< ଗାଲାତୀୟ 6 >

1 ହେ ଭାଇମାନେ, ଯଦି କେହି କୌଣସି ଅପରାଧରେ ଧରାପଡ଼େ, ଆତ୍ମିକ ଯେ ତୁମ୍ଭେମାନେ, ତୁମ୍ଭେମାନେ ମୃଦୁ ଭାବରେ ସେହି ପ୍ରକାର ଲୋକକୁ ସଂଶୋଧନ କର, ପୁଣି, କେଜାଣି ନିଜେ ମଧ୍ୟ ପରୀକ୍ଷାରେ ପଡ଼ିପାର, ଏଥିପାଇଁ ଆପଣା ବିଷୟରେ ସାବଧାନ ହୁଅ।
ଏ ବାଇବଇନିମନ୍‌ ଜଦି ତମର୍‌ ବିତ୍‌ରେ କେ କାରାପ୍‌ କାମ୍‌ କଲା ବେଲେ ଦାରାପଡ୍‌ଲେ, ତମର୍‌ଟାନେ ଜେ ସୁକଲ୍‌ ଆତ୍‌ମାଇଅନି ଚାଲ୍‌ନା ପାଇଲାନି, ସେ ତାକେ ଟିକ୍‌ ବାଟେ ଆନ୍‌ବାର୍‌ ଆଚେ । ମାତର୍‌ ସେ ଏ କାମ୍‌ ସାର୍‌ଦା ଆରି ସଲଦ୍‌ସଙ୍ଗ୍‍ କର୍‌ବାର୍‌ ଆଚେ । ଆରି ଜାଗ୍‍ରତ୍‌, ଜେନ୍ତିକି ସେ ନିଜେ ସେନ୍ତାର୍‌ କାମ୍‌ କର୍‌ବାକେ ମନ୍‌ କର୍‌ବାର୍‌ ନାଇ ।
2 ପରସ୍ପରର ଭାର ବହନ କର; ଏହି ପ୍ରକାରେ ତୁମ୍ଭେମାନେ ଖ୍ରୀଷ୍ଟଙ୍କ ବ୍ୟବସ୍ଥା ସଫଳ କରିବ।
ତମର୍‌ ତମର୍‌ ବିତ୍‌ରେ, ଜିବନେ ଆଇବା ବଜ୍‌ ବିସଇ ବଇବାକେ ସାଇଜ କରାକରି ଉଆ । ଏନ୍ତାରି କଲେ ତମେ କିରିସ୍‌ଟର୍‌ ଆଦେସ୍‌ ମାନ୍‌ସା ।
3 ଯଦି କୌଣସି ଲୋକ ଅସାର ହେଲେ ହେଁ ଆପଣାକୁ ବଡ଼ ବୋଲି ମନେ କରେ, ତେବେ ସେ ନିଜକୁ ପ୍ରବଞ୍ଚନା କରେ।
ଜେ ନିଜର୍‌ ବିସଇନେଇ ବଡ୍‌ ବଲି ବାବ୍‌ସି, ସତଇସେ ଦେକ୍‌ଲେ ସେ ବଡ୍‌ ନଏ । ସେ ନିଜେ ନାଡାଇ ଅଇଲାନି ।
4 କିନ୍ତୁ ପ୍ରତ୍ୟେକ ଜଣ ଆପଣା କର୍ମ ପରୀକ୍ଷା କରୁ, ତେବେ ସେ ଅନ୍ୟ ସହିତ ଆପଣାକୁ ତୁଳନା କରିବା ଦ୍ୱାରା ଦର୍ପ ନ କରି କେବଳ ନିଜଠାରେ ଦର୍ପର କାରଣ ପାଇବ;
ସବୁ ଲକ୍‌ ନିଜର୍‌ ନିଜର୍‌ ଚଲାଚଲ୍‌ତି ବିଚାର୍‌ କରି ଦେକ୍‌ବାର୍‌ ଆଚେ । ଜଦି ସେଟା ନିକ ଅଇରଇସି, ତେବେ ସେ ନିଜେ ସାର୍‍ଦା ଅ । ଆରି ବିନ୍‌ ଲକର୍‌ କାମ୍‌ସଙ୍ଗ୍‌ ନିଜେ କଲାଟା ସମାନ୍‌ ନ କର ।
5 କାରଣ ପ୍ରତ୍ୟେକ ଜଣ ଆପଣା ଭାର ବହନ କରିବ।
