< ମୋଶାଙ୍କ ଲିଖିତ ପ୍ରଥମ ପୁସ୍ତକ 10 >
1 ଶେମ, ହାମ, ଯେଫତ୍ ନାମକ ନୋହଙ୍କର ପୁତ୍ରମାନଙ୍କ ବଂଶାବଳୀ ଏହି। ଜଳପ୍ଳାବନ ପରେ ସେମାନଙ୍କର ଏହି ସମସ୍ତ ସନ୍ତାନ ଜନ୍ମିଥିଲେ।
Hawa ndio wazao wa Noa: Shemu, Hamu na Yafethi, ambao walizaa wana baada ya gharika.
2 ଗୋମର, ମାଗୋଗ୍, ମାଦୟ, ଯବନ, ତୁବଲ୍, ମେଶକ୍ ଓ ତୀରସ୍, ଏମାନେ ଯେଫତ୍ର ସନ୍ତାନ।
Wana wa Yafethi walikuwa: Gomeri, Magogu, Madai, Yavani, Tubali, Mesheki na Tirasi.
3 ଅସ୍କିନସ୍ ଓ ରୀଫତ୍ ଓ ତୋଗର୍ମା, ଏମାନେ ଗୋମରର ସନ୍ତାନ।
Wana wa Gomeri walikuwa: Ashkenazi, Rifathi na Togarma.
4 ପୁଣି, ଇଲୀଶା ଓ ତର୍ଶୀଶ ଓ କିତ୍ତୀମ ଓ ଦୋଦାନୀମ, ଏମାନେ ଯବନର ସନ୍ତାନ।
Wana wa Yavani walikuwa: Elisha, Tarshishi, Kitimu na Rodanimu.
5 ଏମାନଙ୍କଠାରୁ ଅନ୍ୟଦେଶୀୟମାନଙ୍କର ଦ୍ୱୀପନିବାସୀଗଣ ଆପଣାମାନଙ୍କ ଦେଶବିଦେଶରେ ସ୍ୱ ସ୍ୱ ଭାଷାନୁସାରେ ବ୍ୟାପ୍ତ ହୋଇ ଆପଣା ଆପଣା ବଂଶ ଓ ଗୋଷ୍ଠୀ ଅନୁସାରେ ବିଭକ୍ତ ହେଲେ।
(Kutokana na hawa mataifa ya Pwani yalienea katika nchi zao, kwa koo zao katika mataifa yao, kila moja kwa lugha yake.)
6 କୂଶ, ମିସର, ପୂଟ୍ ଓ କିଣାନ, ଏମାନେ ହାମର ସନ୍ତାନ।
Wana wa Hamu walikuwa: Kushi, Misraimu, Putu na Kanaani.
7 ସବା, ହବୀଲା, ସପ୍ତା, ରୟମା ଓ ସପ୍ତକା, ଏମାନେ କୂଶର ସନ୍ତାନ। ଶିବା ଓ ଦଦାନ, ଏମାନେ ରୟମାର ସନ୍ତାନ।
Wana wa Kushi walikuwa: Seba, Havila, Sabta, Raama na Sabteka. Wana wa Raama walikuwa: Sheba na Dedani.
8 ନିମ୍ରୋଦ୍ କୂଶର ପୁତ୍ର; ସେ ପୃଥିବୀ ମଧ୍ୟରେ ପରାକ୍ରମୀ ହେବାକୁ ଲାଗିଲା।
Kushi akamzaa Nimrodi, ambaye alikua akawa mtu shujaa duniani.
9 ସେ ସଦାପ୍ରଭୁଙ୍କ ସାକ୍ଷାତରେ ପରାକ୍ରାନ୍ତ ବ୍ୟାଧ ହେଲା; ଏଣୁ ଲୋକମାନେ ଏପର୍ଯ୍ୟନ୍ତ ଏହି ଦୃଷ୍ଟାନ୍ତ କହନ୍ତି, “ସଦାପ୍ରଭୁଙ୍କ ସାକ୍ଷାତରେ ପରାକ୍ରାନ୍ତ ବ୍ୟାଧ ନିମ୍ରୋଦ୍ ତୁଲ୍ୟ।”
Alikuwa mwindaji hodari mbele za Bwana. Ndiyo sababu watu husema, “Kama Nimrodi, hodari wa kuwinda mbele za Bwana.”
