< ଏଜ୍ରା 1 >

1 ଯିରିମୀୟଙ୍କ ମୁଖ ଦ୍ୱାରା ଉକ୍ତ ସଦାପ୍ରଭୁଙ୍କ ବାକ୍ୟ ସଫଳାର୍ଥେ ପାରସ୍ୟର ରାଜା କୋରସ୍‍ଙ୍କ ରାଜତ୍ଵର ପ୍ରଥମ ବର୍ଷରେ ସଦାପ୍ରଭୁ ପାରସ୍ୟର ରାଜା କୋରସ୍‍ର ମନକୁ ଉଦ୍ଦୀପିତ କରନ୍ତେ, ସେ ଆପଣା ରାଜ୍ୟର ସର୍ବତ୍ର ଘୋଷଣା କରାଇ, ମଧ୍ୟ ଲେଖାଇ ଏହି କଥା ପ୍ରଚାର କରାଇଲା, ଯଥା,
Uti första årena Cores, Konungens i Persien, på det fullkomnas skulle Herrans ord, taladt igenom Jeremia mun, uppväckte Herren Cores anda, Konungens i Persien, att han lät utropa i all sitt rike, och igenom skrifvelse, och säga:
2 “ପାରସ୍ୟର ରାଜା କୋରସ୍‍ ଏହା କହନ୍ତି, ସଦାପ୍ରଭୁ ସ୍ୱର୍ଗର ପରମେଶ୍ୱର, ପୃଥିବୀର ସମସ୍ତ ରାଜ୍ୟ ଆମ୍ଭକୁ ପ୍ରଦାନ କରିଅଛନ୍ତି; ଆଉ, ସେ ଯିହୁଦା ଦେଶସ୍ଥ ଯିରୂଶାଲମରେ ତାହାଙ୍କ ପାଇଁ ଏକ ଗୃହ ନିର୍ମାଣ କରିବାକୁ ଆମ୍ଭକୁ ଆଜ୍ଞା କରିଅଛନ୍ତି।
Detta säger Cores, Konungen i Persien: Herren Gud i himmelen hafver gifvit mig all rike i landen, och hafver befallt mig bygga sig ett hus i Jerusalem, i Juda.
3 ତାହାଙ୍କର ସମଗ୍ର ଲୋକଙ୍କ ମଧ୍ୟରେ ତୁମ୍ଭମାନଙ୍କର ଯେକେହି ହେଉ, ତାହାର ପରମେଶ୍ୱର ତାହାର ସହବର୍ତ୍ତୀ ହେଉନ୍ତୁ ଓ ସେ ଯିହୁଦା ଦେଶସ୍ଥିତ ଯିରୂଶାଲମକୁ ଯାତ୍ରା କରି ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱରଙ୍କ ଯିରୂଶାଲମସ୍ଥ ଗୃହ ନିର୍ମାଣ କରୁ; ସେ ପରମେଶ୍ୱର ଅଟନ୍ତି।
Hvilken som nu ibland eder är af hans folk, med honom vare hans Gud, och han drage upp till Jerusalem i Juda, och uppbygge Herrans Israels Guds hus; han är den Gud, som i Jerusalem är.
4 ଆଉ, ଯେକେହି ଯେକୌଣସି ସ୍ଥାନରେ ଅବଶିଷ୍ଟ ଥାଇ ପ୍ରବାସ କରୁଅଛି, ତାହାର ସେହି ସ୍ଥାନସ୍ଥ ଲୋକମାନେ ପରମେଶ୍ୱରଙ୍କ ଯିରୂଶାଲମସ୍ଥ ଗୃହ ନିମନ୍ତେ ସ୍ୱେଚ୍ଛାଦତ୍ତ ନୈବେଦ୍ୟ ଛଡ଼ା ରୂପା ଓ ସୁନା, ନାନା ଦ୍ରବ୍ୟ ଓ ପଶୁ ଦେଇ ତାହାର ସାହାଯ୍ୟ କରନ୍ତୁ।”
Och hvilken som ännu igenlefd är, ehvar som helst han en främling är, honom hjelpe folket i det rum med silfver och guld, med gods och boskap, af en fri vilja, till Guds hus i Jerusalem.
