< ମୋଶାଙ୍କ ଲିଖିତ ପ୍ରଥମ ପୁସ୍ତକ 23 >
1 ସାରାର ଆୟୁର ପରିମାଣ ଶହେ ସତାଇଶ ବର୍ଷ ଥିଲା; ସାରାର ଆୟୁ ଏତେ ବର୍ଷ ପରିମିତ।
Sara aliishi akawa na umri wa miaka mia na ishirini na saba.
2 ଏଥିଉତ୍ତାରେ ସାରା କିଣାନ ଦେଶସ୍ଥ କିରୀୟଥ୍-ଅର୍ବରେ, ଅର୍ଥାତ୍, ହିବ୍ରୋଣରେ ମଲା। ଏଣୁ ଅବ୍ରହାମ ସାରା ନିମନ୍ତେ ଶୋକ ଓ କ୍ରନ୍ଦନ କରିବାକୁ ଭିତରକୁ ଗଲେ।
Sara akafa huko Kiriath-Arba (yaani Hebroni) katika nchi ya Kanaani, Abrahamu akamwombolezea na kumlilia Sara.
3 ଏଥିଉତ୍ତାରେ ଅବ୍ରହାମ ଆପଣା ମୃତା (ଭାର୍ଯ୍ୟା) ନିକଟରୁ ଉଠିଯାଇ ହେତ୍ର ସନ୍ତାନମାନଙ୍କୁ କହିଲେ,
Ndipo Abrahamu akainuka kutoka pale penye maiti ya mke wake. Akazungumza na Wahiti, akasema,
4 “ମୁଁ ତୁମ୍ଭମାନଙ୍କ ମଧ୍ୟରେ ବିଦେଶୀ ଓ ପ୍ରବାସୀ ଅଟେ; ତୁମ୍ଭମାନଙ୍କ ମଧ୍ୟରେ ମୋତେ କବର ସ୍ଥାନର ଅଧିକାର ଦିଅ, ତହିଁରେ ମୁଁ ମୋʼ ଦୃଷ୍ଟିର ଅଗୋଚରରେ ମୋʼ ମୃତକୁ କବର ଦେବି।”
“Mimi ni mpitaji na mgeni miongoni mwenu. Niuzieni sehemu ya ardhi yenu ili niweze kumzika maiti wangu.”
5 ତହୁଁ ହେତ୍ର ସନ୍ତାନମାନେ ଅବ୍ରହାମଙ୍କୁ ଉତ୍ତର ଦେଲେ, “ହେ ପ୍ରଭୁ, ଆମ୍ଭମାନଙ୍କ କଥା ଶୁଣନ୍ତୁ;
Wahiti wakamjibu Abrahamu,
6 ଆପଣ ଆମ୍ଭମାନଙ୍କ ମଧ୍ୟରେ ପରାକ୍ରାନ୍ତ ରାଜା ଅଟନ୍ତି; ଏବେ ଆମ୍ଭମାନଙ୍କ ଉତ୍ତମ କବର ସ୍ଥାନ ମଧ୍ୟରେ ଆପଣା ମୃତା ଭାର୍ଯ୍ୟାକୁ କବର ଦେଉନ୍ତୁ; ଆମ୍ଭମାନଙ୍କ ମଧ୍ୟରୁ କେହି ନିଜ କବରରେ ଆପଣଙ୍କ ମୃତା ଭାର୍ଯ୍ୟାକୁ ରଖିବା ପାଇଁ ନିଷେଧ କରିବ ନାହିଁ।”
“Bwana, tusikilize. Wewe ni mtawala mkuu sana miongoni mwetu. Zika maiti wako katika kaburi unalolipenda kati ya makaburi yetu. Hakuna mtu wa kwetu atakayekuzuia kaburi lake ili kuzika maiti wako.”
7 ସେତେବେଳେ ଅବ୍ରହାମ ଉଠି ତଦ୍ଦେଶୀୟ ଲୋକମାନଙ୍କୁ, ଅର୍ଥାତ୍, ହେତ୍ର ସନ୍ତାନମାନଙ୍କୁ ପ୍ରଣାମ କଲେ।
Abrahamu akainuka na akasujudu mbele ya wenyeji wa nchi, yaani Wahiti.
