< ମୋଶାଙ୍କ ଲିଖିତ ପ୍ରଥମ ପୁସ୍ତକ 30 >
1 ଏଥିଉତ୍ତାରେ ଆପଣାଠାରୁ ଯାକୁବର ପୁତ୍ର ଜନ୍ମ ହେଲା ନାହିଁ, ଏହା ଦେଖି ରାହେଲ ଆପଣା ଭଗିନୀ ପ୍ରତି ଈର୍ଷା କରି ଯାକୁବକୁ କହିଲା, “ମୋତେ ସନ୍ତାନ ଦିଅ, ନୋହିଲେ ମୁଁ ମରିବି।”
A Rahilja vidjevši gdje ne raða djece Jakovu, pozavidje sestri svojoj; i reèe Jakovu: daj mi djece, ili æu umrijeti.
2 ତହିଁରେ ରାହେଲ ପ୍ରତି ଯାକୁବର କ୍ରୋଧ ପ୍ରଜ୍ୱଳିତ ହେଲା; ପୁଣି, ସେ କହିଲା, “ମୁଁ କʼଣ ପରମେଶ୍ୱରଙ୍କର ପ୍ରତିନିଧି? ସେ ସିନା ତୁମ୍ଭକୁ ଗର୍ଭଫଳ ଦେଇ ନାହାନ୍ତି।”
A Jakov se rasrdi na Rahilju, i reèe: zar sam ja a ne Bog koji ti ne da poroda?
3 ସେତେବେଳେ ରାହେଲ କହିଲା, “ଏହି ଦେଖ, ମୋହର ଦାସୀ ବିଲ୍ହା ଅଛି, ତାହାର ସହବାସ କର; ସେ ପୁତ୍ର ପ୍ରସବ କରି ମୋʼ କୋଳରେ ଦେଲେ ତାହା ଯୋଗୁଁ ମୁଁ ମଧ୍ୟ ପୁତ୍ରବତୀ ହେବି।”
A ona reèe: eto robinje moje Vale, lezi s njom, neka rodi na mojim koljenima, pa æu i ja imati djece od nje.
4 ପୁଣି, ସେ ଆପଣା ଦାସୀ ବିଲ୍ହାକୁ ତାହା ସହିତ ବିବାହ ଦେଲା।
I dade mu Valu robinju svoju za ženu, i Jakov leže s njom.
5 ତହୁଁ ଯାକୁବ ତାହାର ସହବାସ କରନ୍ତେ, ବିଲ୍ହା ଗର୍ଭବତୀ ହୋଇ ଯାକୁବର ଗୋଟିଏ ପୁତ୍ର ପ୍ରସବ କଲା।
I zatrudnje Vala, i rodi Jakovu sina.
6 ସେତେବେଳେ ରାହେଲ କହିଲା, “ପରମେଶ୍ୱର ମୋହର ବିଚାର କଲେ, ମଧ୍ୟ ମୋହର କାକୂକ୍ତି ଶୁଣି ମୋତେ ପୁତ୍ର ଦେଲେ,” ଏଥିପାଇଁ ସେ ତାହାର ନାମ ଦାନ୍ (ବିଚାର) ରଖିଲା।
A Rahilja reèe: Gospod mi je sudio i èuo glas moj, te mi dade sina. Zato mu nadjede ime Dan.
7 ଏଥିଉତ୍ତାରେ ରାହେଲର ଦାସୀ ବିଲ୍ହା ପୁନର୍ବାର ଗର୍ଭଧାରଣ କରି ଯାକୁବ ପାଇଁ ଦ୍ୱିତୀୟ ପୁତ୍ର ପ୍ରସବ କଲା।
I Vala robinja Rahiljina zatrudnje opet, i rodi drugoga sina Jakovu;
8 ସେତେବେଳେ ରାହେଲ କହିଲା, “ମୁଁ ଭଗିନୀ ସହିତ ପରମେଶ୍ୱର ସମ୍ବନ୍ଧୀୟ ମଲ୍ଲଯୁଦ୍ଧ କରି ଜୟ କଲି,” ଏଥିପାଇଁ ସେ ତାହାର ନାମ ନପ୍ତାଲି (ମଲ୍ଲଯୁଦ୍ଧ) ରଖିଲା।
A Rahilja reèe: borah se žestoko sa sestrom svojom, ali odoljeh. I nadjede mu ime Neftalim.
