< ଗାଲାତୀୟ 2 >

1 ତାହା ପରେ ଚଉଦ ବର୍ଷ ଗତ ହୁଅନ୍ତେ, ମୁଁ ବର୍ଣ୍ଣବ୍ବାଙ୍କ ସହିତ ପୁନଶ୍ଚ ଯିରୂଶାଲମ ସହରକୁ ଗଲି, ତୀତସଙ୍କୁ ମଧ୍ୟ ସାଙ୍ଗରେ ଘେନିଯାଇଥିଲି।
ତାର୍‌ ହଃଚେ ଚଃଉଦ ବଃର୍ସ୍‌ ଗଃଲାକେ, ମୁୟ୍‌ଁ ବର୍ନବା ସଃଙ୍ଗ୍ ଆରେକ୍‌ ଜିରୁସାଲମ୍‌ ଗଃଲୁ, ତିତସ୍‌କେ ହେଁ ମର୍‌ ସଃଙ୍ଗେ ନଃୟ୍‌ରିଲେ ।
2 ମୁଁ ପ୍ରତ୍ୟାଦେଶ ପ୍ରାପ୍ତ ହୋଇ ଗମନ କଲି; ଆଉ ମୁଁ ଅଣଯିହୁଦୀମାନଙ୍କ ମଧ୍ୟରେ ଯେଉଁ ସୁସମାଚାର ପ୍ରଚାର କରୁଅଛି, ତାହା ସେମାନଙ୍କୁ ବୁଝାଇଦେଲି, କିନ୍ତୁ ମୋହର ପୂର୍ବ ଅବା ବର୍ତ୍ତମାନ ପରିଶ୍ରମ ଯେପରି ବିଫଳ ନ ହୁଏ, ଏଥିପାଇଁ ଯେଉଁମାନେ ସମ୍ମାନ ଯୋଗ୍ୟ, କେବଳ ସେମାନଙ୍କୁ ପୃଥକ୍ ଭାବରେ ବୁଝାଇଲି।
କୁଦଃଲାକେ ମୁୟ୍‌ଁ ଗଃଲେ, ଆର୍‌ ମୁୟ୍‌ଁ ଅଜିଉଦି ମଃନ୍‌କାର୍‌ ବିତ୍ରେ ଜୁୟ୍‌ ନିକ କବୁର୍‌ ପର୍ଚାର୍‌ କଃରୁଲେ, ମୁୟ୍‌ଁ ସେମଃନ୍‌କେ ବୁଜାୟ୍‌ଦିଲେ, ମଃତର୍‌ ମର୍‌ ହୁର୍ବାର୍‌ ଆର୍‌ ଅଃବାର୍‌ କଃସ୍ଟାର୍‌ କାମ୍‌ ଜଃନ୍‌କଃରି ହଲ୍ୟାୟ୍‌ ନାୟ୍‌ ଇତାର୍‌ ଗିନେ ଜୁୟ୍‌ ଲକ୍‌ମଃନ୍ ମାନ୍‌ତିର୍‌ ଅଃବ୍‌କା ସେମଃନ୍‌କେ ଅଃଲ୍‌ଗା କଃରି ବୁଜାୟ୍‌ଲେ ।
3 ମାତ୍ର ମୋହର ସଙ୍ଗୀ ତୀତସ, ଯେ ଗ୍ରୀକ୍‍ ଲୋକ ଥିଲେ, ସେ ସୁଦ୍ଧା ସୁନ୍ନତ ହେବା ନିମନ୍ତେ ବାଧ୍ୟ କରାଯାଇ ନ ଥିଲେ;
ମଃତର୍‌ ମର୍‌ ସଃଙ୍ଗୁଆଳି ତିତସ୍‌ ଜେ, ଗ୍ରିକ୍‌ ଲକ୍‌ ରିଲା, ସେ ହେଁ ସୁନତ୍‌ ଅଃଉଁକେ ବଃଳ୍‌ମାଡ୍ କଃରା ଜାୟ୍‌ନଃରିଲି ।
4 ଆମ୍ଭମାନଙ୍କ ମଧ୍ୟକୁ ଆନୀତ କେତେ ଜଣ ଭଣ୍ଡ ଭ୍ରାତା ସକାଶେ ଏପରି ହେଲା; ଖ୍ରୀଷ୍ଟ ଯୀଶୁଙ୍କଠାରେ ଆମ୍ଭମାନଙ୍କର ଯେଉଁ ସ୍ୱାଧୀନତା ଅଛି, ଚର ସ୍ୱରୂପେ ସେଥିର ଛିଦ୍ର ଅନ୍ୱେଷଣ କରି ଆମ୍ଭମାନଙ୍କୁ ଦାସତ୍ୱର ବନ୍ଧନରେ ଆବଦ୍ଧ କରିବା ନିମନ୍ତେ ସେମାନେ ଗୁପ୍ତରେ ପ୍ରବେଶ କରିଥିଲେ;
