< ମୋଶାଙ୍କ ଲିଖିତ ପ୍ରଥମ ପୁସ୍ତକ 27 >

1 ଏଥିଉତ୍ତାରେ ଇସ୍‌ହାକ ବୃଦ୍ଧ ହୁଅନ୍ତେ, ଚକ୍ଷୁ ନିସ୍ତେଜ ହେବାରୁ ଆଉ ଦେଖି ପାରିଲେ ନାହିଁ; ସେତେବେଳେ ସେ ଆପଣା ଜ୍ୟେଷ୍ଠ ପୁତ୍ର ଏଷୌକୁ ଡାକି କହିଲେ, “ପୁଅରେ,” ତହିଁରେ ସେ ଉତ୍ତର କଲା, “ଦେଖନ୍ତୁ, ମୁଁ ଏଠାରେ।”
Nígbà ti Isaaki di arúgbó, ojú rẹ̀ sì ti di bàìbàì tó bẹ́ẹ̀ tí kò le ríran. Ó pe Esau àkọ́bí rẹ̀, ó sì wí fún un pé, “Ọmọ mi.” Esau sì dáhùn pé, “Èmi nìyí.”
2 ତହୁଁ ସେ ତାହାଙ୍କୁ କହିଲେ, “ଦେଖ, ମୁଁ ବୃଦ୍ଧ ହୋଇଅଛି, କେଉଁ ଦିନ ମୋହର ମୃତ୍ୟୁୁ ହେବ, ତାହା ମୁଁ ଜାଣେ ନାହିଁ।
Isaaki sì wí pé, “Nísinsin yìí mo di arúgbó, èmi kò sì mọ ọjọ́ tí èmi yóò kú.
3 ଏବେ ବିନୟ କରୁଅଛି, ତୁମ୍ଭେ ଏତେବେଳେ ତୂଣ ଓ ଧନୁକାଦି ଶସ୍ତ୍ର ଘେନି ପ୍ରାନ୍ତରକୁ ଯାଇ ମୋʼ ନିମନ୍ତେ ମୃଗ ଆଣ।
Nítorí náà, mú ohun èlò ọdẹ rẹ, apó àti ọrún, nísinsin yìí kí o sì lọ pa ẹran wá fún mi nínú igbó.
4 ପୁଣି, ମୁଁ ଯେରୂପ ଖାଦ୍ୟ ଭଲ ପାଏ, ସେହିପରି ସୁସ୍ୱାଦୁ ଖାଦ୍ୟ ପ୍ରସ୍ତୁତ କରି ଭୋଜନ ନିମନ୍ତେ ମୋʼ ନିକଟକୁ ଆଣ; ତହିଁରେ ମୋହର ପ୍ରାଣ ମୃତ୍ୟୁୁ ପୂର୍ବରେ ତୁମ୍ଭକୁ ଆଶୀର୍ବାଦ କରିବ।”
Kí o sì ṣe ẹran àdídùn fún mi, irú èyí tí mo fẹ́ràn, kí o gbe wá fún mi kí n jẹ, kí n sì súre fún ọ kí n tó kú.”
5 ଇସ୍‌ହାକ ଆପଣା ପୁତ୍ର ଏଷୌକୁ ଏହି କଥା କହିବା ସମୟରେ ରିବିକା ଶୁଣିଲା। ଏହେତୁ ଏଷୌ ମୃଗୟା ମାଂସ ଆଣିବା ନିମନ୍ତେ କ୍ଷେତ୍ରକୁ ଗଲା ଉତ୍ତାରେ,
Ṣùgbọ́n Rebeka ń fetí léko gbọ́ nígbà tí Isaaki ń bá Esau ọmọ rẹ̀ sọ̀rọ̀. Nítorí náà, nígbà ti Esau ti ṣe ọdẹ lọ sínú igbó,
6 ରିବିକା ଆପଣା ପୁତ୍ର ଯାକୁବଙ୍କୁ କହିଲା, “ଦେଖ, ତୁମ୍ଭର ଭ୍ରାତା ଏଷୌ ସହିତ ତୁମ୍ଭ ପିତାଙ୍କର କଥୋପକଥନ ମୁଁ ଶୁଣିଲି,
Rebeka sọ fún Jakọbu ọmọ rẹ̀ pé, “Wò ó, mo gbọ́ tí baba rẹ ń wí fún Esau ẹ̀gbọ́n rẹ pé,
7 ସେ ତାହାକୁ କହିଲେ, ‘ତୁମ୍ଭେ ମୃଗୟା ମାଂସ ଆଣି ଆମ୍ଭ ନିମନ୍ତେ ସୁସ୍ୱାଦୁ ଖାଦ୍ୟ ପ୍ରସ୍ତୁତ କର, ତହିଁରେ ଆମ୍ଭେ ଭୋଜନ କରି ମୃତ୍ୟୁୁ ପୂର୍ବରେ ସଦାପ୍ରଭୁଙ୍କ ଛାମୁରେ ତୁମ୍ଭକୁ ଆଶୀର୍ବାଦ କରିବା।’
‘Pa ẹran fún mi wá, kí o sì ṣe oúnjẹ àdídùn fún mi láti jẹ, kí n ba à le súre fún ọ níwájú Olúwa kí èmi tó kú.’