9 ଏଥିଉତ୍ତାରେ ଲେୟା ଆପଣାର ଗର୍ଭନିବୃତ୍ତି ବୁଝି ଆପଣାର ସିଳ୍ପା ନାମ୍ନୀ ଦାସୀକୁ ଘେନି ଯାକୁବ ସହିତ ବିବାହ ଦେଲା।
A Lija vidjevši gdje presta raðati uze Zelfu robinju svoju i dade je Jakovu za ženu.
10 ତହିଁରେ ଲେୟାର ଦାସୀ ସିଳ୍ପାଠାରୁ ଯାକୁବର ଗୋଟିଏ ପୁତ୍ର ଜାତ ହେଲା।
I rodi Zelfa robinja Lijina Jakovu sina;
11 ତହୁଁ ଲେୟା କହିଲା, “ଏ କି ସୌଭାଗ୍ୟ!” ଏଥିପାଇଁ ତାହାର ନାମ ଗାଦ୍ (ସୌଭାଗ୍ୟ) ରଖିଲା।
I Lija reèe: doðe èeta. I nadjede mu ime Gad.
12 ଏଥିଉତ୍ତାରେ ଲେୟାର ଦାସୀ ସିଳ୍ପା ଯାକୁବ ପାଇଁ ଦ୍ୱିତୀୟ ପୁତ୍ର ପ୍ରସବ କଲା।
Opet rodi Zelfa robinja Lijina drugoga sina Jakovu;
13 ତହିଁରେ ଲେୟା କହିଲା, “ମୋହର କି ଆନନ୍ଦ! ଯୁବତୀଗଣ ମୋତେ ଆନନ୍ଦିନୀ ବୋଲିବେ,” ଏଥିପାଇଁ ସେ ତାହାର ନାମ ଆଶେର (ଆନନ୍ଦ) ରଖିଲା।
I reèe Lija: blago meni, jer æe me blaženom zvati žene. Zato mu nadjede ime Asir.
14 ଏଥିଉତ୍ତାରେ ଗହମ କଟା ସମୟରେ ରୁବେନ୍ ବାହାରେ ଯାଇ କ୍ଷେତରୁ ଦୂଦାଫଳ ପାଇ ଆଣି ଆପଣା ମାତା ଲେୟାକୁ ଦେଲା। ତହୁଁ ରାହେଲ ଲେୟାକୁ କହିଲା, “ତୁମ୍ଭ ପୁତ୍ର ଆଣିଥିବା ଦୂଦାଫଳ କିଛି ମୋତେ ଦିଅ।”
A Ruvim izide u vrijeme žetve pšeniène i naðe mandragoru u polju, i donese je Liji materi svojoj. A Rahilja reèe Liji: daj mi mandragoru sina svojega.
15 ତହିଁରେ ସେ କହିଲା, “ତୁମ୍ଭେ ମୋʼ ସ୍ୱାମୀକୁ ହରଣ କରିଅଛ, ଏ କି ଅଳ୍ପ ବିଷୟ? ତୁମ୍ଭେ ମୋʼ ପୁତ୍ରର ଦୂଦାଫଳ ମଧ୍ୟ କି ହରଣ କରିବ?” ତେବେ ରାହେଲ କହିଲା, “ତୁମ୍ଭର ପୁତ୍ରର ଦୂଦାଫଳ ପରିବର୍ତ୍ତରେ ସେ ଆଜି ରାତ୍ର ତୁମ୍ଭ ସଙ୍ଗେ ଶୟନ କରିବେ।”
A ona joj reèe: malo li ti je što si mi uzela muža? hoæeš da mi uzmeš i mandragoru sina mojega? A Rahilja joj reèe: neka noæas spava s tobom za mandragoru sina tvojega.
16 ଏଥିଉତ୍ତାରେ ସନ୍ଧ୍ୟା ବେଳେ କ୍ଷେତ୍ରରୁ ଯାକୁବର ଆଗମନ ସମୟରେ ଲେୟା ତାହା ସହିତ ସାକ୍ଷାତ କରିବା ନିମିତ୍ତ ବାହାରକୁ ଯାଇ କହିଲା, “ତୁମ୍ଭକୁ ମୋʼ କତିକି ଆସିବାକୁ ହେବ; କାରଣ ମୁଁ ଆପଣା ପୁତ୍ରର ଦୂଦାଫଳ ଦେଇ ତୁମ୍ଭକୁ ଭଡ଼ା ନେଲି।” ଏଣୁ ସେ ସେହି ରାତ୍ରି ତାହା ସହିତ କ୍ଷେପଣ କଲା।
I uveèe kad se Jakov vraæaše iz polja, izide mu Lija na susret i reèe: spavaæeš kod mene, jer te kupih za mandragoru sina svojega. I spava kod nje onu noæ.