ଅଃମି ମଃନ୍‌କାର୍‌ ବିତ୍ରେ କଃତିଗଟ୍‌ ବମଃଳାଉତା ବାୟ୍‌ର୍‌ ଗିନେ ଅଃନ୍‌କାର୍‌ ଅୟ୍‌ଲି । କ୍ରିସ୍ଟ ଜିସୁର୍‌ ତଃୟ୍‌ ଅଃମିମଃନାର୍‌ ଜୁୟ୍‌ ମୁକୁଳ୍‌ତାର୍‌ ଆଚେ, ଚର୍‌ ହର୍‌ ସେତାର୍‌ ବୁଲ୍‌ ଦଃରି ଅଃମିମଃନ୍‌କ୍‌ ବିଦିର୍‌ ବାନ୍ଦୁଣେ ସଃଙ୍ଗାଉଁକେ ସେମଃନ୍ ଲୁକ୍‌ଣେ ଆସି ରିଲାୟ୍‌ ।
5 କିନ୍ତୁ ସୁସମାଚାରର ସତ୍ୟ ଯେପରି ତୁମ୍ଭମାନଙ୍କ ନିକଟରେ ସ୍ଥାୟୀ ହୋଇ ରହେ, ଏଥିପାଇଁ ଆମ୍ଭେମାନେ ଦଣ୍ଡେମାତ୍ର ଅଧୀନତା ସ୍ୱୀକାର କରି ସେମାନଙ୍କର ବଶବର୍ତ୍ତୀ ହୋଇ ନ ଥିଲୁ।
ମଃତର୍‌ ନିକ କବୁରାର୍‌ ସଃତ୍‌ ଜଃନ୍‌କଃରି ତୁମିମଃନ୍‌କାର୍‌ ତଃୟ୍‌ ସଃବୁଦିନ୍ ରଃୟ୍‌ଦ୍‌, ଇତାର୍‌ ଗିନେ ଅଃମିମଃନ୍‌ ଚଃନେକ୍‌ ହେଁ ତଃଳେ ଅୟ୍‌ ସେମଃନ୍‌କେ ମାନି ନଃକେରି ରିଲୁ ।
6 ଆଉ ଯେଉଁମାନେ ଗଣ୍ୟମାନ୍ୟ ବୋଲି ଖ୍ୟାତ (ସେମାନେ କି ପ୍ରକାର ଲୋକ ଥିଲେ, ସେଥିରେ ମୋହର ଯାଏ ଆସେ ନାହିଁ; ଈଶ୍ବର ମନୁଷ୍ୟର ମୁଖାପେକ୍ଷା କରନ୍ତି ନାହିଁ), ସେହି ଗଣ୍ୟମାନ୍ୟ ବ୍ୟକ୍ତିମାନେ ମୋତେ କିଛି ନୂଆ ଶିକ୍ଷା ଦେଲେ ନାହିଁ,
ଆର୍‌ ଜୁୟ୍‌ ଲକ୍‌ମଃନ୍ ନେତା ବଃଲି ଜାଣାସୁଣା ସେମଃନ୍ କଃନ୍‌କା ଲକ୍‌ ରିଲାୟ୍‌ ସେରି ମର୍‌ ଗଃଲିକି ଆୟ୍‌ଲି ଇସ୍ୱର୍‌ ମାନାୟ୍‌ର୍‌ ମୁକ୍‌ମେଟ୍‌ ନଃଦେକେ ସେ ନେତା ଲକ୍‌ମଃନ୍ ମକେ କାୟ୍‌ ନଃଉଆଁ ସିକ୍ୟା ନଃଦେତି ।
7 ବରଂ ଅନ୍ୟ ପକ୍ଷରେ ଯେତେବେଳେ ସେମାନେ ଦେଖିଲେ ଯେ, ପିତରଙ୍କୁ ଯେପରି ସୁନ୍ନତିପ୍ରାପ୍ତ ଯିହୁଦୀମାନଙ୍କ ମଧ୍ୟରେ, ମୋତେ ସେହିପରି ଅସୁନ୍ନତିପ୍ରାପ୍ତ ଅଣଯିହୁଦୀମାନଙ୍କ ମଧ୍ୟରେ ସୁସମାଚାର ପ୍ରଚାର କରିବାର ଭାର ଅର୍ପିତ ହୋଇଅଛି,
