< ମୋଶାଙ୍କ ଲିଖିତ ପ୍ରଥମ ପୁସ୍ତକ 28 >
1 ଏଥିଉତ୍ତାରେ ଇସ୍ହାକ ଯାକୁବଙ୍କୁ ଡକାଇ ଆଶୀର୍ବାଦ କଲେ ଏବଂ ଏହି ଆଜ୍ଞା ଦେଇ ତାହାଙ୍କୁ କହିଲେ, “ତୁମ୍ଭେ କିଣାନ ଦେଶର କୌଣସି କନ୍ୟାକୁ ବିବାହ କରିବ ନାହିଁ।
Tedy wezwał Izaak Jakóba, i błogosławił mu, a rozkazał mu, mówiąc: Nie pojmuj żony z córek Chananejskich.
2 ଉଠ, ପଦ୍ଦନ୍ ଅରାମରେ ଆପଣା ମାତାର ପିତା ବଥୂୟେଲର ଗୃହକୁ ଯାଇ ସେଠାରେ ଆପଣା ମାମୁଁ ଲାବନର କୌଣସି କନ୍ୟାକୁ ବିବାହ କର।
Ale wstawszy idź do krainy Syryjskiej, do domu Batuela, ojca matki twojej, a weźmij sobie stamtąd żonę, z córek Labana, brata matki twojej.
3 ସର୍ବଶକ୍ତିମାନ ପରମେଶ୍ୱର ଆଶୀର୍ବାଦ କରି ତୁମ୍ଭକୁ ନାନା ଜନସମାଜ କରିବା ପାଇଁ ଫଳବନ୍ତ ଓ ବହୁ ପ୍ରଜାବନ୍ତ କରନ୍ତୁ।
A Bóg Wszechmogący niech ci błogosławi, a niech cię rozrodzi i rozmnoży, abyś był w mnóstwo ludu;
4 ଆଉ ଅବ୍ରହାମଙ୍କ ପ୍ରତି ଦତ୍ତ ଆଶୀର୍ବାଦ ତୁମ୍ଭଠାରେ ଓ ତୁମ୍ଭ ବଂଶରେ ସଫଳ କରନ୍ତୁ; ତହିଁରେ ପରମେଶ୍ୱର ତୁମ୍ଭର ପ୍ରବାସ ସ୍ଥାନ ଏହି ଯେଉଁ ଦେଶ ଅବ୍ରହାମଙ୍କୁ ଦେଇଅଛନ୍ତି, ସେହି ଦେଶରେ ତୁମ୍ଭର ଅଧିକାର ହେଉ।”
I niech ci da błogosławieństwo Abrahamowe, tobie i nasieniu twemu z tobą, abyś odziedziczył ziemię pielgrzymstwa twojego, którą dał Bóg Abrahamowi.
5 ଏଥିଉତ୍ତାରେ ଇସ୍ହାକ ଯାକୁବଙ୍କୁ ବିଦାୟ କରନ୍ତେ, ସେ ପଦ୍ଦନ୍ ଅରାମରେ ଅରାମୀୟ ବଥୂୟେଲର ପୁତ୍ର ଲାବନର, ଅର୍ଥାତ୍, ଯାକୁବ ଓ ଏଷୌର ମାତା ରିବିକାର ଭ୍ରାତା ନିକଟକୁ ଯାତ୍ରା କଲା।
I tak wysłał Izaak Jakóba, który szedł do krainy Syryjskiej, do Labana, syna Batuelowego, Syryjczyka, brata Rebeki, matki Jakóbowej i Ezawowej.
6 ଏଥିଉତ୍ତାରେ ଇସ୍ହାକ ଯାକୁବଙ୍କୁ ଆଶୀର୍ବାଦ କରି ବିବାହ ନିମନ୍ତେ ପଦ୍ଦନ୍ ଅରାମକୁ ବିଦାୟ କଲେ, ପୁଣି, ଯାକୁବଙ୍କୁ ଆଶୀର୍ବାଦ କରିବା ସମୟରେ ତାହାଙ୍କୁ ଆଜ୍ଞା ଦେଇ କହିଲେ, “ତୁମ୍ଭେ କିଣାନ ଦେଶର କୌଣସି କନ୍ୟା ବିବାହ କର ନାହିଁ।”
A widząc Ezaw, iż błogosławił Izaak Jakóbowi, i posłał go do krainy Syryjskiej, aby sobie pojął stamtąd żonę, a iż błogosławiąc mu, przykazał, mówiąc: Nie weźmiesz żony z córek Chananejskich;
7 ଆଉ ଯାକୁବ ଆପଣା ପିତାମାତାଙ୍କର ଆଜ୍ଞା ମାନି ପଦ୍ଦନ୍ ଅରାମକୁ ପ୍ରସ୍ଥାନ କରିଅଛି,
I Jakób posłuszny był ojcu swemu i matce swojej, i poszedł do krainy Syryjskiej;
8 ଏହା ଦେଖି ଏଷୌ ଆପଣା ପିତା ଇସ୍ହାକଙ୍କର କିଣାନ ଦେଶୀୟ କନ୍ୟାମାନଙ୍କ ପ୍ରତି ଅସନ୍ତୋଷ ଥିବାର ଜାଣି
Widząc też Ezaw, że się nie podobają córki Chananejskie w oczach Izaaka, ojca jego:
9 ଆପଣାର ଭାର୍ଯ୍ୟାଗଣ ଥିଲେ ହେଁ ଇଶ୍ମାୟେଲ ନିକଟକୁ ଯାଇ ଅବ୍ରହାମଙ୍କର ପୌତ୍ରୀ ଇଶ୍ମାୟେଲର ପୁତ୍ରୀ ନବାୟୋତ୍ର ଭଗିନୀ ମହଲତ୍ ନାମ୍ନୀ କନ୍ୟାକୁ ବିବାହ କଲା।
Tedy szedł Ezaw do Ismaela, i pojął mimo inne żony swoje, Mahalatę córkę Ismaela, syna Abrahamowego, siostrę Nebajotowę, sobie za żonę.
