< ମୋଶାଙ୍କ ଲିଖିତ ପ୍ରଥମ ପୁସ୍ତକ 26 >
1 ପୂର୍ବେ ଅବ୍ରହାମଙ୍କର, ବର୍ତ୍ତମାନ ସମୟରେ ଯେରୂପ ଦୁର୍ଭିକ୍ଷ ହୋଇଥିଲା, ସେହି ଦେଶରେ ଆଉ ଥରେ ସେରୂପ ଦୁର୍ଭିକ୍ଷ ଉପସ୍ଥିତ ହୁଅନ୍ତେ, ଇସ୍ହାକ ଗରାରରେ ପଲେଷ୍ଟୀୟମାନଙ୍କ ରାଜା ଅବିମେଲକ ନିକଟକୁ ଗଲେ।
Un bads bija tai zemē pēc tā pirmā bada, kas bija Ābrahāma laikā. Un Īzaks nogāja uz Ģeraru pie Abimeleha, Fīlistu ķēniņa.
2 ସେତେବେଳେ ସଦାପ୍ରଭୁ ତାଙ୍କୁ ଦର୍ଶନ ଦେଇ କହିଲେ, “ତୁମ୍ଭେ ମିସର ଦେଶକୁ ଯାଅ ନାହିଁ; ଆମ୍ଭେ ତୁମ୍ଭକୁ ଯେଉଁ ଦେଶ କହିବା, ସେଠାରେ ବାସ କର।
Un Tas Kungs viņam parādījās un sacīja: nenoej uz Ēģipti, mīti tai zemē, ko Es tev saku.
3 ତୁମ୍ଭେ ଏହି ଦେଶରେ ପ୍ରବାସ କର, ତହିଁରେ ଆମ୍ଭେ ତୁମ୍ଭର ସହାୟ ହୋଇ ତୁମ୍ଭକୁ ଆଶୀର୍ବାଦ କରିବା, ପୁଣି, ତୁମ୍ଭକୁ ଓ ତୁମ୍ଭ ବଂଶକୁ ଏହି ସମସ୍ତ ଦେଶ ଦେବା ଓ ତୁମ୍ଭ ପିତା ଅବ୍ରହାମ ନିକଟରେ ଆପଣା କୃତ ଶପଥର ନିୟମ ସଫଳ କରିବା।
Piemājo šinī zemē, un Es būšu ar tevi, un Es tevi svētīšu; jo tev un tavam dzimumam Es došu visas šās zemes un piepildīšu to zvērestu, ko Es tavam tēvam Ābrahāmam esmu zvērējis.
4 ଆମ୍ଭେ ଆକାଶର ତାରାଗଣ ପରି ତୁମ୍ଭର ବଂଶ ବୃଦ୍ଧି କରି ସେମାନଙ୍କୁ ଏହିସବୁ ଦେଶ ଦେବା ଓ ତୁମ୍ଭର ବଂଶ ଦ୍ୱାରା ପୃଥିବୀସ୍ଥ ଯାବତୀୟ ଜାତି ଆଶୀର୍ବାଦ ପ୍ରାପ୍ତ ହେବେ।
Un Es vairošu tavu dzimumu kā debess zvaigznes un došu tavam dzimumam visas šās zemes, un iekš tavas sēklas visas zemes tautas svētīsies, -
5 ଯେହେତୁ ଅବ୍ରହାମ ଆମ୍ଭର ବାକ୍ୟ ମାନି ଆମ୍ଭର ରକ୍ଷଣୀୟ ବିଷୟ ଆମ୍ଭର ଆଜ୍ଞା ଓ ବିଧି ଓ ବ୍ୟବସ୍ଥା ପାଳନ କରିଅଛି।”
Tāpēc ka Ābrahāms Manai balsij ir klausījis un turējis Manas pavēles, Manus iestādījumus, likumus un baušļus.
6 ତହିଁରେ ଇସ୍ହାକ ଗରାରଠାରେ ବାସ କଲେ।
Tā Īzaks mita Ģerarā.