17 ତହିଁରେ ପରମେଶ୍ୱର ଲେୟାର ପ୍ରାର୍ଥନା ଶୁଣନ୍ତେ, ସେ ଗର୍ଭବତୀ ହୋଇ ଯାକୁବର ପଞ୍ଚମ ପୁତ୍ର ପ୍ରସବ କଲା।
A Bog usliši Liju, te ona zatrudnje, i rodi Jakovu petoga sina.
18 ତେବେ ଲେୟା କହିଲା, “ମୁଁ ସ୍ୱାମୀକୁ ଆପଣା ଦାସୀ ଦେଇଥିଲି, ପରମେଶ୍ୱର ତାହାର ବେତନ ମୋତେ ଦେଇଅଛନ୍ତି,” ଏହେତୁ ସେ ତାହାର ନାମ ଇଷାଖର ରଖିଲା।
I reèe Lija: Gospod mi dade platu moju što dadoh robinju svoju mužu svojemu. I nadjede mu ime Isahar.
19 ଏଥିଉତ୍ତାରେ ଲେୟା ପୁନର୍ବାର ଗର୍ଭଧାରଣ କରି ଯାକୁବର ଷଷ୍ଠ ପୁତ୍ର ପ୍ରସବ କଲା।
I zatrudnje Lija opet, i rodi Jakovu šestoga sina;
20 ତହୁଁ ଲେୟା କହିଲା, “ପରମେଶ୍ୱର ମୋତେ ଉତ୍ତମ ଯୌତୁକ ଦେଲେ; ଏବେ ମୋʼ ସ୍ୱାମୀ ମୋʼ ସଙ୍ଗେ ବାସ କରିବେ, ଯେହେତୁ ମୁଁ ତାଙ୍କର ଛଅ ପୁତ୍ର ଜନ୍ମ କରିଅଛି,” ଏହେତୁ ସେ ତାହାର ନାମ ସବୂଲୂନ ରଖିଲା।
I reèe Lija: dariva me Gospod darom dobrijem; da ako se sada veæ priljubi k meni muž moj, jer mu rodih šest sinova. Zato mu nadjede ime Zavulon.
21 ଏଉତ୍ତାରେ ସେ ଏକ କନ୍ୟା ପ୍ରସବ କରନ୍ତେ, ତାହାର ନାମ ଦୀଣା ରଖିଲା।
Najposlije rodi kæer, i nadjede joj ime Dina.
22 ଏଥିଉତ୍ତାରେ ପରମେଶ୍ୱର ରାହେଲକୁ ସ୍ମରଣ କଲେ ଓ ପରମେଶ୍ୱର ତାହାର ପ୍ରାର୍ଥନା ଶୁଣି ତାହାକୁ ଗର୍ଭଧାରଣର ଶକ୍ତି ଦେଲେ।
Ali se Gospod opomenu Rahilje; i uslišiv je otvori joj matericu;
23 ତହୁଁ ସେ ଗର୍ଭବତୀ ହୋଇ ପୁତ୍ର ପ୍ରସବ କରି କହିଲା, “ପରମେଶ୍ୱର ଏବେ ମୋହର ଅପମାନ ଦୂର କଲେ।”
I zatrudnje, i rodi sina, i reèe: uze Bog sramotu moju.
24 ଏଣୁ ସେ ତାହାର ନାମ ଯୋଷେଫ ଦେଇ, କହିଲା, “ସଦାପ୍ରଭୁ ମୋତେ ଆଉ ଏକ ପୁତ୍ର ଦିଅନ୍ତୁ।”
I nadjede mu ime Josif, govoreæi: neka mi doda Gospod još jednoga sina.
25 ଆଉ ରାହେଲଠାରୁ ଯୋଷେଫ ଜନ୍ମ ହେଲା ଉତ୍ତାରେ ଯାକୁବ ଲାବନକୁ କହିଲା, “ମୋତେ ବିଦାୟ କର, ମୁଁ ସ୍ୱ ସ୍ଥାନକୁ ଓ ନିଜ ଦେଶକୁ ଯିବି।
A kad Rahilja rodi Josifa, reèe Jakov Lavanu: pusti me da idem u svoje mjesto i u svoju zemlju.
