< ମୋଶାଙ୍କ ଲିଖିତ ପ୍ରଥମ ପୁସ୍ତକ 21 >

1 ଏଥିଉତ୍ତାରେ ସଦାପ୍ରଭୁ ଆପଣା ବାକ୍ୟାନୁସାରେ ସାରାର ତତ୍ତ୍ୱାବଧାନ କଲେ; ପୁଣି, ସଦାପ୍ରଭୁ ଯାହା କହିଥିଲେ, ସାରା ପ୍ରତି ତାହା କଲେ।
Yahwe akamsikiliza Sara kwa umakini kama alivyo kuwa amemwambia, Yahwe akamfanyia Sara kama alivyo kuwa amemwahidi.
2 ତହିଁରେ ସାରା ଅବ୍ରହାମଙ୍କର ବୃଦ୍ଧାବସ୍ଥାରେ ଗର୍ଭବତୀ ହୋଇ ପରମେଶ୍ୱରଙ୍କ ଦ୍ୱାରା ନିରୂପିତ ସମୟରେ ପୁତ୍ର ପ୍ରସବ କଲେ।
Sara akachukua mimba na akamzalia Abraham mtoto wa kiume katika uzee wake, katika muda ule ule ambao Mungu alikuwa amemwambia.
3 ସେତେବେଳେ ଅବ୍ରହାମ ସାରାର ଗର୍ଭଜାତ ନିଜ ପୁତ୍ରର ନାମ ଇସ୍‌ହାକ ରଖିଲେ।
Abraham akamwita jina mwanawe, ambaye alizaliwa kwake, na Sara, Isaka.
4 ପୁଣି, ଅବ୍ରହାମ ପରମେଶ୍ୱରଙ୍କ ଆଜ୍ଞାନୁସାରେ ଆପଣା ପୁତ୍ର ଇସ୍‌ହାକକୁ ଅଷ୍ଟମ ଦିନରେ ସୁନ୍ନତ କଲେ।
Abraham akamtahiri mwanawe Isaka alipofikisha siku nane, kama vile Mungu alivyokuwa amemwagiza.
5 ଅବ୍ରହାମଙ୍କର ଶହେ ବର୍ଷ ବୟସରେ ତାଙ୍କର ପୁତ୍ର ଇସ୍‌ହାକ ଜାତ ହେଲା।
Abraham alikuwa na umri wa miaka mia moja wakati mwanawe Isaka anazaliwa kwake.
6 ଆଉ ସାରା କହିଲେ, “ପରମେଶ୍ୱର ମୋତେ ହସାଇଲେ, ଏହା ଶୁଣି ସମସ୍ତେ ମୋʼ ସହିତ ହସିବେ।”
Sara akasema, “Mungu amenifanya nicheke; kila mtu atakaye sikia atacheka pamoja na nami.”
7 ସେ ଆହୁରି କହିଲେ, “ସାରା ସନ୍ତାନମାନଙ୍କୁ ସ୍ତନପାନ କରାଇବ, ଏ କଥା ଅବ୍ରହାମଙ୍କୁ କିଏ କହିପାରନ୍ତା? ଯେହେତୁ ମୁଁ ଏବେ ତାଙ୍କର ବୃଦ୍ଧାବସ୍ଥାରେ ପୁତ୍ର ପ୍ରସବ କଲି।”
Pia akasema, “Nani angesema kwa Abraham kwamba Sara atalea mtoto, na sasa kweli nimemzalia mtoto wakiume katika uzee wake!”
8 ଆଉ ବାଳକ ବଡ଼ ହୁଅନ୍ତେ, ସେମାନେ ତାକୁ ସ୍ତନପାନ ତ୍ୟାଗ କରାଇଲେ; ପୁଣି, ଯେଉଁ ଦିନ ଇସ୍‌ହାକକୁ ସ୍ତନପାନ ତ୍ୟାଗ କରାଇଲେ, ସେହି ଦିନ ଅବ୍ରହାମ ମହାଭୋଜ ପ୍ରସ୍ତୁତ କଲେ।
Mtoto akakua na akaachishwa kunyonya, na Abraham akafanya sherehe kubwa katika siku ambayo Isaka aliachishwa.