7 ତହିଁରେ ସେହି ସ୍ଥାନର ଲୋକମାନେ ତାଙ୍କର ଭାର୍ଯ୍ୟା ବିଷୟରେ ପଚାରନ୍ତେ, ସେ କହିଲେ, “ସେ ମୋହର ଭଗିନୀ,” ଯେହେତୁ ସେହି ସ୍ଥାନର ଲୋକମାନେ ରିବିକା ଲାଗି ମୋତେ ଅବା ବଧ କରିବେ, ଏହା ଭାବି ସେ ତାହାକୁ ଆପଣାର ଭାର୍ଯ୍ୟା ବୋଲି କହିବାକୁ ଭୟ କଲେ; ଯେହେତୁ ସେ ପରମସୁନ୍ଦରୀ ଥିଲା।
Un tās vietas ļaudis vaicāja par viņa sievu, - un viņš sacīja: tā ir mana māsa, jo viņam bija bail sacīt: tā ir mana sieva, - lai tās vietas ļaudis mani nenokauj Rebekas dēļ, jo tā bija skaista vaigā.
8 ପୁଣି, ସେହି ସ୍ଥାନରେ ବହୁ କାଳ ବାସ କଲା ଉତ୍ତାରେ ଏକ ସମୟରେ ପଲେଷ୍ଟୀୟ ରାଜା ଅବିମେଲକ ଝରକା ବାଟେ ନିରୀକ୍ଷଣ କରି ଇସ୍ହାକଙ୍କୁ ଆପଣା ଭାର୍ଯ୍ୟା ରିବିକା ସହିତ କୌତୁକ କରୁଥିବାର ଦେଖିଲେ।
Un kad viņš labu laiku tur bija dzīvojis, tad Abimelehs, Fīlistu ķēniņš, skatījās pa logu, un redz, Īzaks smējās ar savu sievu Rebeku.
9 ତେଣୁ ଅବିମେଲକ ଇସ୍ହାକଙ୍କୁ ଡକାଇ କହିଲେ, “ସେ ସ୍ତ୍ରୀ ଅବଶ୍ୟ ତୁମ୍ଭର ଭାର୍ଯ୍ୟା; ତେବେ ‘ତୁମ୍ଭେ ତାହାକୁ ଆପଣା ଭଗିନୀ’ ବୋଲି କିପରି କହିଲ?” ସେତେବେଳେ ଇସ୍ହାକ ଉତ୍ତର କଲେ, “ମୁଁ ଭାବିଲି, କେଜାଣି ତାହା ଲାଗି ମୋହର ମୃତ୍ୟୁୁ ହେବ।”
Tad Abimelehs aicināja Īzaku un sacīja: redzi, tiešām tā ir tava sieva, kā tad tu esi sacījis, tā ir mana māsa? Un Īzaks uz to sacīja: tāpēc ka es domāju, lai man viņas dēļ nebūtu jāmirst.
10 ତହିଁରେ ଅବିମେଲକ କହିଲେ, “ତୁମ୍ଭେ ଆମ୍ଭମାନଙ୍କ ସହିତ ଏ କି ବ୍ୟବହାର କଲ? କୌଣସି ଲୋକ ତୁମ୍ଭ ଭାର୍ଯ୍ୟା ସଙ୍ଗେ ଅନାୟାସରେ ଶୟନ କରି ପାରନ୍ତା, ତାହାହେଲେ ତୁମ୍ଭେ ଆମ୍ଭମାନଙ୍କୁ ଦୋଷଗ୍ରସ୍ତ କରନ୍ତ।”
Tad Abimelehs sacīja: kāpēc tu mums to esi darījis? Gandrīz viens no šiem ļaudīm būtu varējis gulēt pie tavas sievas, tad tu mums būtu uzvedis noziegumu.
