< ମୋଶାଙ୍କ ଲିଖିତ ପ୍ରଥମ ପୁସ୍ତକ 12 >
1 ଏଥିଉତ୍ତାରେ ସଦାପ୍ରଭୁ ଅବ୍ରାମଙ୍କୁ କହିଲେ, “ତୁମ୍ଭେ ଆପଣା ଦେଶ ଓ ଜ୍ଞାତି କୁଟୁମ୍ବ ଓ ପୈତୃକ ଗୃହ ପରିତ୍ୟାଗ କରି, ଆମ୍ଭେ ଯେଉଁ ଦେଶ ତୁମ୍ଭକୁ ଦେଖାଇବା, ସେହି ଦେଶକୁ ଯାଅ।
Olúwa sì wí fún Abramu, “Jáde kúrò ní orílẹ̀-èdè rẹ àti kúrò lọ́dọ̀ àwọn ènìyàn rẹ, lọ sí ilẹ̀ kan tí èmi yóò fihàn ọ́.
2 ଆମ୍ଭେ ତୁମ୍ଭଠାରୁ ଏକ ମହାଗୋଷ୍ଠୀ ଉତ୍ପନ୍ନ କରିବା, ପୁଣି, ଆମ୍ଭେ ତୁମ୍ଭକୁ ଆଶୀର୍ବାଦ କରି ତୁମ୍ଭର ନାମ ମହତ୍ କରିବା; ତୁମ୍ଭେ ଆଶୀର୍ବାଦର ଆକର ହେବ।
“Èmi yóò sọ ọ́ di orílẹ̀-èdè ńlá, èmi yóò sì bùkún fún ọ; èmi yóò sọ orúkọ rẹ di ńlá, ìbùkún ni ìwọ yóò sì jásí.
3 ଯେଉଁମାନେ ତୁମ୍ଭକୁ ଆଶୀର୍ବାଦ କରନ୍ତି, ଆମ୍ଭେ ସେମାନଙ୍କୁ ଆଶୀର୍ବାଦ କରିବା; ପୁଣି, ଯେକେହି ତୁମ୍ଭକୁ ଅଭିଶାପ ଦିଏ, ଆମ୍ଭେ ତାହାକୁ ଅଭିଶାପ ଦେବା; ଆଉ ତୁମ୍ଭଠାରୁ ପୃଥିବୀର ସବୁ ବଂଶ ଆଶୀର୍ବାଦ ପ୍ରାପ୍ତ ହେବେ।”
Èmi yóò bùkún fún àwọn tí ó súre fún ọ, ẹni tí ó fi ọ́ ré ni Èmi yóò fi ré; nínú rẹ ni a ó bùkún gbogbo ìdílé ayé.”
4 ଏଥିଉତ୍ତାରେ ଅବ୍ରାମ ସଦାପ୍ରଭୁଙ୍କ ଏହି ବାକ୍ୟାନୁସାରେ ପ୍ରସ୍ଥାନ କଲେ, ପୁଣି, ଲୋଟ ତାଙ୍କ ସଙ୍ଗରେ ଗଲେ; ହାରଣଠାରୁ ପ୍ରସ୍ଥାନ କରିବା ସମୟରେ ଅବ୍ରାମଙ୍କର ବୟସ ପଞ୍ଚସ୍ତରି ବର୍ଷ ହୋଇଥିଲା।
Bẹ́ẹ̀ ni Abramu lọ bí Olúwa ti sọ fún un. Lọti náà sì bá a lọ. Abramu jẹ́ ẹni àrùndínlọ́gọ́rin ọdún nígbà tí ó jáde kúrò ní Harani.
5 ଏହିରୂପେ ଅବ୍ରାମ ଆପଣା ଭାର୍ଯ୍ୟା ସାରୀଙ୍କୁ ଓ ଭ୍ରାତୃପୁତ୍ର ଲୋଟକୁ ଓ ହାରଣଠାରେ ଆପଣାମାନଙ୍କ ସଞ୍ଚିତ ଧନ ଓ ପ୍ରାପ୍ତ ପ୍ରାଣୀମାନଙ୍କୁ ଘେନି କିଣାନ ଦେଶ ଉଦ୍ଦେଶ୍ୟରେ ଯାତ୍ରା କରି କିଣାନରେ ଉପସ୍ଥିତ ହେଲେ।
Abramu sì mú Sarai aya rẹ̀, àti Lọti ọmọ arákùnrin rẹ̀: gbogbo ohun ìní tí wọ́n ti kójọ àti àwọn ènìyàn tí wọ́n ní ní Harani. Wọ́n sì jáde lọ sí ilẹ̀ Kenaani. Wọ́n sì gúnlẹ̀ síbẹ̀.
6 ଅବ୍ରାମ ସେହି ଦେଶ ଦେଇ ଭ୍ରମଣ କରୁ କରୁ ଶିଖିମ ନିକଟସ୍ଥ ମୋରିର ଅଲୋନ ବୃକ୍ଷ ମୂଳରେ ପହଞ୍ଚିଲେ। ସେହି ସମୟରେ କିଣାନୀୟମାନେ ସେହି ଦେଶରେ ବାସ କରୁଥିଲେ।
Abramu sì rìn la ilẹ̀ náà já títí dé ibi igi ńlá kan tí à ń pè ni More ní Ṣekemu. Àwọn ará Kenaani sì wà ní ilẹ̀ náà.
