< ମୋଶାଙ୍କ ଲିଖିତ ପ୍ରଥମ ପୁସ୍ତକ 34 >

1 ଏଥିଉତ୍ତାରେ ଲେୟାଠାରୁ ଜାତ ଦୀଣା ନାମ୍ନୀ ଯାକୁବର କନ୍ୟା ସେହି ଦେଶର କନ୍ୟାମାନଙ୍କ ସଙ୍ଗେ ଦେଖା କରିବାକୁ ବାହାରକୁ ଗଲା।
Ní ọjọ́ kan, Dina ọmọbìnrin tí Lea bí fún Jakọbu jáde lọ bẹ àwọn ọmọbìnrin ilẹ̀ náà wò.
2 ତହିଁରେ ହିବ୍ବୀୟ ହମୋର ନାମକ ଦେଶାଧିପତିର ପୁତ୍ର ଶିଖିମ ତାହାକୁ ଦେଖିଲା; ପୁଣି, ତାହାକୁ ନେଇ ତାହା ସହିତ ଶୟନ କରି ତାହାକୁ ଭ୍ରଷ୍ଟା କଲା।
Nígbà tí Ṣekemu ọmọ ọba Hamori ará Hifi rí i, ó mú un, ó sì fi ipá bá a lo pọ̀.
3 ଆଉ ଯାକୁବର ସେହି କନ୍ୟା ଦୀଣାଠାରେ ତାହାର ମନ ଅନୁରକ୍ତ ହେବାରୁ ସେ ସେହି ଯୁବତୀକି ପ୍ରେମ କରି ତାକୁ ପ୍ରୀତିଜନକ ବାକ୍ୟ କହିଲା।
Ọkàn rẹ sì fà sí Dina ọmọ Jakọbu gan an, ó sì fẹ́ràn rẹ̀ ó sì bá ọmọbìnrin náà sọ̀rọ̀ ìfẹ́.
4 ଏଥିଉତ୍ତାରେ ଶିଖିମ ଆପଣା ପିତା ହମୋରକୁ କହିଲା, “ତୁମ୍ଭେ ଏହି ଯୁବତୀ ସଙ୍ଗେ ମୋତେ ବିବାହ କରିଦିଅ।”
Ṣekemu sì wí fún Hamori baba rẹ̀ pé, “Fẹ́ ọmọbìnrin yìí fún mi bí aya.”
5 ଏଥିଉତ୍ତାରେ ଯାକୁବ ଆପଣାର କନ୍ୟା ଦୀଣାକୁ ଶିଖିମ ଭ୍ରଷ୍ଟା କରିଥିବାର କଥା ଶୁଣିଲା; ସେହି ସମୟରେ ତାହାର ପୁତ୍ରମାନେ କ୍ଷେତ୍ରରେ ପଶୁପଲ ସଙ୍ଗରେ ଥିବାରୁ ଯାକୁବ ସେମାନଙ୍କ ଆସିବା ପର୍ଯ୍ୟନ୍ତ ତୁନି ହୋଇ ରହିଲା।
Nígbà tí Jakọbu gbọ́ ohun tí ó ṣẹlẹ̀ pé a fi ipá bá Dina ọmọbìnrin òun ní ògo jẹ́, ṣùgbọ́n àwọn ọmọ rẹ̀ wà nínú pápá níbi tí wọ́n ti ń daran nítorí náà ó mú sùúrù títí tí wọ́n fi dé.
6 ଏଥିମଧ୍ୟରେ ଶିଖିମର ପିତା ହମୋର ଯାକୁବ ସହିତ କଥାବାର୍ତ୍ତା କରିବାକୁ ଗଲା।
Hamori baba Ṣekemu sì jáde wá láti bá Jakọbu sọ̀rọ̀.
7 ଆଉ ଯାକୁବର ପୁତ୍ରମାନେ ସେହି ସମ୍ବାଦ ପାଇ କ୍ଷେତ୍ରରୁ ଆସିଥିଲେ; ପୁଣି, ଶିଖିମ ଯାକୁବର କନ୍ୟା ସହିତ ଶୟନ କରି ଇସ୍ରାଏଲ ବିରୁଦ୍ଧରେ ଯେଉଁ ଅକର୍ତ୍ତବ୍ୟ ମୂଢ଼ କର୍ମ କରିଥିଲା, ତହିଁ ସକାଶେ ସେମାନେ ମନସ୍ତାପିତ ଓ ଅତି କ୍ରୋଧାନ୍ୱିତ ଥିଲେ।
Àwọn ọmọ Jakọbu sì ti oko dé, wọ́n sì gbọ́ ohun tí ó ṣẹlẹ̀ inú wọn sì bàjẹ́, ó sì ń bí wọn nínú gidigidi, nítorí tí ó ṣe ohun búburú ní Israẹli, ní ti ó bá ọmọbìnrin ọmọ Jakọbu lòpọ̀—irú ohun tí kò yẹ kí ó ṣẹlẹ̀ rárá.