10 ଏଥିଉତ୍ତାରେ ଯାକୁବ ବେର୍ଶେବାରୁ ବାହାରି ହାରଣ ଆଡ଼କୁ ଯାତ୍ରା କଲା।
A Jakób wyszedłszy z Beerseba, szedł do Haranu.
11 ପୁଣି, ସୂର୍ଯ୍ୟାସ୍ତ ହେବାରୁ ସେ କୌଣସି ଏକ ସ୍ଥାନରେ ରାତ୍ରି କ୍ଷେପଣ କଲା; ପୁଣି, ସେ ସେହି ସ୍ଥାନର ଖଣ୍ଡିଏ ପ୍ରସ୍ତର ନେଇ ମସ୍ତକ ତଳେ ଦେଇ ନିଦ୍ରା ଯିବା ନିମନ୍ତେ ସେହି ସ୍ଥାନରେ ଶୟନ କଲା।
I przyszedł na jedno miejsce, i nocował tam (albowiem już było zaszło słońce) a wziąwszy jeden z kamieni miejsca onego, podłożył pod głowę swoję, i spał na temże miejscu.
12 ତହିଁରେ ସେ ସ୍ୱପ୍ନରେ ପୃଥିବୀରେ ସ୍ଥାପିତ ଗୋଟିଏ ସୋପାନ ଦେଖିଲା, ତହିଁର ମସ୍ତକ ଗଗନସ୍ପର୍ଶୀ; ପୁଣି, ଦେଖ, ତାହା ଦେଇ ପରମେଶ୍ୱରଙ୍କ ଦୂତଗଣ ଆରୋହଣ ଓ ଅବରୋହଣ କରୁଅଛନ୍ତି।
I śniło mu się, a ono drabina stała na ziemi, a wierzch jej dosięgał nieba; a oto, Aniołowie Boży wstępowali i zstępowali po niej.
13 ଆଉ ଦେଖ, ସଦାପ୍ରଭୁ ତହିଁ ଉପରେ ଠିଆ ହୋଇ କହିଲେ, “ଆମ୍ଭେ ସଦାପ୍ରଭୁ ତୁମ୍ଭ ପୂର୍ବପୁରୁଷ ଅବ୍ରହାମର ପରମେଶ୍ୱର ଓ ଇସ୍ହାକର ପରମେଶ୍ୱର ଅଟୁ; ତୁମ୍ଭେ ଏହି ଯେଉଁ ଦେଶରେ ଶୟନ କରୁଅଛ, ତାହା ଆମ୍ଭେ ତୁମ୍ଭକୁ ଓ ତୁମ୍ଭ ବଂଶକୁ ଦେବା।
A Pan stał nad nią i rzekł; Jam jest Pan, Bóg Abrahama, ojca twego, i Bóg Izaaka, ziemię tę, na której ty śpisz, tobie dam i nasieniu twojemu.
14 ତୁମ୍ଭର ବଂଶ ପୃଥିବୀର ଧୂଳି ପରି (ଅସଂଖ୍ୟ) ହେବେ, ପୁଣି, ତୁମ୍ଭେ ପୂର୍ବ ଓ ପଶ୍ଚିମ ଓ ଉତ୍ତର ଓ ଦକ୍ଷିଣ, ଚାରିଆଡ଼େ ବୃଦ୍ଧି ପାଇବ; ପୁଣି, ତୁମ୍ଭଠାରୁ ଓ ତୁମ୍ଭ ବଂଶଠାରୁ ପୃଥିବୀସ୍ଥ ଯାବତୀୟ ବଂଶ ଆଶୀର୍ବାଦ ପାଇବେ।
A będzie nasienie twoje jako proch ziemi, i rozmnożysz się na zachód, i na wschód, i na północy, i na południe; a będą ubłogosławione w tobie wszystkie narody ziemi i w nasieniu twojem.
