< ଗାଲାତୀୟ 4 >
1 କିନ୍ତୁ ମୁଁ କହୁଅଛି, ଯେତେ ଦିନ ପର୍ଯ୍ୟନ୍ତ ଉତ୍ତରାଧିକାରୀ ନାବାଳକ ଥାଏ, ସେତେ ଦିନ ପର୍ଯ୍ୟନ୍ତ ସେ ସମସ୍ତ ବିଷୟର କର୍ତ୍ତା ହେଲେ ହେଁ କୌଣସି ପ୍ରକାରେ ଦାସଠାରୁ ଭିନ୍ନ ନୁହେଁ,
ⲁ̅ϯϫⲱ ⲇⲉ ⲙⲙⲟⲥ ϫⲉ ⲉⲡϩⲟⲥⲟⲛ ⲡⲉⲩⲟⲉⲓϣ ⲡⲉⲕⲗⲏⲣⲟⲛⲟⲙⲟⲥ ⲟⲩⲕⲟⲩⲓ ⲡⲉ ⲛϥϣⲟⲃⲉ ⲗⲁⲁⲩ ⲁⲛ ⲉⲩϩⲙϩⲁⲗ ⲉⲡϫⲟⲉⲓⲥ ⲛⲛⲕⲁ ⲛⲓⲙ ⲡⲉ
2 କିନ୍ତୁ ପିତାଙ୍କ ନିରୂପିତ ସମୟ ପର୍ଯ୍ୟନ୍ତ ସେ ଅଭିଭାବକ ଓ ବେବର୍ତ୍ତାମାନଙ୍କ ଅଧୀନରେ ଥାଏ।
ⲃ̅ⲁⲗⲗⲁ ϥϣⲟⲟⲡ ϩⲁ ϩⲉⲛⲉⲡⲓⲧⲣⲟⲡⲟⲥ ⲙⲛ ϩⲉⲛⲟⲓⲕⲟⲛⲟⲙⲟⲥ ϣⲁⲧⲉ ⲡⲣⲟⲑⲉⲥⲙⲓⲁ ⲙⲡⲉⲓⲱⲧ
3 ସେହିପରି ଆମ୍ଭେମାନେ ମଧ୍ୟ ଯେତେବେଳେ ଧର୍ମରେ ନାବାଳକ ଥିଲୁ, ସେତେବେଳେ ଜଗତର ମୌଳିକ ବିଷୟଗୁଡ଼ାକର ଦାସ ଥିଲୁ
ⲅ̅ⲧⲁⲓ ϩⲱⲱⲛ ⲧⲉ ⲧⲉⲛϩⲉ ⲙⲡⲉ ⲟⲩⲟⲉⲓϣ ⲉⲛⲟ ⲛⲕⲟⲩⲓ ⲛⲉⲛϣⲟⲟⲡ ϩⲁ ⲛⲉⲥⲧⲟⲓⲭⲓⲟⲛ ⲙⲡⲕⲟⲥⲙⲟⲥ ⲉⲛⲟ ⲛϩⲙϩⲁⲗ
4 କିନ୍ତୁ କାଳ ସମ୍ପୂର୍ଣ୍ଣ ହୁଅନ୍ତେ, ଈଶ୍ବର ଆପଣା ନିକଟରୁ ନିଜ ପୁତ୍ରଙ୍କୁ ପ୍ରେରଣ କଲେ; ସେ ସ୍ତ୍ରୀଜାତ ହୋଇ ମୋଶାଙ୍କ ବ୍ୟବସ୍ଥାର ଅଧୀନ ହେଲେ,
ⲇ̅ⲛⲧⲉⲣⲉ ⲡϫⲱⲕ ⲇⲉ ⲙⲡⲉⲩⲟⲉⲓϣ ⲉⲓ ⲁⲡⲛⲟⲩⲧⲉ ⲧⲛⲛⲟⲟⲩ ⲙⲡⲉϥϣⲏⲣⲉ ⲉⲁϥϣⲱⲡⲉ ⲉⲃⲟⲗ ϩⲛ ⲟⲩⲥϩⲓⲙⲉ ⲁϥϣⲱⲡⲉ ϩⲁⲡⲛⲟⲙⲟⲥ
5 ଯେପରି ସେ ମୂଲ୍ୟ ଦେଇ ମୋଶାଙ୍କ ବ୍ୟବସ୍ଥାଧୀନ ଲୋକମାନଙ୍କୁ ମୁକ୍ତ କରନ୍ତି, ପୁଣି, ଆମ୍ଭେମାନେ ପୁତ୍ରତ୍ୱର ଅଧିକାରପ୍ରାପ୍ତ ହେଉ।
