< ମୋଶାଙ୍କ ଲିଖିତ ପ୍ରଥମ ପୁସ୍ତକ 35 >
1 ଏଥିଉତ୍ତାରେ ପରମେଶ୍ୱର ଯାକୁବଙ୍କୁ କହିଲେ, “ତୁମ୍ଭେ ଉଠି ବେଥେଲ୍କୁ ଯାଇ ସେଠାରେ ବାସ କର; ପୁଣି, ତୁମ୍ଭ ଭ୍ରାତା ଏଷୌ ସମ୍ମୁଖରୁ ପଳାଇବା ସମୟରେ ଯେଉଁ ପରମେଶ୍ୱର ଦର୍ଶନ ଦେଇଥିଲେ, ତାହାଙ୍କ ଉଦ୍ଦେଶ୍ୟରେ ଯଜ୍ଞବେଦି ନିର୍ମାଣ କର।”
Mungu akamwambia Yakobo, “Inuka, panda kwenda Betheli, na ukae pale. Unijengee madhabahu pale, niliyekutokea pale ulipomkimbia Esau kaka yako.”
2 ତହିଁରେ ଯାକୁବ ଆପଣା ପରିଜନ ଓ ସଙ୍ଗୀ ଲୋକମାନଙ୍କୁ କହିଲେ, “ତୁମ୍ଭମାନଙ୍କ ନିକଟରେ ଯେଉଁସବୁ ବିଦେଶୀୟ ଦେବତା ଅଛନ୍ତି, ସେମାନଙ୍କୁ ଦୂର କର, ଆପଣାମାନଙ୍କୁ ଶୁଚି କର, ପୁଣି, ଆପଣାମାନଙ୍କ ବସ୍ତ୍ର ପରିବର୍ତ୍ତନ କର।
Kisha Yakobo akawambia nyumba yake na wote aliokuwa nao, “Wekeni mbali miungu yote ya kigeni iliyo kati yenu, jitakaseni wenyewe, na kubadili mavazi yenu.
3 ପୁଣି, ଆସ, ଆମ୍ଭେମାନେ ଉଠି ବେଥେଲ୍କୁ ଯାଉ; ଯେଉଁ ପରମେଶ୍ୱର ମୋର ଦୁଃଖର ଦିନରେ ମୋʼ ପ୍ରାର୍ଥନାର ଉତ୍ତର ଦେଲେ, ଓ ମୋର ଗମନର ପଥରେ ମୋର ସହାୟ ହୋଇଥିଲେ, ତାହାଙ୍କ ଉଦ୍ଦେଶ୍ୟରେ ମୁଁ ସେହି ସ୍ଥାନରେ ଗୋଟିଏ ଯଜ୍ଞବେଦି ନିର୍ମାଣ କରିବି।”
Kisha tuondoke na kwenda Betheli. Nitajenga pale madhabahu kwa Mungu, aliyenijibu katika siku ya shida yangu, naye amekuwa pamoja nami kila nilikokwenda.
4 ତହିଁରେ ସେମାନେ ଆପଣାମାନଙ୍କ ନିକଟସ୍ଥ ବିଦେଶୀୟ ଦେବତା ଓ କର୍ଣ୍ଣକୁଣ୍ଡଳ ସକଳ ଘେନି ଯାକୁବଙ୍କୁ ଦେଲେ, ପୁଣି, ସେ ତାହାସବୁ ନେଇ ଶିଖିମ ନିକଟବର୍ତ୍ତୀ ଅଲୋନ ବୃକ୍ଷ ମୂଳେ ଲୁଚାଇ ରଖିଲେ।
Hivyo wakampa Yakobo miungu yote ya kigeni iliyokuwa mikononi mwao, na heleni zilizokuwa katika masikio yao. Yakobo akazifukia chini ya mwaloni uliokuwa karibu na Shekemu.
5 ଏଉତ୍ତାରେ ସେମାନେ ଯାତ୍ରା କଲେ; ସେତେବେଳେ ଚତୁର୍ଦ୍ଦିଗସ୍ଥ ନଗରରେ ପରମେଶ୍ୱରଙ୍କଠାରୁ ଭୟ ଉପସ୍ଥିତ ହେବାରୁ ସେମାନେ ଯାକୁବଙ୍କର ପୁତ୍ରମାନଙ୍କୁ ଗୋଡ଼ାଇଲେ ନାହିଁ।
Kwa kadili walivyo safiri, Mungu akaifanya miji yote iliyokuwa karibu nao kuhofu, hivyo watu hao hawakuwafuatia wana wa Yakobo.