8 ପୁଣି, କଥୋପକଥନ କରି କହିଲେ, “ମୋʼ ଦୃଷ୍ଟିର ବାହାରେ ମୋʼ ମୃତା ଭାର୍ଯ୍ୟାକୁ କବରରେ ରଖିବାକୁ ଯଦି ଆପଣମାନଙ୍କର ସମ୍ମତି ହୁଏ, ତେବେ ମୋʼ କଥା ଶୁଣନ୍ତୁ; ଆପଣମାନେ ମୋʼ ନିମନ୍ତେ ସୋହରର ପୁତ୍ର ଇଫ୍ରୋଣ ନିକଟରେ ନିବେଦନ କରନ୍ତୁ।
Akawaambia, “Kama mnaniruhusu kumzika maiti wangu, basi nisikilizeni mkamsihi Efroni mwana wa Sohari kwa niaba yangu
9 ସେ ଆପଣମାନଙ୍କ ମଧ୍ୟରେ ମୋହର କବର ସ୍ଥାନ ଅଧିକାର ନିମନ୍ତେ ମକ୍ପେଲାରେ ତାଙ୍କ କ୍ଷେତ୍ର ପ୍ରାନ୍ତରେ ଥିବା ଗୁହା ମୋତେ ଦିଅନ୍ତୁ; ତହିଁରେ ଯେତେ ମୂଲ୍ୟ ହୁଏ, ତାହା ନେଇ ଦିଅନ୍ତୁ।”
ili aniuzie pango la Makpela, lililo mali yake, nalo liko mwisho wa shamba lake. Mwambieni aniuzie kwa bei kamili atakayosema ili liwe mahali pangu pa kuzikia miongoni mwenu.”
10 ସେତେବେଳେ ଇଫ୍ରୋଣ ହେତ୍ର ସନ୍ତାନମାନଙ୍କ ମଧ୍ୟରେ ବସିଥିଲା; ତେଣୁ, ହିତ୍ତୀୟ ଇଫ୍ରୋଣ ଆପଣା ନଗର-ଦ୍ୱାରରେ ପ୍ରବେଶକାରୀ ହେତ୍ର ସନ୍ତାନ ସମସ୍ତଙ୍କ ସାକ୍ଷାତରେ ଅବ୍ରହାମଙ୍କୁ ଉତ୍ତର ଦେଲା,
Efroni Mhiti alikuwa ameketi miongoni mwa watu wake, akamjibu Abrahamu mbele ya Wahiti wote waliokuwepo katika lango la mji.
11 “ପ୍ରଭୋ, ସେପରି ନ ହେଉ, ମୋʼ କଥା ଶୁଣନ୍ତୁ; ମୁଁ ଆପଣଙ୍କୁ ସେହି ସ୍ଥାନ ଓ ତନ୍ମଧ୍ୟସ୍ଥିତ ଗୁହା ଦେଲି; ମୁଁ ସ୍ୱବଂଶୀୟ ସନ୍ତାନମାନଙ୍କ ସାକ୍ଷାତରେ ତାହା ଆପଣଙ୍କୁ ଦେଲି, ଆପଣ ନିଜ ଭାର୍ଯ୍ୟାର ମୃତ ଦେହକୁ କବର ଦେଉନ୍ତୁ।”
“La hasha, bwana wangu, nisikilize, nakupa shamba, pia nakupa pango lililomo ndani yake. Nakupa mbele ya watu wangu. Uzike maiti wako.”
12 ତହିଁରେ ଅବ୍ରହାମ ସେହି ଦେଶୀୟ ଲୋକମାନଙ୍କ ଅଗ୍ରତେ ପ୍ରଣାମ କଲେ।
Abrahamu akasujudu tena, mbele ya wenyeji wa nchi,
13 ପୁଣି, ସେହି ଦେଶୀୟ ଲୋକମାନଙ୍କ କର୍ଣ୍ଣଗୋଚରରେ ଇଫ୍ରୋଣକୁ କହିଲେ, “ଆପଣ ଯଦି ମୋତେ ତାହା ଦେବେ, ତେବେ ନିବେଦନ କରୁଅଛି, ମୋʼ କଥା ଶୁଣନ୍ତୁ; ମୁଁ ସେହି କ୍ଷେତ୍ରର ମୂଲ୍ୟ ଦେଉଅଛି, ଆପଣ ତାହା ଗ୍ରହଣ କରନ୍ତୁ; ତହିଁ ଉତ୍ତାରେ ମୁଁ ସେହି ସ୍ଥାନରେ ମୋର ଭାର୍ଯ୍ୟାର ମୃତ ଦେହକୁ କବର ଦେବି।”
akamwambia Efroni wale watu wakiwa wanasikia, “Tafadhali nisikilize. Nitakulipa fedha za hilo shamba. Kubali kuzipokea ili niweze kumzika maiti wangu.”