ⲉ̅ϫⲉ ⲉϥⲉϣⲱⲡ ⲛⲛⲉⲧϩⲁ ⲡⲛⲟⲙⲟⲥ ϫⲉⲕⲁⲥ ⲉⲛⲉϫⲓ ⲛⲧⲙⲛⲧϣⲏⲣⲉ
6 ଆଉ ତୁମ୍ଭେମାନେ ପୁତ୍ର, ଏଥିସକାଶେ ଈଶ୍ବର ଆପଣା ନିକଟରୁ ନିଜ ପୁତ୍ରଙ୍କ ଆତ୍ମାଙ୍କୁ ଆମ୍ଭମାନଙ୍କ ହୃଦୟକୁ ପ୍ରେରଣ କଲେ; ସେହି ଆତ୍ମା ଆବ୍ବା, ପିତଃ ବୋଲି ଡାକନ୍ତି।
ⲋ̅ϫⲉ ⲛⲧⲉⲧⲛ ⲛϣⲏⲣⲉ ⲇⲉ ⲙⲡⲛⲟⲩⲧⲉ ⲁϥⲧⲛⲛⲟⲟⲩ ⲙⲡⲉⲡⲛⲁ ⲙⲡⲉϥϣⲏⲣⲉ ⲉϩⲣⲁⲓ ⲉⲛⲉⲛϩⲏⲧ ⲉϥⲱϣ ⲉⲃⲟⲗ ϫⲉ ⲁⲃⲃⲁ ⲡⲉⲓⲱⲧ
7 ଏଣୁ ତୁମ୍ଭେ ଆଉ ଦାସ ନୁହଁ, କିନ୍ତୁ ପୁତ୍ର, ପୁଣି, ଯଦି ପୁତ୍ର, ତେବେ ଈଶ୍ବରଙ୍କ କର୍ତ୍ତୃକ ଉତ୍ତରାଧିକାରୀ।
ⲍ̅ϩⲱⲥⲧⲉ ϭⲉ ⲛⲧⲕ ⲟⲩϩⲙϩⲁⲗ ⲁⲛ ⲁⲗⲗⲁ ⲛⲧⲕ ⲟⲩϣⲏⲣⲉ ⲉϣϫⲉ ⲛⲧⲕ ⲟⲩϣⲏⲣⲉ ⲇⲉ ⲉⲓⲉ ⲛⲧⲕ ⲟⲩⲕⲗⲏⲣⲟⲛⲟⲙⲟⲥ ⲉⲃⲟⲗ ϩⲓⲧⲙ ⲡⲉⲭⲥ
8 ମାତ୍ର ପୂର୍ବରେ ତୁମ୍ଭେମାନେ ଈଶ୍ବରଙ୍କୁ ନ ଜାଣି, ଯେଉଁମାନେ ପ୍ରକୃତରେ ଈଶ୍ବର ନୁହଁନ୍ତି, ସେମାନଙ୍କର ଦାସ ଥିଲ;
ⲏ̅ⲁⲗⲗⲁ ⲙⲡⲓⲟⲩⲟⲉⲓϣ ⲙⲉⲛ ⲉⲛⲧⲉⲧⲛⲥⲟⲟⲩⲛ ⲁⲛ ⲙⲡⲛⲟⲩⲧⲉ ⲁⲧⲉⲧⲛⲣϩⲙϩⲁⲗ ⲫⲩⲥⲓ ⲛⲛⲉⲧⲉ ⲛϩⲉⲛⲛⲟⲩⲧⲉ ⲁⲛ ⲛⲉ
9 କିନ୍ତୁ ଏବେ ଈଶ୍ବରଙ୍କ ପରିଚୟ ପାଇଅଛ; ବରଂ ଈଶ୍ବରଙ୍କ ଦ୍ୱାରା ପରିଚିତ ହୋଇଅଛ, ତେବେ କିପରି ଆଉ ଥରେ ଦୁର୍ବଳ ଓ ଅକିଞ୍ଚନ ମୌଳିକ ବିଷୟଗୁଡ଼ିକ ପ୍ରତି ଫେରିଯାଇ ପୁନର୍ବାର ସେହି ସବୁର ଦାସ ହେବାକୁ ଇଚ୍ଛା କରୁଅଛ?
