< ମୋଶାଙ୍କ ଲିଖିତ ପ୍ରଥମ ପୁସ୍ତକ 19 >

1 ଏଥିଉତ୍ତାରେ ସନ୍ଧ୍ୟା ବେଳେ ସେହି ଦୁଇ ସ୍ୱର୍ଗଦୂତ ସଦୋମରେ ଉପସ୍ଥିତ ହେଲେ; ସେତେବେଳେ ଲୋଟ ସଦୋମ ନଗରର ଦ୍ୱାରରେ ଉପବିଷ୍ଟ ଥିବାରୁ ସେମାନଙ୍କୁ ଦେଖି ସେମାନଙ୍କ ସହିତ ସାକ୍ଷାତ କରିବାକୁ ଉଠିଲା, ପୁଣି, ଭୂମିଷ୍ଠ ପ୍ରଣାମ କରି କହିଲା
ויבאו שני המלאכים סדמה בערב ולוט ישב בשער סדם וירא לוט ויקם לקראתם וישתחו אפים ארצה׃
2 “ହେ ମୋହର ପ୍ରଭୁମାନେ, ମୁଁ ବିନୟ କରୁଅଛି, ଆଜି ରାତ୍ର ଆପଣମାନଙ୍କ ଏହି ଦାସର ଗୃହରେ ପଦାର୍ପଣ କରି ବାସ କରନ୍ତୁ ଓ ପାଦ ପ୍ରକ୍ଷାଳନ କରନ୍ତୁ; ତହୁଁ ସକାଳୁ ଉଠି ଯାତ୍ରା କରିବେ।” ତହିଁରେ ସେମାନେ କହିଲେ, “ନା; ଆମ୍ଭେମାନେ ଦାଣ୍ଡରେ ସମସ୍ତ ରାତ୍ରି କ୍ଷେପଣ କରିବୁ।”
ויאמר הנה נא אדני סורו נא אל בית עבדכם ולינו ורחצו רגליכם והשכמתם והלכתם לדרככם ויאמרו לא כי ברחוב נלין׃
3 ମାତ୍ର ଲୋଟ ଅତିଶୟ ବଳାଇବାରୁ ସେମାନେ ତାହା ସହିତ ଯାଇ ତାହାର ଘରେ ପ୍ରବେଶ କଲେ; ତହୁଁ ସେ ସେମାନଙ୍କର ପାଇଁ ତାଡ଼ିଶୂନ୍ୟ ରୁଟି ଆଦି ଖାଦ୍ୟଦ୍ରବ୍ୟ ପ୍ରସ୍ତୁତ କରନ୍ତେ, ସେମାନେ ଭୋଜନ କଲେ।
ויפצר בם מאד ויסרו אליו ויבאו אל ביתו ויעש להם משתה ומצות אפה ויאכלו׃
4 ମାତ୍ର ସେମାନେ ଶୟନ କରିବା ପୂର୍ବେ ସେହି ନଗରର ଲୋକମାନେ, ଅର୍ଥାତ୍‍, ସଦୋମର ଯୁବାବୃଦ୍ଧାଦି ସମସ୍ତ ଲୋକ ଚାରିଆଡ଼ୁ ଆସି ତାହାର ଘର ଘେରିଲେ।
טרם ישכבו ואנשי העיר אנשי סדם נסבו על הבית מנער ועד זקן כל העם מקצה׃
5 ପୁଣି, ଲୋଟକୁ ଡାକି କହିଲେ, “ଆଜି ରାତ୍ରିରେ ଯେଉଁ ମନୁଷ୍ୟମାନେ ତୁମ୍ଭ ଘରକୁ ଆସିଲେ, ସେମାନେ କାହାନ୍ତି? ସେମାନଙ୍କୁ ବାହାର କରି ଆମ୍ଭମାନଙ୍କ ପାଖକୁ ଆଣ। ଆମ୍ଭେମାନେ ସେମାନଙ୍କଠାରେ ଉପଗତ ହେବା।”
ויקראו אל לוט ויאמרו לו איה האנשים אשר באו אליך הלילה הוציאם אלינו ונדעה אתם׃
6 ତହିଁରେ ଲୋଟ ବାହାରକୁ ଆସି ଦ୍ୱାର ବନ୍ଦ କରି କହିଲା,
