< ମୋଶାଙ୍କ ଲିଖିତ ପ୍ରଥମ ପୁସ୍ତକ 14 >
1 ଏଥିଉତ୍ତାରେ ଶିନୀୟରର ଅମ୍ରାଫଲ୍ ରାଜା ଓ ଇଲ୍ଲାସରର ଅରୀୟୋକ୍ ରାଜା ଓ ଏଲମ୍ର କଦର୍ଲାୟୋମର ରାଜା ଓ ଗୋୟିମର ତିଦୀୟଲ୍ ରାଜାଙ୍କର ଅଧିକାର ସମୟରେ,
In the days of Amraphel, king of Shinar; Arioch, king of Ellasar; Chedorlaomer, king of Elam; and Tidal, king of Goiim,
2 ଏମାନେ ସଦୋମର ରାଜା ବିରା ଓ ହମୋରାର ରାଜା ବିର୍ଶା ଓ ଅଦ୍ମାର ରାଜା ଶିନାବ୍ ଓ ସବୋୟୀମର ରାଜା ଶିମେବର ଓ ବିଲାର, ଅର୍ଥାତ୍, ସୋୟରର ରାଜା ସହିତ ଯୁଦ୍ଧ କଲେ।
they made war with Bera, king of Sodom; Birsha, king of Gomorrah; Shinab, king of Admah; Shemeber, king of Zeboiim; and the king of Bela (also called Zoar).
3 ଏସମସ୍ତେ ସୀଦ୍ଦୀମ ପଦାରେ, ଅର୍ଥାତ୍, ଲବଣ ସମୁଦ୍ର ନିକଟରେ ଏକତ୍ର ହୋଇଥିଲେ।
All these joined together in the valley of Siddim (also called the Salt Sea).
4 ଯେହେତୁ ସେମାନେ ବାର ବର୍ଷ ପର୍ଯ୍ୟନ୍ତ କଦର୍ଲାୟୋମର ରାଜାଙ୍କର ବଶୀଭୂତ ରହି ତ୍ରୟୋଦଶ ବର୍ଷରେ ତାଙ୍କର ବିଦ୍ରୋହୀ ହୋଇଥିଲେ,
They served Chedorlaomer for twelve years, and in the thirteenth year they rebelled.
5 ଏହେତୁ ଚତୁର୍ଦ୍ଦଶ ବର୍ଷରେ କଦର୍ଲାୟୋମର ରାଜା ଓ ତାଙ୍କର ସହାୟ ରାଜାଗଣ ଆସି ଅସ୍ତରୋତ୍ କର୍ଣ୍ଣୟିମରେ ରଫାୟୀୟ ଲୋକମାନଙ୍କୁ ଓ ହମରେ ସୁଷୀୟ ଲୋକମାନଙ୍କୁ ଓ ଶାବୀ କିରୀୟାଥୟିମ୍ରେ ଏମୀୟ ଲୋକମାନଙ୍କୁ,
In the fourteenth year Chedorlaomer and the kings who were with him came and struck the Rephaim in Ashteroth Karnaim, the Zuzim in Ham, the Emim in Shaveh Kiriathaim,
6 ଓ ପ୍ରାନ୍ତର ନିକଟସ୍ଥ ଏଲ-ପାରଣ ପର୍ଯ୍ୟନ୍ତ ସେୟୀର ପର୍ବତ ନିବାସୀ ହୋରୀୟ ଲୋକମାନଙ୍କୁ ଜୟ କଲେ।
and the Horites in their Mount Seir, to El Paran, which is by the wilderness.
7 ପୁଣି, ସେମାନେ ସେହି ସ୍ଥାନରୁ ବାହୁଡ଼ି ଐଣ୍ମିସ୍ପଟ୍, ଅର୍ଥାତ୍, କାଦେଶକୁ ଯାଇ ଅମାଲେକୀୟ ଲୋକମାନଙ୍କର ସମସ୍ତ ଦେଶ ଓ ହତ୍-ସସୋନ୍-ତାମର ନିବାସୀ ଇମୋରୀୟ ଲୋକମାନଙ୍କୁ ପରାସ୍ତ କଲେ।
They returned, and came to En Mishpat (also called Kadesh), and struck all the country of the Amalekites, and also the Amorites, that lived in Hazazon Tamar.
8 ଏହେତୁ ସଦୋମର ରାଜା ଓ ହମୋରାର ରାଜା ଓ ଅଦ୍ମାର ରାଜା ଓ ସବୋୟୀମର ରାଜା ଓ ବିଲାର, ଅର୍ଥାତ୍, ସୋୟରର ରାଜା, ଏହି ପାଞ୍ଚ ରାଜା ମିଳିତ ହୋଇ,
The king of Sodom, and the king of Gomorrah, the king of Admah, the king of Zeboiim, and the king of Bela (also called Zoar) went out; and they set the battle in array against them in the valley of Siddim
9 ଏଲମ୍ର କଦର୍ଲାୟୋମର ରାଜା ଓ ଗୋୟିମର ତିଦୀୟଲ୍ ରାଜା ଓ ଶିନୀୟରର ଅମ୍ରାଫଲ୍ ରାଜା ଓ ଇଲ୍ଲାସରର ଅରୀୟୋକ୍ ରାଜା, ଏହି ଚାରି ରାଜାଙ୍କ ସହିତ ସୀଦ୍ଦୀମ ପଦାରେ ଯୁଦ୍ଧ କରିବାକୁ ଲାଗିଲେ।
against Chedorlaomer king of Elam, Tidal king of Goiim, Amraphel king of Shinar, and Arioch king of Ellasar; four kings against the five.