9 ଏଥିଉତ୍ତାରେ ମିସରୀୟା ହାଗାର ଅବ୍ରହାମଙ୍କ ନିମନ୍ତେ ଯେଉଁ ପୁତ୍ର ଜନ୍ମ କରିଥିଲା, ସାରା ଦେଖିଲା, ସେ ପରିହାସ କରୁଅଛି।
Sara akamwona mwana wa Hajiri Mmisri, ambaye alikuwa amezaliwa kwa Abraham, akidhihaki.
10 ଏହେତୁ ସେ ଅବ୍ରହାମଙ୍କୁ କହିଲା, “ତୁମ୍ଭେ ଏହି ଦାସୀକୁ ଓ ଏହାର ପୁତ୍ରକୁ ଦୂର କରିଦିଅ; କାରଣ ଏହି ଦାସୀର ପୁତ୍ର ମୋହର ପୁତ୍ର ଇସ୍‌ହାକ ସହିତ ଉତ୍ତରାଧିକାରୀ ହେବ ନାହିଁ।”
Kwa hiyo akamwambia Abraham, “Mfukuze huyu mwanamke huyu mtumwa pamoja na mtoto wake: kwa kuwa mtoto huyu wa mwanamke mtumwa hawezi kuwa mrithi pamoja na mwanangu Isaka.”
11 ଏହି କଥା ଶୁଣି ଅବ୍ରହାମ ଆପଣା ପୁତ୍ର ସକାଶୁ ଅତି ଦୁଃଖିତ ହେଲେ।
Jambo hili likamuhuzunisha sana Abraham kwa sababu ya mwanawe.
12 ସେତେବେଳେ ପରମେଶ୍ୱର ଅବ୍ରହାମଙ୍କୁ କହିଲେ, “ତୁମ୍ଭେ ଏହି ବାଳକ ଓ ତୁମ୍ଭ ଦାସୀ ନିମନ୍ତେ ଦୁଃଖିତ ହୁଅ ନାହିଁ; ସାରା ତୁମ୍ଭକୁ ଯାହା କହୁଅଛି, ତାହାର ସେହି କଥାରେ ମନୋଯୋଗ କର; ଯେହେତୁ ଇସ୍‌ହାକଠାରୁ ତୁମ୍ଭର ବଂଶ ବିଖ୍ୟାତ ହେବ।
Lakini Mungu akamwambia Abraham, “Usihuzunike kwa sababu ya kijana huyu, na kwa sababu ya mwanamke huyu mtumwa wako. Sikiliza maneno asemayo Sara juu ya jambo hili, kwa sababu itakuwa kupitia Isaka kwamba uzao wako utaitwa.
13 ଆଉ ଏହି ଦାସୀର ପୁତ୍ର ତୁମ୍ଭର ବଂଶ, ଏଣୁ ଆମ୍ଭେ ତାହାଠାରୁ ଏକ ଗୋଷ୍ଠୀ ଉତ୍ପନ୍ନ କରିବା।”
Nitamfanya pia mtoto wa mjakazi kuwa taifa, kwa sababu ni uzao wako.”
14 ଏଥିଉତ୍ତାରେ ଅବ୍ରହାମ ପ୍ରଭାତରେ ଉଠି ରୁଟି ଓ ଜଳପୂର୍ଣ୍ଣ କୁମ୍ପା ଘେନି ହାଗାରର ସ୍କନ୍ଧରେ ଦେଇ ବାଳକଙ୍କୁ ସମର୍ପଣ କରି ତାହାଙ୍କୁ ବିଦାୟ କଲେ; ତହିଁରେ ସେ ପ୍ରସ୍ଥାନ କରି ବେର୍‍ଶେବା ନାମକ ପ୍ରାନ୍ତରରେ ପଥ ହରାଇଲା।
Abraham akaamka asubuhi na mapema, akachukua mkate na kiriba cha maji, akampatia Hajiri, akiweka juu ya bega lake. Akamtoa kijana akampatia Hajiri na akawaondoa. Hajiri akaondoka akapotea katika jangwa la Beerisheba.
15 ପୁଣି, କୁମ୍ପାର ଜଳ ଶେଷ ହୁଅନ୍ତେ, ହାଗାର ଗୋଟିଏ ବୁଦାର ମୂଳରେ ବାଳକଙ୍କୁ ଛାଡ଼ିଦେଲା।
Maji yalipokwisha kwenye kiriba akamtelekeza kijana katika moja ya vichaka.
16 ପୁଣି, ସେ ତାହା ଆଗରୁ ଦୂରକୁ ତୀରେକ ପରିମାଣ ଯାଇ ବସିଲା; କାରଣ ସେ କହିଲା, “ବାଳକର ମରଣ ମୁଁ ଦେଖିବି ନାହିଁ।” ପୁଣି, ସେ ତାହା ଆଗରେ ବସି ଉଚ୍ଚସ୍ୱରରେ ରୋଦନ କଲା।
Kisha akaondoka, na akakaa umbali kidogo na yule kijana, umbali kama wa kutupa mshale, kwa vile alisema, “Na nisitazame kifo cha mtoto.” Alipokuwa amekaa kumkabili, akapaza sauti yake akalia.
17 ସେତେବେଳେ ପରମେଶ୍ୱର ବାଳକର ରବ ଶୁଣିଲେ; ପୁଣି, ପରମେଶ୍ୱରଙ୍କ ଦୂତ ଆକାଶରୁ ଡାକି ହାଗାରଙ୍କୁ କହିଲେ, “ଆଗୋ ହାଗାର, ତୁମ୍ଭର କଅଣ ହେଲା? ଭୟ କର ନାହିଁ; କାରଣ, ଯେଉଁ ସ୍ଥାନରେ ବାଳକ ଅଛି, ସେହି ସ୍ଥାନରେ ପରମେଶ୍ୱର ତାହାର ରବ ଶୁଣିଅଛନ୍ତି।
Mungu akasikia kilio cha kijana, na malaika wa Mungu akamwita Hajiri kutoka mbinguni, akamwambia, “Nini kinakusumbua? Usiogope, kwa kuwa Mungu amesikia kilio cha kijana mahali alipo.
18 ତୁମ୍ଭେ ଠିଆ ହୋଇ ବାଳକଙ୍କୁ ଉଠାଇ ହସ୍ତରେ ଧର; ଆମ୍ଭେ ତାହାଠାରୁ ଏକ ମହାଗୋଷ୍ଠୀ ଉତ୍ପନ୍ନ କରିବା।”
Inuka msimamishe mtoto, na umtie moyo; kwa kuwa nitamfanya kuwa taifa kubwa.”
19 ସେତେବେଳେ ପରମେଶ୍ୱର ତାହାର ଚକ୍ଷୁ ପ୍ରସନ୍ନ କରନ୍ତେ, ସେ ସଜଳ କୂପ ଦେଖିବାକୁ ପାଇ ସେଠାକୁ ଯାଇ କୁମ୍ପାରେ ଜଳ ପୂରାଇ ବାଳକକୁ ପାନ କରାଇଲା।
Kisha Mungu akayafunua macho ya Hajiri, natazama akaona kisima cha maji. Akaenda akajaza kiriba maji, na akampatia kijana akanywa.
20 ଏଥିଉତ୍ତାରେ ପରମେଶ୍ୱର ବାଳକର ସହାୟ ହୁଅନ୍ତେ, ସେ ବଡ଼ ହେଲା, ପୁଣି, ପ୍ରାନ୍ତରରେ ଥାଇ ଧନୁର୍ଦ୍ଧର ହେଲା।
Mungu akawa pamoja na kijana, na akakua. Akaishi jangwani akawa mwindaji.