ମଃତର୍‌ ଗଟ୍‌ବାଟ୍‌ ଜଃଡେବଃଳ୍‌ ସେମଃନ୍ ଦଃକ୍‌ଲାୟ୍‌ ଜେ, ଇସ୍ୱର୍‌ ପିତର୍‌କେ ଜଃନ୍‌କଃରି ସୁନ୍ନତ୍‌ମଃନ୍‌କାର୍‌ ବିତ୍ରେ, ମକେ ସେନ୍‌କଃରି ଅସୁନତ୍‌ମଃନାର୍‌ ବିତ୍ରେ ନିକ କବୁର୍‌ ପର୍ଚାର୍‌ କଃର୍ତାର୍‌ କାମ୍‌ ସଃହ୍ରି ଦିଆ ଅୟ୍‌ଆଚେ ।
8 (କାରଣ ସୁନ୍ନତିମାନଙ୍କ ନିକଟରେ ପ୍ରେରିତପଦର କର୍ମ କରିବା ନିମନ୍ତେ ଯେ ପିତରଙ୍କୁ ସକ୍ଷମ କଲେ, ଅଣଯିହୁଦୀମାନଙ୍କ ନିକଟରେ ସେହି କର୍ମ କରିବାକୁ ସେ ମୋତେ ମଧ୍ୟ ସକ୍ଷମ କଲେ),
କାୟ୍‌ତାକ୍‌ବଃଲେକ୍‌ ସୁନତ୍‌ ମଃନ୍‌କାର୍‌ ତଃୟ ପେରିତ୍‌ ହଃଦାର୍‌ କାମ୍‌ କଃରୁକେ, ଇସ୍ୱର୍‌ ପିତର୍‌କେ ବାଚ୍‌ଲା, ଅଜିଉଦିମଃନାର୍‌ ତଃୟ୍‌ କାମ୍‌ କଃରୁକେ ସେ ମକେ ହେଁ ବଃଳ୍‌ ଦିଲା ।
9 ଆଉ, ଯେତେବେଳେ ସେମାନେ ମୋତେ ପ୍ରଦତ୍ତ ଅନୁଗ୍ରହ ବିଷୟ ବୁଝିଲେ, ସେତେବେଳେ ସ୍ତମ୍ଭ ସ୍ୱରୂପେ ଖ୍ୟାତ ଯାକୁବ, ପିତର ଓ ଯୋହନ ମୋତେ ଓ ବର୍ଣ୍ଣବ୍ବାଙ୍କୁ ସହଭାଗିତାର ଦକ୍ଷିଣ ହସ୍ତ ପ୍ରଦାନ କଲେ, ଯେପରି ଆମ୍ଭେମାନେ ଅଣଯିହୁଦୀମାନଙ୍କ ମଧ୍ୟରେ କାର୍ଯ୍ୟ କରୁ ଓ ସେମାନେ ସୁନ୍ନତିମାନଙ୍କ ମଧ୍ୟରେ କାର୍ଯ୍ୟ କରନ୍ତି;
ଆର୍‌ ଜଃଡେବଃଳ୍‌ ସେମଃନ୍ ମକେ ଦିଆ ଅୟ୍‌ଲା ଦଃୟା ବିସୟେ ବୁଜ୍‌ଲାୟ୍‌, ସଃଡେବଃଳ୍‌ ମୁଣ୍ଡା ହର୍‌ ଡାକ୍‌ହୁଟା ଜାକୁବ, କେପା ଆର୍‌ ଜହନ୍‌ ମକେ ଆର୍‌ ବର୍ନବାକେ ଉହ୍‌କାରାର୍‌ କାତା ଆତ୍‌ ଦିଲାୟ୍‌ ଜଃନ୍‌କଃରି ଅଃମିମଃନ୍‌ ଅଜିଉଦି ତଃୟ୍‌ କାମ୍‌ କଃରୁନ୍ଦ୍‌ ଆର୍‌ ସେମଃନ୍ ଜିଉଦି ମଃନ୍‌କାର୍‌ ବିତ୍ରେ କାମ୍‌ କଃର୍ତି ।