10 ସେହି ସୀଦ୍ଦୀମ ପଦାରେ ମାଟିଆ ତୈଳର ଅନେକ ଖାତ ଥିଲା; ସଦୋମ ଓ ହମୋରାର ରାଜାଗଣ ପଳାଇ ଯାଉ ଯାଉ ତହିଁ ମଧ୍ୟରେ ପଡ଼ିଲେ, ପୁଣି, ଯେଉଁମାନେ ଅବଶିଷ୍ଟ ରହିଲେ, ସେମାନେ ପର୍ବତକୁ ପଳାଇଗଲେ।
Now the valley of Siddim was full of tar pits; and the kings of Sodom and Gomorrah fled, and some fell there. Those who remained fled to the hills.
11 ଏଥିନିମନ୍ତେ ସେମାନେ ସଦୋମ ଓ ହମୋରାର ସମସ୍ତ ସମ୍ପତ୍ତି ଓ ଭକ୍ଷ୍ୟଦ୍ରବ୍ୟ ଲୁଟି ନେଇ ପ୍ରସ୍ଥାନ କଲେ।
They took all the goods of Sodom and Gomorrah, and all their food, and went their way.
12 ପୁଣି, ଅବ୍ରାମଙ୍କର ପୁତୁରା ସଦୋମନିବାସୀ ଲୋଟଙ୍କୁ ଓ ତାଙ୍କର ସମସ୍ତ ସମ୍ପତ୍ତି ନେଇ ଚାଲିଗଲେ।
They took Lot, Abram’s brother’s son, who lived in Sodom, and his goods, and departed.
13 ସେତେବେଳେ ଜଣେ ପଳାତକ ଏବ୍ରୀୟ ଅବ୍ରାମଙ୍କୁ ସମାଚାର ଦେଲା; ସେହି ସମୟରେ ଅବ୍ରାମ ଇଷ୍କୋଲର ଓ ଆନେର୍ର ଭ୍ରାତା ଇମୋରୀୟ ମମ୍ରିର ଅଲୋନ ବୃକ୍ଷ ମୂଳେ ବାସ କରୁଥିଲେ, ପୁଣି, ସେମାନେ ଅବ୍ରାମଙ୍କର ସହାୟ ଥିଲେ।
One who had escaped came and told Abram, the Hebrew. At that time, he lived by the oaks of Mamre, the Amorite, brother of Eshcol and brother of Aner. They were allies of Abram.
14 ସେତେବେଳେ ଅବ୍ରାମ ଆପଣା ଜ୍ଞାତି ଧରା ହୋଇ ଯିବାର ସମାଚାର ଶୁଣିବା ମାତ୍ରକେ (ଯୁଦ୍ଧ ବିଦ୍ୟାରେ) ଶିକ୍ଷିତ ଆପଣା ଗୃହଜାତ ତିନି ଶହ ଅଠର ଜଣ ଲୋକଙ୍କୁ ସଙ୍ଗରେ ଘେନି ଶତ୍ରୁଗଣର ପଛେ ପଛେ ଦୌଡ଼ି ଦାନ୍ ନଗର ପର୍ଯ୍ୟନ୍ତ ଗଲେ।
When Abram heard that his relative was taken captive, he led out his three hundred eighteen trained men, born in his house, and pursued as far as Dan.
15 ଏଥିଉତ୍ତାରେ ସେ ଆପଣା ଦାସମାନଙ୍କୁ ଦୁଇ ଦଳ କରି ରାତ୍ରିକାଳରେ ଶତ୍ରୁମାନଙ୍କୁ ଆକ୍ରମଣ କଲେ, ପୁଣି, ଦମ୍ମେଶକର ଉତ୍ତରସ୍ଥିତ ହୋବା ପର୍ଯ୍ୟନ୍ତ ସେମାନଙ୍କର ପଛେ ପଛେ ଗୋଡ଼ାଇଲେ।
He divided himself against them by night, he and his servants, and struck them, and pursued them to Hobah, which is on the left hand of Damascus.
16 ଆଉ, ସବୁ ସମ୍ପତ୍ତି ଓ ଆପଣାର ଜ୍ଞାତି ଲୋଟ ଓ ତାଙ୍କର ସମ୍ପତ୍ତି, ପୁଣି, ସ୍ତ୍ରୀଗଣ ଓ ଲୋକସମୂହକୁ ବାହୁଡ଼ାଇ ଆଣିଲେ।
He brought back all the goods, and also brought back his relative Lot and his goods, and the women also, and the other people.