ויצא אלהם לוט הפתחה והדלת סגר אחריו׃
7 “ହେ ଭାଇମାନେ, ମୁଁ ବିନୟ କରୁଅଛି, ଏପରି କୁବ୍ୟବହାର କର ନାହିଁ।
ויאמר אל נא אחי תרעו׃
8 ଦେଖ, ପୁରୁଷ-ଅସ୍ପୃଷ୍ଟା ମୋହର ଦୁଇଟି କନ୍ୟା ଅଛନ୍ତି, ସେମାନଙ୍କୁ ତୁମ୍ଭମାନଙ୍କ ନିକଟକୁ ଆଣୁଅଛି, ତୁମ୍ଭମାନଙ୍କ ଦୃଷ୍ଟିରେ ଯାହା ଭଲ, ତାହା ସେମାନଙ୍କ ପ୍ରତି କର, ମାତ୍ର ସେହି ମନୁଷ୍ୟମାନଙ୍କ ପ୍ରତି କିଛି କର ନାହିଁ, କାରଣ ଏଥିନିମନ୍ତେ ସେମାନେ ମୋʼ ଛାତ ତଳେ ଆଶ୍ରୟ ନେଇଅଛନ୍ତି।”
הנה נא לי שתי בנות אשר לא ידעו איש אוציאה נא אתהן אליכם ועשו להן כטוב בעיניכם רק לאנשים האל אל תעשו דבר כי על כן באו בצל קרתי׃
9 ସେତେବେଳେ ସେମାନେ କହିଲେ, “ଘୁଞ୍ଚି ଯା।” ପୁଣି କହିଲେ, “ଏ ଲୋକଟା ଆମ୍ଭମାନଙ୍କ ମଧ୍ୟରେ ପ୍ରବାସ କରିବାକୁ ଆସି ଆମ୍ଭମାନଙ୍କର ବିଚାରକର୍ତ୍ତା ହେବାକୁ ଚାହେଁ; ଏବେ ସେମାନଙ୍କଠାରୁ ତୋʼ ପ୍ରତି ଆହୁରି କୁବ୍ୟବହାର କରିବା।” ତହୁଁ ସେମାନେ ସେହି ମନୁଷ୍ୟ, ଅର୍ଥାତ୍‍, ଲୋଟ ପ୍ରତି ବଳ ପ୍ରୟୋଗ କରି କବାଟ ଭାଙ୍ଗିବାକୁ ଗଲେ।
ויאמרו גש הלאה ויאמרו האחד בא לגור וישפט שפוט עתה נרע לך מהם ויפצרו באיש בלוט מאד ויגשו לשבר הדלת׃
10 ମାତ୍ର ସେହି ଦୁଇ ଜଣ ହସ୍ତ ବଢ଼ାଇ ଲୋଟକୁ ଗୃହ ମଧ୍ୟରେ ଆପଣାମାନଙ୍କ ନିକଟକୁ ଟାଣି ନେଇ ଦ୍ୱାର ବନ୍ଦ କଲେ।
וישלחו האנשים את ידם ויביאו את לוט אליהם הביתה ואת הדלת סגרו׃
11 ପୁଣି, ଦ୍ୱାର ନିକଟବର୍ତ୍ତୀ ସାନ ଓ ବଡ଼ ସମସ୍ତଙ୍କୁ ଅନ୍ଧ କରାଇଲେ; ତହିଁରେ ସେମାନେ ଦ୍ୱାର ଖୋଜୁ ଖୋଜୁ ପରିଶ୍ରାନ୍ତ ହେଲେ।
ואת האנשים אשר פתח הבית הכו בסנורים מקטן ועד גדול וילאו למצא הפתח׃
12 ଏଥିଉତ୍ତାରେ ସେହି ବ୍ୟକ୍ତିମାନେ ଲୋଟକୁ କହିଲେ, “ଏହି ସ୍ଥାନରେ ତୁମ୍ଭର ଆଉ କିଏ କିଏ ଅଛନ୍ତି? ଜୁଆଁଇ ଓ ତୁମ୍ଭର ପୁତ୍ରକନ୍ୟାଦି ଯେତେ ଲୋକ ଏହି ନଗରରେ ଅଛନ୍ତି, ସେ ସମସ୍ତଙ୍କୁ ଏହି ସ୍ଥାନରୁ ନେଇଯାଅ;
