< ମୋଶାଙ୍କ ଲିଖିତ ପ୍ରଥମ ପୁସ୍ତକ 35 >
1 ଏଥିଉତ୍ତାରେ ପରମେଶ୍ୱର ଯାକୁବଙ୍କୁ କହିଲେ, “ତୁମ୍ଭେ ଉଠି ବେଥେଲ୍କୁ ଯାଇ ସେଠାରେ ବାସ କର; ପୁଣି, ତୁମ୍ଭ ଭ୍ରାତା ଏଷୌ ସମ୍ମୁଖରୁ ପଳାଇବା ସମୟରେ ଯେଉଁ ପରମେଶ୍ୱର ଦର୍ଶନ ଦେଇଥିଲେ, ତାହାଙ୍କ ଉଦ୍ଦେଶ୍ୟରେ ଯଜ୍ଞବେଦି ନିର୍ମାଣ କର।”
Rzekł potem Bóg do Jakóba: Wstań, wstąp do Betela, a mieszkaj tam, i uczyń tam ołtarz Bogu, któryć się ukazał, gdyś uciekał przed obliczem Ezawa, brata twego.
2 ତହିଁରେ ଯାକୁବ ଆପଣା ପରିଜନ ଓ ସଙ୍ଗୀ ଲୋକମାନଙ୍କୁ କହିଲେ, “ତୁମ୍ଭମାନଙ୍କ ନିକଟରେ ଯେଉଁସବୁ ବିଦେଶୀୟ ଦେବତା ଅଛନ୍ତି, ସେମାନଙ୍କୁ ଦୂର କର, ଆପଣାମାନଙ୍କୁ ଶୁଚି କର, ପୁଣି, ଆପଣାମାନଙ୍କ ବସ୍ତ୍ର ପରିବର୍ତ୍ତନ କର।
Tedy rzekł Jakób do domowników swych, i do wszystkich, którzy z nim byli: Odrzućcie bogi cudze, którzy w pośrodku was są, a oczyśćcie się, i odmieńcie szaty wasze.
3 ପୁଣି, ଆସ, ଆମ୍ଭେମାନେ ଉଠି ବେଥେଲ୍କୁ ଯାଉ; ଯେଉଁ ପରମେଶ୍ୱର ମୋର ଦୁଃଖର ଦିନରେ ମୋʼ ପ୍ରାର୍ଥନାର ଉତ୍ତର ଦେଲେ, ଓ ମୋର ଗମନର ପଥରେ ମୋର ସହାୟ ହୋଇଥିଲେ, ତାହାଙ୍କ ଉଦ୍ଦେଶ୍ୟରେ ମୁଁ ସେହି ସ୍ଥାନରେ ଗୋଟିଏ ଯଜ୍ଞବେଦି ନିର୍ମାଣ କରିବି।”
A wstawszy pójdźmy do Betela, i uczynię tam ołtarz Bogu, który mię wysłuchał w dzień utrapienia mego, i był ze mną w drodze, którąm chodził.
4 ତହିଁରେ ସେମାନେ ଆପଣାମାନଙ୍କ ନିକଟସ୍ଥ ବିଦେଶୀୟ ଦେବତା ଓ କର୍ଣ୍ଣକୁଣ୍ଡଳ ସକଳ ଘେନି ଯାକୁବଙ୍କୁ ଦେଲେ, ପୁଣି, ସେ ତାହାସବୁ ନେଇ ଶିଖିମ ନିକଟବର୍ତ୍ତୀ ଅଲୋନ ବୃକ୍ଷ ମୂଳେ ଲୁଚାଇ ରଖିଲେ।
A oddali Jakóbowi wszystkie bogi cudze, które mieli, i nausznice, które były na uszach ich, i zakopał je Jakób pod onym dębem, który był niedaleko Sychem.
5 ଏଉତ୍ତାରେ ସେମାନେ ଯାତ୍ରା କଲେ; ସେତେବେଳେ ଚତୁର୍ଦ୍ଦିଗସ୍ଥ ନଗରରେ ପରମେଶ୍ୱରଙ୍କଠାରୁ ଭୟ ଉପସ୍ଥିତ ହେବାରୁ ସେମାନେ ଯାକୁବଙ୍କର ପୁତ୍ରମାନଙ୍କୁ ଗୋଡ଼ାଇଲେ ନାହିଁ।
I wyszli stamtąd; a strach Boży padł na miasta, które były około nich, iż nie gonili synów Jakóbowych.
