଓ ଶଫୋ ଓ ଓନମ୍।
Wana wa Shobali walikuwa: Alvani, Manahathi, Ebali, Shefo na Onamu.
24 ପୁଣି, ସିବୀୟୋନ୍ର ପୁତ୍ର ଅୟା ଓ ଅନା; ଏହି ଅନା ଆପଣା ପିତା ସିବୀୟୋନ୍ର ଗଧ ଚରାଇବା ସମୟରେ ପ୍ରାନ୍ତରରେ ଉଷ୍ଣ ଜଳର ଝର ଆବିଷ୍କାର କଲା।
Wana wa Sibeoni walikuwa: Aiya na Ana. Huyu Ana ndiye aligundua chemchemi ya maji moto jangwani alipokuwa akichunga punda za Sibeoni baba yake.
25 ସେହି ଅନାର ପୁତ୍ର ଦିଶୋନ୍ ଓ କନ୍ୟା ଅହଲୀବାମା।
Watoto wa Ana walikuwa: Dishoni na Oholibama binti wa Ana.
26 ପୁଣି, ଦିଶୋନ୍ର ପୁତ୍ର ହିମ୍ଦନ୍ ଓ ଇଶବନ୍ ଓ ଯିତ୍ରନ୍ ଓ କରାନ୍।
Wana wa Dishoni walikuwa: Hemdani, Eshbani, Ithrani na Kerani.
27 ଏତ୍ସରର ପୁତ୍ର ବିଲ୍ହନ୍ ଓ ସାବନ୍ ଓ ଆକନ୍।
Wana wa Eseri walikuwa: Bilhani, Zaavani na Akani.
28 ପୁଣି, ଦୀଶନ୍ର ପୁତ୍ର ଊଷ୍ ଓ ଅରାନ୍।
Wana wa Dishani walikuwa: Usi na Arani.
29 ହୋରୀୟ ବଂଶଜ ରାଜା ଏହି; ରାଜା ଲୋଟନ୍ ଓ ରାଜା ଶୋବଲ୍ ଓ ରାଜା ସିବୀୟୋନ୍ ଓ ରାଜା ଅନା
Hawa ndio waliokuwa wakuu wa Wahori: Lotani, Shobali, Sibeoni, Ana,
30 ଓ ରାଜା ଦିଶୋନ୍ ଓ ରାଜା ଏତ୍ସର ଓ ରାଜା ଦୀଶନ୍। ଏମାନେ ସେୟୀର ଦେଶର ହୋରୀୟ ବଂଶଜ ରାଜା ଥିଲେ।
Dishoni, Eseri na Dishani. Hawa ndio walikuwa wakuu wa Wahori, kufuatana na makundi yao, katika nchi ya Seiri.
31 ଆଉ, ଇସ୍ରାଏଲୀୟ ସନ୍ତାନମାନଙ୍କ ଉପରେ କୌଣସି ରାଜା ରାଜତ୍ୱ କରିବା ପୂର୍ବେ ଏହି ରାଜାମାନେ ଇଦୋମ ଦେଶରେ ରାଜ୍ୟ କଲେ।
Wafuatao ni wafalme waliotawala Edomu kabla ya mfalme yeyote wa Israeli kutawala:
32 ବିୟୋରର ବେଲା ନାମକ ପୁତ୍ର ଇଦୋମ୍ ଦେଶରେ ରାଜତ୍ୱ କଲା, ତାହାର ରାଜଧାନୀର ନାମ ଦିନ୍ହାବା।
Bela mwana wa Beori alikuwa mfalme wa Edomu. Mji wake uliitwa Dinhaba.
33 ବେଲାର ମରଣ ଉତ୍ତାରେ, ତାହା ପଦରେ ବସ୍ରା ନିବାସୀ ସେରହର ପୁତ୍ର ଯୋବବ୍ ରାଜତ୍ୱ କଲା।
Bela alipofariki, Yobabu mwana wa Zera kutoka Bosra akawa mfalme baada yake.
34 ପୁଣି, ଯୋବବ୍ର ମରଣ ଉତ୍ତାରେ ତୈମନ୍ ଦେଶୀୟ ହୂଶମ୍ ତାହା ପଦରେ ରାଜତ୍ୱ କଲା।
Yobabu alipofariki, Hushamu kutoka nchi ya Watemani akawa mfalme baada yake.