6 ଏଥିଉତ୍ତାରେ ଯାକୁବ ଓ ତାଙ୍କର ସଙ୍ଗୀସମୂହ କିଣାନ ଦେଶସ୍ଥ ଲୂସ୍ରେ, ଅର୍ଥାତ୍, ବେଥେଲ୍ରେ ଉପସ୍ଥିତ ହେଲେ।
Hivyo Yakobo akafika Luzu(ndiyo Betheli), ulioko katika nchi ya Kanaani, yeye na watu wote aliokuwa nao.
7 ସେଠାରେ ସେ ଏକ ଯଜ୍ଞବେଦି ନିର୍ମାଣ କରି ସେହି ସ୍ଥାନର ନାମ ଏଲ-ବେଥେଲ୍ ରଖିଲେ; କାରଣ ଯାକୁବ ଭ୍ରାତୃଭୟରେ ପଳାଇବା ବେଳେ ପରମେଶ୍ୱର ସେହି ସ୍ଥାନରେ ତାଙ୍କୁ ଦର୍ଶନ ଦେଇଥିଲେ।
Alijenge madhabahu na kuliita eneo hilo El Betheli, kwa sababu Mungu alikuwa amejifunua kwake, alipokuwa akimkimbia ndugu yake.
8 ଆଉ ସେହି ସ୍ଥାନରେ ରିବିକାର ଦବୋରା ନାମ୍ନୀ ଧାତ୍ରୀର ମୃତ୍ୟୁୁ ହୁଅନ୍ତେ, ବେଥେଲ୍ର ଅଧଃସ୍ଥିତ ଅଲୋନ ବୃକ୍ଷ ମୂଳେ ତାହାର କବର ହେଲା, ପୁଣି, ସେହି ସ୍ଥାନର ନାମ ଅଲୋନ-ବାଖୁତ୍ ହେଲା।
Debora, mlezi wa Rebeka, akafa. Akazikwa chini kutoka Betheli chini ya mwaloni, hivyo ikaitwa Aloni Bakuthi.
9 ଏଥିଉତ୍ତାରେ ଯାକୁବ ପଦ୍ଦନ୍ ଅରାମଠାରୁ ବାହୁଡ଼ି ଆସନ୍ତେ, ପରମେଶ୍ୱର ପୁନର୍ବାର ଦର୍ଶନ ଦେଇ ତାଙ୍କୁ ଆଶୀର୍ବାଦ କଲେ।
Yakobo alipokuja kutoka Padani Aramu, Mungu akamtokea tena na kumbariki.
10 ପୁଣି, ପରମେଶ୍ୱର ତାଙ୍କୁ କହିଲେ, “ତୁମ୍ଭର ନାମ ଯାକୁବ; ମାତ୍ର ତୁମ୍ଭର ନାମ ଆଉ ଯାକୁବ ହେବ ନାହିଁ, ତୁମ୍ଭର ନାମ ଇସ୍ରାଏଲ ହେବ;” ଆଉ ସେ ତାଙ୍କର ନାମ ଇସ୍ରାଏଲ ରଖିଲେ।
Mungu akamwambia, “Jina lako ni Yakobo, lakini jina lako halitakuwa Yakobo tena. Jina lako litakuwa Israeli.” Hivyo Mungu akamwita jina lake Israeli.
11 ପରମେଶ୍ୱର ତାଙ୍କୁ ଆହୁରି କହିଲେ, “ଆମ୍ଭେ ସର୍ବଶକ୍ତିମାନ ପରମେଶ୍ୱର; ତୁମ୍ଭେ ପ୍ରଜାବନ୍ତ ଓ ବହୁବଂଶ ହୁଅ; ତୁମ୍ଭଠାରୁ ଏକ ଗୋଷ୍ଠୀ, ବରଂ ଗୋଷ୍ଠୀ ସମାଜ ଉତ୍ପନ୍ନ ହେବ, ପୁଣି, ତୁମ୍ଭ କଟିଦେଶରୁ ରାଜାଗଣ ଜାତ ହେବେ।
Mungu akamwambia, “Mimi ni Mungu Mwenyezi, Uwe mwenye kuzaa na kuongezeka. Taifa na wingi wa mataifa watakujia, na wafalme watatoka miongoni mwa uzao wako.
12 ପୁଣି, ଆମ୍ଭେ ଅବ୍ରହାମ ଓ ଇସ୍ହାକକୁ ଯେଉଁ ଦେଶ ଦାନ କରିଅଛୁ, ସେହି ଦେଶ ତୁମ୍ଭକୁ ଓ ତୁମ୍ଭ ଭବିଷ୍ୟତ ବଂଶକୁ ଦେବା।”
Nchi ambayo nilimpa Ibrahimu na Isaka, nitakupa wewe. Nami nitaupa pia uzao wako baada yako nchi hii.”