6 ଏଥିଉତ୍ତାରେ ଯାକୁବ ଓ ତାଙ୍କର ସଙ୍ଗୀସମୂହ କିଣାନ ଦେଶସ୍ଥ ଲୂସ୍ରେ, ଅର୍ଥାତ୍, ବେଥେଲ୍ରେ ଉପସ୍ଥିତ ହେଲେ।
Przyszedł tedy Jakób do Luzy, która jest w ziemi Chananejskiej, ta jest Betel, sam i wszystek lud, który z nim był.
7 ସେଠାରେ ସେ ଏକ ଯଜ୍ଞବେଦି ନିର୍ମାଣ କରି ସେହି ସ୍ଥାନର ନାମ ଏଲ-ବେଥେଲ୍ ରଖିଲେ; କାରଣ ଯାକୁବ ଭ୍ରାତୃଭୟରେ ପଳାଇବା ବେଳେ ପରମେଶ୍ୱର ସେହି ସ୍ଥାନରେ ତାଙ୍କୁ ଦର୍ଶନ ଦେଇଥିଲେ।
I zbudował tam ołtarz, a nazwał miejsce ono El Betel; bo mu się tam był Bóg ukazał, gdy uciekał przed obliczem brata swego.
8 ଆଉ ସେହି ସ୍ଥାନରେ ରିବିକାର ଦବୋରା ନାମ୍ନୀ ଧାତ୍ରୀର ମୃତ୍ୟୁୁ ହୁଅନ୍ତେ, ବେଥେଲ୍ର ଅଧଃସ୍ଥିତ ଅଲୋନ ବୃକ୍ଷ ମୂଳେ ତାହାର କବର ହେଲା, ପୁଣି, ସେହି ସ୍ଥାନର ନାମ ଅଲୋନ-ବାଖୁତ୍ ହେଲା।
Tedy umarła Debora, mamka Rebeki, i pogrzebiona jest przy Betel pod dębem, i nazwał imię onego miejsca, Allon Bachut.
9 ଏଥିଉତ୍ତାରେ ଯାକୁବ ପଦ୍ଦନ୍ ଅରାମଠାରୁ ବାହୁଡ଼ି ଆସନ୍ତେ, ପରମେଶ୍ୱର ପୁନର୍ବାର ଦର୍ଶନ ଦେଇ ତାଙ୍କୁ ଆଶୀର୍ବାଦ କଲେ।
I ukazał się Bóg znowu Jakóbowi, gdy się wracał z Padan Syryjskiego, i błogosławił mu.
10 ପୁଣି, ପରମେଶ୍ୱର ତାଙ୍କୁ କହିଲେ, “ତୁମ୍ଭର ନାମ ଯାକୁବ; ମାତ୍ର ତୁମ୍ଭର ନାମ ଆଉ ଯାକୁବ ହେବ ନାହିଁ, ତୁମ୍ଭର ନାମ ଇସ୍ରାଏଲ ହେବ;” ଆଉ ସେ ତାଙ୍କର ନାମ ଇସ୍ରାଏଲ ରଖିଲେ।
I rzekł mu Bóg: Imię twoje jest Jakób; nie tylko będzie zwane imię twoje na potem Jakób, ale Izrael będzie imię twoje; i nazwał imię jego Izrael.
11 ପରମେଶ୍ୱର ତାଙ୍କୁ ଆହୁରି କହିଲେ, “ଆମ୍ଭେ ସର୍ବଶକ୍ତିମାନ ପରମେଶ୍ୱର; ତୁମ୍ଭେ ପ୍ରଜାବନ୍ତ ଓ ବହୁବଂଶ ହୁଅ; ତୁମ୍ଭଠାରୁ ଏକ ଗୋଷ୍ଠୀ, ବରଂ ଗୋଷ୍ଠୀ ସମାଜ ଉତ୍ପନ୍ନ ହେବ, ପୁଣି, ତୁମ୍ଭ କଟିଦେଶରୁ ରାଜାଗଣ ଜାତ ହେବେ।
I rzekł mu Bóg: Jam jest Bóg wszechmogący, rozradzaj się, i rozmnażaj się; naród, i mnóstwo narodów będzie z ciebie, a królowie z biódr twoich wynijdą.
12 ପୁଣି, ଆମ୍ଭେ ଅବ୍ରହାମ ଓ ଇସ୍ହାକକୁ ଯେଉଁ ଦେଶ ଦାନ କରିଅଛୁ, ସେହି ଦେଶ ତୁମ୍ଭକୁ ଓ ତୁମ୍ଭ ଭବିଷ୍ୟତ ବଂଶକୁ ଦେବା।”
I ziemię, którąm dał Abrahamowi i Izaakowi, tobie ją dam, i nasieniu twemu po tobie dam tę ziemię.
