< ମୋଶାଙ୍କ ଲିଖିତ ପ୍ରଥମ ପୁସ୍ତକ 3 >
1 ସଦାପ୍ରଭୁ ପରମେଶ୍ୱରଙ୍କ ନିର୍ମିତ ଭୂଚର ପଶୁମାନଙ୍କ ମଧ୍ୟରେ ସର୍ପ ସର୍ବାପେକ୍ଷା ଖଳ ଥିଲା। ସେ ନାରୀଙ୍କୁ କହିଲା, “ଆଗୋ, ଏ କି ସତ୍ୟ, ‘ଉଦ୍ୟାନର କୌଣସି ବୃକ୍ଷର ଫଳ ଖାଇବାକୁ ପରମେଶ୍ୱର ତୁମ୍ଭମାନଙ୍କୁ ନିଷେଧ କରିଅଛନ୍ତି?’”
Ejò sá à ṣe alárékérekè ju àwọn ẹranko igbó yòókù tí Olúwa Ọlọ́run dá lọ. Ó sọ fún obìnrin náà pé, “Ǹjẹ́ òtítọ́ ha ni Ọlọ́run wí pé, ‘Ẹ̀yin kò gbọdọ̀ jẹ èso èyíkéyìí lára àwọn igi tí ó wà nínú ọgbà’?”
2 ନାରୀ ସର୍ପକୁ କହିଲେ, “ଆମ୍ଭେମାନେ ଉଦ୍ୟାନର ସମସ୍ତ ବୃକ୍ଷର ଫଳ ଖାଇପାରୁ;
Obìnrin náà dá ejò lóhùn pé, “Àwa lè jẹ lára àwọn èso igi tí ó wà nínú ọgbà,
3 କେବଳ ଉଦ୍ୟାନର ମଧ୍ୟସ୍ଥିତ ବୃକ୍ଷର ଫଳ ବିଷୟରେ ପରମେଶ୍ୱର କହିଅଛନ୍ତି, ‘ତୁମ୍ଭେମାନେ ତାହା ଖାଇବ ନାହିଁ ଓ ଛୁଇଁବ ନାହିଁ, ତାହା କଲେ ମରିବ।’”
ṣùgbọ́n Ọlọ́run sọ pé, ‘Ẹ̀yin kò gbọdọ̀ jẹ lára èso igi tí ó wà láàrín ọgbà, ẹ kò sì gbọdọ̀ fi ọwọ́ kàn án, bí ẹ̀yin bá ṣe bẹ́ẹ̀, ẹ̀yin yóò kùú.’”
4 ସର୍ପ ନାରୀଙ୍କୁ କହିଲା, “ତୁମ୍ଭେମାନେ କୌଣସି ରୂପେ ମରିବ ନାହିଁ;
Ejò wí fún obìnrin náà pé, “Ẹ̀yin kì yóò kú ikúkíkú kan.”
5 ବରଞ୍ଚ ପରମେଶ୍ୱର ଜାଣନ୍ତି, ତୁମ୍ଭେମାନେ ଯେଉଁ ଦିନ ତାହା ଖାଇବ, ସେହି ଦିନ ତୁମ୍ଭମାନଙ୍କ ଚକ୍ଷୁ ପ୍ରସନ୍ନ ହେବ, ତହିଁରେ ତୁମ୍ଭେମାନେ ପରମେଶ୍ୱରଙ୍କ ପରି ଭଲ ଓ ମନ୍ଦର ଜ୍ଞାନ ପାଇବ।”
“Nítorí Ọlọ́run mọ̀ wí pé, bí ẹ̀yin bá jẹ nínú rẹ̀, ojú yín yóò là, ẹ̀yin yóò sì dàbí Ọlọ́run, ẹ̀yin yóò sì mọ rere yàtọ̀ sí búburú.”
