< ମୋଶାଙ୍କ ଲିଖିତ ପ୍ରଥମ ପୁସ୍ତକ 30 >

1 ଏଥିଉତ୍ତାରେ ଆପଣାଠାରୁ ଯାକୁବର ପୁତ୍ର ଜନ୍ମ ହେଲା ନାହିଁ, ଏହା ଦେଖି ରାହେଲ ଆପଣା ଭଗିନୀ ପ୍ରତି ଈର୍ଷା କରି ଯାକୁବକୁ କହିଲା, “ମୋତେ ସନ୍ତାନ ଦିଅ, ନୋହିଲେ ମୁଁ ମରିବି।”
Nígbà tí Rakeli rí i pe òun kò bímọ, ó bẹ̀rẹ̀ sí ṣe ìlara sí Lea, arábìnrin rẹ̀, ó sì wí fún Jakọbu pé, “Fún mi lọ́mọ, bí kò ṣe bẹ́ẹ̀, èmi ó kú!”
2 ତହିଁରେ ରାହେଲ ପ୍ରତି ଯାକୁବର କ୍ରୋଧ ପ୍ରଜ୍ୱଳିତ ହେଲା; ପୁଣି, ସେ କହିଲା, “ମୁଁ କʼଣ ପରମେଶ୍ୱରଙ୍କର ପ୍ରତିନିଧି? ସେ ସିନା ତୁମ୍ଭକୁ ଗର୍ଭଫଳ ଦେଇ ନାହାନ୍ତି।”
Inú sì bí Jakọbu sí i, ó sì wí pé, “Èmi ha wà ní ipò Ọlọ́run, ẹni tí ó mú ọ yàgàn bí?”
3 ସେତେବେଳେ ରାହେଲ କହିଲା, “ଏହି ଦେଖ, ମୋହର ଦାସୀ ବିଲ୍‌ହା ଅଛି, ତାହାର ସହବାସ କର; ସେ ପୁତ୍ର ପ୍ରସବ କରି ମୋʼ କୋଳରେ ଦେଲେ ତାହା ଯୋଗୁଁ ମୁଁ ମଧ୍ୟ ପୁତ୍ରବତୀ ହେବି।”
Nígbà náà ni Rakeli wí pé, “Biliha ìránṣẹ́bìnrin mi nìyìí, bá a lòpọ̀, kí ó ba à le bí ọmọ fún mi, kí èmi si le è tipasẹ̀ rẹ̀ ní ọmọ.”
4 ପୁଣି, ସେ ଆପଣା ଦାସୀ ବିଲ୍‌ହାକୁ ତାହା ସହିତ ବିବାହ ଦେଲା।
Báyìí ni Rakeli fi Biliha fún Jakọbu ní aya, ó sì bá a lòpọ̀.
5 ତହୁଁ ଯାକୁବ ତାହାର ସହବାସ କରନ୍ତେ, ବିଲ୍‌ହା ଗର୍ଭବତୀ ହୋଇ ଯାକୁବର ଗୋଟିଏ ପୁତ୍ର ପ୍ରସବ କଲା।
Biliha sì lóyún, ó sì bí ọmọkùnrin kan fún Jakọbu.
6 ସେତେବେଳେ ରାହେଲ କହିଲା, “ପରମେଶ୍ୱର ମୋହର ବିଚାର କଲେ, ମଧ୍ୟ ମୋହର କାକୂକ୍ତି ଶୁଣି ମୋତେ ପୁତ୍ର ଦେଲେ,” ଏଥିପାଇଁ ସେ ତାହାର ନାମ ଦାନ୍ (ବିଚାର) ରଖିଲା।
Rakeli sì wí pé, “Ọlọ́run ti ṣe ìdájọ́ mi; ó sì ti gbọ́ ohùn ẹ̀bẹ̀ mi, ó sì fún mi ni ọmọkùnrin kan.” Nítorí ìdí èyí ni ó ṣe pe orúkọ rẹ̀ ní Dani.
