< ମୋଶାଙ୍କ ଲିଖିତ ପ୍ରଥମ ପୁସ୍ତକ 20 >

1 ଏଥିଉତ୍ତାରେ ଅବ୍ରହାମ ସେଠାରୁ ଦକ୍ଷିଣ ଦେଶକୁ ଯାତ୍ରା କରି କାଦେଶ ଓ ଶୂରର ମଧ୍ୟସ୍ଥାନରେ ଥାଇ ଗରାରରେ ପ୍ରବାସ କଲେ।
Abraham partit de là pour la contrée du Midi; il s’établit entre Cadès et Sur, et fit un séjour à Gérare.
2 ପୁଣି, ଅବ୍ରହାମ ଆପଣା ଭାର୍ଯ୍ୟା ସାରା ବିଷୟରେ କହିଲେ, “ସେ ମୋହର ଭଗିନୀ;” ଏହେତୁ ଗରାରର ରାଜା ଅବିମେଲକ ଲୋକ ପଠାଇ ସାରାକୁ ନେଇଗଲେ।
Abraham disait de Sara, sa femme: « C’est ma sœur. » Abimélech, roi de Gérare, envoya prendre Sara.
3 ତହୁଁ ରାତ୍ରିକାଳରେ ପରମେଶ୍ୱର ସ୍ୱପ୍ନ ଯୋଗେ ଅବିମେଲକଙ୍କ ନିକଟକୁ ଆସି କହିଲେ, “ଦେଖ; ତୁମ୍ଭେ ମୃତକଳ୍ପ, କାରଣ ସେହି ଯେଉଁ ସ୍ତ୍ରୀକୁ ତୁମ୍ଭେ ନେଇଅଛ, ତାହାର ସ୍ୱାମୀ ଅଛି।”
Mais Dieu vint à Abimélech en songe pendant la nuit, et lui dit: « Voici, tu vas mourir à cause de la femme que tu as prise: car elle a un mari. »
4 ମାତ୍ର ଅବିମେଲକ ତାହାର ସହବାସ କରି ନ ଥିବାରୁ କହିଲେ, “ହେ ପ୍ରଭୁ, ଯେଉଁ ଦେଶୀୟ ଲୋକେ ନିର୍ଦ୍ଦୋଷ, ସେମାନଙ୍କୁ ହିଁ କି ଆପଣ ବଧ କରିବେ?
Or Abimélech ne s’était pas approché d’elle; il répondit: « Seigneur, ferez-vous mourir des gens même innocents?
5 ସେହି ବ୍ୟକ୍ତି କି ନିଜେ ମୋତେ କହି ନ ଥିଲା ଯେ, ସେ ମୋହର ଭଗିନୀ? ପୁଣି, ସେହି ସ୍ତ୍ରୀ ନିଜେ କହିଲା କି ସେ ମୋହର ଭ୍ରାତା; ଏଣୁ ମନର ସରଳତା ଓ ହସ୍ତର ନିର୍ଦ୍ଦୋଷତାରେ ମୁଁ ଏହି କାର୍ଯ୍ୟ କରିଅଛି।”
Ne m’a-t-il pas dit: C’est ma sœur? Et elle-même m’a dit aussi: C’est mon frère. C’est avec un cœur intègre et des mains pures que j’ai fait cela. »
6 ତେବେ ପରମେଶ୍ୱର ସ୍ୱପ୍ନ ଯୋଗେ ତାହାକୁ କହିଲେ, “ତୁମ୍ଭେ ମନର ସରଳତାରେ ଏହି କର୍ମ କରିଅଛ; ଏହା ଆମ୍ଭେ ଜାଣୁ; ପୁଣି, ଆମ୍ଭେ ମଧ୍ୟ ଆମ୍ଭ ବିରୁଦ୍ଧରେ ପାପ କରିବାକୁ ତୁମ୍ଭକୁ ବାରଣ କଲୁ; ଏନିମନ୍ତେ ତାଙ୍କୁ ସ୍ପର୍ଶ କରିବାକୁ ତୁମ୍ଭଙ୍କୁ ଦେଲୁ ନାହିଁ।
Dieu lui dit en songe: « Moi aussi, je sais que c’est avec un cœur intègre que tu as agi; aussi t’ai-je retenu de pécher contre moi. C’est pourquoi je n’ai pas permis que tu la touches.