7 ଏଥିଉତ୍ତାରେ ସଦାପ୍ରଭୁ ଅବ୍ରାମଙ୍କୁ ଦର୍ଶନ ଦେଇ କହିଲେ, “ଆମ୍ଭେ ତୁମ୍ଭ ବଂଶକୁ ଏହି ଦେଶ ଦେବା;” ଏଥିନିମନ୍ତେ ଅବ୍ରାମ ଆପଣା ନିକଟରେ ଦର୍ଶନଦାତା ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ସେହି ସ୍ଥାନରେ ଯଜ୍ଞବେଦି ନିର୍ମାଣ କଲେ।
Olúwa sì farahan Abramu, ó sì wí fún un pé, “Irú-ọmọ rẹ ni Èmi yóò fi ilẹ̀ yìí fún.” Abramu tẹ́ pẹpẹ kan síbẹ̀ fún Olúwa tí ó fi ara hàn án.
8 ଏଥିଉତ୍ତାରେ ସେ ସେହି ସ୍ଥାନ ଛାଡ଼ି ବେଥେଲ୍ର ପୂର୍ବଆଡ଼ ପର୍ବତକୁ ଯାଇ ଆପଣା ତମ୍ବୁ ଠିଆ କଲେ; ତହିଁର ପଶ୍ଚିମରେ ବେଥେଲ୍ ଓ ପୂର୍ବ ଦିଗରେ ଅୟ ନଗର ଥିଲା; ପୁଣି, ସେହିଠାରେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଏକ ଯଜ୍ଞବେଦି ନିର୍ମାଣ କରି ସଦାପ୍ରଭୁଙ୍କ ନାମରେ ପ୍ରାର୍ଥନା କଲେ।
Ó sì kúrò níbẹ̀ lọ sí agbègbè àwọn òkè kan ní ìhà ìlà-oòrùn Beteli, ó sì pàgọ́ rẹ̀ síbẹ̀. Beteli wà ní ìwọ̀-oòrùn, Ai wà ní ìlà-oòrùn. Ó tẹ́ pẹpẹ kan níbẹ̀ fún Olúwa, ó sì ké pe orúkọ Olúwa.
9 ତହିଁ ଉତ୍ତାରେ ଅବ୍ରାମ ଭ୍ରମଣ କରୁ କରୁ ଆହୁରି ଦକ୍ଷିଣ ଦିଗକୁ ଗଲେ।
Nígbà náà ni Abramu tẹ̀síwájú sí ìhà gúúsù.
10 ସେହି ସମୟରେ ସେହି ଦେଶରେ ଦୁର୍ଭିକ୍ଷ ହେବାରୁ ଅବ୍ରାମ ମିସର ଦେଶରେ ପ୍ରବାସ କରିବାକୁ ଯାତ୍ରା କଲେ; ଯେହେତୁ ଦେଶରେ ଅତିଶୟ ଦୁର୍ଭିକ୍ଷ ପଡ଼ିଥିଲା।
Ìyàn kan sì mú ní ilẹ̀ náà, Abramu sì sọ̀kalẹ̀ lọ sí Ejibiti láti ṣe àtìpó níbẹ̀ fún ìgbà díẹ̀, nítorí ìyàn náà mú gidigidi.
11 ଏଥିଉତ୍ତାରେ ମିସର ଦେଶରେ ପ୍ରବେଶ କରିବାକୁ ଉଦ୍ୟତ ହୁଅନ୍ତେ, ଅବ୍ରାମ ଆପଣା ଭାର୍ଯ୍ୟା ସାରୀଙ୍କୁ କହିଲେ, “ଶୁଣ, ତୁମ୍ଭେ ଦେଖିବାକୁ ସୁନ୍ଦରୀ, ତାହା ମୁଁ ଜାଣେ।
Bí ó ti ku díẹ̀ kí ó wọ Ejibiti, ó wí fún Sarai, aya rẹ̀ pé, “Mo mọ̀ pé arẹwà obìnrin ni ìwọ,
12 ଏଥିପାଇଁ ମିସର ଦେଶୀୟ ଲୋକମାନେ ତୁମ୍ଭକୁ ଦେଖି ମୋହର ଭାର୍ଯ୍ୟା ବୋଲି ଜାଣିଲେ, ମୋତେ ବଧ କରି ତୁମ୍ଭକୁ ଜୀବିତା ରଖିବେ।
nígbà tí àwọn ará Ejibiti bá rí ọ, wọn yóò wí pé, ‘Aya rẹ̀ nìyí.’ Wọn yóò si pa mí, ṣùgbọ́n wọn yóò dá ọ sí.