7 ଏଥିଉତ୍ତାରେ ରାହେଲର ଦାସୀ ବିଲ୍‌ହା ପୁନର୍ବାର ଗର୍ଭଧାରଣ କରି ଯାକୁବ ପାଇଁ ଦ୍ୱିତୀୟ ପୁତ୍ର ପ୍ରସବ କଲା।
Biliha, ọmọ ọ̀dọ̀ Rakeli sì tún lóyún, ó sì bí ọmọkùnrin kejì fún Jakọbu.
8 ସେତେବେଳେ ରାହେଲ କହିଲା, “ମୁଁ ଭଗିନୀ ସହିତ ପରମେଶ୍ୱର ସମ୍ବନ୍ଧୀୟ ମଲ୍ଲଯୁଦ୍ଧ କରି ଜୟ କଲି,” ଏଥିପାଇଁ ସେ ତାହାର ନାମ ନପ୍ତାଲି (ମଲ୍ଲଯୁଦ୍ଧ) ରଖିଲା।
Nígbà náà ni Rakeli wí pé, “Mo ti bá ẹ̀gbọ́n mi ja ìjàkadì ńlá, èmi sì ti borí.” Ó sì pe orúkọ rẹ̀ ní Naftali.
9 ଏଥିଉତ୍ତାରେ ଲେୟା ଆପଣାର ଗର୍ଭନିବୃତ୍ତି ବୁଝି ଆପଣାର ସିଳ୍ପା ନାମ୍ନୀ ଦାସୀକୁ ଘେନି ଯାକୁବ ସହିତ ବିବାହ ଦେଲା।
Nígbà tí Lea sì ri pé òun ko tún lóyún mọ́, ó sì fi ọmọ ọ̀dọ̀ rẹ̀ obìnrin, Silipa fún Jakọbu bí aya.
10 ତହିଁରେ ଲେୟାର ଦାସୀ ସିଳ୍ପାଠାରୁ ଯାକୁବର ଗୋଟିଏ ପୁତ୍ର ଜାତ ହେଲା।
Silipa ọmọ ọ̀dọ̀ Lea sì bí ọmọkùnrin kan fún Jakọbu.
11 ତହୁଁ ଲେୟା କହିଲା, “ଏ କି ସୌଭାଗ୍ୟ!” ଏଥିପାଇଁ ତାହାର ନାମ ଗାଦ୍‍ (ସୌଭାଗ୍ୟ) ରଖିଲା।
Nígbà náà ni Lea wí pé, “Orí rere ni èyí!” Ó sì pe orúkọ rẹ̀ ní Gadi.
12 ଏଥିଉତ୍ତାରେ ଲେୟାର ଦାସୀ ସିଳ୍ପା ଯାକୁବ ପାଇଁ ଦ୍ୱିତୀୟ ପୁତ୍ର ପ୍ରସବ କଲା।
Silipa ọmọ ọ̀dọ̀ Lea sì tún bí ọmọkùnrin kejì fún Jakọbu.
13 ତହିଁରେ ଲେୟା କହିଲା, “ମୋହର କି ଆନନ୍ଦ! ଯୁବତୀଗଣ ମୋତେ ଆନନ୍ଦିନୀ ବୋଲିବେ,” ଏଥିପାଇଁ ସେ ତାହାର ନାମ ଆଶେର (ଆନନ୍ଦ) ରଖିଲା।
Nígbà náà ni Lea wí pé, “Mo ní ayọ̀ gidigidi! Àwọn ọmọbìnrin yóò sì máa pe mí ní Alábùkún fún.” Ó sì pe orúkọ rẹ̀ ní Aṣeri.