10 ଆମ୍ଭେମାନେ ଯେପରି ଦରିଦ୍ରମାନଙ୍କୁ ସ୍ମରଣ କରୁ, କେବଳ ଏହା ସେମାନେ ଆମ୍ଭମାନଙ୍କୁ କହିଥିଲେ; ତାହା କରିବା ନିମନ୍ତେ ମୁଁ ମଧ୍ୟ ଉଦ୍‍ଯୋଗୀ ଥିଲି।
ଅଃମିମଃନ୍‌ ଜଃନ୍‌କଃରି ଗଃରିବ୍‌ ଲକ୍‌ମଃନ୍‌କେ ଏତାଉଁନ୍ଦ୍, ସେମଃନ୍ ଅଃମିମଃନ୍‌କ୍‌ କୟ୍‌ଲାୟ୍‌ ସେରି କଃରୁକେ ମୁୟ୍‌ଁ ହେଁ ସଃର୍ଦା ରିଲେ ।
11 ଏବଂ ଯେତେବେଳେ କୈଫା ଆନ୍ତିୟଖିଆକୁ ଆସିଥିଲେ, ସେତେବେଳେ ମୁଁ ମୁଖ ଉପରେ ତାହାଙ୍କୁ ଅନୁଯୋଗ କଲି, କାରଣ ସେ ଦୋଷୀ ଥିଲେ।
ମଃତର୍‌ ଜଃଡେବଃଳ୍‌ ପିତର୍‌ ଆନ୍ତିଅକିଆକ୍‌ ଆସିରିଲା, ସଃଡେବଃଳ୍‌ ମୁୟ୍‌ଁ ତାକେ ବିରଦ୍‌ କଃରିରିଲେ । କାୟ୍‌ତାକ୍‌ବଃଲେକ୍‌ ସେ ଦସି ରିଲା ।
12 ଯେଣୁ ଯାକୁବଙ୍କଠାରୁ କେତେକ ଜଣ ଆସିବା ପୂର୍ବେ ସେ ଅଣଯିହୁଦୀ ବିଶ୍ୱାସୀମାନଙ୍କ ସହିତ ଭୋଜନ କରୁଥିଲେ, କିନ୍ତୁ ଯେତେବେଳେ ସେମାନେ ଆସିଲେ, ସେତେବେଳେ ସେ ସୁନ୍ନତି ବିଶ୍ୱାସୀମାନଙ୍କ ଭୟରେ ସେମାନଙ୍କର ସଙ୍ଗ ପରିତ୍ୟାଗ କରି ଆପଣାକୁ ପୃଥକ୍ ରଖିଲେ।
ତଃବେ ଜାକୁବକ୍‌ ତଃୟ୍‌ହୁଣି କଃତେକ୍‌ ଲକ୍‌ ଆସ୍ତା ହୁର୍ବେ ସେ ଅଜିଉଦି ବିସ୍ୱାସିମଃନାର୍‌ ସଃଙ୍ଗ୍ କାତିରିଲା, ମଃତର୍‌ ଜଃଡେବଃଳ୍‌ ସେମଃନ ଆୟ୍‌ଲାୟ୍‌ ସଃଡେବଃଳ୍‌ ସେ ଜିଉଦି ବିସ୍ୱାସି ମଃନ୍‌କାର୍‌ ଡିରାର୍‌ ଗିନେ ସେମଃନ୍‌କାର ସଃଙ୍ଗ୍ ଚାଡିକଃରି ଅଃହ୍‌ଣାକ୍‌ ଅଃଲ୍‌ଗା କଃଲା ।
13 ଆଉ, ଅବଶିଷ୍ଟ ଯିହୁଦୀ ବିଶ୍ୱାସୀମାନେ ମଧ୍ୟ ତାହାଙ୍କ ସହିତ ସେହି ପ୍ରକାରେ କପଟ ବ୍ୟବହାର କଲେ, ଏପରିକି ବର୍ଣ୍ଣବ୍ବା ସୁଦ୍ଧା ସେମାନଙ୍କ କପଟରେ ପଡ଼ିଗଲେ।
ଆର୍‌ ବାକି ଜିଉଦି ବିସ୍ୱାସିମଃନ୍ ହେଁ ପିତର୍‌ ସଃଙ୍ଗ୍ ସେନ୍‌କଃରି ହେଟ୍‌କୁଟିଆ ଚାଲ୍‌ଚାଲ୍‌ତି କଃଲାୟ୍‌, ଅଃନ୍‌କଃରି କି ବର୍ନବା ହେଁ ସେମଃନ୍‌କାର ହେଟ୍‌କୁଟିଆୟ୍‌ ହଃଳ୍‌ଲା ।