10 ପୁଣି, ଶିନୀୟର ଦେଶରେ ବାବିଲ ଓ ଏରକ ଓ ଅକ୍କଦ୍ ଓ କଲନେ, ଏହିସବୁ ନଗର ତାହାର ପ୍ରଥମ ରାଜ୍ୟ ହେଲା।
Vituo vyake vya kwanza katika ufalme wake vilikuwa Babeli, Ereki, Akadi na Kalne katika Shinari.
11 ସେହି ଦେଶରୁ ଅଶୂର ନିର୍ଗତ ହୋଇ ନୀନିବୀ ଓ ରହୋବୋତ୍-ପୁରୀ ଓ କେଲହ,
Kutoka nchi ile alikwenda Ashuru, ambako alijenga Ninawi, Rehoboth-iri, Kala,
12 ପୁଣି, ନୀନିବୀ ଓ କେଲହର ମଧ୍ୟସ୍ଥିତ ରେଷନ୍ ନଗର ସ୍ଥାପନ କଲା; ଏହି ରେଷନ୍ ମହାନଗର।
na Reseni, iliyo kati ya Ninawi na Kala; huo ndio mji mkubwa.
13 ପୁଣି, ଲୁଦୀୟ ଓ ଅନାମୀୟ ଓ ଲହାବୀୟ ଓ ନପ୍ତୂହୀୟ
Misraimu alikuwa baba wa: Waludi, Waanami, Walehabi, Wanaftuhi,
14 ଓ ପଥ୍ରୋଷୀୟ ଓ ପଲେଷ୍ଟୀୟମାନଙ୍କ ଆଦିପୁରୁଷ କସ୍ଲୁହୀୟ ଓ କପ୍ତୋରୀୟ, ଏମାନେ ମିସରର ସନ୍ତାନ।
Wapathrusi, Wakasluhi (hao ndio asili ya Wafilisti), na Wakaftori.
15 ପୁଣି, କିଣାନର ଜ୍ୟେଷ୍ଠ ପୁତ୍ର ସୀଦୋନ, ତାହା ଉତ୍ତାରେ ହେତ୍
Kanaani alikuwa baba wa: Sidoni mzaliwa wake wa kwanza, Hethi,
16 ଓ ଯିବୂଷୀୟ ଓ ଇମୋରୀୟ ଓ ଗିର୍ଗାଶୀୟ
Wayebusi, Waamori, Wagirgashi,
17 ଓ ହିବ୍ବୀୟ ଓ ଅର୍କୀୟ ଓ ସିନୀୟ
Wahivi, Waariki, Wasini,
18 ଓ ଅର୍ବଦୀୟ ଓ ସମାରୀୟ ଓ ହମାତୀୟ; ଏଥିଉତ୍ତାରେ କିଣାନୀୟମାନଙ୍କ ବଂଶ ବ୍ୟାପିଗଲେ।
Waarvadi, Wasemari na Wahamathi. Baadaye koo za Wakanaani zilitawanyika,
19 ତହିଁରେ ସୀଦୋନଠାରୁ ଗରାର ଦିଗକୁ ଘସା ପର୍ଯ୍ୟନ୍ତ, ପୁଣି, ସଦୋମ ଓ ହମୋରା ଓ ଅଦ୍ମା ଓ ସବୋୟୀମ ଦିଗରେ ଲେଶା ପର୍ଯ୍ୟନ୍ତ କିଣାନୀୟମାନଙ୍କ (ବସତିର) ସୀମା ଥିଲା।
na mipaka ya Kanaani ilienea kutoka Sidoni kuelekea Gerari hadi Gaza, kisha kuelekea Sodoma, Gomora, Adma na Seboimu, hadi kufikia Lasha.
20 ଆପଣା ଆପଣା ଦେଶ ଓ ଗୋଷ୍ଠୀରେ ସେମାନଙ୍କ ବଂଶ ଓ ଭାଷାନୁସାରେ ଏସମସ୍ତେ ହାମର ସନ୍ତାନ।
Hawa ni wana wa Hamu kwa koo zao na lugha zao, katika nchi zao na mataifa yao.