8 ସେତେବେଳେ ହମୋର ସେମାନଙ୍କ ସଙ୍ଗେ କଥାବାର୍ତ୍ତା କରି କହିଲା, “ତୁମ୍ଭମାନଙ୍କର ଏହି କନ୍ୟାଠାରେ ମୋʼ ପୁତ୍ର ଶିଖିମର ମନ ଆସକ୍ତ ହୋଇଅଛି; ମୁଁ ନିବେଦନ କରୁଅଛି, ମୋʼ ପୁତ୍ର ସଙ୍ଗେ ତାହାକୁ ବିବାହ କରିଦିଅ।
Hamori sì bá wọn sọ̀rọ̀ pé, “Ọkàn ọmọ mi Ṣekemu fà sí ọmọ rẹ. Jọ̀wọ́ fi fún un gẹ́gẹ́ bí aya.
9 ପୁଣି, ଆମ୍ଭମାନଙ୍କ ସଙ୍ଗେ ବିବାହ-ସମ୍ବନ୍ଧ ରଖ, ତୁମ୍ଭମାନଙ୍କ କନ୍ୟା ଆମ୍ଭମାନଙ୍କୁ ଦିଅ, ଆମ୍ଭମାନଙ୍କ କନ୍ୟା ତୁମ୍ଭେମାନେ ନିଅ।
Ẹ jẹ́ kí a máa ṣe ìgbéyàwó láàrín ara wa, kí àwọn ọmọ yín kó máa fẹ́ àwọn ọmọ wa.
10 ତାହାହେଲେ, ତୁମ୍ଭେମାନେ ଆମ୍ଭମାନଙ୍କ ସହିତ ବାସ କରିବ; ସାରା ଦେଶ ତୁମ୍ଭମାନଙ୍କର ଆଗରେ ପଡ଼ିଛି, ତହିଁରେ ବାସ କର ଓ ବାଣିଜ୍ୟ କର ଓ ଅଧିକାର କର।”
Ẹ lè máa gbé láàrín wa, ibikíbi tí ó bá tẹ́ yín lọ́rùn láàrín wa ni ẹ lè gbé, ẹ máa ṣe òwò yín kí ẹ sì kó ọrọ̀ jọ fún ara yín.”
11 ପୁଣି, ଶିଖିମ ଦୀଣାର ପିତାକୁ ଓ ଭ୍ରାତୃଗଣକୁ କହିଲା, “ମୋʼ ପ୍ରତି ତୁମ୍ଭମାନଙ୍କର ଅନୁଗ୍ରହ ଦୃଷ୍ଟି ହେଉ, ତହିଁରେ ଯାହା କହିବ, ତାହା ମୁଁ ଦେବି।
Ṣekemu sì wí fún baba àti arákùnrin Dina pé, “Ẹ jọ̀wọ́, ẹ jẹ́ kí n rí ojúrere yín, èmi yóò sì fún yín ní ohunkóhun tí ẹ̀yin bá fẹ́ gbà.
12 ଯୌତୁକ ଓ ଦାନ ଯେତେ ଅଧିକ ମାଗିବ, ତୁମ୍ଭମାନଙ୍କ କଥାନୁସାରେ ତାହା ଦେବି; ମାତ୍ର କୌଣସିମତେ ମୋʼ ସଙ୍ଗେ ଏହି କନ୍ୟାକୁ ବିବାହ କରିଦିଅ।”
Iyekíye tí owó orí rẹ̀ bá jẹ́ àti ẹ̀bùn gbogbo tí ẹ bá fẹ́, bí ó ti wù kí ó pọ̀ tó, èmi yóò san án, kí ẹ sá à jẹ́ kí ń fi ọmọ náà ṣe aya.”
13 ତେବେ ଶିଖିମ ଯାକୁବର ପୁତ୍ରମାନଙ୍କ ଭଉଣୀ ଦୀଣାକୁ ଭ୍ରଷ୍ଟା କରିଥିବାରୁ ସେମାନେ ଶିଖିମ ଓ ତାହାର ପିତା ହମୋର ସଙ୍ଗେ ଛଳ ଭାବରେ କଥାବାର୍ତ୍ତା କରି କହିଲେ,
Àwọn ọmọ Jakọbu sì fi ẹ̀tàn dá Ṣekemu àti Hamori baba rẹ̀ lóhùn, wọ́n sì wí pé, nítorí tí ó ti ba ògo Dina arábìnrin wọn jẹ́.