11 ଏଥିଉତ୍ତାରେ ଅବିମେଲକ ସବୁ ଲୋକଙ୍କୁ ଏହି ଆଜ୍ଞା ଦେଲେ, “ଯେକେହି ସେହି ମନୁଷ୍ୟକୁ କିଅବା ତାହାର ଭାର୍ଯ୍ୟାକୁ ସ୍ପର୍ଶ କରିବ, ତାହାର ପ୍ରାଣଦଣ୍ଡ ଅବଶ୍ୟ ହେବ।”
Un Abimelehs pavēlēja visiem ļaudīm sacīdams: kas šo vīru vai viņa sievu aizskar, tam būs mirt.
12 ଏଥିଉତ୍ତାରେ ଇସ୍ହାକ ସେହି ଦେଶରେ କୃଷିକର୍ମ କରି ସେହି ବର୍ଷ ଶହେ ଗୁଣ ଲାଭ କଲେ; ପୁଣି, ସଦାପ୍ରଭୁ ତାଙ୍କୁ ଆଶୀର୍ବାଦ କଲେ।
Un Īzaks sēja tanī zemē un dabūja tai gadā simtkārtīgus augļus, jo Tas Kungs to svētīja.
13 ଏନିମନ୍ତେ ସେ ବର୍ଦ୍ଧିଷ୍ଣୁ ହେଲେ, ପୁଣି, ସେ ଆହୁରି ଆହୁରି ବୃଦ୍ଧି ପାଇ ଅତି ମହାନ ହେଲେ
Un tas vīrs tapa liels un auga augumā, kamēr viņš palika ļoti liels.
14 ଏବଂ ତାଙ୍କର ମେଷଧନ ଓ ଗୋଧନ, ପୁଣି, ଅନେକ ଦାସଦାସୀ ହେଲେ; ତେଣୁ ପଲେଷ୍ଟୀୟ ଲୋକମାନେ ତାଙ୍କ ପ୍ରତି ଈର୍ଷା କରିବାକୁ ଲାଗିଲେ।
Un tam bija manta no sīkiem un manta no lieliem lopiem un daudz saimes, un Fīlisti viņu apskauda.
15 ଏଣୁ ତାଙ୍କର ପିତା ଅବ୍ରହାମଙ୍କ ସମୟରେ ତାଙ୍କ ପିତାଙ୍କ ଦାସମାନେ ଯେଉଁ ଯେଉଁ କୂପ ଖୋଳିଥିଲେ, ପଲେଷ୍ଟୀୟ ଲୋକମାନେ ମୃତ୍ତିକା ଦ୍ୱାରା ସେହି ସବୁ ପୋତି ପକାଇଲେ।
Un visas akas, ko viņa tēva kalpi bija rakuši viņa tēva Ābrahāma laikā, tās Fīlisti aizbēra un pildīja ar smiltīm.
16 ଏଥିଉତ୍ତାରେ ଅବିମେଲକ ଇସ୍ହାକଙ୍କୁ କହିଲେ, “ତୁମ୍ଭେ ଆମ୍ଭମାନଙ୍କ ନିକଟରୁ ପ୍ରସ୍ଥାନ କର, ଯେହେତୁ ତୁମ୍ଭେ ଆମ୍ଭମାନଙ୍କଠାରୁ ଅଧିକ ବଳବାନ ହୋଇଅଛ।”
Un Abimelehs sacīja uz Īzaku: ej projām no mums, jo tu esi palicis jo varenāks nekā mēs.
17 ତହିଁରେ ଇସ୍ହାକ ସେହି ସ୍ଥାନରୁ ଯାତ୍ରା କରି ଗରାର ଉପତ୍ୟକାରେ ତମ୍ବୁ ସ୍ଥାପନ କରି ସେହିଠାରେ ବାସ କଲେ।
Tad Īzaks no turienes aizgāja un nometās Ģeraras ielejā, un dzīvoja tur.