15 ପୁଣି, ଦେଖ, ଆମ୍ଭେ ତୁମ୍ଭର ସହାୟ ଅଟୁ, ଆଉ ତୁମ୍ଭେ ଯେଉଁ ଯେଉଁ ସ୍ଥାନକୁ ଯିବ, ସେହି ସେହି ସ୍ଥାନରେ ଆମ୍ଭେ ତୁମ୍ଭକୁ ରକ୍ଷା କରିବା ଓ ପୁନର୍ବାର ତୁମ୍ଭକୁ ଏ ଦେଶକୁ ଆଣିବା; କାରଣ ଆମ୍ଭେ ଯାହା ତୁମ୍ଭକୁ କହିଅଛୁ, ତାହା ସଫଳ ନ କରିବା ପର୍ଯ୍ୟନ୍ତ ଆମ୍ଭେ ତୁମ୍ଭକୁ ପରିତ୍ୟାଗ କରିବା ନାହିଁ।”
A oto, Ja jestem z tobą i strzec cię będę gdziekolwiek pójdziesz, i przywrócę cię do tej ziemi; bo nie opuszczę cię, aż uczynię com ci rzekł.
16 ଏଥିଉତ୍ତାରେ ନିଦ୍ରା ଭଙ୍ଗ ହୁଅନ୍ତେ, ଯାକୁବ ଜାଗ୍ରତ ହୋଇ କହିଲା, “ଅବଶ୍ୟ ଏହି ସ୍ଥାନରେ ସଦାପ୍ରଭୁ ଅଛନ୍ତି; ମାତ୍ର ମୁଁ ତାହା ଜାଣିଲି ନାହିଁ।”
Tedy gdy się ocknął Jakób ze snu swego, rzekł: Zaprawdę Pan jest na tem miejscu, a jam nie wiedział.
17 ପୁଣି, ସେ ଭୀତ ହୋଇ ଆହୁରି କହିଲା, “ଏ କିପରି ଭୟାନକ ସ୍ଥାନ! ଏ ତ ନିତାନ୍ତ ପରମେଶ୍ୱରଙ୍କର ଗୃହ, ଏହି ତ ସ୍ୱର୍ଗର ଦ୍ୱାର।”
I zlęknąwszy się, rzekł: O jako to straszne miejsce! nic tu nie jest innego jedno dom Boży, a tu brama niebieska.
18 ଏଥିଉତ୍ତାରେ ଯାକୁବ ପ୍ରଭାତରେ ଉଠି ଯେଉଁ ପ୍ରସ୍ତର ମସ୍ତକ ତଳେ ଦେଇଥିଲା, ତାହା ନେଇ ସ୍ତମ୍ଭ ରୂପେ ସ୍ଥାପନ କରି ତହିଁ ଉପରେ ତୈଳ ଢାଳିଲା।
I wstał Jakób bardzo rano, a wziąwszy kamień, który był podłożył pod głowę swoję, postawił go na znak, i nalał oliwy na wierzch jego.
19 ପୁଣି, ସେହି ସ୍ଥାନର ନାମ ବେଥେଲ୍ ରଖିଲା; ମାତ୍ର ପୂର୍ବେ ସେହି ନଗରର ନାମ ଲୂସ୍ ଥିଲା।
I nazwał imię miejsca onego Betel; bo było przedtem imię miasta onego Luz.
20 ଆଉ ଯାକୁବ ମାନତ କରି କହିଲା, “ଯଦି ପରମେଶ୍ୱର ମୋହର ସହାୟ ହେବେ ଓ ମୋହର ଏହି ଯିବା ପଥରେ ମୋତେ ରକ୍ଷା କରିବେ, ପୁଣି, ଆହାର ନିମନ୍ତେ ଅନ୍ନ ଓ ପରିଧାନ ନିମନ୍ତେ ବସ୍ତ୍ର ଦେବେ,
Tedy uczynił Jakób ślub, mówiąc: Jeźliż będzie Bóg ze mną, a strzec mię będzie na tej drodze, którą ja idę, i da mi chleb ku jedzeniu, i odzienie ku obłóczeniu,
21 ଆଉ ଯଦି ମୁଁ କୁଶଳରେ ପିତୃଗୃହକୁ ପୁନର୍ବାର ଆସିବି, ତେବେ ସଦାପ୍ରଭୁ ମୋହର ପରମେଶ୍ୱର ହେବେ,
A wrócę się w pokoju do domu ojca mego: tedy będzie mi Pan za Boga.
22 ପୁଣି, ମୁଁ ଏହି ଯେଉଁ ପ୍ରସ୍ତର ସ୍ତମ୍ଭ ରୂପେ ସ୍ଥାପନ କରିଅଛି, ତାହା ପରମେଶ୍ୱରଙ୍କ ଗୃହ ହେବ, ଆଉ ତୁମ୍ଭେ ମୋତେ ଯାହାସବୁ ଦେବ, ତହିଁର ଦଶମାଂଶ ମୁଁ ତୁମ୍ଭଙ୍କୁ ଅବଶ୍ୟ ଦେବି।”
A kamień ten, którym wystawił na znak, będzie domem Bożym, a ze wszystkiego, co mi dasz, dziesięcinę pewną oddawać ci będę.