14 ଏଥିଉତ୍ତାରେ ଗହମ କଟା ସମୟରେ ରୁବେନ୍‍ ବାହାରେ ଯାଇ କ୍ଷେତରୁ ଦୂଦାଫଳ ପାଇ ଆଣି ଆପଣା ମାତା ଲେୟାକୁ ଦେଲା। ତହୁଁ ରାହେଲ ଲେୟାକୁ କହିଲା, “ତୁମ୍ଭ ପୁତ୍ର ଆଣିଥିବା ଦୂଦାଫଳ କିଛି ମୋତେ ଦିଅ।”
Ní ọjọ́ kan, ní àkókò ìkórè ọkà jéró, Reubeni jáde lọ sí oko, ó sì rí èso mándrákì, ó sì mú un tọ Lea ìyá rẹ̀ wá. Rakeli sì wí fún Lea pé, “Jọ̀wọ́ fún mi ní ara èso mándrákì tí ọmọ rẹ mú wá.”
15 ତହିଁରେ ସେ କହିଲା, “ତୁମ୍ଭେ ମୋʼ ସ୍ୱାମୀକୁ ହରଣ କରିଅଛ, ଏ କି ଅଳ୍ପ ବିଷୟ? ତୁମ୍ଭେ ମୋʼ ପୁତ୍ରର ଦୂଦାଫଳ ମଧ୍ୟ କି ହରଣ କରିବ?” ତେବେ ରାହେଲ କହିଲା, “ତୁମ୍ଭର ପୁତ୍ରର ଦୂଦାଫଳ ପରିବର୍ତ୍ତରେ ସେ ଆଜି ରାତ୍ର ତୁମ୍ଭ ସଙ୍ଗେ ଶୟନ କରିବେ।”
Ṣùgbọ́n Lea dalóhùn pé, “Ọkọ mi tí o gbà kò tó kọ́? Ṣe ìwọ yóò tún gba èso mándrákì ọmọ mi pẹ̀lú?” Rakeli sì dáhùn pé, “Ó dára, yóò sùn tì ọ́ lálẹ́ yìí nítorí èso mándrákì ọmọ rẹ.”
16 ଏଥିଉତ୍ତାରେ ସନ୍ଧ୍ୟା ବେଳେ କ୍ଷେତ୍ରରୁ ଯାକୁବର ଆଗମନ ସମୟରେ ଲେୟା ତାହା ସହିତ ସାକ୍ଷାତ କରିବା ନିମିତ୍ତ ବାହାରକୁ ଯାଇ କହିଲା, “ତୁମ୍ଭକୁ ମୋʼ କତିକି ଆସିବାକୁ ହେବ; କାରଣ ମୁଁ ଆପଣା ପୁତ୍ରର ଦୂଦାଫଳ ଦେଇ ତୁମ୍ଭକୁ ଭଡ଼ା ନେଲି।” ଏଣୁ ସେ ସେହି ରାତ୍ରି ତାହା ସହିତ କ୍ଷେପଣ କଲା।
Nítorí náà, nígbà tí Jakọbu ti oko dé ní ìrọ̀lẹ́ ọjọ́ náà, Lea jáde lọ pàdé rẹ̀, ó sì wí pé, “O ní láti sun ọ̀dọ̀ mi ní alẹ́ yìí nítorí mo ti fi èso mándrákì tí ọmọ mi wá bẹ̀ ọ́ lọ́wẹ̀.” Nítorí náà ni Jakọbu sùn tì í ní alẹ́ ọjọ́ náà.
17 ତହିଁରେ ପରମେଶ୍ୱର ଲେୟାର ପ୍ରାର୍ଥନା ଶୁଣନ୍ତେ, ସେ ଗର୍ଭବତୀ ହୋଇ ଯାକୁବର ପଞ୍ଚମ ପୁତ୍ର ପ୍ରସବ କଲା।
Ọlọ́run sì gbọ́ ti Lea, ó sì lóyún, ó sì bí ọmọkùnrin karùn-ún fún Jakọbu.
18 ତେବେ ଲେୟା କହିଲା, “ମୁଁ ସ୍ୱାମୀକୁ ଆପଣା ଦାସୀ ଦେଇଥିଲି, ପରମେଶ୍ୱର ତାହାର ବେତନ ମୋତେ ଦେଇଅଛନ୍ତି,” ଏହେତୁ ସେ ତାହାର ନାମ ଇଷାଖର ରଖିଲା।
Nígbà náà ni Lea wí pé, “Ọlọ́run ti sẹ̀san ọmọ ọ̀dọ̀ mi ti mo fi fún ọkọ mi fún mi,” ó sì pe orúkọ rẹ̀ ní Isakari.