8 ଏନିମନ୍ତେ, ପୁଅ, ଏବେ ମୁଁ ତୁମ୍ଭକୁ ଯେଉଁ ଆଜ୍ଞା ଦେଉଅଛି, ମୋହର ସେହି କଥା ଶୁଣ।
Nísinsin yìí ọmọ mi, gbọ́ tèmi, kí o sì ṣe ohun tí èmi yóò wí fún ọ.
9 ତୁମ୍ଭେ ଏବେ ଗୋଠକୁ ଯାଇ ସେଠାରୁ ଦୁଇଗୋଟି ଉତ୍ତମ ଛେଳିଛୁଆ ଆଣ; ତହିଁରେ ତୁମ୍ଭର ପିତା ଯେପରି ଭଲ ପାʼନ୍ତି, ସେହିପରି ସୁସ୍ୱାଦୁ ଖାଦ୍ୟ ମୁଁ ରାନ୍ଧିଦେବି।
Lọ sínú agbo ẹran, kí o sì mú ọmọ ewúrẹ́ méjì, kí ó lè ṣe oúnjẹ àdídùn fún baba rẹ, irú èyí tí ó fẹ́ràn dáradára.
10 ତୁମ୍ଭେ ତାହା ଘେନି ପିତାଙ୍କ ନିକଟକୁ ଯାଅ; ତହିଁରେ ସେ ତାହା ଭୋଜନ କରି ମୃତ୍ୟୁୁ ପୂର୍ବରୁ ତୁମ୍ଭକୁ ଆଶୀର୍ବାଦ କରିବେ।”
Ìwọ yóò sì gbé e tọ baba rẹ lọ, kí òun ba à lè jẹ ẹ́, kí ó sì súre fún ọ, kí ó tó kú.”
11 ସେତେବେଳେ ଯାକୁବ ଆପଣା ମାତା ରିବିକାକୁ କହିଲା, “ଦେଖ, ମୋହର ଭ୍ରାତା ଏଷୌ ଲୋମଶ, ମାତ୍ର ମୁଁ ନିର୍ଲୋମ।
Jakọbu sì wí fún Rebeka ìyá rẹ̀ pé, “Ṣùgbọ́n Esau ẹ̀gbọ́n mi jẹ́ ènìyàn onírun lára, bẹ́ẹ̀ alára ọ̀bọ̀rọ́ sì ni èmi,
12 ଏଣୁ ଯଦି ପିତା ମୋତେ ସ୍ପର୍ଶ କରିବେ, ତେବେ ମୁଁ ତାଙ୍କ ଦୃଷ୍ଟିରେ ପ୍ରବଞ୍ଚକ ଦେଖାଯିବି; ତାହାହେଲେ ମୁଁ ଆପଣା ଉପରକୁ ଆଶୀର୍ବାଦ ନ ଆଣି ଅଭିଶାପ ଆଣିବି।”
bí baba mi bá fọwọ́ kàn mi ń kọ́? Èmi yóò jọ ẹlẹ́tàn lójú rẹ̀, dípò kí ó súre fún mi, èmi yóò sì mú ègún wá sórí ara mi.”
13 ମାତ୍ର ତାହାର ମାତା କହିଲା, “ପୁଅ, ସେହି ଅଭିଶାପ ମୋତେ ଘଟୁ, କେବଳ ତୁମ୍ଭେ ମୋʼ କଥା ମାନ ଓ ଯାଇ ଛେଳିଛୁଆ ଆଣ।”
Ìyá rẹ̀ wá wí fun un pé, “Ọmọ mi jẹ́ kí ègún náà wá sórí mi, sá à ṣe ohun tí mo wí, kí o sì mú wọn wá fún mi.”