14 “ଆମ୍ଭେମାନେ ଅସୁନ୍ନତ ଲୋକକୁ ଆପଣା ଭଉଣୀକୁ ଦେବାର କର୍ମ କରି ନ ପାରୁ, ତାହା କଲେ, ଆମ୍ଭମାନଙ୍କର ଅପଖ୍ୟାତି ହେବ।
Wọ́n wí fún wọn pé, “Àwa kò le ṣe nǹkan yìí láti fi arábìnrin wa fún aláìkọlà, nítorí àbùkù ni èyí yóò jẹ́ fún wa.
15 ଯଦି କେବଳ ଗୋଟିଏ କର୍ମ କରିବ, ଆମ୍ଭମାନଙ୍କ ପରି ତୁମ୍ଭେମାନେ ପ୍ରତ୍ୟେକ ପୁରୁଷ ସୁନ୍ନତ ହେବ, ତେବେ ଆମ୍ଭେମାନେ ତୁମ୍ଭମାନଙ୍କ କଥାରେ ସମ୍ମତ ହେବା।
Àwa yóò fi ara mọ́ ọn bí ẹ̀yin yóò bá gbà láti dàbí i tiwa, wí pé ẹ̀yin pẹ̀lú yóò kọ gbogbo ọkùnrin yín ní ilà.
16 ଆମ୍ଭେମାନେ ତୁମ୍ଭମାନଙ୍କୁ କନ୍ୟା ଦାନ କରିବା ଓ ତୁମ୍ଭମାନଙ୍କ କନ୍ୟା ଗ୍ରହଣ କରିବା, ପୁଣି, ତୁମ୍ଭମାନଙ୍କ ସଙ୍ଗରେ ବାସ କରି ଏକ-ଲୋକ ହେବା।
Nígbà náà ni àwa yóò le máa fún yín ní ọmọ wa, tí àwa náà yóò máa fẹ́ ẹ yín. A ó máa gbé láàrín yín, a ó sì di ara kan pẹ̀lú yín.
17 ମାତ୍ର ତୁମ୍ଭେମାନେ ଯଦି ସୁନ୍ନତ ବିଷୟରେ ଆମ୍ଭମାନଙ୍କ କଥା ନ ଶୁଣ, ତେବେ ଆମ୍ଭେମାନେ ସେହି କନ୍ୟାକୁ ଘେନି ଚାଲିଯିବା।”
Ṣùgbọ́n bí ẹ̀yin bá kọ̀ láti kọlà, àwa yóò mú arábìnrin wa, á ó sì máa lọ.”
18 ସେତେବେଳେ ସେମାନଙ୍କର ଏହି କଥାରେ ହମୋର ଓ ତାହାର ପୁତ୍ର ଶିଖିମ ସନ୍ତୁଷ୍ଟ ହେଲେ।
Àbá náà sì dùn mọ́ Hamori àti Ṣekemu ọmọ rẹ̀.
19 ପୁଣି, ସେହି ଯୁବା ଅତି ଶୀଘ୍ର ସେ କର୍ମ କଲା, କାରଣ ସେ ଯାକୁବର କନ୍ୟାଠାରେ ଅତିଶୟ ଆସକ୍ତ ଥିଲା। ସେହି ଶିଖିମ ଆପଣା ପିତୃପରିବାର ସମସ୍ତଙ୍କଠାରୁ ଅଧିକ ସମ୍ଭ୍ରାନ୍ତ ଥିଲା।
Ọ̀dọ́mọkùnrin náà, ẹni tí ó jẹ́ ẹni iyì jùlọ ní ilé baba rẹ̀, kò jáfara láti ṣe ohun tí wọ́n wí. Nítorí tí ó fẹ́ràn ọmọbìnrin Jakọbu.
20 ଏଥିଉତ୍ତାରେ ହମୋର ଓ ତାହାର ପୁତ୍ର ଶିଖିମ ଆପଣା ନଗର-ଦ୍ୱାରକୁ ଆସି ନଗର ନିବାସୀମାନଙ୍କ ସହିତ କଥାବାର୍ତ୍ତା କରି କହିଲେ;
Hamori àti Ṣekemu ọmọ rẹ̀ sì wá sí ẹnu ibodè ìlú náà wọn sì bá àwọn ará ìlú náà sọ̀rọ̀.