13 ସେହି ସ୍ଥାନରେ ତାଙ୍କ ସହିତ ଏହିପରି କଥାବାର୍ତ୍ତା କରି ପରମେଶ୍ୱର ତାଙ୍କ ନିକଟରୁ ଊର୍ଦ୍ଧ୍ୱଗମନ କଲେ।
Mungu akapanda kutoka mahali alipoongea naye.
14 ତହିଁରେ ଯାକୁବ ସେହି କଥୋପକଥନର ସ୍ଥାନରେ ଏକ ସ୍ତମ୍ଭ, ଅର୍ଥାତ୍, ପ୍ରସ୍ତର ସ୍ତମ୍ଭ ସ୍ଥାପନ କରି ତହିଁ ଉପରେ ପାନୀୟ ନୈବେଦ୍ୟ ଉତ୍ସର୍ଗ କଲେ ଓ ତୈଳ ଢାଳିଲେ।
Yakobo akaweka nguzo katika eneo ambalo Mungu alikuwa ameongea naye, nguzo ya jiwe. Akamimina juu yake sadaka ya kinywaji na akamimina mafuta juu yake.
15 ପୁଣି, ଯାକୁବ ପରମେଶ୍ୱରଙ୍କ ସହିତ କଥୋପକଥନ ସ୍ଥାନର ନାମ ବେଥେଲ୍ ରଖିଲେ।
Yakobo akaiita sehemu Mungu aliyoongea naye, Betheli
16 ଏଥିଉତ୍ତାରେ ସେମାନେ ବେଥେଲ୍ଠାରୁ ପ୍ରସ୍ଥାନ କଲେ, ମାତ୍ର ଇଫ୍ରାଥାରେ ଉପସ୍ଥିତ ହେବା ପାଇଁ ଅଳ୍ପ ପଥ ଥାଉ ଥାଉ ରାହେଲର ପ୍ରସବବେଦନା ହେଲା; ପୁଣି, ତାହାର ପ୍ରସବ କରିବାରେ ଅତିଶୟ କଷ୍ଟ ହେଲା।
Wakaendelea na safari kutoka Betheli. Walipokuwa kitambo kabla ya kufika Efrathi, Raheli akashikwa na uchungu.
17 ଆଉ ପ୍ରସବ ବ୍ୟଥା ଅତିଶୟ ହୁଅନ୍ତେ, ଧାତ୍ରୀ ତାହାକୁ କହିଲା, “ଭୟ କର ନାହିଁ, ତୁମ୍ଭେ ଏହିଥର ମଧ୍ୟ ପୁତ୍ର ପ୍ରସବ କରିବ।”
Akawa na utungu mzito. Alipokuwa katika utungu mzito zaidi, mkunga akamwambia, “Usiogope, kwani sasa utapata mtoto mwingine wa kiume.”
18 ତଥାପି ସେ ମଲା, ପୁଣି, ପ୍ରାଣତ୍ୟାଗ ସମୟରେ ପୁତ୍ରର ନାମ ବିନୋନୀ ରଖିଲା; ମାତ୍ର ତାହାର ପିତା ତାହାର ନାମ ବିନ୍ୟାମୀନ୍ ରଖିଲେ।
Hata alipokaribia kufa, kwa pumzi yake ya mwisho akamwita jina lake Benoni, lakini baba yake akamwita jina lake Benjamini.
19 ଏହି ପ୍ରକାରେ ରାହେଲର ମୃତ୍ୟୁୁ ହୁଅନ୍ତେ, ଇଫ୍ରାଥା, ଅର୍ଥାତ୍, ବେଥଲିହିମକୁ ଯିବା ପଥ ନିକଟରେ ତାହାର କବର ହେଲା।
Raheli akafa na kuzikwa katika njia iendayo Efrathi (ndio Bethlehemu).
20 ଏଥିଉତ୍ତାରେ ଯାକୁବ ସେହି କବର ଉପରେ ଏକ ସ୍ତମ୍ଭ ସ୍ଥାପନ କଲେ; ରାହେଲ-କବରସ୍ଥ ସେହି ସ୍ତମ୍ଭ ଆଜି ପର୍ଯ୍ୟନ୍ତ ଅଛି।
Yakobo akaweka nguzo katika kaburi lake. Ndiyo alama ya kaburi la Raheli hata leo.
21 ଏଥିଉତ୍ତାରେ ଇସ୍ରାଏଲ ସେଠାରୁ ପ୍ରସ୍ଥାନ କରି ଏଦର ଗଡ଼ ପାର ହୋଇ ତହିଁ ନିକଟରେ ତମ୍ବୁ ସ୍ଥାପନ କଲେ।
Israeli akaendelea na safari na akaweka hema yake kuvuka mnara wa walinzi wa kondoo.