13 ଏହେତୁ ମୁଁ ବିନୟ କରୁଅଛି, ତୁମ୍ଭେ ମୋହର ଭଉଣୀ, ଏହା କହିବ; ତହିଁରେ ତୁମ୍ଭ ସକାଶେ ମୋହର ମଙ୍ଗଳ ହେବ ଓ ତୁମ୍ଭ ସକାଶୁ ମୋʼ ପ୍ରାଣ ରକ୍ଷା ପାଇବ।”
Nítorí náà, sọ pé, arábìnrin mi ni ìwọ, wọn yóò sì ṣe mí dáradára, a ó sì dá ẹ̀mí mi sí nítorí tìrẹ.”
14 ଏଥିଉତ୍ତାରେ ଅବ୍ରାମ ମିସର ଦେଶରେ ପ୍ରବେଶ କରନ୍ତେ, ମିସରୀୟ ଲୋକମାନେ ସେହି ସ୍ତ୍ରୀଙ୍କୁ ପରମସୁନ୍ଦରୀ ଦେଖିଲେ।
Nígbà tí Abramu dé Ejibiti, àwọn ará Ejibiti ri i pé aya rẹ̀ rẹwà gidigidi.
15 ପୁଣି, ଫାରୋଙ୍କର ଅଧିପତିମାନେ ତାଙ୍କୁ ଦେଖି ଫାରୋଙ୍କ ଛାମୁରେ ତାଙ୍କର ପ୍ରଶଂସା କରନ୍ତେ, ସେହି ସ୍ତ୍ରୀ ଫାରୋଙ୍କର ଗୃହକୁ ଅଣାଗଲେ।
Nígbà tí àwọn ìjòyè Farao sì rí i, wọ́n ròyìn rẹ̀ níwájú Farao, wọ́n sì mú un lọ sí ààfin.
16 ଫାରୋ ତାଙ୍କ ଲାଗି ଅବ୍ରାମଙ୍କୁ ସମାଦର କରି ତାଙ୍କୁ ମେଷ, ଗୋରୁ, ଗର୍ଦ୍ଦଭ ଓ ଦାସଦାସୀ ଓ ଗର୍ଦ୍ଦଭୀ ଓ ଓଟ ଦେଲେ।
Ó sì kẹ́ Abramu dáradára nítorí Sarai, Abramu sì ní àgùntàn àti màlúù, akọ àti abo kẹ́tẹ́kẹ́tẹ́, ìránṣẹ́kùnrin àti ìránṣẹ́bìnrin, pẹ̀lú ìbákasẹ.
17 ମାତ୍ର ଅବ୍ରାମଙ୍କର ଭାର୍ଯ୍ୟା ସାରୀଙ୍କ ସକାଶୁ ସଦାପ୍ରଭୁ ଫାରୋ ଓ ତାଙ୍କର ପରିବାର ଉପରେ ମହାମାରୀ ଘଟାଇଲେ।
Olúwa sì rán àjàkálẹ̀-ààrùn búburú sí Farao àti ilé rẹ̀, nítorí Sarai aya Abramu.
18 ଏହେତୁ ଫାରୋ ଅବ୍ରାମଙ୍କୁ ଡାକି କହିଲେ, “ତୁମ୍ଭେ ଆମ୍ଭ ସହିତ ଏ କି ବ୍ୟବହାର କଲ?
Nítorí náà Farao ránṣẹ́ pe Abramu, ó sì wí fun pé, “Èwo ni ìwọ ṣe sí mi yìí? Kí ló dé tí ìwọ kò sọ fún mi pé aya rẹ ní í ṣe?
19 ସେହି ସ୍ତ୍ରୀ ତୁମ୍ଭର ଭାର୍ଯ୍ୟା, ଏ କଥା ଆମ୍ଭକୁ କାହିଁକି କହିଲ ନାହିଁ? ତାଙ୍କୁ କାହିଁକି ଆପଣାର ଭଗିନୀ ବୋଲି କହିଲ? ତହିଁରେ ଆମ୍ଭେ ତାଙ୍କୁ ବିବାହ କରିବାକୁ ନେଲୁ; ଏବେ ତୁମ୍ଭ ଭାର୍ଯ୍ୟାଙ୍କୁ ଦେଖ, ତାଙ୍କୁ ଘେନି ଚାଲିଯାଅ।”
Èéṣe tí o fi wí pé, ‘Arábìnrin mi ni,’ tí èmi sì fi fẹ́ ẹ gẹ́gẹ́ bí aya? Nítorí náà nísinsin yìí, aya rẹ náà nìyí, mú un kí o sì máa lọ.”
20 ତହୁଁ ଫାରୋ ଲୋକମାନଙ୍କୁ ତାଙ୍କ ବିଷୟରେ ଆଜ୍ଞା ଦେଲେ, ଆଉ ସେମାନେ ସର୍ବସ୍ୱ ସହିତ ତାଙ୍କୁ ଓ ତାଙ୍କ ଭାର୍ଯ୍ୟାଙ୍କୁ ବିଦାୟ କଲେ।
Nígbà náà ni Farao pàṣẹ fún àwọn ìránṣẹ́ rẹ̀ nípa Abramu, wọ́n sì lé e jáde ti òun ti aya rẹ̀ àti ohun gbogbo tí ó ní.