5 ସେତେବେଳେ ଯିହୁଦାର ଓ ବିନ୍ୟାମୀନ୍‍ର ପିତୃବଂଶୀୟ ପ୍ରଧାନମାନେ, ଆଉ ଯାଜକମାନେ ଓ ଲେବୀୟମାନେ, ଅର୍ଥାତ୍‍, ସଦାପ୍ରଭୁଙ୍କ ଯିରୂଶାଲମସ୍ଥ ଗୃହ ନିର୍ମାଣାର୍ଥେ ଯାତ୍ରା କରିବା ପାଇଁ ପରମେଶ୍ୱର ଯେଉଁ ସମସ୍ତଙ୍କ ମନକୁ ଉଦ୍ଦୀପିତ କଲେ, ସେମାନେ ଉଠିଲେ।
Då stodo upp de öfverste fäder af Juda och BenJamin, och Presterna och Leviterna, alle, hvilkas anda Gud uppväckte till att draga upp, och bygga Herrans hus i Jerusalem.
6 ପୁଣି, ସ୍ଵେଚ୍ଛାଦତ୍ତ ଦ୍ରବ୍ୟ ଛଡ଼ା ସେମାନଙ୍କ ଚତୁର୍ଦ୍ଦିଗସ୍ଥ ଲୋକ ସମସ୍ତେ ରୌପ୍ୟମୟ ପାତ୍ର, ସ୍ୱର୍ଣ୍ଣ, ନାନା ଦ୍ରବ୍ୟ ଓ ପଶୁ ଓ ବହୁମୂଲ୍ୟ ଦ୍ରବ୍ୟ ଦେଇ ସେମାନଙ୍କର ହସ୍ତ ସବଳ କଲେ।
Och alle de som voro omkring dem, styrkte deras hand med silfver och gyldene tyg, med gods och boskap, och klenodier; förutan det de friviljoge gåfvo.
7 ଆଉ, ନବୂଖଦ୍‍ନିତ୍ସର ସଦାପ୍ରଭୁଙ୍କ ଗୃହର ଯେସକଳ ପାତ୍ର ଯିରୂଶାଲମରୁ ଆଣି ଆପଣା ଦେବ ମନ୍ଦିରରେ ରଖିଥିଲା, କୋରସ୍‍ ରାଜା ତାହାସବୁ ବାହାର କରି ଆଣିଲା।
Och Konung Cores fick ut Herrans hus kärile, som NebucadNezar utu Jerusalem tagit hade, och låtit lägga uti sins guds hus.
8 ପାରସ୍ୟର ରାଜା କୋରସ୍‍ କୋଷାଧ୍ୟକ୍ଷ ମିତ୍ରଦାତର ହସ୍ତ ଦ୍ୱାରା ତାହାସବୁ ବାହାର କରି ଆଣି ଯିହୁଦାର ଅଧିପତି ଶେଶବସରକୁ ଗଣନା କରିଦେଲା।
Och Konung Cores i Persien fick dem ut igenom Mithredath räntomästaren, och uträknade dem Sesbazar, Förstanom i Juda.
9 ସେହି ଦ୍ରବ୍ୟର ସଂଖ୍ୟା ଏହି; ତିରିଶ ସୁନା ଥାଳୀ, ଏକ ହଜାର ରୂପାଥାଳୀ, ଅଣତିରିଶ ଛୁରୀ;
Och detta är talet: tretio gyldene bäcken, och tusende silfverbäcken, nio och tjugu knifvar;
10 ତିରିଶ ସ୍ୱର୍ଣ୍ଣମୟ ପାନପାତ୍ର, ଚାରି ଶହ ଦଶ ରୌପ୍ୟମୟ ମଧ୍ୟମ ପାନପାତ୍ର, ପୁଣି ଏକ ସହସ୍ର ଅନ୍ୟାନ୍ୟ ପାତ୍ର,
Tretio gyldene skålar, och de andra silfskålar, fyrahundrad och tio, och annor kärile tusende;
11 ସର୍ବସୁଦ୍ଧା ପାଞ୍ଚ ହଜାର ଚାରି ଶହ ସ୍ୱର୍ଣ୍ଣ ଓ ରୌପ୍ୟମୟ ପାତ୍ର ଥିଲା; ବନ୍ଦୀ ଲୋକମାନେ ବାବିଲରୁ ଯିରୂଶାଲମକୁ ଅଣାଯିବା ସମୟରେ ଶେଶବସର ଏହିସବୁ ଦ୍ରବ୍ୟ ଆଣିଲା।
Så att all kärilen både af guld och silfver voro femtusend och fyrahundrad. All dem förde Sesbazar upp, med dem som utu fängelset uppdrogo ifrå Babel till Jerusalem.

< ଏଜ୍ରା 1 >