26 ମୁଁ ଯେଉଁମାନଙ୍କ ନିମନ୍ତେ ତୁମ୍ଭର ଦାସ୍ୟକର୍ମ କରିଅଛି, ମୋହର ସେହି ଭାର୍ଯ୍ୟାମାନଙ୍କୁ ଓ ପୁତ୍ରଗଣକୁ ନେଇ ଯିବାକୁ ଦିଅ; ଯେହେତୁ ଯେଉଁ ପ୍ରକାରେ ତୁମ୍ଭର ଦାସ୍ୟକର୍ମ କରିଅଛି, ତାହା ତୁମ୍ଭେ ଜ୍ଞାତ ଅଟ।”
Daj mi žene moje, za koje sam ti služio, i djecu moju, da idem, jer znaš kako sam ti služio.
27 ସେତେବେଳେ ଲାବନ ତାହାକୁ କହିଲା, “ବିନୟ କରୁଅଛି, ତୁମ୍ଭେ ମୋʼ ପ୍ରତି ଅନୁଗ୍ରହ କର, କାରଣ ତୁମ୍ଭ ସକାଶୁ ସଦାପ୍ରଭୁ ମୋତେ ଆଶୀର୍ବାଦ କରିଅଛନ୍ତି, ଏହା ମୁଁ ଗଣକତା ଦ୍ୱାରା ଜାଣିଅଛି।”
A Lavan mu reèe: nemoj, ako sam našao milost pred tobom; vidim da me je blagoslovio Gospod tebe radi.
28 ଏହେତୁ “ତୁମ୍ଭେ ଆପେ ନିଜ ବେତନ ସ୍ଥିର କର, ମୁଁ ତାହା ତୁମ୍ଭକୁ ଦେବି।”
I još reèe: išti koliko hoæeš plate, i ja æu ti dati.
29 ତହୁଁ ଯାକୁବ ତାହାଙ୍କୁ କହିଲା, “ମୁଁ ତୁମ୍ଭର ଯେଉଁ ପ୍ରକାର ଦାସ୍ୟକର୍ମ କରିଅଛି ଓ ମୋʼ ନିକଟରେ ତୁମ୍ଭର ପଶୁଗଣ ଯେପରି ଅଛନ୍ତି, ତାହା ତୁମ୍ଭକୁ ଜଣାଅଛି।
A Jakov mu odgovori: ti znaš kako sam ti služio i kakva ti je stoka postala kod mene.
30 କାରଣ, ମୋହର ଆସିବା ପୂର୍ବରେ ତୁମ୍ଭର ଅଳ୍ପ ସମ୍ପତ୍ତି ଥିଲା, ମାତ୍ର ଏବେ ବୃଦ୍ଧି ପାଇ ପ୍ରଚୁର ହୋଇଅଛି; ପୁଣି, ମୁଁ ଯେକୌଣସି ଜାଗାକୁ ତୁମ୍ଭର ମେଷପଲକୁ ଚରାଇବାକୁ ନେଲି ସଦାପ୍ରଭୁ ତୁମ୍ଭର ମଙ୍ଗଳ କରିଅଛନ୍ତି; ମାତ୍ର ମୁଁ ଆପଣା ପରିବାର ନିମନ୍ତେ କେବେ ସଞ୍ଚୟ କରିବି?”
Jer je malo bilo što si imao dokle ja ne doðoh; ali se umnoži veoma, jer te Gospod blagoslovi kad ja doðoh. Pa kad æu i ja tako sebi kuæu kuæiti?