14 ତହୁଁ ଯାକୁବ ଯାଇ ତାହା ଘେନି ମାତା ନିକଟକୁ ଆଣନ୍ତେ, ମାତା ତାହାର ପିତାଙ୍କର ରୁଚି ଅନୁସାରେ ସୁସ୍ୱାଦୁ ଖାଦ୍ୟ ରନ୍ଧନ କଲା।
Jakọbu sì ṣe ohun gbogbo tí ìyá rẹ̀ wí fun un, Rebeka sì ṣe oúnjẹ àdídùn náà, irú èyí tí Isaaki fẹ́ràn.
15 ତହିଁରେ ରିବିକା ଘରେ ଆପଣା ନିକଟରେ ଜ୍ୟେଷ୍ଠ ପୁତ୍ର ଏଷୌର ଥିବା ଉତ୍ତମ ବସ୍ତ୍ର ଆଣି କନିଷ୍ଠ ପୁତ୍ର ଯାକୁବକୁ ପିନ୍ଧାଇଲା।
Nígbà náà ni Rebeka mú èyí tí ó dára jù nínú aṣọ Esau ọmọ rẹ̀ àgbà tí ó wà nínú ilé Rebeka, ó sì fi wọ Jakọbu ọmọ rẹ̀ àbúrò.
16 ପୁଣି, ଛେଳିଛୁଆର ଛାଲ ଘେନି ତାହା ହସ୍ତରେ ଓ ଗଳଦେଶର ନିର୍ଲୋମ ସ୍ଥାନରେ ଗୁଡ଼ାଇ ଦେଲା।
Ó sì fi awọ ewúrẹ́ wọ̀n-ọn-nì bo ọwọ́ àti ibi tí ọ̀bọ̀rọ́ ọrùn.
17 ଆଉ ସେହି ରନ୍ଧା ସୁସ୍ୱାଦୁ ଖାଦ୍ୟ ଓ ରୁଟି ଯାକୁବର ହସ୍ତରେ ଦେଲା।
Nígbà náà ni ó gbé ẹran dídùn náà àti oúnjẹ tí ó ti sè lé Jakọbu ọmọ rẹ̀ lọ́wọ́.
18 ତହୁଁ ଯାକୁବ ଆପଣା ପିତା ନିକଟକୁ ଯାଇ କହିଲା, “ପିତଃ,” ସେ ଉତ୍ତର କଲେ, “ଦେଖ, ମୁଁ ଏଠାରେ ପୁତ୍ର, ତୁମ୍ଭେ କିଏ?”
Jakọbu wọlé lọ sí ọ̀dọ̀ baba rẹ̀ ó sì wí pé, “Baba mi.” Baba rẹ sì dáhùn pé, “Èmi nìyí, ìwọ ta ni, ọmọ mi?”
19 ଯାକୁବ ଆପଣା ପିତାଙ୍କୁ କହିଲା, “ମୁଁ ଆପଣଙ୍କ ଜ୍ୟେଷ୍ଠ ପୁତ୍ର ଏଷୌ; ଆପଣ ଯାହା ଆଜ୍ଞା କରିଥିଲେ, ମୁଁ ତାହା କରିଅଛି, ଏବେ ନିବେଦନ କରୁଅଛି, ଆପଣ ଉଠନ୍ତୁ, ପୁଣି, ବସି ମୋହର ମୃଗୟା ମାଂସ ଭୋଜନ କରନ୍ତୁ, ତହିଁ ଉତ୍ତାରେ ଆପଣ ମୋତେ ଆଶୀର୍ବାଦ କରନ୍ତୁ।”
Jakọbu sì fèsì pé, “Èmi ni Esau àkọ́bí rẹ, èmi ti ṣe gẹ́gẹ́ bí ìwọ ti sọ fún mi, jọ̀wọ́ dìde jókòó, kí o sì jẹ nínú ẹran igbó mi tí mo ti sè, kí o ba à le súre fún mi pẹ̀lú gbogbo ọkàn rẹ.”
20 ତହିଁରେ ଇସ୍‌ହାକ ଆପଣା ପୁତ୍ରକୁ କହିଲେ, “ପୁତ୍ର, ତୁମ୍ଭେ ଏତେ ଶୀଘ୍ର ତାହା କିପରି ପାଇଲ?” ସେ କହିଲା, “ଆପଣଙ୍କ ସଦାପ୍ରଭୁ ପରମେଶ୍ୱର ମୋତେ ତାହା ଭେଟାଇ ଦେଲେ।”
Isaaki tún béèrè pé, “Ọmọ mi, báwo ni ó ṣe tètè yá ọ bẹ́ẹ̀?” Jakọbu sì tún dáhùn pé, “Olúwa Ọlọ́run rẹ ló fún mi pa.”