ⲑ̅ⲧⲉⲛⲟⲩ ⲇⲉ ⲁⲧⲉⲧⲛⲥⲟⲩⲛ ⲡⲛⲟⲩⲧⲉ ⲛϩⲟⲩⲟ ⲇⲉ ⲁⲡⲛⲟⲩⲧⲉ ⲥⲟⲩⲛ ⲧⲏⲩⲧⲛ ⲛⲁϣ ⲛϩⲉ ⲧⲉⲧⲛⲕⲱⲧⲉ ⲟⲛ ⲙⲙⲱⲧⲛ ⲉⲛⲉⲥⲧⲟⲓⲭⲓⲟⲛ ⲛⲁⲧϭⲟⲙ ⲁⲩⲱ ⲛϩⲏⲕⲉ ⲛⲁⲓ ⲟⲛ ⲉⲧⲉⲧⲛⲟⲩⲉϣⲣ ϩⲙϩⲁⲗ ⲛⲁⲩ ⲛⲕⲉⲥⲟⲡ
10 ତୁମ୍ଭେମାନେ ବିଶେଷ ବିଶେଷ ଦିନ, ମାସ, ପର୍ବ ଓ ବର୍ଷ ପାଳନ କରିଥାଅ।
ⲓ̅ⲧⲉⲧⲛⲡⲁⲣⲁⲧⲏⲣⲉⲓ ⲉϩⲉⲛϩⲟⲟⲩ ⲙⲛ ϩⲉⲛⲉⲃⲁⲧⲉ ⲙⲛ ϩⲉⲛⲟⲩⲟⲉⲓϣ ⲙⲛ ϩⲉⲛⲣⲟⲙⲡⲉ
11 ତୁମ୍ଭମାନଙ୍କ ନିମନ୍ତେ ମୁଁ ଯେଉଁ ପରିଶ୍ରମ କରିଅଛି, କାଳେ ତାହା ବ୍ୟର୍ଥ ହୁଏ, ତୁମ୍ଭମାନଙ୍କ ସମ୍ବନ୍ଧରେ ମୋହର ଏହି ଭୟ ହେଉଅଛି।
ⲓ̅ⲁ̅ϯⲣ ϩⲟⲧⲉ ϩⲏⲧ ⲧⲏⲩⲧⲛ ϫⲉ ⲙⲏⲡⲱⲥ ⲁⲓϣⲡϩⲓⲥⲉ ⲉⲣⲱⲧⲛ ⲉⲓⲕⲏ
12 ହେ ଭାଇମାନେ, ମୁଁ ତୁମ୍ଭମାନଙ୍କୁ ନିବେଦନ କରୁଅଛି, ତୁମ୍ଭେମାନେ ମୋʼ ପରି ହୁଅ, କାରଣ ମୁଁ ତୁମ୍ଭମାନଙ୍କ ପରି ହୋଇଅଛି। ତୁମ୍ଭେମାନେ ମୋʼ ପ୍ରତି କୌଣସି ଅନ୍ୟାୟ କରି ନାହଁ।
ⲓ̅ⲃ̅ϣⲱⲡⲉ ⲛⲧⲁϩⲉ ϫⲉ ⲁⲛⲟⲕ ϩⲱⲱⲧ ⲟⲛ ⲛⲧⲉⲧⲛϩⲉ ⲛⲉⲥⲛⲏⲩ ϯⲥⲟⲡⲥ ⲙⲙⲱⲧⲛ ⲙⲡⲉⲧⲛϫⲓ ⲧⲗⲁⲁⲩ ⲛϭⲟⲛⲥ
13 କିନ୍ତୁ ତୁମ୍ଭେମାନେ ଜାଣ ଯେ, ଶାରୀରିକ ପୀଡ଼ା ହେତୁ ମୁଁ ତୁମ୍ଭମାନଙ୍କ ନିକଟରେ ପ୍ରଥମ ଥର ସୁସମାଚାର ପ୍ରଚାର କରିଥିଲି