ויאמרו האנשים אל לוט עד מי לך פה חתן ובניך ובנתיך וכל אשר לך בעיר הוצא מן המקום׃
13 ଯେହେତୁ ଆମ୍ଭେମାନେ ଏହି ସ୍ଥାନ ଉଚ୍ଛିନ୍ନ କରିବା। ସଦାପ୍ରଭୁଙ୍କ ଛାମୁରେ ଏହି ନଗର ବିରୁଦ୍ଧରେ ମହାକ୍ରନ୍ଦନ ଉଠିଅଛି, ଏଣୁ ସଦାପ୍ରଭୁ ଏହି ନଗର ଉଚ୍ଛିନ୍ନ କରିବା ପାଇଁ ଆମ୍ଭମାନଙ୍କୁ ପଠାଇଅଛନ୍ତି।”
כי משחתים אנחנו את המקום הזה כי גדלה צעקתם את פני יהוה וישלחנו יהוה לשחתה׃
14 ତହୁଁ ଲୋଟ ବାହାରକୁ ଯାଇ ଆପଣା କନ୍ୟାମାନଙ୍କ ସହିତ ବିବାହ କରିବାକୁ ଉଦ୍ୟତ ଜୁଆଁଇମାନଙ୍କୁ କହିଲା, “ଉଠ, ଏଠାରୁ ବାହାର ହୁଅ, ସଦାପ୍ରଭୁ ଏହି ନଗର ଉଚ୍ଛିନ୍ନ କରିବେ,” ମାତ୍ର ଜୁଆଁଇମାନେ ତାହାକୁ ପରିହାସକ ପରି ମଣିଲେ।
ויצא לוט וידבר אל חתניו לקחי בנתיו ויאמר קומו צאו מן המקום הזה כי משחית יהוה את העיר ויהי כמצחק בעיני חתניו׃
15 ଆରଦିନ ପ୍ରଭାତ ହୁଅନ୍ତେ, ଦୂତମାନେ ଲୋଟକୁ ଚଞ୍ଚଳ କରାଇ କହିଲେ, “ଉଠ, ଆପଣାର ଭାର୍ଯ୍ୟା ଓ ଏହି ଯେଉଁ ଦୁଇ କନ୍ୟା ଏଠାରେ ଅଛନ୍ତି, ସେମାନଙ୍କୁ ଘେନିଯାଅ; ନୋହିଲେ ନଗରର ଦଣ୍ଡରେ ବିନଷ୍ଟ ହେବ।”
וכמו השחר עלה ויאיצו המלאכים בלוט לאמר קום קח את אשתך ואת שתי בנתיך הנמצאת פן תספה בעון העיר׃
16 ତଥାପି ସେ ବିଳମ୍ବ କଲା; ତହିଁରେ ତାହା ପ୍ରତି ସଦାପ୍ରଭୁଙ୍କର ଦୟା ସକାଶୁ ସେମାନେ ତାହାର ଓ ତାହା ଭାର୍ଯ୍ୟାର ଓ ଦୁଇ କନ୍ୟାଙ୍କର ହସ୍ତ ଧରି ସେମାନଙ୍କୁ ନଗରର ବାହାରେ ରଖିଲେ।
ויתמהמה ויחזקו האנשים בידו וביד אשתו וביד שתי בנתיו בחמלת יהוה עליו ויצאהו וינחהו מחוץ לעיר׃
17 ଏହିରୂପେ ସେମାନଙ୍କୁ ବାହାର କରି ଆଣିଲା ଉତ୍ତାରେ ସେମାନଙ୍କ ମଧ୍ୟରୁ ଜଣେ ଲୋଟକୁ କହିଲା, “ପ୍ରାଣରକ୍ଷା ନିମନ୍ତେ ପଳାଅ; ପଛଆଡ଼କୁ ଦୃଷ୍ଟି କର ନାହିଁ ଓ ଏହି ସମସ୍ତ ପ୍ରାନ୍ତର ମଧ୍ୟରେ ହେଁ ରୁହ ନାହିଁ; ପର୍ବତକୁ ପଳାଇ ଯାଅ; ନୋହିଲେ ବିନଷ୍ଟ ହେବ।”