21 ଇସ୍‌ହାକ ଯାକୁବଙ୍କୁ ଆହୁରି କହିଲେ, “ପୁତ୍ର, ମୋʼ ପାଖକୁ ଆସ, ତୁମ୍ଭେ ପ୍ରକୃତରେ ମୋହର ପୁତ୍ର ଏଷୌ କି ନାହିଁ, ତୁମ୍ଭକୁ ସ୍ପର୍ଶ କରି ଜାଣିବି।”
Nígbà náà ni Isaaki wí fún Jakọbu pé, “Súnmọ́ mi, kí n le è fọwọ́ kàn ọ́, kí n lè mọ̀ bóyá Esau ọmọ mi ni nítòótọ́ tàbí òun kọ́.”
22 ତହୁଁ ଯାକୁବ ଆପଣା ପିତା ଇସ୍‌ହାକଙ୍କ ନିକଟକୁ ଯାʼନ୍ତେ, ସେ ତାହା ସ୍ପର୍ଶ କରି କହିଲେ, “ଏହି ସ୍ୱର ଯାକୁବର ସ୍ୱର, ମାତ୍ର ଏହି ହସ୍ତ ଏଷୌର ହସ୍ତ ଅଟଇ।”
Jakọbu sì súnmọ́ Isaaki baba rẹ̀. Isaaki sì fọwọ́ kàn án, ó sì wí pé, “Ohùn ni ohùn Jakọbu; ṣùgbọ́n ọwọ́ ni ọwọ́ Esau.”
23 ଏହିରୂପେ ସେ ତାହାକୁ ଚିହ୍ନି ପାରିଲେ ନାହିଁ, ଯେହେତୁ ସେ ଆପଣା ଭ୍ରାତା ଏଷୌର ହସ୍ତ ନ୍ୟାୟ ଆପଣା ହସ୍ତ ଲୋମଯୁକ୍ତ କରିଥିଲା; ଏଣୁ ସେ ତାହାକୁ ଆଶୀର୍ବାଦ କଲେ।
Kò sì dá Jakọbu mọ̀ nítorí ọwọ́ rẹ̀ ní irun bí i ti Esau arákùnrin rẹ, nítorí náà, ó súre fún un
24 ଏଥିଉତ୍ତାରେ ସେ କହିଲେ, “ତୁମ୍ଭେ କି ନିତାନ୍ତ ମୋହର ପୁତ୍ର ଏଷୌ?” ସେ କହିଲା, “ହଁ, ମୁଁ ସେହି।”
ó sì bi í léèrè pé, “Ǹjẹ́ ìwọ ni Esau ọmọ mi ni tòótọ́?” Jakọbu sì dáhùn pé, “Èmi ni.”
25 ସେତେବେଳେ ଇସ୍‌ହାକ କହିଲେ, “ତାହା ମୋʼ ପାଖକୁ ଆଣ; ମୁଁ ଆପଣା ପୁତ୍ରର ଆନୀତ ମୃଗୟା ମାଂସ ଭୋଜନ କରିବି, ତହୁଁ ମୁଁ ତୁମ୍ଭକୁ ଆଶୀର୍ବାଦ କରିବି।” ତହିଁରେ ସେ ନିକଟକୁ ଆଣି ଦିଅନ୍ତେ, ଇସ୍‌ହାକ ତାହା ଭୋଜନ କଲେ; ପୁଣି, ଦ୍ରାକ୍ଷାରସ ଆଣି ଦିଅନ୍ତେ, ତାହା ପାନ କଲେ।
Nígbà náà ni Isaaki wí pé, “Gbé ẹran igbó náà súnmọ́ ọ̀dọ̀ mi, kí èmi kí ó jẹ ẹ́, kí èmi sì súre fún ọ láti inú ọkàn mi wá.” Jakọbu sì gbé e wá ó sì jẹ ẹ́, ó sì tún fún un ní wáìnì, ó sì mú un pẹ̀lú.
26 ଏଥିଉତ୍ତାରେ ତାହାର ପିତା ଇସ୍‌ହାକ କହିଲେ, “ପୁତ୍ର, ଏବେ ମୋʼ ନିକଟକୁ ଆସି ମୋତେ ଚୁମ୍ବନ କର।”
Nígbà náà ni Isaaki baba rẹ̀ wí fun un pé, “Súnmọ́ mi, ọmọ mi, kí o sì fẹnukò mí ní ẹnu.”