6 ଏଥିରେ ନାରୀ ସେହି ବୃକ୍ଷକୁ ସୁଖାଦ୍ୟର ଉତ୍ପାଦକ ଓ ନୟନର ଲୋଭଜନକ ଓ ଜ୍ଞାନ ଦେବା ନିମିତ୍ତ ବାଞ୍ଛନୀୟ ଦେଖି ତହିଁରୁ ଫଳ ତୋଳି ଖାଇଲେ, ପୁଣି, ଆପଣା ସଙ୍ଗସ୍ଥ ସ୍ୱାମୀଙ୍କୁ ଦିଅନ୍ତେ, ସେ ମଧ୍ୟ ଖାଇଲେ।
Nígbà tí obìnrin náà rí i wí pé èso igi náà dára fún oúnjẹ àti pé, ó sì dùn ún wò, àti pé ó ń mú ni ní ọgbọ́n, ó mú díẹ̀ níbẹ̀, ó sì jẹ ẹ́. Ó sì mú díẹ̀ fún ọkọ rẹ̀, ẹni tí ó wà pẹ̀lú rẹ̀, òun náà sì jẹ ẹ́.
7 ତହିଁରେ ସେମାନଙ୍କ ଚକ୍ଷୁ ପ୍ରସନ୍ନ ହୁଅନ୍ତେ, ସେମାନେ ନିଜ ଉଲଙ୍ଗତାର ବୋଧ ପାଇ ଡିମ୍ବିରି ବୃକ୍ଷର ପତ୍ର ସିଁଇ ଘାଗରା ବନାଇଲେ।
Nígbà náà ni ojú àwọn méjèèjì sì là, wọ́n sì mọ̀ pé àwọn wà ní ìhòhò; wọ́n sì rán ewé ọ̀pọ̀tọ́ pọ̀, wọ́n sì fi bo ara wọn.
8 ତହୁଁ ଦିନାବସାନ ସମୟରେ ଉଦ୍ୟାନ ମଧ୍ୟରେ ଗମନାଗମନକାରୀ ସଦାପ୍ରଭୁ ପରମେଶ୍ୱରଙ୍କ ରବ ଶୁଣି ଆଦମ ଓ ତାଙ୍କର ଭାର୍ଯ୍ୟା ସଦାପ୍ରଭୁ ପରମେଶ୍ୱରଙ୍କ ଛାମୁରୁ ଉଦ୍ୟାନସ୍ଥ ବୃକ୍ଷଗଣ ମଧ୍ୟରେ ଲୁଚିଲେ।
Nígbà náà ni ọkùnrin náà àti aya rẹ̀ gbọ́ ìró Olúwa Ọlọ́run bí ó ti ń rìn nínú ọgbà, nígbà tí ojú ọjọ́ tura, wọ́n sì fi ara pamọ́ kúrò níwájú Olúwa Ọlọ́run sí àárín àwọn igi inú ọgbà.
9 ତହିଁରେ ସଦାପ୍ରଭୁ ପରମେଶ୍ୱର ଆଦମଙ୍କୁ ଡାକି କହିଲେ, “ତୁମ୍ଭେ କେଉଁଠାରେ?”
Ṣùgbọ́n Olúwa Ọlọ́run ké pe ọkùnrin náà pé, “Níbo ni ìwọ wà?”
10 ସେ ଉତ୍ତର କଲେ, “ମୁଁ ଉଦ୍ୟାନ ମଧ୍ୟରେ ତୁମ୍ଭ ରବ ଶୁଣି ଆପଣା ଉଲଙ୍ଗତା ସକାଶେ ଭୀତ ହୋଇ ଲୁଚିଲି।”
Ó dáhùn pé, “Mo gbúròó rẹ̀ nínú ọgbà, ẹ̀rù sì bà mí, nítorí pé, mo wà ní ìhòhò, mo sì fi ara pamọ́.”