19 ଏଥିଉତ୍ତାରେ ଲେୟା ପୁନର୍ବାର ଗର୍ଭଧାରଣ କରି ଯାକୁବର ଷଷ୍ଠ ପୁତ୍ର ପ୍ରସବ କଲା।
Lea sì tún lóyún, ó sì bí ọmọkùnrin kẹfà fún Jakọbu.
20 ତହୁଁ ଲେୟା କହିଲା, “ପରମେଶ୍ୱର ମୋତେ ଉତ୍ତମ ଯୌତୁକ ଦେଲେ; ଏବେ ମୋʼ ସ୍ୱାମୀ ମୋʼ ସଙ୍ଗେ ବାସ କରିବେ, ଯେହେତୁ ମୁଁ ତାଙ୍କର ଛଅ ପୁତ୍ର ଜନ୍ମ କରିଅଛି,” ଏହେତୁ ସେ ତାହାର ନାମ ସବୂଲୂନ ରଖିଲା।
Nígbà náà ni Lea tún wí pé “Ọlọ́run ti fún mi ní ẹ̀bùn iyebíye, nígbà yìí ni ọkọ mi yóò máa bu ọlá fún mi.” Nítorí náà ni ó ṣe pe orúkọ rẹ̀ ni Sebuluni.
21 ଏଉତ୍ତାରେ ସେ ଏକ କନ୍ୟା ପ୍ରସବ କରନ୍ତେ, ତାହାର ନାମ ଦୀଣା ରଖିଲା।
Lẹ́yìn èyí, ó sì bí ọmọbìnrin kan, ó sì pe orúkọ rẹ̀ ní Dina.
22 ଏଥିଉତ୍ତାରେ ପରମେଶ୍ୱର ରାହେଲକୁ ସ୍ମରଣ କଲେ ଓ ପରମେଶ୍ୱର ତାହାର ପ୍ରାର୍ଥନା ଶୁଣି ତାହାକୁ ଗର୍ଭଧାରଣର ଶକ୍ତି ଦେଲେ।
Nígbà náà ni Ọlọ́run rántí Rakeli, Ọlọ́run sì gbọ́ tirẹ̀, ó sì ṣí i ní inú.
23 ତହୁଁ ସେ ଗର୍ଭବତୀ ହୋଇ ପୁତ୍ର ପ୍ରସବ କରି କହିଲା, “ପରମେଶ୍ୱର ଏବେ ମୋହର ଅପମାନ ଦୂର କଲେ।”
Ó lóyún, ó sì bí ọmọkùnrin kan ó sì wí pé, “Ọlọ́run ti mú ẹ̀gàn mi kúrò.”
24 ଏଣୁ ସେ ତାହାର ନାମ ଯୋଷେଫ ଦେଇ, କହିଲା, “ସଦାପ୍ରଭୁ ମୋତେ ଆଉ ଏକ ପୁତ୍ର ଦିଅନ୍ତୁ।”
Ó sì pe orúkọ rẹ̀ ni Josẹfu, ó sì wí pé, “Ǹjẹ́ kí Olúwa kí ó fi ọmọkùnrin mìíràn kún un fún mi.”
25 ଆଉ ରାହେଲଠାରୁ ଯୋଷେଫ ଜନ୍ମ ହେଲା ଉତ୍ତାରେ ଯାକୁବ ଲାବନକୁ କହିଲା, “ମୋତେ ବିଦାୟ କର, ମୁଁ ସ୍ୱ ସ୍ଥାନକୁ ଓ ନିଜ ଦେଶକୁ ଯିବି।
Lẹ́yìn tí Rakeli ti bí Josẹfu, Jakọbu wí fún Labani pé, “Jẹ́ kí èmi máa lọ sí ilẹ̀ mi tí mo ti wá.