କାଇକେ ବଇଲେ ସବୁ ଲକ୍‌ ନିଜର୍‌ ନିଜର୍‌ ଜିବନେ ଆଇବା ବଜ୍‌ ବଇବାକେ ପଡ୍‌ସି ।
6 କିନ୍ତୁ ଯେ ଈଶ୍ବରଙ୍କ ବାକ୍ୟରେ ଶିକ୍ଷା ପ୍ରାପ୍ତ ହୁଏ, ସେ ଶିକ୍ଷାଦାତାଙ୍କୁ ସମସ୍ତ ଉତ୍ତମ ବିଷୟର ସହଭାଗୀ କରାଉ।
ଜନ୍‌ ଲକ୍‌ମନ୍‌ ବାକିଅଟାନେ ସିକିଆ ପାଇଲାଇନି, ସେମନର୍‌ଟାନେ ଜନ୍‌ଟା ଆଚେ, ସେଟା ତାକର୍‌ ସିକାଉମନର୍‌ ସଙ୍ଗ୍‌ ବାଟା କର୍‌ବାର୍‌ ଆଚେ ।
7 ଭ୍ରାନ୍ତ ନ ହୁଅ; ଈଶ୍ବର ବିଦୃପର ପାତ୍ର ନୁହଁନ୍ତି; କାରଣ ମନୁଷ୍ୟ ଯାହା ବୁଣେ, ତାହା ହିଁ କାଟିବ।
ପରମେସର୍‌ ନାଡାଇ ନ ଅଏ, ନିଜେ ନାଡାଇ ଉଆ ନାଇ । ଜେ ଜନ୍‌ଟା ବୁନିରଇସି, ସେ ସମାନ୍‌ଟା ଆକା କାଟ୍‌ସି ।
8 ଯେଣୁ ଯେ ଆପଣା ଶରୀର ଉଦ୍ଦେଶ୍ୟରେ ବୁଣେ, ସେ ଶରୀରରୁ ଉତ୍ପନ୍ନ କ୍ଷୟଣୀୟ ଶସ୍ୟ କାଟିବ; କିନ୍ତୁ ଯେ ପବିତ୍ର ଆତ୍ମାଙ୍କ ଉଦ୍ଦେଶ୍ୟରେ ବୁଣେ, ସେ ଆତ୍ମାଙ୍କଠାରୁ ଉତ୍ପନ୍ନ ଅନନ୍ତ ଜୀବନରୂପ ଶସ୍ୟ କାଟିବ। (aiōnios g166)
ଜେ ନିଜର୍‌ ଗାଗଡର୍‍ ଗୁନ୍‍ଚଲନ୍‍ ଇସାବେ ବୁନ୍‍ସି, ସେ ଗାଗ୍‌ଡେଅନି ବାରଇବା ମରନର୍‌ କେତ୍‌ କାଟ୍‌ସି । ମାତର୍‌ ଜେ ଆତ୍‌ମାର୍‌ ଇସାବେ ବୁନ୍‍ସି, ସେ ଆତ୍‌ମାଇଅନି ବାରଇଲା ନ ସାର୍‌ବା ଜିବନ୍‌ପାରା କେତ୍‌ କାଟ୍‌ସି । (aiōnios g166)
9 ଆମ୍ଭେମାନେ ଉତ୍ତମ କର୍ମ କରିବାରେ କ୍ଳାନ୍ତ ନ ହେଉ; କାରଣ କ୍ଳାନ୍ତ ନୋହିଲେ ଉପଯୁକ୍ତ ସମୟରେ ଶସ୍ୟ କାଟିବା।
ସେଟାର୍‌ ପାଇ ଆମେ ନିକ କାମ୍‍ କରି ଲାଗି ରଇବୁ। କାଇକେ ବଇଲେ ନ ତାକ୍‌ଲେ ସେ ସମାନ୍‍ ବେଲାଇ ପସଲ୍‌ ପାଇବାର୍‌ ଅଇସି ।
10 ଅତଏବ, ଆମ୍ଭେମାନେ ସୁଯୋଗ ଅନୁସାରେ ସମସ୍ତଙ୍କର, ବିଶେଷତଃ, ଏକ ପରିବାରଭୁକ୍ତ ବିଶ୍ୱାସୀ ସମସ୍ତଙ୍କର ମଙ୍ଗଳ କରୁ।
୧୦ସେନ୍ତି ବଇଲେ ଜେତେକ୍‌ ତର୍‌ ବେଲା ପାଇଲୁନି, ସବୁବେଲା ସବୁର୍‌ସଙ୍ଗ୍‌, ଜନ୍‍ଲକ୍‍ମନ୍‍ ଆମର୍‌ ବିସ୍‌ବାସି କୁଟୁମେ ମିସ୍‌ଲାଇ ଆଚତ୍‌, ସେମନର୍‌ ପାଇ ନିମାନ୍‌ କର୍‌ବାର୍‍ ଆମର୍‌ ଦାଇତ୍‍ ।