11 ପରମେଶ୍ୱର କହିଲେ, “ତୁମ୍ଭେ ଉଲଙ୍ଗ ଅଛ, ଏହା କିଏ ତୁମ୍ଭକୁ ଜଣାଇଲା? ଆମ୍ଭେ ଯେଉଁ ବୃକ୍ଷର ଫଳ ଖାଇବାକୁ ନିଷେଧ କରିଥିଲୁ, ତାହା କି ତୁମ୍ଭେ ଖାଇଅଛ?”
Ọlọ́run wí pé, “Ta ni ó wí fún ọ pé ìhòhò ni ìwọ wà? Ṣé ìwọ ti jẹ nínú èso igi tí mo pàṣẹ fún ọ pé ìwọ kò gbọdọ̀ jẹ nínú rẹ̀ ni?”
12 ଆଦମ କହିଲେ, “ତୁମ୍ଭେ ଯେଉଁ ସ୍ତ୍ରୀଙ୍କୁ ମୋହର ସଙ୍ଗିନୀ ହେବାକୁ ଦେଇଅଛ, ସେ ମୋତେ ସେହି ବୃକ୍ଷର ଫଳ ଦେଲେ, ତହିଁରେ ମୁଁ ଖାଇଲି।”
Ọkùnrin náà wí pé, “Obìnrin tí ìwọ fi fún mi, ni ó fún mi nínú èso igi náà, mo sì jẹ ẹ́.”
13 ସେତେବେଳେ ସଦାପ୍ରଭୁ ପରମେଶ୍ୱର ନାରୀଙ୍କୁ କହିଲେ, “ଏ କି କଲ?” ନାରୀ କହିଲେ, “ସର୍ପ ମୋତେ ଭୁଲାଇଲା, ତହିଁରେ ମୁଁ ଖାଇଲି।”
Nígbà náà ni Olúwa Ọlọ́run wí pé, “Èwo ni èyí tí ìwọ ṣe yìí?” Obìnrin náà dáhùn pé, “Ejò ni ó tàn mí jẹ, mo sì jẹ ẹ́.”
14 ତହୁଁ ସଦାପ୍ରଭୁ ପରମେଶ୍ୱର ସର୍ପକୁ କହିଲେ, “ଏହି କାର୍ଯ୍ୟ କରିବା ହେତୁ ତୁମ୍ଭେ ସମସ୍ତ ଗ୍ରାମ୍ୟ ଓ ବନ୍ୟପଶୁଠାରୁ ଅଧିକ ଶାପଗ୍ରସ୍ତ ହେଲ, ତୁମ୍ଭେ ଆପଣା ପେଟ ଦେଇ ଗମନ କରିବ ଓ ଯାବଜ୍ଜୀବନ ଧୂଳି ଖାଇବ।
Nígbà náà ni Olúwa Ọlọ́run wí fún ejò náà pé, “Nítorí tí ìwọ ti ṣe èyí, “Ègún ni fún ọ ju gbogbo ohun ọ̀sìn àti gbogbo ẹranko igbó tókù lọ! Àyà rẹ ni ìwọ yóò fi máa wọ́, ìwọ yóò sì máa jẹ erùpẹ̀ ilẹ̀ ní gbogbo ọjọ́ ayé rẹ.
15 ଆଉ ଆମ୍ଭେ ତୁମ୍ଭର ଓ ନାରୀର ମଧ୍ୟରେ, ପୁଣି, ତୁମ୍ଭ ବଂଶ ଓ ତାଙ୍କ ବଂଶ ମଧ୍ୟରେ ଶତ୍ରୁତା ଜନ୍ମାଇବା; ସେ ତୁମ୍ଭର ମସ୍ତକକୁ ଆଘାତ କରିବେ ଓ ତୁମ୍ଭେ ତାହାଙ୍କ ଗୋଇଠିକୁ ଆଘାତ କରିବ।”
Èmi yóò sì fi ọ̀tá sí àárín ìwọ àti obìnrin náà, àti sí àárín irú-ọmọ rẹ àti irú-ọmọ obìnrin náà; òun yóò fọ́ orí rẹ, ìwọ yóò sì bù ú jẹ ní gìgísẹ̀.”