26 ମୁଁ ଯେଉଁମାନଙ୍କ ନିମନ୍ତେ ତୁମ୍ଭର ଦାସ୍ୟକର୍ମ କରିଅଛି, ମୋହର ସେହି ଭାର୍ଯ୍ୟାମାନଙ୍କୁ ଓ ପୁତ୍ରଗଣକୁ ନେଇ ଯିବାକୁ ଦିଅ; ଯେହେତୁ ଯେଉଁ ପ୍ରକାରେ ତୁମ୍ଭର ଦାସ୍ୟକର୍ମ କରିଅଛି, ତାହା ତୁମ୍ଭେ ଜ୍ଞାତ ଅଟ।”
Kó àwọn ọmọ àti ìyàwó mi fún mi, àwọn ẹni tí mo ti torí wọn sìn ọ́. Ki èmi lè máa bá ọ̀nà mi lọ. O sá à mọ bí mo ti ṣiṣẹ́ sìn ọ́ tó.”
27 ସେତେବେଳେ ଲାବନ ତାହାକୁ କହିଲା, “ବିନୟ କରୁଅଛି, ତୁମ୍ଭେ ମୋʼ ପ୍ରତି ଅନୁଗ୍ରହ କର, କାରଣ ତୁମ୍ଭ ସକାଶୁ ସଦାପ୍ରଭୁ ମୋତେ ଆଶୀର୍ବାଦ କରିଅଛନ୍ତି, ଏହା ମୁଁ ଗଣକତା ଦ୍ୱାରା ଜାଣିଅଛି।”
Ṣùgbọ́n Labani wí fún un pé, “Bí o bá ṣe pé mo rí ojúrere rẹ, jọ̀wọ́ dúró, nítorí, mo ti ṣe àyẹ̀wò rẹ, mo sì rí i pé Olúwa bùkún mi nítorí rẹ.
28 ଏହେତୁ “ତୁମ୍ଭେ ଆପେ ନିଜ ବେତନ ସ୍ଥିର କର, ମୁଁ ତାହା ତୁମ୍ଭକୁ ଦେବି।”
Sọ ohun tí o fẹ́ gẹ́gẹ́ bí owó iṣẹ́ ẹ̀ rẹ, èmi yóò sì san án.”
29 ତହୁଁ ଯାକୁବ ତାହାଙ୍କୁ କହିଲା, “ମୁଁ ତୁମ୍ଭର ଯେଉଁ ପ୍ରକାର ଦାସ୍ୟକର୍ମ କରିଅଛି ଓ ମୋʼ ନିକଟରେ ତୁମ୍ଭର ପଶୁଗଣ ଯେପରି ଅଛନ୍ତି, ତାହା ତୁମ୍ଭକୁ ଜଣାଅଛି।
Jakọbu sì wí fún un pé, “Ìwọ sá à mọ bí mo ti ṣiṣẹ́ sìn ọ́ àti bí ẹran ọ̀sìn rẹ ti pọ̀ si lábẹ́ ìtọ́jú mi.
30 କାରଣ, ମୋହର ଆସିବା ପୂର୍ବରେ ତୁମ୍ଭର ଅଳ୍ପ ସମ୍ପତ୍ତି ଥିଲା, ମାତ୍ର ଏବେ ବୃଦ୍ଧି ପାଇ ପ୍ରଚୁର ହୋଇଅଛି; ପୁଣି, ମୁଁ ଯେକୌଣସି ଜାଗାକୁ ତୁମ୍ଭର ମେଷପଲକୁ ଚରାଇବାକୁ ନେଲି ସଦାପ୍ରଭୁ ତୁମ୍ଭର ମଙ୍ଗଳ କରିଅଛନ୍ତି; ମାତ୍ର ମୁଁ ଆପଣା ପରିବାର ନିମନ୍ତେ କେବେ ସଞ୍ଚୟ କରିବି?”