27 ସେତେବେଳେ ସେ ନିକଟକୁ ଯାଇ ଚୁମ୍ବନ କରନ୍ତେ, ଇସ୍‌ହାକ ତାହାର ବସ୍ତ୍ରର ଗନ୍ଧ ପାଇ ତାଙ୍କୁ ଆଶୀର୍ବାଦ କରି କହିଲେ, “ଦେଖ, ସଦାପ୍ରଭୁଙ୍କ ଆଶୀର୍ବାଦ ପ୍ରାପ୍ତ କ୍ଷେତ୍ରର ସୁଗନ୍ଧି ତୁଲ୍ୟ ମୋʼ ପୁତ୍ରର ସୁଗନ୍ଧି;
Ó sì súnmọ́ ọn, ó sì fẹnukò ó ní ẹnu. Nígbà tí Isaaki gbọ́ òórùn aṣọ rẹ̀, ó súre fún un ó wí pé, “Wò ó òórùn ọmọ mi dàbí òórùn oko tí Olúwa ti bùkún.
28 ପରମେଶ୍ୱର ଆକାଶର କାକରରୁ ଓ ପୃଥିବୀର ଉର୍ବରତାରୁ ଉତ୍ପନ୍ନ (ଫଳ) ଓ ପ୍ରଚୁର ଶସ୍ୟ ଓ ଦ୍ରାକ୍ଷାରସ ତୁମ୍ଭକୁ ଦିଅନ୍ତୁ;
Kí Ọlọ́run kí ó fún ọ nínú ìrì ọ̀run àti nínú ọ̀rá ilẹ̀ àti ọ̀pọ̀lọpọ̀ ọkà àti wáìnì tuntun.
29 ଲୋକସମୂହ ତୁମ୍ଭର ସେବା କରନ୍ତୁ ଓ ନାନା ବଂଶ ତୁମ୍ଭକୁ ପ୍ରଣାମ କରନ୍ତୁ; ତୁମ୍ଭେ ଆପଣା ଜ୍ଞାତିମାନଙ୍କର କର୍ତ୍ତା ହୁଅ, ପୁଣି, ତୁମ୍ଭର ମାତୃପୁତ୍ରମାନେ ତୁମ୍ଭକୁ ପ୍ରଣାମ କରନ୍ତୁ; ଯେ ତୁମ୍ଭକୁ ଅଭିଶାପ ଦିଏ, ସେ ଅଭିଶପ୍ତ ହେଉ, ପୁଣି, ଯେ ତୁମ୍ଭକୁ ଆଶୀର୍ବାଦ କରେ, ସେ ଆଶୀର୍ବାଦ ପ୍ରାପ୍ତ ହେଉ।”
Kí àwọn orílẹ̀-èdè kí ó máa sìn ọ́, kí àwọn ènìyàn sì máa tẹríba fún ọ, máa ṣe olórí àwọn arákùnrin rẹ, kí àwọn iyèkan rẹ sì máa wólẹ̀ fún ọ Fífibú ni àwọn ẹni tó fi ọ́ bú, ìbùkún ni fún àwọn ẹni tí ó súre fún ọ.”
30 ଏହି ପ୍ରକାରେ ଇସ୍‌ହାକ ଯାକୁବଙ୍କୁ ଆଶୀର୍ବାଦ କଲା ଉତ୍ତାରେ ଯାକୁବ ଆପଣା ପିତା ଇସ୍‌ହାକଙ୍କ ନିକଟରୁ ବାହାର ହେବା ମାତ୍ରେ ତାହାର ଭ୍ରାତା ଏଷୌ ଶିକାରରୁ ଆସିଲା।
Bí Isaaki ti súre tán tí Jakọbu ṣẹ̀ṣẹ̀ jáde kúrò ní ọ̀dọ̀ baba rẹ̀ ni Esau ti oko ọdẹ dé.
31 ପୁଣି, ସେ ମଧ୍ୟ ସୁସ୍ୱାଦୁ ଖାଦ୍ୟ ପ୍ରସ୍ତୁତ କରି ପିତା ନିକଟକୁ ଆଣି କହିଲା, “ପିତଃ, ଆପଣ ଉଠି ପୁତ୍ରର ଆନୀତ ମୃଗୟା ମାଂସ ଭୋଜନ କରନ୍ତୁ, ତହିଁ ଉତ୍ତାରେ ଆପଣ ମୋତେ ଆଶୀର୍ବାଦ କରନ୍ତୁ।”
Òun pẹ̀lú ṣe ẹran dídùn, ó sì gbé e tọ baba rẹ̀ wá, ó sì wí fún un pé, “Baba mi, dìde jókòó, kí o sì jẹ nínú ẹran igbó tí mo ti ṣè, kí o sì súre fún mi.”