16 ତହୁଁ ସେ ନାରୀଙ୍କୁ କହିଲେ, “ଆମ୍ଭେ ତୁମ୍ଭର ଗର୍ଭବେଦନା ଅତିଶୟ ବଢ଼ାଇବା, ତୁମ୍ଭେ ବ୍ୟଥାରେ ସନ୍ତାନ ପ୍ରସବ କରିବ; ପୁଣି, ସ୍ୱାମୀ ପ୍ରତି ତୁମ୍ଭର ବାସନା ରହିବ, ସେ ତୁମ୍ଭ ଉପରେ କର୍ତ୍ତୃତ୍ୱ କରିବ।”
Ọlọ́run wí fún obìnrin náà pé, “Èmi yóò fi kún ìrora rẹ ní àkókò ìbímọ; ni ìrora ni ìwọ yóò máa bí ọmọ. Ọ̀dọ̀ ọkọ rẹ ni ìfẹ́ rẹ yóò máa fà sí, òun ni yóò sì máa ṣe àkóso rẹ.”
17 ଆଉ ସେ ଆଦମଙ୍କୁ କହିଲେ, “ଯେଉଁ ବୃକ୍ଷର ଫଳ ଖାଇବା ବିଷୟରେ ଆମ୍ଭେ ତୁମ୍ଭକୁ ଆଜ୍ଞା ଦେଇ କହିଥିଲୁ, ତାହା ଖାଇବ ନାହିଁ, ତୁମ୍ଭେ ଆପଣା ଭାର୍ଯ୍ୟାର କଥା ଶୁଣି ତାହା ଖାଇଅଛ; ଏଣୁ ତୁମ୍ଭ ସକାଶୁ ଭୂମି ଶାପଗ୍ରସ୍ତ ହେଲା; ତୁମ୍ଭେ ଯାବଜ୍ଜୀବନ କ୍ଳେଶରେ ତହିଁରୁ ଭକ୍ଷ୍ୟ ପାଇବ।
Ọlọ́run sì wí fún Adamu pé, “Nítorí pé ìwọ fetí sí aya rẹ, ìwọ sì jẹ nínú èso igi tí mo pàṣẹ fún ọ pé, ‘Ìwọ kò gbọdọ̀ jẹ nínú rẹ̀,’ “Ègún ni fún ilẹ̀ nítorí rẹ; nínú ọ̀pọ̀ làálàá ni ìwọ yóò jẹ nínú rẹ̀, ní gbogbo ọjọ́ ayé rẹ.
18 ତହିଁରେ କଣ୍ଟା ଓ ଗୋଖରା ଗଛ ଜାତ ହେବ, ପୁଣି, ତୁମ୍ଭେ କ୍ଷେତ୍ରର ଶାକ ଭୋଜନ କରିବ।
Ilẹ̀ yóò sì hu ẹ̀gún àti èṣùṣú fún ọ, ewéko igbó ni ìwọ yóò sì máa jẹ.
19 ତୁମ୍ଭେ ଯେଉଁ ମୃତ୍ତିକାରୁ ଗୃହୀତ ହେଲ, ତହିଁରେ ନ ମିଶିବା ପର୍ଯ୍ୟନ୍ତ ମୁଖର ଝାଳରେ ଆହାର କରିବ; ଯେହେତୁ ତୁମ୍ଭେ ଧୂଳି ଓ ଧୂଳିରେ ପୁନର୍ବାର ମିଶିଯିବ।”
Nínú òógùn ojú rẹ ni ìwọ yóò máa jẹun títí tí ìwọ yóò fi padà sí ilẹ̀, nítorí inú ilẹ̀ ni a ti mú ọ jáde wá; erùpẹ̀ ilẹ̀ sá à ni ìwọ, ìwọ yóò sì padà di erùpẹ̀.”