31 ତହିଁରେ ଲାବନ କହିଲା, “ମୁଁ ତୁମ୍ଭକୁ କଅଣ ଦେବି?” ଯାକୁବ କହିଲା, “ତୁମ୍ଭକୁ କିଛି ଦେବାକୁ ପଡ଼ିବ ନାହିଁ; ଯଦି ତୁମ୍ଭେ ମୋʼ ପାଇଁ ଗୋଟିଏ କର୍ମ କରିବ, ତେବେ ମୁଁ ତୁମ୍ଭର ପଶୁମାନଙ୍କୁ ପୁନର୍ବାର ଚରାଇ ପ୍ରତିପାଳନ କରିବି।
I reèe mu Lavan: šta hoæeš da ti dam? A Jakov odgovori: ne treba ništa da mi daš; nego æu ti opet pasti stoku i èuvati, ako æeš mi uèiti ovo:
32 ଆଜି ମୁଁ ତୁମ୍ଭର ସକଳ ପଲ ମଧ୍ୟଦେଇ ଯାଇ ମେଷଗଣ ମଧ୍ୟରୁ ଚିତ୍ରବିଚିତ୍ର ଓ ବିନ୍ଦୁଚିହ୍ନିତ ଓ କଳାବର୍ଣ୍ଣର ମେଷମାନଙ୍କୁ, ପୁଣି, ଛାଗଳଗଣ ମଧ୍ୟରୁ ବିନ୍ଦୁଚିହ୍ନିତ ଓ ଚିତ୍ରବିଚିତ୍ର ଛାଗଳମାନଙ୍କୁ ପୃଥକ କରିବି; ସେହି ସବୁ ମୋହର ବେତନ ସ୍ୱରୂପ ହେବ।
Da zaðem danas po svoj stoci tvojoj, i odluèim sve što je šareno i s biljegom, i sve što je crno izmeðu ovaca, i što je s biljegom i šareno izmeðu koza, pa što poslije bude tako, ono da mi je plata.
33 ଏଥିଉତ୍ତାରେ ଯେତେବେଳେ ତୁମ୍ଭ ସାକ୍ଷାତରେ ମୋହର ବେତନ ବିଷୟ ଉପସ୍ଥିତ ହେବ, ସେତେବେଳେ ମୋହର ଧାର୍ମିକତା ମୋʼ ବିଷୟରେ ସାକ୍ଷ୍ୟ ଦେବ, ଅର୍ଥାତ୍, ଛାଗଳମାନଙ୍କ ମଧ୍ୟରେ ଚିତ୍ରବିଚିତ୍ର ଓ ବିନ୍ଦୁଚିହ୍ନିତ ଛାଗଳ ଭିନ୍ନ ଓ ମେଷଗଣ ମଧ୍ୟରେ କଳାବର୍ଣ୍ଣର ମେଷ ଭିନ୍ନ ଯେତେ ଥିବେ, ତାହା ମୋହର ଚୋରି ରୂପେ ଗଣ୍ୟ ହେବ।”
Tako æe mi se poslije posvjedoèiti pravda moja pred tobom kad doðeš da vidiš zaslugu moju: što god ne bude šareno ni s biljegom ni crno izmeðu ovaca i koza u mene, biæe kradeno.
34 ତହୁଁ ଲାବନ କହିଲା, “ଭଲ, ତୁମ୍ଭ କଥାନୁସାରେ ହେଉ।”
A Lavan reèe: eto, neka bude kako si kazao.
35 ଏଥିଉତ୍ତାରେ ସେ ସେହି ଦିନ ରେଖାଙ୍କିତ ଓ ବିନ୍ଦୁଚିହ୍ନିତ ଛାଗସକଳ ଓ ଚିତ୍ରବିଚିତ୍ର ଓ ବିନ୍ଦୁଚିହ୍ନିତ ମଧ୍ୟ କିଞ୍ଚିତ ଶୁକ୍ଳବର୍ଣ୍ଣ ଛାଗୀସକଳ, ପୁଣି, କଳାବର୍ଣ୍ଣର ମେଷସକଳ ପୃଥକ ପୃଥକ କରି ଆପଣା ପୁତ୍ରମାନଙ୍କ ହସ୍ତରେ ସମର୍ପଣ କଲା;
I odluèi Lavan isti dan jarce s biljegom i šarene i sve koze s biljegom i šarene, i sve na èem bijaše što bijelo, i sve crno izmeðu ovaca, i predade sinovima svojim.
36 ଆଉ ସେ ଆପଣାର ଓ ଯାକୁବର ମଧ୍ୟରେ ତିନି ଦିନର ପଥରୁ ଦୂରରେ ରଖିଲା; ପୁଣି, ଯାକୁବ ଲାବନର ଅବଶିଷ୍ଟ ପଶୁପଲ ଚରାଇବାକୁ ଲାଗିଲା।
I ostavi daljine tri dana hoda izmeðu sebe i Jakova. I Jakov pasijaše ostalu stoku Lavanovu.