32 ତହିଁରେ ତାହାର ପିତା ଇସ୍‌ହାକ କହିଲେ, “ତୁମ୍ଭେ କିଏ?” ସେ କହିଲା, “ମୁଁ ଆପଣଙ୍କ ପୁତ୍ର, ଆପଣଙ୍କ ପ୍ରଥମଜାତ ଏଷୌ।”
Isaaki baba rẹ̀ sì bi í wí pé, “Ìwọ ta ni?” Ó sì dáhùn pé, “Èmi Esau, àkọ́bí rẹ ni.”
33 ସେତେବେଳେ ଇସ୍‌ହାକ ଅତିଶୟ କମ୍ପିତ ହୋଇ କହିଲେ, “ତେବେ ଯେ ମୋʼ ନିକଟକୁ ମୃଗୟା ମାଂସ ଆଣିଥିଲା, ସେ କିଏ? ତୁମ୍ଭ ଆସିବା ପୂର୍ବେ ମୁଁ ତାହା ଭୋଜନ କରି ତାକୁ ଆଶୀର୍ବାଦ କଲି, ଆହୁରି ସେ ଆଶୀର୍ବାଦ ପ୍ରାପ୍ତ ହେବ।”
Nígbà náà ni Isaaki wárìrì gidigidi, ó sì wí pé, “Ta ni ẹni náà, tí ó ti pa ẹran igbó tí ó sì ti gbe wá fún mi, tí mo sì ti jẹ ẹ́ kí ó tó dé? Mo sì ti súre fún un, sì wò ó dájúdájú a ó sì bùkún un!”
34 ଏଷୌ ପିତାଙ୍କର ଏହି କଥା ଶୁଣିବାମାତ୍ରେ ଅତ୍ୟନ୍ତ ବ୍ୟାକୁଳ ଚିତ୍ତରେ ମହାଚିତ୍କାର କଲା, ପୁଣି, ଆପଣା ପିତାଙ୍କୁ କହିଲା, “ପିତଃ, ମୋତେ, ମୋତେ ମଧ୍ୟ ଆଶୀର୍ବାଦ କରନ୍ତୁ।”
Nígbà tí Esau gbọ́ ọ̀rọ̀ baba rẹ̀, ó ké, ó sì bẹ̀rẹ̀ sí ní sọkún kíkorò, ó sì wí fún baba rẹ̀ pé, “Baba mi súre fún èmi náà, àní fún èmi náà pẹ̀lú.”
35 ତହିଁରେ ଇସ୍‌ହାକ କହିଲେ, “ତୁମ୍ଭର ଭ୍ରାତା ଆସି ପ୍ରବଞ୍ଚନା କରି ତୁମ୍ଭର (ପ୍ରାପ୍ତବ୍ୟ) ଆଶୀର୍ବାଦ ହରଣ କରିଅଛି।”
Ṣùgbọ́n Isaaki wí pé, “Àbúrò rẹ ti fi ẹ̀tàn wá, ó sì ti gba ìbùkún rẹ lọ.”
36 ତହିଁରେ ଏଷୌ କହିଲା, “ତାହାର ଯଥାର୍ଥ ନାମ କି ଯାକୁବ ନୁହେଁ? ଯେହେତୁ ସେ ଦୁଇ ଥର ମୋତେ ପ୍ରବଞ୍ଚନା କରିଅଛି, ସେ ପୂର୍ବରେ ମୋର ଜ୍ୟେଷ୍ଠାଧିକାର ହରଣ କରିଥିଲା, ପୁଣି, ଦେଖ, ଏବେ ମୋର (ପ୍ରାପ୍ତବ୍ୟ) ଆଶୀର୍ବାଦ ମଧ୍ୟ ହରଣ କରିଅଛି।” ସେ ପୁନର୍ବାର କହିଲା, “ଆପଣ କି ମୋʼ ନିମନ୍ତେ ଗୋଟିଏ ଆଶୀର୍ବାଦ ରଖି ନାହାନ୍ତି?”
Esau sì wí pé, “Lásán ni a pe orúkọ rẹ̀ ní Jakọbu bí? Ní ìgbà méjì yìí ni ó ti tàn mí jẹ: ní àkọ́kọ́, ó gba ogún ìbí mi, nísinsin yìí, ó tún gba ìbùkún mi!” O sì béèrè pé, “Ṣe o kò wá fi ìre kankan sílẹ̀ fun mi ni?”