18 ପୁଣି, ଆପଣା ପିତା ଅବ୍ରହାମଙ୍କର ବର୍ତ୍ତମାନ ସମୟରେ ଖୋଦିତ ଯେଉଁ ଯେଉଁ ସଜଳ କୂପ ଅବ୍ରହାମଙ୍କ ମୃତ୍ୟୁୁ ଉତ୍ତାରେ ପଲେଷ୍ଟୀୟମାନେ ପୋତି ପକାଇଥିଲେ, ସେହି ସମସ୍ତ ଇସ୍ହାକ ପୁନର୍ବାର ଖୋଳି ଆପଣା ପିତୃଦତ୍ତ ନାମ ପୁନରପି ରଖିଲେ।
Un Īzaks atkal atraka tās ūdens akas, kas bija raktas viņa tēva Ābrahāma laikā, un ko Fīlisti pēc tam bija aizbēruši, kad Ābrahāms bija miris, un viņš viņu vārdus nosauca pēc tiem vārdiem, ar ko viņa tēvs tās bija nosaucis.
19 ଆଉ ଇସ୍ହାକଙ୍କର ଦାସମାନେ ସେହି ଉପତ୍ୟକା ଖୋଳି ସ୍ରୋତବାହୀ କୂପ ପ୍ରାପ୍ତ ହେଲେ।
Un Īzaka kalpi raka tanī ielejā un tur atrada aku ar dzīvu ūdeni.
20 ତହିଁରେ ଗରାରଦେଶୀୟ ପଶୁପାଳକମାନେ ଇସ୍ହାକଙ୍କର ପଶୁପାଳକମାନଙ୍କ ସହିତ ବିବାଦ କରି କହିଲେ, “ଏହି ଜଳ ଆମ୍ଭମାନଙ୍କର,” ଏଣୁ ସେ ସେହି କୂପର ନାମ “ଏଷକ” (ବିବାଦ) ରଖିଲେ, ଯେହେତୁ ସେମାନେ ତାଙ୍କ ସହିତ ବିବାଦ କଲେ।
Bet Ģeraras gani bārās ar Īzaka ganiem sacīdami: šis ūdens mums pieder. Tad viņš tās akas vārdu nosauca Eseku (strīdus), tāpēc ka tie ar viņu bija strīdējušies.
21 ଏଥିଉତ୍ତାରେ ତାଙ୍କର ଦାସମାନେ ଆଉ ଏକ କୂପ ଖୋଳନ୍ତେ, ସେମାନେ ତହିଁ ପାଇଁ ମଧ୍ୟ ବିବାଦ କଲେ; ତହୁଁ ଇସ୍ହାକ ତହିଁର ନାମ “ସିଟ୍ନା” (ଶତ୍ରୁତା) ରଖିଲେ।
Tad tie raka citu aku, un par to arīdzan bārās; tāpēc viņš viņas vārdu nosauca Sitna (sūdzība).
22 ପୁଣି, ସେ ସେଠାରୁ ପ୍ରସ୍ଥାନ କରି ଅନ୍ୟ ଏକ କୂପ ଖୋଳିଲେ। ତହିଁ ନିମିତ୍ତ ସେମାନେ ବିବାଦ ନ କରିବାରୁ ତହିଁର ନାମ ରହୋବୋତ୍ (ପ୍ରଶସ୍ତ ସ୍ଥାନ) ରଖିଲେ; କାରଣ ସେ କହିଲେ, “ଏବେ ସଦାପ୍ରଭୁ ଆମ୍ଭମାନଙ୍କୁ ସ୍ଥାନ ଦେଲେ, ଆମ୍ଭେମାନେ ଦେଶରେ ବର୍ଦ୍ଧିଷ୍ଣୁ ହେବା।”
Un viņš cēlās no turienes un raka citu aku, un tie par to nebārās; tad viņš viņas vārdu nosauca Rehobot (platums) un sacīja: jo nu Tas Kungs mūs ir izplatījis, un mēs esam augļojušies šinī zemē.
23 ଏଥିଉତ୍ତାରେ ସେ ସେହି ସ୍ଥାନରୁ ବେର୍ଶେବାକୁ ଗଲେ।
Tad viņš no turienes gāja augšup uz Bēršebu.