ⲓ̅ⲅ̅ⲧⲉⲧⲛⲥⲟⲟⲩⲛ ⲇⲉ ϫⲉ ⲉⲧⲃⲉ ⲧⲙⲛⲧⲁⲧϭⲟⲙ ⲛⲧⲥⲁⲣⲝ ⲁⲓⲉⲩⲁⲅⲅⲉⲗⲓⲍⲉ ⲛⲏⲧⲛ ⲙⲡϣⲟⲣⲡ ⲛⲥⲟⲡ
14 ଆଉ, ତୁମ୍ଭମାନଙ୍କ ପରୀକ୍ଷା ସ୍ୱରୂପ ମୋହର ଶାରୀରିକ ଅବସ୍ଥା ତୁମ୍ଭେମାନେ ତୁଚ୍ଛ କଲ ନାହିଁ ବା ଘୃଣା କଲ ନାହିଁ, କିନ୍ତୁ ତୁମ୍ଭେମାନେ ଈଶ୍ବରଙ୍କ ଜଣେ ଦୂତ ସ୍ୱରୂପେ, ଏପରିକି ଖ୍ରୀଷ୍ଟ ଯୀଶୁଙ୍କ ସ୍ୱରୂପେ ମୋତେ ଗ୍ରହଣ କଲ।
ⲓ̅ⲇ̅ⲁⲩⲱ ⲡⲁⲡⲉⲓⲣⲁⲥⲙⲟⲥ ⲉⲧϩⲛ ⲧⲁⲥⲁⲣⲝ ⲙⲡⲉⲧⲛⲥⲟϣϥ ⲟⲩⲇⲉ ⲙⲡⲉⲧⲛⲃⲁⲃⲱⲱϥ ⲁⲗⲗⲁ ⲛⲑⲉ ⲛⲟⲩⲁⲅⲅⲉⲗⲟⲥ ⲛⲧⲉ ⲡⲛⲟⲩⲧⲉ ⲁⲧⲉⲧⲛϣⲟⲡⲧ ⲉⲣⲱⲧⲛ ⲛⲑⲉ ⲙⲡⲉⲭⲥ ⲓⲏⲥ
15 ତେବେ ତୁମ୍ଭମାନଙ୍କର ସେହି ଆନନ୍ଦ କାହିଁ? କାରଣ ମୁଁ ତୁମ୍ଭମାନଙ୍କ ପକ୍ଷରେ ସାକ୍ଷ୍ୟ ଦେଉଅଛି ଯେ, ସମ୍ଭବ ହୋଇଥିଲେ ତୁମ୍ଭେମାନେ ଆପଣା ଆପଣାର ଚକ୍ଷୁ ଉତ୍ପାଟନ କରି ମୋତେ ଦେଇଥାଆନ୍ତ।
ⲓ̅ⲉ̅ⲉϥⲧⲱⲛ ϭⲉ ⲡⲉⲧⲛⲙⲁⲕⲁⲣⲓⲥⲙⲟⲥ ϯⲣⲙⲛⲧⲣⲉ ⲅⲁⲣ ⲛⲏⲧⲛ ϫⲉ ⲉⲛⲉⲟⲩⲛϣϭⲟⲙ ⲉϣϫⲡⲉ ⲁⲧⲉⲧⲛⲡⲣⲕ ⲛⲉⲧⲛⲁⲗⲟⲟⲩⲉ ⲁⲧⲉⲧⲛⲧⲁⲁⲩ ⲛⲁⲓ
16 ଅତଏବ ମୁଁ ତୁମ୍ଭମାନଙ୍କୁ ସତ୍ୟ କହିବାରୁ କି ତୁମ୍ଭମାନଙ୍କର ଶତ୍ରୁ ହୋଇଅଛି?
