< ମୋଶାଙ୍କ ଲିଖିତ ପ୍ରଥମ ପୁସ୍ତକ 10 >
1 ଶେମ, ହାମ, ଯେଫତ୍ ନାମକ ନୋହଙ୍କର ପୁତ୍ରମାନଙ୍କ ବଂଶାବଳୀ ଏହି। ଜଳପ୍ଳାବନ ପରେ ସେମାନଙ୍କର ଏହି ସମସ୍ତ ସନ୍ତାନ ଜନ୍ମିଥିଲେ।
Detta är Noahs söners slägt: Sem, Ham, Japhet, och de födde barn efter flodena.
2 ଗୋମର, ମାଗୋଗ୍, ମାଦୟ, ଯବନ, ତୁବଲ୍, ମେଶକ୍ ଓ ତୀରସ୍, ଏମାନେ ଯେଫତ୍ର ସନ୍ତାନ।
Japhets barn äro desse: Gomer, Magog, Madaj, Javan, Thubal, Mesech och Thiras.
3 ଅସ୍କିନସ୍ ଓ ରୀଫତ୍ ଓ ତୋଗର୍ମା, ଏମାନେ ଗୋମରର ସନ୍ତାନ।
Men Gomers barn äro desse: Ascenas, Riphath och Thogarma.
4 ପୁଣି, ଇଲୀଶା ଓ ତର୍ଶୀଶ ଓ କିତ୍ତୀମ ଓ ଦୋଦାନୀମ, ଏମାନେ ଯବନର ସନ୍ତାନ।
Javans barn äro desse: Elisa, Tharsis, Chitthim och Dodanim.
5 ଏମାନଙ୍କଠାରୁ ଅନ୍ୟଦେଶୀୟମାନଙ୍କର ଦ୍ୱୀପନିବାସୀଗଣ ଆପଣାମାନଙ୍କ ଦେଶବିଦେଶରେ ସ୍ୱ ସ୍ୱ ଭାଷାନୁସାରେ ବ୍ୟାପ୍ତ ହୋଇ ଆପଣା ଆପଣା ବଂଶ ଓ ଗୋଷ୍ଠୀ ଅନୁସାରେ ବିଭକ୍ତ ହେଲେ।
Utaf dessom äro utspridde Hedningarnas öar i deras landom, hvar efter sitt mål, slägte och folk.
6 କୂଶ, ମିସର, ପୂଟ୍ ଓ କିଣାନ, ଏମାନେ ହାମର ସନ୍ତାନ।
Hams barn äro desse: Chus, Mizraim, Phut och Canaan.
7 ସବା, ହବୀଲା, ସପ୍ତା, ରୟମା ଓ ସପ୍ତକା, ଏମାନେ କୂଶର ସନ୍ତାନ। ଶିବା ଓ ଦଦାନ, ଏମାନେ ରୟମାର ସନ୍ତାନ।
Chus barn äro desse: Seba, Hawila, Sabtha, Raema och Sabthecha. Raemas barn äro desse: Scheba och Dedan.
8 ନିମ୍ରୋଦ୍ କୂଶର ପୁତ୍ର; ସେ ପୃଥିବୀ ମଧ୍ୟରେ ପରାକ୍ରମୀ ହେବାକୁ ଲାଗିଲା।
Men Chus födde Nimrod; han begynte en väldig herre vara på jordene.
9 ସେ ସଦାପ୍ରଭୁଙ୍କ ସାକ୍ଷାତରେ ପରାକ୍ରାନ୍ତ ବ୍ୟାଧ ହେଲା; ଏଣୁ ଲୋକମାନେ ଏପର୍ଯ୍ୟନ୍ତ ଏହି ଦୃଷ୍ଟାନ୍ତ କହନ୍ତି, “ସଦାପ୍ରଭୁଙ୍କ ସାକ୍ଷାତରେ ପରାକ୍ରାନ୍ତ ବ୍ୟାଧ ନିମ୍ରୋଦ୍ ତୁଲ୍ୟ।”
Och var en väldig jägare för Herranom. Deraf är det ordspråket: Det är en väldig jägare för Herranom, såsom Nimrod.