ויהי כהוציאם אתם החוצה ויאמר המלט על נפשך אל תביט אחריך ואל תעמד בכל הככר ההרה המלט פן תספה׃
18 ତହିଁରେ ଲୋଟ ଉତ୍ତର କଲା, “ହେ ମୋହର ପ୍ରଭୋ, ଏପରି ନ ହେଉ;
ויאמר לוט אלהם אל נא אדני׃
19 ଏବେ ଏହି ଦାସ ପ୍ରତି ଅନୁଗ୍ରହ ଓ ମହାଦୟା କରି ପ୍ରାଣରକ୍ଷା କଲେ; ମୁଁ ପର୍ବତକୁ ପଳାଇ ଯାଇ ନ ପାରେ; କେଜାଣି ବିପଦ ଘଟିଲେ ମରିଯିବି।
הנה נא מצא עבדך חן בעיניך ותגדל חסדך אשר עשית עמדי להחיות את נפשי ואנכי לא אוכל להמלט ההרה פן תדבקני הרעה ומתי׃
20 ଦେଖନ୍ତୁ, ପଳାଇ ଯିବାକୁ ସେହି ନଗର ନିକଟବର୍ତ୍ତୀ, ତାହା କ୍ଷୁଦ୍ର; ସେହି ସ୍ଥାନକୁ ପଳାଇବାକୁ ଆଜ୍ଞା କରନ୍ତୁ, ତହିଁରେ ମୋହର ପ୍ରାଣ ବଞ୍ଚିବ; ତାହା କି କ୍ଷୁଦ୍ର ନୁହେଁ?”
הנה נא העיר הזאת קרבה לנוס שמה והיא מצער אמלטה נא שמה הלא מצער הוא ותחי נפשי׃
21 ତହୁଁ ସେ କହିଲେ, “ଭଲ, ଆମ୍ଭେ ଏ ବିଷୟରେ ତୁମ୍ଭ ପ୍ରତି ଅନୁଗ୍ରହ କରି, ସେହି ଯେଉଁ ନଗରର କଥା ତୁମ୍ଭେ କହିଲ, ତାହା ଉତ୍ପାଟନ କରିବା ନାହିଁ।
ויאמר אליו הנה נשאתי פניך גם לדבר הזה לבלתי הפכי את העיר אשר דברת׃
22 ତୁମ୍ଭେ ଶୀଘ୍ର ସେହି ସ୍ଥାନକୁ ପଳାଅ, ଯେହେତୁ ତୁମ୍ଭେ ସେଠାରେ ଉପସ୍ଥିତ ନ ହେଲେ, ଆମ୍ଭେ କିଛି କରି ନ ପାରୁ।” ଏଣୁ ସେହି ସ୍ଥାନର ନାମ ସୋୟର ହେଲା।
מהר המלט שמה כי לא אוכל לעשות דבר עד באך שמה על כן קרא שם העיר צוער׃
23 ଏଥିଉତ୍ତାରେ ଦେଶରେ ସୂର୍ଯ୍ୟୋଦୟ ହୁଅନ୍ତେ, ଲୋଟ ସୋୟରରେ ପ୍ରବେଶ କଲା।
השמש יצא על הארץ ולוט בא צערה׃
24 ତେବେ ସଦାପ୍ରଭୁ ଆକାଶରୁ ସଦାପ୍ରଭୁଙ୍କ ନିକଟରୁ ସଦୋମ ଓ ହମୋରା ଉପରେ ଗନ୍ଧକ ଓ ଅଗ୍ନି ବୃଷ୍ଟି କରି
ויהוה המטיר על סדם ועל עמרה גפרית ואש מאת יהוה מן השמים׃
25 ସେହି ସମୁଦାୟ ନଗର ଓ ପ୍ରାନ୍ତର ଓ ତନ୍ମଧ୍ୟସ୍ଥିତ ଲୋକ ଓ ସେହି ଭୂମିରେ ଜାତ ସକଳ ପଦାର୍ଥ ଉତ୍ପାଟନ କଲେ।