13 ସେହି ସ୍ଥାନରେ ତାଙ୍କ ସହିତ ଏହିପରି କଥାବାର୍ତ୍ତା କରି ପରମେଶ୍ୱର ତାଙ୍କ ନିକଟରୁ ଊର୍ଦ୍ଧ୍ୱଗମନ କଲେ।
I odszedł Bóg od niego z miejsca, na którem mówił z nim.
14 ତହିଁରେ ଯାକୁବ ସେହି କଥୋପକଥନର ସ୍ଥାନରେ ଏକ ସ୍ତମ୍ଭ, ଅର୍ଥାତ୍, ପ୍ରସ୍ତର ସ୍ତମ୍ଭ ସ୍ଥାପନ କରି ତହିଁ ଉପରେ ପାନୀୟ ନୈବେଦ୍ୟ ଉତ୍ସର୍ଗ କଲେ ଓ ତୈଳ ଢାଳିଲେ।
Zatem postawił Jakób znak na miejscu onem, gdzie Bóg mówił z nim, a znak on był kamienny, i pokropił go pokropieniem, i polał go oliwą.
15 ପୁଣି, ଯାକୁବ ପରମେଶ୍ୱରଙ୍କ ସହିତ କଥୋପକଥନ ସ୍ଥାନର ନାମ ବେଥେଲ୍ ରଖିଲେ।
I nazwał Jakób imię miejsca onego, gdzie Bóg z nim mówił, Betel.
16 ଏଥିଉତ୍ତାରେ ସେମାନେ ବେଥେଲ୍ଠାରୁ ପ୍ରସ୍ଥାନ କଲେ, ମାତ୍ର ଇଫ୍ରାଥାରେ ଉପସ୍ଥିତ ହେବା ପାଇଁ ଅଳ୍ପ ପଥ ଥାଉ ଥାଉ ରାହେଲର ପ୍ରସବବେଦନା ହେଲା; ପୁଣି, ତାହାର ପ୍ରସବ କରିବାରେ ଅତିଶୟ କଷ୍ଟ ହେଲା।
Potem odeszli z Betel; i było jeszcze jakoby mila drogi do Efraty, i rodziła Rachel a ciężkie rodzenie miała.
17 ଆଉ ପ୍ରସବ ବ୍ୟଥା ଅତିଶୟ ହୁଅନ୍ତେ, ଧାତ୍ରୀ ତାହାକୁ କହିଲା, “ଭୟ କର ନାହିଁ, ତୁମ୍ଭେ ଏହିଥର ମଧ୍ୟ ପୁତ୍ର ପ୍ରସବ କରିବ।”
A gdy ciężko pracowała przy rodzeniu, rzekła baba do niej: Nie bój się; bo i tego syna będziesz miała.
18 ତଥାପି ସେ ମଲା, ପୁଣି, ପ୍ରାଣତ୍ୟାଗ ସମୟରେ ପୁତ୍ରର ନାମ ବିନୋନୀ ରଖିଲା; ମାତ୍ର ତାହାର ପିତା ତାହାର ନାମ ବିନ୍ୟାମୀନ୍ ରଖିଲେ।
A stało się, gdy wychodziła dusza jej, ( bo tamże umarła ), nazwała imię jego Ben Oni; ale ojciec jego nazwał go Benjamin.
19 ଏହି ପ୍ରକାରେ ରାହେଲର ମୃତ୍ୟୁୁ ହୁଅନ୍ତେ, ଇଫ୍ରାଥା, ଅର୍ଥାତ୍, ବେଥଲିହିମକୁ ଯିବା ପଥ ନିକଟରେ ତାହାର କବର ହେଲା।
A tak umarła Rachel, i pogrzebiona jest na drodze ku Efracie; tać jest Betlehem.
20 ଏଥିଉତ୍ତାରେ ଯାକୁବ ସେହି କବର ଉପରେ ଏକ ସ୍ତମ୍ଭ ସ୍ଥାପନ କଲେ; ରାହେଲ-କବରସ୍ଥ ସେହି ସ୍ତମ୍ଭ ଆଜି ପର୍ଯ୍ୟନ୍ତ ଅଛି।
I postawił Jakób znak nad grobem jej; toć jest znak grobu Rachelinego aż po dziś dzień.