14 କିନ୍ତୁ ଯେତେବେଳେ ମୁଁ ଦେଖିଲି ଯେ, ସେମାନେ ସୁସମାଚାରର ସତ୍ୟ ଅନୁଯାୟୀ ସରଳ ଭାବରେ ଆଚରଣ କରୁ ନାହାନ୍ତି, ସେତେବେଳେ ମୁଁ ସମସ୍ତଙ୍କ ସାକ୍ଷାତରେ କୈଫାଙ୍କୁ କହିଲି, ତୁମ୍ଭେ ଯିହୁଦୀ ହୋଇ ଯଦି ଯିହୁଦୀମାନଙ୍କ ପରି ବ୍ୟବହାର ନ କରି ଅଣଯିହୁଦୀମାନଙ୍କ ପରି ବ୍ୟବହାର କର, ତେବେ ତୁମ୍ଭେ କିପରି ଅଣଯିହୁଦୀମାନଙ୍କୁ ଯିହୁଦୀମାନଙ୍କ ପରି ବ୍ୟବହାର କରିବା ନିମନ୍ତେ ବାଧ୍ୟ କରୁଅଛ?
ମଃତର୍‌ ଜଃଡେବଃଳ୍‌ ମୁୟ୍‌ଁ ଦଃକ୍‌ଲେ ଜେ, ସେମଃନ୍ ନିକ କବୁରାର୍‌ ସଃତ୍‌ ହଃର୍କାରେ ନିର୍ମାୟା ବାବେ ଜିବନ୍‌ ନଃକାଟୁଲାୟ୍‌, ସଃଡେବଃଳ୍‌ ମୁୟ୍‌ଁ ସଃବ୍‌କାର୍‌ ଚଃମେ ପିତର୍‌ କୟ୍‌ଲା, ତୁୟ୍‌ ଜିଉଦି ଅୟ୍‌ ଜଦି ଜିଉଦି ମଃନ୍‌କାର୍‌ ହର୍‌ ଜିବନ୍‌ ନଃକାଟି ଅଜିଉଦିମଃନାର୍‌ ହର୍‌ ଜିବନ୍‌ କାଟ୍‌ସି, ତଃବେ ତୁୟ୍‌ କଃନ୍‌କଃରି ଅଜିଉଦିମଃନ୍‌କେ ଜିଉଦି ମଃନ୍‌କାର୍‌ ହର୍‌ ଜିବନ୍‌ କାଟୁକ୍‌ ବଃଳ୍‌ମାଡ୍ କଃରୁଲିସ୍‌?
15 ଆମ୍ଭେମାନେ ଜନ୍ମରେ ଯିହୁଦୀ, ଅଣଯିହୁଦୀ ପାପୀ ନୋହୁଁ,
ସଃତ୍‌କଃରି ଆମିମଃନ୍ ଜଃଲମେ ହୁଣି ଜିଉଦି ଲକ୍‌, କଃଉତା ହଃର୍କାରେ ଅଜିଉଦି ନୟ୍‌ ।
16 ତଥାପି ମୋଶାଙ୍କ ବ୍ୟବସ୍ଥାର କ୍ରିୟାକର୍ମ ଦ୍ୱାରା ମନୁଷ୍ୟ ଧାର୍ମିକ ଗଣିତ ନ ହୋଇ କେବଳ ଯୀଶୁ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ ଦ୍ୱାରା ଯେ ଧାର୍ମିକ ଗଣିତ ହୁଏ, ଏହା ଜାଣି ଆମ୍ଭେମାନେ ମଧ୍ୟ ଯୀଶୁ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରିଅଛୁ, ଯେପରି ମୋଶାଙ୍କ ବ୍ୟବସ୍ଥାର କ୍ରିୟାକର୍ମ ଦ୍ୱାରା ଧାର୍ମିକ ଗଣିତ ନ ହୋଇ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ ଦ୍ୱାରା ଧାର୍ମିକ ଗଣିତ ହେଉ; କାରଣ ମୋଶାଙ୍କ ବ୍ୟବସ୍ଥାର କ୍ରିୟାକର୍ମ ଦ୍ୱାରା କୌଣସି ମନୁଷ୍ୟ ଧାର୍ମିକ ଗଣିତ ହେବ ନାହିଁ।
ଅୟ୍‌ଲେକ୍‌ ହେଁ ଚାଲ୍‌ଚାଲ୍‌ତି ତଃୟ୍‌ ମାନାୟ୍‌ ଦଃର୍ମି ବଃଲି ଗଃଣା ନାୟ୍‌, ଅଃକାୟ୍‌ ଜିସୁ କ୍ରିସ୍ଟ ତଃୟ୍‌ ବିସ୍ୱାସ୍‌ ତଃୟ୍‌ ଜେ, ଦଃର୍ମି ଗଃଣା ଅୟ୍‌ଦ୍‌, ଇରି ଜାଣି ଅଃମିମଃନ୍‌ ହେଁ ଜିସୁ କ୍ରିସ୍ଟର୍‌ ତଃୟ୍‌ ବିସ୍ୱାସ୍‌ କଃରିଆଚୁ । ଜଃନ୍‌କଃରି ମସାର୍‌ ବିଦିର୍‌ ଚାଲ୍‌ଚାଲ୍‌ତି ତଃୟ୍‌ ଦଃର୍ମି ଗଃଣା ନାୟ୍‌ କ୍ରିସ୍ଟକେ ବିସ୍ୱାସ୍‌ ତଃୟ୍‌ ଦଃର୍ମି ଗଃଣା ଅଃଉଁନ୍ଦ୍‌; କାୟ୍‌ତାକ୍‌ବଃଲେକ୍‌ ମସାର୍‌ ବିଦିର୍‌ ଚାଲ୍‌ଚାଲ୍‌ତି ତଃୟ୍‌ କୁୟ୍‌ ମାନାୟ୍‌ ଦଃର୍ମି ଗଃଣା ନାୟ୍‌ ।
17 କିନ୍ତୁ ଖ୍ରୀଷ୍ଟଙ୍କ ଦ୍ୱାରା ଧାର୍ମିକ ଗଣିତ ହେବାକୁ ଚେଷ୍ଟା କରି ଆମ୍ଭେମାନେ ନିଜେ ମଧ୍ୟ ଯଦି ପାପୀ ବୋଲି ଦେଖାଗଲୁ, ତେବେ ଖ୍ରୀଷ୍ଟ କି ପାପର ସେବକ? ତାହା କେବେ ହେଁ ନ ହେଉ।
ମଃତର୍‌ କ୍ରିସ୍ଟ ତଃୟ୍‌ ଦଃର୍ମି ଗଃଣା ଅଃଉଁକେ ମଃନ୍‌କରି ଅଃମିମଃନ୍‌ ନିଜେ ହେଁ ଜଦି ହାହି ବଃଲି ଦଃକାଗଃଲୁ, ଇତାର୍‌ ଗିନେ ତଃବେ କ୍ରିସ୍ଟ ଦାୟ୍‌ତ୍‌କି? ସେରି କଃବେହେଁ ନଃଅ
18 କାରଣ ମୁଁ ଯେଉଁ ଯେଉଁ ମୋଶାଙ୍କ ବ୍ୟବସ୍ଥା ଭାଙ୍ଗିଅଛି, ସେହିସବୁ ଯଦି ଆଉ ଥରେ ନିର୍ମାଣ କରେ, ତେବେ ମୁଁ ନିଜକୁ ଅପରାଧୀ ବୋଲି ପ୍ରମାଣ କରୁଅଛି।
କାୟ୍‌ତାକ୍‌ବଃଲେକ୍‌ ମୁୟ୍‌ଁ ଜାୟ୍‌ଜାୟ୍‌ରି ବିଦି ବାଙ୍ଗିଆଚି, ସେସଃବୁ ଜଦି ଆରେକ୍‌ ତରେକ୍‌ ତିଆର୍‌କଃରିନ୍ଦ୍, ତଃବେ ମୁୟ୍‌ଁ ନିଜ୍‌କେ ଦସି ବଃଲି କଃଉଁଲେ ।