21 ସେ ପାରଣ ନାମକ ପ୍ରାନ୍ତରରେ ବସତି କଲା; ତହିଁ ଉତ୍ତାରେ ତାହାର ମାତା ଏକ ମିସର ଦେଶୀୟା କନ୍ୟା ସଙ୍ଗେ ତାହାର ବିବାହ କଲା।
Akaishi katka jangwa la Parani, na mama yake akampatia mke kutoka Misri.
22 ଏହି ସମୟରେ ଅବିମେଲକ ଓ ଫୀଖୋଲ ନାମକ ତାଙ୍କର ସେନାପତି ଅବ୍ରହାମଙ୍କୁ କହିଲେ, “ପରମେଶ୍ୱର ତୁମ୍ଭର ସବୁ କାର୍ଯ୍ୟରେ ସହାୟ ଅଟନ୍ତି।
Ikawa kwamba katika wakati ule Abimeleki na Fikoli kamanda wa jeshi lake akamwambia Abraham, akisema, “Mungu yuko pamoja na wewe katika yote uyatendayo.
23 ଏଥିପାଇଁ ତୁମ୍ଭେ ଆମ୍ଭ ପ୍ରତି ଓ ଆମ୍ଭର ପୁତ୍ରପୌତ୍ର ପ୍ରତି ବିଶ୍ୱାସଘାତକତା କରିବ ନାହିଁ; ପୁଣି, ଆମ୍ଭେ ତୁମ୍ଭ ପ୍ରତି ଯେପରି ଅନୁଗ୍ରହ କରିଅଛୁ, ତଦନୁସାରେ ତୁମ୍ଭେ ଆମ୍ଭ ପ୍ରତି ଓ ତୁମ୍ଭର ପ୍ରବାସ ସ୍ଥାନ ଏହି ଦେଶ ପ୍ରତି ଅନୁଗ୍ରହ କରିବ, ଆମ୍ଭ ଆଗରେ ପରମେଶ୍ୱରଙ୍କ ଶପଥ କରି ଏହି କଥା କୁହ।”
Sasa niapie kwa Mungu kwamba hutanifanyia baya, wala mwanangu, wala uzao wangu. Onesha kwangu na kwa nchi ambayo umekuwa ukikaa agano lile lile la uaminifu ambalo nimekuonesha wewe.”
24 ତହିଁରେ ଅବ୍ରହାମ କହିଲେ, “ମୁଁ ଶପଥ କରିବି।”
Abraham akasema, “Nina apa.”
25 ଆଉ ଅବିମେଲକଙ୍କ ଦାସଗଣ ଅବ୍ରହାମଙ୍କର ଏକ ସଜଳ କୂପ ବଳରେ ଅଧିକାର କରିଥିଲେ, ତେଣୁକରି ଅବ୍ରହାମ ଅବିମେଲକଙ୍କୁ ଅନୁଯୋଗ କଲେ।
Abraham pia akamlalamikia Abimeleki kuhusu kisima cha maji ambacho watumishi wa Abimeleki wamekinyang'anya.
26 ତହିଁରେ ଅବିମେଲକ କହିଲେ, “ଏ କର୍ମ କିଏ କଲା, ତାହା ଆମ୍ଭେ ଜାଣି ନାହୁଁ; ପୁଣି, ତୁମ୍ଭେ ହିଁ ଆମ୍ଭକୁ ଜଣାଇ ନାହଁ; ଆମ୍ଭେ କେବଳ ଆଜି ଏ କଥା ଶୁଣିଲୁ।”
Abimeleki akasema, “Sijui ni nani amefanya jambo hili. Hukuniambia mapema; na sijalisikia ila leo hii.”