Ìwọ̀nba díẹ̀ sá à ni o ní kí èmi tó dé, ó sì ti pọ̀ sí i gidigidi, Olúwa sì ti bùkún ọ nínú gbogbo èyí tí mo ṣe. Ṣùgbọ́n nísinsin yìí, nígbà wo ní èmi yóò pèsè fún ìdílé tèmi.”
31 ତହିଁରେ ଲାବନ କହିଲା, “ମୁଁ ତୁମ୍ଭକୁ କଅଣ ଦେବି?” ଯାକୁବ କହିଲା, “ତୁମ୍ଭକୁ କିଛି ଦେବାକୁ ପଡ଼ିବ ନାହିଁ; ଯଦି ତୁମ୍ଭେ ମୋʼ ପାଇଁ ଗୋଟିଏ କର୍ମ କରିବ, ତେବେ ମୁଁ ତୁମ୍ଭର ପଶୁମାନଙ୍କୁ ପୁନର୍ବାର ଚରାଇ ପ୍ରତିପାଳନ କରିବି।
Ó sì tún béèrè wí pé, “Kín ni kí èmi ó fi fún ọ?” Jakọbu dáhùn pé, “Má fun mi ni ohunkóhun, ṣùgbọ́n bí ìwọ yóò bá ṣe ohun tí mo fẹ́ sọ yìí, èmi yóò sì máa bá ọ tọ́jú àwọn agbo ẹran rẹ, èmi yóò sì máa bọ́ wọn.
32 ଆଜି ମୁଁ ତୁମ୍ଭର ସକଳ ପଲ ମଧ୍ୟଦେଇ ଯାଇ ମେଷଗଣ ମଧ୍ୟରୁ ଚିତ୍ରବିଚିତ୍ର ଓ ବିନ୍ଦୁଚିହ୍ନିତ ଓ କଳାବର୍ଣ୍ଣର ମେଷମାନଙ୍କୁ, ପୁଣି, ଛାଗଳଗଣ ମଧ୍ୟରୁ ବିନ୍ଦୁଚିହ୍ନିତ ଓ ଚିତ୍ରବିଚିତ୍ର ଛାଗଳମାନଙ୍କୁ ପୃଥକ କରିବି; ସେହି ସବୁ ମୋହର ବେତନ ସ୍ୱରୂପ ହେବ।
Jẹ́ kí èmi kí ó la agbo ẹran kọjá ní òní, èmi yóò sì mú gbogbo àgùntàn onílà àti èyí tí ó ní àmì, àti gbogbo àgbò dúdú pẹ̀lú ewúrẹ́ onílà tàbí tí ó ní àmì. Àwọn wọ̀nyí ni yóò dúró fún owó iṣẹ́ mi.
33 ଏଥିଉତ୍ତାରେ ଯେତେବେଳେ ତୁମ୍ଭ ସାକ୍ଷାତରେ ମୋହର ବେତନ ବିଷୟ ଉପସ୍ଥିତ ହେବ, ସେତେବେଳେ ମୋହର ଧାର୍ମିକତା ମୋʼ ବିଷୟରେ ସାକ୍ଷ୍ୟ ଦେବ, ଅର୍ଥାତ୍‍, ଛାଗଳମାନଙ୍କ ମଧ୍ୟରେ ଚିତ୍ରବିଚିତ୍ର ଓ ବିନ୍ଦୁଚିହ୍ନିତ ଛାଗଳ ଭିନ୍ନ ଓ ମେଷଗଣ ମଧ୍ୟରେ କଳାବର୍ଣ୍ଣର ମେଷ ଭିନ୍ନ ଯେତେ ଥିବେ, ତାହା ମୋହର ଚୋରି ରୂପେ ଗଣ୍ୟ ହେବ।”
Òtítọ́ inú mi yóò sì jẹ́rìí fún mi ní ọjọ́ iwájú nígbà tí ìwọ bá wo owó iṣẹ́ mi tí ìwọ san fún mi, yóò sì ṣe pé gbogbo èyí tí kì í bá ṣe onílà tàbí alámì nínú ewúrẹ́ tàbí tí kì í ṣe dúdú nínú àgùntàn, tí o bá rí ni ọ̀dọ̀ mi ni kí o kà sí mi lọ́rùn pé jíjí ni mo jí gbé.”