37 ଆଉ ଯାକୁବ ଲିବ୍ନୀ ଓ ଲୂସ୍ ଓ ଅର୍ମୋନ୍ ବୃକ୍ଷର ନୂତନ ଶାଖା କାଟି ତହିଁରୁ ବଳ୍କଳ କାଢ଼ି କାଷ୍ଠର ଶୁକ୍ଳରେଖା ବାହାର କଲା।
I uze Jakov zelenijeh prutova topolovijeh i ljeskovijeh i kestenovijeh, i naguli ih do bjeline koja bješe na prutovima.
38 ଏଥିଉତ୍ତାରେ ଯେଉଁ ସ୍ଥାନକୁ ପଶୁଗଣ ଜଳ ପାନ କରିବା ନିମନ୍ତେ ଆସନ୍ତି, ସେହି ସ୍ଥାନରେ ସେମାନଙ୍କ ସମ୍ମୁଖସ୍ଥ ଜଳକୁଣ୍ଡ ମଧ୍ୟରେ ସେହି ବଳ୍କଳଶୂନ୍ୟ ଶାଖାସବୁ ଉଚ୍ଚ କରି ରଖିଲା; ତହୁଁ ଜଳ ପାନ କରିବା ସମୟରେ ସେମାନେ ଫଳବତୀ ହେଲେ।
I metaše naguljene prutove pred stoku u žljebove i korita kad dolažaše stoka da pije, da bi se upaljivala kad doðe da pije.
39 ପୁଣି, ସେହି ଶାଖା ନିକଟରେ ସେମାନଙ୍କର ସଙ୍ଗମ ହେବାରୁ ପଶୁମାନେ ରେଖାଙ୍କିତ ଓ ଚିତ୍ରବିଚିତ୍ର ଓ ବିନ୍ଦୁଚିହ୍ନିତ ଛୁଆ ପ୍ରସବ କଲେ।
I upaljivaše se stoka gledajuæi u prutove, i što se mlaðaše bijaše s biljegom, prutasto i šareno.
40 ତହିଁରେ ଯାକୁବ ସେହି ଛୁଆମାନଙ୍କୁ ଭିନ୍ନ ଭିନ୍ନ କଲା, ପୁଣି, ଲାବନର ରେଖାଙ୍କିତ ଓ କଳାବର୍ଣ୍ଣର ସବୁ ମେଷ ପ୍ରତି ମେଷୀମାନଙ୍କର ଦୃଷ୍ଟି ରଖାଇଲା; ଏହି ପ୍ରକାରେ ସେ ଲାବନର ପଲ ସହିତ ଆପଣା ପଲ ନ ରଖି ପୃଥକ କଲା।
I Jakov odluèivaše mlad, i obraæaše stado Lavanovo da gleda u šarene i u sve crne; a svoje stado odvajaše i ne obraæaše ga prema stadu Lavanovu.
41 ପୁଣି, ବଳିଷ୍ଠ ପଶୁଗଣ ଯେପରି ଶାଖା ନିକଟରେ ଗର୍ଭଧାରଣ କରନ୍ତି, ଏଥିପାଇଁ ଜଳକୁଣ୍ଡ ମଧ୍ୟରେ ପଶୁମାନଙ୍କ ସମ୍ମୁଖରେ ସେହି ଶାଖା ରଖିଲା; ମାତ୍ର ଦୁର୍ବଳ ପଶୁମାନଙ୍କ ସମ୍ମୁଖରେ ରଖିଲା ନାହିଁ;
I kad se god upaljivaše stoka rana, metaše Jakov prutove u korita pred oèi stoci da bi se upaljivala gledajuæi u prutove;
42 ତହିଁରେ ଦୁର୍ବଳ ପଶୁଗଣ ଲାବନର ଓ ବଳିଷ୍ଠ ପଶୁଗଣ ଯାକୁବର ହେଲେ।
A kad se upaljivaše pozna stoka, ne metaše; tako pozne bivahu Lavanove a rane Jakovljeve.
43 ଏହେତୁ ଯାକୁବ ଅତିଶୟ ବର୍ଦ୍ଧିଷ୍ଣୁ ହେଲା, ପୁଣି, ତାହାର ପଶୁ, ଦାସଦାସୀ, ଓଟ ଓ ଗର୍ଦ୍ଦଭ ଯଥେଷ୍ଟ ହେଲେ।
I tako se taj èovjek obogati vrlo, te imaše mnogo stoke i sluga i sluškinja i kamila i magaraca.