7 ଏହେତୁ ଏବେ ସେହି ମନୁଷ୍ୟର ଭାର୍ଯ୍ୟାକୁ ଫେରାଇ ଦିଅ; ଯେହେତୁ ସେ ଭବିଷ୍ୟଦ୍‍ବକ୍ତା, ସେ ତୁମ୍ଭ ଲାଗି ପ୍ରାର୍ଥନା କରିବ, ତହିଁରେ ତୁମ୍ଭେ ବଞ୍ଚିବ; ମାତ୍ର ଯଦି ତାଙ୍କୁ ଫେରାଇ ନ ଦେବ, ତେବେ ଅବଶ୍ୟ ତୁମ୍ଭେ ସପରିବାରରେ ମରିବ, ଏହା ଜାଣିଥାଅ।”
Maintenant, rends la femme de cet homme, car il est prophète; il priera pour toi, et tu vivras. Si tu ne la rends pas, sache que tu mourras certainement, toi et tous ceux qui t’appartiennent. »
8 ଏଥିଉତ୍ତାରେ ଅବିମେଲକ ପ୍ରଭାତରେ ଉଠି ଦାସମାନଙ୍କୁ ଡାକି ଏସବୁ ବୃତ୍ତାନ୍ତ ସେମାନଙ୍କ କର୍ଣ୍ଣଗୋଚର କରନ୍ତେ, ସେମାନେ ଅତି ଭୟାକୁଳ ହେଲେ।
Abimélech se leva de bon matin, appela tous ses serviteurs et leur rapporta toutes ces choses; et ces gens furent saisis d’une grande frayeur.
9 ତହିଁରେ ଅବିମେଲକ ଅବ୍ରହାମଙ୍କୁ ଡାକି କହିଲେ, “ତୁମ୍ଭେ ଆମ୍ଭମାନଙ୍କ ପ୍ରତି ଏ କି ବ୍ୟବହାର କଲ? ତୁମ୍ଭେ ଯେ ଆମ୍ଭକୁ ଓ ଆମ୍ଭର ରାଜ୍ୟକୁ ମହା ପାପଗ୍ରସ୍ତ କଲ, ଆମ୍ଭେ ତୁମ୍ଭ ବିରୁଦ୍ଧରେ ଏପରି କି ଦୋଷ କରିଅଛୁ? ତୁମ୍ଭେ ଆମ୍ଭ ପ୍ରତି ଅକର୍ତ୍ତବ୍ୟ କର୍ମ କଲ।”
Puis Abimélech appela Abraham et lui dit: « Qu’est-ce que tu nous as fait? En quoi ai-je manqué à ton égard, que tu aies fait venir sur moi et sur mon royaume un si grand péché? Tu as fait avec moi des choses qui ne se font pas. »
10 ଅବିମେଲକ ଅବ୍ରହାମଙ୍କୁ ଆହୁରି କହିଲେ, “ତୁମ୍ଭେ କʼଣ ଦେଖି ଏରୂପ କର୍ମ କଲ?”
Abimélech dit encore à Abraham: « À quoi as-tu pensé en agissant de la sorte? »
11 ସେତେବେଳେ ଅବ୍ରହାମ କହିଲେ, “ଏ ଦେଶରେ ପରମେଶ୍ୱରଙ୍କ ପ୍ରତି କିଛି ଭୟ ନାହିଁ; ଏନିମନ୍ତେ ମୁଁ ଭାବିଲି, ଏମାନେ ଅବା ମୋହର ଭାର୍ଯ୍ୟା ଲୋଭରେ ମୋତେ ବଧ କରିବେ।
Abraham répondit: « Je me disais: Il n’y a sans doute aucune crainte de Dieu dans ce pays, et l’on me tuera à cause de ma femme.
12 ସେ ମୋହର ଭଗିନୀ, ଏହା ସତ୍ୟ, ଯେହେତୁ ସେ ମୋହର ପିତୃକନ୍ୟା, ମାତୃକନ୍ୟା ନୁହେଁ, ପୁଣି, ମୋହର ଭାର୍ଯ୍ୟା ହେଲା।
Et d’ailleurs elle est vraiment ma sœur; elle est fille de mon père, quoiqu’elle ne soit pas fille de ma mère, et elle est devenue ma femme.