ויהפך את הערים האל ואת כל הככר ואת כל ישבי הערים וצמח האדמה׃
26 ସେହି ସମୟରେ ଲୋଟର ଭାର୍ଯ୍ୟା ପଛଆଡ଼କୁ ଅନାଇବାରୁ ସେ ଲବଣ ସ୍ତମ୍ଭ ହେଲା।
ותבט אשתו מאחריו ותהי נציב מלח׃
27 ଆଉ ଅବ୍ରହାମ ପ୍ରଭାତରୁ ଉଠି ପୂର୍ବେ ଯେଉଁ ସ୍ଥାନରେ ସଦାପ୍ରଭୁଙ୍କ ଛାମୁରେ ଠିଆ ହୋଇଥିଲେ, ସେହି ସ୍ଥାନରେ ଉପସ୍ଥିତ ହୋଇ
וישכם אברהם בבקר אל המקום אשר עמד שם את פני יהוה׃
28 ସଦୋମ ଓ ହମୋରା ଓ ପ୍ରାନ୍ତରସ୍ଥ ସମସ୍ତ ଅଞ୍ଚଳ ପ୍ରତି ଅନାନ୍ତେ, ସେହି ଦେଶରୁ ଭାଟିର ଧୂମ ତୁଲ୍ୟ ଧୂମ ଉଠିବାର ଦେଖିଲେ।
וישקף על פני סדם ועמרה ועל כל פני ארץ הככר וירא והנה עלה קיטר הארץ כקיטר הכבשן׃
29 ଏହିରୂପେ ସେହି ପ୍ରାନ୍ତରସ୍ଥିତ ସମସ୍ତ ନଗରର ବିନାଶ ସମୟରେ ପରମେଶ୍ୱର ଅବ୍ରହାମଙ୍କୁ ସ୍ମରଣ କଲେ, ପୁଣି, ଲୋଟ ଯେଉଁ ଯେଉଁ ନଗରରେ ବାସ କରିଥିଲା, ସେହି ସେହି ନଗରର ଉତ୍ପାଟନ ସମୟରେ ଉତ୍ପାଟନ ମଧ୍ୟରୁ ଲୋଟକୁ ବାହାର କଲେ।
ויהי בשחת אלהים את ערי הככר ויזכר אלהים את אברהם וישלח את לוט מתוך ההפכה בהפך את הערים אשר ישב בהן לוט׃
30 ଏଥିଉତ୍ତାରେ ଲୋଟ ସୋୟରରେ ବାସ କରିବାକୁ ଭୟ କରି ସେଠାରୁ ବାହାରି ଆପଣାର ଦୁଇ କନ୍ୟାଙ୍କୁ ଘେନି ପର୍ବତରେ ବାସ କଲା; ତହିଁରେ ସେ ଓ ତାହାର ଦୁଇ କନ୍ୟା ଗିରି କନ୍ଦରରେ ବାସ କଲେ।
ויעל לוט מצוער וישב בהר ושתי בנתיו עמו כי ירא לשבת בצוער וישב במערה הוא ושתי בנתיו׃
31 ଏଥିଉତ୍ତାରେ ତାହାର ଜ୍ୟେଷ୍ଠା କନ୍ୟା କନିଷ୍ଠାକୁ କହିଲା, “ଆମ୍ଭମାନଙ୍କର ପିତା ବୃଦ୍ଧ, ପୁଣି, ସଂସାରର ବ୍ୟବହାରାନୁସାରେ ଆମ୍ଭମାନଙ୍କର ସହବାସ କରିବାକୁ ଏ ଦେଶରେ ତ କୌଣସି ପୁରୁଷ ନାହିଁ।
ותאמר הבכירה אל הצעירה אבינו זקן ואיש אין בארץ לבוא עלינו כדרך כל הארץ׃
32 ଆସ, ଆମ୍ଭେମାନେ ପିତାଙ୍କୁ ଦ୍ରାକ୍ଷାରସ ପାନ କରାଇ ପିତାଙ୍କ ବଂଶ ରକ୍ଷା ନିମିତ୍ତ ତାଙ୍କ ସଙ୍ଗେ ଶୟନ କରିବା।”