21 “ଏହି ଲୋକମାନେ ଆମ୍ଭମାନଙ୍କ ସହିତ ନିର୍ବିରୋଧୀ; ଏଥିପାଇଁ ଏମାନଙ୍କୁ ଏହି ଦେଶରେ ବାସ ଓ ବାଣିଜ୍ୟ କରିବାକୁ ଦିଆଯାଉ; କାରଣ ଦେଖ, ଏ ଦେଶ ସେମାନଙ୍କ ନିମନ୍ତେ ଯଥେଷ୍ଟ ଅଟଇ; ପୁଣି, ଆମ୍ଭେମାନେ ସେମାନଙ୍କ କନ୍ୟା ଗ୍ରହଣ କରିବା ଓ ଆମ୍ଭମାନଙ୍କ କନ୍ୟା ସେମାନଙ୍କୁ ଦେବା।
Wí pé, “Ìwà àwọn ọkùnrin wọ̀nyí dára, ẹ jẹ́ kí wọn máa gbé ní àárín wa, kí wọn sì máa ṣòwò, ilẹ̀ kúkú wà rẹpẹtẹ tó gba ààyè dáradára. A lè fẹ́ àwọn ọmọ wọ́n, ki wọn sì fẹ́ tiwa pẹ̀lú.
22 ମାତ୍ର ସେମାନଙ୍କର ଏହି ଏକ ପଣ ଅଛି, କି ଆମ୍ଭମାନଙ୍କ ମଧ୍ୟରେ ପ୍ରତ୍ୟେକ ପୁରୁଷ ଯଦି ସେମାନଙ୍କ ପରି ସୁନ୍ନତ ହେବ, ତେବେ ସେମାନେ ଆମ୍ଭମାନଙ୍କ ସଙ୍ଗରେ ବାସ କରି ଏକ-ଲୋକ ହେବାକୁ ସମ୍ମତ ହେବେ।
Ṣùgbọ́n kín ní kan ni a lè ṣe kí wọn tó gbà láti gbé pẹ̀lú wa, ìyẹn sì ni pé àwọn ọkùnrin wa yóò kọlà bí i tiwọn.
23 ସେମାନଙ୍କ ଧନ, ସମ୍ପତ୍ତି ଓ ପଶୁଗଣ କି ଆମ୍ଭମାନଙ୍କର ହେବ ନାହିଁ? କେବଳ ଆମ୍ଭେମାନେ ସେମାନଙ୍କ କଥା ଅଙ୍ଗୀକାର କରୁ, ତାହା କଲେ, ସେମାନେ ଆମ୍ଭମାନଙ୍କ ସଙ୍ଗେ ବାସ କରିବେ।”
Ṣe bí àwọn ẹran wọn àti ẹrú wọn àti àwọn ohun ọ̀sìn wọn ni yóò di tiwa bí a bá lè gbà bẹ́ẹ̀, wọn yóò sì máa gbé ni àárín wa.”
24 ସେତେବେଳେ ହମୋର ଓ ତାହାର ପୁତ୍ର ଶିଖିମର ଏହି କଥାରେ ତାହାର ନଗର-ଦ୍ୱାର ଦେଇ ବହିର୍ଗମନକାରୀ ସମସ୍ତ ଲୋକ ସମ୍ମତ ହେଲେ; ତହିଁରେ ତାହାର ନଗର-ଦ୍ୱାର ଦେଇ ବହିର୍ଗମନକାରୀ ପ୍ରତ୍ୟେକ ପୁରୁଷର ସୁନ୍ନତ ହେଲା।
Gbogbo àwọn ọkùnrin tí ń jáde ní ẹnu-bodè ìlú náà sì gbọ́ ti Hamori àti Ṣekemu ọmọ rẹ̀. Gbogbo ọkùnrin ìlú náà sì kọlà.
25 ଆଉ ତୃତୀୟ ଦିନରେ ସେମାନେ ପୀଡ଼ିତ ହୁଅନ୍ତେ, ଦୀଣାର ଭ୍ରାତା ଶିମୀୟୋନ ଓ ଲେବୀ, ଯାକୁବର ଏହି ଦୁଇ ପୁତ୍ର ଆପଣା ଖଡ୍ଗ ଘେନି ନିର୍ଭୟରେ ନଗର ଆକ୍ରମଣ କରି ସବୁ ପୁରୁଷମାନଙ୍କୁ ବଧ କଲେ।
Lẹ́yìn ọjọ́ kẹta, nígbà tí gbogbo wọn sì wà nínú ìrora. Àwọn ọmọ Jakọbu méjì, Simeoni àti Lefi tí ó jẹ́ ẹ̀gbọ́n fún Dina, sì mú idà wọn pẹ̀lú ìgboyà, wọ́n sì pa gbogbo ọkùnrin ìlú náà.