11 ଦେଖ, କିପରି ବଡ଼ ବଡ଼ ଅକ୍ଷରରେ ମୋହର ନିଜ ହସ୍ତରେ ମୁଁ ତୁମ୍ଭମାନଙ୍କ ନିକଟକୁ ଲେଖିଅଛି।
୧୧ଦେକା, କେଡେ ବଡ୍‌ ବଡ୍‌ ଅଇକର୍‌ସଙ୍ଗ୍‍ ମୁଇ ତମ୍‌କେ ଏ ଚିଟିର୍‌ ସାରାସାରି କାତା ମର୍‌ ନିଜର୍‌ ଆତେ ଲେକ୍‌ଲିନି ।
12 ଯେଉଁମାନେ ବାହ୍ୟ କ୍ରିୟାକର୍ମ ଦ୍ୱାରା ସୁଖ୍ୟାତି ପାଇବାକୁ ଇଚ୍ଛା କରନ୍ତି, ସେମାନେ ତୁମ୍ଭମାନଙ୍କୁ ସୁନ୍ନତ ହେବା ପାଇଁ ବାଧ୍ୟ କରନ୍ତି; ଖ୍ରୀଷ୍ଟଙ୍କ କ୍ରୁଶ ହେତୁ ସେମାନେ ଯେପରି ତାଡ଼ନା ଭୋଗ ନ କରନ୍ତି, କେବଳ ସେଥିନିମନ୍ତେ ତାହା କରନ୍ତି।
୧୨ଜନ୍‌ ଲକ୍‌ମନ୍‌ ବାଇରର୍‌ ରିତିନିତି ମାନିକରି ଡାକ୍‌ପୁଟା ପାଇବାକେ ମନ୍‌ କର୍‌ବାଇ, ସେମନ୍‌ ତମ୍‌କେ ସୁନତ୍‌ ଅଇବାକେ ବାଦିଅ କଲାଇନି । କିରିସ୍‌ଟର୍‌ କୁର୍‌ସର୍‍ ଲାଗି ସେମନ୍‌ ଜେନ୍ତି ସଙ୍ଗର୍‍ ଜିଉଦିମନର୍‌ କସ୍‌ଟ ନ ପାଇବାର୍‍ ଲାଗି ଏଟା କଲାଇନି ।
13 କାରଣ ଯେଉଁମାନେ ସୁନ୍ନତ ବିଧି ସମର୍ଥନ କରନ୍ତି, ସେମାନେ ନିଜେ ସୁଦ୍ଧା ମୋଶାଙ୍କ ବ୍ୟବସ୍ଥା ପାଳନ କରନ୍ତି ନାହିଁ, ବରଂ ସେମାନେ ଯେପରି ତୁମ୍ଭମାନଙ୍କ ଶରୀର ସମ୍ବନ୍ଧରେ ଗର୍ବ କରିପାରନ୍ତି, ଏଥିପାଇଁ ସେମାନେ ତୁମ୍ଭମାନଙ୍କୁ ସୁନ୍ନତ କରାଇବାକୁ ଇଚ୍ଛା କରନ୍ତି।
୧୩କାଇକେ ବଇଲେ ଜନ୍‌ ଲକ୍‌ମନ୍‌ ସୁନତ୍‌ ବିଦିକେ ଟିକ୍‌ ବଲି କଇଲାଇନି, ସେମନ୍‌ ନିଜେ, ମସାର୍‌ ସବୁ ନିୟମ୍‌ ମାନତ୍‌ ନାଇ । ଜେନ୍ତି କି ତମେ ସୁନତ୍‌ ଅଇ ସେମନର୍‌ବାଟେ ମିସ୍‌ଲାସ୍‌ । ଏଟା ନେଇକରି ବଡ୍‌ପନ୍‌ ଅଇବାଇ ।
14 କିନ୍ତୁ ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର କ୍ରୁଶ ବ୍ୟତୀତ ଆଉ କାହିଁରେ ଦର୍ପ କରିବା ମୋʼଠାରୁ ଦୂରେ ଥାଉ; ତାହାଙ୍କ ଦ୍ୱାରା ଜଗତ ମୋʼ ପ୍ରତି ଓ ମୁଁ ଜଗତ ପ୍ରତି କ୍ରୁଶରେ ହତ ହୋଇଅଛି।