ⲓ̅ⲋ̅ϩⲱⲥⲧⲉ ⲁⲓⲣϫⲁϫⲉ ⲉⲣⲱⲧⲛ ϫⲉ ⲁⲓϫⲉ ⲧⲙⲉ ⲛⲏⲧⲛ
17 ସେମାନେ ତ ତୁମ୍ଭମାନଙ୍କ ବିଷୟରେ ଉଦ୍ଯୋଗୀ, କିନ୍ତୁ ଭଲ ଅଭିପ୍ରାୟରେ ନୁହେଁ, ବରଂ ତୁମ୍ଭେମାନେ ଯେପରି ସେମାନଙ୍କ ବିଷୟରେ ଉଦ୍ଯୋଗୀ ହୁଅ, ଏଥିନିମନ୍ତେ ସେମାନେ ତୁମ୍ଭମାନଙ୍କୁ ମୋʼଠାରୁ ପୃଥକ୍ କରିବାକୁ ଇଚ୍ଛା କରୁଅଛନ୍ତି।
ⲓ̅ⲍ̅ⲥⲉⲕⲱϩ ⲉⲣⲱⲧⲛ ⲕⲁⲗⲱⲥ ⲁⲛ ⲁⲗⲗⲁ ⲉⲩⲟⲩⲱϣ ⲉⲣⲉⲕⲧ ⲧⲏⲩⲧⲛ ⲉⲃⲟⲗ ϫⲉ ⲉⲧⲉⲧⲛⲉⲕⲱϩ ⲉⲣⲟⲟⲩ
18 କେବଳ ମୁଁ ତୁମ୍ଭମାନଙ୍କ ସହିତ ଥିବା ସମୟରେ ନୁହେଁ, ମାତ୍ର ସବୁ ସମୟରେ ଉତ୍ତମ ବିଷୟରେ ଉଦ୍ଯୋଗୀ ହେବା ଭଲ।
ⲓ̅ⲏ̅ⲛⲁⲛⲟⲩⲥ ⲅⲁⲣ ⲉⲧⲣⲉⲩⲕⲱϩ ⲉⲣⲱⲧⲛ ϩⲙ ⲡⲡⲉⲧⲛⲁⲛⲟⲩϥ ⲛⲟⲩⲟⲉⲓϣ ⲛⲓⲙ ⲁⲩⲱ ⲉⲉⲓ ϩⲁⲧⲉ ⲧⲏⲩⲧⲛ ⲙⲙⲁⲧⲉ ⲁⲛ
19 ହେ ମୋହର ପିଲାମାନେ, ଯେପର୍ଯ୍ୟନ୍ତ ତୁମ୍ଭମାନଙ୍କଠାରେ ଖ୍ରୀଷ୍ଟ ମୂର୍ତ୍ତିମାନ ହୋଇ ନାହାନ୍ତି, ସେପର୍ଯ୍ୟନ୍ତ ତୁମ୍ଭମାନଙ୍କ ସକାଶେ ମୁଁ ପୁନର୍ବାର ପ୍ରସବ ବେଦନାରେ ବ୍ୟଥିତ ହେଉଅଛି।
ⲓ̅ⲑ̅ⲛⲁϣⲏⲣⲉ ⲛⲁⲓ ⲟⲛ ⲉϯϯⲛⲁⲁⲕⲉ ⲙⲙⲟⲟⲩ ϣⲁⲛⲧⲉ ⲡⲉⲭⲥ ϫⲓⲙⲟⲣⲫⲏ ⲛϩⲏⲧ ⲧⲏⲩⲧⲛ
20 ମୁଁ ଯେପରି ବର୍ତ୍ତମାନ ତୁମ୍ଭମାନଙ୍କ ନିକଟରେ ଉପସ୍ଥିତ ହୋଇ ଅନ୍ୟ ଭାବରେ କଥା କହିପାରନ୍ତି, ଏହା ମୋହର ଇଚ୍ଛା; କାରଣ ମୁଁ ତୁମ୍ଭମାନଙ୍କ ବିଷୟରେ ହତବୁଦ୍ଧି ହେଉଅଛି।