20 ଏଥିଉତ୍ତାରେ ଆଦମ ଆପଣା ଭାର୍ଯ୍ୟାର ନାମ ହବା ଦେଲେ, ଯେହେତୁ ସେ ଜୀବିତ ଲୋକମାନଙ୍କର ମାତା ହେଲେ।
Adamu sì sọ aya rẹ̀ ní Efa nítorí òun ni yóò di ìyá gbogbo alààyè.
21 ଆଉ ସଦାପ୍ରଭୁ ପରମେଶ୍ୱର ଚର୍ମର ବସ୍ତ୍ର ପ୍ରସ୍ତୁତ କରି ଆଦମ ଓ ତାଙ୍କର ଭାର୍ଯ୍ୟାଙ୍କୁ ପିନ୍ଧାଇଲେ।
Olúwa Ọlọ́run, sì dá ẹ̀wù awọ fún Adamu àti aya rẹ̀, ó sì fi wọ̀ wọ́n.
22 ଏଥିଉତ୍ତାରେ ସଦାପ୍ରଭୁ ପରମେଶ୍ୱର କହିଲେ, “ଦେଖ, ମନୁଷ୍ୟ ଭଲ ଓ ମନ୍ଦର ବୋଧ ପ୍ରାପ୍ତ ହୋଇ ଆମ୍ଭମାନଙ୍କ ପରି ଜଣେ ହୋଇଅଛି, ଆଉ ଏବେ ସେ ଯେପରି ହାତ ବଢ଼ାଇ ଅମୃତ ବୃକ୍ଷର ଫଳ ମଧ୍ୟ ତୋଳି ଖାଇ ଅନନ୍ତଜୀବୀ ନ ହୁଅଇ,”
Olúwa Ọlọ́run sì wí pé, “Ọkùnrin náà ti dàbí ọ̀kan lára wa, ó mọ rere àti búburú. A kò gbọdọ̀ jẹ́ kí ó na ọwọ́ rẹ̀ kí ó mú lára èso igi ìyè kí ó sì jẹ, kí ó sì wà láààyè títí láéláé.”
23 ଏଥିପାଇଁ ସଦାପ୍ରଭୁ ପରମେଶ୍ୱର ଏଦନ ଉଦ୍ୟାନରୁ ତାଙ୍କୁ ବାହାର କରିଦେଲେ ଓ ସେ ଯେଉଁ ମୃତ୍ତିକାରୁ ନୀତ ହୋଇଥିଲେ, ତହିଁରେ କୃଷିକର୍ମ କରିବାକୁ ତାଙ୍କୁ ନିଯୁକ୍ତ କଲେ।
Nítorí náà, Olúwa Ọlọ́run lé e kúrò nínú ọgbà Edeni láti lọ máa ro ilẹ̀ nínú èyí tí a ti mú un jáde wá.
24 ଏହିରୂପେ ସେ ଆଦମଙ୍କୁ ତଡ଼ିଦେଲେ; ପୁଣି, ଅମୃତ ବୃକ୍ଷର ପଥ ରକ୍ଷା କରିବା ନିମିତ୍ତ ଏଦନ ଉଦ୍ୟାନର ପୂର୍ବ ଦିଗରେ କିରୂବଗଣ ଓ ଚତୁର୍ଦ୍ଦିଗରେ ଘୂର୍ଣ୍ଣାୟମାନ ତେଜୋମୟ ଖଡ୍ଗ ସ୍ଥାପନ କଲେ।
Lẹ́yìn tí ó ti lé ènìyàn jáde tán, ó fi àwọn kérúbù àti idà iná tí ó ń kọ mọ̀nàmọ́ná síwájú àti sẹ́yìn láti ṣọ́ ọ̀nà tí ó lọ sí ibi igi ìyè, ní ìhà ìlà-oòrùn ọgbà Edeni.