୧୪ମାତର୍‌ ମାପ୍‌ରୁ ଜିସୁ କିରିସ୍‌ଟର୍‌ କୁରୁସ୍‌ ଚାଡିକରି ଆରି କାଇତେଇ ବଡ୍‌ପନ୍‌ ଅଇବାଟା ମର୍‌ଟାନେଅନି ଦୁରିକେ ରଅ । କାଇକେବଇଲେ ଜଗତ୍‌ ଜନ୍‌ ବିସଇର୍‌ ପାଇ ବେସି ଦାନ୍ଦା ଅଇଲାନି, ସେଟା ମୁକିଅ ବିସଇ ବଲି ମୁଇ ନ ବାବି । ଆରି ଜଗତ୍‌ ମିସା ମକେ କାଇ ମୁଲିଅ ନ ଅଇଲା ଲକ୍‌ ପାରା ଦେକ୍‌ଲାନି ।
15 କାରଣ ସୁନ୍ନତ କିମ୍ବା ଅସୁନ୍ନତ କିଛି ନୁହେଁ, କିନ୍ତୁ ନୂତନ ସୃଷ୍ଟି ହିଁ ସାର।
୧୫କେ ସୁନତ୍‌ ଅଇଲା, କେ ସୁନତ୍‌ ଅଏନାଇ, ସେଟା କିଚି ନାଇ । ମାତର୍‌ ପର୍‌ମେସର୍‌ ଆମ୍‌କେ ନୁଆ ଜନମ୍‌ ଦେଲାଆଚେ, ସବୁର୍‌ଟାନେଅନି ସେଟାସେ ମୁକିଅ ବିସଇ ।
16 ଆଉ, ଯେତେ ଲୋକ ଏହି ନିୟମାନୁସାରେ ଆଚରଣ କରନ୍ତି, ସେମାନଙ୍କ ଉପରେ ଓ ଈଶ୍ବରଙ୍କର ଇସ୍ରାଏଲ ଉପରେ ଶାନ୍ତି ଓ ଦୟା ବର୍ତ୍ତୁ।
୧୬ଜନ୍‌ ଲକ୍‌ମନ୍‌ ନିଜର୍‌ ଜିବନେ ଏ କାତା ଦାର୍‌ବାଇ, ସେମନ୍‌ ସବୁ ଲକ୍‌ ଆରି ପରମେସରର୍‌ ସବୁ ଲକ୍‌ମନ୍‌ ଜିବ୍‌ନେ ସାନ୍ତି ଆରି ଜିବନ୍‌ ଦୁକାନି ପାଇବାଇ ।
17 ଆଜିଠାରୁ କେହି ଆଉ ମୋତେ କଷ୍ଟ ନ ଦେଉ, କାରଣ ମୁଁ ମୋହର ଶରୀରରେ ଯୀଶୁଙ୍କ କ୍ଷତଦାଗ ବହନ କରୁଅଛି।
୧୭ସାରାସାରି ଏତ୍‌କି କଇଲିନି, ଆଜିଅନି ବୁଲ୍‌ ସିକିଆ ଦେଇକରି ମକେ ଆରି କେ ମିସା କସ୍‌ଟ ନ ଦେଅ, କାଇକେ ବଇଲେ ମୁଇ ଜିସୁର୍‌ ଗତିଦାଙ୍ଗ୍‌ଡା ବଲି ଦେକାଇବାକେ ମର୍‌ ଗାଗ୍‌ଡେ ତାର୍‌ କଣ୍ଡିଆ ଚିନ୍‌ ଆଚେ ।
18 ହେ ଭାଇମାନେ, ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଅନୁଗ୍ରହ ତୁମ୍ଭମାନଙ୍କ ସହବର୍ତ୍ତୀ ହେଉ। ଆମେନ୍‍।
୧୮ଏ ବାଇବଇନିମନ୍‌! ଆମର୍‌ ମାପ୍‌ରୁ ଜିସୁକିରିସ୍‌ଟର୍‌ ଜିବନ୍‌ ଦୁକାନି ତମର୍‌ ସବୁ ଲକର୍‌ ଲଗେ ରଅ । ଆମେନ୍‌!

< ଗାଲାତୀୟ 6 >