ⲕ̅ⲛⲉⲓⲟⲩⲱϣ ⲇⲉ ⲉⲉⲓ ϣⲁⲣⲱⲧⲛ ⲧⲉⲛⲟⲩ ⲧⲁϣⲓⲃⲉ ⲛⲧⲁⲥⲙⲏ ϫⲉ ϯⲧⲥⲧⲏⲩ ⲉⲃⲟⲗ ⲛϩⲏⲧ ⲧⲏⲩⲧⲛ
21 ମୋଶାଙ୍କ ବ୍ୟବସ୍ଥାର ଅଧୀନ ହେବାକୁ ଇଚ୍ଛା କରୁଅଛ ଯେ ତୁମ୍ଭେମାନେ, ମୋତେ କୁହ ତ, ତୁମ୍ଭେମାନେ କଅଣ ମୋଶାଙ୍କ ବ୍ୟବସ୍ଥାର ବାକ୍ୟ ଶୁଣୁ ନାହଁ?
ⲕ̅ⲁ̅ⲁϫⲓⲥ ⲉⲣⲟⲓ ⲛⲉⲧⲟⲩⲱϣ ⲉϣⲱⲡⲉ ϩⲁ ⲡⲛⲟⲙⲟⲥ ⲛⲧⲉⲧⲛⲱϣ ⲁⲛ ⲙⲡⲛⲟⲙⲟⲥ
22 କାରଣ ପବିତ୍ର ଶାସ୍ତ୍ରରେ ଲେଖାଅଛି, ଅବ୍ରହାମଙ୍କର ଦୁଇଟି ପୁତ୍ର ଥିଲେ, ଜଣେ ଦାସୀଠାରୁ ଓ ଆଉ ଜଣେ ସ୍ୱାଧୀନା ସ୍ତ୍ରୀଠାରୁ ଜାତ।
ⲕ̅ⲃ̅ϥⲥⲏϩ ⲅⲁⲣ ϫⲉ ⲁⲃⲣⲁϩⲁⲙ ⲁϥϫⲡⲉ ϣⲏⲣⲉ ⲥⲛⲁⲩ ⲟⲩⲁ ⲉⲃⲟⲗ ϩⲛ ⲧϩⲙϩⲁⲗ ⲁⲩⲱ ⲟⲩⲁ ⲉⲃⲟⲗ ϩⲛ ⲧⲣⲙϩⲏ
23 ଯେ ଦାସୀର ପୁତ୍ର, ସେ ଶାରୀରିକ ସ୍ୱଭାବାନୁସାରେ ଜାତ ହେଲା; ମାତ୍ର ଯେ ସ୍ୱାଧୀନା ସ୍ତ୍ରୀର ପୁତ୍ର, ସେ ପ୍ରତିଜ୍ଞା ବଳରେ ଜାତ ହେଲା।
ⲕ̅ⲅ̅ⲁⲗⲗⲁ ⲡⲉⲃⲟⲗ ⲙⲉⲛ ϩⲛ ⲧϩⲙϩⲁⲗ ⲛⲧⲁⲩϫⲡⲟϥ ⲕⲁⲧⲁ ⲥⲁⲣⲝ ⲡⲉϫⲡⲟ ⲇⲉ ⲉⲃⲟⲗ ϩⲛ ⲧⲣⲙϩⲏ ⲟⲩⲉⲃⲟⲗ ϩⲓⲧⲙ ⲡⲉⲣⲏⲧ ⲡⲉ