19 ଯେଣୁ ଈଶ୍ବରଙ୍କ ଉଦ୍ଦେଶ୍ୟରେ ଜୀବିତ ହେବା ନିମନ୍ତେ ମୁଁ ମୋଶାଙ୍କ ବ୍ୟବସ୍ଥା ଦ୍ୱାରା ମୋଶାଙ୍କ ବ୍ୟବସ୍ଥା ପ୍ରତି ମୃତ ହୋଇଅଛି।
ବିଦିର୍‌ ଗିନେ ମୁୟ୍‌ଁ ହୁରାହୁରି ମଃରିଆଚି ସେ ବିଦିର୍‌ଗିନେ ହଃକା ମୁୟ୍‌ଁ ମଃରିଆଚି । ମଃତର୍‌ ମୁୟ୍‌ଁ ଅଃବେ ଇସ୍ୱରାର୍‌ ଗିନେ ଜିବନ୍‌ ଆଚି । କ୍ରିସ୍ଟର୍‌ ସଃଙ୍ଗ୍ ତାର୍‌ କ୍ରୁସେ ମୁୟ୍‌ଁ ହେଁ ମଃରିଆଚି ।
20 ମୁଁ ଖ୍ରୀଷ୍ଟଙ୍କ ସହିତ କ୍ରୁଶରେ ହତ ହୋଇଅଛି; ମୁଁ ଆଉ ଜୀବିତ ନୁହେଁ, ମାତ୍ର ଖ୍ରୀଷ୍ଟ ମୋʼ ଠାରେ ଜୀବିତ ଅଛନ୍ତି; ପୁଣି, ମୁଁ ଶରୀରରେ ଥାଇ ବର୍ତ୍ତମାନ ଯେଉଁ ଜୀବନଯାପନ କରୁଅଛି, ତାହା ବିଶ୍ୱାସରେ, ଅର୍ଥାତ୍‍, ଈଶ୍ବରଙ୍କ ପୁତ୍ର ମୋତେ ପ୍ରେମ କରି ମୋʼ ନିମନ୍ତେ ଆପଣାକୁ ଉତ୍ସର୍ଗ କଲେ, ତାହାଙ୍କଠାରେ ବିଶ୍ୱାସ କରି ଯାପନ କରୁଅଛି।
ମୁୟ୍‌ଁ ଆର୍‌ ଜିବନେ ନାୟ୍‌, ମଃତର୍‌ କ୍ରିସ୍ଟ ମର୍‌ ତଃୟ୍‌ ଜିବନ୍ଆଚେ; ଆରେକ୍‌ ମୁୟ୍‌ଁ ଗଃଗାଳେ ରଃୟ୍‌ ଅଃବେ ଜୁୟ୍‌ ଜିବନ୍ ଚାଲ୍‌ଚାଲ୍‌ତି, ସେରି ବିସ୍ୱାସେ ଇସ୍ୱରାର୍‌ ଜୁୟ୍‌ ହୟ୍‌ସି ମକେ ଲାଡ୍‌କଃରି ମର୍‌ ଗିନେ ଅଃହ୍‌ଣାକ୍‌ ହୁଜା ଦିଲା, ତାର୍‌ ତଃୟ୍‌ ବିସ୍ୱାସ୍‌ କଃରି ବଚୁଲେ ।
21 ମୁଁ ଈଶ୍ବରଙ୍କ ଅନୁଗ୍ରହକୁ ବ୍ୟର୍ଥ କରୁ ନାହିଁ; କାରଣ ଯଦି ମୋଶାଙ୍କ ବ୍ୟବସ୍ଥା ଦ୍ୱାରା ଧାର୍ମିକତା ଲାଭ ହୁଏ, ତାହାହେଲେ ଖ୍ରୀଷ୍ଟଙ୍କ ମୃତ୍ୟୁଭୋଗ କରିବା ବୃଥା।
ମୁୟ୍‌ଁ ଇସ୍ୱରାର୍‌ ଦଃୟାକେ ନାୟ୍‌ ନଃବେଲି; ବଃଲେକ୍‌ ଜଦି ମସାର୍‌ ବିଦି ତଃୟ୍‌ ଦଃର୍ମି ଲାବ୍‌ ଅୟ୍‌ଦ୍‌, ସେନ୍ ଅୟ୍‌ଲେକ୍‌ କ୍ରିସ୍ଟର ମଃର୍ନ୍‌ଦଃଣ୍ଡ୍ ହଲ୍ୟା ।

< ଗାଲାତୀୟ 2 >