37 ତହୁଁ ଇସ୍‌ହାକ ଏଷୌକୁ କହିଲେ, “ଦେଖ, ମୁଁ ତାହାକୁ ତୁମ୍ଭର କର୍ତ୍ତା କଲି, ପୁଣି, ତାହାର ଜ୍ଞାତି ସମସ୍ତଙ୍କୁ ତାହାର ଅଧୀନ କଲି, ଆଉ ଶସ୍ୟ ଓ ଦ୍ରାକ୍ଷାରସ ଦ୍ୱାରା ତାହାକୁ ସବଳ କଲି; ଏହେତୁ ପୁତ୍ର, ଏବେ ତୁମ୍ଭ ନିମନ୍ତେ ଆଉ କଅଣ କରିପାରେ?”
Isaaki sì dá Esau lóhùn pé, “Mo ti fi ṣe olórí rẹ àti àwọn ìbátan rẹ ni mo fi ṣe ìránṣẹ́ fún un, àti ọkà àti wáìnì ni mo ti fi lé e lọ́wọ́ lọ́pọ̀lọ́pọ̀, kí ni ó tún kù tí ǹ bá tún fún ọ báyìí ọmọ mi?”
38 ତହିଁରେ ଏଷୌ ପୁନର୍ବାର ଆପଣା ପିତାଙ୍କୁ କହିଲା, “ପିତଃ, ଆପଣଙ୍କର କି କେବଳ ଗୋଟିଏ ଆଶୀର୍ବାଦ ଥିଲା? ହେ ପିତଃ, ମୋତେ, ମୋତେ ମଧ୍ୟ ଆଶୀର୍ବାଦ କରନ୍ତୁ।” ଏହା କହି ଏଷୌ ଉଚ୍ଚସ୍ୱରରେ କାନ୍ଦିବାକୁ ଲାଗିଲା।
Esau sì wí fún baba rẹ̀ pé, “Ṣe ìre kan ṣoṣo ni ìwọ ní lẹ́nu ni baba mi? Súre fún èmi náà, baba mi.” Esau sì sọkún kíkankíkan.
39 ତହୁଁ ତାହାର ପିତା ଇସ୍‌ହାକ ଉତ୍ତର ଦେଇ କହିଲେ, “ଦେଖ, ତୁମ୍ଭର ବସତି ପୃଥିବୀର ଉର୍ବରତାବିହୀନ ଓ ଉପରିସ୍ଥ ଆକାଶର କାକର-ବିହୀନ ହେବ।
Isaaki baba rẹ̀ sì dá a lóhùn pé, “Ibùjókòó rẹ yóò jìnnà sí ọ̀rá ilẹ̀, àti sí ibi ìrì ọ̀run láti òkè wá.
40 ତୁମ୍ଭେ ଖଡ୍ଗଜୀବୀ ଓ ଆପଣା ଭ୍ରାତାର ଦାସ ହେବ, ମାତ୍ର ଯେତେବେଳେ ତୁମ୍ଭେ ବନ୍ଧନ ଛିଣ୍ଡାଇବ, ସେତେବେଳେ ଆପଣା କାନ୍ଧରୁ ତାହାର ଯୁଆଳି ପକାଇ ଦେବ।”
Nípa idà rẹ ni ìwọ yóò máa gbé, ìwọ yóò sì máa sin àbúrò rẹ, ṣùgbọ́n ní ìkẹyìn, nígbà tí ìwọ bá di alágbára ìwọ yóò já àjàgà rẹ̀ kúrò lọ́rùn rẹ.”
41 ଏହି ପ୍ରକାରେ ଯାକୁବ ଆପଣା ପିତାଠାରୁ ଆଶୀର୍ବାଦ ପାଇବା ସକାଶୁ ଏଷୌ ତାହା ପ୍ରତି ଈର୍ଷାଭାବ ବହି ମନେ ମନେ ଭାଳିଲା, “ମୋହର ପିତାଙ୍କ ଶୋକକାଳ ପ୍ରାୟ ଉପସ୍ଥିତ, ତହିଁ ଉତ୍ତାରେ ମୁଁ ଆପଣା ଭ୍ରାତା ଯାକୁବକୁ ବଧ କରିବି।”
Esau sì kórìíra Jakọbu nítorí ìre tí baba rẹ̀ sú fún un, ó sì wí fún ara rẹ̀ pé, “Baba mi sá à ti fẹ́rẹ kú, nígbà náà ni èmi ó pa Jakọbu, arákùnrin mi.”