22 ସେହି ଦେଶରେ ଇସ୍ରାଏଲ ବାସ କରିବା ବେଳେ ରୁବେନ୍ ଯାଇ ଆପଣା ପିତାଙ୍କର ବିଲ୍ହା ନାମ୍ନୀ ଉପପତ୍ନୀ ସଙ୍ଗରେ ଶୟନ କଲା, ପୁଣି, ଇସ୍ରାଏଲ ତାହା ଶୁଣିଲେ।
Yakobo alipokuwa akiishi katika nchi hiyo, Rubeni akalala na Bilha suria wa baba yake, na Israeli akasikia kuhusu hilo. Basi Yakobo alikuwa na wana kumi na mbili.
23 ଯାକୁବଙ୍କର ଦ୍ୱାଦଶ ପୁତ୍ର ଥିଲେ; ସେମାନଙ୍କ ମଧ୍ୟରେ ରୁବେନ୍ ଯାକୁବଙ୍କର ଜ୍ୟେଷ୍ଠ ପୁତ୍ର, ସେ, ପୁଣି, ଶିମୀୟୋନ ଓ ଲେବୀ ଓ ଯିହୁଦା ଓ ଇଷାଖର ଓ ସବୂଲୂନ, ଏମାନେ ଲେୟାର ସନ୍ତାନ;
Wanawe kwa Lea walikuwa Rubeni, mzaliwa wa kwanza wa Yakobo, na Simoni, Lawi, Yuda, Isakari, na Zabuloni.
24 ପୁଣି, ଯୋଷେଫ ଓ ବିନ୍ୟାମୀନ୍ ରାହେଲର ସନ୍ତାନ;
Wanawe kwa Raheli walikuwa Yusufu na Benjamini.
25 ପୁଣି, ଦାନ୍ ଓ ନପ୍ତାଲି ରାହେଲର ଦାସୀ ବିଲ୍ହାର ସନ୍ତାନ;
Wanawe kwa Bilha, mjakazi wa Raheli walikuwa Dani na Naftali.
26 ଆଉ ଗାଦ୍ ଓ ଆଶେର ଲେୟାର ଦାସୀ ସିଳ୍ପାର ସନ୍ତାନ। ଯାକୁବଙ୍କର ଏହି ସମସ୍ତ ପୁତ୍ର ପଦ୍ଦନ୍ ଅରାମଠାରେ ଜନ୍ମିଥିଲେ।
Wana wa Zilpa, mjakazi wa Lea, walikuwa Gadi na Asheri. Hawa wote walikuwa wana wa Yakobo waliozaliwa kwake huko Padani Aramu.
27 ଏଥିଉତ୍ତାରେ କିରୀୟଥ୍-ଅର୍ବ, ଅର୍ଥାତ୍, ହିବ୍ରୋଣ ନଗରର ନିକଟବର୍ତ୍ତୀ ମମ୍ରି ନାମକ ଯେଉଁ ସ୍ଥାନରେ ଅବ୍ରହାମ ଓ ଇସ୍ହାକ ପ୍ରବାସ କରିଥିଲେ, ସେହି ସ୍ଥାନରେ ଯାକୁବ ଆପଣା ପିତା ଇସ୍ହାକ ନିକଟରେ ଉପସ୍ଥିତ ହେଲେ।
Yakobo akaja kwa Isaka, baba yake, huko Mamre katika Kiriathi Arba (jina sawa na Hebroni), alipoishi Ibrahimu na Isaka.
28 ଇସ୍ହାକଙ୍କର ଆୟୁର ପରିମାଣ ଏକ ଶହ ଅଶୀ ବର୍ଷ ଥିଲା।
Isaka akaishi miaka mia moja na themanini.
29 ଏଥିଉତ୍ତାରେ ଇସ୍ହାକ ବୃଦ୍ଧ ଓ ପୂର୍ଣ୍ଣାୟୁ ହୋଇ ପ୍ରାଣତ୍ୟାଗ କରନ୍ତେ, ଆପଣା ଲୋକମାନଙ୍କ ନିକଟରେ ସଂଗୃହୀତ ହେଲେ; ପୁଣି, ତାଙ୍କର ପୁତ୍ର ଏଷୌ ଓ ଯାକୁବ ତାଙ୍କୁ କବର ଦେଲେ।
Isaka akapumua pumzi yake ya mwisho na akafa, na akakusanywa kwa wahenga wake, na mtu mzee amejaa siku. Esau na Yakobo, wanawe, wakamzika.