21 ଯେଫତ୍ର ଜ୍ୟେଷ୍ଠ ଭ୍ରାତା ଶେମର ମଧ୍ୟ ସନ୍ତାନସନ୍ତତି ଥିଲେ, ଅର୍ଥାତ୍, ସେ ଏବରର ସନ୍ତାନମାନଙ୍କ ଆଦିପୁରୁଷ ଥିଲା।
Shemu ambaye ni ndugu mkubwa wa Yafethi, kwake kulizaliwa wana pia. Shemu alikuwa baba wa wana wote wa Eberi.
22 ଶେମର ଏହିସବୁ ସନ୍ତାନ, ଏଲମ୍ ଓ ଅଶୂର ଓ ଅର୍ଫକ୍ଷଦ ଓ ଲୁଦ୍ ଓ ଅରାମ।
Wana wa Shemu walikuwa: Elamu, Ashuru, Arfaksadi, Ludi na Aramu.
23 ଏହି ଅରାମର ସନ୍ତାନ ଊଷ୍ ଓ ହୂଲ ଓ ଗେଥର ଓ ମଶ୍।
Wana wa Aramu walikuwa: Usi, Huli, Getheri na Mesheki.
24 ପୁଣି, ଅର୍ଫକ୍ଷଦର ସନ୍ତାନ ଶେଲହ ଓ ଶେଲହର ସନ୍ତାନ ଏବର।
Arfaksadi alikuwa baba wa Shela, naye Shela akamzaa Eberi.
25 ଏହି ଏବରର ଦୁଇ ପୁତ୍ର; ଏକର ନାମ ପେଲଗ୍ (ବିଭାଗ), କାରଣ ସେହି ସମୟରେ ପୃଥିବୀ ବିଭକ୍ତ ହେଲା; ତାହାର ଭ୍ରାତାର ନାମ ଯକ୍ତନ୍।
Eberi akapata wana wawili: Mmoja wao aliitwa Pelegi, kwa kuwa wakati wake ndipo dunia iligawanyika; nduguye aliitwa Yoktani.
26 ପୁଣି, ଯକ୍ତନ୍ର ପୁତ୍ର ଅଲ୍ମୋଦଦ ଓ ଶେଲଫ୍ ଓ ହତ୍ସର୍ମାବତ୍ ଓ ଯେରହ
Yoktani alikuwa baba wa: Almodadi, Shelefu, Hasarmawethi, Yera,
27 ଓ ହଦୋରାମ ଓ ଊଷଲ ଓ ଦିକ୍ଲା
Hadoramu, Uzali, Dikla,
28 ଓ ଓବଲ ଓ ଅବୀମାୟେଲ୍ ଓ ଶିବା
Obali, Abimaeli, Sheba,
29 ଓ ଓଫୀର ଓ ହବୀଲା ଓ ଯୋବବ୍, ଏହି ସମସ୍ତ ଯକ୍ତନ୍ର ସନ୍ତାନ।
Ofiri, Havila na Yobabu. Hawa wote walikuwa wana wa Yoktani.
30 ମେଷା ଅବଧି ପୂର୍ବ ଦିଗର ସଫାର ପର୍ବତ ପର୍ଯ୍ୟନ୍ତ ସେମାନଙ୍କର ବସତି ଥିଲା।
Nchi waliyoishi ilienea toka Mesha kuelekea Sefari kwenye nchi ya vilima iliyoko mashariki.
31 ଆପଣା ଆପଣା ଦେଶରେ ସେମାନଙ୍କର ବଂଶ ଓ ଭାଷା ଓ ଗୋଷ୍ଠୀ ଅନୁସାରେ ଏସମସ୍ତେ ଶେମର ସନ୍ତାନ।
Hao ndio wana wa Shemu kwa koo zao na lugha zao, katika nchi zao na mataifa yao.
32 ଆପଣା ଆପଣା ଗୋଷ୍ଠୀରେ ସେମାନଙ୍କ ବଂଶାବଳୀ ଅନୁସାରେ ଏମାନେ ନୋହଙ୍କର ସନ୍ତାନଗଣର ବଂଶ ଥିଲେ; ପୁଣି, ଜଳପ୍ଳାବନ ଉତ୍ତାରେ ଏମାନଙ୍କଠାରୁ ଉତ୍ପନ୍ନ ନାନା ଗୋଷ୍ଠୀ ପୃଥିବୀରେ ବିଭକ୍ତ ହେଲେ।
Hizi ndizo koo za wana wa Noa, kufuatana na vizazi vyao, katika mataifa yao. Kutokana na hawa mataifa yalienea duniani kote baada ya gharika.