24 ସେହି ରାତ୍ରରେ ସଦାପ୍ରଭୁ ତାଙ୍କୁ ଦର୍ଶନ ଦେଇ କହିଲେ, “ଆମ୍ଭେ ତୁମ୍ଭ ପିତା ଅବ୍ରହାମର ପରମେଶ୍ୱର ଅଟୁ; ଭୟ କର ନାହିଁ, କାରଣ ଆମ୍ଭେ ଆପଣା ଦାସ ଅବ୍ରହାମ ସକାଶୁ ତୁମ୍ଭର ସହାୟ ଅଟୁ ଓ ତୁମ୍ଭକୁ ଆଶୀର୍ବାଦ କରି ତୁମ୍ଭର ବଂଶ ବୃଦ୍ଧି କରିବା।”
Un Tas Kungs viņam parādījās tanī naktī un sacīja: Es esmu Ābrahāma, tava tēva Dievs; nebīsties, jo Es esmu ar tevi un tevi svētīšu un vairošu tavu dzimumu Ābrahāma, Sava kalpa, dēļ.
25 ଏଥିଉତ୍ତାରେ ଇସ୍ହାକ ସେହି ସ୍ଥାନରେ ଯଜ୍ଞବେଦି ନିର୍ମାଣ କରି ସଦାପ୍ରଭୁଙ୍କ ନାମରେ ପ୍ରାର୍ଥନା କଲେ। ଏଥିଉତ୍ତାରେ ସେ ସେହି ସ୍ଥାନରେ ତମ୍ବୁ ସ୍ଥାପନ କରନ୍ତେ, ତାଙ୍କର ଦାସମାନେ ଗୋଟିଏ କୂପ ଖୋଳିଲେ।
Un viņš tur uztaisīja altāri un piesauca Tā Kunga vārdu un tur uzcēla savu telti, un Īzaka kalpi tur raka vienu aku.
26 ଏଥିଉତ୍ତାରେ ଅବିମେଲକ ଅହୁଷତ୍ ନାମକ ଆପଣା ମିତ୍ରକୁ ଓ ଫୀଖୋଲ ନାମକ ସେନାପତିକୁ ସଙ୍ଗରେ ଘେନି ଗରାରଠାରୁ ଇସ୍ହାକଙ୍କ ନିକଟକୁ ଗଲେ।
Un Abimelehs nāca pie tā no Ģeraras, un viens no viņa draugiem Aūzats un Pīkols, viņa karaspēka virsnieks.
27 ତହିଁରେ ଇସ୍ହାକ ସେମାନଙ୍କୁ କହିଲେ, “ତୁମ୍ଭେମାନେ ତ ମୋତେ ଘୃଣା କରୁଅଛ, ପୁଣି, ଆପଣାମାନଙ୍କ ମଧ୍ୟରୁ ମୋତେ ଦୂର କରି ଦେଇଥିଲ, ଏବେ ମୋʼ ନିକଟକୁ କାହିଁକି ଆସିଅଛ?”
Tad Īzaks uz tiem sacīja: kāpēc jūs nākat pie manis, jūs, kas mani ienīstat un mani no sevis esat izdzinuši?