34 ତହୁଁ ଲାବନ କହିଲା, “ଭଲ, ତୁମ୍ଭ କଥାନୁସାରେ ହେଉ।”
Labani sì dáhùn pé, “Mo fi ara mọ́ ọn, ṣe bí ìwọ ti wí.”
35 ଏଥିଉତ୍ତାରେ ସେ ସେହି ଦିନ ରେଖାଙ୍କିତ ଓ ବିନ୍ଦୁଚିହ୍ନିତ ଛାଗସକଳ ଓ ଚିତ୍ରବିଚିତ୍ର ଓ ବିନ୍ଦୁଚିହ୍ନିତ ମଧ୍ୟ କିଞ୍ଚିତ ଶୁକ୍ଳବର୍ଣ୍ଣ ଛାଗୀସକଳ, ପୁଣି, କଳାବର୍ଣ୍ଣର ମେଷସକଳ ପୃଥକ ପୃଥକ କରି ଆପଣା ପୁତ୍ରମାନଙ୍କ ହସ୍ତରେ ସମର୍ପଣ କଲା;
Ní ọjọ́ náà gan an ni Labani kó gbogbo ewúrẹ́ tí ó ní àmì tàbí ilà (àti òbúkọ àti abo, tí ó ní funfun díẹ̀ lára), pẹ̀lú gbogbo àgùntàn dúdú, ó sì fi wọ́n sí ìtọ́jú àwọn ọmọ rẹ̀.
36 ଆଉ ସେ ଆପଣାର ଓ ଯାକୁବର ମଧ୍ୟରେ ତିନି ଦିନର ପଥରୁ ଦୂରରେ ରଖିଲା; ପୁଣି, ଯାକୁବ ଲାବନର ଅବଶିଷ୍ଟ ପଶୁପଲ ଚରାଇବାକୁ ଲାଗିଲା।
Ibi tí Labani àti Jakọbu sì wà sí ara wọn, sì tó ìrìn ọjọ́ mẹ́ta. Jakọbu sì ń tọ́jú agbo ẹran Labani tí ó kù.
37 ଆଉ ଯାକୁବ ଲିବ୍‍ନୀ ଓ ଲୂସ୍‍ ଓ ଅର୍ମୋନ୍‍ ବୃକ୍ଷର ନୂତନ ଶାଖା କାଟି ତହିଁରୁ ବଳ୍‍କଳ କାଢ଼ି କାଷ୍ଠର ଶୁକ୍ଳରେଖା ବାହାର କଲା।
Nígbà náà ni Jakọbu gé ọ̀pá tẹ́ẹ́rẹ́ tútù kan lára igi Poplari, àti igi almondi àti igi Pileeni. Ó sì bó èèpo kúrò ní ibi kọ̀ọ̀kan lára igi náà láti fún igi náà ní àwọ̀ ju ẹyọ kan lọ.
38 ଏଥିଉତ୍ତାରେ ଯେଉଁ ସ୍ଥାନକୁ ପଶୁଗଣ ଜଳ ପାନ କରିବା ନିମନ୍ତେ ଆସନ୍ତି, ସେହି ସ୍ଥାନରେ ସେମାନଙ୍କ ସମ୍ମୁଖସ୍ଥ ଜଳକୁଣ୍ଡ ମଧ୍ୟରେ ସେହି ବଳ୍‍କଳଶୂନ୍ୟ ଶାଖାସବୁ ଉଚ୍ଚ କରି ରଖିଲା; ତହୁଁ ଜଳ ପାନ କରିବା ସମୟରେ ସେମାନେ ଫଳବତୀ ହେଲେ।
Ó sì mú àwọn ọ̀pá wọ̀nyí tì sí ọ̀ọ́kán agbada omi níbi tí àwọn ẹran ti lè rí i nígbà tí wọ́n bá wá mu omi.