42 ମାତ୍ର, ଜ୍ୟେଷ୍ଠ ପୁତ୍ର ଏଷୌର ଏରୂପ କଥା ରିବିକାର କର୍ଣ୍ଣଗୋଚର ହେଲା; ତହୁଁ ସେ ଲୋକ ପଠାଇ କନିଷ୍ଠ ପୁତ୍ର ଯାକୁବଙ୍କୁ ଡକାଇ କହିଲା, “ଦେଖ, ତୁମ୍ଭର ଭ୍ରାତା ଏଷୌ ତୁମ୍ଭକୁ ବଧ କରିବା ମାନସରେ ଆପଣାକୁ ପ୍ରବୋଧିତ କରୁଅଛି।
Nígbà tí Rebeka sì gbọ́ ohun tí Esau àkọ́bí rẹ̀ wí, ó sì ránṣẹ́ sí Jakọbu, ó sì wí fun un pé, “Esau ẹ̀gbọ́n rẹ ń tu ara rẹ̀ nínú pẹ̀lú èrò à ti pa ọ́.
43 ଏଥିପାଇଁ, ପୁତ୍ର, ମୋହର କଥା ଶୁଣ; ତୁମ୍ଭେ ହାରଣ ନଗରକୁ ପଳାଇ ମୋହର ଭ୍ରାତା ଲାବନ ନିକଟକୁ ଯାଅ।
Nítorí náà ọmọ mi, ṣe ohun tí èmi yóò sọ fún ọ, sálọ sọ́dọ̀ Labani ẹ̀gbọ́n mi ní Harani.
44 ପୁଣି, ଯେପର୍ଯ୍ୟନ୍ତ ତୁମ୍ଭ ଭ୍ରାତାର ପ୍ରଚଣ୍ଡ କ୍ରୋଧ ନିବୃତ୍ତ ନ ହୁଏ, ସେପର୍ଯ୍ୟନ୍ତ କିଛି ଦିନ ସେଠାରେ ଥାଅ;
Jókòó sí ibẹ̀ títí di ìgbà tí ìbínú ẹ̀gbọ́n rẹ yóò fi rọ̀.
45 ଏଥିଉତ୍ତାରେ ତୁମ୍ଭ ପ୍ରତି ତୁମ୍ଭ ଭ୍ରାତାର କ୍ରୋଧ ନିବୃତ୍ତ ହେଲେ ଓ ତୁମ୍ଭେ ତାହା ପ୍ରତି ଯାହା କରିଅଛ, ତାହା ସେ ପାସୋରିଗଲେ, ମୁଁ ଲୋକ ପଠାଇ ସେଠାରୁ ତୁମ୍ଭକୁ ଅଣାଇବି; ଗୋଟିଏ ଦିନରେ ତୁମ୍ଭ ଦୁଇ ଜଣଙ୍କୁ କାହିଁକି ହରାଇବି?”
Nígbà tí ẹ̀gbọ́n rẹ kò bá bínú sí ọ mọ́, tí ó sì ti gbàgbé ohun tí ìwọ ṣe sí i, èmí ó ránṣẹ́ sí ọ láti padà wá. Èéṣe tí èmi ó fi pàdánù ẹ̀yin méjèèjì ní ọjọ́ kan náà?”
46 ଏଥିଉତ୍ତାରେ ରିବିକା ଇସ୍‌ହାକଙ୍କୁ କହିଲା, “ଏହି ହିତ୍ତୀୟ କନ୍ୟାମାନଙ୍କ ସକାଶୁ ମୁଁ ଆପଣା ପ୍ରାଣରେ ବିରକ୍ତ ହେଉଅଛି; ଯଦି ଯାକୁବ ଏମାନଙ୍କ ତୁଲ୍ୟ କୌଣସି ହିତ୍ତୀୟ କନ୍ୟାକୁ, ଅର୍ଥାତ୍‍, ଏହି ଦେଶର କନ୍ୟାମାନଙ୍କ ମଧ୍ୟରୁ କୌଣସି କନ୍ୟାକୁ ବିବାହ କରେ, ତେବେ ମୋହର ପ୍ରାଣଧାରଣରେ କି ସୁଖ?”
Nígbà náà ni Rebeka wí fún Isaaki pé, “Ayé sì sú mi nítorí àwọn ọmọbìnrin Hiti wọ̀nyí. Bí Jakọbu bá fẹ́ ọ̀kan nínú àwọn ọmọbìnrin Hiti wọ̀nyí, ó kúkú sàn kí n má wà láààyè.”

< ମୋଶାଙ୍କ ଲିଖିତ ପ୍ରଥମ ପୁସ୍ତକ 27 >