10 ପୁଣି, ଶିନୀୟର ଦେଶରେ ବାବିଲ ଓ ଏରକ ଓ ଅକ୍କଦ୍ ଓ କଲନେ, ଏହିସବୁ ନଗର ତାହାର ପ୍ରଥମ ରାଜ୍ୟ ହେଲା।
Och hans rikes begynnelse var Babel, Erech, Acad och Calne uti Sinear land.
11 ସେହି ଦେଶରୁ ଅଶୂର ନିର୍ଗତ ହୋଇ ନୀନିବୀ ଓ ରହୋବୋତ୍-ପୁରୀ ଓ କେଲହ,
Utaf det landet är sedan kommen Assur; och han byggde Nineve och Rehoboth, och Calah.
12 ପୁଣି, ନୀନିବୀ ଓ କେଲହର ମଧ୍ୟସ୍ଥିତ ରେଷନ୍ ନଗର ସ୍ଥାପନ କଲା; ଏହି ରେଷନ୍ ମହାନଗର।
Och dertill Resen emellan Nineve och Calah: Detta är en stor stad.
13 ପୁଣି, ଲୁଦୀୟ ଓ ଅନାମୀୟ ଓ ଲହାବୀୟ ଓ ନପ୍ତୂହୀୟ
Mizraim födde Ludim, Anamim, Lehabim, Naphtuhim,
14 ଓ ପଥ୍ରୋଷୀୟ ଓ ପଲେଷ୍ଟୀୟମାନଙ୍କ ଆଦିପୁରୁଷ କସ୍ଲୁହୀୟ ଓ କପ୍ତୋରୀୟ, ଏମାନେ ମିସରର ସନ୍ତାନ।
Patrusim och Casluhim. Af hvilkom utkomne äro de Philistim och Caphthorim.
15 ପୁଣି, କିଣାନର ଜ୍ୟେଷ୍ଠ ପୁତ୍ର ସୀଦୋନ, ତାହା ଉତ୍ତାରେ ହେତ୍
Men Canaan födde Zidon sin första son, och Heth,
16 ଓ ଯିବୂଷୀୟ ଓ ଇମୋରୀୟ ଓ ଗିର୍ଗାଶୀୟ
Jebusi, Emori, Girgasi,
17 ଓ ହିବ୍ବୀୟ ଓ ଅର୍କୀୟ ଓ ସିନୀୟ
Hivi, Archi, Sini,
18 ଓ ଅର୍ବଦୀୟ ଓ ସମାରୀୟ ଓ ହମାତୀୟ; ଏଥିଉତ୍ତାରେ କିଣାନୀୟମାନଙ୍କ ବଂଶ ବ୍ୟାପିଗଲେ।
Arvadi, Semari och Hamathi. Af dem äro utspridde de Cananeers slägter.
19 ତହିଁରେ ସୀଦୋନଠାରୁ ଗରାର ଦିଗକୁ ଘସା ପର୍ଯ୍ୟନ୍ତ, ପୁଣି, ସଦୋମ ଓ ହମୋରା ଓ ଅଦ୍ମା ଓ ସବୋୟୀମ ଦିଗରେ ଲେଶା ପର୍ଯ୍ୟନ୍ତ କିଣାନୀୟମାନଙ୍କ (ବସତିର) ସୀମା ଥିଲା।
Och deras gränsor voro ifrå Zidon genom Gerar, allt intill Gaza, till dess man kommer intill Sodoma, Gomorra, Adama, Zeboim, och intill Lasa.
20 ଆପଣା ଆପଣା ଦେଶ ଓ ଗୋଷ୍ଠୀରେ ସେମାନଙ୍କ ବଂଶ ଓ ଭାଷାନୁସାରେ ଏସମସ୍ତେ ହାମର ସନ୍ତାନ।
Desse äro nu Hams barn i deras slägter, tungomålom, landom och folkom.