14 ତହିଁରେ ଇଫ୍ରୋଣ ଅବ୍ରହାମଙ୍କୁ ଉତ୍ତର ଦେଇ କହିଲା,
Efroni akamjibu Abrahamu,
15 “ପ୍ରଭୋ, ମୋʼ କଥା ଶୁଣନ୍ତୁ; ଭୂମି ଖଣ୍ଡକର ମୂଲ୍ୟ ତ ଚାରି ଶହ ଶେକଲ ରୂପା, ଆପଣଙ୍କ ଓ ଆମ୍ଭ ମଧ୍ୟରେ ତାହା କେତେ ମାତ୍ର? ଏଥିପାଇଁ ଆପଣ ନିଜ ଭାର୍ଯ୍ୟାର ମୃତ ଦେହକୁ କବର ଦେଉନ୍ତୁ।”
“Nisikilize, bwana wangu, thamani ya ardhi hiyo ni shekeli 400 za fedha, lakini hiyo ni nini kati yako na mimi? Mzike maiti wako.”
16 ଇଫ୍ରୋଣର ଏହି କଥା ଶୁଣି ଅବ୍ରହାମ ହିତ୍ତୀୟ ସନ୍ତାନମାନଙ୍କ କର୍ଣ୍ଣଗୋଚରରେ ଇଫ୍ରୋଣ ଦ୍ୱାରା ଉକ୍ତ ସଂଖ୍ୟାନୁସାରେ ତତ୍କାଳୀନ ବଣିକମାନଙ୍କ ମଧ୍ୟରେ ପ୍ରଚଳିତ ଚାରି ଶହ ଶେକଲ ରୂପା ତୌଲି ଇଫ୍ରୋଣକୁ ଦେଲେ।
Abrahamu akakubali masharti ya Efroni, akampimia ile fedha aliyotaja masikioni mwa Wahiti: Shekeli 400 za fedha kulingana na viwango vya uzito vilivyokuwa vikitumika wakati huo na wafanyabiashara.
17 ଏହେତୁ ମମ୍ରିର ପୂର୍ବବର୍ତ୍ତୀ ମକ୍ପେଲାରେ ଇଫ୍ରୋଣର ଯେଉଁ କ୍ଷେତ୍ର ଥିଲା, ସେହି କ୍ଷେତ୍ର ଓ ତନ୍ମଧ୍ୟସ୍ଥିତ ଗୁହା ଓ ତହିଁର ଚତୁଃସୀମାନ୍ତର୍ଗତ ବୃକ୍ଷସମୂହ,
Hivyo shamba la Efroni huko Makpela karibu na Mamre, yaani shamba pamoja na pango lililokuwamo, nayo miti yote iliyokuwamo ndani ya mipaka ya shamba hilo, vilikabidhiwa,
18 ଏହିସବୁରେ ହେତ୍ର ସନ୍ତାନମାନଙ୍କ ସାକ୍ଷାତରେ, ଅର୍ଥାତ୍, ତାହାର ନଗର-ଦ୍ୱାରରେ ପ୍ରବେଶକାରୀ ସମସ୍ତଙ୍କ ସାକ୍ଷାତରେ ଅବ୍ରହାମଙ୍କର ସ୍ୱତ୍ୱାଧିକାର ସ୍ଥିର କରାଗଲା।
kwa Abrahamu kuwa mali yake mbele ya Wahiti wote waliokuwa wamekuja kwenye lango la mji.
19 ଏଥିଉତ୍ତାରେ ଅବ୍ରହାମ ମମ୍ରିର ପୂର୍ବବର୍ତ୍ତୀ ମକ୍ପେଲା କ୍ଷେତ୍ରସ୍ଥିତ ଗୁହାରେ ଆପଣା ଭାର୍ଯ୍ୟା ସାରାକୁ କବର ଦେଲେ। ସେହି ସ୍ଥାନ କିଣାନ ଦେଶସ୍ଥ ହିବ୍ରୋଣ।
Baada ya hayo Abrahamu akamzika Sara mkewe kwenye pango ndani ya shamba la Makpela karibu na Mamre (huko Hebroni) katika nchi ya Kanaani.
20 ଏହିରୂପେ କବର ସ୍ଥାନର ଅଧିକାର ନିମନ୍ତେ ସେହି କ୍ଷେତ୍ର ଓ ତନ୍ମଧ୍ୟସ୍ଥିତ ଗୁହାରେ ଅବ୍ରହାମଙ୍କର ଅଧିକାର ହେତ୍ର ସନ୍ତାନମାନଙ୍କ ଦ୍ୱାରା ସ୍ଥିରୀକୃତ ହେଲା।
Hivyo Wahiti wakamkabidhi Abrahamu shamba pamoja na pango lililokuwa humo kuwa mahali pa kuzikia.