17 ଏହିରୂପେ ଅବ୍ରାମ କଦର୍ଲାୟୋମରକୁ ଓ ତାଙ୍କର ସହାୟ ରାଜାଗଣକୁ ଜୟ କରି ବାହୁଡ଼ିଲା ଉତ୍ତାରେ, ସଦୋମର ରାଜା ତାଙ୍କ ସହିତ ସାକ୍ଷାତ କରିବାକୁ ଶାବୀ ପଦା, ଅର୍ଥାତ୍, ରାଜାର ପଦାକୁ ଗମନ କଲେ।
The king of Sodom went out to meet him after his return from the slaughter of Chedorlaomer and the kings who were with him, at the valley of Shaveh (that is, the King’s Valley).
18 ପୁଣି, ଶାଲେମ୍ର ରାଜା ମଲ୍କୀଷେଦକ ରୁଟି ଓ ଦ୍ରାକ୍ଷାରସ ଘେନି ଆସିଲେ; ସେ ସର୍ବୋପରିସ୍ଥ ପରମେଶ୍ୱରଙ୍କର ଯାଜକ;
Melchizedek king of Salem brought out bread and wine. He was priest of God Most High.
19 ସେ ଅବ୍ରାମଙ୍କୁ ଆଶୀର୍ବାଦ କରି କହିଲେ, “ଅବ୍ରାମ ସ୍ୱର୍ଗ ଓ ପୃଥିବୀର ଅଧିକାରୀ ସର୍ବୋପରିସ୍ଥ ପରମେଶ୍ୱରଙ୍କର ଆଶୀର୍ବାଦ-ପାତ୍ର ହେଉନ୍ତୁ;
He blessed him, and said, “Blessed be Abram of God Most High, possessor of heaven and earth.
20 ସର୍ବୋପରିସ୍ଥ ପରମେଶ୍ୱର ଧନ୍ୟ ହେଉନ୍ତୁ, ସେ ତୁମ୍ଭର ଶତ୍ରୁଗଣଙ୍କୁ ତୁମ୍ଭ ହସ୍ତରେ ସମର୍ପଣ କଲେ।” ସେତେବେଳେ (ଅବ୍ରାମ) ସବୁ ଦ୍ରବ୍ୟର ଦଶମାଂଶ ତାଙ୍କୁ ଦେଲେ।
Blessed be God Most High, who has delivered your enemies into your hand.” Abram gave him a tenth of all.
21 ଏଥିଉତ୍ତାରେ ସଦୋମର ରାଜା ଅବ୍ରାମଙ୍କୁ କହିଲେ, “ତୁମ୍ଭେ ସମସ୍ତ ସମ୍ପତ୍ତି ନିଅ, ମାତ୍ର ମନୁଷ୍ୟ ସକଳ ଆମ୍ଭଙ୍କୁ ଦିଅ।”
The king of Sodom said to Abram, “Give me the people, and take the goods for yourself.”
22 ତହିଁରେ ଅବ୍ରାମ ସଦୋମର ରାଜାକୁ ଉତ୍ତର କଲେ, “ମୁଁ ସ୍ୱର୍ଗ ଓ ପୃଥିବୀର ଅଧିକାରୀ ସଦାପ୍ରଭୁ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ହସ୍ତ ଉଠାଇ କହିଅଛି ଯେ,
Abram said to the king of Sodom, “I have lifted up my hand to the LORD, God Most High, possessor of heaven and earth,
23 ମୁଁ ତୁମ୍ଭର କିଛି ନେବି ନାହିଁ, ଖଣ୍ଡିଏ ସୂତା କି ଜୋତାର ବନ୍ଧନୀ ହିଁ ନେବି ନାହିଁ; ପଛେ ଅବା ତୁମ୍ଭେ କହିବ, ‘ଆମ୍ଭେ ଅବ୍ରାମଙ୍କୁ ଧନବାନ କରିଅଛୁ।’
that I will not take a thread nor a sandal strap nor anything that is yours, lest you should say, ‘I have made Abram rich.’
24 କେବଳ ମୋହର ଯୁବା ଲୋକମାନେ ଯାହା ଭୋଜନ କରିଅଛନ୍ତି, ତାହା ନେବି, ପୁଣି, ମୋହର ଯେଉଁ ସହାୟଗଣ ସଙ୍ଗରେ ଯାଇଥିଲେ, ସେମାନେ, ଅର୍ଥାତ୍, ଆନେର୍ ଓ ଇଷ୍କୋଲ ଓ ମମ୍ରି ଆପଣା ଆପଣା ପ୍ରାପ୍ତବ୍ୟ ଭାଗ ଗ୍ରହଣ କରନ୍ତୁ।”
I will accept nothing from you except that which the young men have eaten, and the portion of the men who went with me: Aner, Eshcol, and Mamre. Let them take their portion.”