21 ଯେଫତ୍ର ଜ୍ୟେଷ୍ଠ ଭ୍ରାତା ଶେମର ମଧ୍ୟ ସନ୍ତାନସନ୍ତତି ଥିଲେ, ଅର୍ଥାତ୍, ସେ ଏବରର ସନ୍ତାନମାନଙ୍କ ଆଦିପୁରୁଷ ଥିଲା।
Men Sem, Japhets broder, den äldste, födde ock barn, hvilken en fader är till all Ebers barn.
22 ଶେମର ଏହିସବୁ ସନ୍ତାନ, ଏଲମ୍ ଓ ଅଶୂର ଓ ଅର୍ଫକ୍ଷଦ ଓ ଲୁଦ୍ ଓ ଅରାମ।
Och desse äro hans barn: Elam, Assur, Arphachsad, Lud och Aram.
23 ଏହି ଅରାମର ସନ୍ତାନ ଊଷ୍ ଓ ହୂଲ ଓ ଗେଥର ଓ ମଶ୍।
Arams barn äro desse: Uz, Hul, Gether och Mas.
24 ପୁଣି, ଅର୍ଫକ୍ଷଦର ସନ୍ତାନ ଶେଲହ ଓ ଶେଲହର ସନ୍ତାନ ଏବର।
Arphachsad födde Salah, Salah födde Eber.
25 ଏହି ଏବରର ଦୁଇ ପୁତ୍ର; ଏକର ନାମ ପେଲଗ୍ (ବିଭାଗ), କାରଣ ସେହି ସମୟରେ ପୃଥିବୀ ବିଭକ୍ତ ହେଲା; ତାହାର ଭ୍ରାତାର ନାମ ଯକ୍ତନ୍।
Eber födde två söner, en het Peleg, derföre att i hans tid vardt verlden delad; hans broder het Jaketan.
26 ପୁଣି, ଯକ୍ତନ୍ର ପୁତ୍ର ଅଲ୍ମୋଦଦ ଓ ଶେଲଫ୍ ଓ ହତ୍ସର୍ମାବତ୍ ଓ ଯେରହ
Och Jaketan födde Almodad, Saleph, Hazarmaveth, Jarah,
27 ଓ ହଦୋରାମ ଓ ଊଷଲ ଓ ଦିକ୍ଲା
Hadoram, Usal, Dikela,
28 ଓ ଓବଲ ଓ ଅବୀମାୟେଲ୍ ଓ ଶିବା
Obal, Abimael, Seba,
29 ଓ ଓଫୀର ଓ ହବୀଲା ଓ ଯୋବବ୍, ଏହି ସମସ୍ତ ଯକ୍ତନ୍ର ସନ୍ତାନ।
Ophir, Hawila och Jobab. Alle desse äro Jaketans söner.
30 ମେଷା ଅବଧି ପୂର୍ବ ଦିଗର ସଫାର ପର୍ବତ ପର୍ଯ୍ୟନ୍ତ ସେମାନଙ୍କର ବସତି ଥିଲା।
Och deras boning var ifrå Mesa, intill man kommer till Sephar på berget öster ut.
31 ଆପଣା ଆପଣା ଦେଶରେ ସେମାନଙ୍କର ବଂଶ ଓ ଭାଷା ଓ ଗୋଷ୍ଠୀ ଅନୁସାରେ ଏସମସ୍ତେ ଶେମର ସନ୍ତାନ।
Dessa äro Sems barn, uti deras slägter, tungomålom, landom och folkom.
32 ଆପଣା ଆପଣା ଗୋଷ୍ଠୀରେ ସେମାନଙ୍କ ବଂଶାବଳୀ ଅନୁସାରେ ଏମାନେ ନୋହଙ୍କର ସନ୍ତାନଗଣର ବଂଶ ଥିଲେ; ପୁଣି, ଜଳପ୍ଳାବନ ଉତ୍ତାରେ ଏମାନଙ୍କଠାରୁ ଉତ୍ପନ୍ନ ନାନା ଗୋଷ୍ଠୀ ପୃଥିବୀରେ ବିଭକ୍ତ ହେଲେ।
Detta är nu Noahs barns afföda, uti deras slägter och folkom. Af hvilkom utspridt är folket på jordene efter floden.