24 ଏହି ସମସ୍ତ କଥାର ରୂପକ ଅର୍ଥ ଅଛି, କାରଣ ଏହି ସ୍ତ୍ରୀମାନେ ଦୁଇଟି ନିୟମସ୍ୱରୂପ; ଗୋଟିଏ ନିୟମ ସୀନୟ ପର୍ବତରୁ ଉତ୍ପନ୍ନ, ତାହା ଦାସତ୍ୱ ନିମନ୍ତେ ସନ୍ତାନ ପ୍ରସବକାରିଣୀ, ହାଗାର ସେଥିର ନିଦର୍ଶନ।
ⲕ̅ⲇ̅ⲛⲁⲓ ⲇⲉ ϩⲉⲛⲃⲱⲗ ⲛⲉ ⲇⲓⲁⲑⲏⲕⲏ ⲅⲁⲣ ⲥⲛⲧⲉ ⲛⲉ ⲟⲩⲉⲓ ⲙⲉⲛ ⲉⲃⲟⲗ ϩⲙ ⲡⲧⲟⲟⲩ ⲛⲥⲓⲛⲁ ⲉⲥϫⲡⲟ ⲉⲩⲙⲛⲧϩⲙϩⲁⲗ ⲉⲧⲉ ⲧⲁⲓ ⲧⲉ ⲁⲅⲁⲣ
25 ହାଗାର, ଏହି ଶବ୍ଦ ଆରବ ଦେଶରେ ସୀନୟ ପର୍ବତକୁ ବୁଝାଏ, ପୁଣି, ତାହା ବର୍ତ୍ତମାନ ଯିରୂଶାଲମ ସହରର ସମତୁଲ୍ୟ, କାରଣ ଏ ଆପଣା ସନ୍ତାନମାନଙ୍କ ସହିତ ଦାସତ୍ୱରେ ରହିଅଛି।
ⲕ̅ⲉ̅ⲡⲧⲟⲟⲩ ⲇⲉ ⲛⲥⲓⲛⲁ ⲉϥϣⲟⲟⲡ ϩⲛ ⲧⲁⲣⲁⲃⲓⲁ ϥϩⲏⲛ ⲇⲉ ⲉϩⲟⲩⲛ ⲉⲧⲉⲓϩⲓⲉⲣⲟⲥⲟⲗⲩⲙⲁ ⲥⲟ ⲅⲁⲣ ⲛϩⲙϩⲁⲗ ⲙⲛ ⲛⲉⲥϣⲏⲣⲉ
26 କିନ୍ତୁ ଊର୍ଦ୍ଧ୍ୱସ୍ଥ ଯିରୂଶାଲମ ସ୍ୱାଧୀନା, ସେ ଆମ୍ଭମାନଙ୍କ ଜନନୀ;
ⲕ̅ⲋ̅ⲑⲓⲉⲣⲟⲥⲟⲗⲩⲙⲁ ⲇⲉ ⲛⲧⲡⲉ ⲟⲩⲣⲙϩⲏ ⲧⲉ ⲉⲧⲉ ⲧⲁⲓ ⲧⲉ ⲧⲉⲛⲙⲁⲁⲩ
27 ଯେଣୁ ଲେଖାଅଛି, “ଆଗୋ ବନ୍ଧ୍ୟେ, ଅପ୍ରସୂତେ, ଆନନ୍ଦ କର, ଆଗୋ ପ୍ରସବବେଦନା ରହିତେ, ଉଚ୍ଚସ୍ୱରରେ ଜୟଧ୍ୱନି କର; କାରଣ ସଧବାର ସନ୍ତାନଠାରୁ ଅନାଥର ସନ୍ତାନ ଅଧିକ।”
ⲕ̅ⲍ̅ϥⲥⲏϩ ⲅⲁⲣ ϫⲉ ⲉⲩⲫⲣⲁⲛⲉ ⲧⲁϭⲣⲏⲛ ⲉⲧⲉⲙⲉⲥⲙⲓⲥⲉ ⲱϣ ⲉⲃⲟⲗ ⲛⲧⲉ ⲁϣⲕⲁⲕ ⲧⲉⲧⲉⲙⲉⲥϯ ⲛⲁⲁⲕⲉ ϫⲉ ⲛⲁϣⲉ ⲛϣⲏⲣⲉ ⲛⲧⲉⲧⲉⲙⲛⲧⲥ ϩⲁⲓ ⲉϩⲟⲩⲉ ⲧⲉⲧⲉⲩⲛⲧⲥ ⲡϩⲁⲓ