27 ଏଥିଉତ୍ତାରେ ଅବ୍ରହାମ ମେଷ ଓ ଗୋରୁ ଘେନି ଅବିମେଲକଙ୍କୁ ଦେଲେ, ପୁଣି, ଦୁହେଁ ଗୋଟିଏ ନିୟମ ସ୍ଥିର କଲେ।
Kwa hiyo Abraham akachukua kondoo na ng'ombe maksai akampatia Abimeleki, na wawili hawa wakafanya agano.
28 ଆଉ ଅବ୍ରହାମ ପଲରୁ ସାତଗୋଟି ମେଷବତ୍ସା ପୃଥକ କରି ରଖିଲେ।
Kisha Abraham akatenga wanakondoo wa kike saba pekeyao.
29 ତହିଁରେ ଅବିମେଲକ ଅବ୍ରହାମଙ୍କୁ ପଚାରିଲେ, “ତୁମ୍ଭେ କି ଅଭିପ୍ରାୟରେ ଏହି ସାତଗୋଟି ମେଷବତ୍ସା ପୃଥକ କରି ରଖିଲ?”
Abimeleki akamwambia Abraham, “Nini maana ya hawa wanakondoo wa kike saba ambao umewatenga pekeyao?”
30 ଅବ୍ରହାମ କହିଲେ, “ମୁଁ ଯେ ଏହି କୂପ ଖୋଳିଅଛି, ତହିଁର ପ୍ରମାଣ ନିମନ୍ତେ ମୋʼ ଠାରୁ ଏହି ସାତଗୋଟି ମେଷବତ୍ସା ନେବାକୁ ହେବ।”
Akajibu, “Hawa wanakondoo wa kike saba utawapokea kutoka mkonono mwangu, ili kwamba uwe ushahidi kwangu, kuwa nichimba kisima hiki.”
31 ଏଣୁ ସେହି ସ୍ଥାନର ନାମ ବେର୍‍ଶେବା (ଶପଥ-କୂପ) ହେଲା, ଯେହେତୁ ସେହିଠାରେ ସେ ଦୁହେଁ ଶପଥ କଲେ।
Kwa hiyo akaita mahali pale Beerisheba, kwa sababu mahali pale wote wawili wali apa kiapo.
32 ଏହିରୂପେ ସେମାନେ ବେର୍‍ଶେବା ନିକଟରେ ନିୟମ ସ୍ଥିର କରନ୍ତେ, ଅବିମେଲକ ଓ ଫୀଖୋଲ ନାମକ ତାଙ୍କର ସେନାପତି ଉଠି ପଲେଷ୍ଟୀୟମାନଙ୍କ ଦେଶକୁ ଫେରିଗଲେ।
Walifanya agano hapo Bersheba, kisha Abimeleki na Fikoli, amiri wa jeshi, wakarudi katika nchi ya Wafilisti.
33 ଏଥିଉତ୍ତାରେ ଅବ୍ରହାମ ସେହି ବେର୍‍ଶେବା ନିକଟରେ ଏକ ଝାଉଁ ବୃକ୍ଷ ରୋପଣ କରି ସେହି ସ୍ଥାନରେ ଅନାଦି ଅନନ୍ତ ପରମେଶ୍ୱର ସଦାପ୍ରଭୁଙ୍କ ନାମରେ ପ୍ରାର୍ଥନା କଲେ।
Abraham akapanda mti wa mkwaju katika Beerisheba. Na pale akamwabudu Yahwe, Mungu wa milele.
34 ପୁଣି, ଅବ୍ରହାମ ପଲେଷ୍ଟୀୟମାନଙ୍କ ଦେଶରେ ବହୁ ଦିନ ପ୍ରବାସ କଲେ।
Abraham akasalia kuwa mgeni katika nchi ya Wafilisti kwa siku nyingi.

< ମୋଶାଙ୍କ ଲିଖିତ ପ୍ରଥମ ପୁସ୍ତକ 21 >