לכה נשקה את אבינו יין ונשכבה עמו ונחיה מאבינו זרע׃
33 ତହୁଁ ସେହି ରାତ୍ରରେ ସେମାନେ ଆପଣା ପିତାଙ୍କୁ ଦ୍ରାକ୍ଷାରସ ପାନ କରାନ୍ତେ, ଜ୍ୟେଷ୍ଠା କନ୍ୟା ଉଠିଯାଇ ପିତା ସଙ୍ଗେ ଶୟନ କଲା; ମାତ୍ର ତାହାର ଶୟନ କରିବାର ଓ ଉଠିଯିବାର ଲୋଟ ଜାଣି ପାରିଲା ନାହିଁ।
ותשקין את אביהן יין בלילה הוא ותבא הבכירה ותשכב את אביה ולא ידע בשכבה ובקומה׃
34 ଆରଦିନ ସେହି ଜ୍ୟେଷ୍ଠା କନ୍ୟା କନିଷ୍ଠାକୁ କହିଲା, “ଦେଖ, ମୁଁ ଗତ ରାତ୍ର ପିତାଙ୍କ ସଙ୍ଗରେ ଶୟନ କଲି, ଆସ, ଆଜି ରାତ୍ର ମଧ୍ୟ ପିତାଙ୍କୁ ଦ୍ରାକ୍ଷାରସ ପାନ କରାଉ; ତହୁଁ ତୁମ୍ଭେ ଯାଇ ପିତାଙ୍କ ବଂଶ ରକ୍ଷାର୍ଥେ ତାଙ୍କ ସଙ୍ଗେ ଶୟନ କର।”
ויהי ממחרת ותאמר הבכירה אל הצעירה הן שכבתי אמש את אבי נשקנו יין גם הלילה ובאי שכבי עמו ונחיה מאבינו זרע׃
35 ତହିଁରେ ସେମାନେ ସେହି ରାତ୍ରିରେ ମଧ୍ୟ ପିତାଙ୍କୁ ଦ୍ରାକ୍ଷାରସ ପାନ କରାନ୍ତେ, କନିଷ୍ଠା କନ୍ୟା ଉଠି ତାହା ସଙ୍ଗେ ଶୟନ କଲା; ମାତ୍ର ତାହାର ଶୟନ କରିବାର ଓ ଉଠିଯିବାର ଲୋଟ ଜାଣି ପାରିଲା ନାହିଁ।
ותשקין גם בלילה ההוא את אביהן יין ותקם הצעירה ותשכב עמו ולא ידע בשכבה ובקמה׃
36 ଏହିରୂପେ ଲୋଟର ଦୁଇ କନ୍ୟା ଆପଣା ପିତା ଦ୍ୱାରା ଗର୍ଭବତୀ ହେଲେ।
ותהרין שתי בנות לוט מאביהן׃
37 ଏଥିଉତ୍ତାରେ ଜ୍ୟେଷ୍ଠା କନ୍ୟା ପୁତ୍ର ପ୍ରସବ କରି ତାହାର ନାମ ମୋୟାବ ଦେଲା; ସେ ବର୍ତ୍ତମାନ କାଳର ମୋୟାବୀୟ ଲୋକମାନଙ୍କର ଆଦିପିତା।
ותלד הבכירה בן ותקרא שמו מואב הוא אבי מואב עד היום׃
38 ପୁଣି, କନିଷ୍ଠା କନ୍ୟା ପୁତ୍ର ପ୍ରସବ କରି ତାହାର ନାମ ବିନ-ଅମ୍ମି ଦେଲା; ସେ ବର୍ତ୍ତମାନ କାଳର ଅମ୍ମୋନୀୟ ଲୋକମାନଙ୍କର ଆଦିପିତା।
והצעירה גם הוא ילדה בן ותקרא שמו בן עמי הוא אבי בני עמון עד היום׃

< ମୋଶାଙ୍କ ଲିଖିତ ପ୍ରଥମ ପୁସ୍ତକ 19 >