28 ହେ ଭାଇମାନେ, ତୁମ୍ଭେମାନେ ଇସ୍ହାକଙ୍କ ପରି ପ୍ରତିଜ୍ଞାର ସନ୍ତାନ।
ⲕ̅ⲏ̅ⲛⲧⲱⲧⲛ ⲇⲉ ⲛⲉⲥⲛⲏⲩ ⲕⲁⲧⲁ ⲓⲥⲁⲁⲕ ⲛⲧⲉⲧⲛ ⲛϣⲏⲣⲉ ⲙⲡⲉⲣⲏⲧ
29 କିନ୍ତୁ ଶାରୀରିକ ସ୍ୱଭାବାନୁସାରେ ଯେ ଜାତ, ସେ ଯେପରି ସେ ସମୟରେ ଆତ୍ମାଙ୍କ ପ୍ରତିଜ୍ଞା ଅନୁସାରେ ଯେ ଜାତ, ତାହାଙ୍କୁ ତାଡ଼ନା କରୁଥିଲା, ସେହିପରି ଏବେ ମଧ୍ୟ ଘଟୁଅଛି।
ⲕ̅ⲑ̅ⲁⲗⲗⲁ ⲛⲑⲉ ⲙⲡⲓⲟⲩⲟⲉⲓϣ ⲉⲛⲧⲁ ⲡⲉϫⲡⲟ ⲕⲁⲧⲁ ⲥⲁⲣⲝ ⲡⲱⲧ ⲛⲥⲁ ⲡⲕⲁⲧⲁ ⲡⲛⲁ ⲧⲁⲓ ⲟⲛ ⲧⲉⲛⲟⲩ ⲧⲉ ⲑⲉ
30 ମାତ୍ର ଶାସ୍ତ୍ର କଅଣ କୁହେ? ଦାସୀ ଓ ତାହାର ପୁତ୍ରକୁ ବାହାର କରିଦିଅ; କାରଣ ଦାସୀର ପୁତ୍ର ସ୍ୱାଧୀନା ସ୍ତ୍ରୀର ପୁତ୍ର ସହିତ ଉତ୍ତରାଧିକାରୀ ହେବ ନାହିଁ।
ⲗ̅ⲁⲗⲗⲁ ⲟⲩ ⲡⲉⲧⲉⲣⲉ ⲧⲉⲅⲣⲁⲫⲏ ϫⲱ ⲙⲙⲟϥ ϫⲉ ⲛⲟⲩϫⲉ ⲉⲃⲟⲗ ⲛϯϩⲙϩⲁⲗ ⲙⲛ ⲡⲉⲥϣⲏⲣⲉ ⲛⲛⲉϥⲕⲗⲏⲣⲟⲛⲟⲙⲓ ⲅⲁⲣ ⲛϭⲓ ⲡϣⲏⲣⲉ ⲛⲑⲙϩⲁⲗ ⲙⲛ ⲡϣⲏⲣⲉ ⲛⲧⲣⲙϩⲏ
31 ଅତଏବ, ଭାଇମାନେ, ଆମ୍ଭେମାନେ ଦାସୀର ସନ୍ତାନ ନୋହୁଁ, କିନ୍ତୁ ସ୍ୱାଧୀନା ସ୍ତ୍ରୀର ସନ୍ତାନ।
ⲗ̅ⲁ̅ⲉⲧⲃⲉ ⲡⲁⲓ ϭⲉ ⲛⲉⲥⲛⲏⲩ ⲛⲁⲛⲟⲛ ⲛϣⲏⲣⲉ ⲛⲑⲙϩⲁⲗ ⲁⲛ ⲁⲗⲗⲁ ⲁⲛⲟⲛ ⲛⲁⲧⲣⲙϩⲏ