28 ତହିଁରେ ସେମାନେ ଉତ୍ତର କଲେ, “ସଦାପ୍ରଭୁ ତୁମ୍ଭର ସହାୟ ଅଟନ୍ତି, ଏହା ଆମ୍ଭେମାନେ ସ୍ପଷ୍ଟ ଦେଖିଲୁ; ଏହେତୁ କହିଲୁ, ଆମ୍ଭମାନଙ୍କ ମଧ୍ୟରେ ଗୋଟିଏ ରାଣ ଥାଉ ଓ ଆମ୍ଭମାନଙ୍କ ସହିତ ତୁମ୍ଭର ଏହି ଏକ ନିୟମ ହେଉ;
Un tie sacīja: mēs redzēt redzam, ka Tas Kungs ir ar tevi; tad esam sacījuši: sazvērēsimies kopā, mēs un tu, un darīsim derību ar tevi,
29 ଆମ୍ଭେମାନେ ଯେପରି ତୁମ୍ଭକୁ ସ୍ପର୍ଶ କରି ନାହୁଁ ଓ ତୁମ୍ଭର ମଙ୍ଗଳ ବିନୁ ଆଉ କିଛି କରି ନାହୁଁ, ବରଞ୍ଚ ତୁମ୍ଭକୁ ଶାନ୍ତିରେ ବିଦାୟ କରିଅଛୁ, ସେପରି ତୁମ୍ଭେ ଆମ୍ଭମାନଙ୍କୁ ହିଂସା କରିବ ନାହିଁ; ତୁମ୍ଭେ ତ ସଦାପ୍ରଭୁଙ୍କର ଆଶୀର୍ବାଦ-ପାତ୍ର।”
Ka tu mums ļauna nedari, (it) kā mēs tevi neesam aizskāruši, un (it) kā mēs tev labu vien esam darījuši un tevi ar mieru atlaiduši; tu nu esi Tā Kunga svētīts.
30 ସେତେବେଳେ ଇସ୍ହାକ ସେମାନଙ୍କ ପାଇଁ ଭୋଜ ପ୍ରସ୍ତୁତ କରନ୍ତେ, ସେମାନେ ଭୋଜନପାନ କଲେ।
Un viņš tiem darīja dzīres, un tie ēda un dzēra,
31 ଏଥିଉତ୍ତାରେ ସେମାନେ ଶୀଘ୍ର ପ୍ରଭାତରେ ଉଠି ପରସ୍ପର ଶପଥ କଲେ। ପୁଣି, ଇସ୍ହାକ ସେମାନଙ୍କୁ ବିଦାୟ କରନ୍ତେ, ସେମାନେ କୁଶଳରେ ତାଙ୍କ ନିକଟରୁ ପ୍ରସ୍ଥାନ କଲେ।
Un cēlās rītā agri un zvērēja viens otram, un Īzaks tos atlaida; tad tie no viņa aizgāja ar mieru.
32 ସେହି ଦିନ ଇସ୍ହାକଙ୍କର ଦାସମାନେ ଆସି ଆପଣାମାନଙ୍କ ଖୋଦିତ କୂପ ବିଷୟରେ ସମ୍ବାଦ ଦେଇ ତାଙ୍କୁ କହିଲେ, “ଆମ୍ଭେମାନେ ଜଳ ପାଇଅଛୁ।”
Un tanī dienā Īzaka kalpi nāca un viņam sacīja, kas bija noticis ar to aku, ko tie bija rakuši, un viņam sacīja: mēs esam ūdeni atraduši.
33 ଏହେତୁ ସେ ସେହି କୂପର ନାମ ଶୀବା ରଖିଲେ, ପୁଣି, ଆଜି ପର୍ଯ୍ୟନ୍ତ ସେହି ସ୍ଥାନର ନଗର ବେର୍ଶେବା ନାମରେ ଖ୍ୟାତ ଅଟେ।
Un viņš to nosauca Šebu (zvērests), tādēļ tās pilsētas vārds ir Bēršeba līdz šai dienai.
34 ଏଥିଉତ୍ତାରେ ଏଷୌ ଚାଳିଶ ବର୍ଷ ବୟସରେ ହିତ୍ତୀୟ ବେରିର ଯିହୁଦୀତ୍ ନାମ୍ନୀ କନ୍ୟାକୁ ଓ ହିତ୍ତୀୟ ଏଲୋନ୍ର ବାସମତ୍ ନାମ୍ନୀ କନ୍ୟାକୁ ବିବାହ କଲେ।
Un Ēsavs bija četrdesmit gadus vecs un ņēma par sievu Juditu, Berus, tā Hetieša, meitu, un Basmatu, Elona, tā Hetieša, meitu.
35 ମାତ୍ର ସେମାନେ ଇସ୍ହାକ ଓ ରିବିକାଙ୍କ ମନର ଦୁଃଖଦାୟିନୀ ହେଲେ।
Un tās darīja sirdēstus Īzakam un Rebekai.