39 ପୁଣି, ସେହି ଶାଖା ନିକଟରେ ସେମାନଙ୍କର ସଙ୍ଗମ ହେବାରୁ ପଶୁମାନେ ରେଖାଙ୍କିତ ଓ ଚିତ୍ରବିଚିତ୍ର ଓ ବିନ୍ଦୁଚିହ୍ନିତ ଛୁଆ ପ୍ରସବ କଲେ।
Tí àwọn ẹran bá sì ń gùn, níwájú àwọn ọ̀pá náà, wọn sì bí àwọn ẹran onílà àti alámì, àwọn tí ó ní tótòtó lára.
40 ତହିଁରେ ଯାକୁବ ସେହି ଛୁଆମାନଙ୍କୁ ଭିନ୍ନ ଭିନ୍ନ କଲା, ପୁଣି, ଲାବନର ରେଖାଙ୍କିତ ଓ କଳାବର୍ଣ୍ଣର ସବୁ ମେଷ ପ୍ରତି ମେଷୀମାନଙ୍କର ଦୃଷ୍ଟି ରଖାଇଲା; ଏହି ପ୍ରକାରେ ସେ ଲାବନର ପଲ ସହିତ ଆପଣା ପଲ ନ ରଖି ପୃଥକ କଲା।
Nígbà náà ni ó ya àwọn abo ẹran kúrò nínú agbo ẹran Labani, ó sì yà wọ́n sọ́tọ̀ kúrò lára àgbò, ó sì mú kí wọn máa gùn pẹ̀lú àwọn àgbò Jakọbu dúdú nìkan, bẹ́ẹ̀ ni ó kó agbo ẹran jọ fún ara rẹ̀ láti ara agbo ẹran Labani.
41 ପୁଣି, ବଳିଷ୍ଠ ପଶୁଗଣ ଯେପରି ଶାଖା ନିକଟରେ ଗର୍ଭଧାରଣ କରନ୍ତି, ଏଥିପାଇଁ ଜଳକୁଣ୍ଡ ମଧ୍ୟରେ ପଶୁମାନଙ୍କ ସମ୍ମୁଖରେ ସେହି ଶାଖା ରଖିଲା; ମାତ୍ର ଦୁର୍ବଳ ପଶୁମାନଙ୍କ ସମ୍ମୁଖରେ ରଖିଲା ନାହିଁ;
Nígbàkígbà tí àwọn ẹran tí ó lera bá ń gùn, Jakọbu yóò fi àwọn ọ̀pá wọ̀nyí lélẹ̀ níwájú wọn, ní ibi tí wọn ti ń mu omi.
42 ତହିଁରେ ଦୁର୍ବଳ ପଶୁଗଣ ଲାବନର ଓ ବଳିଷ୍ଠ ପଶୁଗଣ ଯାକୁବର ହେଲେ।
Ṣùgbọ́n tí ó bá jẹ́ wí pé wọn kò lera, kò ní fi àwọn ọ̀pá náà lélẹ̀. Nítorí náà, àwọn tí kò lera ń jẹ́ ti Labani, nígbà tí àwọn tí ó lera ń jẹ́ ti Jakọbu.
43 ଏହେତୁ ଯାକୁବ ଅତିଶୟ ବର୍ଦ୍ଧିଷ୍ଣୁ ହେଲା, ପୁଣି, ତାହାର ପଶୁ, ଦାସଦାସୀ, ଓଟ ଓ ଗର୍ଦ୍ଦଭ ଯଥେଷ୍ଟ ହେଲେ।
Nítorí ìdí èyí, Jakọbu di ọlọ́rọ̀ gidigidi, agbo ẹran rẹ̀ pọ̀ àti àwọn ìránṣẹ́kùnrin, ìránṣẹ́bìnrin pẹ̀lú ìbákasẹ àti kẹ́tẹ́kẹ́tẹ́.

< ମୋଶାଙ୍କ ଲିଖିତ ପ୍ରଥମ ପୁସ୍ତକ 30 >