13 ଯେତେବେଳେ ପରମେଶ୍ୱର ମୋତେ ପୈତୃକ ଗୃହରୁ ଭ୍ରମଣ କରାଇଲେ, ସେତେବେଳେ ମୁଁ ତାହାକୁ କହିଲି, ‘ତୁମ୍ଭେ ମୋʼ ପ୍ରତି ଏହି ଅନୁଗ୍ରହ କରିବ, ଆମ୍ଭେମାନେ ଯେଉଁ ଯେଉଁ ସ୍ଥାନକୁ ଯିବୁ, ସେହି ସେହି ସ୍ଥାନରେ ତୁମ୍ଭେ ମୋତେ ଭାଇ ବୋଲି ପରିଚୟ ଦେବ।’”
Lorsque Dieu me fit errer loin de la maison de mon père, je dis à Sara: Voici la grâce que tu me feras: dans tous les lieux où nous arriverons, dis de moi: C’est mon frère. »
14 ସେତେବେଳେ ଅବିମେଲକ ମେଷ ଓ ଗୋରୁ ଓ ଦାସଦାସୀ ଅଣାଇ ଅବ୍ରହାମଙ୍କୁ ଦେଲେ ଓ ତାଙ୍କର ଭାର୍ଯ୍ୟା ସାରାକୁ ମଧ୍ୟ ଫେରାଇ ଦେଲେ।
Alors Abimélech prit des brebis et des bœufs, des serviteurs et des servantes, et les donna à Abraham; et il lui rendit Sara, sa femme.
15 ଏଥିଉତ୍ତାରେ ଅବିମେଲକ କହିଲେ, “ଦେଖ, ଆମ୍ଭର ଏହି ସମସ୍ତ ଦେଶ ତୁମ୍ଭ ସମ୍ମୁଖରେ ଅଛି, ତୁମ୍ଭର ଯେଉଁଠାରେ ଇଚ୍ଛା, ସେହିଠାରେ ବାସ କର।”
Abimélech dit: « Voici, mon pays est devant toi; habite où il te plaira. »
16 ପୁଣି, ସେ ସାରାକୁ କହିଲେ, “ଦେଖ, ଆମ୍ଭେ ତୁମ୍ଭ ଭ୍ରାତାକୁ ସହସ୍ର ଖଣ୍ଡ ରୂପା ଦେଲୁ; ଦେଖ, ତାହା ତୁମ୍ଭ ପ୍ରତି ଘଟିଥିବା ସକଳ ବିଷୟ ନିମନ୍ତେ ସମସ୍ତଙ୍କ ସାକ୍ଷାତରେ ଚକ୍ଷୁର ଆବରଣ ସ୍ୱରୂପ; ଆଉ ସମସ୍ତ ବିଷୟରେ ତୁମ୍ଭ ପ୍ରତି ନ୍ୟାୟବିଚାର କରାଗଲା।”
Et il dit à Sara: « Je donne à ton frère mille pièces d’argent; cela te sera un voile sur les yeux pour tous ceux qui sont avec toi et pour tous; te voilà justifiée. »
17 ଏଥିଉତ୍ତାରେ ଅବ୍ରହାମ ପରମେଶ୍ୱରଙ୍କ ନିକଟରେ ପ୍ରାର୍ଥନା କରନ୍ତେ, ପରମେଶ୍ୱର ଅବିମେଲକଙ୍କୁ ଓ ତାଙ୍କ ଭାର୍ଯ୍ୟାକୁ ଓ ତାହାର ଦାସୀଗଣକୁ ସୁସ୍ଥ କଲେ; ତହିଁରେ ସେମାନଙ୍କର ସନ୍ତାନସନ୍ତତି ଜାତ ହେଲେ।
Abraham intercéda auprès de Dieu, et Dieu guérit Abimélech, sa femme et ses servantes, et ils eurent des enfants.
18 ଯେହେତୁ ଅବ୍ରହାମଙ୍କର ଭାର୍ଯ୍ୟା ସାରା ସକାଶେ ସଦାପ୍ରଭୁ ଅବିମେଲକଙ୍କ ଗୃହସ୍ଥିତ ଲୋକମାନଙ୍କର ଗର୍ଭରୋଧ କରିଥିଲେ।
Car Yahweh avait rendu tout sein stérile dans la maison d’Abimélech, à cause de Sara, femme d’Abraham.

< ମୋଶାଙ୍କ ଲିଖିତ ପ୍ରଥମ ପୁସ୍ତକ 20 >