21 ଏଥିଉତ୍ତାରେ ଇସ୍ରାଏଲ ସେଠାରୁ ପ୍ରସ୍ଥାନ କରି ଏଦର ଗଡ଼ ପାର ହୋଇ ତହିଁ ନିକଟରେ ତମ୍ବୁ ସ୍ଥାପନ କଲେ।
I poszedł stamtąd Izrael, i rozbił namiot swój za wieżą Heder.
22 ସେହି ଦେଶରେ ଇସ୍ରାଏଲ ବାସ କରିବା ବେଳେ ରୁବେନ୍ ଯାଇ ଆପଣା ପିତାଙ୍କର ବିଲ୍ହା ନାମ୍ନୀ ଉପପତ୍ନୀ ସଙ୍ଗରେ ଶୟନ କଲା, ପୁଣି, ଇସ୍ରାଏଲ ତାହା ଶୁଣିଲେ।
Stało się tedy, gdy mieszkał Izrael w onej krainie, że szedł Ruben, i spał z Balą, założnicą ojca swego, i usłyszał to Izrael. A było synów Jakóbowych dwanaście.
23 ଯାକୁବଙ୍କର ଦ୍ୱାଦଶ ପୁତ୍ର ଥିଲେ; ସେମାନଙ୍କ ମଧ୍ୟରେ ରୁବେନ୍ ଯାକୁବଙ୍କର ଜ୍ୟେଷ୍ଠ ପୁତ୍ର, ସେ, ପୁଣି, ଶିମୀୟୋନ ଓ ଲେବୀ ଓ ଯିହୁଦା ଓ ଇଷାଖର ଓ ସବୂଲୂନ, ଏମାନେ ଲେୟାର ସନ୍ତାନ;
Synowie Lii: pierworodny Jakóbów Ruben, i Symeon, i Lewi, i Judas, i Isaszar, i Zabulon.
24 ପୁଣି, ଯୋଷେଫ ଓ ବିନ୍ୟାମୀନ୍ ରାହେଲର ସନ୍ତାନ;
Synowie Racheli: Józef i Benjamin.
25 ପୁଣି, ଦାନ୍ ଓ ନପ୍ତାଲି ରାହେଲର ଦାସୀ ବିଲ୍ହାର ସନ୍ତାନ;
A synowie Bali, służebnicy Rachelinej: Dan i Neftali.
26 ଆଉ ଗାଦ୍ ଓ ଆଶେର ଲେୟାର ଦାସୀ ସିଳ୍ପାର ସନ୍ତାନ। ଯାକୁବଙ୍କର ଏହି ସମସ୍ତ ପୁତ୍ର ପଦ୍ଦନ୍ ଅରାମଠାରେ ଜନ୍ମିଥିଲେ।
Synowie też Zelfy, służebnicy Lii: Gad i Aser. Ci są synowie Jakóbowi, którzy mu się urodzili w Padanie Syryjskim.
27 ଏଥିଉତ୍ତାରେ କିରୀୟଥ୍-ଅର୍ବ, ଅର୍ଥାତ୍, ହିବ୍ରୋଣ ନଗରର ନିକଟବର୍ତ୍ତୀ ମମ୍ରି ନାମକ ଯେଉଁ ସ୍ଥାନରେ ଅବ୍ରହାମ ଓ ଇସ୍ହାକ ପ୍ରବାସ କରିଥିଲେ, ସେହି ସ୍ଥାନରେ ଯାକୁବ ଆପଣା ପିତା ଇସ୍ହାକ ନିକଟରେ ଉପସ୍ଥିତ ହେଲେ।
I przyszedł Jakób do Izaaka, ojca swego, do Mamre, do miasta Arba, to jest Hebron, gdzie mieszkał Abraham i Izaak.
28 ଇସ୍ହାକଙ୍କର ଆୟୁର ପରିମାଣ ଏକ ଶହ ଅଶୀ ବର୍ଷ ଥିଲା।
A było dni Izaakowych sto lat, i osiemdziesiąt lat.
29 ଏଥିଉତ୍ତାରେ ଇସ୍ହାକ ବୃଦ୍ଧ ଓ ପୂର୍ଣ୍ଣାୟୁ ହୋଇ ପ୍ରାଣତ୍ୟାଗ କରନ୍ତେ, ଆପଣା ଲୋକମାନଙ୍କ ନିକଟରେ ସଂଗୃହୀତ ହେଲେ; ପୁଣି, ତାଙ୍କର ପୁତ୍ର ଏଷୌ ଓ ଯାକୁବ ତାଙ୍କୁ କବର ଦେଲେ।
I dokonał Izaak, i umarł, i przyłączony jest do ludu swego, stary i pełen dni; a pogrzebli go Ezaw, i Jakób, synowie jego.