35 ହୂଶମ୍ର ମରଣ ଉତ୍ତାରେ, ବଦଦର ପୁତ୍ର ଯେ ହଦଦ୍ ମୋୟାବ କ୍ଷେତ୍ରରେ ମିଦୀୟନକୁ ଜୟ କଲା, ସେ ତାହା ପଦରେ ରାଜତ୍ୱ କଲା; ତାହାର ରାଜଧାନୀର ନାମ ଅବୀତ୍।
Hushamu alipofariki, Hadadi mwana wa Bedadi, aliyeshinda Midiani katika nchi ya Moabu, akawa mfalme baada yake. Mji wake uliitwa Avithi.
36 ହଦଦ୍ର ମରଣ ଉତ୍ତାରେ ମସ୍ରେକା ନିବାସୀ ସମ୍ଳ ତାହା ପଦରେ ରାଜତ୍ୱ କଲା।
Hadadi alipofariki, Samla kutoka Masreka akawa mfalme baada yake.
37 ପୁଣି, ସମ୍ଳର ମରଣ ଉତ୍ତାରେ (ଫରାତ୍) ନଦୀର ନିକଟସ୍ଥ ରହୋବୋତ୍ ନିବାସୀ ଶୌଲ ତାହା ପଦରେ ରାଜତ୍ୱ କଲା।
Samla alipofariki, Shauli kutoka Rehobothi ngʼambo ya Mto Frati akawa mfalme baada yake.
38 ଶୌଲର ମରଣ ଉତ୍ତାରେ, ଅକ୍ବୋରର ପୁତ୍ର ବାଲ୍ହାନନ୍ ତାହା ପଦରେ ରାଜତ୍ୱ କଲା।
Shauli alipofariki, Baal-Hanani mwana wa Akbori akawa mfalme baada yake.
39 ପୁଣି, ଅକ୍ବୋରର ପୁତ୍ର ବାଲ୍ହାନନ୍ର ମରଣ ଉତ୍ତାରେ, ହଦର ତାହା ପଦରେ ରାଜତ୍ୱ କଲା; ତାହାର ରାଜଧାନୀର ନାମ ପାଉ ଓ ତାହାର ଭାର୍ଯ୍ୟାର ନାମ ମହେଟବେଲ ଥିଲା; ସେ ମଟ୍ରେଦର ପୁତ୍ରୀ ଓ ମେଷାହବର ପୌତ୍ରୀ।
Baal-Hanani mwana wa Akbori alipofariki, Hadadi akawa mfalme baada yake. Mji wake uliitwa Pau, na mkewe aliitwa Mehetabeli binti Matredi, binti Me-Zahabu.
40 ଏଷୌଠାରୁ ଉତ୍ପନ୍ନ, ପୁଣି, ଗୋଷ୍ଠୀ ଓ ସ୍ଥାନ ଓ ନାମ ଭେଦାନୁସାରେ ଯେଉଁ ଯେଉଁ ରାଜା ଥିଲେ, ସେମାନଙ୍କ ନାମାବଳୀ; ଯଥା, ରାଜା ତିମ୍ନା ଓ ରାଜା ଅଳ୍ବା ଓ ରାଜା ଯିଥେତ୍।
Hawa ndio wakuu waliotokana na Esau, kwa majina, kufuatana na koo zao na nchi zao: Timna, Alva, Yethethi,
41 ଓ ରାଜା ଅହଲୀବାମା ଓ ରାଜା ଏଲା ଓ ରାଜା ପୀନୋନ୍
Oholibama, Ela, Pinoni,
42 ଓ ରାଜା କନସ୍ ଓ ରାଜା ତୈମନ୍ ଓ ରାଜା ମିବ୍ସର୍
Kenazi, Temani, Mibsari,
43 ଓ ରାଜା ମଗ୍ଦୀୟେଲ ଓ ରାଜା ଈରମ୍; ଏମାନେ ଆପଣା ଆପଣା ଅଧିକୃତ ଦେଶରେ ବସତି ସ୍ଥାନାନୁସାରେ ଇଦୋମର ରାଜଗଣ ଥିଲେ। ଇଦୋମୀୟମାନଙ୍କ ଆଦିପୁରୁଷ ଏଷୌର ବୃତ୍ତାନ୍ତ ସମାପ୍ତ।
Magdieli na Iramu. Hawa ndio walikuwa wakuu wa Edomu, kufuatana na makazi yao katika nchi waliyoimiliki. Huyu ndiye alikuwa Esau, baba wa Waedomu.