26 ପୁଣି, ହମୋରକୁ ଓ ତାହାର ପୁତ୍ର ଶିଖିମକୁ ଖଡ୍ଗାଘାତରେ ବଧ କରି ଶିଖିମର ଗୃହରୁ ଦୀଣାକୁ ନେଇଗଲେ।
Wọ́n sì fi idà pa Hamori àti Ṣekemu ọmọ rẹ̀, wọ́n mú Dina kúrò ní ilé wọn, wọ́n sì jáde.
27 ଯାକୁବର ପୁତ୍ରମାନେ ହତ ଲୋକମାନଙ୍କ ନିକଟକୁ ଆସି ନଗର ଲୁଟ କଲେ, କାରଣ ସେମାନଙ୍କ ଭଉଣୀକୁ ସେହି ଲୋକମାନେ ଭ୍ରଷ୍ଟା କରିଥିଲେ।
Àwọn ọmọ Jakọbu sì wọlé àwọn tí a pa, wọ́n sì kó ẹrù ìlú tí a ti ba ògo arábìnrin wọn jẹ́.
28 ପୁଣି, ସେମାନଙ୍କ ମେଷ ଓ ଗୋରୁ ଓ ଗଧସବୁ, ଆଉ ନଗରସ୍ଥ ଓ କ୍ଷେତ୍ରସ୍ଥ ସମସ୍ତ ଦ୍ରବ୍ୟ ହରଣ କଲେ।
Wọ́n kó màlúù wọn àti agbo ẹran wọn àti kẹ́tẹ́kẹ́tẹ́, àti ohun gbogbo tí ó wà nínú ìlú àti ní oko.
29 ଆଉ ସେମାନଙ୍କ ଶିଶୁ ଓ ଭାର୍ଯ୍ୟାମାନଙ୍କୁ ବନ୍ଦୀ କରି ସମସ୍ତ ଧନ ଓ ଗୃହର ସର୍ବସ୍ୱ ଲୁଟ କଲେ।
Gbogbo ọrọ̀ wọn, gbogbo obìnrin ìlú àti àwọn ọmọ wẹẹrẹ pátápátá ni wọ́n kó. Wọ́n sì kó gbogbo ohun tí ó wà nínú ilé wọn bí ìkógun.
30 ତହୁଁ ଯାକୁବ ଶିମୀୟୋନ ଓ ଲେବୀକୁ କହିଲା, “ତୁମ୍ଭେମାନେ ଏ ଦେଶରେ, ଅର୍ଥାତ୍‍, କିଣାନୀୟ ଓ ପରିଷୀୟ ଲୋକମାନଙ୍କ ନିକଟରେ ମୋତେ ଦୁର୍ଗନ୍ଧ ସ୍ୱରୂପ କରି ବ୍ୟାକୁଳ କଲ; ମୋହର ଲୋକ ଅଳ୍ପ, ଏଥିପାଇଁ ସେମାନେ ମୋʼ ବିରୁଦ୍ଧରେ ଏକତ୍ର ହୋଇ ମୋତେ ବଧ କରିବେ; ତହିଁରେ ସପରିବାରରେ ବିନଷ୍ଟ ହେବି।”
Nígbà náà ni Jakọbu wí fún Simeoni àti Lefi wí pé, “Ẹ̀yin ti kó ìyọnu bá mi nípa sísọ mí di olóòórùn láàrín ará Kenaani àti Peresi, tí ó ń gbé ilẹ̀ yìí. Àwa kò pọ̀, bí wọn bá wá parapọ̀ ṣígun sí wa, gbogbo wa pátápátá ni wọn yóò parun.”
31 ସେମାନେ ଉତ୍ତର କଲେ, “ବେଶ୍ୟା ପରି ଆମ୍ଭମାନଙ୍କ ଭଉଣୀ ସଙ୍ଗେ ବ୍ୟବହାର କରିବା କି ତାହାର କର୍ତ୍ତବ୍ୟ?”
Ṣùgbọ́n wọ́n dáhùn pé, “Ǹjẹ́ ó yẹ kí ó ṣe arábìnrin wa bí panṣágà?”

< ମୋଶାଙ୍କ ଲିଖିତ ପ୍ରଥମ ପୁସ୍ତକ 34 >